spot_img
Home Blog Page 770

IPL ଅପଡେଟ, ପୁଣି ଆରମ୍ଭ ହେବାକୁ ଯାଉଛି ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ଉତ୍ତେଜନା ଯୋଗୁ ସ୍ଥଗିତ ଥିବା IPL ୨୦୨୫ ପୁଣି ଆରମ୍ଭ ହେବାକୁ ଯାଉଛି । ମ୍ୟାଚ୍ ପୁଣି ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ । ଏବେ ମ୍ୟାଚ୍ କେବଳ ଦକ୍ଷିଣ ଭାରତରେ ନୁହେଁ ସାରା ଦେଶରେ ହେବ । ଏ ନେଇ ନୂଆ ତାରିଖ ପୁଣି ଘୋଷଣା କରାଯିବ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ ହୋଇଯାଇଛି । ତେଣୁ ଏବେ ମ୍ୟାଚ୍ ପୂରା ଦେଶରେ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବାକି ମ୍ୟାଚ୍ ପାଇଁ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦକୁ ଚୟନ କରିଥିଲା ।

ଏବେ ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଯେଉଁଥିରେ ପୁଣି ଆଇପିଏଲ ଆରମ୍ଭ ନେଇ ନିଷ୍ପତ୍ତି ନିଆଯିବ । କିଛି ଖେଳାଳି ନିଜ ଦେଶକୁ ଫେରି ଯାଇଛନ୍ତି । ଏ ନେଇ ପ୍ରଶଂସକମାନେ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ । ଏହି ଦୁଇ ଦିନ ଭିତରେ ବୈଠକ ହେବାକୁ ଯାଉଛି ଯେଉଁଥିରେ ମ୍ୟାଚ୍ ନେଇ ନିଷ୍ପତ୍ତି ନିଆଯାଇପାରେ ।

 

ବାଉଁଶରକୁ ଗୁଳିମାଡ଼ ଘଟଣାରେ ସିଲ୍ ହେଲା କସ୍ମସ ବାର

ଭୁବନେଶ୍ବର: ସିଲ୍ ହେଲା ଭୁବନେଶ୍ବର ଡମଣା ଛକରେ ଥିବା କସ୍ମସ ବାର। ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ବାର୍ ସିଲ କରିଛି ଭୁବନେଶ୍ୱର ଅବକାରୀ ବିଭାଗ I ଶୁକ୍ରବାର ରାତି ୪ଟା ଯାଏଁ ବାର୍ ଖୋଲିବା ଓ ବାଉଁଶର ଉପରକୁ ଗୁଳିମାଡ଼ ଘଟଣା ପରେ ସିଲ୍ ହୋଇଛି।

ରାତିରେ ହୋଇଥିବା ଗୁଳିମାଡ଼ ଏବଂ ଗଣ୍ଡଗୋଳ ବେଳର ସିସିଟିଭି ଫୁଟେଜ ଜବତ କରିଛି ପୋଲିସ ଓ ଅବକାରୀ ଟିମ I ନନ୍ଦିଘୋଷ ଟିଭି ହାତରେ ଲାଗିଛି ସେହି Exclusive ସିସିଟିଭି। ସାଢ଼େ ୧ଟାରେ ବନ୍ଦ କରିବା ଜାଗାରେ ରାତି ତମାମ ବାର ଖୋଲି ଡିଜେ ଲଗାଇ ରାତିକୁ ରଙ୍ଗୀନ କରୁଥିଲେ I ଚନ୍ଦ୍ରଶେଖରପୁର ଏବଂ ନନ୍ଦନକାନନ ଅଞ୍ଚଳରେ ଏକାଧିକ ବାର ବେଆଇନ ଭାବରେ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା I ଗୁଳିମାଡ଼ ଘଟଣାରେ ଜଣେ ଆହତ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍

ଜାମୁ କାଶ୍ମୀର: ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍। ସୋଫିଆନ, କୁଲଗାମ, ପୁଲଓ୍ବାମା ଓ ଅନନ୍ତନାଗରେ ଚେକିଂ କରାଯାଉଛି। ଆତଙ୍କୀ ଆକ୍ରମଣ ଘଟଣାରେ ଛାନବିନ୍ ଚଳାଇଛି SIA। ସେହିପରି ଅସ୍ତ୍ରବିରତି ପରେ ସୀମାରେ ଧିରେ ଧିରେ ସୁଧୁରୁଛି ସ୍ଥିତି। ରଜୌରୀ, ଅମୃତସର, ଶ୍ରୀନଗର ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଉଡୁନି ଡ୍ରୋନ। ସ୍ଥିତିକୁ ନଜରରେ ରଖି ଆଲର୍ଟରେ ରହିଛନ୍ତି ଭାରତୀୟ ଯବାନ। ଗତକାଲି ଅସ୍ତ୍ରବିରତି ପରେ ପୁଣିଥରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ।

ଜାମ୍ମୁ କାଶ୍ମୀର, ରାଜସ୍ଥାନ, ଗୁଜରାଟ  ଓ ପଞ୍ଜାବର ଏକାଧିକ ସ୍ଥାନରେ ଡୋନ ଆକ୍ରମଣ ହୋଇଥିଲା। ଜୈସଲମେରରେ ୬ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଏହାକୁ ନେଇ ଜୈସଲମେରରେ ବାଜିଥିଲା ଏୟାରରେଡ୍ ସାଇରନ। ଜଳନ୍ଧର, ଲୁଧିଆନା, ପଟିଆଲାରେ ବ୍ଲାକଆଉଟ କରାଯାଇଥିଲା। ପଠାନକୋଟ ନିକଟରେ ଦେଖାଯାଇଥିଲା ପାକିସ୍ତାନୀ ଡ୍ରୋନ। ରାଜସ୍ଥାନର ବାଡମେରରେ ଲଗାତାର ବାଜିଥିଲା ସାଇରନ। ଜାମ୍ମୁ କାଶ୍ମୀର ସାମ୍ବା, ରାମଗଡ଼ ଅଂଚଳରେ ବି ଦେଖାଗଲା ଡ୍ରୋନ। ପଠାନକୋଟ ସହ ପଞ୍ଜାବ ଫିରୋଜପୁର, ଜଳନ୍ଧର, ଲୁଧିଆନା, ପଟିଆଲାରେ ବ୍ଲାକଆଉଟ କରାଯାଇଥିଲା। ରାଜସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଥିଲା।…

 

ରାସ୍ତା ପାଖରେ ବସିଥିବା ମହିଳାଙ୍କ ଉପରେ ଚଢ଼ିଗଲା କାର୍, ଜଣେ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେଶରାପଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା ପାଖରେ ବସିଥିବା କିଛି ମହିଳାଙ୍କ ଉପରେ ଚଢ଼ିଗଲା କାର୍।  ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। । ମୃତକ ହେଲେ ପଚାଶ ବର୍ଷୀୟା ସଂଯୁକ୍ତା ବିଷୋୟୀ। ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବେନେଶ୍ୱର ସ୍ଥାନାନ୍ତର କରାଯାଇଛି l ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଜଣେ ଛଅ ବର୍ଷର ନାବାଳିକା l ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକ ଓ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ  ସାରା ରାତି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ l ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଚଳାଚଳ ବନ୍ଦ ରହିଛି l ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ରାସ୍ତାରୋକ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି l  ତେବେ ଏ ନେଇ ଘଟଣା ସ୍ଥଳରୁ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଆସିକା ପ୍ରତିନିଧି ନରେନ୍ଦ୍ର ସାହୁ l

ଭାରତ ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ପାକିସ୍ତାନର ସାଥ୍ ଦେଲା ଚୀନ

ନନ୍ଦିଘୋଷ ବ୍ୟୁରୋ: ପଦାରେ ପଡ଼ିଲା ଚୀନର ଦୋମୁହାଁ ନୀତି। ଭାରତ ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ପାକିସ୍ତାନର ସାଥ୍ ଦେଲା ଚୀନ। ବନ୍ଧୁ ଭାବେ ପାକିସ୍ତାନ ସହ ଛିଡ଼ା ହେବ ବୋଲି ଘୋଷଣା କରିଛି ଚୀନ। ଏନେଇ ଚୀନ ବିଦେଶ ମନ୍ତ୍ରୀ ଓ ପାକିସ୍ତାନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅନ୍ୟପଟେ NSA ଅଜିତ ଡୋଭାଲଙ୍କ ସହ ବି କଥାବାର୍ତ୍ତା କରିଛନ୍ତି ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟୁ। ଉଭୟ ଦେଶ ଯୁଦ୍ଧ ବିରତି ପ୍ରକ୍ରିୟା ନିରନ୍ତର ରଖିବାକୁ ପରାମର୍ଶ ଦେଇଛନ୍ତି ଚୀନ ବିଦେଶ ମନ୍ତ୍ରୀ।

ଚଳିତ ବର୍ଷ ସଅଳ ଛୁଇଁବ ମୌସୁମୀ

ଭୁବନେଶ୍ବର: ଚଳିତ ବର୍ଷ ସଅଳ ଛୁଇଁବ ମୌସୁମୀ । ମେ ୨୭ ସୁଦ୍ଧା କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  ଏଥର ଆଗୁଆ ମୌସୁମୀ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି ।

୫ଟି ପାଣିପାଗ ମଡେଲର ତର୍ଜମା କରି ଏହି ପୂର୍ବାନୁମାନ କରିଛି ଆଇଏମଡି । ସେପଟେ ଆଜି ରାଜ୍ୟରେ ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ୪୨.୭ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଛି । ସେହିପରି ହୀରାକୁଦ ୪୧.୭, ଝାରସୁଗୁଡ଼ା ୪୧.୬, ଭୁବନେଶ୍ବର ୪୦.୨, ବାଲେଶ୍ବର ୩୯.୭, ରାଉରକେଲା ୩୯.୬, ଚାନ୍ଦବାଲିରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ପହଲଗାମ ଆକ୍ରମଣର ୨୦ ଦିନ ପରେ ମୁହଁ ଖୋଲିଲେ ବିଗ୍ ବି

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ପୂରା ବଲିଉଡ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେହି ପଦୁଟିଏ ବି କହି ନାହାନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବଲିଉଡ ଲିଜେଣ୍ଡ ଅଭିତାଭ ବଚ୍ଚନ । ବହୁ ଦିନର ନିରବତା ପରେ ସେ ଆଜି ମୁହଁ ଖୋଲିଛନ୍ତି । ପହଲଗାମ ଆକ୍ରମଣ ପରଠୁ ଅପରେସନ ସିନ୍ଦୂର ଯାଏ କେହି ବି ଆଜି ଯାଏ ପ୍ରତିକ୍ରିୟା ଦେଇ ନାହାନ୍ତି ।

ଏବେ ଆକ୍ରମଣର ୨୦ ଦିନ ପରେ ଏବଂ ଅପରେସନ ସିନ୍ଦୂରର ୫ ଦିନ ପରେ ଅଭିତାଭ ବଚ୍ଚନ ନୀରବତା ଭାଙ୍ଗିଛନ୍ତି । ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେନାକୁ ସଲାମ କରିଛନ୍ତି । Xରେ ଅମିତାଭ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କ କବିତାର କିଛି ପଂକ୍ତି ଉଲ୍ଲେଖ କରିଛନ୍ତି ।

 

 

ଆଜି ପବିତ୍ର ନୃସିଂହ ଚତୁର୍ଥୀ, ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼

ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଥୀ । ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼ । ସେହିପରି ଆଜି ମଧ୍ୟ ରୂପକାର ସେବକ ମାନେ କୋଣ ଗୁଜ ଅନୁକୂଳ କରିବେ। ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିବେ l ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇବେ l ଗୁଜଜଳ ଯନ୍ତ୍ର ଓ ଗୁଡୁକା ଆଦି ତିଆରି ହେବା ପରେ ରୂପକାର ମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରିବାର ଵିଧି ରହିଛି l ବିଧିବଦ୍ଧ ଭାବେ ରୂପକାର ସେବକମାନେ ରଥ ଖଳାରେ ଯୋଗଦେବେ । ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରିବେ । ୩ ରଥର କୋଣ ଗୁଜ, ପଟ୍ଟ ଗୁଜ, ଖମ୍ବି, ନାଟଗୋଡ, ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରିରେ ରୂପକାର ।….

ଅସ୍ତ୍ର ବିରତି ଘୋଷଣାକୁ କାହିଁକି ମାନୁନି ପାକିସ୍ତାନ ସେନା?

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନ ତାର ପ୍ରକୃତ ରଙ୍ଗ ଦେଖେଇଛି । ଅସ୍ତ୍ର ବିରତି ଘୋଷଣା ହେବାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ଗୁଜୁରାଟର ସୀମାବର୍ତ୍ତି ଅଞ୍ଚଳରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଶ୍ରୀ ନଗର ସେନା ମୁଖ୍ୟାଳୟ ନିକଟରେ ଭାରତୀୟ ସୁରକ୍ଷା ବାହିନୀ ୪ଟି ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଅସ୍ତ୍ର ବିରତି ଘୋଷଣା ସତ୍ତ୍ବେ ପାକିସ୍ତାନ ସେନା କାହିଁକି କଥା ମାନୁନି । ପାକିସ୍ତାନୀ ସେନାର ମୌଳବାଦୀ ଗୋଷ୍ଠୀ ଏହାର ରାଜନୈତିକ ନେତୃତ୍ବ ବିରୁଦ୍ଧରେ ବିଦ୍ରୋହ କରିବାକୁ ଯାଉଥିବାର ସୂଚନା ମିଳିଛି । ପାକିସ୍ତାନର ସାମରିକ ନେତୃତ୍ବ ତାଙ୍କ ରାଜନୈତିକ ନେତୃତ୍ବ ଦ୍ବାରା ହୋଇଥିବା ଚୁକ୍ତିକୁ ଗ୍ରହଣ କରିବାକୁ ମନା କରୁଛି ।

 

୪ ଘଣ୍ଟା ବି ରହି ପାରିଲାନି ପାକିସ୍ତାନ: ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଘୋଷଣାର ମାତ୍ର ୪ ଘଣ୍ଟା ମଧ୍ୟରେ ପୁଣି ନିଜ ଔକାତ ଦେଖାଇଲା ପାକିସ୍ତାନ । ସୀମାରେ କଲା ଅସ୍ତ୍ରବିରିତି ଉଲ୍ଲଂଘନ । ଜମ୍ମୁ ଓ କାଶ୍ମୀର ସୀମାରେ ପାକିସ୍ତାନ ପୁଣି ଥରେ ଗୁଳି ମାଡ଼ କରି ଭାରତକୁ ଉସକାଇଛି । ପାକିସ୍ତାନ ସୀମାର ଏକାଧିକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଲିମାଡ଼ କରିଛି । ଏପଟେ କାଶ୍ମୀରର ବାରାମୁଲାରେ ଏକ ସନ୍ଦଗ୍ଧ ଡ୍ରୋନ ବିସ୍ଫୋରଣର ବି ଶବ୍ଦ ଶୁଣିବାକୁ ମିଳିଛି ।

ସୂଚନା ଅନୁସାରେ, ଅନସାର, ଅଖନୁର, ରଜୌରୀ ଔ ଆଣଏସପୁରା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ କରାଯାଇଛି । ବାରାମୁଲାରେ ଏକ ଡ୍ରୋନରୁ ଆକ୍ରମଣ କରାଯାଇଛି । ଜମ୍ମୁର ପହଲଗାଓଁ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏପଟେ ଭାରତୀୟ ସେନାକୁ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।