ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଗସ୍ତରେ ଆସିଥିବା ଭ୍ରମଣକାରୀ ଦଳ ଇଣ୍ଡିଜ୍ ୩ଟି ଦିନିକିଆ ଖେଳିବ । ଏଥିପାଇଁ ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଶାର୍ଦୁଲ ଠାକୁର ଅଛନ୍ତି ।
ଅସୁସ୍ଥତା କାରଣରୁ ଦଳରୁ ଭୁବନେଶ୍ୱର କୁମାର ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦଳରେ ଶାର୍ଦୁଲ ଠାକୁରଙ୍କୁ ସ୍ଥାନିତ କରିଛି ଅଲ୍ ଇଣ୍ଡିଆ ସିନିୟର କମିଟି । ପ୍ରଥମ ଏକଦିବସୀୟ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଭାରତ-ଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଇଥିଲା । ଯାହାକୁ ଭାରତ ୨-୧ରେ ଜିତି ନେଇଥିଲା । ଏବେ ଟି-ଟ୍ୱେଣ୍ଟି ପରେ ଭାରତ ଦିନିକିଆ ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।
https://nandighoshatv.comoffline-ticket-sale-will-open-from-19-to-20-dec/


ଆଜିଠାରୁ ଆରମ୍ଭ ହେଉଥିବା ଏହି ଉତ୍ସବ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳାଭୂମିରେ ପର୍ଯ୍ୟଟକ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ରୟାଲ କଟେଜ୍ ଓ ପ୍ରେସିଡେନ୍ସିଆଲ ଭିଲ୍ଲା ଆଦି ଶ୍ରେଣୀରେ ରଖାଯାଇଛି । ଏଠାରେ ରହିବା ପାଇଁ ରାତି ପିଛା ଦର ରହିଛି ୭ ହଜାର ଟଙ୍କୁ ୨୨ ହଜାର ଟଙ୍କା ।
ନିର୍ଦ୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ୱରରୁ ବାହାରିବା ଠାରୁ ଖାଦ୍ୟପେୟ, ବିଚ୍ ସ୍ପା, ଦୁଃସାହାସିକ ଜଳକ୍ରୀଡ଼ା, ନେଚର ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରିଛି । ପ୍ରତି ସନ୍ଧ୍ୟାରେ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବେ । ପ୍ରତି ଶନିବାର ଦେଶର ଜଣାଶୁଣା ପପ୍, ସେଲିବ୍ରିଟି ଡିଜେ ଓ ବଲିଉଡ୍ କଣ୍ଠଶିଳ୍ପୀ ସଙ୍ଗୀତରେ ମନୋରଞ୍ଜନ କରିବେ ।

ଭୋର୍ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଯୁଜୁମୁରା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ପରେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଛନ୍ତି । ତେବେ, ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ସତ୍ତ୍ୱେ ଗ୍ୟାସ୍ ସହ ସଂଯୋଗ ନହେବାରୁ ବଡ଼ ଦୁର୍ଘଟଣା ବା ବିସ୍ଫୋରଣ ଟଳି ଯାଇଛି ।
ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି । ଗ୍ୟାସ୍ ଲିକ୍ ହେଉଥିବାରୁ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଛି । ଅଘଟଣ ଏଡ଼ାଇବାକୁ ରାସ୍ତାରେ ଯାତାୟତ ବନ୍ଦ କରାଯାଇଛି ।