spot_img
Home Blog Page 775

ଜାଣନ୍ତୁ IPL ସ୍ଥଗିତ ପରେ କେଉଁସବୁ ଖେଳାଳି ଛାଡ଼ିବେ ଭାରତ ?

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଛି ଆଇପିଏଲ ୨୦୨୫ । ବାକି ମ୍ୟାଚ କେବେ ଖେଳାଯିବ ଏହାକୁ ନେଇ କୌଣସି ସ୍ପଷ୍ଠ ସୂଚନା ଆସିନାହିଁ । ତେବେ ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶକୁ ଯିବାକୁ କୁହାଯାଇଛି । ଗୋଟିଏ ସପ୍ତାହ ପାଇଁ ଆଇପିଏଲର ମ୍ୟାଚକୁ ସ୍ଥଗିତ ରଖାଯାଇଛି । ତେବେ ବିଦେଶୀ ଖେଳାଳିମାନେ ଏବେ ନିଜ ନିଜ ଦେଶକୁ ଫେରିବେ । ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସମୟରେ ଅଧାରୁ ବନ୍ଦ ହୋଇଥିଲା ମ୍ୟାଚ୍ । ଆଉ ଏବେ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ତେବେ ନଜର ପକାନ୍ତୁ କେଉଁ ଦଳର କେଉଁ ଖେଳାଳି ଫେରିବେ ସ୍ବଦେଶ

ସନରାଇଜର୍ସ ହାଇଦ୍ରାବାଦ: ପାଟ କମିନ୍ସ, ହେନରି କ୍ଲାସେନ, ଟ୍ରାଭିସ୍ ହେଡ୍, ଇଶାନ ମାଲିଙ୍ଗା, ବ୍ରାଇଡନ୍ କାର୍ସେ ଏବଂ କାମିନ୍ଦୁ ମେଣ୍ଡିସ୍ ।

କୋଲକାତା ନାଇଟ୍ ରାଇଡର୍ସ : କ୍ବିଣ୍ଟନ ଡି କକ, ଗୁରବାଜ୍, ରସେଲ, ନରିନ୍, ପାଓ୍ବେଲ, ମୋଇନ୍ ଅଲ୍ଲୀ, ନୋର୍ଖିଆ ଏବଂ ଜନସନ ।

ପଞ୍ଜାବ କିଙ୍ଗ୍ସ : ଜୋଶ ଇଙ୍ଗଲିସ୍, ମାର୍କଶ ଷ୍ଟୋଇନିସ୍, ଆଜମାତୁଲ୍ଲା ଉମରଜାଇ, ମାକୋ ୟାନସନ, ବାର୍ଟଲେଟ୍, ଆରୋନ୍ ହାର୍ଡି

ଦିଲ୍ଲୀ କ୍ୟାପିଟାଲ୍ସ : ଷ୍ଟବସ୍, ମିଚେଲ ଷ୍ଟାର୍କ, ଜେକ୍ ଫ୍ରେଜର-ମ୍ୟାକଗର୍କ, ଫାଫ୍ ଡୁ ପ୍ଲେସିସ୍, ଦୁଷ୍ମନ୍ତ ଚାମୀରା, ଡୋନୋଭାନ ପେରେରା ଏବଂ ସେଦିକୁଲ୍ଲାହ ଅଟଲ

ଗୁଜୁରାଟ ଟାଇଟନ୍ସ : ଜସ୍ ବଟଲର୍, ରସିଦ୍ ଖାନ, ଜେରାଲ୍ଡ କୋଏଟଜୀ, ଶାରଫାନ୍ ରଥରଫୋର୍ଡ, କରିମ୍ ଜାନତ୍ ଏବଂ ଦାସୁନ୍ ଶାନାକା

ମୁମ୍ବାଇ ଇଣ୍ଡିଆନ୍ସ : ଟ୍ରେଣ୍ଡ ବୋଲ୍ଟ, ରାୟାନ ରିକେଲଟନ, ୱିଲ ଜ୍ୟାକ୍ସ, ମିଚେଲ ସାଣ୍ଟନର, ରିସ ଟପଲି, କର୍ବିନ୍ ବୋଶ, ମୁଜୀବ ଉର ରହମାନ ଏବଂ ବେଭାନ ଜ୍ୟାକବସ

ଚେନ୍ନାଇ ସୁପର କିଙ୍ଗ୍ସ : ପାଥିରାନା, ନୁର ଅହମ୍ମଦ, ଡେଭନ କନୱେ, ରାଚିନ ରବିନ୍ଦ୍ର, ସାମ୍ କରାନ, ନାଥନ ଏଲିସ୍, ଜେମି ଓଭରଟନ୍ ଏବଂ ଡେୱାଲ୍ଡ ବ୍ରେଭିସ୍

ରୟାଲ ଚ୍ୟାଲେଞ୍ଜର୍ସ : ଜାକବ ବେଥେଲ, ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ଲୁଙ୍ଗି ଏନଗିଡି, ଲିଆମ୍ ଲିଭିଂଷ୍ଟୋନ୍, ଜୋଶ୍ ହାଜେଲଉଡ୍, ଫିଲ୍ ସଲ୍ଟ ଏବଂ ନୁୱାନ ତୁଷାରା

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଜଳପଥରେ ଚେକିଂ କଡ଼ାକଡ଼ି

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଜଳପଥରେ ଚେକିଂ କଡ଼ାକଡ଼ି । ଏହାସହ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଜାଗ କରାଉଛି ପୋଲିସ । ଭାରତ ଆତଙ୍କୀ ଉପରେ ପ୍ରତିଶୋଧ ନେଉଥିବା ବେଳେ ଭାରତର ବିଭିନ୍ନ ସୀମାବର୍ତ୍ତୀ ରାଜ୍ୟ ସୀମାରେ ଚେକିଂ କଡ଼ାକଡ଼ି କରାଯାଇଛି । ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗକୁ ଲାଗିରହିଥିବା ବଙ୍ଗୋପସାଗର କୂଳ ଭୋଗରାଇର ଉଦୟପୁର ଓ ତାଳସାରୀ ଜଳପଥରେ ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ଓ ଇଣ୍ଡିଆନ ନୌସେନା ଅଧିକାରୀ ଲୋକଙ୍କୁ ସଚେତନ କରାଉଛନ୍ତି  । ବଙ୍ଗୋପସାଗରକୁ ଲାଗି ରହିଥିବା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର କୀର୍ତ୍ତନିଆ ଆଦି ଜଳପଥରେ ବୋର୍ଟ ଯୋଗେ ପାଟ୍ରୋଲିଂ କରାଯାଉଛି । କିନ୍ତୁ ସକାଳ କିଛି ସମୟ ଧରି ପୋଲିସ ଓ ଅନ୍ୟାୟ ବିଭାଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଡ୍ୟୁଟି କରୁଥିଲା ବେଳେ ଅନ୍ୟ ସମୟରେ କାହାର ଦେଖାନଥିବା ଅଭିଯୋଗ ହେଉଛି।

ଦିଲ୍ଲୀ କ୍ରିକେଟ ଷ୍ଟାଡିମୟକୁ ବୋମା ଧମକ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଛି ବିସିସିଆଇ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳିମାନେ ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେବେ ଏଭଳି ଏକ ସମୟରେ ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ ମିଳିଛି । ବୋମା ପକାଇ ଉଡ଼ାଇ ଦେବାକୁ ମେଲରେ ଧମକ ଆସିଛି । ଡିଡିସିଏର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି, ଶୁକ୍ରବାର ସକାଳୁ ଅରୁଣ ଜେଟଲି ଷ୍ଟାଡିୟମକୁ ଉଡାଇ ଦେବାକୁ ଧମକ ଆସିଛି । ’ଅପରେସନ ସିନ୍ଦୂର’ର ବଦଲା ନେବୁ ବୋଲି ଧମକ ଆସିଛି । ତେବେ ଏନେଇ ଏକ ମାମଲା ଦାୟର ହୋଇଥିବାବେଳେ ପୋଲିସ ତଦନ୍ତ ଚଳାଇଛି । ମେ ୧୧ ତାରିଖରେ ଏଠାରେ ଚଳିତ ସିଜିନରେ ଅନ୍ତିମ ମ୍ୟାଚ ଖେଳାଯାଇଥାନ୍ତା । ମାତ୍ର ଏହାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ହତ୍ୟା ଧମକ ମଧ୍ୟ ଆସିଛି ।

ସୀମାରେ ଡ୍ୟୁଟି କରିବେ କି ସଚିନ ପାଇଲଟ୍ ଏବଂ ଧୋନୀ  ?

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଅଘୋଷିତ ଯୁଦ୍ଧ ସମୟକ୍ରମେ ତିବ୍ର ହେବାରେ ଲାଗିଛି । ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ତେବେ ଏଭଳି ଏକ ସମୟରେ ଟେରିଟୋରି ଆର୍ମୀଙ୍କ ଭୂମିକା କଣ ? ସେମାନେ କଣ ସୀମାରେ ଶତ୍ରୁଙ୍କ ସହ ଲଢ଼ିବେ କି ? ଟେରିଟୋରିଆଲ ଆର୍ମିରେ ରହିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଣ ବର୍ଡରରେ ଡ୍ୟୁଟି କରିବେ କି ? ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ବର୍ଡରରେ ଡ୍ୟୁଟି କରିବେ କି ? ଏମିତି ପ୍ରଶ୍ନ ସମସ୍ତଙ୍କ ମଧ୍ୟରେ ଉଠିଛି ।

ପ୍ରଥମତଃ ଆବଶ୍ୟକ ପଡ଼ିଲେ ଟେରିଟୋରିଆ ଆର୍ମିମାନେ ଭାରତୀୟ ସେନାଙ୍କ ସହଯୋଗ କରନ୍ତି । କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯୁଦ୍ଧ ପରିସ୍ତିତି । ଏମାନେ ଆଲର୍ଟ ରହିଥାନ୍ତି । କେଉଁ ସମୟରେ ମଧ୍ୟ ଫୋନ୍ ଆସିପାରେ । ଏମାନେ ଯାଇ ସେନାରେ ଯୋଗ ଦେଇପାରନ୍ତି । ଟେରିଟୋରିଆ ଆର୍ମି ନିୟମ ୧୯୪୮ , ୩୩ ଧାରା ଅନୁସାରେ ସ୍ଥଳସେନା ମୁଖ୍ୟ ଏଭଳି ପରିସ୍ଥିତି ଭାରତୀୟ ସେନାଙ୍କୁ ସହଯୋଗ କରିବା ପାଇଁ ଯେକୌଣସି ସମୟରେ ମଧ୍ୟ ଡାକି ପାରନ୍ତି । ଟେରିଟୋରିଆ ଆର୍ମିରେ ୧୮ ବର୍ଷରୁ ୪୨ ବର୍ଷ ମଧ୍ୟରେ କରିପାରିବେ ।

ମହେନ୍ଦ୍ର ସିଂ ଧୋନୀ ୨୦୧୧ ମସିହାରେ ଟେରିଟୋରିଆଲ ଆର୍ମିରେ କାର୍ଯ୍ୟ କରିଆସୁଛନ୍ତି । ସେ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରହିଛନ୍ତି । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଏଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପାରାଚୁଟ୍ ରେଜ୍ୟୁମେଣ୍ଟ ଟ୍ରେନିଂ ନେଇଛନ୍ତି । ସେପଟେ ୬ ସେପ୍ଟେମ୍ବର ୨୦୧୨ ମସିହାରେ ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଛନ୍ତି ସଚିନ୍ ପାଇଲଟ୍ ।

 

ରାଜନାଥ ସିଂଙ୍କ ସହ ତିନି ସେନା ମୁଖ୍ୟଙ୍କ ବୈଠକ, ଫଟୋ କହୁଛି ଅନେକ କଥା…

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଉପରେ ଭାରତର ଡ୍ରୋନ୍ ଆକ୍ରମଣ କରିଛି । ପାକିସ୍ତାନରେ ଏବେ ଭୟର ବାତାବରଣ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହାରି ଭିତରେ ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଏକ ଫଟୋ ବାହାରକୁ ଆସିଛି । ଯେଉଁଥିରେ ସମସ୍ତଙ୍କ ମୁହଁରେ ବେଶ ହସ ରହିଛି । ଫଟୋରେ ଦେଖା ଯାଇଥିବା ସମସ୍ତଙ୍କ ମୁହଁର ହାଲକା ହସ ଦେଶ ଏବଂ ବିଶ୍ବକୁ ଅନେକ ବାର୍ତ୍ତା ଦେଉଛି । ଆଗାମୀ ଯୋଜନା ପାଇଁ ଅନେକ ପ୍ରସ୍ତୁତି କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୂସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ଏବଂ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ଅନିଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଫଟୋରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ଦେଶ ସୁରକ୍ଷିତ, ନେତୃତ୍ବ ସଜାଗ ଏଣୁ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ।

 

ନିରାଶ ହୁଅନ୍ତୁନି, ଖୁବଶୀଘ୍ର ଖେଳାଯିବ ବାକି ମ୍ୟାଚ…

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଛି ବିସିସିଆଇ । ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିବାବେଳେ କେବେ ମ୍ୟାଚ ଅନୁଷ୍ଠିତ ହେବ ଏହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଛି । କେବେ ପୁଣି ବାକିଥିବା ମ୍ୟାଚ ଖେଳାଯିବ ଏହାକୁ ଚର୍ଚ୍ଚା ହେଉଥିବାବେଳେ ବିସିସିଆଇ ପକ୍ଷରୁ ପକ୍ଷରୁ ଫ୍ୟାନ୍ସମାନେ ନିରାଶ ନହେବାକୁ କୁହାଯାଇଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ପୁଣିଥରେ ବାକି ମ୍ୟାଚ ଖେଳାଯିବ ବୋଲି କୁହାଯାଇଛି । ତେବେ ଏଭଳି ଏକ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶ ଆଗେ ବୋଲି କୁହାଯାଇଛି । ତେବେ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ନେଇ ଏମିତି କହିଲେ ମେହେବୁବା ମୁଫତି

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜୋରଦାର ହୋଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଉଛି ଭାରତ । ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଉଥିବାବେଳେ ଆତଙ୍କୀ ଆଡ୍ଡା ଉପରେ ବାରମ୍ବାର ପ୍ରହାର କରାଯାଉଛି । ସେପଟେ ଯୁଦ୍ଧ କରିବା ପାଇଁ ପାକିସ୍ତାନ ମଧ୍ୟ ଚାହିଁ ବସିଛି । ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ଜବାବ ଦେବୁ ବୋଲି ପ୍ରତିକ୍ରିୟା ରଖୁଛନ୍ତି । ଏପଟେ ଏଭଳି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ୍ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ।

ସେ କହିଛନ୍ତି କି, ବିଶ୍ବକୁ ମୋଦି ଶାନ୍ତିର ବାର୍ତ୍ତା ଦେଉଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ମୋଦି କହିଥିଲେ କି, ଏହା ଯୁଦ୍ଧର ସମୟର ନୁହେଁ । ଆଲୋଚନାର ସମୟ । ମେହେବୁବା କହିଛନ୍ତି କି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ କଥା ହୋଇ ଶାନ୍ତି ପ୍ରତିଷ୍ଠା କରନ୍ତୁ । ଏହି ଯୁଦ୍ଧ ପାଇଁ ଅକାରଣରେ ବହୁ ନିରିହ ଜୀବନ ଯାଉଛି । ତେବେ ଉଭୟ ଦେଶ ରାଜନୈତିକ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତୁ ।

ଯଦି କରାଚି କିମ୍ବା ଇସଲାମବାଦରେ ପରମାଣ ବୋମା ପଡ଼େ ତାହେଲେ କଣ ହେବ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ଭାରତ । ପହଲଗାମ ଆତଙ୍କବାଦ ଆକ୍ରମଣର ବଦଲା ନେଉଛି ଭାରତ । ତେବେ ଭାରତ ଯଦି କରାଚି କିମ୍ବା ଇସଲାମବାଦରେ ପରମାଣୁ ଆକ୍ରମଣ କରେ ତାହେଲେ କଣ ହେବ ? ତେବେ ରିପୋର୍ଟରେ ପ୍ରକାଶ ପାଇଛି କି, ଗୋଟିଏ ପରମାଣୁ ବୋମା ସୂର୍ଯ୍ୟଙ୍କ ପ୍ରଖରଠାରୁ ବେଶ ଅଧିକ । ଯେଉଁଠାରେ ପରମାଣୁ ଆକ୍ରମଣ ହୁଏ ସେଠାରୁ ୫-୦ କିଲୋମିଟର ପରିଧି ମଧ୍ୟରେ ଲୋକେ ଅନ୍ଧ ହୋଇଯାଆନ୍ତି । ଏତେ ପରମାଣୁ ବୋମାର ପ୍ରଖର ଏତେ ରୁହେ କି, ବଡ଼ ବଡ଼ କୋଠା ଅତି ସହଜରେ ଭୁଶୁଡ଼ି ପଡ଼େ । ପରମାଣୁ ବୋମା ପଡ଼ିଲେ ୧୦ କିଲୋମିଟର ପରିଧିରେ ଏତେ ପରିମାଣରେ ପବନ ଏବଂ ଗରମ ହେବ କି, କୌଣସି କୋଠା କିମ୍ବା ଗଛ ରହିବ ନାହିଁ ।

ପରମାଣୁ ବୋମା ପଡ଼ିଲେ ପ୍ରଥମ ଘଣ୍ଟାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ । ମାସକ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପଡ଼ି ପାରନ୍ତି । ଯେଉଁ ସ୍ଥାନରେ ପରମାଣୁ ବୋମା ପଡ଼ିବ ସେହି ସ୍ଥାନରେ ବିଶାଳ କବର ସ୍ଥାନରେ ପରିଣତ ହେବ । ପାକିସ୍ତାନର ପଞ୍ଜାବ ପ୍ରଦେଶ ଓକାରା ଆର୍ମି କ୍ୟାଣ୍ଟନମେଣ୍ଟ ଉପରେ ଭାରତୀୟ ସେନା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି । ସକାଳୁ ସକାଳୁ ଏହି ଆକ୍ରମଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ଭୟର ବାତାବରଣ ରହିଥିବା ଖବର ପ୍ରକାଶ ପାଇଛି ।

ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ସ୍ୱରା, ଜାଣନ୍ତୁ କ‘ଣ ଅଛି ପାକିସ୍ତାନ ଲିଙ୍କ୍….

ନନ୍ଦିଘୋଷ ବ୍ୟୁରୋ :  ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ଲୋକ ପ୍ରାଣ ହରାଇଥିଲେ, ଯାହା ପରେ ଭାରତ ମେ’ ୭ରେ ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିଲା। ବର୍ତ୍ତମାନର ପରିସ୍ଥିତିକୁ ନେଇ ଲୋକମାନେ ଭାରତ ସହିତ ଠିଆ ହୋଇଥିବା ବେଳେ, ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କ ପୋଷ୍ଟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ଏକ ପ୍ରଚାର ବୋଲି କହିଛନ୍ତି।

ସ୍ୱରା ଭାସ୍କର ପ୍ରାୟତଃ କିଛି ନା କିଛି ବିବାଦ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ଯାହା ପରେ ତାଙ୍କ ବିଷୟରେ ଆଲୋଚନା ବଢ଼ିଯାଇଛି। ଅଭିନେତ୍ରୀ ସ୍ୱରା ପୋଷ୍ଟ ସେୟାର ଯୁଦ୍ଧକୁ ଏକ ପ୍ରଚାର ବୋଲି କହିଛନ୍ତି। ସେ ଜର୍ଜ ଅରୱେଲଙ୍କ ଏକ ଉକ୍ତି ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, ପ୍ରତ୍ୟେକ ଯୁଦ୍ଧ ହେଉଛି ପ୍ରଚାର।

ଏହି ପୋଷ୍ଟରେ ସ୍ୱରା ଯୁଦ୍ଧ ଚାହୁଁଥିବା ସମସ୍ତଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି।  ଯେଉଁଥିରେ ଲେଖାଯାଇଛି ଯେ ଯିଏ ଯୁଦ୍ଧ ଚାହେଁ, ସେ ଥରେ ନିଜ ପରିବାରକୁ ଦେଖି ଚିନ୍ତା କରିବା ଉଚିତ ଯେ ସେ ସେମାନଙ୍କ ମଧ୍ୟରୁ କାହାକୁ ହରାଇବାକୁ ପ୍ରସ୍ତୁତ। କାରଣ, ଯଦି ତୁମେ ଯୁଦ୍ଧରେ ପ୍ରବେଶ କର, ତେବେ ଏହା କେବଳ ସୀମାରେ ନୁହେଁ ବରଂ ତୁମର ଘର ବାହାରେ ଲଢ଼ାଯିବ। ଏହାସହିତ ସ୍ୱରା ହାଇଦ୍ରାବାଦର କରାଚୀରେ ଲୋକମାନେ ଭାରତୀୟ ପତାକା ଉତ୍ତୋଳନ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ ଏହି ମୂର୍ଖତା କେବେ ଶେଷ ହେବ।

ସ୍ୱରା ଭାସ୍କର ଯୁଦ୍ଧ ଉପରେ ତାଙ୍କ ବୟାନ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି । ଏପରି ପରିବେଶରେ ଅଭିନେତ୍ରୀଙ୍କ ଏପରି ମନ୍ତବ୍ୟ ଉପରେ ସୋସିଆଲ ମିଡିଆରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଅନେକ ଲୋକ ତାଙ୍କ କଥାକୁ ସତ୍ୟ ବୋଲି ମାନିଥିବାବେଳେ, ଅନେକ ୟୁଜର୍ସ ତାଙ୍କୁ ଦେଶଦ୍ରୋହୀ କହି ଟ୍ରୋଲ କରୁଛନ୍ତି। ସ୍ୱରାଙ୍କ ବ୍ୟତୀତ ଅନେକ ବଲିଉଡ୍ ଷ୍ଟାର ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂରକୁ ସମର୍ଥନ କରିଛନ୍ତି।

BCCIର ବଡ଼ ଘୋଷଣା : ଭାରତ –ପାକିସ୍ତାନରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଲା IPL 2025

ନନ୍ଦିଘୋଷ ବ୍ୟୁରୋ : ସ୍ଥିତ ରହିଲା IPL 2025 ମହାସମର ।  ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ଚଳିତ ସିଜିନକୁ ମଝିରୁ ସ୍ଥଗିତ ଘୋଷଣା କଲା ବିସିସିଆଇ।  ଶୁକ୍ରବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କୌଣସି ମ୍ୟାଚ୍ ହେବ ନାହିଁ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ସୁରକ୍ଷିତ ଘରକୁ ପଠାଇବା , ସୁରକ୍ଷା ଦୃଷ୍ଟିରୁ ଏପରି କ୍ୟାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖୁବ୍ ଶୀଘ୍ର ବିସିସିଆଇ ନୂତନ ତାରିଖ ଘୋଷଣା କରିବ ।