ରାଜଧାନୀରେ ପୋଶା କୁକୁର ରଖିବା ଉପରେ କଟକଣା, ଖୁବଶୀଘ୍ର ଆସିବ ନୂଆ ଏସଓପି

ଭୁବନେଶ୍ୱର: ଏଣିକି ପେଟ୍ ଆନିମଲ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡ଼ିବ ଅନୁମତି । ବିନା ପଞ୍ଜିକରଣରେ ରଖିପାରିବେନି କୁକୁର କି ଅନ୍ୟ ପୋଷା ଜୀବ । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂତନ ଗାଇଡଲାଇନ । ପେଟ୍ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ସେ ନେଇ ହେବ ତଦାରଖ । ରଖିଥିବା ଜନ୍ତୁର ପ୍ରକୃତି କ’ଣ ଦେଖିବାକୁ ପଡ଼ିବ । ପଶୁ ଡାକ୍ତରଙ୍କ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ ପଡ଼ିବ । ଏନେଇ ଡ୍ରାଫଟିଂ ପ୍ରକ୍ରିୟା ସରିଛି ।

ଗୃହ ପାଳିତ ପଶୁ କିଭଳି ଅନ୍ୟକୁ କ୍ଷତି ନପହଞ୍ଚାଇବ ସେନେଇ କରିବାକୁ ପଡ଼ିବ ବ୍ୟବସ୍ଥା । ବିଗତ ଦିନ ମାନଙ୍କରେ ଅନେକ ଦୁର୍ଘଟଣା ଘଟିଥିବା ନଜର ରହିଛି । ସେହି କାରଣରୁ ଆସିବ ନୂଆ ଗାଇଡଲାଇନ । ଯଦି କୌଣସି ବ୍ରିଡର ଆନିମଲ ବ୍ୟାନ ଅଛି ଓ ତାକୁ ନେଇ କିଛି ନୋଟିଫିକେସନ ଅଛି, ସେ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।