ନୂଆଦିଲ୍ଲୀ : ବିଶ୍ବ ଗୁଇନ୍ଦା ସ୍ତରରେ ବଢ଼ିବ ସହଭାଗିତା। ଆଜି ବସିବ ହାଇପ୍ରୋଫାଇଲ ବୈଠକ। ବୈଠକରେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଲସୀ ଗାବାର୍ଡ, କାନାଡାର ସ୍ପାଏ ଚିଫ୍ ଡାନିଏଲ ରୋଗର୍ସ, ବ୍ରିଟେନର ଏମଆଇ-୧୬ ନିର୍ଦ୍ଦେଶକ ରିଚାର୍ଡ ମୋରେଙ୍କ ସମେତ ବହୁ ପଦାଧିକାରୀ ଏଥିରେ ସାମିଲ ହେବେ। ଆତଙ୍କବାଦ ମୁକାବିଲା ଓ ଅନ୍ଯ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ। ଏଥିରେ ଅଧ୍ଯକ୍ଷତା କରିବେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଷ୍ଟ୍ରେଲିଆ, ଜର୍ମାନୀ, ନ୍ୟୁଜିଲାଣ୍ଡ ସମେତ ପ୍ରାୟ ୨୦ଟି ରାଷ୍ଟ୍ରର ଗୁଇନ୍ଦା ଅଧିକାରୀମାନେ ସାମିଲ ହେବେ। ବୈଠକ ପରେ ଭାରତ ଓ ଆମେରିକା ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଡୋଭାଲ ଓ ଗାବାର୍ଡଙ୍କ ମଧ୍ୟରେ ୱାନ-ଟୁ-ୱାନ ବୈଠକ ହେବ ବୋଲି ସୂଚନା ମିଳିଛି। ରୁଷ-ୟୁକ୍ରେନ ଯୁଦ୍ଧ ସମେତ ଅନ୍ଯାନ୍ୟ ଅସ୍ଥିରତା, ଆତଙ୍କବାଦୀ ମୁକାବିଲା ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ।
ନେତାଙ୍କ ଦେହରେ ଲାଗିଲା ଅବିର,ହୋଲିର ରଙ୍ଗରେ ଦେଖିଲେ ରାଜନୀତିର ରଙ୍ଗୀନ ସ୍ବପ୍ନ
ନନ୍ଦିଘୋଷ ବ୍ୟୁରୋ: ନେତାଙ୍କ ଦେହରେ ଲାଗିଲା ଅବିର । ହୋଲିର ରଙ୍ଗରେ ଦେଖିଲେ ରାଜନୀତିର ରଙ୍ଗୀନ ସ୍ବପ୍ନ । ସଶକ୍ତ ସଙ୍ଗଠନ ପାଇଁ ବିଜେଡିର ସଙ୍କଳ୍ପ । ଗେରୁଆ ରଙ୍ଗରେ ବିକାଶର ଚିତ୍ର ଆଙ୍କିଲା ବିଜେପି । କଂଗ୍ରେସ ବି ହାତରେ ଜନତାଙ୍କୁ ରଙ୍ଗ ବୋଳିବାକୁ ଚେଷ୍ଟା । ନାଚ, ଗୀତ ସାଙ୍ଗକୁ ପଣା,ଦହିବରା, ମିଠାର ଆସର l ପୁଣି ରଂଗ ବୋଳାବୋଳି ସହ ହୋଲିର ଅଭିନନ୍ଦନ l କିଏ ଦଳୀୟ କାର୍ଯ୍ୟାଳୟରେ କର୍ମୀ, ନେତା ଓ ଶୁଭେଚ୍ଛୁଙ୍କ ସହ ତ ଆଉ କିଏ ନିଜ ବାସଭବନରେ ପାଳିଲେ ହୋଲି ଉତ୍ସବ l ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ନେତାମାନେ l ହୋଲିର ରଙ୍ଗ ଖେଳ ଭିତରେ ଓଡିଶାକୁ ଅଧିକ ରଙ୍ଗୀନ କରିବାର ଦାୟିତ୍ୱକୁ ବି ଭୁଲିନାହାନ୍ତି ନେତାମାନେ l ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ରଙ୍ଗର ପର୍ବ ହୋଲିକୁ ନିଜ ସରକାରୀ ବାସଭବନରେ ଧୁମଧାମରେ ପାଳନ କରିଛନ୍ତି l ବିଜେଡିକୁ ଅଧିକ ସଶକ୍ତ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆଦ୍ୱାନ ଦେଇଛନ୍ତି l ଏହାସହ ଶାସକ ବିଜେପିକୁ ରଙ୍ଗବଦଳାର ସରକାର କହି ରାଜନୀତିର ପିଚକାରୀ ମାରିଛନ୍ତି ଅନନ୍ତ l ଅନ୍ୟପଟେ ପ୍ରଥମ ଥର ବିଧାୟକ ହୋଇଥିବା ବିଜେଡିର ଅରବିନ୍ଦ ମହାପାତ୍ର ଓ ବିଜେପିର ଅମର ନାୟକ ନିଜ ନିର୍ବାଚନୀ ମଣ୍ଡଳୀର ସମର୍ଥକଙ୍କ ଗ୍ରହଣରେ ହୋଲି ପାଳନ କରିଛନ୍ତି l ମହାନଦୀ ଶୁଖି ଯାଇଥିବାରୁ ଆଗକୁ ରାଜ୍ୟରେ ପାଣି ସଂକଟ ଉଗ୍ରରୂପ ନେବାକୁ ଯାଉଥିବାରୁ ଏବେ ଠାରୁ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ବିଜେଡିର ଯୁବ ବିଧାୟକ ଦାବି କରିଛନ୍ତି l ସେହିପରି ବିଜେପି ବିଧାୟକ ରଙ୍ଗ ଖେଳ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀର ବିକାଶର ଚିତ୍ର ଆଙ୍କିଛନ୍ତି l
ସେପଟେ ହୋଲି ପାଇଁ କଂଗ୍ରେସ ଶିବିରରେ ବି ଉତ୍ସାହ କିଛି କମ ନଥିଲା l ରଙ୍ଗ ଉତ୍ସବରେ ଉତ୍ସବମୁଖର ହୋଇଉଠିଥିଲା ରାଜ୍ୟ କଂଗ୍ରେସ ଭବନ l ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବାଜାର ତାଳେ ତାଳେ ନାଚି ରଙ୍ଗର ପର୍ବ ସେଲିବ୍ରେସନ କରିଛନ୍ତି l ସେହିପରି ବରିଷ୍ଠ କଂଗ୍ରେସ୍ ନେତା ଜୟଦେବ ଜେନା ନିଜ ବାସଭବନରେ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି l କଂଗ୍ରେସ୍ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ କର୍ମୀ ଓ ଶୁଭେଚ୍ଛୁଙ୍କୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇଛନ୍ତି । ରାଜନୀତିର ବ୍ୟସ୍ତତା ଭିତରେ ନେତାମାନେ ରଙ୍ଗ ଖେଳିବାକୁ ଭୁଲି ନାହାନ୍ତି । ଆଉ ଚଳିତ ବର୍ଷ ଫଗୁର ରଂଗରେ ଲାଗିଛି ରାଜନୀତିର ଛିଟା ।
ଦୋଳ ମେଲଣ ଉତ୍ସବ,ରୋଷଣୀରେ ସୁସଜ୍ଜିତ ବିମାନରେ ବିଜେ କଲେ ଦୋଳ ଗୋବିନ୍ଦ
ନନ୍ଦିଘୋଷ ବ୍ୟୁରୋ : ରଙ୍ଗବେରଙ୍ଗର ସୁସଜ୍ଜିତ ବିମାନରେ ଆସୁଛନ୍ତି ଦୋଳ ଗୋବିନ୍ଦ । ବାଜାବାଣ ରୋଷଣୀରେ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମା । ମେଳଣ ପଡ଼ିଆରେ ଲାଗିଛି ହଜାର ହଜାର ଲୋକ ଭିଡ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁରେ ପାଳିତ ହୋଇଛି ମେଳଣ ଉତ୍ସବ । ଏହି ମେଳଣ ଉତ୍ସବ ୧୪୮୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ଚଳିତ ବର୍ଷ ୫୨୫ ବର୍ଷରେ ପଦାର୍ପଣ କରିଛି । ପାଞ୍ଚଟି ବିମାନକୁ ନେଇ ଆରମ୍ଭ ହୋଇ ଥିବା ମେଳଣ ଉତ୍ସବ ୪୨ଗୋଟି ବିମାନରେ ପହଞ୍ଚିଛି । ଦିଅଁ ଦର୍ଶନ ସହିତ ସୁସଜ୍ଜିତ ବିମାନ ଦେଖିବାକୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ୨ ଦିନ ଧରି ଆୟୋଜିତ ହୋଇଥିବା ଏହି ଭାଇ ଚାରାର ମେଳଣରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ଉଠା ଦୋକାନ ଲାଗିଥାଏ ।
ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ରୋଷଣୀରେ କାନ୍ଧରେ ଆସୁଛନ୍ତି ଦୋଳ ଗୋବିନ୍ଦ । ସାମିଲ୍ ହୋଇଛନ୍ତି ଉଭୟ ହିନ୍ଦୁ ମୁସଲିମ୍ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶଗଡା ପଞ୍ଚାୟତ ରେଂଘାଳୋ ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଦୁଇଟି ସୁସଜିତ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଗାଁ ପରିକ୍ରମା କରିବା ସହିତ ଚରେରୀରେ ଭୋଗ ଖାଇଥିଲେ । ଦୋଳପୂର୍ଣ୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବାନ୍ଧବ ଘରକୁ ନିମନ୍ତ୍ରତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି । ଅନେକ ବର୍ଷରୁ ଏହି ନିଆରା ଭାଇଚାରା ପରମ୍ପରା ଚାଲିଆସୁଛି । ତେବେ ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କୁ ରୋଷଣୀରେ ପାଛୋଟି ଆଣୁଥିବା ବେଳେ ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ଖେଳିଥିଲେ । ଏହାପରେ ଦୋଳବେଦୀକୁ ବିରାଜମାନ କରିଥିଲେ ରାଧାକୃଷ୍ଣ।
ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଭେଟନଇ ଗାଁ ନିକଟ ମାଆ କଙ୍କଣ ଦେବୀଙ୍କ ପୀଠରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣମାରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଆ କଙ୍କଣ ଦେବୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲୋକ କଥା ଅନୁଯାୟୀ ଘୁମୁସରର ଭଞ୍ଜବଂଶିୟ ରଜତନ୍ତ୍ର ସମୟରୁ ଏଠାରେ ବିରାଟ ପ୍ରସ୍ତର ଖଣ୍ଡ ରୂପରେ କଙ୍ଗଣ ଦେବୀ ପୂଜା ପାଇଆସୁଛନ୍ତି । ମାଆଙ୍କ ପାଖରେ ମାନସିକ ରଖି କୁଣ୍ଡାପୋଡ଼ ପିଠା ଓ ପଣାଭୋଗ କଲେ ହଜିଥିବା ଜିନିଷ ମିଳିଯାଏ ବୋଲି ବିଶ୍ଵାସ ରହିଛି । ବିରାଟ କାୟ ପଥର ଖଣ୍ଡଟି ଛୋଟିଆ ପଥର ଉପରେ ରହିଥିବାରୁ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥାଏ ।
ସମ୍ବଲପୁରରେ ଘରୁ ଡାକିନେଇ ଯୁବକଙ୍କୁ ହାଣିଦେଲେ ଦୁବୃର୍ତ୍ତ
ସମ୍ବଲପୁର: ସମ୍ବଲପୁର ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା । ଘରୁ ଡ଼ାକିଆଣି ଜଣେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଆଦିତ୍ୟ ସାଲମା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଆଜି ଅପରାହ୍ନ ୩ ଟା ସମୟରେ ହୋଲି ଖେଳ ଚାଲୁଥିବା ବେଳେ କିଛି ଯୁବକ ଆଦିତ୍ୟଙ୍କୁ ତାଙ୍କ ଘର ନିକଟରୁ ଉଠାଇ ନେଇ ନିକଟ ହନୁମାନ ମନ୍ଦିର ପାଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ମାରିଛନ୍ତି ଦୁର୍ବୃତ୍ତ l ଯୁବକଙ୍କ ମୃତ୍ୟୁ ପରେ ସଦର ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି l ମେଡିକାଲରେ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

