spot_img
Home Blog Page 7613

୧୫୮ ଆହାର କେନ୍ଦ୍ର ଓ ୩୪ ସେଣ୍ଟ୍ରାଲ୍‌ କିଚେନ୍‌କୁ ମିଳିଲା ISO ମାନ୍ୟତା

ଭୁବନେଶ୍ୱର: ରାଜ୍ୟର ୧୫୮ ଆହାର କେନ୍ଦ୍ର ଓ ୩୪ ସେଣ୍ଟ୍ରାଲ୍‌ କିଚେନ୍‌କୁ ମିଳିଲା ISO ମାନ୍ୟତା । ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଯୋଗୁଁ ମିଳିଲା ମାନ୍ୟତା । ସହରାଞ୍ଚଳରେ ଗରିବ  ଲୋକଙ୍କୁ କମ୍‌ ଦାମ୍‌ରେ ଭଲ ଖାଇବା ଯୋଗାଇଦେବା ଲାଗି ଆରମ୍ଭ ହୋଇଥିଲା ଏହି ଯୋଜନା । ଯୋଜନା ଅନୁଯାୟୀ ଆହାର କେନ୍ଦ୍ରମାନଙ୍କରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଖାଇବା । ଯୋଜନା ଆରମ୍ଭରେ ଦିନ ୧୧ରୁ ୩ ଟା ଯାଏଁ ଲୋକଙ୍କୁ ଖାଇବା ଯୋଗାଇଦିଆଯାଉଥିବା ବେଳେ ପରେ ରାତିରେ ମଧ୍ୟ ଖୋଲାଯାଇଥିଲା ଆହାର କେନ୍ଦ୍ର । ରାଜ୍ୟର ବିଭିନ୍ନ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ରାତିରେ ଖୋଲାଯାଇଥିଲା ।

ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ପ୍ରକଳ୍ପ ସହଯୋଗୀଙ୍କ ନିଷ୍ଠା ଯୋଗୁଁ ‘ଆହାର’ ଓ କିଚେନ୍‌ ସେଣ୍ଟରକୁ ISO ମାନ୍ୟତା ମିଳିପାରିଥିବା ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୪୦ ଟଙ୍କାରେ ପିଆଜ, କିଏ ନବ ଆସ

ଭୁବନେଶ୍ୱର: ପିଆଜ କିଲୋ ୪୦। କିନ୍ତୁ ଏହି ପିଆଜ କୌଣସି ଦୋକାନରେ କି ବଡ଼ ବଡ଼ ମାର୍କେଟ କମ୍ପ୍ଲେସରେ ମିଳିବ ନାହିଁ । ଯଦି ଆପଣ ପିଆଜକୁ ୪୦ ଟଙ୍କାରେ କିଣିବାକୁ ଚାହାଁନ୍ତି ତେବେ କଂଗ୍ରେସ ଭବନକୁ ଯିବାକୁ ପଡ଼ିବ ।

କାରଣ କଂଗ୍ରେସକର୍ମୀ ଆଜି ୪୦ ଟଙ୍କିଆ ପିଆଜ ହାଟ ବସେଇ ଅଭିନବ ଢଙ୍ଗରେ ପିଆଜ ଦରବୃଦ୍ଧିର ପ୍ରତିବାଦ କରିଛନ୍ତି ।

ରାଜ୍ୟ ସାରା ପିଆଜର ମୂଲ୍ୟକୁ ନେଇ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ବେଳେ ପ୍ରତିବାଦରେ ୪୦ ଟଙ୍କାରେ ପିଆଜ ବିକୁଛନ୍ତି କଂଗ୍ରେସ କର୍ମୀ । ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଚାଲିଛି ଏହି ପିଆଜ ବିକ୍ରି ପ୍ରତିବାଦ ।

ସୀମା ବିବାଦକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ: ଜାଗା ଛାଡ଼ିବେନି କହି ଜିଦରେ ଅଟଳ

ନୟାଗଡ଼: ଗାଁରେ ସୀମା ବିବାଦକୁ ନେଇ ରାସ୍ତା ଅବରୋଧ । ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଘନେଇବାରେ ଲାଗିଛି ବିବାଦ । ଯାହାକୁ ନେଇ ରାସ୍ତା କୁ ଓହ୍ଲାଇଛନ୍ତି ଦୁଇଟି ଗାଁର ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଡମସାହି ଗାଁରେ । ସୁଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ଦୁଇଟି ଗାଁ ରହିଛି ଡମସାହି ଏବଂ ତଲାରିବନ୍ଧ ।

ଏହି ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଅଡ଼ୁଆ ଲାଗିରହିଛି । ଅଡ଼ୁଆଟି ହେଉଛି ଏହି ଦୁଇଟି ଗାଁ ଗୋଟିଏ ପଞ୍ଚାୟତ ଅଧିନରେ ରହିଛି । କିନ୍ତୁ ପ୍ରଶାସନ ଡମସାହିଠାରୁ ତଲାରିବନ୍ଧକୁ ଅଲଗା ଏକ ପଞ୍ଚାୟତକୁ ବଦଳି କରିବାକୁ ନିଷ୍ପତି ନେଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି ଡମସାହିର ଗାଁ ଲୋକେ ।

କାରଣ ଯଦି ତଲାରିବନ୍ଧକୁ ଅନ୍ୟ ଏକ ପଞ୍ଚାୟତକୁ ସ୍ଥାନାନ୍ତର କରାଯିବ ତେବେ ଡମସାହିର କିଛି ଲୋକଙ୍କର ଚାଷ ଜମି, ସରକାରୀ ଜମି ଏବଂ ଡମସାହି ସିମାରୁ କିଛି ଅଂଶ ତଲାରିବନ୍ଧ କୁ ଚାଲିଯିବ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଡମସାହି ଗାଁ ଲୋକେ  ।

ଅପରପଟେ କିନ୍ତୁ ଏହାକୁ ବିରୋଧ କରିନି ତଲାରିବନ୍ଧ ଗାଁ । ଏନେଇ ଆଜି ସକାଳୁ ଡମସାହି ଗ୍ରାମବାସୀ ଗୋଡିପଡା ଓ ଦର୍ପନାରାୟଣପୁର ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ରଣପୁର ତହସିଲଦାର ପହଂଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଧ୍ୱଜା

ସମ୍ବଲପୁର: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁଯାୟୀ ରବିବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଆଜ୍ଞାମାଳ ଧରି ଘଣ୍ଟ, ଘଣ୍ଟା,ସଂକୀର୍ତ୍ତନ, ହୁଳହୁଳି ସହ ରଙ୍ଗୀନ ଆଲୋକରେ ବାହାରିଥିଲା ବିରାଟ ଶୋଭାଯାତ୍ରା ।

ଆଜ୍ଞାମାଳ ଧରି ଶୋଭାଯାତ୍ରା ପହଞ୍ଚିଥିଲା ହାତପଦା ସଞ୍ଚାର ପଡିଆରେ । ସେଠାରେ ରାଜ ପୁରୋହିତଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନା ରେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ଅଧକ୍ଷ ଜ୍ୟୋତିରଞ୍ଜନ ପ୍ରଧାନ ଏସ୍‌ପି ପଦ୍ମିନୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାପାଳ ନଡ଼ିଆ ଭାଙ୍ଗିବା ପରେ ଶୁଭଧ୍ୱଜା ସ୍ଥାପିତ ହୋଇଥିଲା ।

ଏହି ଉତ୍ସବରେ ଉପ ଜିଲ୍ଲାପାଳ,ସମସ୍ତ ପ୍ରଶାସନିକ ଅଧିକାରୀ, ଯାତ୍ରା କମିଟି ସଦସ୍ୟ, କଳାକାର ଓ ଜନସାଧାରଣ ସାମିଲ ହୋଇଥିଲେ। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୧ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦଶ ଦିନ ଧରି ଚାଲିବ ।

ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଧକ୍କାରେ ଜଣେ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଦିକଟା ଗାଁ ର ଲଳିତ ଵାଦି । ସେ ଜଣେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସମୟରେ ନିଜ ଗାଁରୁ ଲଳିତ ବାଉଁଶୁଣି ଆସୁଥିବା ସମୟରେ ବୌଦ୍ଧରୁ ବାଉଁଶୁଣି ପଟକୁ ଯାଉଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟ ହୋଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲଳିତଙ୍କ ଶବ ଏବଂ ଦୁର୍ଘଟଣା ଘଟିଥିବା କାରକୁ ଜବତ କରିଛି । ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ତାମିଲନାଡୁରେ ବର୍ଷା ବିତ୍ପାତ: କାନ୍ଥ ଭୁଶୁଡ଼ି ୧୫ ମୃତ

ତାମିଲନାଡୁ: ତାମିଲନାଡୁରେ ବର୍ଷା ବିତ୍ପାତ ।  ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଢାଳିବ ବୋଲି ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବାରୁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତିରୁବଲ୍ଲର, ଭେଲୋର, ତିରୁବନ୍ନମାଲାଇ, ତୂତୁକ୍କୁଡ଼ି, ରାମନାଥପୁରମ ଏବଂ ତିରୁନେଳବେଲି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ।

ତାମିଲନାଡୁ ମେଟୁପଲୟମରେ କାନ୍ଥ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଫଳରେ କାନ୍ଥ ଭୁଶୁଡ଼ିବାରୁ ୩ଟି ଘର ଭାଙ୍ଗିଯାଇଥିଲା । ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ସେପଟେ  ତାମିଲନାଡୁରେ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ଦୁଇ ଦିନ ଯାଏ ଲାଗିରହିବ ଏହି ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ପ୍ରଭାବିତ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।

ସେହିପରି ପରୀକ୍ଷାକୁ ମଧ୍ୟ ବାତିଲ କରିଛି ପ୍ରଶାସନ । ଗତ ୪୮ ଘଣ୍ଟାରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପ୍ରଭାବିତ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ଚେତାବନୀ ଦେଇଛି ଚେନ୍ନାଇ ଆଞ୍ଚଳିକ ପାଣିପାଗ ବିଭାଗ ।

ଚନ୍ଦ୍ରଶେଖରପୁର ଶ୍ରୀବିହାରରୁ ଉଦ୍ଧାର ହେଲା ଏକ ଅଜଣା ମୃତଦେହ: ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୁତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେହି ଜଣେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏକ ଆପାର୍ଟମେଣ୍ଟ ସମ୍ମୁଖ ଖୋଲା ପଡ଼ିଆରେ ମୁହଁ  ତଳକୁ ହୋଇ ପଡି ରହିଛି ମୃତଦେହ ।

ମୃତ ଯୁବକ ଜଣକ ଜଣେ ଡ୍ରାଇଭର ବୋଲି  ଜଣାପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ ।  ଚନ୍ଦ୍ରଶେଖରପୁର ଥାନା ପୋଲିସର ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜିଠାରୁ ଆସନ୍ତା ୮ ତାରିଖ ଯାଏଁ ନକ୍ସଲ ପାଳୁଛନ୍ତି ପିଏଲଜିଏ ସପ୍ତାହ: ନକ୍ସଲ ପ୍ରବଣ ଜିଲ୍ଲାରେ ହାଇଆଲର୍ଟ ଜାରି

ଆଜିଠାରୁ ଆସନ୍ତା ୮ ତାରିଖ ଯାଏଁ ନକ୍ସଲ ପାଳୁଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ନକ୍ସଲ ପ୍ରବଣ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହିତ କମ୍ବିଂ ଅପରେସନକୁ ଜୋର କରାଯାଇଛି ।

ନିଜ ପତିଆରା ବିସ୍ତାର କରିଥିବା ଦର୍ଶାଇବାକୁ ଯାଇ ନକ୍ସଲ ଏହି ସମୟରେ ବିଭିନ୍ନ କାଣ୍ଡ ଘଟାଇ ଲୋକଙ୍କୁ ଭୟଭୀତ କରାଇଥାଏ । ଏଥି ସହିତ ନିଜ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଥାନ୍ତି ନକ୍ସଲ ।

ଏହି ସବୁ ଦିଗକୁ ଆଖି ଆଗରେ ରଖି ପୋଲିସ ବ୍ୟାପକ ସତର୍କତା ଅବଲମ୍ବନ କରିଛି ।

ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ଜଳିଗଲା ୨ଟି ଘରୋଇ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ବସ୍ ଷ୍ଟାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ନିଆଁରେ ଜଳି ପାଉଁଶ ହୋଇଯାଇଛି ୨ଟି ଘରୋଇ ବସ୍। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ବେଳେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ ସୁଲୋଚନା ଓ ନିରୁପମା ନାମକ ଏହି ୨ଟି ବସ୍ ସବୁଦିନ ପରି ଆଜି ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ଼ ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ। ପରେ ଯାତ୍ରୀଙ୍କୁ ଛାଡ଼ି ବସ୍ ଧୁଆ ପୋଛା କରି ଚାଳକ ଓ ହେଲ୍ପର ଖାଇବାକୁ ଯାଇଥିଲେ। ବସ୍ ୨ଟି ପାଖା ପାଖି ରହିଥିଲା। କିଛି ସମୟ ପରେ ବସ୍ ରେ ନିଆଁ ଲାଗିଛି ବୋଲି ସୂଚନା ପାଇ ଆସି ଦେଖିଲା ବେଳକୁ ବସ୍ ୨ଟି ହୁତୁ ହୁତୁ ହୋଇ ଜଳୁଛି।

ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ ପରିସ୍ଥିତିରେ ଛିଡ଼ା ହୋଇଥିବା ବସ ୨ଟି ଜଳି ଗଲା, ତାହା ଏବେ ଅସ୍ପଷ୍ଟ ରହିଛି।

କମିଶନରେଟ ପୋଲିସ ଅଞ୍ଚଳରେ ଡ୍ରାଇଭିଂ ସ୍ପିଡ୍ କଟକଣା

ଭୁବନେଶ୍ୱର: ଟ୍ୱିନ୍ ସିଟିରେ କେତେ ସ୍ପିଡରେ ଚଲାଇବେ ଗାଡ଼ି । ଏନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କମିଶନରେଟ୍ ପୋଲିସ୍ ଏରିଆରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିମି ରହିବ । ଏହି ବେଗ ଲାଇଟ୍ ଓ ହେଭି ଭେଇକିଲ ପାଇଁ ପ୍ରଜୁଯ୍ୟ ।

ଏହା ବାଦ୍ ପଳାଶୁଣୀ-ବାଲିକୁଦା ଜାତୀୟ ରାଜପଥରେ ଲାଇଟ୍ ଓ ହେଭି ଭେଇକିଲ ଘଣ୍ଟାପ୍ରତି ୭୦ କିମି ବେଗରେ ଯାଇପାରିବେ । ବାଇକ୍ ପାଇଁ ଘଣ୍ଟାପ୍ରତି ଗତି ରହିବ ୫୦ କିମି । ଏହା ଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ଟ୍ରାଫିକ୍ ନିୟମ ଅନୁଯାୟୀ ଚାଲାଣ କଟାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

https://nandighoshatv.com183-e-challans-issued-today-in-ganjam-rto/