ନନ୍ଦିଘୋଷ ବ୍ୟୁରୋ : ପୁଣି ଇତିହାସ ରଚିବ ଭାରତ । ଜାନୁଆରୀ ୧୨ ତାରିଖରେ ଉତକ୍ଷେପଣ ହେବ PSLV C-62 ରକେଟ୍ । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO । ଏହା ISROର ୧୦୧ ତମ କକ୍ଷପଥ ମିଶନ । ଏହି ରକେଟରେ ୧୯ଟି ଉପଗ୍ରହ ମହାକାଶକୁ ପଠାଯିବ । ଏଥିରେ ରହିଛି ଭାରତର ପେଲୋଡ୍ EOS N1 । ଏହାକୁ ଅନବେଶା ମଧ୍ୟ କୁହାଯାଏ । ଏହାଦ୍ବାରା ମହାକାଶ ଉପରୁ ଭାରତ ଉପରେ ନଜର ରଖାଯିବ । ଏହା ଏକ ଗୁପ୍ତଚର କ୍ୟାମେରା । ଏହାକୁ ଡିଆଡିଓ ଡିଜାଇନ୍ କରିଥିବା ସୂଚନା ରହିଛି । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଉପରେ ଏବେ ସାରା ଦେଶର ଫୋକସ ରହିଛି ।
ବିଗ୍ ବି’ଙ୍କୁ ଭେଟିଲେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ, ଭିଡିଓ ହେଉଛି ଭାଇରାଲ
ବିଗ୍ ବି’ଙ୍କୁ ଭେଟିଲେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ, ଭିଡିଓ ହେଉଛି ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ସୁପରଷ୍ଟାର ତଥା ମହାନାୟକ ଅଭିତାଭ ବଚ୍ଚନ ଯେଉଁଠିକୁ ଯାଇଥାନ୍ତି, ଯାହାକୁ ଭେଟିଥାନ୍ତି ତାହା ଖବର ସିରୋନାମା ପାଲଟି ଯାଇଥାଏ । ଏବେ ବିଗ ବି’ଙ୍କ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଥିରେ ସେ ଜଣେ ଯୁବତୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି । ଏହି ଯୁବତୀ ଜଣଙ୍କ ଆଉ କେହି ନୁହେଁ, ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ ମାହିକା ।
ଭିଡିଓରେ ଅମିତାଭ ଏବହ ମାହିକାଙ୍କ ସହ ହାର୍ଦ୍ଧିକଙ୍କୁ ବି ଦେଖିବାକୁ ମିଳୁଛି । ଯାହା ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିଛି । ଏହାସହ ଭିଡିଓଟିକୁ ୟୁଜର୍ସ ବହୁତ ପସନ୍ଦ କରୁଛନ୍ତି । ଭିଡିଓରେ ଅମିତାଭ ମାହିକାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି ।
ରାଲାଏନ୍ସ ଫାଉଣ୍ଡେସନର ‘ୟୁନାଇଟେଡ ଇନ୍ ଟ୍ରାୟମ୍ଫ’ ଇଭେଣ୍ଟକୁ ହାର୍ଦ୍ଧିକ ଗାର୍ଲଫ୍ରେଣ୍ଡ ମାହିକାଙ୍କ ସହ ଯାଇଥିଲେ । ଏଥିରେ ବିଗ୍ ବି’ ବି ଯୋଗ ଦେଇଥିଲେ । ଏହି ସମୟରେ ହାର୍ଦ୍ଧିକ ମାହିକାଙ୍କୁ ଅମିତାଭଙ୍କ ସହ ପରିଚିତ କରାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅମିତାଭ ବଚ୍ଚନ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ପାଣ୍ଡ୍ୟା ମାହିକାଙ୍କୁ ତାଙ୍କ ସହ ସାକ୍ଷାତ କରାଇଥିଲେ ।
ଅମିତାଭ ମାହିକାଙ୍କୁ କିଛି କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଆଉ ଅଭିତାଭଙ୍କ କଥା ଶୁଣି ମାହିକା ହସିବା ସହ ଧନ୍ୟବାଦ ଜଣାଉଛନ୍ତି ।
ଭେନେଜୁଆଲା କ୍ଷମତା ଲୋଭ; ଟ୍ରମ୍ପଙ୍କୁ ନିଜ ନୋବେଲ ପୁରସ୍କାର ସମର୍ପଣ କରିବାକୁ ମାରିଆଙ୍କ ଘୋଷଣା
ଭେନେଜୁଆଲା କ୍ଷମତା ଲୋଭ; ଟ୍ରମ୍ପଙ୍କୁ ନିଜ ନୋବେଲ ପୁରସ୍କାର ସମର୍ପଣ କରିବାକୁ ମାରିଆଙ୍କ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ଭେନେଜୁଆଲାରେ ନିକୋଲସ ମାଦୁରୋଙ୍କ ଶାସନର ଅନ୍ତ ପରେ ଅନ୍ତରିମ ରାଷ୍ଟ୍ରପତି ଶପଥ ନେଇଛନ୍ତି । ୩୦ ଦିନ ମଧ୍ୟରେ ଭେନେଜୁଆଲାରେ ନିର୍ବାଚନ କରାଯିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି । ଏହାରି ଭିତରେ ବିରୋଧୀ ଦଳ ନେତା ତଥା ୨୦୨୫ ନୋବେଲ ଶାନ୍ତି ବିଜେତା ମାରିଆ କୋରିନା ମଚାଡୋ ଚର୍ଚ୍ଚାରେ ରହିଛନ୍ତି । ମାଦୁରୋଙ୍କ ବିରଫଦାରୀର କିଛି ଘଣ୍ଟା ପରେ ମଚାଡୋ ଘୋଷଣା କରିଥିଲେ ସ୍ବାଧୀନତାର ସମୟ ଆସିଛି । ଦୀର୍ଘବର୍ଷର ଦମନ ପରେ ଏବେ ବିରୋଧୀ ଦେଶର କ୍ଷମତା ସମ୍ଭାଳିବାର ସମ୍ଭାବନା ଥିବା ସେ ସଙ୍କେତ ଦେଇଥିଲେ । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ତାଙ୍କ ପ୍ରତି ଆସ୍ଥା ନଥିବା ସ୍ପଷ୍ଟ ହେବା ପରେ ଏବେ ତାଙ୍କୁ ଖୁସି କରିବାକୁ ମଚାଡୋ ଉଦ୍ୟମ କରୁଛନ୍ତି । ଏପରିକି ନୋବେଲ ପାଇଁ ବିଳିବିଳେଇ ହେଉଥିବା ଟ୍ରମ୍ପଙ୍କୁ ସେ ତାଙ୍କର ଏହି ପୁରସ୍କାର ସମର୍ପଣ କରିବାକୁ ଘୋଷଣା କରିଛନ୍ତି ।
ଅନ୍ୟପକ୍ଷେ, ମାଦୁରୋଙ୍କ ବିରଫଦାରୀ ପରେ ଦେଶକୁ ଫେରି କ୍ଷମତା ହାସଲ କରିବାକୁ ଆଶା ବାନ୍ଧିଥିବା ମଚାଡୋଙ୍କୁ ଟ୍ରମ୍ପଙ୍କ ତରଫରୁ ଲାଗିଥିଲା ଶକ୍ତଧକ୍କା । କାରଣ ଟ୍ରମ୍ପ ଖୋଲାଖୋଲି କହିଥିଲା ମଚାଡୋଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ତାଙ୍କୁ କୌଣସି ଆଗ୍ରହ ନାହିଁ । ଟ୍ରମ୍ପ କହିଥିଲେ, ମଚାଡୋଙ୍କୁ ପ୍ରତି ନା ଦେଶ ଭିତରେ କୌଣସି ସମର୍ଥନ ଅଛି ନା ସମ୍ମାନ ରହିଛି । ଟ୍ରମ୍ପଙ୍କ ଏମିତି ବୟାନ ପରେ ମଚାଡୋଙ୍କ ରାଜନୈତିକ ସ୍ଥିତି ଦୁର୍ବୃଳ ହେବାରେ ଲାଗିଛି । ମାଦୁରୋଙ୍କ ଗିରଫଦାରୀ ପରେ ସେ ରାଷ୍ଟ୍ରପତି ଗାଦିରେ ବସିବେ ବୋଲି ଦାବି କରିବା ସହ ଟ୍ରମ୍ପଙ୍କ ଅନୁସାରେ ସବୁ ହେବ ବୋଲି କହିଥିଲେ । ଆଉ ଏହାରି ଭିତରେ ସେ ତାଙ୍କ ନୋବେଲ ପୁରସ୍କାର ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ଘୋଷଣା କରିଛନ୍ତି ।
ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ ମଚାଡୋ କହିଛନ୍ତି, ମୁଁ ମୋର ନୋବେଲ ଶାନ୍ତି ପୁରସ୍କାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ଚାହୁଁଛି । ସେ କହିଥିଲେ, ମୋତେ ଏହି ପୁରସ୍କାର ମିଳିବା ଜାଣିବା କ୍ଷଣି ଏହାକୁ ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲି । ଚମାଡୋଙ୍କ ଅନୁସାରେ ଜାନୁଆରୀ ୩ ତାରିଖରେ ଆମେରିକା ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତାହା କରି ଦେଖାଇଲା, ଯାହାକୁ ସାରା ଦୁନିଆ ଅସମ୍ଭବ ବୋଲି କହୁଥିଲା ।
ଆଇପିଏଲରୁ ଆଉଟ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ କେକେଆର କେତେ ଦେବ କ୍ଷତିପୂରଣ ?
ଆଇପିଏଲରୁ ଆଉଟ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ କେକେଆର କେତେ ଦେବ କ୍ଷତିପୂରଣ ?
ନନ୍ଦିଘୋଷ ବ୍ୟୁରୋ: ବିବାଦ ମଧ୍ୟରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ୨୦୨୬ ଆଇପିଏଲରେ ଅଂଶଗ୍ରହଣ କରିପାରିବେନି । ବିସିସିଆଇ ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ କେକେଆର ନିଜ ଟିମରୁ ରିଲିଜ କରି ସାରିଛି । ମୁସ୍ତାଫିଜୁର ଆଇପିଏଲରୁ ବାହାର ହେବା ପରେ ବାଂଲାଦେଶରେ ବୋବଲା ହେଉଛି । ଏହାସହ ବିସିସିଆଇର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି ।
ଏପରିକି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ନିଜ ଜାତୀୟ ଦଳକୁ ଭାରତରେ ଟି-୨୦ ଖେଳିବାକୁ ନପଠାଇବାକୁ ଘୋଷଣା କରିଛି । ବିସିବି ବାଂଲାଦେଶର ମ୍ୟାଚକୁ ଶ୍ରୀଲଙ୍କା ସିଫ୍ଟ କରିବାକୁ ଚାହୁଁଛି । ଏତିପାଇଁ ବୋର୍ଡ ତରଫରୁ ଆଇସିସିକୁ ଚିଠି ଲେଖଯାଇଛି । ଆଇସିସି କି ନିଷ୍ପତ୍ତି ନେଉଛି, ତାହା ଦେଖିବାକୁ ବାକି ରହିଛି । ପ୍ରଶ୍ନ ଉଠୁଛି, ଆଇପିଏଲରୁ ଆଉଟ ହେବା ପରେ ମୁସ୍ତାଫିଜୁରଙ୍କୁ କ୍ଷତିପୂରଣ ମିଳିବ କି ? ଯଦି ମିଳିବ ତେବେ କିଏ ଦେବ ? ବିସିସିଆଇ ନା କେକେଆର ?
ରିପୋର୍ଟ ଅନୁସାରେ ବିସିସିଆଇ ନିର୍ଦ୍ଦେଶରେ କେକେଆର ମୁସ୍ତାଫିଜୁରଙ୍କୁ ରିଲିଜ କରିଛି । ହେଲେ ଏହି ନିଷ୍ପତ୍ତିରେ ମୁସ୍ତାଫିଜୁରଙ୍କୁ କୌଣସି ଆର୍ଥିକ କ୍ଷତିପୂରଣ ମିଳିବାର ସମ୍ଭାବନା ନାହିଁ । କେକେଆର ତାଙ୍କୁ ନିଲାମରେ ୯.୨୦ କୋଟି ଟଙ୍କାରେ କିଣି ଥିଲା । ତାଙ୍କୁ ନେବାକୁ ସିଏସକେ ଓ ଡିସି ମଧ୍ୟ ନିଲାମୀ ଡାକିଥିଲେ ।
ସର୍ତ୍ତ କ’ଣ ରହିଛି ?
ସୂଚନାଯୋଗ୍ୟ, ଆଇପିଏଲ ଖଷଳାଳିଙ୍କ ଦରମାର ବୀମା କରାଯାଇଥାଏ । ହେଲେ ବିଦେଶୀ ଖେଳାଳିଙ୍କୁ ଏହାର ଲାଭ ସେତେବେଳେ ମିଳିଥାଏ ଯେତେବେଳେ ସେମାନେ ଆହତ ହୁଅନ୍ତି କିମ୍ବା ଟୁର୍ଣ୍ଣାମେଣ୍ଟ ସମୟରେ ସମସ୍ୟା ହେଲେ । ଏମିତି ସ୍ଥିତିରେ ଦରମାର ୫୦ ପ୍ରତିଶତ ମିଳିଥାଏ । ମୁସ୍ତାଫିଜୁରଙ୍କ କ୍ଷେତ୍ରରେ ନା ସେ ଆହତ ହୋଇଚନ୍ତି ନା କ୍ରିକେଟକୁ ନେଇ କୌଣସି କାରଣରୁ ବାହାର ହୋଇଚନ୍ତି । ଏଥିପାଇଁ ସେ ବୀମାକ୍ଷେତ୍ରରେ କଭର ହେଉନାହାନ୍ତି । ଏହି କାରଣରୁ କେକେଆର ତାଙ୍କୁ ଟଙ୍କା ଦେବାକୁ ଆଇନଗତ ବାଧ୍ୟ ନୁହେଁ ।
CASରେ ଆବେଦନ କରିବେ କି ମୁସ୍ତାଫିଜୁର ?
ପିଟିଆଇ ଅନୁସାରେ, ମୁସ୍ତାଫିଜରଙ୍କ ପାଖରେ ଆଇନଗତ ରାସ୍ତା ଆପଣାଇବାର ଅଧିକାର ରହିଛି । ହେଲେ ଆଇପିଏଲ ଭାରତୀୟ ଆଇନ ଅଧୀନରେ ଆଓୁଛି । କୌଣସି ବିଦେଶୀ ଖେଳାଳି କୋର୍ଟ ଅଫ୍ ଅର୍ବିଟ୍ରେଶନ ଫର ସ୍ପୋର୍ଟ (CAS) ରାସ୍ତା ଆପଣାଇବାକୁ ଚାହିଁ ନଥାନ୍ତି । ଆିନଗତ ପ୍ରକ୍ରିୟା ଲମ୍ବା ଓ ଜଟିଳ ହୋଇଥାଏ । ଆଉ ଏହାରି ଭିତରେ ବାଂଲାଦୋ କ୍ରିକେଟ ବୋର୍ଡ ବି ମୁସ୍ତାଫିଜୁରଙ୍କ ଏନଓସି ନେଇ ସାରିଛି । ଯେଉଁ କାରଣରୁ ତାଙ୍କ ପକ୍ଷ ଆହୁରି ଦୁର୍ବଳ ହୋଇଯାଇଛି ।
ବିସିବି ଟି-୨୦ ବିଶ୍ବକପରେ ନିଜ ଟିର ମ୍ୟାଚ ଭାରତରୁ ହଟାଇ ଶ୍ରୀଲଙ୍କାରେ କରିବାକୁ ଦାବି କରିଛି । ଯାହାକୁ ବାଂଲାଦେଶ ପ୍ରତିଶୋଧଶତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଭାରତ ଓ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ଚାଲିଥିବା ତିକ୍ତତା ମଧ୍ୟ ଏକ କାରଣ ବୋଲି କୁହାଯାଉଛି । ପରିସ୍ଥିତି ବଦଳି ଥାଏ । ତେଣୁ କୌଣସି ଖେଳାଳି କି ବୋର୍ଡ ଆଇନଗତ ମୁକାବିଲା କରିବାକୁ ଚାହିଁ ନଥାଏ ।

