spot_img
Home Blog Page 7559

୨ ଦିନିଆ ବଲାଙ୍ଗିର ବନ୍ଦ ଡାକରା, ବିଭିନ୍ନ ଦାବି ନେଇ ବନ୍ଦ ପାଳୁଛି ବଲାଙ୍ଗିର ଆକ୍ସନ କମିଟି

0

ଆଜିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ ଡାକରା । ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ବଲାଙ୍ଗିର ବନ୍ଦ ପାଳୁଛି ବଲାଙ୍ଗୀର ଆକ୍ସନ କମିଟି । ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଓ ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ବନ୍ଦ ଡାକରା ଦିଆଯାଇଛି ।

 

ବଲାଙ୍ଗିର ଆକ୍ସନ କମିଟିର ବନ୍ଦ ଡାକରାକୁ ବିଭିନ୍‌ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଇଛି । ତେବେ ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦିଆଯାଇଛି । ଗତ ଦୁଇମାସ ହେଲା ପ୍ରତିମାସ ତୃତୀୟ ବୁଧବାର ଓ ଗୁରୁବାର ସମାନ ଦାବି ନେଇ ଆନ୍ଦୋଳନ କରିଆସୁଛି ।

ରାଜଧାନୀର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !

0

ଭୁବନେଶ୍ୱର: ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବିରୋଧ କରିବାରୁ ଯୁବତୀଙ୍କୁ  ନିସ୍ତୁକ ମାଡ଼ । ଏକ ହୋଟେଲର ୨ କର୍ମଚାରୀଙ୍କ ନଁ।ରେ ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ଯୁବତୀ । ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ତନାଘନା ଆରମ୍ଭ କରିଛି । ଯୁବତୀଙ୍କୁ ଆହତ ଅବସ୍ଥାରେ ଚିକିତ୍ସା କରାଇବା ପରେ ବୟାନ ରେକର୍ଡ କରିଛି ପୋଲିସ । ଯୁବତୀ ଜଣଙ୍କ ସାତ ଦିନ ହେଲା ଉକ୍ତ ହୋଟେଲରେ ରହୁଥିଲେ । ସୋମବାର ରାତିରେ ହୋଟେଲ ମ୍ୟାନେଜର ମିଥୁନ ସ୍ୱାଇଁ ଓ ସୁଇପର ବିଶ୍ୱନାଥ ପାତ୍ର ଦୁଷ୍କର୍ମ ଉଦ୍ୟମ କରିବା ସହ ମାଡ଼ ମାରିଥିବା ନେଇ ପୋଲିସ ଆଗରେ ବୟାନ ଦେଇଛନ୍ତି ଯୁବତୀ । ସୁଇପର ବିଶ୍ୱନାଥଙ୍କୁ ହୋଟେଲକୁ ନେଇ ଯାଞ୍ଚ କରିବା ସହ ରେଜିଷ୍ଟର ଓ ସିସିଟିଭି ଜବତ କରିଛି ପୋଲିସ ।ବଙ୍ଗୀୟ ଯୁବତୀଙ୍କ ପଚରାଉଚରା ପରେ ପଦାକୁ ଆସିଛି ହୋଟେଲର ଅସଲ ଗୁମର । ଅନଲାଇନରେ ହେଉଥିଲା ଡିଲ, ଅଫ ଲାଇଲରେ ଚାଲିଥିଲା ଧନ୍ଦା । ହୋଟେଲ ଆଶୀର୍ବାଦରେ ଚାଲିଥିଲା ଦେହ ବେପାର । ହୋଟେଲରେ ପୋଲିସର ଯ।ଞ୍ଚ ବେଳେ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଅଭିଯୋଗକାରିଣୀ କୋଲକାତାର ଯୁବତୀ ଜଣଙ୍କୁ ଦେହ ବ୍ୟବସାୟ ପାଇଁ ଦଲାଲ ବୁକିଂ କରିଥିଲା । ହୋଟେଲ ମ୍ୟାନେଜର ଓ ଦେହ ଦାଲଲଙ୍କ ମଧ୍ୟରେ ଡିଲ୍ ହୋଇଥିଲା । ହୋଟେଲରେ ଗୋଟିଏ ରାତି ପାଇଁ ଦାମ ରହିଛି ଏକ ହଜାର ଟଙ୍କା । ଯୁବତୀଙ୍କ ସହ କେତେ ଟଙ୍କାରେ ଡିଲ୍ ହୋଇଛି ଓ ଦଲାଲର କେତେ ଟଙ୍କା କମିଶନ ତଦନ୍ତ ପରେ ଜଣା ପଡିବ । ଯ଼ୁବତୀଙ୍କ ମୋବାଇଲର କଲ ଡିଟେଲ୍ସ ରେକର୍ଡକୁ ଯାଞ୍ଚ କରିଛି ପୋଲିସ । ଅନ୍ୟପଟେ ହୋଟେଲର ରେଜିଷ୍ଟରରେ ଗୋଟିଏ ନାମରେ ପୁରୁଷ ଓ ଯୁବତୀ ମାନେ ଏକାଧିକ ବାର ଆସିଥିବା ଜଣାପଡ଼ିଛି ।ଏଠି ପ୍ରଶ୍ନ ଉଠୁଛି, ଭୁବନେଶ୍ବରରେ କେତେ ସୁରକ୍ଷିତ ହୋଟେଲ ? ନୂଆବର୍ଷକୁ ନଜରରେ ରଖି ଚଳଚଞ୍ଚଳ ରୁପଜୀବୀ । ରାଜ୍ୟ ବାହାରେ ରହି ଦେହ ଧନ୍ଦା ଚଲାଇଛନ୍ତି କି ସେକ୍ସ ସୌଦାଗର ? ଦେହ କାରବାର ପାଇଁ କେତେ ଜଣ ଯୁବତୀଙ୍କୁ ହାୟର କରାଯାଇଛି ? କେତେ ଜଣ ଏଜେଣ୍ଟ ଓ ଦେହ ଦଲାଲଲ କାମ କରୁଛନ୍ତି? ହୋଟେଲର ତଥ୍ୟ ରଖୁନି କି ପୋଲିସ ?

ମହିଳା ହିଂସାକୁ ନେଇ ବିଜେପି ରାଜନୀତି ନକରୁ: ବିଜେଡି

ଭୁବନେଶ୍ୱର: ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଏକ ସ୍ପର୍ଶକାତର ଘଟଣା । କେବଳ ଓଡ଼ିଶାରେ ଏଭଳି ଘଟୁନାହିଁ, ଏହା ଏବେ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ, ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି ନକରିବା ପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମହିଳାଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡ଼ିତାମାନଙ୍କୁ ନ୍ୟାୟ ଦେବାପାଇଁ ସବୁମତେ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ, ଏଭଳି ଘଟଣାକୁ ନେଇ ରାଜନୀତି କରିବା ବଦଳରେ ସମସ୍ତେ ଏକାଠି ହୋଇ ଏହି ସାମାଜିକ ବ୍ୟାଧି ବିରୋଧରେ ଲଢ଼େଇ କରିବା ଉଚିତ୍‌ । ଏହା ନକରି ବିଜେପି ଯେଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି ତାହା ଅତ୍ୟନ୍ତ ଘୃଣ୍ୟ, ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବାଟଭୁଲା ପଥିକଙ୍କୁ ରାସ୍ତା ଦେଖାନ୍ତି ମୃତଦେହ

ଦୁନିଆରେ ବାଟଭୁଲା ପଥିକଙ୍କୁ ଜୀବିତ ଲୋକ ବାଟ ବତାଇଥାନ୍ତି। ମାତ୍ର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ପର୍ବତାରୋହୀଙ୍କୁ ବାଟ ଦେଖାଇଥାନ୍ତି ସେଠାରେ ପଡ଼ିରହିଥିବା ଥିବା ୩ ଶହରୁ ଅଧିକ ମୃତ ଦେହ। ଏହି ମୃତଦେହ ଗୁଡ଼ିକ ହେଉଛି ଏଭେରେଷ୍ଟ ଶୃଙ୍ଗ ଆରୋହଣ ସମୟରେ ମୃତ୍ୟୁ ବରଣ କରିଥିବା ପର୍ବତାରୋହୀଙ୍କ ।

ପର୍ବତାରୋହି ମାନେ ପାହାଡ଼ର ବିଭିନ୍ନ ଅଂଶରେ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥାନ୍ତି । ମୃତଦେହକୁ ହଜାର ହଜାର ଫୁଟ ତଳକୁ ଆଣିବା କଷ୍ଟକର ହୋଇଥାଏ। ତେଣୁ ଏହି ମୃତଦେହଗୁଡିକୁ ରାସ୍ତାର ଚିହ୍ନ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ଗ୍ରୀନ୍‌ ବୁଟସ୍‌ ବୋଲି କୁହାଯାଏ।

ଶୃଙ୍ଗ ଆରୋହଣକାରୀ ଏସବୁ ମୃତଦେହକୁ ଦେଖି ସେମାନେ ଠିକ୍‌ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ଠଉରେଇ ପାରିଥାନ୍ତି। ୮ ହଜାର ମିଟର ଉଚ୍ଚରେ ଏଭଳି ମୃତଦେହ ସଂଖ୍ୟା ଅଧିକ ଦେଖିବାକୁ ମିଳେ। ଏହି ଅଞ୍ଚଳକୁ ଡେଥ୍‌ ଜୋନ୍‌ କୁହାଯାଇଥାଏ। ମାଇନସ୍‌ ୧୬ ଡିଗ୍ରୀରୁ ମାଇନସ୍‌ ୪୦ ଡିଗ୍ରୀ ତାପମାତ୍ରାରେ ଏହି ମୃତଦେହ ଗୁଡ଼ିକ ପଚିସଢ଼ି ନ ଯାଇ ସତେଜ ଭାବେ ପଡ଼ିରହିଥାଏ। ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୧୯୨୧ରେ ଉଦ୍ୟମ ହୋଇଥିଲା। ତେବେ ଏହା ସଫଳ ହୋଇପାରିନ ଥିଲା। ପରେ ଏଭଳି କେତେକ ଉଦ୍ୟମ ମଧ୍ୟ ହୋଇଥିଲା।

ତେବେ ୬୬ ବର୍ଷ ତଳେ ୧୯୫୩ରେ ଏଡମଣ୍ଡ୍‌ ହିଲାରୀ ଏବଂ ତେନଜିଂ ନାଙ୍ଗେ ଶେର୍ପା ପ୍ରଥମେ ଏଭରେଷ୍ଟ ଆରୋହଣ କରିଥିଲେ। ଦୀର୍ଘ ୯୮ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗ ଆରୋହଣ ବାଟରେ ପ୍ରାୟ ୩ ଶହ ୮ଟି ମୃତଦେହ ପଡ଼ିଥିବା କୁହାଯାଉଛି ।

ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସସୀମା ୩୩ରୁ ୪୮ ବର୍ଷକୁ ବୃଦ୍ଧି । କୃଷି ନୀତି “ସମୃଦ୍ଧି”କୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର : କୃଷକଙ୍କ ଆୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା । କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ କରାଇବା ଉଦ୍ଦେଶ୍ୟରେ ନୂଆ କୃଷି ନୀତି “ସମୃଦ୍ଧି” ୨୦୨୦କୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃଆ କୃଷିନୀତି ପ୍ରଣୟନ ହୋଇଛି ।

ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୭ ଧାରା ୩ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବାର ଥିଲା । ତେବେ ଗତ ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟକୁ ସତ୍ୟବାଦୀକୁ ସ୍ତାନାନ୍ତରଣ କରାଯିବା ଏ ସେଠାରେ ସ୍ଥାପନ ନେଇ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ୨କୋଟି ୧୫ଲକ୍ଷ ୬୪ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ରୁଲରେ ସଂସୋଧନ କରାଯାଇଛି । ୫-ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ
ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି ଦିଆଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ଗୃପ-ଏ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆକଳନ ମୁଖ୍ୟ ଶାସନ ସଚିବ କରିବେ  । ଗୃପ -ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ । ସେହିପରି ରାଜସ୍ବ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ  । ଡିପ୍ଲୋମା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ  । ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯିବା ନେଇ କ୍ୟାବିନେଟ୍ ମୋହର ବାଜିଛି।