spot_img
Home Blog Page 7571

ଅପେକ୍ଷାର ଅନ୍ତ; ୧୫ ବର୍ଷ ପରେ ଯବାନଙ୍କୁ ମିଳିବ ଅତ୍ୟାଧୁନିକ ଆସଲ୍ଟ ରାଇଫଲ୍ସ

ନୂଆଦିଲ୍ଲୀ: ୧୫ ବର୍ଷ ଅପେକ୍ଷାର ଅନ୍ତ । ଭାରତୀୟ ସେନାକୁ ମିଳିବାକୁ ଯାଉଛି ଆସଲ୍ଟ ରାଇଫଲ୍ସ । ପାକିସ୍ତାନ, ଚାଇନା ସୀମାରେ ଥିବା ଯବାନଙ୍କୁ ଏହି ଅତ୍ୟାଧୁନିକ ଅସ୍ତ୍ର ଯୋଗାଇ ଦିଆଯିବ । ଦୂରରେ ଥିବା ଶତ୍ରୁକୁ ବି ହିଟ୍‌ କରିବାର ସକ୍ଷମ ଏହି ରାଇଫଲ୍ସ । ଏହି ରାଇଫଲ ଆମେରିକାରୁ ଆସିବାକୁ ଯାଉଛି । ଆମେରିକାର ବନ୍ଧୁକ ତିଆରି କମ୍ପାନୀ ସିଗ୍‌ ସାୟର ଦ୍ୱାରା ତିଆରି କରାଯାଇଛି ଏହି ସବୁ ବିଧ୍ୱଂସକାରୀ ବନ୍ଧୁକ । ଭାରତକୁ ୭୨ ହଜାର ୪୦୦ଟି ବନ୍ଧୁକ ଆସିବାକୁ ଯାଉଥିବା ବେଳେ ୧୦ ହଜାର ବନ୍ଧୁକ ପ୍ରଥମ ପର୍ଯ୍ୟାୟରେ ଆସିଛି । ବନ୍ଧୁକର ନାଁ ହେଉଛି SiG-716 । ବଳକା ବନ୍ଧୁକ ୨୦୨୦ ମଧ୍ୟରେ ଆସିବ ବୋଲି ସୂଚନା ରହିଛି । ଯାହା ପାଇଁ ୬୩୮ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଏହି ରାଇଫଲ ଏକେ-୪୭ ଠାରୁ ମଧ୍ୟ ଆହୁରି ଖତରନାକ । SiG-୭୧୬ ରାଇଫଲରେ ୭.୬୨x୫୧ଏମଏମର କ୍ୟାଲିବର ଏବଂ ୫୦୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଯାହା ଏକେ-୪୭ର ଲକ୍ଷ୍ୟଭେଦ ଶକ୍ତି ଠାରୁ ୨୦୦ ମିଟର ଅଧିକ ରହିଛି । ସିଗ୍‌-୭୧୬ ରାଇଫଲ ବହୁତ ହାଲକା, ଖୁବ୍ ମଜଭୁତ । ଏହାକୁ ସହଜରେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ।

୬୬ ହଜାର ୪୦୦ ବନ୍ଧୁକ ସେନା ପାଇଁ, ୪ ହଜାର ବନ୍ଧୁକ ଭାରତୀୟ ବାୟୁସେନା ଏବଂ ୨ ହଜାର ବନ୍ଧୁକ ଭାରତୀୟ ନୌସେନାକୁ ଦିଆଯିବ । ଏହି ରାଇଫଲ ଭାରତରେ ନିର୍ମାଣ ହୋଇଥିବା ଇନସାସର ଜାଗା ନେବାକୁ ଯାଉଛି । ଏହା ବ୍ୟତୀତ ଉତ୍ତରପ୍ରଦେଶରେ କୋର୍ବା ଫ୍ୟାକ୍ଟ୍ରିରେ ୭ ଲକ୍ଷ ୪୫ହଜାର କ୍ଲାସନିକୋବ ରାଇଫଲ ତିଆରି କରାଯିବ । କ୍ଲାସନିକୋବ ଏକେ-୨୦୩ ରାଇଫଲ ଋଷ ଓ ଭାରତର ମିଳିତ ଉଦ୍ୟମରେ ତିଆରି ହେବ । ଏହି ବନ୍ଧୁକ ନିର୍ମାଣ ପାଇଁ ୧୨ ହଜାର କୋଟି ଟଙ୍କା ନିବେଶ ହେବାର ସୂଚନା ରହିଛି । ଏଥିରୁ କିଛି ଅସ୍ତ୍ର ପୋଲିସକୁ ଦିଆଯିବାର ବ୍ୟବସ୍ଥା ରହିଛି ।

 

ପୂର୍ତ୍ତ ସଚିବଙ୍କୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ଚିଠି

ଭୁବନେଶ୍ୱର : ବଢ଼ିବ ରାଜ୍ୟ ରାଜପଥ ଓ ସେତୁରୁ ଆଦାୟ ହେଉଥିବା ଟୋଲ୍ ଫି । ରାଜ୍ୟର ବିଭିନ୍ନ ରାଜପଥରୁ ସଂଗ୍ରହ କରାଯାଉଥିବା ଟୋଲ୍ ଦର ବୃଦ୍ଧି ନିମନ୍ତେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।


ଓଡ଼ିଶା ରାଜ୍ୟ ରାଜପଥ ଟୋଲ୍ ନିୟମ ୨୦୧୧ ଅନୁସାରେ ବର୍ତ୍ତମାନ ଏହି ଟୋଲ୍ ଆଦାୟ କରାଯାଉଛି । ସମୟ ସମୟରେ ସରକାରୀ ନିୟମ ଅନୁସାରେ ଏହି ଦରରେ ପରିବର୍ତ୍ତନ କରାଯାଇଥାଏ । ତେବେ ଶେଷଥର ପାଇଁ ୨୦୧୧ରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ତେଣୁ ୭ ବର୍ଷ ପରେ ଏଥିରେ ପରିବର୍ତ୍ତନ କରିବାକୁ ପୂର୍ତ୍ତ ବିଭାଗକୁ ପତ୍ର ଲେଖିଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ।

ବର୍ତ୍ତମାନ ତିନି ଚକିଆ ଯାନ ପାଇଁ ଓ୍ୱାନ ଓ୍ୱେ ପାଇଁ ୫ ଟଙ୍କା ଥିବା ବେଳେ ଉଭୟ ପଟ ପାଇଁ ୭ ଟଙ୍କା ରହିଛି । ସେହିପରି କାର୍, ଜୀପ୍ ପାଇଁ ୧୦ ଟଙ୍କା, ଉଭୟ ପକ୍ଷ ପାଇଁ ୧୫ ଟଙ୍କା ରହିଛି । ହାଲୁକା ବାଣିଜ୍ୟିକ ଯାନ, ମିନି ବସ୍, ମିନି ଟ୍ରକ୍ ଓ ବସ୍ ପାଇଁ ଓ୍ୱାନ ଓ୍ୱେକୁ ୨୦ ଓ ମଲଟି ଓ୍ୱେ ପାଇଁ ୩୦ ଟଙ୍କା ରହିଛି । ସେହିପରି ହେଭି କମର୍ସିଆଲ୍ ଭେଇକିଲ୍ ପାଇଁ ଓ୍ୱାନ ଓ୍ୱେକୁ ୨୦୦ ଓ ମଲଟି ଓ୍ୱେ ପାଇଁ ୩୦୦ ଟଙ୍କା ରଖାଯାଇଥିଲା । ଏଥିରେ ପରିବର୍ତ୍ତନ ଆଣିବାକୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଛି ।


ନୂଆଦର ଲାଗୁ ହେଲେ ରାଜ୍ୟ ରାଜପଥରେ ଏହି ସବୁ ଯାନ ବାହନ ପାଇଁ ବର୍ଦ୍ଧିତ ଦରରେ ଅର୍ଥ ଆଦାୟ କରାଯିବ । ବର୍ତ୍ତମାନ ୩୬ଟି ରାସ୍ତା ଓ ସେତୁ ନିକଟରୁ ଟୋଲ୍ ଆଦାୟ କରାଯାଉଛି । ଦୈତାରୀ ଡୁବୁରି ଏକ୍ସପ୍ରେସ୍ ହାଇଓ୍ୱେରେ ଥିବା ଟୋମାକା ଟୋଲ୍ ପ୍ଲାଜାରୁ ଭିନ୍ନ ପରିମାଣର ଟୋଲ୍ ଆଦାୟ କରାଯାଉଥିବ ସୂଚନା ମିଳିଛି ।

୨୧ଟି ଅତ୍ୟନ୍ତ ଦରକାରୀ ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧିକୁ ଅନୁମତି

ମୁମ୍ବାଇ: ଖୁବଶୀଘ୍ର ମେଡିସିନ୍ ଦର ବୃଦ୍ଧି ହେବାକୁ ଯାଉଛି । ବିଭିନ୍ନ ନିତ୍ୟାନ୍ତ ଦରକାରୀ ଔଷଧର ଦର ବୃଦ୍ଧିକୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ଅନୁମତି ଦେଇଛି । ଫଳରେ ଆଣ୍ଟିବାୟୋଟିକ୍, ଆଣ୍ଟି ଆର୍ଲଜିକ୍ସ, ଆଣ୍ଟି ମାଲେରିଆ ଡ୍ରଗ୍ସ, ବିସିଜି ଭ୍ୟାକ୍ସିନ୍ ଏବଂ ଭିଟାମିନ୍ ସି ଔଷଦ ଆଦିର ଦର ପ୍ରାୟ ୫୦ ପ୍ରତିଶତ ମହଙ୍ଗା ହେବ ।ଏହିଭଳି ୨୧ଟି ଦରକାରୀ ମେଡିସିନର ଦର ବୃଦ୍ଧି ହୋଇଛି । ନୂତନ ଦର ଯଥାଶୀଘ୍ର ଲାଗୁ ହେବ । ବିଗତ ୨ ବର୍ଷ ହେଲା ମେଡିସିନ୍ ଦର ବୃଦ୍ଧି ନେଇ ଫାର୍ମା କମ୍ପାନୀ ଗୁଡ଼ିକ ଦାବି କରି ଆସୁଥିଲେ । ଔଷଧ ପ୍ରସ୍ତୁତିରେ ବ୍ୟବହୃତ ର’ ମାଟେରିଆଲର ଦାମ ବଢିବା ଫଳରେ ପୁରୁଣା ଦରରେ ଔଷଧ ଉତ୍ପାଦନ ଅସମ୍ଭବ ହୋଇ ପଡ଼ିଥିଲା ।ତେବେ, ମେଡିସିନ୍ ଦର ବୃଦ୍ଧି ନେଇ ନିଷ୍ପତ୍ତି ହେବା ପରେ ମାର୍କେଟରେ ଯେମିତି ସେ ସବୁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ହେବ ସେଥିପ୍ରତି NPPA ଧ୍ୟାନ ଦେଇଛି ।

ଟ୍ରିବ୍ୟୁନାଲରେ ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ ହେବ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ. ଏମ୍‌ ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।  ଓଡ଼ିଶା ଓ ଛତିଶଗଡ଼ ଉଭୟ ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ୨ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରି ସାରିଛନ୍ତି ।ଓଡ଼ିଶା ସରକାରଙ୍କ ବୈଷୟିକ ଟିମ୍‌ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଅବବାହିକାରେ ନିର୍ମିତ ପ୍ରକଳ୍ପ ବୁଲି ଦେଖିଥିଲେ । ଛତିଶଗଡ଼ ପକ୍ଷରୁ ମଧ୍ୟ ୨୫ରୁ ୨୮ ମଧ୍ୟରେ ହୀରାକୁଦ, ମହାନଦୀ ଡେଲଟା ଅଞ୍ଚଳ ବୁଲି ଦେଖିଥିଲେ । ତେବେ ଓଡ଼ିଶାର ବିବାଦୀୟ କ୍ଷେତ୍ର ପରିଦର୍ଶନ ପାଇଁ ଛତିଶଗଡ଼ ଅଧିକ ସମୟ ମାଗିବା ସମ୍ଭାବନା ରହିଛି ।

ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ: ଭୋରରୁ ରାଜଧାନୀ ନୂଆଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ପାଖରେ ଥିବା ଏକ କାଠ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୧ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।ଭୋର ୫ଟା ବେଳେ କାଠ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ମୃତାହତ ନେଇ କୌଣସି ସୂଚନା ମିଳିନି ।ଗତ ରବିବାର ଉତ୍ତର ଦିଲ୍ଲୀର ଝାନ୍ସି ରୋଡରେ ଥିବା ଏକ ସ୍କୁଲ ବ୍ୟାଗ ତିଆରି କାରଖାନାରେ ନିଆଁ ଲାଗିଥିଲା । ଫଳରେ କାରଖାନା ଭିତରେ ଥିବା ୪୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

https://nandighoshatv.combuilding-owner-arrested-in-delhi-fire-tragedy/