spot_img
Home Blog Page 760

ଆସୁଛି ଓଡ଼ିଶାର ସବୁଠୁ ବ୍ୟୟବହୁଳ ସିନେମା ‘ଲ୍ୟାଣ୍ଡଫଲ୍’

ଭୁବନେଶ୍ୱର : କେମିତି ଥିଲା ମହାବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ କିଭଳି ରଚିଥିଲା ତାଣ୍ଡବ । ଘୁର୍ଣ୍ଣିଝଡର କରାଳରୂପରେ କିଭଳି ଛାରଖାର ହୋଇଯାଇଥିଲା ଓଡ଼ିଶା ।  ଏହିସବୁ ଦୃଶ୍ୟ  ‘ ଲ୍ୟାଣ୍ଡଫଲ୍ ‘ ଫିଲ୍ମ ମାଧ୍ୟମରେ ବଡ଼ ପରଦାରେ ଦେଖିବେ ଦର୍ଶକ। ଫିଲ୍ମ ଟି ଫୁଲ ଆନିମେଟେଡ୍ । କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିଥିଲେ । ଡିଜି ଅଗ୍ନିଶମ ବିଭାଗ ସୁଧାଂଶୁ ଷଡ଼ଙ୍ଗୀ  ନିଜର ଶୁଭେଚ୍ଛା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା ସମ୍ପର୍କରେ ଅଭିଜ୍ଞତା ରଖିଥିଲେ। ବଳିଷ୍ଠ ଓ ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ  ତାରକା  ସବ୍ୟସାଚୀ ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ । ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଦିବ୍ୟାସ୍ନାତା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଖ୍ୟାତିସମ୍ପନ୍ନ  ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ।

ଓଡ଼ିଶା ଚଳଚିତ୍ରରେ ଏଭଳି ଆନିମେସନ୍ ବ୍ୟବହାର ପ୍ରଥମ । ଓଡ଼ିଆ ସହ ହିନ୍ଦିରେ ମଧ୍ୟ ଫିଲ୍ମ ଡଭିଙ୍ଗ ହେବା  ସୂଚନା ଦେଇଛନ୍ତି ପ୍ରଯୋଜକ । ପୂର୍ବରୁ ଦମନ’ ଭଳି  ଏକ  ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ।  ସୁପରଷ୍ଟାର ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ପରେ ଏହାକୁ ନେଇ  ଏବେଠେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯୁବପିଢିଙ୍କ ଏବେ ପସନ୍ଦ ସାଜିଛି ଆନିମେଟେଡ଼ ମିକ୍ସ ସିନେମା । ଫଳରେ ଧୀରେ ଧୀରେ ସିନେମାର ଟ୍ରେଣ୍ଡ ମଧ୍ୟ ବଦଳୁଛି  । ତେବେ ଏହି ଅନିମେଟଡ୍ ଫିଲ୍ମ ନିଶ୍ଚୟ ଓଡ଼ିଆ ସିନେମାକୁ ଗୋଟେ ନୂଆ ଦିଗ ଦେବ ବୋଲି ଆଶା ରଖାଯାଇଛି ।

ତାଳସଜ ଖାଇବାକୁ ବିଭିନ୍ନ ଛକ ଓ ରାସ୍ତାକଡ଼ରେ ଗ୍ରାହକଙ୍କ ଭିଡ଼

ପିପିଲି : ତାତି ବଢ଼ିବା ସହିତ ବଢୁଛି ତାଳସଜର ଚାହିଦା । ସୁଆଦିଆ କଅଁଳ ତାଳସଜ ଖାଇବାକୁ ଜମୁଛି ଲୋକଙ୍କ ଭିଡ଼ । ପୁରୀ ଜିଲ୍ଲାର ପିପିଲା ଅଞ୍ଚଳର ବିଭିନ୍ନ ବଜାର, ଛକ ଓ ରାସ୍ତାକଡ଼ରେ ତାଳସଜ ବିକ୍ରି ହେଉଥିବାରୁ ଦେଖିବାକୁ ମିଳୁଛି । ଲୋକେମାନେ ତାଳସଜ ଖାଇବା ସହିତ ଘରକୁ କିଣିନେଉଛନ୍ତି । ତେବେ ତାଳସଜ ବିକ୍ରି କରି ବ୍ୟବସାୟୀ ମଧ୍ୟ ଭଲ ଲାଭବାନ ହେଉଛନ୍ତି । ତାଳ ଗଛକୁ ଲୋକେ ହାଣି ଦେଉଥିବାରୁ ବର୍ତ୍ତମାନ ତାଳସଜ ଅଧିକ ମାତ୍ରାରେ ମିଳୁନାହିଁ । ଯାହାଫଳରେ ମାର୍କେଟରେ ଏହାର ଦାମ୍ ବଢ଼ିବାରେ ଲାଗିଛି । ଆଗ ଭଳି ଆଉ ତାଳ ଗଛ ନାହିଁ କିମ୍ବା ଗଛ ଚଢ଼ାଳି ମଧ୍ୟ ମିଳୁନାହାଁନ୍ତି । ଦୂରରୁ ତାଳସଜ ସଂଗ୍ରହ କରି ଆଣିବାକୁ ଅଧିକ ଖର୍ଚ୍ଚ ଲାଗୁଛି । ବଜାରରେ ଦର ଅଧିକ ଥିଲେ ମଧ୍ୟ ଲୋକେ ତାଳସଜ କିଣିବା ପାଇଁ ପ୍ରତିଯୋଗିତା କରୁଥିବାର ଦେଖିବାକୁ ମିଳୁଛି ।

ଖରାଦିନ ଆରମ୍ଭରୁ ମନଖୋଜେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ସହ ତାଳସଜର ସ୍ଵାଦ। ତାଳର ଆବଶ୍ୟକତା ଅନେକ ମାଙ୍ଗଳିକ କାର୍ଯ୍ୟରେ ଆବଶ୍ୟକ ପଡ଼ିଥାଏ । ତାଳସଜ ପାଟିକୁ ସୁଆଦ ପେଟକୁ ଥଣ୍ଡା ପ୍ରଦାନ କରୁଥିବା ବେଳେ ମଣିଷ ଜୀବନ ରକ୍ଷା କବଚ ପାଲଟିଥାଏ ତାଳଗଛ । ବ୍ରଜପାତକୁ ରୋକିବାରେ ସହାୟକ ହୋଇଥାଏ ତାଳ ଗଛ ।  ଗଛ ହାଣିଦେଉଥିବାରୁ ତାଳପତ୍ରରେ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ ଲୋପ ପାଇବାକୁ ବସିଛି । ପ୍ରକୃତି ସନ୍ତୁଳନ ରଖିବାରେ ତାଳ ଗଛ ସହାୟକ ହେଇଥାଏ ବୋଲି ପରିବେଶବିତ୍ ମତ ରଖିଛନ୍ତି । ତାଳ ଗଛର ଆବଶ୍ୟକତା ଓ ଉପକରିତାକୁ ଅତି ଗୁରୁତ୍ବର ସହିତ ସରକାର ନେଇ ତାଳ ଗଛ କାଟିବା ଉପରେ ରୋକ ଲଗାଇଛନ୍ତି । ହେଲେ ତାଳ ଗଛ ରୋପଣ ପାଇଁ ସରକାରଙ୍କ ପଦକ୍ଷେପ କେବଳ କାଗଜ ପତ୍ରରେ ସୀମିତ ରହିଛି ।

ରାସ୍ତା ଉପରେ ବସ୍ ରହଣି ଯୋଗୁଁ ସୃଷ୍ଟି ହେଉଛି ଟ୍ରାଫିକ୍ ସମସ୍ୟା

ବିଞ୍ଝାରପୁର : ମୁଖ୍ୟ ରାସ୍ତା ପାଲଟିଛି ବସ ଷ୍ଟାଣ୍ଡ । ରାସ୍ତା ଉପରେ ବସ୍ ରହଣି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି। ବିଶ୍ରାମାଗାର ନଥିବାରୁ ହନ୍ତସନ୍ତ ଯାତ୍ରୀ। ଏ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ବଜାର ଦୃଶ୍ୟ । ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୦ଟି ବ୍ଲକର ହଜାର ହଜାର ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳର ମୁଖ୍ୟ ଦ୍ୱାର ହେଉଛି ସିଂହପୁର ବଜାର । ଏହି ବଜାରରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ବାହାର ରାଜ୍ୟକୁ ବସ୍ ଚଳାଚଳ କରିଥାଏ । ହେଲେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ବସ୍ ଷ୍ଟାଣ୍ଡ ଟିଏ ନାହିଁ । ବସ୍ ରହଣି ପାଇଁ ସ୍ଥାନ ନଥିବାରୁ ବାଧ୍ୟ୍ୟହୋଇ ରାସ୍ତା ଉପରେ ବସ୍ ରଖୁଛନ୍ତି ଡ୍ରାଇଭର । ରାସ୍ତା ଉପରେ ବସ୍ ରହଣି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି ।

ବିଭିନ୍ନ ସ୍ଥାନରୁ ବସଯୋଗେ ଯିବାକୁ ସିଂହପୁର ବଜାରରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସାମଗମ ହୋଇଥାଏ । ଏଠାରେ ଲୋକମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ବି ଉପଲବ୍ଧ ହୋଇପାରିନାହିଁ । ବିଶେଷ କରି ପିଇବା ପାଣି, ଶୌଚାଳୟ, ଯାତ୍ରୀ ବିଶ୍ରାଗାର ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ ଅନେକ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ନେଇ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ସବୁ ସମସ୍ୟାର ସମାଧାନ ହୋଇପାରିନାହିଁ । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ହୋଲି କହିଛନ୍ତି ବିଞ୍ଝାରପୁର ବ୍ଲକ ଉନ୍ନୟନ ଅଧିକାରୀ  । ସିଂହପୁର ବଜାରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ତୁରନ୍ତ ବସ ଷ୍ଟାଣ୍ଡ ନିର୍ମାଣ ସହିତ ବିଶ୍ରାମାଗାର, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି ।

ପୋଲସରା ବ୍ଲକ ଢୁଙ୍କାପଡ଼ା ଗାଁ ନିକଟ ଦହି ମୁଣ୍ଡିଆ ପାହାଡ଼ରେ ଚାଲିଛି ପଥର ଖନନ, ବନ୍ଦ କରିବାକୁ ଦାବି

ପୋଲସରା : ପାହାଡ଼ ଉପରେ ଚାଲିଛି ପଥର ଖନନ । ବଡ଼ ବଡ଼ ମେସିନ ଲଗାଇ କଟାଯାଉଛି ପାହାଡ଼। ବିନା ପଲ୍ଲୀସଭାରେ ପଥର ଖନନକୁ ଗ୍ରାମବାସୀଙ୍କ ବିରୋଧ । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅଧିନ ଢୁଙ୍କାପଡ଼ା ଗାଁ ନିକଟ ଦହି ମୁଣ୍ଡିଆ ପାହାଡ଼ରେ ଚାଲିଛି ପଥର ଖନନ । ଏହି ପାହାଡ଼କୁ ସ୍ଥାନୀୟ ଅଞ୍ଚଳର ଲୋକେ ଦେବତା ଭାବେ ପୂଜା କରିଥାନ୍ତି । ବର୍ଷା ନହେଲେ ଏହି ପାହାଡ଼ ଉପରେ ଦହି ଚୁଡ଼ା ପୂଜା କଲେ ବର୍ଷା ହୋଇଥାଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ଏପରିକି ଏହି ପାହାଡ ତଳିରେ ବହୁ ବନ୍ୟଜନ୍ତୁ ମଧ୍ୟ ନିର୍ଭୟରେ ବସବାସ କରିଥାନ୍ତି । କିନ୍ତୁ ଗଲା କିଛି ବର୍ଷ ହେବ ବ୍ରହ୍ମପୁରର ଏକ ଘରୋଇ କମ୍ପାନୀ ବିନା ପଲ୍ଲୀସଭାରେ ଏହି ପାହାଡ଼ରୁ ପଥର ଖନନ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ପଥର ଖନନକୁ ବନ୍ଦ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ପଥର ଖନନ ସାଙ୍ଗକୁ ଗାଁ ରାସ୍ତା ଦେଇ ଦୈନିକ ବହୁ ଭାରିଯାନ ଯାତାୟତ କରୁଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହିତ ଧୂଳି ଉଡୁଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ବର୍ଷ ବର୍ଷର ବିଶ୍ଵାସ ଭାଜନ ହୋଇଥିବା ପାହାଡ଼କୁ ଫଟା ଯାଉଥିବାରୁ ଢୁଙ୍କାପଡ଼ା ଗାଁ ଲୋକେ ବିରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପଥର ଖନନ ବନ୍ଦ ହୋଇପାରିନାହିଁ । ଯାହାକୁ ନେଇ ଏବେ ଗାଁରେ ଆନ୍ଦୋଳନ ଦାନା ବାନ୍ଧୁଛି । ସେପଟେ ସବୁ ନିତିନିୟମକୁ ପାଳନ କରାଯାଇ ସରକାରୀ ସ୍ତରରେ ଲିଜ୍ ମିଳିଥିବା କହିଛନ୍ତି ଘରୋଇ କମ୍ପାନୀର ମ୍ୟାନେଜର । ଅନ୍ୟପଟେ ଭଞ୍ଜନଗର ଉପ-ଜିଲ୍ଲାପାଳ ମଧ୍ୟ ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରି ଅନୁଧ୍ୟାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଢୁଙ୍କାପଡ଼ା ଗାଁ ଲୋକଙ୍କ ବିଶ୍ଵାସକୁ ସମ୍ମାନ ଜଣାଇ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ମୁଣ୍ଡିଆ ପାହାଡ଼ରେ ପଥର ଖନନ ବନ୍ଦ କରିବାର ଦାବି ହୋଇଛି ।

କ୍ୟାନ୍ସର ପୀଡ଼ିତଙ୍କ ଚିକିତ୍ସାରେ ଅର୍ଥ ବାଧକ, ଏଯାଏଁ ମିଳିନାହିଁ ଆୟୁଷ୍ମାନ କାର୍ଡ

ଗଜପତି : ଏଯାଏଁ  ମିଳିନାହିଁ ଆୟୁଷ୍ମାନ କାର୍ଡ । ବିଏସକେୱାଇ କାର୍ଡରେ ଚିକିତ୍ସା ହେବନି କହି ଫେରାଇ ଦେଲା ହସ୍ପିଟାଲ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ନହୋଇପାରି ଘରେ ପଡ଼ିରହିଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଗାଁର ୩୪ ବର୍ଷୀୟ ଶୁଭରାଜ ମାଛ । ପରିବାରର ୫ ପ୍ରାଣୀଙ୍କ ମୁହଁରେ ଆହାର ଦେବାକୁ ଗାଁ ଗାଁ ବୁଲି ଜୋତା ସିଲାଇ କରୁଥିଲେ ଶୁଭରାଜ । କ୍ୟାନ୍ସରରେ ପୀଡ଼ିତ ପରେ ପରିବାରର ରୋଜଗାର ବନ୍ଦ ହୋଇଯାଇଛି । ଆଧାର ଅଟକି ରହିଯାଇଛି ପକ୍କାଗୃହ ନିର୍ମାଣର ସ୍ବପ୍ନ । ଆତ୍ମୀୟ ଓ ପଡ଼ୋଶୀଙ୍କ ଠାରୁ ଋଣ ଆଣିବା ସହ ଯାହା କିଛି ଥିଲା ସବୁ ଚିକିତ୍ସାରେ ସରିଯାଇଛି । ଏବେ ଅଧିକ ଚିକିତ୍ସା ପାଇଁପାଖରେ ସମ୍ଵଳ ନାହିଁ। ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ସ୍ତ୍ରୀ ।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପରେ ଜଣାପଡ଼ିଥିଲା ଶୁଭରାଜଙ୍କୁ କ୍ୟାନ୍ସର ହୋଇଛି । ସ୍ଵାମୀର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲଠାରୁ ଆରମ୍ଭ କରି ଶ୍ରୀକାକୁଲମ ଜେମସ ହସ୍ପିଟାଲ ପର୍ଯ୍ୟନ୍ତ ବାରମ୍ବାର ସ୍ଵାମୀଙ୍କୁ ଚିକିତ୍ସା ପାଇଁ ନେଇ ହତାଶ ହୋଇପଡ଼ିଲେଣି ସ୍ତ୍ରୀ । ଆୟୁଷ୍ମାନ କାର୍ଡ ମିଳିନଥିବାରୁ ତାଙ୍କର ଚିକିତ୍ସା ହୋଇପାରୁନାହିଁ । ଦିନକୁ ଦିନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସ୍ବାସ୍ଥ୍ୟ କାର୍ଡରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ଆଧାର କାର୍ଡ ମାଧ୍ୟମରେ  ଚିକିତ୍ସାର ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ। କ୍ୟାନ୍ସର ପୀଡ଼ିତ ପୁଅର କଷ୍ଟ ଦେଖି ଅସହାୟ ମା଼’ ଆଖିରୁ ଲୁହ ଶୁଖୁନି । ପିଲା ଛୁଆ ଓ ବୃଦ୍ଧ ପିତାମାତାଙ୍କୁ ଦେଖି ବଞ୍ଚିବାକୁ ଆଶା ବାନ୍ଧିଥିବା ବେଳେ ଶୁଭରାଜଙ୍କ ଚିକିତ୍ସା ପାଇଁ ସରକାରଙ୍କ ସହାୟତା ଏକମାତ୍ର ଭରସା ହୋଇଛି ।

ଏଥର ମାସ୍କ ପିନ୍ଧି ବୁଲିବେ ଇରାନ ନାଗରିକ, ସରକାର ଜାରି କଲେ ନୂଆ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ଇରାନ ଏବେ ପୁଣି ଥରେ କୋରନା ଆତଙ୍କ ଖେଳିଯାଇଛି । ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଥିବାରୁ ସରକାର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢିଛି । ଏଭଳି ସ୍ଥଇତିରେ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।  ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧଇ ଯାତାୟତ କରିବା ପାଇଁ କୁହାଯାଇଛି ।

ରାଜ୍ୟରେ ଚାଲିଥିବା ଇସଲାମିକ୍ ରିପବ୍ଲିକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ସାରା ଦେଶର ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ପୁଣଇ ଥରେ କୋଭିଡ ଭାଇରସ ବ୍ୟାପିଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ କୋଭିଡକୁ ନେଇ କିଛି ସ୍ପଷ୍ଟ ତଥ୍ୟ ଜାରି କରାଯାଇ ନାହିଁ । ଏହା ଓମିକ୍ରମ ଓ୍ବେରିଏଣ୍ଟର ପ୍ରଭାବ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି । ସେଠାକାର ଡାକ୍ତର କହିଛନ୍ତି, ବୃଦ୍ଧ ଓ ଗର୍ଭବତୀ ଓ ହୃତରୋଗୀ ସତର୍କତା ରହିବା ଜରୁରୀ । ସେମାନେ ଘରୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧି ବାହାରିବା ଉଚିତ୍ ।

୨୦୨୦ ମସିହାରେ ଚୀନ ପରେ ଦ୍ବିତୀୟ ଦେଶ ଇରାନରେ କୋରନା ସଂକ୍ରମଣ ସଂଖ୍ୟା ଅଧିକ ଥିଲା । ସେତେବେଳରୁ ଆଜି ପର୍ଯ୍ୟନ୍ତ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫ ଲକ୍ଷରୁ ଅଧିକ ସଂକ୍ରମଣଙ୍କ ସଂଖ୍ୟା ରହିଛି ।

ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି ।  ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି । ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମହିଳା, ଶିଶୁ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦବେଗ

ଭୁବନେଶ୍ବର :  ମହିଳା ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦବେଗ। ଆଜି ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସହିତ ଆଲେଚନା ହୋଇଛି। ଗୃହ ବିଭାଗ ବି ମାମଲା ବଢିଥିବା ସ୍ବୀକାର କରିଛି।ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଟି ଆଗରେ ଗୃହ ବିଭାଗ ପ୍ରତିଶ୍ରୁତି ଦେଇଥିବା ପ୍ରମିଳା ମଲ୍ଲିକ କହିଛନ୍ତି। ବିଧାୟିକା ସୀମାରାଣି ନାଏକ କହିଛନ୍ତି ଶିଶୁ ଶ୍ରମିକ ଏବଂ ଭିକାରୀ ସଂଖ୍ୟା ଅଧିକ ରହିଛି। ତାକୁ ଉଦ୍ଧାର କରାଯିବ। E-FIR ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କମିଟିର ସମସ୍ତ ସଦସ୍ୟ ଆଲୋଚନା କରିଛନ୍ତି। ଆସନ୍ତା ୧୮ ତାରିଖରେ କମିଟି କ୍ଷେତ୍ର ପରିଦର୍ଶନ କରିବ।ଫାଷ୍ଟଟ୍ରାକ ମୋଡରେ ଦଣ୍ଡ ବିଧାନ କରାଯାଉ। ପୋଲିସର ଢିଲାପଣ ପାଇଁ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ବଢୁଛି। ଲୋକଙ୍କ ଭିତରେ ଭୟନାହଁ।ତେଣୁ ନିକଟରେ ଘଟିଥିବା ଘଟଣା ହିନ୍ଦୋଳ ଏବଂ ତାଳଚେର ମାମଲାରେ ତୁରନ୍ତ ଚାର୍ଜସିଟ୍ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ବିଧାୟକ ସୋଫିଆ ଫିର୍ଦ୍ଦୋସ।

ଭୁବନେଶ୍ଵର ବିମାନବନ୍ଦର ଘରୋଇକରଣ ପ୍ରସଙ୍ଗ, ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିଜେଡିର ଦାବି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗର ପୁନର୍ବିଚାର କରନ୍ତୁ କେନ୍ଦ୍ର ସରକାରl ସରକାରୀ ସମ୍ପତ୍ତିକୁ ଆଖିବୁଜି ଘରୋଇକରଣ କରିବା ଉଚିତ୍ ନୁହେଁ। ସବୁ ସମ୍ପତିର ସଠିକ ପରିଚାଳନା କରିବା ପାଇଁ ଘରୋଇକରଣ ଏକ ଭ୍ରାନ୍ତ ଧାରଣା ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦର ଲାଭଦାୟକ ହୋଇଥିବାରୁ ଏହାକୁ ଘରୋଇକରଣ କରିବା ଠିକ୍ ନୁହେଁ ବୋଲି ବିଜେଡି କହିଛି। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କିହିଛନ୍ତି କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ପାଇଁ ସବୁ ସରକାରୀ ସଂସ୍ଥାକୁ ଘରୋଇକରଣ କରୁଛନ୍ତି କେନ୍ଦ୍ର ସରକାରl ଦେଶର ୧୧ଟି ବିମାନବନ୍ଦରକୁ ଘରୋଇକରଣ କରିବେl ହେଲେ ଲାଭଦାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଘରୋଇକରଣ କାହିଁକି କରାଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି l ବିଜେପି କିନ୍ତୁ ଏ ପ୍ରସଂଗରେ ଭିନ୍ନ ଯୁକ୍ତି ବାଢିଛିl ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଦେଶ ଓ ରାଜ୍ୟର ଉନ୍ନତି ପାଇଁ ଘରୋଇକରଣ କରାଯାଉଛି।

କାଉଣ୍ଟର ଡ୍ରୋନ ସିଷ୍ଟମ ଭାର୍ଗବାସ୍ତ୍ରର ସଫଳ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ସଫଳତାର ସହ ଭାରତ ପରୀକ୍ଷା କଲା କମ ମୂଲ୍ୟର କାଉଣ୍ଟର  ଡ୍ରୋନ ସିଷ୍ଟମ ଭାର୍ଗବାସ୍ତ୍ର। ଡ୍ରୋନ ହମଲାର ବିପଦ ବଢୁଥିବାବେଳେ ଭାରତ ଏହି ସଫଳତା ହାସଲ କରିଛି। ଗୋପାଳପୁରସ୍ଥିତ ସିୱାର୍ଡ ଫାୟାରିଂ ରେଞ୍ଜରୁ ଏହି ପରୀକ୍ଷା କରାଯାଇଛି। ଏହି ଅସ୍ତ୍ର ଅଢେଇ କିଲୋମିଟର ଦୂରରୁ ଡ୍ରୋନର ସନ୍ଧାନ କରିପାରିବ ଓ ଏହାକୁ ହଟାଇପାରିବ। ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ ଲିମିଟେଡ ବା ଏସଡିଏଏଲ ପକ୍ଷରୁ ପ୍ରସ୍ତୁତ ହୋଇଛି କମ ମୂଲ୍ୟର କାଉଣ୍ଟର ଡ୍ରୋନ ସିଷ୍ଟମ । ଡ୍ରୋନ ହମଲାର ମୁକାବିଲା ଲାଗି ଏହାର ସଦୁପଯୋଗ କରାଯିବ ବୋଲି ସୂଚନା ମିଳିଛି। ଗତ ୧୩ ତାରିଖରେ ଗୋପାଳପୁରରେ ଏହାର ୩ଟି ଟ୍ରାଏଲ ପରୀକ୍ଷଣ ହୋଇଛି। ଏହି ଅବସରରେ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରୟୋଗ କରାଯାଇଥିବା ସମସ୍ତ ୪ଟି ରକେଟ ସମ୍ପୂର୍ଣ୍ଣ ସଫଳ ହୋଇଥିବା କୁହାଯାଇଛି। ସମୁଦ୍ର ପତ୍ତନଠାରୁ ୫ ହଜାର ମିଟର ଉପରେ କିମ୍ବା ଦୁର୍ଗମ ଅଞ୍ଚଳରେ ବି ଏହାର ପ୍ରୟୋଗ କରାଯାଇପାରିବ। ଏହି ମାଇକ୍ରୋ ମିସାଇଲ ବି ୟୁଏଭିକୁ ନଷ୍ଟ କରିପାରିବ। ଏହି ସିଷ୍ଟମରେ ରହିଛି ମଡୁଲାର, ରାଡାର, ଇଓ, ଆରଏଫ ରିସିଭର ଓ ଶୁଟର। ଏଥିରେ ଅତ୍ୟାଧୁନିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିଛି।