ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ। ଦଶମରେ ପାସ୍ ହାର ରହିଛି ୯୯.୦୯ ପ୍ରତିଶତ। ସେହିପରି ଦ୍ଵାଦଶରେ ପାସ୍ ହେଲା ହେଲା ୯୯.୦୨ ପ୍ରତିଶତ। ଉଭୟ ଶ୍ରେଣୀରେ ଝିଅଙ୍କ ପାସ୍ ହାର ପୁଅଙ୍କ ଅପେକ୍ଷା ଅଧିକ ରହିଛି। ଦଶମରେ ଝିଅଙ୍କ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ରହିଛି ୯୮.୮୪ ପ୍ରତିଶତ। ଦଶମରେ ୨ ଲକ୍ଷ ୫୨ ହଜାର ୫୫୭ ଜଣ ପିଲା ପରୀକ୍ଷା ଦେଇଥିଲେ। ରିଜନ ଅନୁସାରେ ଦେଖିଲେ ପଶ୍ଚିମ ରିଜନ୍ ରେ ପାସ୍ ହାର ସର୍ବାଧିକ ରହିଛି। ତାହା ହେଲା ୯୯.୮୩ ପ୍ରତିଶତ। ସେହିପରି ଦ୍ଵାଦଶରେ ଝିଅଙ୍କ ପାସ୍ ହାର ହେଲା ୯୯.୪୫ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ହେଲା ୯୮.୬୪ ପ୍ରତିଶତ। ଦ୍ଵାଦଶରେ ମୋଟ ୯୯ ହଜାର ୫୫୧ ଜଣ ପିଲା ପରୀକ୍ଷା ଦେଇଥିଲେ। ରିଜନ ଅନୁସାରେ ଦେଖିଲେ ଦ୍ଵାଦଶରେ ସାଉଥ ରିଜନରେ ପାସ୍ ହାର ସର୍ବାଧିକ । ଏଠାରେ ପାସ୍ ହାର ହେଲା ୯୯.୭୬ ପ୍ରତିଶତ।
ଆଜି ଅପରାହ୍ଣ ୪ଟାରେ ସରକାର କରିପାରନ୍ତି ବଡ଼ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ। ପାକିସ୍ତାନ ବିରୋଧରେ କି ପଦକ୍ଷେପ ନେବେ ସରକାର- ସାରା ଦେଶବାସୀଙ୍କ ଅପେକ୍ଷା। ଆଜି ଅପରାହ୍ଣ ୪ଟାରେ ସରକାର କରିପାରନ୍ତି ବଡ଼ ଘୋଷଣା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିରାପତ୍ତା ବ୍ୟାପାର କ୍ୟାବିନେଟ କମିଟି- CCS, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି- CCPA, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି- CCEA ଓ କ୍ୟାବିନେଟ ବୈଠକ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ. ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଓ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ।……
ସ୍ତ୍ରୀକୁ ପସନ୍ଦ ଆସିଲାନି ସ୍ୱାମୀର ଦାଢ଼ି, ଦାଢ଼ି ବିହୀନ ଦିଅର ସହ ହେଲା ଫେରାର !
ନନ୍ଦିଘୋଷ ବ୍ୟୁରୋ: ସ୍ବାମୀର ଦାଢ଼ି ସ୍ତ୍ରୀକୁ ପସନ୍ଦ ଆସିଲାନି । ଦାଢ଼ି କାଟିବାକୁ ସ୍ତ୍ରୀ ଜିଦ କଲେ ଆଉ ସ୍ବାମୀ ଦାଢ଼ି ନ କାଟିବାରୁ ଦିଅର ସହ ଫେରାର ହୋଇଗଲେ । ଏବେ ଆଇନର ଦ୍ବାରସ୍ତ ହୋଇଛନ୍ତି ସ୍ବାମୀ ।
ଏହି ଘଟଣା ଘଟିଛି ମିରଟରେ । ଏହି ଅଞ୍ଚଳର ମୌଲାନା ଶାକିରଙ୍କର ବିବାହ ପ୍ରାୟ ୭ ମାସ ପୂର୍ବରୁ ଅର୍ଶି ନାମକ ଯୁବତୀଙ୍କ ସହ ହୋଇଥିଲା । ଅର୍ଶିଙ୍କୁ ଶାକିରଙ୍କ ଦାଢ଼ି ବିଲକୁଲ ପସନ୍ଦ ଆସୁ ନଥିଲା । ଏଥିପାଇଁ ସବୁବେଳେ ସେ ସ୍ବାମୀଙ୍କୁ ଦାଢ଼ି କାଟିବାକୁ କହୁଥିଲେ । ଯଦି ଏକାଠି ରହିବାକୁ ଚାହାନ୍ତି ତାହାଲେ ଦାଢ଼ି କାଟିବାକୁ ପଡ଼ିବ ବୋଲି ଅର୍ଶି ସଫା ସଫା ଶୁଣାଇ ଦେଇଥିଲେ । ତେବେ ଶାକିର ତାଙ୍କୁ ସ୍ପଷ୍ଟ ମନା କରିଦେଲେ । କାରଣ ଏହା ଧାର୍ମିକ ବିଶ୍ବାସର ଏବଂ ଅଂଶ ବୋଲି ସ୍ବାମୀ କହିଥିଲେ । ଏହି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା । ପରିବାର ଲୋକଙ୍କୁ ଏକଥା କହିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେବେ ଅର୍ଶି ତାଙ୍କର ସବୁ ଜିନିଷପତ୍ର ନେଇ ଦିଅରଙ୍କ ସହ ଫେରାର ହୋଇଯାଇଛନ୍ତି ।
ଏବେ ପୋଲିସ ଷ୍ଟେସନରେ ଭାଇ ଏବଂ ସ୍ତ୍ରୀ ନିଖୋଜ ହୋଇଥିବା ରିପୋର୍ଟ ଦାଖଲ କରିଛନ୍ତି । ଏ ନେଇ ଅର୍ଶିଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଯାଇଥିଲା । ସେମାନେ ଝିଅ ସହ କୌଣସି ସମ୍ପର୍କରେ ନ ଥିବା କହିଛନ୍ତି ।
ଅର୍ଶି ଏବେ ଶାକିରଙ୍କୁ ୫ ଲକ୍ଷ ଦେବାକୁ ଚାପ ପକାଉଛି । ଏହି ଘଟଣାର ତଦନ୍ତ କରି ନ୍ୟାୟ ମାଗିଛନ୍ତି ଶାକିର ।
ଲାହୋରରେ ମିଳିଲା ଆତଙ୍କବାଦୀ ହାପିଜ ସଇଦର ଗୁପ୍ତ ଠିକଣା, ଆସିଲା ସାଟେଲାଇଟ ଚିତ୍ର
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାପିଜ ସଇଦର ଜଣାପଡ଼ିଲା ଗୁପ୍ତ ଆଡ୍ଡା । ହାପିଜ ସଇଦ ଲାହୋରରେ ଥିବା ନିଶ୍ଚିତ ହୋଇଛି । ସାଟେଲାଇଟରୁ ଆସିଥିବା ଫଟୋ ଏବଂ ଭିଡିଓରୁ ଜଣାପଡ଼ୁଛି ଯେ, ହାପିଜର ଘର ଲାହୋରରେ ଅଛି । ସେ ସାଧାରଣ ଲୋକଙ୍କ ସହ ଆରାମରେ ଥିବା କଥା ସ୍ପଷ୍ଟ ହୋଇଛି ।
ତା’ ଘର କଡ଼ା ସୁରକ୍ଷାରେ ଥିବା ଜଣାପଡ଼ିଛି । ତାକୁ ସୁରକ୍ଷା ଦେଉଛି ପାକିସ୍ତାନ ସରକାର । ତାକୁ ତିନି ସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ୨୪ ଘଣ୍ଟା ସୁରକ୍ଷା କର୍ମୀ ସଜାଗ ଅଛନ୍ତି ।

ଏବେ ହାପିଜ ସଇଦର ଗୁପ୍ତ ଆଡ୍ଡାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସେଠାରେ ତା’ର ବ୍ୟକ୍ତିଗତ ପାର୍କ ରହିଛି । ଏହି ପାର୍କ ସାମ୍ନାରେ ତା’ ଘର ଥିବା ସ୍ପଷ୍ଟ ଜଣାପଡ଼ୁଛି । ସେଠାରେ ଏକ ମଦ୍ରାସା ମଧ୍ୟ ରହିଛି । ଏହା ତଳେ ବଙ୍କର ମଧ୍ୟ ରହିଛି । ଏହିଠାରୁ ହାପିଜ କାମ କରେ ବୋଲି ସୂଚନା ରହିଛି ।
ଅକ୍ଷୟ ତୃତୀୟାରେ ଖସିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ଦର
ନନ୍ଦିଘୋଷ ବ୍ୟୁରୋ: ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା ଦର । ଦର ବଢ଼ି ବଢ଼ି ଚାଲିବା ପରେ ଆଜି ହଠାତ କମିଛି । ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି । ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ । ସୁନା ଦର କମିବା ଏବେ ଗ୍ରାହକଙ୍କୁ ସୁହାଇବ ।
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।
ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ ।
ପାକିସ୍ତାନ ପାଇଁ ଚକ୍ରବ୍ୟୁହ ରଚନା କରୁଛି ଭାରତ, ଜାତିସଂଘର ମହାସଚିବଙ୍କ ସହ କଥା ହେଲେ ଏସ. ଜୟଶଙ୍କର
ନନ୍ଦିଘୋଷ ବ୍ୟୁରୋ: ଚକ୍ରବ୍ୟୁହ ରଚନା କରୁଛି ଭାରତ । ଆଉ ଏହି ଚକ୍ରବ୍ୟୁହରେ ଫସିବ ପାକିସ୍ତାନ । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସାତଟି ଅସ୍ଥାୟୀ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ଲୋଭେନିଆ, ପାନାମା, ଆଲଜେରିଆ ଏବଂ ଗୁଏନାର ତାଙ୍କ ପ୍ରତିପକ୍ଷଙ୍କ ସହ ଫୋନରେ କଥା ହେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ।
ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ପହଲଗାମ କଥା କହିଥିଲେ । ଜୟଶଙ୍କର ଗୁଟେରେସଙ୍କ ସହ ଆଲୋଚନା ପରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସ୍ପଷ୍ଟ ନିନ୍ଦା କରିବା ପାଇଁ ମୁଁ ତାଙ୍କର ପ୍ରଶଂସା କରୁଛି।’ ସେ କହିଛନ୍ତି, ଏହି ଆକ୍ରମଣର ଅପରାଧୀଙ୍କୁ କାଠଗଡାରେ ଠିଆ କରାଯିବା ଦରକାର ।
ଏଥିରୁ ଜଣା ପଡ଼ୁଛି ଭାରତ ଦେଶ ମାନଙ୍କ ସହି କୂଟନୈତିକ ସମ୍ପର୍କ ମଜବୁତ କରି ପାକିସ୍ତାନ ପାଇଁ ଚକ୍ରବ୍ୟୁହ ରଚନା କରୁଛି ।
ଆଜି ପ୍ରକାଶ ପାଇବ ଆଇଏସସି ଏବଂ ଆଇସିଏସସି ବୋର୍ଡ ପରୀକ୍ଷା ଫଳାଫଳ
ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରକାଶ ପାଇବ ଆଇଏସସି ଏବଂ ଆଇସିଏସସି ବୋର୍ଡ ପରୀକ୍ଷା ଫଳାଫଳ । ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବ ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ ବା CISCE । ବୋର୍ଡ କାର୍ଯ୍ୟାଳୟରେ ମିଶ୍ରିତ ଭାବରେ ଫଳାଫଳ ଘୋଷଣା କରାଯିବ। ପରୀକ୍ଷାର୍ଥୀ ମାନେ ଅଫିସିଆଲ୍ ୱେବସାଇଟ cisce.org ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ISC ଶ୍ରେଣୀ ଦ୍ୱାଦଶ ପରୀକ୍ଷା ୨୦୨୫ ଫେବୃଆରୀ ୧୩ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେହିଭଳି ICSE ଶ୍ରେଣୀ 10 ପରୀକ୍ଷା ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଫଳାଫଳ ପ୍ରକାଶିତ ହେବା ପରେ, ପ୍ରାର୍ଥୀମାନେ UID ଏବଂ ଇଣ୍ଡେକ୍ସ ନମ୍ବର ଭଳି ଆବଶ୍ୟକୀୟ ଲଗଇନ୍ ପ୍ରମାଣପତ୍ର ବ୍ୟବହାର କରି ଅଫିସିଆଲ୍ ୱେବସାଇଟରୁ ଏହାକୁ ଡାଉନଲୋଡ୍ କରିପାରିବେ । ISC ଦ୍ୱାଦଶ ପରୀକ୍ଷା ଫଳ ଏକ ମାର୍କସିଟ୍ ଆକାରରେ ପ୍ରକାଶିତ ହେବ । ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ସ୍କୁଲର ନାମ, ରୋଲ୍ ନମ୍ବର, ବିଷୟ ଏବଂ ସେମାନେ ପାଇଥିବା ମାର୍କ ଏବଂ ଫଳାଫଳର ଚୂଡ଼ାନ୍ତ ସ୍ଥିତିର ବିବରଣୀ ରହିବ। ଛାତ୍ରଛାତ୍ରୀମାନେ ଏହି ବିବରଣୀ ଯାଞ୍ଚ କରିବେ ଏବଂ କୌଣସି ତ୍ରୁଟି ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବେ। ଗତ ବର୍ଷ, CISCE, ICSE ଶ୍ରେଣୀ ଦଶମ ପରୀକ୍ଷା 2024 ମାର୍ଚ୍ଚ 28 ରେ ସମାପ୍ତ କରିଥିଲା ଏବଂ ମେ 6 ରେ ଫଳାଫଳ ଘୋଷଣା କରିଥିଲା। ଗତ ବର୍ଷ 99.47 ପ୍ରତିଶତ ଛାତ୍ରଛାତ୍ରୀ CISCE ଶ୍ରେଣୀ ଦଶମ ପରୀକ୍ଷାରେ ପାସ୍ କରିଥିଲେ ।
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଗୁଳି ବର୍ଷଣ କଲା ସେନା
ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ। ଜାମୁ ଓ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ। ପର୍ଗୱାଲ ସେକ୍ଟରରେ ପାକ୍ ସେନାର ଗୁଳି ବର୍ଷଣ। ସେହିପରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ବି ହୋଇଛି ଗୁଳି ବର୍ଷଣ। ପହଲଗାଓଁ ହମଲା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବାବେଳେ ପାକିସ୍ତାନ ଲଗାତାର ଜାରି ରଖିଛି ଅସ୍ତ୍ରବିରତି ଉଲ୍ଲଂଘନ। କୁପୱାଡ଼ାରେ ବି ଜାରି ରହିଛି ଗୁଳି ବର୍ଷଣ। ଅନବରତ ଚାଲିଛି ଫାୟାରିଂ। ଭାରତୀୟ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ୪ଟି ସ୍ଥାନରେ ଆଣ୍ଟି ଟେରୋରିଷ୍ଟ ଅପରେସନକୁ ଜୋରଦାର କରାଯାଇଛି।
୨୪ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା: ପାକ୍ ମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ। ଭାରତର ଆକ୍ରମଣ ନେଇ ପାକ୍ ମନ୍ତ୍ରୀଙ୍କ ବଡ଼ ବୟାନ। ପାକ୍ ସୂଚନା ମନ୍ତ୍ରୀ ଅତାଉଲା ତରାରଙ୍କ ଆଶଙ୍କା। ଗୁଇନ୍ଦା ସୂତ୍ର ଆଧାରରେ ବୟାନ ଦେଇଛନ୍ତି ଅତାଉଲା। ସେ କହିଛନ୍ତି- ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା। ଦୁଇ ଦେଶ ମଧ୍ୟରେ ପହଲଗାଓଁ ଆତଙ୍କବାଦୀ ହମଲାକୁ ନେଇ ବାକବିତଣ୍ଡା ଜାରି ରହିଥିବାବେଳେ ସୂଚନା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ପାକିସ୍ତାନ ଆତଙ୍କବାଦର ଶିକାର ହୋଇଆସିଛି। ଆତଙ୍କବାଦର ବିଭୀଷିକାର ଶିକାର ହୋଇଛି ପାକିସ୍ତାନ। ଦେଶବାସୀ ଆତଙ୍କବାଦକୁ ନିନ୍ଦା କରୁଛନ୍ତି। ଆତଙ୍କବାଦର ଯେ କୌଣସି ଢଙ୍ଗକୁ ବି ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି।…
ମନ୍ଦିର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଆହତ
ବିଶାଖାପାଟନା: ଆନ୍ଧ୍ରପ୍ରଦେଶ ବିଶାଖାପାଟନାରେ ବଡ଼ ଦୁର୍ଘଟଣା ଘଟିଛି । ବିଶାଖାପାଟନାରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନୋତ୍ସବ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ, ମନ୍ଦିରର ୨୦ ଫୁଟ ଲମ୍ବା ଅଂଶ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
ଆଜି ସକାଳେ ମନ୍ଦିରରେ ଚନ୍ଦନୋତ୍ସବ ଚାଲିଥିଲା। ଘଟଣାସ୍ଥଳରେ NDRF ଏବଂ SDRF ଉପସ୍ଥିତ ଅଛନ୍ତି। ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

