spot_img
Home Blog Page 752

ଧରାପଡିଲା କାନପୁରର ନକଲି ଡାକ୍ତର ଅନୁଷ୍କାଙ୍କ ମିଛ; MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ

ନନ୍ଦିଘୋଷ ବ୍ୟୁରୋ : ପଦାରେ ପଡିଲା ନକଲି ଡାକ୍ତରଙ୍କ ସତ । MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ । ଏପରି ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛି କାନପୁର ପୋଲିସ । ନିକଟରେ କାନପୁରରେ ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ୨ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ଅନୁଷ୍କା ତିଓ୍ବାରୀ । ଦୁଇ ଇଞ୍ଜିନିୟରଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ଏହି ଡାକ୍ତରଙ୍କୁ ଦାୟୀ କରିଥିଲେ । ଘଟଣାର ଯାଞ୍ଚ ପରେ ପୋଲିସକୁ ଅନେକ ତଥ୍ୟ  ମଧ୍ୟ ମିଳିଛି । ତଦନ୍ତ ବଢିବା ସହ ଅନୁଷ୍କାଙ୍କର ଅନେକ ମିଛ ମଧ୍ୟ ସାମ୍ନାକୁ ଆସିଛି ।

ପୋଲିସ ସୂଚନା ଅନୁଯାୟୀ, ଘଟଣାରେ ତଦନ୍ତରେ ଜଣାପଡିଛି ଯେ, ଡାକ୍ତର ଅନୁଷ୍କାଙ୍କର MBBS ଡିଗ୍ରୀ ମଧ୍ୟ ନାହିଁ, ଆଉ ନିଜକୁ ଡର୍ମାଟୋଲୋଜିଷ୍ଟ ବୋଲି କହି କରୁଥିଲେ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ । ତଦନ୍ତରୁ ଆହୁରି ମଧ୍ୟ ଜଣାପଡିଛି ଯେ, ତାଙ୍କ ପାଖରେ କୌଣସି ତାଲିମପ୍ରାପ୍ତ ସହାୟକ ମଧ୍ୟ ନଥିଲେ । ସର୍ଜରୀ ସମୟରେ ଯାହାଙ୍କ ସାହଯ୍ୟ ନେଉଥିଲେ ମେମାନେ ମଧ୍ୟ ନକଲି ହେଲପର ଥିଲେ । ଏହି ଦୁଇ ମାମଲା ପଦାକୁ ଆସିବା ପରଠାରୁ ଅନୁଷ୍କା ତିଓ୍ୱାରୀ ଓ ତାଙ୍କ ସ୍ୱାମୀ ଫେରାର ଅଛନ୍ତି  । ଏବେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ନିରନ୍ତର ଚଢାଉ କରୁଛି ।

ମିସ୍ ଓ୍ୱାର୍ଲଡ଼ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ : ମିସ୍ ୱାର୍ଲଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି। ଏକ ମନ୍ଦିରରେ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ ବିଆରଏସ। ଭାରତୀୟ ମହିଳାଙ୍କ ସମ୍ମାନ ଉପରେ ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ବିରୋଧୀ।

ତେଲଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ରାମାପ୍ପା ମନ୍ଦିରରେ କେତେକ ମହିଳା ମିସ୍ ୱାର୍ଲଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଓ ପୋଛିବାର ଭିଡିଓ ପଦାକୁ ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ। ମନ୍ଦିରର ପରାମ୍ପରା ରହିଛି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଗୋଡହାତ ଧୋଇବା। ଶାରୀରିକ ଓ ଆଧ୍ୟାତ୍ମିକ ପବିତ୍ରତା ଲାଗି ଗୋଡ ଧୋଇବା ବ୍ୟବସ୍ଥା ରହିଛି। ତେଲଙ୍ଗାନାର ସ୍ବାଭିମାନ ପ୍ରତି ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ଭାରତ ରାଷ୍ଟ୍ର ସମିତିର କେତେକ ପୂର୍ବତନ ମନ୍ତ୍ରୀ। ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ସେମାନେ ପତ୍ର ଲେଖିଛନ୍ତି।

ପ୍ରତିଯୋଗୀମାନଙ୍କ ପାଦ ଧୋଇବା କାମରେ ଦଳିତ, ଆଦିବାସୀ ଓ ଆର୍ଥିକ ପଛୁଆ ବର୍ଗ ମହିଳାକୁ ନିୟୋଜିତ କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପ୍ରତିଯୋଗିତା ଲାଗି ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ। ତେବେ ପବିତ୍ରତା ରକ୍ଷା ଲାଗି ଏହା ଏକ ପାରମ୍ପରିକ ବ୍ୟବସ୍ଥା ଥିଲା ବୋଲି କହିଛନ୍ତି ମିସ୍ ୱାର୍ଲଟ ସଂଗଠନ।

ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା

ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତର ପ୍ରତିରକ୍ଷା ବଳ। ଅପରେସନ ସିନ୍ଦୂର ପରେ ଭାରତର ପ୍ରତିରକ୍ଷା ଶକ୍ତିକୁ ଅଧିକ ବଢାଇବା ଲାଗି ସରକାର ନେଇପାରନ୍ତି ବଡ଼ ପଦକ୍ଷେପ। ପ୍ରତିରକ୍ଷା ବଜେଟ ପରିମାଣ ବଢାଇବା ଲାଗି ଯୋଜନା ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ବଜେଟର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ପ୍ରତିରକ୍ଷା ଲାଗି ଅଧିକ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇପାରେ ବୋଲି କୁହାଯାଇଛି।

ଆସନ୍ତା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟକୁ ମଞ୍ଜୁର କରାଯାଇପାରେ। ସେନାବାହିନୀର ଆବଶ୍ଯକତା ପୂରଣ କରିବା ଲାଗି ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି। ଗତ ୧୦ ବର୍ଷ ମଧ୍ଯରେ ଭାରତର ପ୍ରତିରକ୍ଷା ବ୍ୟୟଭାର ପ୍ରାୟ ୩ ଗୁଣ ହୋଇଛି। ୨୦୧୪-୧୫ରେ ପ୍ରତିରକ୍ଷା ବଜେଟ ପରିମାଣ ୨.୨୯ ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ପ୍ରତିରକ୍ଷା ବଜେଟ ପରିମାଣ ଥିଲା ୬.୮୧ ଲକ୍ଷ କୋଟି ଟଙ୍କା। ଯାହାକି ମୋଟ ବଜେଟର ୧୩.୪୫ ପ୍ରତିଶତ। ଅପରେସନ ସିନ୍ଦୂର ବେଳେ ଭାରତର ଶୌର୍ଯ୍ୟ ନିକଟରେ ପରାହତ ହୋଇଥିଲା ପାକିସ୍ତାନ। ଭାରତର ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ପାକିସ୍ତାନ। ସେପଟେ ପାକିସ୍ତାନର ମୁଖା ଖୋଲିବା ଲାଗି ବିଭିନ୍ନ ରାଷ୍ଟ୍ରକୁ ଏକ ବହୁଦଳୀୟ ପ୍ରତିନିଧି ମଣ୍ଡଳୀ ପଠାଯାଇପାରେ ବୋଲି ସୂଚନା ମିଳିଛି।

ନୀରବ ମୋଦିଙ୍କୁ ପୁଣି ଧକ୍କା : ୧୦ମ ଥର ପାଇଁ ଜାମିନ ଆବେଦନ ଖାରଜ କଲା ଲଣ୍ଡନ କୋର୍ଟ

ନନ୍ଦିଘୋଷ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଧକ୍କା। ଲଣ୍ଡନ କୋର୍ଟରେ ଜାମିନ ଆବେଦନ ହୋଇଛି ଖାରଜ। ଲଣ୍ଡନର ହାଇକୋର୍ଟ ଅଫ ଜଷ୍ଟିସ ମୋଦିଙ୍କ ପିଟିସନକୁ କରିଛନ୍ତି ଖାରଜ। ବ୍ରିଟେନରେ ରହିବା ପରଠାରୁ ନୀରବଙ୍କ ଏହା ହେଉଛି ଦଶମ ପିଟିସନ। ନୀରବଙ୍କ ପିଟିସନ ବିରୋଧରେ ସିବିଆଇର ବଳିଷ୍ଠ ଯୁକ୍ତି ଯୋଗୁ ତାଙ୍କ ପିଟିସନ ଖାରଜ ହୋଇଛି। ନୀରବଙ୍କ ପିଟିସନକୁ ସଫଳ ଭାବେ ବିରୋଧ କରିଥିଲେ କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଆଡଭୋକେଟ।  ୨୦୧୯ରୁ ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ନୀରବ ବ୍ରିଟେନ ଜେଲରେ ରହିଛନ୍ତି। ୬ ହଜାର କୋଟି ଟଙ୍କାର ପିଏନବି ଘୋଟାଲାର ଅଭିଯୁକ୍ତ ଅଛନ୍ତି ନୀରବ। ଭାରତ ହାତରେ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତର ଅନୁରୋଧକୁ ବ୍ରିଟେନ ହାଇକୋର୍ଟ ମଞ୍ଜୁର କରିସାରିଛନ୍ତି। ନୀରବଙ୍କ ୧ ହଜାର ୫୨ କୋଟି ଟଙ୍କାର ସମ୍ପତ୍ତି ବିଭିନ୍ନ ଘରୋଇ ବ୍ୟାଙ୍କ ଓ ଲୋକଙ୍କୁ ଫେରାଯାଇଛି ବୋଲି ଗତ ଡିସେମ୍ବରରେ କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପିଏନବି ଜାଲିଆତି ମାମଲାରେ ସିବିଆଇର ଏଫଆଇଆର ପରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି।

ପହଲଗାଓଁ ହମଲା ପ୍ରସଙ୍ଗ : ଆଫଗାନିସ୍ତାନ ବିଦେଶମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସ. ଜୟଶଙ୍କର

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲା ପ୍ରସଙ୍ଗ। ପ୍ରଥମ ଥର ଲାଗି ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର ଖାଁ ମୁତ୍ତାକୀଙ୍କୁ ଧନ୍ୟବାଦ ଜଣାଇରେ ଭାରତ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର। ପହଲଗାଓଁ ହମଲାକୁ ଆଫଗାନିସ୍ତାନ ନିନ୍ଦା କରିବା ସହ ଭାରତ ନିକଟରେ ଠିଆ ହୋଇଥିବାଯୋଗୁ ଜୟଶଙ୍କର ଜଣାଇଛନ୍ତି ଧନ୍ୟବାଦ। ଜୟଶଙ୍କର କହିଛନ୍ତି- ଆଫଗାନିସ୍ତାନବାସୀଙ୍କ ସହ ଭାରତର ପାରମ୍ପରିକ ବନ୍ଧୁତା ରହିଆସିଛି। ଏହା ସହ ଆଫଗାନିସ୍ତାନର ବିକାଶ ପ୍ରକ୍ରିୟାକୁ ଭାରତ ସହଯୋଗ କରିବ। ଆଫଗାନିସ୍ତାନର ତାଲିବାନ ଶାସନକୁ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଭାରତ ସ୍ବୀକୃତି ଦେଇ ନଥିଲେ ମଧ୍ୟ ପହଲଗାଓଁ ହମଲାକୁ ତାଲିବାନ ସରକାର ନିନ୍ଦା କରିଥିବାରୁ ଭାରତ ଧନ୍ୟବାଦ ଜଣାଇଛି। ପହଲଗାଓଁ ହମଲା ପରେ ଭାରତର ସ୍ବତନ୍ତ୍ର ଦୂତ ତଥା ବିଦେଶ ମନ୍ତ୍ରାଳୟର ଆଫଗାନିସ୍ତାନ, ଇରାନ, ପାକିସ୍ତାନ ଡିଭିଜନ ମହାନିର୍ଦ୍ଦେଶକ ଆନନ୍ଦ ପ୍ରକାଶ  କାବୁଲ ଯାଇ ଆମିର ଖାଁ ମୁତ୍ତାକୀଙ୍କୁ ସାକ୍ଷାତ କରିଥିଲେ।

ଜାରି ହେଲା କୋର୍ଡ ୮୬୪୭ : ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ପୂର୍ବତନ FBI ନିର୍ଦ୍ଦେଶକ !

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିବାର ଏକ ମାମଲା ସାମ୍ନାକୁ ଆସିଛି। ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ କୋଡ୍ ୮୬୪୭ ଜାରି କରାଯାଇଥିଲା। ସିକ୍ରେଟ୍ ସର୍ଭିସ୍ ଏବଂ ଏଫବିଆଇ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛନ୍ତି। ପ୍ରକୃତରେ, ପୂର୍ବତନ ଏଫବିଆଇ ନିର୍ଦ୍ଦେଶକ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଜେମ୍ସ କୋମି ସମ୍ପ୍ରତି ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଅପିଲ କରିଥିଲେ। ସେ ଜଣେ ପୂର୍ବତନ FBI ନିର୍ଦ୍ଦେଶକ ଥିଲେ ଯିଏ ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ମାଫିଆ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ଜଣେ ବ୍ୟକ୍ତି ଭାବରେ ସେ ଭଲ ଭାବରେ ଜାଣିଥିଲେ ଯେ ସେ କ’ଣ କରୁଛନ୍ତି ଏବଂ ଆଇନର ପୂର୍ଣ୍ଣ ବଳରେ ତାଙ୍କୁ ଦାୟୀ କରାଯିବା ଉଚିତ। ସେ କହିଛନ୍ତି ଯେ, ଆମେ କୋମିଙ୍କ ସିକ୍ରେଟ୍ ସର୍ଭିସ୍ ତଦନ୍ତକୁ ପୂର୍ଣ୍ଣ ସମର୍ଥନ କରୁଛୁ । ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ କୋଡ୍ ନମ୍ବର ୮୬୪୭ ଜାରି କରାଯାଇଥିବା ରିପୋର୍ଟ ହୋଇଛି। ପ୍ରକୃତରେ, ୮୬ ହେଉଛି ହତ୍ୟାର କୋଡୱାର୍ଡ ଏବଂ ଟ୍ରମ୍ପ ବର୍ତ୍ତମାନ ୪୭ତମ ରାଷ୍ଟ୍ରପତି। ଏହି କାରଣରୁ ତାଙ୍କ ହତ୍ୟା ପାଇଁ ମାମଲା ନମ୍ବର ୮୬୪୭ ଜାରି କରାଯାଇଥିଲା।

 

ବର୍ଷା ଆଣିବ ଆଶ୍ବସ୍ତି, ୧୮ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ବର୍ଷା ଆଣିପାରେ ଆଶ୍ବସ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି  । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାକ କେନ୍ଦ୍ର । ଏହାସହ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା , କୋରାପୁଟ ,ମାଲକାନଗିରି ,ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି ବୋଲି ସୂଚନା ଦେଇଚି ଆଂଚଳିକ ପାଣିପାଗ କେନ୍ଦ୍ର l ଦାକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥନରେ ପ୍ରାୟ ଦୁଇ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇଛି l

ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୨୬ ନମ୍ୱର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ବୈପାରିଗୁଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼ରୁ ମାଲକାନଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୌଡ଼ଗୁଡା ଗଛରେ ଗଛକୁ ଧକ୍କା ଦେଇଥିଲା କାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ।

ପୁଣି ମାଓବାଦୀ ସକ୍ରିୟ ; ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ 

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ । ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ  । ମାଓ ଗତିବିଧି ସୂଚନା ପାଇଁ ପୋଲିସର ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ  । ଅପରେସନ ବେଳେ ଚମ୍ପଟ ମାରିଲେ ମାଓବାଦୀ  । ମାଓ କ୍ୟାମ୍ପରୁ ବିଭିନ୍ନ ପ୍ରକାର ମାଓ ସମାଗ୍ରୀ ଜବତ ନେଇ ବଲାଙ୍ଗୀର ପୋଲିସର ସୂଚନା । ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ  । ପୋଲିସକୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀଙ୍କ ସୂଚନା  ।

ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା; ବ୍ୟବସାୟିକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ

ନନ୍ଦିଘୋଷ ବ୍ୟୁରୋ : ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା । ବ୍ୟବସାୟୀକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ । ପ୍ରଥମ ପର୍ଯ୍ୟାୟରେ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ସେବାର ସିଂହଭାଗ ପରିଚାଳନା କରୁଥିବା ତୁର୍କୀ ସଂସ୍ଥା ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଠାରୁ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରାଯାଇଛି । “ଜାତୀୟ ସୁରକ୍ଷା ସ୍ୱାର୍ଥ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଦିଲ୍ଲୀ ବିମାନବନ୍ଦର ମଧ୍ୟ ସେଲେବି ସହିତ ସମ୍ପର୍କ ଛିନ୍ନ କରିଛି । ଏହି ସଂସ୍ଥା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଗୋ ସେବା ତଦାରଖ କରେ ।

ଭାରତ ପାକିସ୍ତାନ ତିକ୍ତତା ବେଳେ ଶତୃ ରାଷ୍ଟ୍ରକୁ ତୁର୍କୀ କରିଥିଲା ସହାୟତା । ବିଭିନ୍ନ ଅସ୍ତ୍ର ସସ୍ତ୍ର ପାକିସ୍ତାନକୁ ପଠାଇଥିଲା । ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ଯୋଗାଇଥିଲା ୩୫୦ରୁ ଅଧିକ ଡ୍ରୋନ । ହେଲେ ଗତ ୨୦୨୩ ଫେବୃଆରୀ ୬ରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ ବେଳେ ତୁର୍କୀବାସୀଙ୍କୁ ସହାୟତା ହାତ ବଢାଇଥିଲା ଭାରତ । ଏହି ସହୟତାକୁ ଭୁଲି ଯାଇଛି ତୁର୍କୀ । ଏବେ ପାକିସ୍ତାନକୁ ସହାୟତା ଯୋଗାଇ ଚାଲିଛି । ଯାହାର ଜବାବ ଦେବାକୁ ଯାଇ ତୁର୍କୀକୁ ବର୍ଜନ କରିବା ଲାଗି ଆହ୍ବାନ ଦେଇଛନ୍ତି ଭାରତୀୟ ସେଲିବ୍ରିଟି, ସାମରିକ ଭେଟେରାନ, ଟ୍ରାଭେଲ ଫାର୍ମ, ଫିଲ୍ମ ସଂସ୍ଥା ଓ ବିଜନେସ ଫାର୍ମ।