ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଶିଶୁ ଗୁରୁତର । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଗୁହାନାଳ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସାହୁପୁର ଗାଁର ଦୁଖୀରାମ୍ ମାରାଣ୍ଡି ଏବଂ ତାଙ୍କ ସ୍ତ୍ରୀ ବାଇକରେ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ । ବାଗୁହାନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଦୁଖୀରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଖାଲି ସେତିକି ନୁହେଁ ଘଟଣା ସ୍ଥଳରୁ ଗୁରୁତର ୫ମାସର ଶିଶୁ କନ୍ୟାକୁ ଉଦ୍ଧାର କାରାଯାଇଛି । ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।











ଯଦି ତଥ୍ୟକୁ ଦେଖିବା ତେବେ ଏସବିଆଇ ନିକଟରେ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ରହିଛି ।
୩ ଦିନ ଭିତରେ ପାରଦ ୪ରୁ ୬ ଡିଗ୍ରୀ ଖସିଯିବାରୁ ରାଜ୍ୟର ପ୍ରବଳ ଥଣ୍ଡା ଲାଗି ରହିବା ସହ କେତେକ ସ୍ଥାନରେ ତୁଷାରପାତ ହୋଇଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୧୬ ସହର । ସୋନପୁରରେ ସବୁଠୁ କମ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ତା’ ପଛକୁ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଛି ।
ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ଥରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାର ବଲାଣି, ବଡ଼ବିଲ, ଚମ୍ପୁଆ, ଯୋଡ଼ା ଆଦି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ହାଡ଼ଭଙ୍ଗା ଶୀତରେ ମଧ୍ୟ ଥରୁଛି ଝାରସୁଗୁଡ଼ା ସହର ।
ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଅଛନ୍ତି ୨୦୦୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ବିଜୟ କେତନଙ୍କ ବାସଭବନ ଓ ଆଉ କିଛି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ବିଜୟ କେତନଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୋ ସରକାର କାର୍ଯ୍ୟକ୍ରମରେ ମିଳିଥିବା ଫିଡବ୍ୟାକ ଆଧାରରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି । ଏକ୍ ବିଲ୍ ପାସ କରାଇବା ପାଇଁ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଜଣେ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଡିଜିପି ବିଜୟ କୁମାର ଶର୍ମା 5T ଆଧାରରେ ପଦ ଛାଡ଼ିଥିବା ଜଣାପଡ଼ିଥିଲା ।