spot_img
Home Blog Page 757

ବାଲେଶ୍ଵର ଭୋଗରାଇରେ ସିରିଜ ଲୁଟ୍

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ୍ ବେଣୁଦା ଜଗନ୍ନାଥ ମନ୍ଦିରରୁ ଲୁଟ । ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ ହେଇଛି। ମନ୍ଦିରର ମୁଖ୍ୟ ଗେଟ୍ ତାଲା କାଟି ସୁନା ଅଳଙ୍କାର, ଦାନ ହୁଣ୍ଡି, ମାଇକ୍ ସେଟ୍, ଇନଭେଟର ନେଇ ଯାଇଛନ୍ତି ଚୋରମାନେ। କମର୍ଦ୍ଦା ପୋଲିସକୁ ଗାଁ ଲୋକେ ଖବର ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଏହି ଅଞ୍ଚଳରେ ଚୋର ଡକାୟତ ଆତଙ୍କ ଖେଳାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରି ପାରିନି। ଏହି ମନ୍ଦିରରୁ ଦୁଇ ବର୍ଷ ଭିତରେ ତିନି ଥର ଚୋରି ହେଲାଣି। ସେହିପରି ଭୋଗରାଇ ଥାନା ଝକଝକିରେ ଥିବା ସିତଳା ମନ୍ଦିର ଓ କାଳି ମନ୍ଦିରରୁ ମଧ୍ୟ ଚୋରି ହୋଇଥିବାର ଜଣାପଡ଼ିଛି। ଦୁର୍ବୃତ୍ତମାନେ ଅଳଙ୍କାର ଓ ଦାନ ହୁଣ୍ଡି ନେଇ ଯାଇଛନ୍ତି।

ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ

ନନ୍ଦିଘୋଷ ବ୍ୟୁରୋ : ମଣିପୁରର ଚାଣ୍ଡେଲରେ ଭାରତ-ମିଆଁମାର ସୀମା ନିକଟରେ ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ । ଚାଣ୍ଡେଲ ଜିଲ୍ଲାର ଖେଙ୍ଗଜୋୟ ତହସିଲର ନ୍ୟୁ ସାମତାଲ ଗାଁରେ ସର୍ଚ୍ଚ ଅପରେସନ କରୁଥିବା ସୁରକ୍ଷା କର୍ମୀଙ୍କ ଉପରେ ଉଗ୍ରବାଦୀମାନେ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ପାଲଟା ଗୁଳିମାଡ଼ କରିଥିଲା । ସୁରକ୍ଷାବଳଙ୍କ ଗୁଳିବିନିମୟରେ ୧୦ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ସଶସ୍ତ୍ର କ୍ୟାଡରଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ବିଭାଗର ଗୁପ୍ତ ସୂଚନା ଆଧାରରେ ଭାରତ-ମିଆଁମାର ସୀମା ନିକଟରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ମାତ୍ର ୨୩ ମିନିଟରେ ଆତଙ୍କବାଦୀଙ୍କ ଏକାଧିକ ଠିକଣା ଧ୍ଵଂସ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ କାମ ଦେଲାନି ଚୀନ ଓ ତୁର୍କୀର ଟେକ୍ନୋଲୋଜି। ମାତ୍ର ୨୩ ମିନିଟରେ ଟାର୍ଗେଟକୁ ଧ୍ଵଂସ କଲା ଭାରତୀୟ ସେନା। ପାକିସ୍ତାନର ଶହେ କିଲୋମିଟର ଭିତରକୁ ଯାଇ ଧ୍ଵଂସ କଲା ଆତଙ୍କବାଦୀଙ୍କ ଏକାଧିକ ଠିକଣା । ଅପସେସନ ସିନ୍ଦୂରକୁ ନେଇ ଆସିଛି ଇନସାଇଡ ଷ୍ଟୋରୀ। କେମିତି ପାକିସ୍ତାନରେ ମାତ୍ର କିଛି ମିନିଟ ମଧ୍ୟରେ ଆତଙ୍କୀ ଆଡ୍ଡାକୁ ଧ୍ଵର କରିଥିଲା ଭାରତୀୟ ସେନା। ଏହାକୁ ଭାରତୀୟ ସାମରିକ ଅଭିଯାନରେ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତା ଦିଗରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଯେଭଳି ଭାବରେ ପାକିସ୍ତାନରେ ପ୍ରବେଶ କରି ଅପରେସନ ସିନ୍ଦୁରକୁ ସଫଳ କରିଛି ତାହା ସମଗ୍ର ବିଶ୍ୱକୁ ଆଚମ୍ବିତ କରିଛି। ପାକିସ୍ତାନ ଯାହା ଉପରେ ନିର୍ଭର କରୁଥିଲା।  ବନ୍ଧୁ ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବାଇପାସ୍ କରି ଭାରତ ୧୦୦ କିଲୋମିଟର ଭିତରକୁ ଯାଇ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲା। ଅପରେସନ ସିନ୍ଦୂରର ସଫଳତା ପରେ ଏହି ଖୁଲାସା କରିଛି ଭାରତ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ଜାଣିଶୁଣି ସଠିକ୍ ଏବଂ ରଣନୀତିକ ଭାବରେ ନିଆଯାଇଥିଲା। କାର୍ଯ୍ୟରେ ୧୦ଟି ଉପଗ୍ରହ ସାହାଯ୍ୟ କରିଥିଲା।ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ମାତ୍ର ୨୩ ମିନିଟରେ ସମାପ୍ତ ହୋଇଥିଲା। ପାକିସ୍ତାନ କିଛି ବୁଝିବାବେଳକୁ ଭାରତୀୟ ସେନା ତାର ଅପରେସନ ସମାପ୍ତ କରିସାରିଥିଲା। ଏଥିରେ ଭାରତର ୧୦ଟି ଉପଗ୍ରହ ୨୪ ଘଣ୍ଟା ନିରନ୍ତର କାର୍ଯ୍ୟ କରିଥିଲେ। ଚୀନର କ୍ଷେପଣାସ୍ତ୍ର, ତୁର୍କିର ଡ୍ରୋନ, ପାକିସ୍ତାନର ରକେଟ୍ ଖସାଇ ଦେଇଥିଲା ଭାରତ। ଏଥିରେ ଚୀନ୍ ନିର୍ମିତ PL-15 କ୍ଷେପଣାସ୍ତ୍ର, ତୁର୍କୀ ନିର୍ମିତ କାମିକାଜେ ଡ୍ରୋନ୍ ଏବଂ ଦୂରଗାମୀ ରକେଟ୍, କ୍ୱାଡ୍-କପ୍ଟର ଏବଂ ପାକିସ୍ତାନର ବାଣିଜ୍ୟିକ ଡ୍ରୋନ୍ ରହିଛି। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ଵାରା ସେଗୁଡ଼ିକୁ ସଫଳତାର ସହ ଖସାଇ ଦିଆଯାଇଥିଲା।

ବଲୁଚିସ୍ତାନ ଅକ୍ତିଆର ଦାବି କଲା BLA, କହିଲା ପାକିସ୍ତାନର ଆଉ ନୁହେଁ ବଲୁଚିସ୍ତାନ

ନନ୍ଦିଘୋଷ ବ୍ୟୁରୋ : ବଲୁଚିସ୍ଥାନ ଅକ୍ତିଆର କରିଥିବା ଦାବି କଲା ବଲୁଚ ଲିବେରେସନ ଆର୍ମି। ବଲୁଚିସ୍ତାନ ପାକିସ୍ତାନର ଅଂଶବିଶେଷ ନୁହେଁ ଦାବି କଲେ ବଲୁଚିସ୍ତାନର ନେତା ମୀରୟାର ବଲୁଚ । ବଲୁଚିସ୍ଥାନକୁ ଏକ ପୃଥକ ଦେଶ ଭାବେ ଘୋଷଣା କରିବାକୁ ଅନ୍ତର୍ଜାତୀୟ ସମୁଦାୟର ଲୋଡିଛନ୍ତି ସହାୟତା। ବଲୁଚିସ୍ତାନର ଲୋକମାନେ ସେମାନଙ୍କର ଜାତୀୟ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଏବେ ବିଶ୍ୱ ଚୁପ୍ ରହିବା ଉଚିତ୍ ନୁହେଁ ବୋଲି ଦାବି କରିଛନ୍ତି ମୀରୟାର। ଗୋଟିଏ ପଟେ, ବଲୁଚିସ୍ତାନର ଦାବି ଜୋର ଧରିଛି, ଅନ୍ୟପଟେ ସିନ୍ଧର ଲୋକମାନେ ମଧ୍ୟ ଏକ ସ୍ୱତନ୍ତ୍ର ଦେଶ ଦାବି କରୁଛନ୍ତି। ଏହି ସମୟରେ ବେଲୁଚ୍ ନେତା ଦାବି କରିଛନ୍ତି ଯେ ବେଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେଁ। ସେ ବେଲୁଚିସ୍ତାନକୁ ଏକ ପୃଥକ ଦେଶ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟଠାରୁ ସାହାଯ୍ୟ ଲୋଡ଼ିଛନ୍ତି।ବଲୁଚିସ୍ତାକୁ ପାକିସ୍ତାନୀ କହିବା ବନ୍ଦ କର ବୋଲି ମୀର ୟାର ବଲୁଚ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟଠାରୁ ସମର୍ଥନ ପାଇଁ ନିବେଦନ କରିଛନ୍ତି। ଏହି ମାମଲାରେ ବିଶ୍ୱ ଆଉ ନୀରବ ଦର୍ଶକ ହୋଇ ରହିପାରିବ ନାହିଁ। ବିଶ୍ୱବାସୀଙ୍କୁ ଏହି ସତ୍ୟକୁ ଚିନ୍ତା କରିବାକୁ ପଡିବ ବୋଲି କହିଛନ୍ତି ବଲୁଚ ନେତା। ପାକିସ୍ତାନ ତାର ଆତଙ୍କବାଦୀ ଆଚରଣ ଯୋଗୁଁ ବଲୁଚିସ୍ତାନ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଜରୁରୀକାଳୀନ ବୈଠକ ଡାକିବା ଉଚିତ। ମୀର ଚେତାବନୀ ଦେଇ କହିଛନ୍ତି ଯେ ଯଦି ପାକିସ୍ତାନ ନଶୁଣେ ତେବେ POKର ଲୋକମାନଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଥିବା ପାକିସ୍ତାନୀ ସେ ଢାକାରେ ପରାଜୟ ଭଳି ଆଉ ଏକ ଲଜ୍ଜାଜନକ ପରାଜୟ ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ।

ଯୁଦ୍ଧବିରତି ମଧ୍ୟରେ ଗାଜା ଉପରେ ଆଇଡିଏଫର ଜବରଦସ୍ତ ହମଲା

ନନ୍ଦିଘୋଷ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧବିରତି ମଧ୍ୟରେ ଗାଜା ଉପରେ ଆଇଡିଏଫର ଜବରଦସ୍ତ ହମଲା। ଆକ୍ରମଣରେ ୮୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜବାଲିଆ ଶରଣାର୍ଥୀ ଶିବିର ସମେତ ଗାଜାରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା। କତାରରେ ପରୋକ୍ଷ ଯୁଦ୍ଧବିରତି ଆଲୋଚନା ଜାରି ରହିଥିବା ବେଳେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଗତକାଲି ଜବାଲିଆ ଶରଣାର୍ଥୀ ଶିବିର ସମେତ ଉତ୍ତର ଗାଜାରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ 50 ଜଣଙ୍କର ମୃତ୍ୟୁ ହୋଇଥିଲା।  ଗାଜା ହସ୍ପିଟାଲ ଉପରେ ଇସ୍ରାଏଲୀ ଆକ୍ରମଣର ଶିକାରଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ଅଛନ୍ତି। ଜବାଲିଆ ନିକଟରେ ପ୍ରାୟ 50 ଜଣ ଏବଂ ଦକ୍ଷିଣରେ ଥିବା ଖାନ ୟୁନିସ ସହରରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବା କହିଛି ଗାଜାର ସ୍ୱାସ୍ଥ୍ୟବିଭାଗ। ତେବେ ଇସ୍ରାଏଲୀ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ପିପିଲିରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ପିପିଲି : ପିପିଲିରେ ପୁଣି ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା। ପୀଡିତାଙ୍କ ମା ପିପିଲି ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି। ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି।

କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଉଖମା ଗାଁରେ । ଅପରାହ୍ନରେ ଦୁଇ ଭାଇ କେନାଲ ହୁଡାରେ ବସିଥିଲେ ବୋଲି ଜଣାପଡିଛି ।ଅସାବଧାନତା ବସତଃ ସାନ ଭାଇ ସୋମ ସାହୁ କେନାଲ ଭିତରକୁ ଖସି ପଡିଥିଲେ । ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ ଭାଇ  ଓମ ସାହୁ କେନାଲ ଭିତରକୁ ଡେଇଁ ପଡିଥିଲେ। ଫଳରେ ଉଭୟ ସାନ ଭାଇ ଓ ବଡ ଭାଇ କେନାଲରେ ବୁଡି ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଗ୍ରାମବାସୀ ଦୁଇ ଭାଇଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ‌ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଅଉଖମା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବୁଢାରେ ଭରିଯିବ ତୁର୍କୀ, ଟେନସନ ବଢାଇଲା ଭଳି ଆସିଲା ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ : ତୁର୍କୀରେ ଏବେ ପିଲାଙ୍କ ଅଭାବ ଦେଖାଦେଇଛି। ୨୦୨୪ ମସିହାରେ ଦେଶରେ କେବଳ ୯.୩୭ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ, ଯାହା ସବୁଠାରୁ କମ୍ ସଂଖ୍ୟା ମଧ୍ୟରୁ ଗୋଟିଏ। ହାରାହାରି ପ୍ରତ୍ୟେକ ମହିଳା ଏବେ ମାତ୍ର ୧.୪୮ ସନ୍ତାନ ଜନ୍ମ ଦେଉଛନ୍ତି, ଯେତେବେଳେ ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଏହି ସଂଖ୍ୟା ଅତି କମରେ ୨.୧ ହେବା ଉଚିତ। ତୁର୍କୀର ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍ ମଙ୍ଗଳବାର ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ଦେଶର ଜନସଂଖ୍ୟା ବଜାୟ ରଖିବାର ଭାର ଏବେ ଗାଁ ଉପରେ। ସହରରେ ରହୁଥିବା ଲୋକମାନେ କମ୍ ସନ୍ତାନ ଜନ୍ମ କରୁଛନ୍ତି, ଯେତେବେଳେ ଗ୍ରାମାଞ୍ଚଳରେ ଜନ୍ମହାର ଏବେ ବି ଅଧିକ ଅଛି।

୨୦୨୪ ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିବା ମହିଳାଙ୍କ ହାରାହାରି ବୟସ ୨୭.୩ ବର୍ଷ ଥିଲା, ଏବେ ମା’ଙ୍କ ହାରାହାରି ବୟସ ୨୯.୩ ବର୍ଷରେ ପହଞ୍ଚିଛି। ୨୦୦୧ ମସିହାରେ, ଏହି ସଂଖ୍ୟା ୨୬.୭ ବର୍ଷ ଥିଲା। ଏହା ବ୍ୟତୀତ, ଏବେ ପ୍ରଥମ ଓ ଦ୍ୱିତୀୟ ସନ୍ତାନ ମଧ୍ୟରେ ବ୍ୟବଧାନ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ରହିଛି ହାରାହାରି ୪.୭ ବର୍ଷ। ଯଦି ଆମେ ତୁର୍କୀର ବିଭିନ୍ନ ପ୍ରଦେଶ ବିଷୟରେ ଆଲୋଚନା କରିବା, ତେବେ ସାନଲିଉର୍ଫାରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ତିନ ଓ ଏସକିସେହିର ଭଳି ଅଞ୍ଚଳରେ ସବୁଠାରୁ କମ୍ ସଂଖ୍ୟାରେ ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍, ଗୋଟିଏ ପଟେ କିଛି ଅଞ୍ଚଳ ଅଛି ଯାହା ଦେଶର ଜନସଂଖ୍ୟାକୁ ଧରି ରଖିଛି, ଅନ୍ୟପଟେ କିଛି ସ୍ଥାନରେ ପରିସ୍ଥିତି ଗମ୍ଭୀର ରହିଛି ।

ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ପରିବର୍ତ୍ତନଶୀଳ ସାମାଜିକ ଭୂମିକା, ବିବାହରେ ବିଳମ୍ବ ଏବଂ ଛୋଟ ପରିବାର ପାଇଁ ଇଚ୍ଛା ତୁର୍କୀର ଜନସଂଖ୍ୟା ହ୍ରାସର କାରଣ ହେଉଛି। ଏବେ ସରକାର ଏହାକୁ ‘ଜନସଂଖ୍ୟା ସଙ୍କଟ’ ବୋଲି ବିବେଚନା କରିଛନ୍ତି ଓ ୨୦୨୫ କୁ ‘ପରିବାର ବର୍ଷ’ ଭାବରେ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ଯୁବ ଦମ୍ପତିମାନଙ୍କୁ ଆର୍ଥିକ ସହାୟତା, ପିତାମାତାଙ୍କ ଛୁଟି, ପିଲା ଥିବା ପରିବାରକୁ ବାସଗୃହ ସବସିଡି ଓ ଶସ୍ତା ଶିଶୁ ଯତ୍ନ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ, ଏକ ବଡ଼ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯିବ, ଯେଉଁଥିରେ ବିଶେଷକରି ସହର ଓ ଶିକ୍ଷିତ ବର୍ଗଙ୍କୁ ଟାର୍ଗେଟ କରାଯିବ।

ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା। ତୁର୍କୀ ସହ ବ୍ୟବସାୟ ବନ୍ଦ କରିବାକୁ ନେଇ ପ୍ରତିବାଦ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ବିଭିନ୍ନ ବ୍ୟବସାୟିକ ସଂଗଠନ। ପୁଣି,ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟରେ ପ୍ରତିବାଦ ଜୋର ଧରିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ତୁର୍କୀ ସମର୍ଥନ କରିଥିବାରୁ ତୁର୍କୀକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ସହିବାକୁ ପଡିପାରେ। ପର୍ଯ୍ୟଟନ କ୍ଷେତ୍ର ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ତୁର୍କୀର ପ୍ରାୟ ୩୦ ହଜାର କୋଟିରୁ ଅଧିକ କ୍ଷତି ହେବା ଆକଳନ କରାଯାଉଛି।

ରାଜ୍ୟ କ୍ୟାବିନେଟରେ ଆଜି ୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଆଜି ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରାଯିବ । ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ପୂର୍ବ ପରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାକୁ ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଭାବରେ ନାମିତ କରାଯିବ । ପୂର୍ବରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ ମାନେ ୧୦,୦୦୦ ଟଙ୍କା ପାଉଥିଲେ । ଏବେ ୧୨,୦୦୦ ଟଙ୍କା ପାଇବେ । ପୁଅ ଜନ୍ମ ହେଲେ ମା’ ମାନେ ପାଉଥିବା ୧୦ ହଜାର ଟଙ୍କାର ସହାୟତା ପୂର୍ବପରି ଅପରିବର୍ତ୍ତିତ ରହିଛି । ଆଦିମ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ପ୍ରଥମ ୨ ଟି ସନ୍ତାନ ପରେ ମଧ୍ଯ ଝିଅ ଜନ୍ମ ପାଇଁ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।