spot_img
Home Blog Page 930

ଜହଁରା ନଦୀ ବଞ୍ଚାଅ ଆନ୍ଦୋଳନ କରିବେ ବିଜେଡି ନେତା

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସୀମାନ୍ତରେ ଜହଁରା ନଦୀ ବଞ୍ଚାଅ ଆନ୍ଦୋଳନ କରିବେ ବିଜେଡି ନେତା। ପୂର୍ବତନ ବିଜେଡି ବିଧାୟକ ରବି ନନ୍ଦଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯିବ। ଛତିଶଗଡ ସମସ୍ତ ନିୟମକୁ ଉଲ୍ଲଂଘନ କରି ନଦୀ ମୁହାଣରେ ବାଲି ବସ୍ତା ପକାଇ ଏକ ତରଫା ଭାବେ ନିଜ ଅଞ୍ଚଳକୁ ପାଣି ଟାଣି ନେଇଛି। ପାଣି ନଆସିବାରୁ ପ୍ରଭାବିତ ହେଉଛନ୍ତି ଚାଷୀ। ନଦୀ ଉପରେ ନିର୍ଭର କରୁଥିବା କୋଟପାଡ଼ ବ୍ଲକର ୮ଟି ପଞ୍ଚାୟତର ଚାଷୀଙ୍କ ଉଠା ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡିଛି।

ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଙ୍ଘାତିକ ସତ, ଜଣା ପଡ଼ିଲା କେତେ ନୃଂଶସ ହୋଇଥିଲେ ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ମେରଟର ହତ୍ୟା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଏବଂ ଡ୍ରମରେ ରଖିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବାବେଳେ ଏଥିରୁ ଜଣା ପଡ଼ିଛି କି, କିଭଳି ଭାବେ ନୃଂଶସ ହୋଇଥିଲେ ସ୍ତ୍ରୀ ମୁସକାନ ଏବଂ ତାଙ୍କ ପ୍ରେମିକ । ସେମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଶରୀରକୁ ଖଣ୍ଡ ଖଣ୍ଡ କରିଥିବାବେଳେ ମୁଣ୍ଡରୁ ଗଣ୍ଡରୁ ଅଲଗା କରିଥିଲେ । ଆଉ ଛଟପଟ ହୋଇ କଷ୍ଟ ପାଇଥିଲେ ସୌରଭ । ଏମିତି କିଛି କଷ୍ଟ ଦାୟକ ଖବର ସାମ୍ନାକୁ ଆସିଛି ।

ପୋଷ୍ଟମର୍ଟମ ରିପୋର୍ଟରେ ରହିଛି କି, ବେକ ପାଖରେ ଗଭୀର କ୍ଷତ ହୋଇଛି । ଉଭୟ କାନ ପାଖରେ ମଧ୍ୟ କଟା ଯାଇଛି । ଛାତିରେ ମଧ୍ୟ ଗଭୀର କ୍ଷତ ରହିଥିବାବେଳେ ମୁଣ୍ଡରୁ ଗଣ୍ଡିକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରାଯାଇଥିଲା । ତେବେ ଏହି ଦୁଃଖଦ ଏବଂ ହୃଦୟ ବିଦାରକ ଖବର ଯିଏବି ଶୁଣୁଛି ସେ ଏହାକୁ ନିନ୍ଦା କରୁଛି ।

ତେବେ କହି ରଖୁଛୁ କି, ସୌରଭଙ୍କ ପତ୍ନୀ ମୁସକାନ ଏବଂ ତାଙ୍କ ପ୍ରେମିକ ସାହିଲ ମିଶି ଅତି ନୃଂଶସ ଭାବେ ହତ୍ୟା କରିଥିଲେ । ନିଶାରେ ଉଭୟ ସବୁବେଳେ ଚୁର ରହୁଥିଲେ । ଛାଡ଼ପତ୍ର ଦେବାକୁ ମନା କରିବାରୁ ସେମାନେ ହତ୍ୟା କରିଥିବା କହିଛନ୍ତି । ସୌରଭ ମନା କରିବାରୁ ତାଙ୍କୁ ମାରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ଡ୍ରମରେ ରଖି ସିମେଣ୍ଟ ଦେଇ ପ୍ୟାକ୍ କରି ଦେଇଥିଲେ । ତେବେ ତାଙ୍କ ଝିଅ ଏହାକୁ ଦେଖିଥିଲେ । କୁନି ଝିଅଟି ପରେ ଏସମ୍ପର୍କରେ କହିଥିବାବେଳେ ପଡ଼ୋଶୀ ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇ ଅନେକ ତଥ୍ୟ ସାମ୍ନାକୁ ଆଣିଛି ।

ରୋଷେଇ କରୁଥିବା ସମୟରେ ଘଟିଛି ଅଘଟଣ : ଗ୍ୟାସ୍ ନିଆଁରେ ଜଳିଗଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ଗ୍ୟାସରେ ରୋଷେଇ କରୁଥିବା ସମୟରେ ଘଟିଛି ଅଘଟଣ। ଗ୍ୟାସ୍ ନିଆଁରେ ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ନିଆଯାଇଥିଲା ସେଠାରେ ତାଙ୍କର ଅବସ୍ଥା ସାଙ୍ଘାତିକ ହେବାରୁ ପରେ ତାଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଂଚାୟତ ବାଲିଆ ଗ୍ରାମର ଝିଲି ସ୍ବାଇଁ। ଝିଲି ଗ୍ୟାସରେ ନିଜ ଘରେ ରୋଷେଇ କରୁଥିବା ସମୟରେ ହଠାତ ତାଙ୍କ ଲୁଗାରେ ନିଆଁ ଲାଗି ତାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଛି।

 

 

ଅକ୍ସନରେ ହୋଇଥିଲେ ଅନସୋଲ୍ଡ, ଏବେ ବଦଳିବ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ମେଗା ଅକ୍ସନରେ ବିକ୍ରି ହୋଇନଥିଲେ ଭାରତୀୟ ଦ୍ରୁତ ବୋଲର ସାର୍ଦ୍ଧୁଲ ଠାକୁର । ତେବେ ଏବେ ତାଙ୍କ ଭାଗ୍ୟ ବଦଳିବ ବୋଲି କୁହାଯାଉଛି । ଲକ୍ଷ୍ନୌ ସୁପର ଜାଏଣ୍ଟ ପକ୍ଷରୁ ସେ ଖେଳିବେ ବୋଲି କୁହାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ଏବେ ସେ ଲକ୍ଷ୍ନୌ ଟିମ ସହ ନଜର ଆସିଛନ୍ତି । ତେବେ ମୋହସିନ ଖାନଙ୍କ ବଦଳରେ ସେ ଦଳରେ ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି ।

ଲକ୍ଷ୍ନୌ ଏବେ ଚିନ୍ତାରେ ରହିଛି । କାରଣ ଦଳ ବିଶାଖାପାଟଣାମରେ ପହଞ୍ଚିଥିବାବେଳେ ଆସନ୍ତାକାଲି ନିଜର ପ୍ରଥମ ମ୍ୟାଚ ଖେଳିବ । ମାତ୍ର ମ୍ୟାଚ ପୂର୍ବରୁ ଖବର ଆସିଛି କି, ଦଳର ୪ ଜଣ ଖେଳାଳି ଏବେ ଆହତ ଅଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୪ ଜଣ ଯାକ ପେସର ବୋଲର । ଏଣୁ ଦଳ ସାର୍ଦ୍ଧୁଲ ଠାକୁରଙ୍କ ଦଳରେ ସ୍ଥାନ ଦେଇପାରେ । ଅଭ୍ୟାସ ଶିବିରରେ ସାର୍ଦ୍ଧୁଲଙ୍କୁ ଦେଖିବାକୁ ମିଳିଥିବାବେଳେ ଯଦି ୪ ଜଣ ପେସର ବୋଲର କେହି ଫିଟ୍ ନହୁଅନ୍ତି ତାହେଲେ ଏମାନଙ୍କ ସ୍ଥାନରେ ସେ ସ୍ଥାନ ପାଇବେ ।

ଗାଡ଼ିରେ ଆସିଲେ, କୁକୁରକୁ ହାଣି ପଳାଇଲେ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: କୁକୁରକୁ ନିର୍ମମ ଭାବେ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଗାନ୍ଧୀନଗର ସପ୍ତମ ଲାଇନ ରାସ୍ତାରେ । ଗତ ଶନିବାର ଦିନ ଗୋଟିଏ ସ୍କୁଟିରେ ୩ଜଣ ଯୁବକ ଆସି ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁକୁରକୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏଭଳି ଘଟଣାକୁ ପଶୁପ୍ରେମୀମାନେ ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା : ବଇରୀ ସାଜିଲା କାଳବୈଶାଖୀ, ଉଜାଡି ଦେଲା ମୁଗ ଫସଲ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା। କାଳ ବୈଶାଖୀ ବର୍ଷା, ପବନ ଉଜାଡି ଦେଲା ରବି ଫସଲ। । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଘଟଣା। କିଛି ଦିନ ତଳେ ଟମାଟୋ ଚାଷ ନଷ୍ଟ ହୋଇଥିବା ବେଳେ ବର୍ତମାନ କାଳବୈଶାଖୀ ଉଜାଡି ଦେଇଛି ରବି ଫସଲ । ଏକର ଏକର ମୁଗଫସଲ ଶହ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଚଳିତ ବର୍ଷ ଦେବୀ ନଦୀ ଅବବାହିକା ଶହ ଅସ୍ତରଙ୍ଗ ଅଞ୍ଚଳ ବେଗୁନିଆବସ୍ତ, ନଈଗୁଆଁ, ଓସ୍ତପୁର, ଝାରିଆ ସମେତ ବିଭିନ୍ନ ଗାଁରେ ହେକ୍ଟର ହେକ୍ଟର ବିଲରେ ମୁଗ ଚାଷ କରିଥିଲେ । ଅଧିକାଂଶ ଚାଷୀ ଅନ୍ୟ ଜାଗାକୁ ଲିଜ ଆକାରରେ ଆଣି ଋଣ କରି ଚାଷ କରିଥିଲେ । କାଳ ବୈଶାଖୀ ବର୍ଷା ପାଈଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଉପୁଡ଼ା ହୋଇନଥିବା ମୁଗ ଛୁଇଁରେ ପାଣି ପଶି ଯିବାରୁ ସେଥିରୁ ଗଜା ବାହାରିଲାଣି । ବିଲରୁ ପାଣି ନିଷ୍କାସନ ହେବାରେ ମଧ୍ୟ ସମୟ ଲାଗିବ। ଆଗକୁ ଆଉ ବର୍ଷା ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଋଣ କରି ଫସଲ କରିଥିବା ଚାଷୀ କିଭଳି ଭାବେ ଋଣ ପ୍ରରିଷୋଧ କରିବେ ସନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଜଗତସିଂହପୁର-ଜନତାକୋଠି ବହି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ଜନତାକୋଠି ବହି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ବୁକ ଆଣ୍ଡ ସାହୁ ଏଜେନ୍ସି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଯାଉଛି । ସେପଟେ ବାଲିକୁଦା ପୋଲିସର ଘଟଣାର ତଦନ୍ତ ଜାରି ରହିଛି ।

ବରୀ ପୋଲିସକୁ ସଫଳତା, ବିପୁଳ ପରିମାଣର ମଦ ଜବତ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ ପୋଲିସକୁ ସଫଳତା । ବିପୁଳ ପରିମାଣର ଦେଶୀ, ବିଦେଶୀ ଚୋରା ମଦ ଜବତ କରିଛି ବରୀ ପୋଲିସ । ନାଥପୁର ଅଞ୍ଚଳରେ ଚୋରା ମଦ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗତକାଲି ବରୀ ପୁଲିସର ଏକ ଟିମ ନାଥପୁର ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି । ବରୀ ପୋଲିସ ଗତକାଲି ସନ୍ଧ୍ୟାରେ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମଦ ଜବତ କରିଛି ।   ବ୍ୟବସାୟୀ ଦୁଇଜଣ ଧାରପୁର ଅଞ୍ଚଳର ହୋଇଥିବା ବେଳେ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟ କରୁଥିଲେ ।

ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼

ନନ୍ଦିଘୋଷ ବ୍ୟୁରୋ: ଶିଶୁ ମନ୍ଦିର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ସମ୍ବଲପୁର ସ୍ଥିତ ଏକ ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଛି । ଶିକ୍ଷକ ରଶ୍ମି ରଂଜନ ନାୟକ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆହତ ଛାତ୍ରଙ୍କୁ ମେଡିକାଲରେ ଚିକିତ୍ସିତ ହେବାକୁ ପଡ଼ିଛି । ଏନେଇ ଛାତ୍ରଙ୍କ ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷକ ରଶ୍ମି ରଂଜନ ନାୟକ ପାଖାପାଖି ୧୦ରୁ ଅଧିକ ଛାତ୍ରଙ୍କୁ ମାଡ ମାରିଥିବା ଛାତ୍ର କହିଛନ୍ତି ।

ସୁଶାନ୍ତ ସିଂଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ, ଜାଣନ୍ତୁ CBIର କ୍ଲୋଜର ରିପୋର୍ଟରେ ରହିଛି କଣ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପାଞ୍ଚ ବର୍ଷ ପରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ମାମଲାର ତଦନ୍ତ ସମୟରେ, ସିବିଆଇ ହତ୍ୟାର କୌଣସି ପ୍ରମାଣ ପାଇଲା ନାହିଁ। କ୍ଲୋଜର ରିପୋର୍ଟରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ସିବିଆଇ ତଦନ୍ତରେ ରିଆ ଚକ୍ରବର୍ତ୍ତୀଙ୍କୁ କ୍ଲିନ୍ ଚିଟ୍ ମିଳିଛି। ସୁଶାନ୍ତ ସିଂହ ରାଜପୁତ ଜୁନ୍ ୨୦୨୦ରେ ଆତ୍ମହତ୍ୟା କରିଥିଲେ।

ଏହି ମାମଲାରେ ଦୁଇଟି ପୃଥକ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପା ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ କରିଥିବା ଅଭିଯୋଗ ଏବଂ ସୁଶାନ୍ତଙ୍କ ପରିବାର ବିରୋଧରେ ରିଆଙ୍କ ଅଭିଯୋଗ ଉଭୟ ମାମଲାରେ ଏକ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ପ୍ରଥମ କ୍ଲୋଜର ରିପୋର୍ଟ ମୁମ୍ବାଇରେ ଦାଖଲ କରାଯାଇଥିବା ବେଳେ ଦ୍ୱିତୀୟ କ୍ଲୋଜର ରିପୋର୍ଟ ପାଟନାରେ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପାଙ୍କ ଦ୍ୱାରା ଗୋଟିଏ ମାମଲା ଦାୟର କରାଯାଇଥିଲା, ଯାହା ଅଭିନେତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ସହିତ ଜଡିତ, ଯେତେବେଳେ ଦ୍ୱିତୀୟ ମାମଲା ସୁଶାନ୍ତଙ୍କ କଥିତ ପ୍ରେମିକା ରିଆ ଚକ୍ରବର୍ତ୍ତୀ ତାଙ୍କ ଭଉଣୀମାନଙ୍କ ବିରୁଦ୍ଧରେ ଦାୟର କରିଥିଲେ।

ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତିସିବିଆଇ

ରିପୋର୍ଟ ଏବଂ ସୂତ୍ର ଅନୁସାରେ, ରିଆ ଏବଂ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦିଆଯାଇଛି। ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ କେହି ପ୍ରବର୍ତ୍ତାଇଥିଲେ ବୋଲି ପ୍ରମାଣିତ କରିପାରିବା ଭଳି କୌଣସି ପ୍ରମାଣ ସିବିଆଇ ପାଇନାହିଁ। ଅର୍ଥାତ୍ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ଏବେ କୋର୍ଟ ନିଷ୍ପତ୍ତି ନେବେ ଯେ ରିପୋର୍ଟକୁ ଗ୍ରହଣ କରିବେ ନା ଏଜେନ୍ସିକୁ ଅଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବେ।