ନନ୍ଦିଘୋଷ ବ୍ୟୁରୋ : ଓଲା ଇଲେକ୍ଟ୍ରିକର ଏକାଧିକ ଶୋରୁମ ଉପରେ ବଡ଼ ରେଡ। ବିଭିନ୍ନ ରାଜ୍ୟରେ ଥିବା ଓଲାର ଶୋରୁମ ଉପରେ ରେଡ୍ କରିଛନ୍ତି ପରିବହନ ବିଭାଗ ଅଧିକାରୀ। କମ୍ପାନୀ ଟ୍ରେଡ୍ ଲାଇସେନ୍ସ ବିନା ଶୋରୁମ ଚଳାଉଥିବା ଅଭିଯୋଗ ହୋଇଛି। ଓଲାର ୪ ହଜାରରୁ ଅଧିକ ଶୋରୁମର ଏହି ଟ୍ରେଡ ଲାଇସେନ୍ସ ନଥିବା କୁହାଯାଉଛି।। ବିନା ଟ୍ରେଡ୍ ଲାଇସେନ୍ସରେ ଚାଲିଛି ଏହି ଶୋରୁମ। ଶୋରୁମ ଚଳାଇବା ପାଇଁ ଆବଶ୍ୟକ ପ୍ରମାଣପତ୍ର ସେମାନଙ୍କପାଖରେ ନଥିବା ଜଣାପଡିଛି। ଗ୍ରାହକ ଅଭିଯୋଗ କରିବା ପରେ ଶୋରୁମ ଉପରେ ଏହି ଚଢାଉ କରିଥିଲା ପରିବହନ ବିଭାଗ। କିଛି ସ୍ଥାନରେ ବାଇକ ଗୁଡିକ ଜବତ କରିଥିବା ଜଣାପଡିଛି। ଶୋରୁମକୁ ପରିବହନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ମୋଟର ଯାନ ଅଧିନିୟମ ଅନୁସାରେ ପଞ୍ଜିକରଣ ବିନା ଗାଡ଼ି ବିକ୍ରି କରୁଥିବା ସମସ୍ତ ଡିଲର ପାଖରେ ଟ୍ରେଡ୍ ଲାଇସେନ୍ସ ରହିବା ବାଧ୍ଯତାମୂଳକ। ଏହି ରେଡ୍ ପରେ ଓଲା ଇଲେକ୍ଟ୍ରିକ ମୋବିଲିଟି ସେୟାରର ଦର ୪ ପ୍ରତିଶତ ହ୍ରାସ ପାଇଛି।ସେୟାର ବଜାରରେ ଆଜି ଓଲାର ସେୟାର ୫୬ ଟଙ୍କା ୩୬ ପଇସାରେ ଖୋଲିଥିବାବଳେ ୫୪ ଟଙ୍କା ୧୨ ପଇସା ପର୍ଯ୍ୟନ୍ତ୍ ଖସି ଆସିଥିଲା। ଗତ ୫୨ ସପ୍ତାହ ମଧ୍ୟରେ ସେୟାର ବଜାରରେ ଓଲାର ଦର ସର୍ବାଧିକ ୧୫୭ ଟଙ୍କା ୪୦ ପଇସାରେ ଥିବାବେଳେ ସର୍ବନିମ୍ନ ୫୩ ଟଙ୍କା ୬୨ ପଇସାକୁ ଖସି ଆସିଥିଲା। ତେବେ ଏ ସମସ୍ତ ଅଭିଯୋଗକୁ ଓଲା କର୍ତ୍ତୃପକ୍ଷ ଭୁଲ ଦର୍ଶାଇଛନ୍ତି। ଓଲାର ଗୋଦାମ ଏବଂ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମୋଟର ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି। ତେବେ ସମସ୍ତ ଶୋରୁମ ପାଖରେ ଟ୍ରେଡ ଲାଇସେନ୍ସ ରହିଛି ନା ନାହିଁ ଏହା ସ୍ପଷ୍ଟ କରିନାହାନ୍ତି କର୍ତ୍ତୃପକ୍ଷ। ଓଲା ଇଲେକ୍ଟ୍ରିକ୍ ଏବେ ଅନେକ ବାଧାବିଘ୍ନ ମଧ୍ୟରେ ଗତି କରୁଛି। ଓଲାର ସେୟାର ୬୦ ପ୍ରତିଶତ ଖସିଥିବାବେଳେ ଗ୍ରାହକ ଗାଡିର ଗୁଣବତ୍ତା ଏବଂ ସର୍ଭିସକୁ ନେଇ ଅଭିଯୋଗ କରି ଆସୁଛନ୍ତି।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ: STF ଡିଆଇଜି ପିନାକ ମିଶ୍ରଙ୍କ ସୂଚନା
ଭୁବନେଶ୍ବର: ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ । ଏ ନେଇ ସୂଚନା ଦେଇଛନ୍ତି STF ଡ଼ିଆଇଜି ପିନାକ ମିଶ୍ର। କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ଡେରା ପକାଇଛନ୍ତି ସେ ନେଇ ଚାଲିଛି ଖୋଳତାଡ଼। ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଥିଲା ? ଜାଲ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଥିଲା ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଥିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ ।
ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଜେପି ଚାହୁଁଛି, ଓଡ଼ିଶାକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟେଗାଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟେଗାଳ ହେବାରୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ ।
ତେବେ ଜୟ ନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେଡି ବିଧାୟକମାେନ ଜୋରଦାର ବିରୋଧ କରିଥିଲେ । ଜୟ ନାରାୟଣ ମିଶ୍ର ଦିନେ ବିରୋଧୀ ଦଳ ନେତା ଥିଲେ । ଏବେ ସେ ବରିଷ୍ଠ ବିଧାୟକ । ସମ୍ବଲପୁରର ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ, ସେଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା । ଏହି ଅପମାନକୁ ବରଦାସ୍ତ କରାଯିବନି । ବିଜେଡି ଏହାକୁ ନିନ୍ଦା କରୁଛି । ଅକ୍ଷମଣୀୟ ଭାବେ ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଧାୟକ ଯାହା କହିଲେ, ତାହା କେନ୍ଦ୍ରର ଆଭିମୁଖ୍ୟ । ମାତ୍ର ଏହା ଓଡ଼ିଆ ଅସ୍ମିତା ବିରୋଧୀ । ଏହା ଆମ ମହାପୁରୁଷଙ୍କ ପ୍ରତି ଅପମାନ । ରବି ନାୟକ ବି ଏ ଯାଏଁ ଏହାକୁ ଖଣ୍ଡନ କରିନାହାନ୍ତି । କେହି ସ୍ପଷ୍ଟୀକରଣ ଦେଇନାହାନ୍ତି । ଏହା ବିଜେପିର ଏଜେଣ୍ଡା ଓଡ଼ିଶାକୁ ଭାଗ ଭାଗ କରିବାକୁ । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ କିଛି ନ କହିଲେ ଆମେ ଏ କଥାକୁ ଆମେ ଗାଁ ଗାଁରେ ପହଞ୍ଚାଇବୁ । ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ୱ ପ୍ରମାଣିତ କରୁ । ଗୃହ ବାହାରେ ବି ଏହାକୁ ନିନ୍ଦା କରାଯାଇଛି । ଗୃହ ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ସରକାର ଉପରେ ଅନ୍ୟ ବିଜେଡି ବିଧାୟକମାେନ ମଧ୍ୟ ବର୍ଷିଥିଲେ ।
ଏକ ଅଭାବନୀୟ ଘଟଣା! ବାପାଙ୍କ ଦ୍ବିତୀୟ ବିବାହକୁ ନେଇ ଆତ୍ମହତ୍ୟା କଲେ ଦୁଇ ନାବାଳକ ପୁଅ
ନୟାଗଡ଼: ଏ ଦୁନିଆରେ ମା’ର ସ୍ଥାନ କେହି ନେଇ ପାରିବେ ନାହିଁ । ସେଥିପାଇଁ କମ୍ ବୟସରୁ ଯଦି କାହାର ମା’ଙ୍କ ବିୟୋଗ ଘଟେ, ଉକ୍ତ ସନ୍ତାନ ଅନାଥ ହୋଇଗଲା ବୋଲି ସମସ୍ତେ କହିଥାନ୍ତି । ତେବେ ମା’ କେବଳ ମା’, ତାର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ଅନ୍ୟ କାହାକୁ ପିଲାମାନେ ମା’ ବୋଲି କିପରି ଡାକିବେ? ବାପା ଯଦି ଦ୍ବିତୀୟ ବିବାହ କରିବେ ତାହାକୁ ପିଲାମାନେ କିପରି ଗ୍ରହଣ କରିବେ? ଏପରି ଏକ ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି
ସୂଚନା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ ନାବାଳକ ପୁଅ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ବାପାଙ୍କ ଦ୍ଵିତୀୟ ବିବାହକୁ ନେଇ ଦୁଇ ନାବାଳକ ପୁଅ ଜୀବନ ହାରିଛନ୍ତି । ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ୩ ବର୍ଷ ତଳେ ଗାଁର ପ୍ରକାଶ ମହାନ୍ତିଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା। ତାଙ୍କର ୨ ଜଣ ପୁଅ ଅଛନ୍ତି। ବଡ଼ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ ସାନପୁଅକୁ ୧୧ ବର୍ଷ। କିଛି ଦିନ ହେଲା ପ୍ରକାଶଙ୍କ ଦ୍ଵିତୀୟ ବିବାହ କଥା ଉଠିଥିଲା। ଗତକାଲି ଏକ ପ୍ରସ୍ତାବ ମଧ୍ୟ ଆସିଥିଲା। ଏହି କାରଣରୁ ପ୍ରକାଶଙ୍କ ଦୁଇ ନାବାଳକ ପୁଅ ଆତ୍ମହତ୍ଯା କରିଥିବା ପ୍ରକାଶଙ୍କ ବାପା କହିଛନ୍ତି। ପୋଲିସ ଦୁଇ ମୃତଦେହକୁ ଜବତ କରିଛି। ପ୍ରକାଶଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିଜର ଜନ୍ମିତ ମା’କୁ ଏହି ଦୁଇ ନାବାଳକ କେତେ ଯେ ଭଲ ପାଉଥିଲେ ତାହା ଆଜି ପ୍ରମାଣିତ ହୋଇଛି ।

