spot_img
Home Blog Page 7493

ଦୟାକରି ପିଲାଙ୍କୁ କୁହନ୍ତୁନି ଏମିତି…

ଏହି ସବୁ ଶବ୍ଦ ବ୍ୟବହାର କରନ୍ତୁ ନାହିଁ

ଶିଶୁଙ୍କ ବୟସ ଅନୁସାରେ ତାଙ୍କ ଲାଳନପାଳନ କରିବା ଏକ ସମ୍ବେଦନଶୀଳ ଏବଂ ସୁକ୍ଷ୍ମ ପ୍ରକ୍ରିୟା,  ଯାହା ବାସ୍ତବିକ ଦୁନିଆ ପାଇଁ ତାଙ୍କୁ ପ୍ରସ୍ତୁତ କରିବାର ଏକ ନିରନ୍ତର ପ୍ରୟାସ । ମାତା ପିତାଙ୍କୁ ସଠିକ୍ ଉଦାହରଣ ପ୍ରସ୍ତୁତ କରିବା, ଶିଶୁଙ୍କୁ ଭଲ ଭାଷା ଶିଖାଇବା ପାଇଁ କିଛି ସରଳ ଉପାୟ ଆପଣେଇବାକୁ ପଡ଼ିବ । ଯେତେବେଳେ ଶିଶୁ ବଢ଼ିଲା ବୟସରେ ଥାଏ, ମାତା ପିତା ବ୍ୟବହାର କରୁଥିବା ଶବ୍ଦ ଗୁଡ଼ିକ ତାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ସେଥିପାଇଁ କୁହାଯାଏ ଯେ ଶିଶୁ ମାନଙ୍କ ଆଗରେ ଅତି ସଞ୍ଜମତା ଏବଂ ସତର୍କ ହୋଇ କଥା ହେବା ଉଚିତ ।  

ପଜିଟିଭ ପ୍ୟାରେଣ୍ଟିଂ

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଶିଶୁ ମାନେ ଖୁବଶୀଘ୍ର କଥା ଏବଂ ଆଚରଣକୁ ଗ୍ରହଣ କରିଥାନ୍ତି । ତେଣୁ ଶିଶୁର କଥାବାର୍ତ୍ତା ଏବଂ ଆଚରଣ ତାଙ୍କ ମସ୍ତିସ୍କ ବିକାଶ ଉପରେ ଗୁରୁତ୍ୱ ବହନ କରେ । ଖରାପ କଥା ବା ଅଭଦ୍ର ଭାଷା କହିବାରୁ ତ ମାତାପିତା ମାନେ ଶିଶୁଙ୍କୁ ଆକଟ କରିଥାନ୍ତି । କିନ୍ତୁ ତା ବାଦ୍ ଆହୁରି ଅନେକ ଶବ୍ଦ ରହିଛି ଯାହା ଶିଶୁଙ୍କ ମସ୍ତିଷ୍କ ପ୍ରଭାବିତ କରିଥାଏ । ତେବେ ଜାଣନ୍ତୁ କଣ ସେ ଶବ୍ଦ ଗୁଡ଼ିକ…

୧.  ନଷ୍ଟ କରିଦେବା (Spoiled)

ଯଦି ଏପରି କିଛି ପରିସ୍ଥିତି ଆସିଲା ଓ ଆପଣ ଶିଶୁ ସହିତ କଥା ହେଉଛନ୍ତି ତେବେ ‘ନଷ୍ଟ’  (Spoiled) ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ଉଦାହରଣ-

୧. ମୁଁ ଘର ସଜାଡ଼ିକି ଯାଇଥିଲି, କିନ୍ତୁ ତୁ ସବୁ ନଷ୍ଟ କରିଦେଲୁ’ ।

୨. ‘ତୋ ପାଇଁ ମୁଁ ମୋ ଲାଇଫ, କ୍ୟାରିୟର ସ୍ପଏଲ କରିଦେଲି ।‘

ଏଭଳି ଶବ୍ଦକୁ ବୁଝିବାର ସାମର୍ଥ୍ୟ ଶିଶୁ ମାନଙ୍କ ପାଖରେ ନଥାଏ । ଏହା ତାଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବା ସହିତ ଆଗାମୀ ଦିନରେ ଆପଣଙ୍କ ପାଖରେ ଖୋଲିକି କିଛି କଥା ହେବା ପାଇଁ କୁଣ୍ଠାବୋଧ କରିବେ ।

୨. ଚାଲାକ ( Smart )

ଶିଶୁ ମାନଙ୍କୁ ତାଙ୍କ ବୁଦ୍ଧିର ପ୍ରଂଶସା କରିବା ଭଲ କଥା, କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ସ୍ମାର୍ଟ କହିବା ଦ୍ୱାରା ତାଙ୍କ ବାସ୍ତବିକ ପରିଶ୍ରମ ତାଙ୍କ ଠାରୁ ଛଡ଼େଇ ନେଲା ପରି ହୋଇଥାଏ । ଏହା ଦ୍ୱାରା ତାଙ୍କୁ ଏହା ବିଶ୍ୱାସ କରିବା ପାଇଁ ବାଧ୍ୟ କରାଯାଇଥାଏ ଯେ ସେ ସ୍ୱତନ୍ତ୍ର ବୁଦ୍ଧି ସହିତ ଜନ୍ମ ହୋଇଛନ୍ତି ଏବଂ ସେ ଅନ୍ୟ ଶିଶୁ ମାନଙ୍କ ତୁଳନାରେ ଭିନ୍ନ ।

 ୩. ବୋକା ( Stupid )

ଶିଶୁ ମାନଙ୍କ ‘ବୋକା’ ଭଳି ନକାରାତ୍ମକ ଶବ୍ଦରେ ଡାକିବା ତାଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ତାଙ୍କୁ ରାଗରେ ହେଉ କିମ୍ବା ଥଟ୍ଟାରେ ଏଭଳି ଶବ୍ଦ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।

୪. ରାଜକୁମାରୀ/ ହିରୋ ( Princess/Hero)

ମନବିଜ୍ଞାନୀଙ୍କ ଅନୁସାରେ, ପିଲାଙ୍କୁ ରାଜକୁମାରୀ କିମ୍ବା ହିରୋ ଭଳି ଶବ୍ଦର ବ୍ୟବହାର ଫଳରେ ସେମାନେ ନିଜକୁ ଏକ ସ୍ୱତନ୍ତ୍ର ଭାବନା ରାଇଜରେ ରହିବା ଭଳି ମନେ କରନ୍ତି । ଆଇଡେଣ୍ଟିଟି ଏବଂ ଜେଣ୍ଡର ସମ୍ବର୍ଦ୍ଧିତ ତଥ୍ୟ ଜାଣିବା ପୂର୍ବରୁ ତାଙ୍କୁ ଏଭଳି ଶବ୍ଦ କୁହନ୍ତୁ ନାହିଁ ।

ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲ୍‌ ୨୦୧୯କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତ ୪ ଡିସେମ୍ୱରରେ ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯କୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ଏହି ବିଲ୍‌କୁ କିଛି ଦଳ ସମର୍ଥନ କରୁଥିବା ବେଳେ ଏହାକୁ କିଛି ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଛନ୍ତି ।

ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଏହାକୁ ବିରୋଧ କରି ଦିଲ୍ଲୀସ୍ଥିତ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ପାର୍ଲାମେଣ୍ଟରେ ମଧ୍ୟ ଆରମ୍ଭରୁ ଜୋରଦାର ଆଲୋଚନା ହୋଇଥିଲା । ତେବେ ୨୦୧୬ ଜୁଲାଇ ୧୯ ତାରିଖରେ ଲୋକସଭାରେ ଏନେଇ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା ।

ଅପରପକ୍ଷରେ ଆସାମ୍‌ରେ ଏହି ବିଲ୍‌କୁ ନେଇ ତୀବ୍ର ବିରୋଧ ଦେଖାଦେଇଛି । ଲୋକମାନେ ରାଜରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି । ଏଭଳି କି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଏ ବିଲ୍ କଣ ? କାହିଁକି ଏହାକୁ ଏତେ ବିରୋଧ କରାଯାଉଛି । ସମସ୍ତେ ବିଲ୍ ସଂପର୍କରେ କଣ ଭାବୁଛନ୍ତି । ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଲାଗୁ ହେବା ପରେ ଏହାକୁ ନେଇ ସମସ୍ତେ ଡରି ଯାଇଛନ୍ତି । କାରଣ ସେଠାରେ ୧୯ ଲକ୍ଷ ଲୋକ ଏବେବି NRC ବାହାରେ ଅଛନ୍ତି ।

ନାଗରିକତା ସଂଶୋଧନ ବିଲ୍‌ ୨୦୧୯ କ’ଣ ?

୧. ନାଗରିକତ୍ୱ ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ ଭାରତରେ ବସବାସ କରୁଥିବା ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭାରତୀୟ ନାଗରିକର ମାନ୍ୟତା ପାଇପାରିବେ । ଅନ୍ୟ ନାଗରିକଙ୍କ ଭଳି ଏମାନଙ୍କର ପରିଚୟ ମଧ୍ୟ ହେବ ଭାରତୀୟ ।

୨. ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସିଥିବା ହିନ୍ଦୁ, ବୁଦ୍ଧ, ଜୈନ, ପାରସି, ଖ୍ରୀଷ୍ଟିଆନ୍‌ ଏବଂ ଶିଖ୍‌ ସମ୍ପ୍ରଦାୟର ଲୋକେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ  ଦ୍ୱାରା ଉପକୃତ ହୋଇପାରିବେ ।

୩. ବର୍ତ୍ତମାନ ଦେଶରେ ପ୍ରଚଳିତ 1955ର ଆଇନ୍ ଅନୁଯାୟୀ ଜଣେ ଭାରତର ନାଗରିକ ହେବା ଲାଗି ଅନୁନ୍ୟ ୧୧ ବର୍ଷ ଧରି ଏଠାରେ ବସବାସ କରୁଥିବା ଦରକାର । ଗତ ୧୪ ବର୍ଷରେ ସେ ୧୧ ବର୍ଷ ଭାରତରେ ରହିଥିବା ଦରକାର । କିନ୍ତୁ ସଂଶୋଧିତ ନୂଆ ଆଇନ୍ ଅନୁସାରେ ଏହାକୁ ହ୍ରାସ କରି ୬ ବର୍ଷ କରାଯାଇଛି ।

୪. ସଂଶୋଧିତ ଆଇନ ଅନୁସାରେ ଭାରତୀୟ ନାଗରିକ ହେବା ପରେ ଜଣେ ନାଗରିକଙ୍କୁ ସମସ୍ତ ଆଇନଗତ ସହାୟତା ସହ ମୌଳିକ ଅଧିକାର ମିଳିପାରିବ । ସବୁ ଯୋଜନା ଏବଂ ସମ୍ବିଧାନ ଅନୁସାରେ ସବୁ ସହାୟତା ମିଳିପାରିବ ।

୫. ଏହି ଆଇନ ଆସିବା ପରେ ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଏବଂ ଉତ୍ତର ଭାରତରେ ରହୁଥିବା ଲକ୍ଷାଧିକ ଶରଣାର୍ଥି ଓ ବାହ୍ୟ ପ୍ରବେଶକାରୀଙ୍କୁ ସବୁଦିନିଆ ସୁରକ୍ଷିତ ବାସସ୍ଥାନ ମିଳିପାରିବ ।

ପୂର୍ବରୁ ମଧ୍ୟ ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଏହାକୁ ଲାଗୁ କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେତେବେଳେ ରାଜ୍ୟସଭାରେ ଉପଯୁକ୍ତ ନମ୍ବର ନଥିବାରୁ ଏହା ପାସ୍ ହୋଇପାରିନଥିଲା ।

ଘାତକ ଖୋଜୁଛି ତିହାର ଜେଲ୍, ଦଉଡ଼ି ତିଆରି ପାଇଁ ହେଲାଣି ନିର୍ଦ୍ଦେଶ, ଆଗକୁ କିଏ ପାଇବ ଫାଶୀ ?

ନୂଆଦିଲ୍ଲୀ : ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପରେ ନିର୍ଭୟା ମାମଲାର ଦୋଷୀଙ୍କୁ ଦଣ୍ଡଦେବାକୁ ଦାବି ଜୋର ହୋଇଛି । ଏଭଳି ସ୍ଥିତିରେ ଏବେ ଦେଶରେ ଫାଶୀ ପାଇବାକୁ ଅଛନ୍ତି ୩୭୧ ଜଣ । ସମସ୍ତଙ୍କୁ ଦଣ୍ଡାଦେଶ ହୋଇ ସାରିଥିବା ବେଳେ ବିଭିନ୍ନ କାରଣରୁ ଏମାନଙ୍କୁ ଫାଶୀ ଦିଆଯାଇପାରୁ ନାହିଁ ।


ଜାତୀୟ ଗଣମାଧ୍ୟମ ‘ଦି ନ୍ୟୁଇ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ସୀମାରେ ଥିବା ବିହାରର ବକ୍ସର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ବେଳେ ବ୍ୟବହାର ହେଉଥିବା ମାନିଲା ଦଉଡ଼ି ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକତା ନଥିଲେ ଏଭଳି ଦଉଡ଼ି ପ୍ରସ୍ତୁତ କରାଯାଏ ନାହିଁ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଏବେ ବକ୍ସର ଜେଲକୁ ଏହିପରି ୧୦ଟି ଦଉଡ଼ି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଆସିଛି ।

ବିହାରର ବକ୍ସର ଜେଲ୍

୨୦୧୩ ପରେ ପ୍ରଥମ କରି ବକ୍ସର ସେଣ୍ଟ୍ରାଲ୍ ଜେଲକୁ ଦଉଡ଼ି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶେଷଥର ପାଇଁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ଅଜମଲ୍ କସବ ପାଇଁ ଦଉଡ଼ି ତିଆରି କରାଯାଇଥିଲା । ବକ୍ସର ଜେଲର ସୁପରିଟେଣ୍ଡେଣ୍ଟ ବିଜୟ କୁମାର ଆରୋରାଙ୍କ ସୂଚନା ମୁତାବକ, ଭବିଷ୍ୟରେ ଏହି ଦଉଡ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ପାଇଁ ନିର୍ଦ୍ଦେଶ ଆସିଥାଇପାରେ । ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ନଆସିଲେ ଏହାକୁ ସାଧାରଣରେ ତିଆରି କରାଯାଏ ନାହିଁ ।

ଅଫଜଲ ଗୁରୁ

ଏହାସହ ସେ ଆହୁରି କହିଛନ୍ତି ଯେ, ୨୫ ଦିନ ମଧ୍ୟରେ ଏହି ଫାଶୀ ଦଉଡ଼ି ତିଆରି ପାଇଁ କୁହାଯାଇଛି । ଜେ-୩ କଟନ ବ୍ୟବହାର ସହ ଟ୍ବିଷ୍ଟ ଓ ଟର୍କ କୌଶଳ ବ୍ୟବହାର କରି ଏହାକୁ ତିଆରି କରାଯିବ । ୮ ଜଣ ବ୍ୟକ୍ତି ଏହାକୁ ତିଆରି କରିବେ । ଗୋଟିଏ ଗୋଟିଏ ଦଉଡ଼ିରେ ୭ ହଜାର ୨୦୦ ଶହ ସୂତା ବ୍ୟବହାର ହୋଇଥାଏ । ୧୫୦ କିଲୋରୁ ଅଧିକ ଓଜନ ସମ୍ଭାଳିବାର କ୍ଷମତା ରଖିଥାଏ ଏହି ଫାଶୀ ଦଉଡ଼ି । ସାଧାରଣତଃ ୧୬ ଫୁଟର ଲମ୍ବର ଦଉଡ଼ି ପ୍ରସ୍ତୁତ ହୋଇଥାଏ । ୭୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଥାଏ । ଏବେ ୨୦୧୨ ନିର୍ଭୟା ମାମଲାରେ ୪ ଜଣ ଫାଶୀ ଦଣ୍ଡାଦେଶ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ଖାରଜ୍ କରିଦେଇଛି । ଅନ୍ୟଜଣେ ଅଭିଯୁକ୍ତ ବିନୟ ଶର୍ମା ଶନିବାର ଦିନ ରାଜକ୍ଷମା ଆବେଦନ ପ୍ରତ୍ୟାହାର କରିଛନ୍ତି ।


ଏପଟେ ଫାଶୀ ଦଉଡ଼ି ପ୍ରସ୍ତୁତ କରିବାକୁ ବକ୍ସର ଜେଲକୁ ନିର୍ଦ୍ଦେଶ ଏବଂ ସେପଟେ ତିହାର ଜେଲରେ ଘାତକ ନଥିବାରୁ ଅନ୍ୟ ରାଜ୍ୟରୁ ଆଣିବାକୁ ଯୋଜନା, ନିକଟରେ କିଛି ବଡ଼ ହେବାର ସଙ୍କେତ ଦେଉଛି । ନିର୍ଭୟା ଘଟଣାରେ ଦୋଷୀ ୪ ଜଣଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଯାଇଛି । ତେବେ ଶେଷଥର ପାଇଁ ୨୦୧୩ରେ ଅଫଜଲ ଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ୧୯୩୦ ମସିହାରୁ ଏହି ଜେଲ୍ ଫାଶୀ ଦଉଡ଼ି ତିଆରି କରିଆସୁଛି ।

ଆଜିର ରାଶିଫଳ(୦୯.୧୨.୨୦୧୯)ସୋମବାର

ଆଜିର ପଞ୍ଚାଙ୍ଗ

ତା୦୯.୧୨.୨୦୧୯ରିଖ, ସୋମବାର

ଆଜି ୨୦୧୯ ମସିହା ଡିସେମ୍ବର ୯ତାରିଖ, ସୋମବାର, ମାର୍ଗଶିର ଶୁକ୍ଲପକ୍ଷ, ସୌରମାସ ବିଛା ୨୩ ଦିନ, ୧୨ଶୀ ତିଥି ନିବା ୯/୫୩ ଗତେ ୧୩ଶୀ, ଦ୍ୱିଜା ନକ୍ଷତ୍ର, ମେଷଚନ୍ଦ୍ର, ପରିଘଯୋଗ, ବୈଳବ କରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିର

ଘାତବାର- ମିଥୁନ ରାଶିର

ଘାତଚନ୍ଦ୍ର- ମେଷ ରାଶିର

ରାହୁକାଳ- ପ୍ରାତଃ ୭/୩୫ମି.ରୁ ଦିବା ୮୫୬ମି.

କାଳବେଳା-ପ୍ରାତଃ ୭୩୫ମି.ରୁ ଦିବା ୮୫୬ମି.

ଶୁଭବେଳା- ଦିବା ୯୦୭ମି.ରୁ ଦିବା ୧୧୧୭ମି.

ପର୍ବପର୍ବାଣୀ- ସୋମ ପ୍ରଦୋଷବ୍ରତ, ବ୍ୟଞ୍ଜନ ଦ୍ୱାଦଶୀ, ଅନଙ୍ଗ ତ୍ରୟୋଦଶୀ

ଆଜିର ରାଶିଫଳ

ମେଷ- ଆଜି ଦିନଟି ବହୁତ ଭଲରେ କଟିବ । ମାନ ସମ୍ମାନ ପ୍ରାପ୍ତି ହେବେ ।  ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ଅନ୍ୟର ଦୁଃଖରେ ଦୁଃଖି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ବୃଷ- ସାମାନ୍ୟ ଭାବରେ ଅସୁସ୍ଥତା ଦେଖାଦେଇପାରେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବନ୍ଧୁବର୍ଗଙ୍କ ବିରୋଧି ହେବେ । କୌଣସି ପାରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ମିଥୁନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ । କଳା, ସଂଗୀତ, ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ଯ଼ୋଗ ରହୁଛି ।

କର୍କଟ– ଉଦ୍ୟମ ବଳରେ ଅସମ୍ଭବକୁ ସମ୍ଭବ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ଯାନବାହନ ଭୂ-ସମ୍ପଦ ପ୍ରାପ୍ତି ଯୋଗ ରହିଛି । ପାରିବାରିକ ଜୀବନ ସୁଖରେ କଟିବ ।

ସିଂହ- କର୍ମ କ୍ଷେତ୍ରରେ ଯଶ ଖ୍ୟାତି ସମ୍ପନ୍ନ ହେବେ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଧନ ଆଗମନ ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା– ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିବ । କୌଣସି ସ୍ଥିର ନିଷ୍ପତି ନେବାରେ ସକ୍ଷମ ହୋଇନପାରନ୍ତି । ଗୃହରେ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ହେବ ।

ତୁଳା– ମାଲି ମକଦ୍ଦମା କାର୍ଯ୍ୟରେ ବିଜୟୀ ହେବେ । ଗୃହ ପାରିବାରିକ ଜୀବନ ସୁଖମୟ ହେବ । ସାମାଜିକସ୍ତରରେ ମାନସମ୍ମାନର ଅଧିକାରୀ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟର ସମ୍ପାଦନ ହେବ ।

ବିଛା- ସତ୍ୟ କଥା କହି ଅପ୍ରିୟ ହେବେ ।  ବନ୍ଧୁବର୍ଗ ମାନେ ଇର୍ଷା କରି ପାରନ୍ତି । ଅର୍ଥ ଲାଭର ସୂଚନା । ମାନସିକ ସ୍ଥିତି ଶାନ୍ତ ରହିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ଧନୁ-   କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଆୟଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ମକର- ମାନସିକ ଅବସାଦ ମଧ୍ୟରେ ଦିନଟି କଟିବ । ଚଞ୍ଚଳମନା ହେବେ । ନିଷ୍ଠାର ଅଭାବ ପରିଲକ୍ଷିତ ହେବ । ଆଳସ୍ୟତା କାରଣରୁ କ୍ଷତି ସହିବେ ।

କୁମ୍ଭ- ଚିନ୍ତା କରୁଥିବା କାର୍ଯ୍ୟ ବାଧାପ୍ରାପ୍ତ ହେବ ।  ଆର୍ଥିକ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ପାରିବାରିକ ଜୀବନ ବିଷାଦପୂର୍ଣ୍ଣ ହେବ ।

ମୀନ- ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ ।  ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟରେ ଲାଭବାନ ହେବେ ।

ମିସ୍ ସାଉଥ ଆଫ୍ରିକା ପିନ୍ଧିଲେ ୨୦୧୯ ବିଶ୍ୱ ସୁନ୍ଦରୀ ତାଜ୍: ପଢ଼ନ୍ତୁ କଣ ଥିଲା ନିର୍ଣ୍ଣାୟକ ପ୍ରଶ୍ନ

ଆଟଲାଣ୍ଟା: ମିସ୍ ୟୁନିଭର୍ସ ୨୦୧୯ର ତାଜ୍ ପିନ୍ଧିଲେ ମିସ୍ ସାଉଥ୍ ଆଫ୍ରିକା ଜୋଜିବିନି ତୁନଜି । ମିସ୍ ପୁଏରତୋ ରିକୋ ମାଡିସନଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସର ତାଜ ପିନ୍ଧିଛନ୍ତି । ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି ମିସ୍ ମେକ୍ସିକୋ । ରବିବାର ସଂଧ୍ୟାରେ ଆଟଲାଣ୍ଟାରେ ଆୟୋଜିତ ଏହି ଇଭେଣ୍ଟରେ ୨୦୧୮ ମିସ ୟୁନିଭର୍ସର ବିଜେତା କାଟ୍ରିଓନା ଗ୍ରେ ଜୋଜିବିନି ତୁନଜିଙ୍କୁ ବିଶ୍ୱ ସୁନ୍ଦରୀ କ୍ରାଉନ ପିନ୍ଧାଇ ଥିଲେ । ଅନ୍ୟ ପକ୍ଷରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଭର୍ତ୍ତିକା ସିଂହ ଟପ୍ ଟେନକୁ ମଧ୍ୟ ଯାଇପାରିନଥିଲେ ।

୨୬ ବର୍ଷିୟା ଜୋଜିବିନି ତୁନଜି ସାଉଥ୍ ଆଫ୍ରିକାର ଟିସୋଲୋର ବାସିନ୍ଦା । ଜେଣ୍ଡର ବେସ୍ ଭାଓଲାନ୍ସକୁ ଦୃଢ଼ ବିରୋଧ କରିବା ସହ ଏହି ସଂପର୍କିତ କ୍ୟାମ୍ପେନ୍ ଗୁଡ଼ିକରେ ସେ ସାମିଲ ଅଛନ୍ତି । ସେ ପେଶାରେ ଜଣେ ଆଡଭୋକେଟ  ।

https://twitter.com/i/status/1203872106125156354

ତେବେ ଜୋଜିବିନିଙ୍କୁ ପଚରାଯାଇଥିବା ନିର୍ଣ୍ଣାୟକ ପ୍ରଶ୍ନଟି ହେଉଛି,’ ଆଜିକା ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କଣ ଯାହା ଆପଣ ଝିଅ ମାନଙ୍କୁ ଶିଖାଇବାକୁ ଚାହିଁବେ ?’ ତେବେ ଏହାର ଉତ୍ତରରେ ଜୋଜିବିନି କହିଥିଲେ ଯେ, ‘ଲିଡରସିପ୍ ସବୁଠୁ ଶକ୍ତିଶାଳୀ ଜିନିଷ ଯାହା ବର୍ତ୍ତମାନ ଆମେ ଯୁବା ମହିଳା ମାନଙ୍କୁ ଶିଖାଇବା ଦରକାର ।‘

ଜୋଜିବିନିଙ୍କ ଏହି ଉତ୍ତରରେ ପ୍ୟାନେଲରେ ବସିଥିବା ଜଜ୍ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ଶ୍ରୀକ୍ଷେତ୍ରରେ ଉଚ୍ଛେଦ କାର୍ଯ୍ୟ ଜାରି, ବାଦବିବାଦ ପରେ ଭଙ୍ଗାହେଲା ମଙ୍ଗୁମଠ

ପୁରୀ : ଶ୍ରୀକ୍ଷେତ୍ରରେ ଗତ ୩ ତାରିଖଠାରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ବହୁ ବାଦବିବାଦ ପରେ ଉଛେଦ ହୋଇଛି ମଙ୍ଗୁମଠ । ଗତକାଲି ସିଂହଦ୍ୱାର ସମ୍ମୁଖ ଏମାର ମଠର ବଳକା କିଛି ଅଂଶ ଉଛେଦ କରାଯାଇଥିଲା ।

ତେବେ ଆଜି ମଙ୍ଗୁମଠରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସାହାଯ୍ୟରେ ଭାଙ୍ଗିଦିଆଯାଇଛି । ଅନ୍ୟପଟେ ମଠର ଗାଦି ଓ ପିଣ୍ଡି ସୁରକ୍ଷିତ ରଖାଯିବା ସହ ଏହାକୁ ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବିସ୍ଥାପିତ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ବିସ୍ଥାପିତ ମାନଙ୍କୁ ଖୁବ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ପ୍ରଶାସନ । ତେବେ ଉଛେଦ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କଲେଜ କଲେଜ ବୁଲି ମଗାଯାଉଛି ଦାଦା ବଟି, ନଦେଲେ ମୁଣ୍ଡରେ ଲାଗୁଛି ବନ୍ଧୁକ

କଟକ : ନୂଆବର୍ଷ ପାର୍ଟି ମନାଇବାକୁ ଦାଦା ବଟି ଆଦାୟ । ବଟି ନଦେଲେ ଧମକ ସହ ମୁଣ୍ଡରେ ଲାଗୁଛି ବନ୍ଧୁକ । ଯୋର ଜବରଦସ୍ତ କରି ଦୁର୍ବୃତ୍ତମାନେ ଆଦାୟ କରୁଛନ୍ତି ଦାଦା ବଟି । ତାହା ପୁଣି କଲେଜ ପଢୁଆ ପିଲାଙ୍କ ଠାରୁ । ଧରା ପଡ଼ିବା ପରେ ୩ ଜଣଙ୍କୁ ଗିରଫ କରିଛି କଟକ ପୋଲିସ ।

ସୂଚନା ଅନୁଯାୟୀ, କଟକର ଜଣେ ଯୁବକ ଏସ.କେ ଗୁଲଜର, କଲେଜ କଲେଜ ବୁଲି ଦାଦା ବଟି ଆଦାୟ କରୁଥିଲା । ନିଜର ସହଯୋଗୀଙ୍କ ସହ ଖ୍ରୀଷ୍ଟ କଲେଜର କେତେକ ପିଲାଙ୍କୁ ଯୋର ଜବରଦସ୍ତ ଦାଦା ବଟି ଦେବାକୁ ଦେଉଥିଲା ଧମକ । କେବଳ ଧମକ ନୁହଁ ଯିଏ ବଟି ଦେଉନଥିଲା ତାକୁ ମାଡ଼ ମାରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଡରା ଯାଉଥିଲା ।

ଏ ନେଇ କେହି ଜଣେ କମିଶନରେଟ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି କଟକ ପୋଲିସ ଏସ.କେ ଗୁଲଜର ସହିତ ୩ ଜଣ ସାଥିଙ୍କୁ ଗିରଫ କରିଛି । ଗୁଲଜର ଓ ତାର ସାଥି ମାନଙ୍କ ନାଁରେ ବିଭିନ୍ନ ସଙ୍ଗିନ ଅଭିଯୋଗ ଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହିତ ଗୋଟିଏ ଅଫୁଟା ଗୁଳି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ବାହାଘର ଭୋଜି ଖାଇ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

ମୟୂରଭଞ୍ଜ : ବାହାଘର ଭୋଜିଖାଇ ଫେରୁଥିଲେ କିନ୍ତୁ ଘରେ ପହଞ୍ଚିପାରିଲେ ନାହିଁ । ଶୀତୁଆ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ସତେ ଯେମିତି ଛକି ବସିଥିଲା ମୃତ୍ୟୁ । ଘର ପାଖାପାଖି ହୋଇସାରିଥିଲେ କିନ୍ତୁ ଦୁର୍ଘଟଣାରେ ଜୀବନ ଚାଲିଗଲା ।

ବାରିପଦା ସଦର ଥାନା ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗାଁକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣା ଘଟିଥିଲା।

ପଛରେ ଆସୁଥିବା ଅଜିତଙ୍କ ସାଙ୍ଗମାନେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲା । ପିଆରଏମ୍ ମେଡିକାଲକୁ ଆଣିବା ପରେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।