ନନ୍ଦିଘୋଷ ବ୍ୟୁରୋ: କାଲି ବ୍ରତଘର, ଆଜି ମଙ୍ଗଳକୃତ୍ୟ । ଅଟୋରେ ଗଳି ପଡ଼ିଲା ସୁନା, କିନ୍ତୁ ୨୪ ଘଣ୍ଟାରେ ମିଳିଲା ମିଳିଲା । ସୌଭାଗ୍ୟ ନଗରରୁ ଚୋରି ହୋଇଥିବା ସୁନାକୁ ଉଦ୍ଧାର କରିବା ସହ ଚୋର କୁ ଧରିଛି ଖଣ୍ଡଗିରି ଥାନା ପୋଲିସ। ସିସିଟିଭି ଆଧାରରେ ଚୋର କୁ ଧରିଛି କମିଶନରେଟ ପୋଲିସ । ସୂଚନା ମୁତାବକ ଝିଲି ଦାସ ନାମ୍ନୀ ଜଣେ ମହିଳା ସିଆର୍ପି ଛକରୁ ପୁଅ ବ୍ରତଘର ପାଇଁ ସୁନା ଅଳଙ୍କାର, ଡ୍ରେସ ଅନ୍ୟ ଦାମୀ ସାମଗ୍ରୀ ଧରି ଅଟୋରେ ଆସୁଥିଲେ । ପାଖରେ ଥିଲା ୨ ଶହ ଗ୍ରାମ ସୁନା ଅଳଙ୍କାର । ଫାୟାର ଷ୍ଟେସନରୁ ସୌଭାଗ୍ୟ ନଗର ଆସିବା ବାଟରେ ସୁନା ଥିବା ବ୍ୟାଗ ଟି ଖସିପଡିଥିଲା। ଏ ନେଇ ଜାଣିପାରିବା ପରେ ସଂପୃକ୍ତ ଅଟୋ ଡ୍ରାଇଭର ଙ୍କୁ ଯୋଗାଯୋଗ କରିଥିଲେ ମହିଳା ଜଣଙ୍କ । କିନ୍ତୁ ସେ ମାନିନଥିଲେ । ସାଙ୍ଗରେ ଥିବା ୪୪ ହଜାର ନଗଦ ଟଙ୍କା ମଧ୍ୟ ଖସିପଡିଥିଲା । ଯାହାକୁ ନେଇ ଥାନାରେ ଏତଲା ଦେଇଥିଲେ ମହିଳା ଜଣଙ୍କ । ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଏକ ଟିମ ସିସିଟିଭି ଯାଞ୍ଚ କରିଥିଲା । ଓ ପରେ ଜାଣିଥିଲା ଯେ ସେହି ଅଟୋ ନୁହେଁ, ବରଂ ବ୍ୟାଗ ଖସିପଡିବା ପରେ ଆଉ ଏକ ଅଟୋ ଡ୍ରାଇଭର ସେହି ବ୍ୟାଗ ନେଇଯାଇଥିଲା । ଅଧିକ ତଦନ୍ତ ପରେ ଅଟୋ ଡ୍ରାଇଭର ପ୍ରକାଶ କୁମାର ସାହୁଙ୍କୁ ଗିରଫ କରାଯାଇଛି । ଥାନାଧିକାରୀଙ୍କ ସହ ତଦନ୍ତ ପ୍ରକ୍ରିୟା ରେ ସାମିଲ ଥିବା ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ଡିସିପି ।
ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍ । ଟାଉନ ଥାନା ମିଲିଟାରୀ ଲାଇନ ସ୍ଥିତ ରହୁଥିବା ପାକିସ୍ତାନ ମହିଳାଙ୍କୁ ନୋଟିସ୍ । ପାକିସ୍ତାନ ମହିଳା ଜଣକ ହେଲେ ମିଲିଟାରୀ ଲାଇନ ବଡ ମସଜିଦ ସାହିର ରାହିମା ଆରା । ରାହିମା ଦୀର୍ଘ ୨୫ ବର୍ଷ ହେଲା ଓଡ଼ିଶାରେ ରହି ଆସୁଛନ୍ତି । କିଛି ବର୍ଷ ପୂର୍ବେ ରାହିମାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି । ରାହିମାଙ୍କ ତିନି ଝିଅ ଥିବା ବେଳେ ସେ ଟାଟା ନଗରରେ ଥିବା ନିଜର ଝିଅ ଜ୍ବାଇଁ ପାଖରେ ରହୁଛନ୍ତି। ବ୍ରହ୍ମପୁରରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ରାହିମା ପାକିସ୍ତାନୀ ଥିବା ବେଳେ ତାଙ୍କ ସ୍ବାମୀ ଭାରତୀୟ ଥିଲେ । ବିବାହ ପରେ ରାହିମା ନିଜ ସ୍ବାମୀଙ୍କ ସହ ଭାରତ ଆସିଥିଲେ । ଭାରତରେ ଅବସ୍ଥାନ କରିବାକୁ ତାଙ୍କ ନିକଟରେ ଥିବା ଭିସା ଓ ଏହାର ଅବଧି ସମ୍ବନ୍ଧରେ ପୋଲିସ ଯାଞ୍ଚ କରୁଛି।
ଭାରତ ନେଉଛି ପ୍ରତିଶୋଧ, ଗୋଟିଏ ସପ୍ତାହରେ ପାକିସ୍ତାନର ୭୦ ହଜାର କୋଟିର କ୍ଷତି !
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ରହିଥିବା ବାରମ୍ବାର ଦାବି କରାଯାଉଥିବାବେଳେ କଡ଼ା ପଦକ୍ଷେପ ନତଆଯାଉ ବୋଲି ଦେଶବାସୀ ଚାହୁଁଛନ୍ତି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଏଭଳି ଦାବି କରାଯାଉଛି । ତେବେ କଥାରରେ ଅଛି କି, ହାତରେ ନହେଲା ନାହିଁ ଭାତରେ ମାରିବାକୁ ପଡ଼ିବ । ଠିକ ସେହିପରି ଭାରତର ବଡ଼ ନିଷ୍ପତ୍ତି ପାଇଁ ଶତ୍ରୁ ଦେଶ ପାକିସ୍ତାନର ୭୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ପାକିସ୍ତାନ ବିରୋଧରେ ଭାରତ ନେଇଥିବା ବିଭିନ୍ନ ପଦକ୍ଷେପ ସିଧା ସଳଖ ପାକିସ୍ତାନର ଷ୍ଟକ ମାର୍କେଟ ଉପରେ ପଡ଼ିଛି । ଯାହାଦ୍ବାରା ପାକିସ୍ତାନର ୭୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ଏହି ସମୟ ମଧ୍ୟରେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ୪.୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ମଙ୍ଗଳବାର ମଧ୍ୟ, KSE100 ରେ 1100 ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ବିପରୀତରେ, ଭାରତର ସେୟାର ବଜାରରେ ବୃଦ୍ଧି ଘଟିଛି ।
ପାକିସ୍ତାନର ଷ୍ଟକ୍ ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ହ୍ରାସ ପରିଲକ୍ଷିତ ହେଉଛି। ପାକିସ୍ତାନର ଷ୍ଟକ୍ ବଜାରର ମୁଖ୍ୟ ସୂଚକାଙ୍କ କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ଅପରାହ୍ନ ୧:୪୦ ରେ ୧୦୦ ପଏଣ୍ଟ ହ୍ରାସ ପାଇ ୧୧୪,୦୦୭.୪୦ ପଏଣ୍ଟରେ କାରବାର କରୁଥିଲା। ବିଶେଷ କଥା ହେଉଛି ଯେ ବାଣିଜ୍ୟ ଅଧିବେଶନ ସମୟରେ KSE 100 1130.78 ପଏଣ୍ଟ ହ୍ରାସ ପାଇ 112,935.57 ପଏଣ୍ଟରେ ପହଞ୍ଚିଥିଲା। ଗୋଟିଏ ଦିନ ପୂର୍ବରୁ ମଧ୍ୟ, KSE 100 ରେ ହ୍ରାସ ଦେଖାଯାଇଥିଲା। ଗୋଟିଏ ସମୟରେ, KSE ଲାଭ ସହିତ କାରବାର କରୁଥିଲା। କିନ୍ତୁ ଦିନର ଶୀର୍ଷରେ ପହଞ୍ଚିବା ପରେ, କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ଏକ ପ୍ରତିଶତରୁ ଅଧିକ ହ୍ରାସ ସହିତ ବନ୍ଦ ହୋଇଥିଲା। ବିଶେଷଜ୍ଞଙ୍କ ମତରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ପାକିସ୍ତାନ ଷ୍ଟକ୍ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ପହଲଗାମ ଆକ୍ରମଣ ପରେ ଗତ ଗୋଟିଏ ସପ୍ତାହ ମଧ୍ୟରେ, ପାକିସ୍ତାନର ସେୟାର ବଜାରରେ ବହୁତ କ୍ଷତି ହୋଇଛି। ୨୨ ଏପ୍ରିଲରେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜର ବଜାର ମୂଲ୍ୟ $୫୨.୮୪ ବିଲିୟନ ଥିଲା। ଯାହା ୨୯ ଏପ୍ରିଲରେ KSE ୧୦୦ର ସର୍ବନିମ୍ନ ସ୍ତରକୁ ପହଞ୍ଚିବା ପରେ ୫୦.୩୯ ବିଲିୟନ ଡଲାରକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ପାକିସ୍ତାନର ଷ୍ଟକ୍ ବଜାର ୨.୪୫ ବିଲିୟନ ଡଲାରର କ୍ଷତି ସହିଛି। ଯଦି ଆମେ ଏହାକୁ ପାକିସ୍ତାନୀ ଟଙ୍କାରେ ଗଣନା କରିବା, ତେବେ ପ୍ରାୟ 70 ହଜାର କୋଟି ଟଙ୍କାର କ୍ଷତି ହେବ।
ଦିନେ ଡ୍ରେସିଂ ରୁମରେ କାନ୍ଦୁଥିଲେ, ଆଜି ବୋଲରଙ୍କୁ କନ୍ଦାଉଥିବା ବୈଭବଙ୍କ ସଫଳତା ପଛର କାହାଣୀ..
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ସିଜିନ ବେଶ ରୋମାଞ୍ଚକ ହେବାରେ ଲାଗିଛି । ଗୁଜୁରାଟ ଜାଏଣ୍ଟ୍ସ ବିପକ୍ଷରେ ୩୮ ବଲରେ ଶତକ ମାରିଥିଲେ । ଯେଉଁଥିରେ ୧୧ ଛକା ଏବଂ ୭ ଚୌକା ସାମିଲ ରହିଛି । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଏଭଳି ପ୍ରଦର୍ଶନ ପରେ ସାରା ବିଶ୍ବ ଏବେ ତାଙ୍କର ଫ୍ୟାନ ପାଲଟି ଯାଇଛନ୍ତି । ଯୁବ ପ୍ରତିଭାଙ୍କ ଖେଳ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଯେଉଁଥି ପାଇଁ ସମସ୍ତେ ତାଙ୍କ ଲାଗି ଷ୍ଟାଟସ ରଖୁଥିବା ମଧ୍ୟ ନଜର ଆସୁଛି । ତେବେ ଏହି ପ୍ରତିଭାଙ୍କ ସଫଳତା ପଛରେ ଭିଭିଏସ ଲକ୍ଷ୍ମଣଙ୍କ ବହୁତ ବଡ଼ ଅବଦାନ ରହିଥିବା ଶୁଣିବାକୁ ମିଳୁଛି । ପ୍ରଥମେ ଲକ୍ଷ୍ମଣ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣି ସୁଯୋଗ ଦେଇଥିଲେ । ଆଉ ଏବେ ତାଙ୍କ ପ୍ରଦର୍ଶନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ଦିନେ ସେ ଡ୍ରେସିଂ ରୁମରେ ବସି କାନ୍ଦୁଥିଲେ । କିନ୍ତୁ ଏବେ ବିଶ୍ବର ବଡ଼ ବଡ଼ ବୋଲରଙ୍କୁ କନ୍ଦାଉଛନ୍ତି । ବିଶ୍ବର ବଡ଼ ବଡ଼ ବୋଲରଙ୍କ ବଲରେ ଛକା, ଚୌକା ମାରି ଧରାଶାୟୀ କରୁଛନ୍ତି । ତେବେ ବିହାରରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟ ବୈଭବ ଚମତ୍କାର ପ୍ରଦର୍ଶନ କରିଥିଲେ । ଯେଉଁ ମ୍ୟାଚକୁ ଦେଖିଥିବା ଭିଭିଏସ ଲକ୍ଷ୍ମଣ । ଏହାପରେ ତାଙ୍କୁ ଅଣ୍ଡର-୧୯ ଦଳରେ ସାମିଲ କରିବାକୁ ସୁପାରିଶ କରିଥିଲେ । ଏପରିକି ତାଙ୍କ ଦଳରେ ସାମିଲ କରାଯାଇଥିଲା । ଆଉ ସେ ମାତ୍ର ୩୬ ରନ କରି ଆଉଟ୍ ହୋଇଥିଲେ । ଆଉ ଆଉଟ୍ ହେବା ପରେ ସେ ଡ୍ରେସିଂ ରୁମରେ ବସିକାନ୍ଦୁଥିଲେ । ଆଉ ତାଙ୍କୁ ଦେଖି ଲକ୍ଷ୍ମଣ ବୁଝାଇଥିଲେ । କହିଥିଲେ କି, ଆମେ ଚାହୁଁଛୁ ଯେଉଁ ଖେଳାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳି ପାରିବ ସେମିତି ଚୟନ କରୁଛୁ । ଆଉ ରାଜସ୍ଥାନ ରୟାଲ୍ସ ଦଳରେ ତାଙ୍କୁ ସାମିଲ କରିବା ଲାଗି ଦ୍ରାବିଡଙ୍କ ସହ କଥା ହୋଇଥିଲେ ଲକ୍ଷ୍ମଣ । ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିଲେ । ସାମସନ ଆହତ ହେବା ପରେ ତାଙ୍କ ସ୍ଥାନରେ ଖେଳି ଉଚ୍ଚ କୋଟିର ପ୍ରଦର୍ଶନ ଜାରି ରଖିଛନ୍ତି ।
ପେଗାସସ୍ ବିବାଦ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ
ନନ୍ଦିଘୋଷ ବ୍ୟୁରୋ: ପେଗାସସ୍ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ । ଏହା କହିଛନ୍ତି ସୁପ୍ରିମକୋର୍ଟ । ଏ ସଂପର୍କିତ ରିପୋର୍ଟକୁ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ରାସ୍ତାରେ ଦେଶର ସୁରକ୍ଷା ସହିତ ଜଡ଼ିତ ପ୍ରସଙ୍ଗକୁ ଆଲୋଚନା କରାଯାଇପାରିବ ନାହିଁ । ଆମେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛୁ, ତାହା ସମସ୍ତେ ଜାଣନ୍ତି । ପେଗାସସ୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ସୁରକ୍ଷା ପାଇଁ ସ୍ପାଏୱାୟାର ବ୍ୟବହାର କରିବା ଭୁଲ ନୁହେଁ, ଯଦି ଏହା ନାଗରିକଙ୍କୁ ଟାର୍ଗେଟ କରୁନଥାଏ । କୋର୍ଟ ସ୍ପଷ୍ଟ କରିଛନ୍ତି, ରିପୋର୍ଟର ବିବରଣୀ ସାର୍ବଜନୀନ କରାଯାଇପାରିବ ନାହିଁ କାରଣ ଏହା ଦେଶର ସୁରକ୍ଷା ଏବଂ ସାର୍ବଭୌମତ୍ୱ ସହିତ ଜଡିତ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଇଙ୍ଗିତ କରି କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ “ଆମେ ଯେଉଁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେଉଛୁ” ସେଥିପାଇଁ ସତର୍କତାର ଆବଶ୍ୟକତା ରହିଛି ।
କୋର୍ଟ କହିଛନ୍ତି, ଯଦି କିଏ ସନ୍ଦେହ କରନ୍ତି, ତାଙ୍କୁ ସ୍ପାଏୱେର୍ ଜରିଆରେ ଟାର୍ଗେଟ କରାଯାଉଛି, ସେ କୋର୍ଟକୁ ଯାଇପାରିବେ। ସେମାନଙ୍କୁ ଏନେଇ ସୂଚନା ଦିଆଯିବ। କିନ୍ତୁ ଦେଶର ସୁରକ୍ଷା ସହିତ ସାଲିସ କରିବା ଉଚିତ୍ ନୁହେଁ। ଯଦି ଏହା ଜଣେ ନାଗରିକ ବିରୋଧରେ ବ୍ୟବହାର କରାଯାଏ, ତା ଉପରେ ବିଚାର କରାଯିବ ବୋଲି ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ପେଗାସସ୍ ମାଧ୍ୟମରେ ଗୁପ୍ତଚର ଅଭିଯୋଗର ସୁପ୍ରିମକୋର୍ଟଙ୍କ ବୈଷୟିକ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ଆବେଦନକାରୀମାନେ ଦାବି କରିଥିଲେ ।
ଇସ୍ରାଏଲରେ ପ୍ରସ୍ତୁତ ପେଗାସସ୍ ଜରିଆରେ ଦେଶର କେତେକ ବଡ଼ ବଡ଼ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବାର ଅଭିଯୋଗ ହୋଇଥିଲା । ଏପରିକି ଏହି ତାଲିକାରେ ରାହୁଲ ଗାନ୍ଧୀ, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସା, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଏବଂ ଅନେକ ସାମ୍ବାଦିକ ଏବଂ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ଼। ସୁପ୍ରିମକୋର୍ଟର ବୈଷୟିକ କମିଟି ଗୁପ୍ତଚର ଅଭିଯୋଗର ତଦନ୍ତ କରିଥିଲା। କମିଟି ଯାଞ୍ଚ କରିଥିବା 29ଟି ଫୋନ୍ରେ ପେଗାସସ୍ର କୌଣସି ପ୍ରମାଣ ପାଇଲା ନାହିଁ, କିନ୍ତୁ ୫ଟି ମୋବାଇଲରେ ମିଳିଥିଲା ମାଲୱେର୍।
ପାକିସ୍ତାନ ହେଉଛି ବିଶ୍ଵର ସବୁଠୁ ବିପଜ୍ଜନକ ଦେଶ : ବୃଶ୍ ରିଡେଲ୍
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ହେଉଛି ବିଶ୍ଵର ସବୁଠୁ ବିପଜ୍ଜନକ ଦେଶ। ଏହା କହିଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ବୃଶ୍ ରିଡେଲ୍। ୨୦୧୧ ଅକ୍ଟୋବରରେ ସେ ଏହି କଥା କହିଥିଲେ। ଏହାର କାରଣ ହେଲା- ପାକିସ୍ତାନରେ ଆତଙ୍କବାଦୀଙ୍କ ପ୍ରଭାବ। ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର କେନ୍ଦ୍ରସ୍ଥଳ। ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ତିଆରି କରିଥିଲା, ସେହି ଆତଙ୍କବାଦୀମାନେ ଏବେ ତାର ନିୟନ୍ତ୍ରଣରେ ନାହାଁନ୍ତି । ନିଜେ ପାକିସ୍ତାନ ମଧ୍ୟ ଆତଙ୍କବାଦରେ ପୀଡ଼ିତ । ବୃଶ ରିଡେଲ କହିଥିଲେ, ଆତଙ୍କବାଦୀଙ୍କ ଆକ୍ରମଣରେ ୩୩ ହଜାରରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ହେଲାଣି । ୫ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଏହା ହେଉଛି ୧୪ ବର୍ଷ ତଳର ତଥ୍ୟ ।
ଏହା ଭିତରେ ଏହି ସଂଖ୍ୟା କାହିଁକି କେତେ ଗୁଣ ବୃଦ୍ଧି ପାଇଛି । ଆତଙ୍କବାଦ ଛଡ଼ା ପାକିସ୍ତାନରେ ସେନାର ଅଧିକ ପ୍ରଭାବ ଅଛି। ଦେଶର ନିର୍ବାଚିତ ସରକାରଙ୍କଠାରୁ ସେନାର କ୍ଷମତା ଅଧିକ। ସେଠାରେ ଶୃଙ୍ଖଳା ନାହିଁ । କେହି କାହା କଥା ଶୁଣନ୍ତି ନାହିଁ । ବିଭିନ୍ନ ଅଞ୍ଚଳ ମଧ୍ୟରେ ଏତେ ପ୍ରଭେଦ ଅଛି ଯେ, ସେମାନେ ବହୁ ଗୋଷ୍ଠୀର ବିଭକ୍ତ । ଆଣବିକ ଅସ୍ତ୍ର ସଂପନ୍ନ ହୋଇଥିଲେ ମଧ୍ୟ ଏହା କେତେବେଳେ ଯେ ଆତଙ୍କବାଦୀଙ୍କ ହାତରେ ପଡ଼ିବ କହିହେବ ନାହିଁ । ଏହି ସବୁ କାରଣରୁ ପାକିସ୍ତାନ ବିଶ୍ଵର ସବୁଠାରୁ ବିପଜ୍ଜନକ ଦେଶ ବୋଲି କହିଥିଲେ ସିଆଇଏର ବୃଶ୍ ରିଡେଲ ।
ପହଲଗାଓଁ ଆକ୍ରମଣରେ ପାକ ଲିଙ୍କ୍ ; ପାକିସ୍ତାନ ସେନାର ପୂର୍ବତନ ଅଧିକାରୀ ମାଷ୍ଟରମାଇଣ୍ଡ
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣରେ ପାକିସ୍ତାନ ଲିଙ୍କ ନେଇ ମିଳିଲା ବଡ଼ ପ୍ରମାଣ । ପହଲଗାଓଁ ଆକ୍ରମଣରେ ପାକିସ୍ତାନର ସେନାର ହିଁ ହାତ ରହିଛି ବୋଲି ପ୍ରମାଣିତ ହୋଇଛି । ପାକ୍ ଆତଙ୍କବାଦୀ ହାସିମ ମୁସା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଗୁଇନ୍ଦା ସୂଚନା ଦେଇଥିବାବେଳେ ଆକ୍ରମଣର ନେଇଥିଲା ପ୍ରଚ୍ଛନ୍ନ ନେତୃତ୍ବ । ହାସିମ ମୁସା ପାକିସ୍ତାନ ସେନାର ଜଣେ ପୂର୍ବତନ ଅଧିକାରୀ ଯିଏ ସ୍ପେଶାଲ ସର୍ଭିସ ଗୃପ-ଏସଏସଜିର ପାରା କମାଣ୍ଡୋ ଥିଲା । ପରେ ସେନାର ପ୍ରରୋଚନାରେ ସେ ଲସ୍କର-ଇ-ତୋଇବା ସଂଗଠନରେ ଯୋଗଦେଇଥିଲା । ସେଠାରେ ରହି ପହଲଗାଓଁ ଆକ୍ରମଣର ନେତୃତ୍ବ ନେବା ସହ ପ୍ଲାନ କାର୍ଯ୍ୟକାରୀ କରିଥିଲା ବୋଲି ଗୁଇନ୍ଦା ଜାଣିପାରିଛି । ସୀମା ପାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାସିମ ମୁସା ଲିପ୍ତ ଥିଲା ବୋଲି ପୂର୍ବରୁ ପ୍ରମାଣିତ ହୋଇଛି ।
ଲଶ୍କର ମୁସାଙ୍କୁ ପହଲଗାଓଁ ପଠାଇଥିଲେ
ସୂତ୍ର ଅନୁସାରେ ହାସିମ ମୁସାଙ୍କୁ ଲସ୍କର-ଏ-ତୈବା ତାଲିମ ଦେଇଥିଲା ଏବଂ ଆକ୍ରମଣ ପାଇଁ କାଶ୍ମୀର ପଠାଯାଇଥିଲା। ମୁସା ତିନିଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ସହାୟତାରେ ଘଟଣା ଘଟାଇଥିଲା। ଅପରାଧ ଘଟାଇବା ପାଇଁ, ମୁସା ଏବଂ ତାଙ୍କ ସାଥୀମାନେ ସେନା ପୋଷାକ ପିନ୍ଧିଥିଲେ, ଯାହା ଫଳରେ କେହି ସନ୍ଦେହ କରିବେ ନାହିଁ । ଜମ୍ମୁ-କାଶ୍ମୀରରେ ପରିବେଶକୁ ଉତ୍ତେଜନାପୂର୍ଣ୍ଣ କରିବା ପାଇଁ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଯାହାଦ୍ବାରା ଜମ୍ମୁ କାଶ୍ମୀରରେ ଅଶାନ୍ତିର ବାତାବରଣ ଖେଳିଯିବ । ଜମ୍ମୁ କାଶ୍ମୀରର ଉପତ୍ୟକାରେ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କ ଉପରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ସୂତ୍ର ଅନୁଯାୟୀ ମୁସାର ଆଇଏସଆଇ ସହିତ ସିଧାସଳଖ ସମ୍ପର୍କ ରହିଛି ଏବଂ ସେମାନଙ୍କ ନିର୍ଦ୍ଦେଶରେ ସେ ଲସ୍କର-ଏ-ତୈବାରେ ଯୋଗ ଦେଇଥିଲେ।ମୁସା ପୂର୍ବରୁ ଅନେକ ଆତଙ୍କବାଦୀ ଘଟଣାରେ ଜଡିତ ଅଛି। ମୁସା ସିକ୍ରେଟ ଅପରେସନ ପାଇଁ ତାଲିମ ପାଇଛି । କୁହାଯାଉଛି ଯେ ଭାରତୀୟ ସେନାର ପ୍ରଥମ ପ୍ରୟାସ ହେଉଛି ମୁସାଙ୍କୁ କବର ଦେବା।
ମୁନିର ପହଲଗାଓଁରେ ଆକ୍ରମଣ କରିଥିଲେ
ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ଆଦିଲ ରାଜା ଏକ ବଡ଼ ଦାବି କରିଛନ୍ତି । ଆଦିଲଙ୍କ ଅନୁଯାୟୀ, ପହଲଗାଓଁରେ ଆକ୍ରମଣ ମୁନିରଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଆଦିଲ ତାଙ୍କର ଏକ ପୋଷ୍ଟରେ କହିଛନ୍ତି ଯେ ମୁନିର ୫ବର୍ଷର କାର୍ଯ୍ୟକାଳ ଚାହାଁନ୍ତି, ଯାହା ଯୋଗୁଁ ସେ ଭାରତରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ପ୍ରକୃତରେ, ପହଲଗାମ ଆକ୍ରମଣର ତିନି ଦିନ ପୂର୍ବରୁ ମୁନିର ଏକ ଭାଷଣ ଦେଇଥିଲେ। ଏହି ଭାଷଣରେ ମୁନୀର ଭାରତ ବିରୁଦ୍ଧରେ ବିଷ ଓଗାଳିଥିଲେ। ଏହି କାରଣରୁ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଘଟଣା ପାଇଁ ମୁନିରଙ୍କୁ ସିଧାସଳଖ ଦାୟୀ କରାଯାଉଛି ।
ସୁସ୍ଥ ହେବା ପାଇଁ ନିଜ ପରିସ୍ରା ପିଉଥିଲେ ପରେଶ ରାଓ୍ବଲ !
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ପରେଶ ରାୱଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ ସେ ନିଜ ପରିସ୍ରା ପିଇ ନିଜକୁ ସୁସ୍ଥ କରିଛନ୍ତି। ଏହି ବୟାନ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କିଛି ଲୋକ ଏହାକୁ ଏକ ଘରୋଇ ଉପଚାର କହୁଥିବା ବେଳେ କିଛି ଲୋକ ଏହାକୁ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ଚର୍ଚ୍ଚା କରୁଛନ୍ତି। କିନ୍ତୁ ପ୍ରକୃତରେ ସତ୍ୟ କ’ଣ, ପରିସ୍ରା ପ୍ରକୃତରେ ଔଷଧ ଭାବରେ କାମ କରେ ନା ଏହା ଶରୀର ପାଇଁ କ୍ଷତିକାରକ ?
ପରେଶ ରାୱଲଙ୍କ ଦାବି
ପରେଶ ରାୱଲ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ତାଙ୍କ ଆଣ୍ଠୁ ଆଘାତରୁ ସୁସ୍ଥ ହେବା ପାଇଁ ସେ ୧୫ ଦିନ ପର୍ଯ୍ୟନ୍ତ ତାଙ୍କ ପରିସ୍ରା ପିଇଥିଲେ। ସେ କହିଥିଲେ ଯେ ମୁମ୍ବାଇର ମାଛ ବଜାରରେ ଏକ ଫିଲ୍ମ ସୁଟିଂ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ତାଙ୍କୁ ଭେଟିବାକୁ ଯାଇଥିଲେ ଏବଂ ତାଙ୍କୁ ପରିସ୍ରା ପିଇବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ଵାରା ସେ ଶୀଘ୍ର ସୁସ୍ଥ ହୋଇପାରିବେ। ପରେଶ ମଧ୍ୟ ସେହିପରି କଲେ ଏବଂ ସେ ଶୀଘ୍ର ସୁସ୍ଥ ହୋଇଗଲେ।
ପରିସ୍ରା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କି ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପରିସ୍ରାକୁ ସାଧାରଣତଃ ଶରୀରର ଅପଚୟ ଭାବରେ ବିବେଚନା କରାଯାଏ। ଏଥିରେ ୟୁରିଆ, ବିଷାକ୍ତ ପଦାର୍ଥ ଏବଂ ଅନ୍ୟାନ୍ୟ ମଇଳା ଉପାଦାନ ରହିଛି। ଯାହାକୁ ଶରୀର ନିଜେ ବାହାର କରିଦିଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ, ପରିସ୍ରା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ବରଂ, ଏହା ଅନେକ ପ୍ରକାରର ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗର ଆଶଙ୍କା ବଢ଼ାଇପାରେ।
ପରିସ୍ରା ପିଇବାର ବିପଦ କ’ଣ?
ସଂକ୍ରମଣ ଆଶଙ୍କା
ବିଶେଷଜ୍ଞଙ୍କ ମତରେ, ପରିସ୍ରାରେ ଜୀବାଣୁ ଥାଇପାରେ, ଯାହା ଶରୀରକୁ ଫେରିଯାଇ ସଂକ୍ରମଣ ବ୍ୟାପିପାରେ। ଏହାର ସବୁଠାରୁ ନକାରାତ୍ମକ ପ୍ରଭାବ ପେଟ ଏବଂ ମୂତ୍ରନଳୀ ଉପରେ ପଡ଼ିପାରେ, ତେଣୁ ପରିସ୍ରା ପିଇବା ଉଚିତ୍ ନୁହେଁ।
କିଡନୀ ଉପରେ ପ୍ରଭାବ
ଯେତେବେଳେ ପରିସ୍ରାରେ ଥିବା ବିଷାକ୍ତ ପଦାର୍ଥ ପୁଣି ଥରେ ଶରୀରରେ ପ୍ରବେଶ କରେ, ସେତେବେଳେ କିଡନୀ ଉପରେ ଅଧିକ ଚାପ ପଡ଼େ। କିଡନୀକୁ ପୁଣି ଥରେ ଏହି ମଇଳା ଛାଣିବାକୁ ପଡିବ। ଯାହା ଯୋଗୁଁ ସମସ୍ୟା ବଢ଼ିପାରେ।
ଡିହାଇଡ୍ରେସନ
ପରିସ୍ରା ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇପାରେ ଅର୍ଥାତ୍ ଡିହାଇଡ୍ରେସନ୍ ହୋଇପାରେ। ପ୍ରକୃତରେ, ପରିସ୍ରାରେ ଲୁଣ ଏବଂ ଅପଚୟ ପଦାର୍ଥ ଥାଏ। ଏହାକୁ ପିଇବା ଦ୍ୱାରା ଶରୀରରେ ପାଣି କମିଯାଇପାରେ ଏବଂ ଅବସ୍ଥା ଆହୁରି ଖରାପ ହୋଇପାରେ।
ପେଟ ସମସ୍ୟା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପରିସ୍ରା ପିଇବା ପେଟକୁ କ୍ଷତି ପହଞ୍ଚାଇପାରେ। ଏହା ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ।
ପରିସ୍ରା ପିଇବା ଦ୍ୱାରା କୌଣସି ରୋଗ ଭଲ ହୋଇପାରେ କି?
କିଛି ପ୍ରାଚୀନ ଚିକିତ୍ସା ପ୍ରଣାଳୀରେ, ପରିସ୍ରାକୁ ଚିକିତ୍ସାର ଏକ ଅଂଶ ଭାବରେ ବିବେଚନା କରାଯାଇଛି। ଏହାକୁ ‘ଅଟୋ ୟୁରିନ୍ ଥେରାପି’ କୁହାଯାଏ। ତଥାପି, ଆଜିର ଚିକିତ୍ସା ବିଜ୍ଞାନରେ ପରିସ୍ରା ପିଇବା ଦ୍ୱାରା କୌଣସି ରୋଗ ଭଲ ହୋଇପାରିବ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ। ଡାକ୍ତରମାନେ ମଧ୍ୟ ଏହି ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି ନାହିଁ। ଯଦି ଆପଣ ଅସୁସ୍ଥ ଅଛନ୍ତି କିମ୍ବା ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ସଠିକ୍ ଉପାୟ ହେଉଛି ଡାକ୍ତରଙ୍କ ସହିତ ପରାମର୍ଶ କରିବା। ଇଣ୍ଟରନେଟ୍ କିମ୍ବା କାହାର ଦାବି ଉପରେ ଆଧାରିତ ଏପରି ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ।
ଜଙ୍ଗଲରୁ ମିଳିଲା ‘ଦି ଫ୍ୟାମିଲି ମ୍ୟାନ୍ 3’ ଅଭିନେତା ମୃତଦେହ, ହତ୍ୟା ସନ୍ଦେହ !
ନନ୍ଦିଘୋଷ ବ୍ୟୁରୋ: ବଲିଉଡରେ ଶୋକର ଛାୟା । ‘ଦି ଫ୍ୟାମିଲି ମ୍ୟାନ୍ 3’ ଅଭିନେତା ରୋହିତ ବାସଫୋରଙ୍କ ମୃତ୍ୟୁ । ରହସ୍ୟମୟୀ ପରିସ୍ଥିତିରେ ଆସାମର ଗର୍ଭଙ୍ଗା ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି। ସେ ତାଙ୍କ ବନ୍ଧୁମାନଙ୍କ ସହିତ ବାହାରକୁ ଯାଇଥିବା ବେଳେ ରହସ୍ୟ ଭାବରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି, କହିଛନ୍ତି ଯେ ରୋହିତଙ୍କର କିଛି ଲୋକଙ୍କ ସହ ଝଗଡ଼ା ହୋଇଥିଲା ଏବଂ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା।
‘ଦି ଫ୍ୟାମିଲି ମ୍ୟାନ୍ 3’ରେ ମନୋଜ ବାଜପେୟୀ ଏବଂ ଜୟଦୀପ ଆହଲାୱତଙ୍କ ସହିତ ନଜର ଆସିଥିବା ଅଭିନେତା ରୋହିତ ବାସଫୋର ଏପ୍ରିଲ ୨୭ ତାରିଖ ରବିବାର ଦିନ ପ୍ରାୟ ୧୨.୩୦ ସମୟରେ ବନ୍ଧୁମାନଙ୍କ ସହିତ ଏକ ଦିନିକିଆ ଟ୍ରିପ୍ ପାଇଁ ଯାଇଥିଲେ। କିନ୍ତୁ ତା’ପରେ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ଏବଂ ପରେ ଜଣେ ବନ୍ଧୁ ଏହି ଘଟଣା ବିଷୟରେ ପରିବାରକୁ ଜଣାଇଥିଲେ, ଯାହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନିକଟରେ ମିଳିଥିଲା ହତ୍ୟା ଧମକ
ଏକ ରିପୋର୍ଟ ଅନୁସାରେ, ପରିବାର SDRF ସହିତ ମଧ୍ୟ ଯୋଗାଯୋଗ କରିଥିଲେ। ଯିଏ ପରେ ମୃତଦେହକୁ ଉଦ୍ଧାର କରିଥିଲେ ଏବଂ ପରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ପାର୍କିଂକୁ ନେଇ ଅଭିନେତାଙ୍କର ନିକଟରେ ଝଗଡ଼ା ହୋଇଥିଲା। ଏହି ସମୟ ମଧ୍ୟରେ, ତିନି ଜଣ ପୁଅ, ରଞ୍ଜିତ ବାସଫୋର, ଅଶୋକ ବାସଫୋର ଏବଂ ଧରମ ବାସଫୋର ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ବୋଲି ଜଣାପଡ଼ିଛି। ପରିବାର ଜଣେ ଜିମ୍ ମାଲିକ ଅମରଦୀପଙ୍କ ବିଷୟରେ ମଧ୍ୟ କହିଛନ୍ତି, ଯିଏ ରୋହିତଙ୍କୁ ସେହି ଟ୍ରିପ ପାଇଁ ଅନୁରୋଧ କରିଥିଲେ।
ରୋହିତ ବାସଫୋରଙ୍କ ମୃତ୍ୟୁ ପାାଇଁ ଚାରିଜଣ ସନ୍ଦେହରେ
ପୋଲିସର କହିବାନୁଯାୟୀ ସନ୍ଦେହରେ ଥିବା ୪ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି। ତଥାପି, ସେ ତଦନ୍ତ କରୁଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଆମେ ଅପରାହ୍ନ ପ୍ରାୟ ୪ଟାରେ ରିପୋର୍ଟ ପାଇଲୁ ଏବଂ ଅପରାହ୍ନ ୪.୩୦ରେ ଘଟଣାସ୍ଥଳରେ ପହଞ୍ଚିଲୁ।’ ପରେ SDRF ଦଳ ସନ୍ଧ୍ୟା ୬.୩୦ ରେ ମୃତଦେହ ଉଦ୍ଧାର କରିଥିଲେ। କର୍ତ୍ତୃପକ୍ଷଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବ୍ୟକ୍ତି ନାହାଁନ୍ତି। କିନ୍ତୁ ସୋମବାର, ଏପ୍ରିଲ ୨୮ ତାରିଖରେ ଗୌହାଟି ମେଡିକାଲ କଲେଜରେ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ମିଳିଥିଲା। ମୁଣ୍ଡ ଏବଂ ମୁହଁ ସମେତ ଅନେକ ସ୍ଥାନରେ କ୍ଷତ ଅଛି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି।
ଶୁଣନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ ସଂଘର୍ଷର କାହାଣୀ ; କ୍ରିକେଟର ହେବା ସହଜ ନଥିଲା
ନନ୍ଦିଘୋଷ ବ୍ୟୁରୋ : ସଂଘର୍ଷରୁ ମିଳେ ସଫଳତା । ଏହାକୁ ସତ ପ୍ରମାଣିତ କରିଛନ୍ତି ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ବଡ ସଫଳତା ପରେ ନିଜର ସଂଘର୍ଷ ଜୀବନର କାହାଣୀ ନିଜ ପ୍ରଶଂସକଙ୍କ ନିକଟରେ ସେୟାର କରିଛନ୍ତି । ସେ କହିଛନ୍ତି ଜୀବନ ଯାତ୍ରା ଏତେ ସହଜ ନୁହେଁ ବୈଭବଙ୍କ କ୍ରିକେଟର ହେବାର ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କ ମା’ ଦୈନିକ ୩ଘଣ୍ଟା ଶୁଅନ୍ତି ଏବଂ ବାବା ନିଜର କାମ ଛାଡିଦେଇଛନ୍ତି । କଠିନ ପରିସ୍ଥିତିରେ ଘର ଚାଲୁଥିବା ବେଳେ ବୈଭବଙ୍କ କ୍ରିକେଟର ହେବାର ସ୍ବପ୍ନ ମଉଳି ନଥିଲା ।
ପରିବାରର ତ୍ୟାଗ ଏବଂ ନିଜର ପରିଶ୍ରମ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ କହିଛନ୍ତି ଆଜି ଯାହା ବି ସେ ହେଇଛନ୍ତି ତାଙ୍କ ବାପା ଓ ମାଆଙ୍କ ପାଇଁ । ତାଙ୍କ ଖେଳ ଅଭ୍ୟାସ ପାଇଁ ତାଙ୍କ ମା’ ପ୍ରତିଦିନ ରାତି ୧୧ଟାରେ ଶୋଇ ରାତି ୨ଟାରୁ ଉଠିଥାଆନ୍ତି । କେବଳ ୩ଘଣ୍ଟା ପାଇଁ ସେ ଶୋଇଥାଆନ୍ତି । ପୁଣି ମୋ ପାଇଁ ଖାଇବା ପ୍ରସ୍ତୁତ କରନ୍ତି । ବାପା କାମ ଛାଡିଦେଲେ, ମୋ ବଡ ଭାଇ ବାପାଙ୍କ କାମ ସମ୍ଭାଳିଲେ ଏବଂ ସେହିଥିରୁ ଆମର ଘର ଚଳେ । ବାପାଙ୍କର ମୋ ଉପରେ ଗଭୀର ବିଶ୍ବାସ ଥାଏ । ସେ ସବୁବେଳେ ମୋ ଆତ୍ମବିଶ୍ବାସ ବଢାଇଥାଆନ୍ତି । ବାପା ସବୁବେଳେ କୁହନ୍ତି, ତୁ କରିପାରିବୁ ..ତୁ କରିପାରିବୁ ..ଭଗବାନ ଦେଖୁଛନ୍ତି ପରିଶ୍ରମୀ ଲୋକଙ୍କୁ ସଫଳତା ନିଶ୍ଚୟ ମିଳେ । ଏହି ଶବ୍ଦ ଗୁଡିକ ସେହି ସର୍ବକନିଷ୍ଠ ଖେଳାଳୀ ବୈଭଙ୍କର ଅଟେ ଯିଏ ଗତକାଲି ଆଇପିଏଲରେ ଚମକିଛନ୍ତି । ମାତ୍ର ୩୫ବଲରେ ଶତକ ହାସିଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ସେ ପ୍ରମାଣିତ କରିସାରିଛନ୍ତି ଟାଲେଣ୍ଟ ଥିଲେ ସବୁକିଛି ସମ୍ଭବ ହୋଇପାରେ । ସେ ବହୁଦିନ ଧରି ପରିଶ୍ରମ କରୁଥିଲେ । ଆଜି ଏହାର ଫଳ ମିଳିଛି ଯେଉଁଥିପାଇଁ ସେ ବହୁତ ଖୁସୀ ଅଛନ୍ତି । ଏଥିପାଇଁ ସେ ଟିମ ସମେତ ନିଜ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।
ଟ୍ରାଏଲ ସମୟରେ ବୈଭବଙ୍କ ସହ କ’ଣ ହୋଇଥିଲା ?
ବୈଭବ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଟ୍ରାଏଲ ଦେବାକୁ ଯାଇଥିଲେ ସେଠାରେ ବିକ୍ରମ ସାର ଏବଂ ରୋମୀ ସାର ଥିଲେ । ରୋମୀ ସାର ଟିମର ମ୍ୟାନେଜର ଥିଲେ । ମୁଁ ଟ୍ରାଏଲରେ ଭଲ ଖେଳ ପ୍ରଦର୍ଶନ କରିଥିଲି । ସେତେବେଳେ ସେ କହିଥିଲେ ଟିମରେ ନେବାକୁ ଚେଷ୍ଟା କରିବେ । ଯେତେବେଳେ ମୁଁ ଟିମରେ ଖେଳିବାକୁ ସୁଯୋଗ ପାଇଲି ଆଗ ତାଙ୍କୁ ଫୋନ କରି ଧନ୍ୟବାଦ ଜଣାଇଥିଲି । ସେ ମୋତେ ଶୁଭେଚ୍ଛା ଜଣାଇବା ସହିତ ରାହୁଲ ଦ୍ରାବିଡଙ୍କ ସହ କଥା କରାଇଥିଲେ ।
ସିନିୟର ଖେଳାଳୀଙ୍କ ସାହାଯ୍ୟ
ମୋତେ ସିନୟର ଖେଳାଳୀ ମାନେ ବହୁତ ସାହାଯ୍ୟ କରୁଥିଲେ । କୋଚିଙ୍ଗ ଷ୍ଟାଫ ମାନେ ମଧ୍ୟ ବହୁତ ସାହାଯ୍ୟ କରୁଥିଲେ । ସଞ୍ଜୁ ଭାଇ, ରିୟାନ ଭାଇ ଏବଂ ନୀତିଶ ଭାଇ ମୋତେ ପ୍ରସ୍ତୁତ କରୁଥିଲେ । ସେମାନେ ମୋର ଆତ୍ମବିଶ୍ବାସ ବଢାଇଥିଲେ ଯେ, ମୁଁ କରିପାରିବି । ଯାହାଫଳରେ ମୋର ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା ।
ମୁଁ ବେଶୀ ଚିନ୍ତା କରେ ନାହିଁ
୩୫ବଲରେ ଶତକ ହାସିଲ କରିଥିବା ବୈଭବ କହିଛନ୍ତି ଯେ, ଆଇପିଏଲରେ ଏହା ମୋର ପ୍ରଥମ ଶତକ । ମ୍ୟାଚ ପୂର୍ବରୁ ବହୁତ ଅଭ୍ୟାସ କରିଥିଲି ଯାହାର ଫଳାଫଳ ଆଜି ମିଳିଲା । ମୁଁ ବଲକୁ ଦେଖି ଖେଳେ ଏବଂ ଅନ୍ୟ କୌଣସି ବିଷୟରେ ଚିନ୍ତା କରେ ନାହିଁ । ଆଇପିଏଲରେ ଶତକ ବନେଇବା ଆଶା ମୋର ପୂରଣ ହେଇଗଲା । ଏବେ ମୁଁ ବହୁତ ଖୁସୀ ।

