spot_img
Home Blog Page 991

ଚାକିରି ବିକ୍ରି କରୁଛନ୍ତି ବିଜେପି ସରକାର : କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଚାକିରୀ ବିକ୍ରି କରୁଛନ୍ତି ବିଜେପି ସରକାର। ଦୁର୍ନୀତିଗ୍ରସ୍ତ ସଂସ୍ଥାକୁ ସରକାରୀ ଚାକିରି ପରୀକ୍ଷା ପରିଚାଳନା ଦାୟିତ୍ବ ଦେଇ କୋଟି କୋଟି ଟଙ୍କାରେ ଚାକିରି ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆଣିଛି ଯୁବ ଏବଂ ଛାତ୍ର କଂଗ୍ରେସ। ଏନେଇ ଆଜି ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ଏହି ସମୟରେ ବ୍ୟାରିକେଡ ଭାଙ୍ଗିବା ସହ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗକୁ ରାଜ୍ୟରେ ହେବାକୁ ଥିବା ପୋଲିସ ସବ-ଇନସପେକ୍ଟର ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ନିଯୁକ୍ତି ପରୀକ୍ଷାକୁ ଦୁର୍ନୀତି ଖୋର ସଂସ୍ଥା ରିଚମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ କମ୍ପାନୀକୁ ରାଜ୍ୟ ସରକାର ପରିଚାଳନା ଦାୟିତ୍ବ ଦେଇଛନ୍ତି । ଯେଉଁ ସଂସ୍ଥା ପୂର୍ବରୁ ବିଭିନ୍ନ ରାଜ୍ୟରେ ପରୀକ୍ଷା ପରିଚାଳନା କରି ପ୍ରଶ୍ନପତ୍ର ଲିକ କରିବା ସହ ଚାକିରି ବିକ୍ରି କରିଥିବା ଅଭିଯୋଗ ରହିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏନେଇ ସଂସ୍ଥା ମୁଖ୍ୟ ପୂର୍ବରୁ ଜେଲ ମଧ୍ୟ ଯାଇଛନ୍ତି। ତେଣୁ ସେହି ସଂସ୍ଥା ଓଡିଶାରେ ପରୀକ୍ଷା ପରିଚାଳନା କଲେ କୋଟି କୋଟି ଟଙ୍କାରେ ଚାକିରି ବିକ୍ରି କରିବ। ଫଳରେ ପୋଲିସ ଲାଞ୍ଚୁଆ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ତୁରନ୍ତ ଏହି ନିଷ୍ପତ୍ତି ପରିବର୍ତ୍ତନ ନକଲେ ସବୁଠି ଜୋରଦାର ବିରୋଧ ହେବ ବୋଲି ଯୁବ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।

ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା: ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି ଜୋରଦାର

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗା ଅଞ୍ଚଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପୂର୍ବରୁ ଦୁବୃର୍ତ୍ତମାନେ ବିଜୁ ବାବୁଙ୍କ ମୁଣ୍ଡ ଭାଙ୍ଗି ଅଳିଆ ଗଦାରେ ଫିଙ୍ଗିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ ବଢିବାରେ ଲାଗିଛି । ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଥିସହ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଯଦି ସେମାନଙ୍କୁ ଗିରଫ କରାନଗଲା ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ମାହାଙ୍ଗା ବିଜେଡି ଚେତାବନୀ ଦେଇଛି । କଟକ ଜିଲ୍ଲା ଭଦରେଶ୍ୱର ଥାନା ଉମର ଗାଁରେ ହନୁମାନ ଛକରେ ଥିବା ବିଜୁ ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରୁ କେହି ନଥିବା ବେଳେ ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ନିକଟରେ ଥିବା ଅଳିଆ ଗଦାରେ ପକାଇଦେଇଥିଲେ । ଆଜି ସ୍ଥାନୀୟ ବିଜୁ ପ୍ରେମୀ ପୁନର୍ବାର ଏହାକୁ ଯୋଡିଯାଡି ବିଜୁ ଜୟନ୍ତୀ ପାଳନ କରିଥିବା ବେଳେ ଆସନ୍ତାକାଲି ସେଠାରେ ପ୍ରତିବାଦ କରାଯିବ ବୋଲି ସୂଚନା ମିଳିଛି । ଏପରିକି ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭଦରେଶ୍ୱର ପୋଲିସ ଓ ସାଲେପୁର ଏସଡିପିଓ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

 

 

ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆ ପରାଜୟ ବରଣ କରିଛି । ଆଉ ଆଜି ଅବସର ଘୋଷଣା କରିଛନ୍ତି ଅଧିନାୟକ ଥିବା ଅଷ୍ଟ୍ରେଲିୟ ଖେଳାଳି ଷ୍ଟିଭ୍ ସ୍ମିଥ୍ । ଦିନିକିଆରେ ସେ ୧୭୦ ମ୍ୟାଚ ଖେଳିଥିବାବେଳେ ଅବସର ଘୋଷଣା କରିଛନ୍ତି । ତେବେ ସେ ଟି-୨୦ ଏବଂ ଟେଷ୍ଟ ଖେଳ ଜାରି ରଖିବେ । ଅବସର ନେବା ପରେ ସ୍ମିଥ୍ କହିଛନ୍ତି କି, ଏହା ବୋଧହୁଏ ଅବସର ନେବାର ସଠିକ୍ ସମୟ । ୩୫ ବର୍ଷୀୟ ଏହି ଖେଳାଳି କହିଛନ୍ତି କି , ମୋର ଏହି ଯାତ୍ରା ବେଶ ମନେ ରହିବ । ୨ଟି ବିଶ୍ବକପ ଜିତିବା ମୋ ପାଇଁ ବେଶ ସ୍ମରଣୀୟ ହୋଇ ରହିବ । ଏହାସହ ସେ କହିଛନ୍ତି କି, ଟେଷ୍ଟ ଏକ ଭଲ ପ୍ଲାଟଫର୍ମ । ମୋତେ ଏଥିରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଆଗକୁ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ରହିଛି । ଏଥିରେ ଭଲ ପ୍ରଦର୍ଶନ କରିବା ସହ ଦଳକୁ ବିଜୟ କରିବା ମୋର ଲକ୍ଷ୍ୟ ରହିବ ବୋଲି ମଧ୍ୟ କହିଛନ୍ତି ।

 

 

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚ ଅଫିସର ଜଗମୋହନ ମିନା । ୨୦୧୧ ବ୍ୟାଚ ଅଫିସର ପିନାକ ମିଶ୍ରଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଦାୟିତ୍ୱ ନେଇଛନ୍ତି ଜଗମୋହନ ମିନା । ଦାୟିତ୍ୱ ଗ୍ରହଣ ପରେ ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ସାଇବର ଅପରାଧ ରୂପକ ଚ୍ୟାଲେଞ୍ଜକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ନୂଆ ଡିସିପି । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଆଇପିଏସ ଜଗମୋହନ ମିନା । ୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଜଗମୋହନ ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାମ ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଏସପି ଭାବେ ମାଲକାନଗିରିରେ କାମ କରିଥିଲେ । ଏହାପରେ ଗଞ୍ଜାମ ଓ କଟକରେ କାମ କରି ନିଜ ପାରଦର୍ଶିତା ପ୍ରତିପାଦିତ କରିପାରିଥିଲେ। ତେବେ ଦାୟିତ୍ୱ ନେବା ପରେ ମହିଳା ଓ ଶିଶୁଙ୍କ ପ୍ରତି ହିଂସାକୁ କମାଇବା ସହ ଟେକ୍ନିକାଲ ଜ୍ଞାନ ଥିବା କନଷ୍ଟେବଳଙ୍କୁ ଥାନାରେ ଗୁରୁତ୍ୱପୂର୍ଣ୍ଣ ଡ୍ୟୁଟି ଦେବା ଦିଗରେ ଫୋକସ କରିଛନ୍ତି ନୂଆ ଡିସିପି ।

ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ, ଯୋଗଦେଲେ ହଜାର ହଜାର କର୍ମୀ   

ନନ୍ଦିଘୋଷ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 109 ତମ ଜନ୍ମ ଜୟନ୍ତୀ ଶଙ୍ଖ ଭବନରେ ବି ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ ଜାତି ପ୍ରତି ବିଜୁ ବାବୁଙ୍କ ଅବଦାନ ସ୍ମରଣ କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା, ବିଧାୟକ, କର୍ମୀ ଯୋଗ ଦେଇଥିଲେ। ଶହ ଶହ ବିଜେଡି କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେପଟେ ଆଜି ସକାଳେ ନବୀନ ପଟ୍ଟନାୟକ ଭୁବନେଶ୍ଵର ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଜେଡିର ଅନ୍ୟମାନେ ମଧ୍ୟ ଥିଲେ। ସେମାନେ ମଧ୍ୟ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ରାଜ୍ୟ ପ୍ରତି ବିଜୁ ବାବୁଙ୍କ ଅବଦାନକୁ ମନେ ପକାଇଛନ୍ତି ସମସ୍ତେ। ସୋସିଆଲ ମିଡିଆ ଏକ୍ସ ରେ ମଧ୍ୟ ବିଜୁ ବାବୁଙ୍କୁ ସ୍ମରଣ କରି ନବୀନ ପଟ୍ଟନାୟକ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।

ବିଜୁ ଜୟନ୍ତୀରେ ବର୍ଷିଲେ ନବୀନ, ବିଜୁବାବୁଙ୍କୁ ଅସମ୍ମାନିତ କରିଛନ୍ତି ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜୁ ବାବୁ ଥିଲେ ଟଲ୍ ମ୍ୟାନ, ଲାର୍ଜ ହାର୍ଟ। କିନ୍ତୁ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ରାଜ୍ୟର ବିଜେପି ସରକାର। ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ  ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି। ଏବେ କିନ୍ତୁ ବିଜେପି ସରକାର ପଞ୍ଚାୟତିରାଜ ଦିବସକୁ ବଦଳାଇ ଦେଲେ। କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବ ନାହିଁ। ପାରାଦୀପ ପୋର୍ଟ ବଦଳାଇ ପାରିବ କି ସୁନାବେଡା ହାଲ୍ କୁ ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରିପାରିବେ କି । ଏହା ଛୋଟ ଚିନ୍ତାଧାରା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ଦୁର୍ଭାଗ୍ୟଜନକ ଯେ ବିଜେପି ଶାସନକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି।

ଏହାସହ ନବୀନ କହିଛନ୍ତି, ବିଜୁ ବାବୁ ରାଜନୀତିକୁ ଆସିଥିଲେ ଲୋକଙ୍କ ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ award କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ବିଜୁ ବାବୁ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଏହାର ଜବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। U CANT CHANGE GLORIOUS LEGACY । ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ଧର୍ମାନ୍ତରିତ ମା’ ପୁଅ ଉପରେ ହିନ୍ଦୁ ଧର୍ମ ଛାଡ଼ିବାକୁ ପକାଉଥିଲେ ଚାପ,ଶିକୁଳିରେ ବନ୍ଧା ପୁଅକୁ ଉଦ୍ଧାର କଲେ ମାଲିକ

ନନ୍ଦିଘୋଷ ବ୍ୟୁରୋ: ଧର୍ମ ପରିବର୍ତ୍ତନ ପାଇଁ ନିଜ ପୁଅକୁ ଶିକୁଳି ବାନ୍ଧିଥିଲେ ମା’ । ଭିଡିଓ ଭାଇରାଲ ହେବା ପରେ ଉଦ୍ଧାର ହୋଇଛି ପୁଅ । ତେବେ ଏମିତି ଏକ ଖବର ଖଡ଼ବାର ସଞ୍ଜୟ ନଗରରୁ ଆସିଛି । ତାଙ୍କୁ ମା ଏବଂ ପାଳିତ ବାପା ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ସେ ଅରାଜି ହେବାରୁ ତାଙ୍କୁ ବାନ୍ଧି ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ବାପା ଫେରାର ରହିଛନ୍ତି । ତେବେ ପୂର୍ବରୁ ମା ଏବେ ପୋଲିଓ ହେପାଜତରେ ରହିଥିବାବେଳେ ଓଲଟା ପୁଅଙ୍କ ନାଁ ଅଭିଯୋଗ ଆଣିଥିଲେ କି, ସେ ନିଶା ଖାଇ ଅଘଟଣ ଘଟାଉଥିବା ଭୟରେ ଏଭଳି ବାନ୍ଧି ରଖିଛୁ । ଯାହାକୁ ନେଇ ପୋଲିସ ଏବେ ଘଟଣାର ତଦନ୍ତ ଜାରି କରିଛି ।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏହି ବାଳକଟି କହିଛନ୍ତି କି, ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବାବେଳେ ମା ଦ୍ବିତୀୟ ବିବାହ କରିଛନ୍ତି । ସେ ନିଜର ଧର୍ମ ପରିବର୍ତ୍ତନ କରିଥିବାବେଳେ ସାବତ ବାପାଙ୍କ ସହ ମିଶି ମା ବାରମ୍ବର ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି ଏବଂ ଅକଥନୀୟ ନିର୍ଯାତନା ମଧ୍ୟ ଦେଉଛନ୍ତି । ତେବେ ସୋମବାର ସଂନ୍ଧ୍ୟାରୁ ତାଙ୍କ ହାତଗୋଡ଼ ବାନ୍ଧି ଉପାସରେ ଘରେ ରଖିଥିଲେ । ତେବେ ଚାଲାକ କରି ବାଳକଟି ଏକ ଭିଡିଓ କରି କାମ କରୁଥିବା ମାଲିକଙ୍କ ନିକଟକୁ ପଠାଇଥିଲେ ଏବଂ ଫୋନ ଯୋଗେ ସବୁ ସତ ବଖାଣିଥିଲେ । ପରେ ପୋଲିସ ସହାୟତାରେ ଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଦୁବାଇରୁ କେମିତି ୧୪ କିଲୋରୁ ଅଧିକ ସୁନା ଆଣିଲେ କନ୍ନଡ଼ ଅଭିନେତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: କନ୍ନଡ଼ ଅଭିନେତ୍ରୀ ରାନ୍ୟାଙ୍କୁ ଏୟାରପୋର୍ଟରୁ ଗିରଫ କରାଯାଇଛି । ବାଙ୍ଗାଲୋରର କାମ୍ପାଗୋଡ଼ା ଏୟାରପୋର୍ଟରୁ ସୁନା ଆଣୁଥିବା ଅଭିଯୋଗରେ ଗିରଫ କରାଯାଇଛି । ତେବେ ସେ ଦୁବାଇରୁ ଲୁଚାଇ ୧୪.୮ କିଲୋ ସୁନା ଆଣୁଥିଲେ । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତେବେ ପ୍ରଶ୍ନ ଉଠିଛି କି ଏତେ ପରିମାଣର ସୁନା ସେ କେମିତି ଆଣୁଥିଲେ ? ପୋଲିସ ଏହିସବୁ ସୁନା ଜବତ କରିବା ପାଇଁ ବହୁ ଖୋଜାଖୋଜି କରିଥିବା କହିଛି । ତେବେ ସେ ଚାଲାକର ସହ ବହୁ ସୁନା ନିଜେ ଲଗାଇଥିବାବେଳେ ପୋଷାକରେ ମଧ୍ୟ ସୁନା ଲଗାଇ ଆଣିଥିଲେ । ଧରା ପଡ଼ିଥିବା ସୁନାର ବଜାର ମୂଲ୍ୟ ୧୨ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ଅଭିନେତ୍ରୀଙ୍କଠାରୁ ସୁନା ଉଦ୍ଧାର କରିବା ପାଇଁ ପୋଲିସକୁ ବହୁତ କଷ୍ଟ ହୋଇଥିଲା। ପ୍ରଥମେ ପୋଲିସ ବୁଝିପାରିଲା ନାହିଁ ଯେ ଅଭିନେତ୍ରୀ ସୁନା କେଉଁଠି ଲୁଚାଇ ରଖିଥିଲେ। ଯେତେବେଳେ ଡିଆରଆଇ ଅଧିକାରୀମାନେ ତଦନ୍ତ ଆରମ୍ଭ କଲେ, ରାନ୍ୟା ତାଙ୍କ ପୋଷାକରେ ସୁନା ବାରଗୁଡ଼ିକୁ ଲୁଚାଇ ରଖିଥିଲେ। ତାଙ୍କୁ ବାହାର କରିଦିଆଗଲା। ଯେତେବେଳେ ପୋଲିସ ଜ୍ୟାକେଟ୍ ଟି ଖୋଜିଥିଲା, ସେଥିରୁ ମଧ୍ୟ ସୁନା ମିଳିଥିଲା। ପୋଲିସ ରାନ୍ୟାଙ୍କ ବେଲ୍ଟରୁ ସୁନା ମଧ୍ୟ ଉଦ୍ଧାର କରିଛି। ତେବେ ବାରମ୍ବାର ସେ ବିଦେଶ ଯାତ୍ରା କରୁଥିବାବେଳେ ତାଙ୍କ ଉପରେ ନଜର ରଖାଯାଇଥିଲା । ପରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ (ଡିଆରଆଇ)ଙ୍କ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରୋହିତଙ୍କୁ କହିଥିଲେ ମୋଟା, ଏବେ କୋହଲିଙ୍କୁ ନେଇ କହିଲେ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ କଂଗ୍ରେସ ନେତ୍ରୀ ସମା ମହମ୍ମଦ ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ ସମାଲୋଚନାର ଶିକାର ହୋଇଛନ୍ତି । ଶମା କହିଥିଲେ ଯେ ରୋହିତ ଶର୍ମା ମୋଟା। ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ। ସେ ନିଶ୍ଚିତ ଭାବରେ ଭାରତର ସବୁଠାରୁ ଅକାରଣ ଅଧିନାୟକ। ବିବୃତ୍ତିକୁ ନେଇ ବିବାଦ ବଢ଼ିବା ପରେ, ସେ ତାଙ୍କ ପୋଷ୍ଟକୁ ହଟାଇ ଦେଇଥିଲେ। ପରେ ସେ ସ୍ପଷ୍ଟ କରି କହିଥିଲେ, ‘ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ ଏକ ସାଧାରଣ ଟ୍ୱିଟ୍ ଥିଲା।’ ଏହା ଶରୀରକୁ ଲଜ୍ଜାଜନକ ନୁହେଁ। ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ। ମୁଁ ସବୁବେଳେ ବିଶ୍ୱାସ କରେ ଯେ ଜଣେ ଖେଳାଳି ଫିଟ୍ ରହିବା ଉଚିତ। ତେଣୁ, ମୁଁ ଭାବିଲି ତାଙ୍କର ଓଜନ ଟିକେ ଅଧିକ ଥିଲା, ସେଥିପାଇଁ ମୁଁ ଟ୍ୱିଟ୍ କରିଥିଲି।

ଏବେ କିନ୍ତୁ ବିରାଟ କୋହଲି ବେଶ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ କୋହଲି ଦମଦାର ପ୍ରଦର୍ଶନ କରେ ଟ୍ବିଟ କରି ତାଙ୍କୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ବିରାଟ କୋହଲିଙ୍କ ଦ୍ଵାରା କି ଚମତ୍କାର ପ୍ରଦର୍ଶନ। ICC ନକଆଉଟ୍ ମ୍ୟାଚ୍‌ରେ ତାଙ୍କର ୮୪ ରନ୍ ର ଇନିଂସ ଏବଂ ୧୦୦୦ ରନ୍ ପୂରଣ କରିବା ପାଇଁ ତାଙ୍କୁ ବହୁତ ବହୁତ ପ୍ରଶଂସା।

 

ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ଯାକାଣ୍ଡ। ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ କେତେକ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେରେ ହାଣିଛନ୍ତି। ଘଟଣାସ୍ଥଳରେ ହିଁ ତାର ମୃତ୍ଯୁ ହୋଇଛି। ଆଜି ସକାଳୁ ରବି ଘରେ ଥିବା ବେଳେ ତାଙ୍କ ଘର ଉପରକୁ ପ୍ରଥମେ ବୋମା ମାଡ଼ କରାଯାଇଥିଲା। ରବି ଘରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ରବି ଦାସ ନାମରେ ବିଭିନ୍ନ ଥାନାରେ ଅନେକ ସଂଗୀନ ମାମଲା ରହିଥିଲା। ହତ୍ୟା, ରାହାଜାନି, ମଦ କାରବାର ପରି ଅଭିଯୋଗ ଥିଲା। କିଛି ଦିନ ତଳେ ସେ ଜେଲରୁ ବାହାରିଥିଲା।