spot_img
Home Blog Page 932

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପିଞ୍ଜରା ହାଡ ଜବତ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପିଞ୍ଜରା ହାଡ ଜବତ । ଘଟଣାସ୍ଥଳରୁ ପ୍ୟାଣ୍ଟ୍ ସାର୍ଟ ସହ ଅଧା ପୋଡ଼ା ଅବସ୍ଥାରେ ଦୁଇଟି ମୋବାଇଲ ଓ ମାଳି ଜବତ କରିଛି ପୋଲିସ। ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ମଣିଷ ଖପୁରୀ , ଓ ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଖପୁରୀ ଓ ହାଡ ଜବତ କରିଛି । ପୁରୁଷ ପ୍ୟାଣ୍ଟ ହୋଇଥିବାରୁ ହାଡ କଙ୍କାଳ ଗୁଡ଼ିକ କୌଣସି ବ୍ୟକ୍ତିଙ୍କ ହୋଇଥିବା ଅନୁମାନ କରାଯାଉଛି। ସାଇଣ୍ଟଫିକ ଟିମର ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ସହ ମୃତ୍ୟୁର କାରଣ ଜଣାପଡିବ ବୋଲି ସୋରଡ଼ା ଥାନା ଅଧିକାରୀ କହିଛନ୍ତି ।

ଝଡ଼ି ପଡ଼ୁଛି ବଉଳ, ଚିନ୍ତାରେ ଆମ୍ବ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ଘାରିଛି ଆମ୍ବ ଅମଳ ଚିନ୍ତା । ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ କେଉଁଠି ଆମ୍ବ ବଉଳିଛି ତ କେଉଁଠି ନାହିଁ । ଆଉ ବଉଳି ଥିବା ଗଛରେ ବର୍ଷା ନଥିବାରୁ ଆମ୍ବ ଝଡିପଡୁଛି । ଫଳରେ ବର୍ଷକର ଅମଳକୁ ନେଇ ଚିନ୍ତାରେ ଚାଷୀ । ଝଡି ଯାଉଛି ବଉଳ । ଆମ୍ବ ଚାଷୀଙ୍କୁ ଘାରିଛି ଅମଳ ଚିନ୍ତା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର କଲମପୁର, ଧର୍ମଗଡ, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା ଓ ଜୟପାଟଣା ବ୍ଲକରେ ପାଖାପାଖି ୨ଶହ ଆମ୍ବ ଚାଷୀ ଥିବା ବେଳେ ୨ ହଜାର ହେକ୍ଟରରେ ଆମ୍ବ ଚାଷ କରାଯାଏ । ପ୍ରତିବର୍ଷ ଫଗୁଣ ମାସ ଆସିଲେ ଆମ୍ବ ବଉଳି ଥାଏ । ହେଲେ ଚଳିତ ବର୍ଷ ଆମ୍ବ ବଉଳ ସମୟରେ କେଉଁଠି ଆମ୍ବ ବଉଳିଛି ତ କେଉଁଠି ନାହିଁ । ଆଉ ବଉଳି ଥିବା ଗଛରେ ବର୍ଷା ନଥିବାରୁ ଆମ୍ବ ଝଡିପଡୁଛି । ଫଳରେ ଚଳିତ ବର୍ଷ ଚାଷୀଙ୍କ ଆମ୍ବ ଅମଳ ସାଙ୍ଗକୁ ପରିବାର ପ୍ରତି ପୋଷଣ ଆଶା ମଉଳି ଯାଇଛି ।

ଗତ ବର୍ଷ ଜିଲ୍ଲାରେ ପ୍ରାୟ ୧୦ ହଜାର ମେଟ୍ରିକ୍ ଟନ୍ ଆମ୍ବ ଅମଳ ହୋଇଥିବା ବେଳେ ପୂର୍ବ ସରକାରଙ୍କ ମିଶନ ଶକ୍ତି ଜରିଆର ଆମ୍ବ କିଣାଯାଇଥିଲା । ଏଥିସହିତ ରାଜ୍ଯ ତଥା ରାଜ୍ୟ ବାହାରକୁ ଆମ୍ବ ରପ୍ତାନୀ ହୋଇଥିଲା । ହେଲେ ଚଳିତ ଥର ଆମ୍ବ ଅମଳ ଆଶା କ୍ଷୀଣ ହୋଇଛି । ସେପଟେ ଚଳିତ ବର୍ଷ ଆମ୍ବ ଦର ବୃଦ୍ଧି ଆଶଙ୍କା ରହିଥିବା ସହିତ ଗତବର୍ଷ କଳାହାଣ୍ଡି ଆମ୍ବ ଦୁବାଇକୁ ଯାଇଥିବା କହିଛନ୍ତି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ । ଚାଷ କାମ ଯାହାର କେତେ ଦୁଃଖ ତାହାର  । ଚାଷ କାମ କରି ନିଜେ ଚଳିବା ସହ ଅନ୍ୟକୁ ଆହାର ଯୋଗାଉଥିବା ଚାଷୀ କେତେ ବେଳେ ଧାନ ଚାଷ, କପା ଚାଷ, ଆଖୁ ଚାଷ, ମକା ଚାଷ କରି କ୍ଷତି ସହୁଥିବା ବେଳେ ଏବେ ଆମ୍ବ ଚାଷରେ କ୍ଷତି ସହୁଛି  ।

ମରଣଯନ୍ତା ପାଲଟିଛି ବାଲିଗୁଡ଼ା ଠାରୁ ସିନ୍ଧିଗୁଡ଼ା ପର୍ଯ୍ୟନ୍ତ ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ୯ କୋଟି ଟଙ୍କା ବ୍ୟୟ ବରାଦରେ ଚାଲିଛି ରାଜ୍ୟ ରାଜପଥର ମରାମତି କାର୍ଯ୍ୟ । କିନ୍ତୁ ଠିକାଦାର ମନମୁଖୀ କାର୍ଯ୍ୟ ଚଳାଇଥିବା ବେଳେ କାର୍ଯ୍ୟର ତଦାରଖ କରୁନାହାନ୍ତି ଦାୟିତ୍ଵରେ ଥିବା ଯନ୍ତ୍ରୀ । ସେପଟେ ରାସ୍ତା କାମ ଚାଲୁଥିବା ନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଭାରସାମ୍ଯ ହରାଇ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଆହତ ହେଲେଣି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରୁ ବୌଦ୍ଧ ଜିଲ୍ଲା ସୀମାନ୍ତ ସିନ୍ଧିଗୁଡ଼ା ରାସ୍ତାର ଦୃଶ୍ୟ । ୯ କୋଟି ଟଙ୍କା ବ୍ୟୟରେ ଚାଲିଛି ଏହି ରାଜ୍ୟ ରାଜପଥର ମରାମତି କାର୍ଯ୍ୟ । ଗୋଟିଏ ପଟେ ନିମ୍ନ ମାନର କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାରେ ଲାଗିନାହିଁ ସୂଚନା ଫଳକ । ଫଳରେ ସେହି ବାଟ ଦେଇ ଦୈନନ୍ଦିନ ଯିବା ଆସିବା କରୁଥିବା ଲୋକମାନେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ ବାରଖମା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ପୁନିନାଟ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅନେକ ବାଇକ ଆରୋହୀ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଅଞ୍ଚଳବାସୀଙ୍କ ଯାତାୟତର ସୁବିଧା ପାଇଁ ଯଦି ରାସ୍ତାର ମରାମତି କରାଯାଉଛି ତେବେ ନିୟମ ଅନୁଯାୟୀ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।

ରାଜ୍ଯ ରାଜପଥର ମରାମତି କାର୍ଯ୍ଯ ଠିକାଦାର ନିମ୍ନମାନର କରୁଥିବା ବେଳେ ଦାୟିତ୍ଵରେ ଥିବା ଯନ୍ତ୍ରୀ ଏହାର ଉପଯୁକ୍ତ ତଦାରଖ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେପଟେ ରାସ୍ତା ମରାମତି କାର୍ଯ୍ୟ ଅଦ୍ୟାବଧି ଚାଲିଥିବା ବେଳେ ଦି ଦିନ ନଯାଉଣୁ ରାସ୍ତାର ଅନେକ ଜାଗାରୁ ପିଚୁ ଉଠିଗଲାଣି । ଏନେଇ ସମ୍ପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ଜଣାଇବା ସତ୍ବେ ଏଯାବତ୍ କିଛି ସୁଫଳ ମିଳିପାରିନାହିଁ । ଅନ୍ୟପଟେ ରାସ୍ତା କାମ ସଠିକ ଭାବେ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସେପଟେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି , ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସାଙ୍ଗକୁ ନିୟମ ଅନୁଯାୟୀ ଠିକ୍ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ତାଗିଦ୍ କରିବି ।

ଶରଣ ଶ୍ରୀକ୍ଷେତ୍ର ମାରଦାରେ ‘ ବ୍ରହ୍ମ ଶରଣମ୍’  ଚିତ୍ରକଳା କର୍ମଶାଳା ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ଶିଳ୍ପଗ୍ରାମ ମଥୁରା ପଞ୍ଚାୟତ ନିକଟସ୍ଥ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ପରିସରରେ ‘ ବ୍ରହ୍ମ ଶରଣମ୍ ‘ ଜାତୀୟ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ଲୀଳାମୟ କଥାବସ୍ତୁକୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଉଡ୍ ଫାୟାର ଓ ଭିଜନ କେୟାରର ସହଯୋଗିତା ଏବଂ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ଚନ୍ଦମା ଆର୍ଟ ଫାଉଣ୍ଡେସନର ମିଳିତ ପରିଚାଳନାରେ ଅନୁଷ୍ଠିତ ତିନି ଦିନିଆ କର୍ମଶାଳା ମଥୁରା ମଠାଧିଶ ପୁଜ୍ୟପାଦ ମହନ୍ତ ସୁନ୍ଦର ରାମଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଶିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ଜଗନ୍ନାଥ ତତ୍ବ ଗବେଷକ ଡଃ ଅସିତ ମହାନ୍ତି, ଅନନ୍ୟ ଶ୍ରୀ ଜଗନ୍ନାଥର ସମ୍ପାଦକ ପିତବାସ ରାଉତରାୟ, ଗବେଷକ ଡଃ ବ୍ରଜକିଶୋର ପାଢି, ଗବେଷକ ଡଃ ବିଭୁତି ମହାପାତ୍ର ,ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା,ଉଡ୍ ଫାୟାରର ଫାଉଣ୍ଡର ସନ୍ତୋଷ ଚୌଧୁରୀ ,ଭିଜନ କେୟାର୍ ର ଫାଉଣ୍ଡର ଶ୍ରୀମନ୍ଥ ମିଶ୍ର ,ନାରାୟଣ ମହାଙ୍କୁଡ, ଅନିଲ କୁମାର ପାତ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ଅଂଶ ଗ୍ରହଣକାରୀ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।

ମାର୍ଚ୍ଚ ୨୧ ରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କର୍ମଶାଳାରେ ରବୀନ୍ଦ୍ର କୁମାର ମହାରଣା, ଜଗବନ୍ଧୁ ମହାପାତ୍ର, ରାଜେନ୍ଦ୍ର ମହାରଣା ପ୍ରମୁଖ ନିମନ୍ତ୍ରିତ ଚିତ୍ରଶିଳ୍ପୀଙ୍କ ସହ ଅରୁଣ କୁମାର ଜେନା, ଅଶୋକ କୁମାର ବେହେରା, ରାଜ କିଶୋର ମହାରଣା, ଜୋସ୍ନାରାଣି ବିଶ୍ବାଳ, ଲିପିଶ୍ରୀ ନାୟକ, ମମତା ସାମନ୍ତରାୟ, ସନ୍ତୋଷ କୁମାର ମହାରଣା, ସୁବାସ ପୂଜାରୀ,ବିଭୁତି ଦାସ, ରାଜେଶ ନାୟକ, ଡଃ ସ୍ଥିତଧୀ ରଥ, ଜନାର୍ଦ୍ଦନ ପରମଗୁରୁ, ନିବେଦିତା ପଟ୍ଟନାୟକ, ପ୍ରଦୀପ କୁମାର ପାଣ୍ଡେ, ପ୍ରଦୋଷ ସ୍ବାଇଁ, ପ୍ରିୟଦର୍ଶିନୀ ମହାନ୍ତି, ଶକ୍ତିମାନ ପଣ୍ଡା, ଜ୍ୟୋତିର୍ମୟୀ ପଟ୍ଟନାୟକ, ଚିତ୍ରସେନ ବିଶୋଇ ପ୍ରମୁଖ ଯୋଗଦେଇ ନିମ୍ବ କାଷ୍ଠ ନିର୍ମିତ ଦାରୁ ପୃଷ୍ଠ ଭୂମିରେ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଆଧାରିତ ମହିମାକୁ ନିଜ ନିଜର ସୃଜନାତ୍ମକ ଚିନ୍ତାଧାରାରେ ରଙ୍ଗ ଓ ତୂଳୀର ଯାଦୁକରୀ ସ୍ପର୍ଶରେ କାଷ୍ଠ ଦାରୁକୁ ପୂର୍ଣ୍ଣତା ଲାଭ କରାଇଥିଲେ।

ପାରମ୍ପରିକ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ମାନଙ୍କୁ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ମାରଦା ଉନ୍ନୟନ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ,ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା। ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳାକୁ ନେଇ ଏକ ଅର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯିବ ବୋଲି ସଂଯୋଜକ ଡଃ ସ୍ଥିତଧୀ ରଥ ସୂଚନା ଦେଇଛନ୍ତି। ଶେଷରେ ମାରଦା ମହୋତ୍ସବର ସଂପାଦକ ଅବସର ପ୍ରାପ୍ତ ସିଟି ସ୍କୁଲ ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ମାରଦା ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉକ୍ତ ତିନି ଦିନିଆ ଜାତୀୟ କର୍ମଶାଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

 

ନାହିଁ ନାହିଁରେ ଚାଲିଛି ଦାରିଙ୍ଗବାଡି ବ୍ଲକ ଗଦାପୁର ଚିକିତ୍ସାଳୟ

ନନ୍ଦିଘୋଷ ବ୍ୟୁରୋ: ନାହିଁ ନାହିଁରେ ଚାଲିଛି ଗଦାପୁର ଚିକିତ୍ସାଳୟ । ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ଓ ପିଅନଙ୍କ ଦ୍ଵାରା ଚାଲିଛି ରୋଗୀସେବା । ସଠିକ ସମୟରେ ଚିକିତ୍ସା ମିଳିପାରୁନଥିବାରୁ ଅନେକ ରୋଗୀ ମୃତ୍ଯୁ ମୁଖରେ ପଡୁଛନ୍ତି । ସମସ୍ୟା ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।

ସ୍ଵାସ୍ଥ୍ଯ ବ୍ଯବସ୍ଥାର ବିକଳ ଚିତ୍ର । ମେଡିକାଲ ଅଛି ହେଲେ ଡାକ୍ତର ନଥିବାରୁ ବାଧାପ୍ରାପ୍ତ ହେଉଛି ରୋଗୀସେବା । ଫାର୍ମାସିଷ୍ଟ ଓ ପିଅନଙ୍କ ଦ୍ଵାରା ଚାଲିଛି ରୋଗୀ ସେବା । ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଠାରେ ଥିବା ସ୍ଵାସ୍ଥ୍ଯ କେନ୍ଦ୍ରର ଦୃଶ୍ୟ । ଏହି ମେଡିକାଲ ଉପରେ ୪ ଗୋଟି ପଞ୍ଚାୟତର ୩୦ ହଜାର ଲୋକେ ନିର୍ଭର କରନ୍ତି । ହେଲେ ଏହି ସ୍ଵାସ୍ଥ୍ଯ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫାର୍ମାସିଷ୍ଟ ଦିନ ୧୦ ଟାରେ ମେଡିକାଲ ଖୋଲିଲେ ୧୨ ଘଟିକାରେ ମେଡିକାଲ ବନ୍ଦ କରି ଘରକୁ ପଳାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକମାନେ ସାମାନ୍ଯ ଥଣ୍ଡା କାଶ ହେଲେ ବାଧ୍ଯ ହୋଇ ପିଅନ ମାନଙ୍କ ଦ୍ଵାରା ଚିକିତ୍ସିତ ହେଉଛନ୍ତି । କିନ୍ତୁ ଝାଡ଼ା ବାନ୍ତି, ଟାଇଫଏଡ ଏବଂ ବ୍ରେନ ମ୍ୟାଲେରିଆ ଭଳି ରୋଗ ହେଲେ ବାଧ୍ଯ ହୋଇ ୩୦ କିଲୋମିଟର ଦୂର ଦାରିଙ୍ଗବାଡି ମେଡ଼ିକାଲ ଓ ୧୨୨ କିଲୋମିଟର ଦୂର ବ୍ରହ୍ମପୁର ମେଡ଼ିକାଲକୁ ଯାଉଛନ୍ତି ।

ଗଦାପୁର ଠାରେ ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଯଦି ଡାକ୍ତର ଥାନ୍ତେ ତାହା ହେଲେ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉ ଖାଇ ଛଟପଟ ହେଉଥିବା ଲୋକ ମାନେ ମଧ୍ୟ ବଞ୍ଚି ପାରିଥାନ୍ତେ । ପାଖରେ ମେଡିକାଲ ଥାଇ ମଧ୍ୟ ରୋଗୀ ଚିକିତ୍ସା ପାଇପାରିଲେ ନାହିଁ । ଯାହା ଫଳରେ ରୋଗୀ ମାନଙ୍କୁ ବ୍ରହ୍ମପୁର ମେଡିକାଲ ନେବା ଦ୍ୱାରା ଅଧା ରାସ୍ତାରେ କେତେ ଜଣଙ୍କର ଜୀବନ ଚାଲିଗଲା । ଏହି ସମସ୍ୟାକୁ ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଆହୁରି ୩ ଦିନ କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: କାଳବୈଖାଖୀ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ସହ କୁଆପଥର ମାଡ଼ ହେବାର ସତର୍କତା ଜାରି କରାଯାଇଛି। ଆଜି ଅନେକ ସ୍ଥାନରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୭ରୁ ୧୧ ସେମି ବର୍ଷା ରେକର୍ଡ କରାଯାଇଛି।  ବାଲେଶ୍ୱର ,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝରରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଓ  କୁଆପଥର ବର୍ଷାକୁ  ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ  ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡା, ସୋନପୁର ବରଗଡ଼, ସମ୍ବଲପୁର,  ବୌଦ୍ଧ, ନୟାଗଡ, କନ୍ଧମାଳ, କଳାହାଣ୍ଡି ପୁରୀ ଗଜପତି, ଗଂଜାମ,  ରାୟଗଡା,କୋରାପୁଟ ମାଲକାନଗିରି, ନୂଆପଡା,ବଲାଙ୍ଗୀର ଓ ନବରଙ୍ଗପୁର ରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ। ୨୪ ତାରିଖ ଯାଏ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବ। ପରେ ଧୀରେ ଧୀରେ ତାପମାତ୍ରା ବଢିବା ସହ ୨ ରୁ ୫ ଡିଗ୍ରୀ ତାପମାତ୍ରା ପୁଣି ବୃଦ୍ଧି ହେବ ଓ ଅସମ୍ଭାଳ ତାତି ଦେଖାଯିବ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ। ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ହୋଇଛି। କେନ୍ଦୁଝର ଯୋଡ଼ାରେ ୮୪.୫ ମିମି,  ସୁନ୍ଦରଗଡ ରାଜଗାଙ୍ଗପୁରରେ  ୭୦.୨ ମିମି, କେନ୍ଦୁଝର ସରପଡା ରେ ୬୧.୬ ମିମି ବର୍ଷା ରେକର୍ଡ ହୋଇଛି।

https://www.youtube.com/watch?v=iHjJqZIcIWQ

ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗଜପତିରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ଟିମ୍।  ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଡ଼ିବସିଲା ଖୋର୍ଦ୍ଧା ଏବଂ ବାଲୁଗାଁ ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଏକ ବାଇକ୍ ଏବଂ ମିନିଟ୍ରକକୁ ଧରିଛି ଏହି ସ୍ଵତନ୍ତ୍ର ଟିମ୍। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗଜପତିରୁ ପୁରୀ କୁ ଏହି ଗଞ୍ଜେଇ ସବୁ ପ୍ୟାକ୍ କରାଯାଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ପରିମାଣ ୯ କୁଇଣ୍ଟାଲ ରୁ ଅଧିକ ହେବ। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଜବତ ଟ୍ରକ୍ ରେ ଏକାଧିକ ଜାଲ ନମ୍ବର ପ୍ଲେଟ ରଖାଯାଇ ରାସ୍ତାରେ ପୋଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେଇ ଏହି ରାକେଟ ଖସି ଯାଉଥିବା ତଦନ୍ତ ବେଳେ ଜଣାପଡିଛି।

ଉଦଘାଟନୀ ମ୍ୟାଚ ଦେଖିବେ ଦର୍ଶକେ, ପାଣିପାଗ ବିଭାଗ ଦେଲା ଏମିତି ସୂଚନା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ସିଜିନର ଉଦଘାଟନୀ ମ୍ୟାଚ ଶନିବାର ଇଡେନ ଗାର୍ଡେନରେ ଖେଳାଯିବ । ତେବେ ବର୍ଷା କାରଣରୁ ଏହି ମ୍ୟାଚ ବାତିଲ୍ ହେବ ଏମିତି ଏକ ଚର୍ଚ୍ଚା ହେଉଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି କୋଲକାତାରେ ବର୍ଷା ହେବାର ଥିଲା । ମାତ୍ର ଏହା ଦୂର ହୋଇଛି । ପାଣିପାଗ ପକ୍ଷରୁ ଶେଷ ସୂଚନା ଅନୁସାରେ ପାଗ ଶୁଖିଲା ରହିବା ନେଇ ସୂଚନା ମିଳିଛି । ତେବେ ଏହା କ୍ରୀଡ଼ାପ୍ରେମୀଙ୍କ ଲାଗି ଏକ ବଡ଼ ଖବର ନିଶ୍ଚୟ । କାରଣ ପ୍ରଥମ ମ୍ୟାଚରେ ଗତବର୍ଷର ଚାମ୍ପିୟନ୍ସ କୋଲକାତା ନାଇଟ୍ ରାଇଡର୍ସ ଏବଂ ବିରାଟ କୋହଲିଙ୍କ ଦଳ ମଧ୍ୟରେ ଖେଳାଯିବ । ଯଦିଓ ରଜତ ପଟିଦାର ଆରସିବିର ଅଧିନାୟକ ରହିଛନ୍ତି ତଥାପି କୋହଲି ଅଧିକ ଫ୍ୟାନ ରହିଛନ୍ତି । ଏଣୁ ଆଜିର ମ୍ୟାଚଟି ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ।

https://twitter.com/incricketteam/status/1903402224237072625?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1903402224237072625%7Ctwgr%5E806a717fa3e2af9f5387e7ba2a82cc95f8fba3b9%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Fsports%2Fcricket-news%2Fkkr-vs-rcb-live-score-ipl-2025-match-scorecard-online-at-eden-gardens-kolkata-in-hindi-3188983.html

ବନ୍ଧାହେଲେ ନିଲମ୍ବିତ ପିଇଓ ଦେବାନନ୍ଦ ସାଗର

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ନିଲମ୍ବିତ ପିଇଓ ଦେବାନନ୍ଦ ସାଗର ଗିରଫ। ପଞ୍ଚାୟତକୁ ଆସିଥିବା ୩ କୋଟି ୨୬ ଲକ୍ଷ ଟଙ୍କାକୁ ସରପଞ୍ଚଙ୍କ ନକଲି ଦସ୍ତଖତରେ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ। ଅର୍ଥ ଆତ୍ମସାତ ନେଇ  ଭିଜିଲାନ୍ସ ରେଡ୍ କରିଥିଲା।୨୦୧୬ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ଥୁଆମୂଳ ରାମପୁର ବ୍ଲକର ତଲନାଗି ପଞ୍ଚାୟତରେ ପିଇଓ ଭାବେ ଚାକିରି ଆରମ୍ଭ କରିଥିଲେ।୨୦୧୮ ମସିହାରେ ପୋଡ଼ାପଦର ପଂଚାୟତର ପିଇଓ ଭାବେ  ଅତିରିକ୍ତ ଦାୟିତ୍ଵ ନେଇଥିଲେ।ସେହି ସମୟରେ ଏହି ସରକାରୀ ଟଙ୍କାକୁ ସେ ଆତ୍ମସାତ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି  ୨୦୨୩ ମସିହାରେ ୧ କୋଟି ୪ ଲକ୍ଷ ସରକାରୀ ଟଙ୍କାକୁ ସେ ଆତ୍ମସାତ କରିଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି। ସେହି ସମୟରେ ସେ ବଡ଼ଛତ୍ରଙ୍ଗ, ବିରିକୋଟ ଏବଂ ଲାଞ୍ଜିଗଡ ବ୍ଳକର ପାହାଡ଼ପଦର ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିଲେ। ଏହି ଉଭୟ ଘଟଣାରେ ତାଙ୍କ ନାଁରେ ଦୁଇଟି ପୃଥକ୍ ଭାବେ କୋରାପୁଟ ଭିଜିଲାନ୍ସ ମାମଲା ରୁଜୁ କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଭବାନୀପାଟଣାକୁ ଚାଲାଣ କରିଛି। କ୍ରକେଟରେ ଜୁଆ ଖେଳିବା ଲାଗି ସେ ଏହି ଟଙ୍କା ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡିଛି।

ଏହି ଉପାୟରେ ବର୍ଷେ ରେଳବାଇକୁ ଠକି ଯାତ୍ରା କରୁଥିଲେ ଜଣେ ଯାତ୍ରୀ, କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ନନ୍ଦିଘୋଷ ବ୍ୟୁରୋ: ରେଲଓ୍ବେ ଆମ ଦେଶର ସମ୍ପତ୍ତି । ତେବେ ଆମେ ଯେବେ ମଧ୍ୟ ରେଳରେ ଯାତ୍ରା କରିଥାଉ ପ୍ରଥମେ ଟିକେଟ ନେଇ ଯାତ୍ରା କରିଥାଉ । କାରଣ ମନରେ ଭୟ ଥାଏ କି ବିନା ଟିକେଟରେ ଯାତ୍ରା କଲେ କାଳେ ଟିଟିଆଇଙ୍କ ହାତରେ ଧରା ପଡ଼ିଯିବା କି ? ଟଙ୍କାରଠାରୁ ବେଶ କଷ୍ଟ ଦେଇଥାଏ ସମସ୍ତଙ୍କ ଆଗରେ ଟିଟିଆଇଙ୍କ କଥା । ଏହି ଭୟରେ ପ୍ରାୟ ଲୋକ ଟିକେଟ କରି ଟ୍ରେନରେ ଯାତ୍ରା କରିଥାନ୍ତି । ମାତ୍ର ଏମିତି କିଛି ଯାତ୍ରୀ ଅଛନ୍ତି ଯେଉଁମାନେ ବିନା ଟିକେଟରେ ଯାତ୍ରା କରନ୍ତି । ତେବେ ସେମିତି ଜଣେ ଯାତ୍ରୀଙ୍କ କାହାଣୀ ସାମ୍ନାକୁ ଆସିଛି । ଯିଏକି ଏକ ଅଭିନବ ଉପାୟରେ ବର୍ଷେ କାଳ ରେଳବାଇକୁ ଠକି ଆସୁଥିଲେ । ଆଉ ଏହି ଟ୍ରେନ ଟିକେଟ ଟଙ୍କାରେ ୧.୬ ଲକ୍ଷ ଟଙ୍କା ସଞ୍ଚୟ ମଧ୍ୟ କରିଛନ୍ତି ।

ଏହି କାହାଣୀ ଜାଣିବା ପରେ, ଆପଣଙ୍କ ମନରେ ଏକ ପ୍ରଶ୍ନ ଉଠୁଥିବ ଯେ ଜଣେ ଏପରି କାମ କିପରି କରିପାରିବ ଏବଂ ରେଳବାଇ ଏହି ବ୍ୟକ୍ତିଙ୍କ ପ୍ରତି କାହିଁକି କିଛି କରିପାରୁନାହିଁ? ଆମେ ବ୍ରିଟେନର ଜଣେ ବାସିନ୍ଦା ଏଡ୍ ୱାଇଜ୍ ବିଷୟରେ କହୁଛୁ, ଯିଏ ନିଜର ବୁଦ୍ଧିକୁ ଏପରି ଭାବରେ ବ୍ୟବହାର କରି ଟ୍ରେନରେ ମାଗଣାରେ ଯାତ୍ରା କରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୯ ବର୍ଷୀୟ ଏଡ୍ ପେଶାରେ ଜଣେ ପର୍ସନାଲ ଫାଇନାନ୍ସ ରାଇଟର। ସେ ନିଜର କାମ ପାଇଁ ଟ୍ରେନରେ ବାରମ୍ବାର ଯାତ୍ରା କରିଥାନ୍ତି । ତେବେ ଟ୍ରେନ ବିଳମ୍ବ ହେବାର ସମୟକୁ ସେ ଭଲଭାବେ ପଢ଼ିଥିଲେ ଆଉ ଜାଣିଥିଲେ । ଯାହାକୁ ବ୍ୟବହାର କରି ସେ ଯାତ୍ରା କରୁଥିଲେ ସୁଦ୍ଧା ଟଙ୍କା ଫେରସ୍ତ ପାଉଥିଲେ । ସେ ଏପରି ଭାବେରେ ଟିକେଟ ବୁକିଂ କରୁଥିଲେ କି, ଯେଉଁ ଟ୍ରେନ ବିଳମ୍ବରେ ହିଁ ଆସିବ । ଏପରି ଭାବରେ ସେ ଯାତ୍ରା କରିବା ସାଙ୍ଗକୁ ଟଙ୍କା ମଧ୍ୟ ଫେରସ୍ତ ପାଉଥିଲେ । ପ୍ରଥମେ ସେ ୨୦୨୩ ମସିହାରେ ଟଙ୍କା ଫେରସ୍ତ ପାଇଥିଲେ । ଏହାପରଠାରୁ ସେ ଏହି ପଦ୍ଧତିକୁ ଆପଣାଇ ପାଖାପାଖି ଲକ୍ଷେ ୬୦ ହଜାରରୁ ଅଧିକ ଟଙ୍କା ସଞ୍ଚୟ କରିଥିବା କୁହାଯାଉଛି ।