ବଣାଇଁ: ବ୍ଲେଡରେ କାଟିଲେ, ପଥରରେ ଛେଚିଲେ । ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କଲେ । ବଣାଇଁ କେନ୍ଦ୍ରିକଳା ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ଅନିଲ ମୁଣ୍ଡା ଓ ତାଙ୍କ ଘର ବଣାଇଁଗଡ ସହରରେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଅନିଲ ସାଙ୍ଗମାନଙ୍କ ସହ ମିଶି ଭୋଜି ପାଇଁ ଯାଇଥିଲେ । କେନ୍ଦ୍ରିକଳା ଗାଁ ଜଙ୍ଗଲ ନିକଟରେ ମିଶି ମଦ ପିଇଥିଲେ । ସେଠାରେ କୌଣସି କାରଣରୁ ଅନିଲଙ୍କ ସହ ସାଙ୍ଗମାନଙ୍କ ବଚସା ହୋଇଥିଲା । ଯାହାକୁ ନେଇ ଅନିଲଙ୍କ ବେକକୁ ପ୍ରଥମେ ବ୍ଲେଡରେ କାଟିବା ପରେ ତାଙ୍କ ମୁହଁକୁ ପଥରେ ଛେଚି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି ।

ମୃତଦେହ ପାଖରୁ ମଦ ବୋତଲ ଜବତ କରିଛି ପୋଲିସ । ଆଜି ସକାଳୁ ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୋଲିସକୁ ଫୋନ କରିଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।


ଡେମୋକ୍ରାଟିକ ଦଳର ପ୍ରତିନିଧି ସୁଶାନ ଡେବିସ୍ କହିଥିଲେ, ଆମେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣୁ ନାହୁଁ । ବରଂ ସେ ନିଜେ ଏପରି କରୁଛନ୍ତି । ଆପଣ ରାଷ୍ଟ୍ର ମୁଖ୍ୟ ହୋଇ ନ୍ୟାୟରେ ବାଧା ସୃଷ୍ଟି କରୁଛନ୍ତି । ଆପଣ ଜଣେ ବିଦେଶୀ ନେତାଙ୍କୁ ଲାଞ୍ଚ ଦେବାକୁ ପ୍ରୟାୟ କରିଛନ୍ତି । ଆପଣ ଦେଶର ସୁରକ୍ଷା ପାଇଁ ବିପଦ ବୋଲି କହିଥିଲେ ।