ଦେଶରେ ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’ ବ୍ୟବସ୍ଥା । ୧ ଜୁନ ୨୦୨୦ରୁ ଏହି ଯୋଜନା ଆରମ୍ଭ ହେବ । ଏଣିକି ଦେଶର ଯେକୈାଣସି ରାଜ୍ୟରେ ଥିଲେ ବି ରାସନ କିଣିପାରିବେ ହିତାଧିକାରୀ । ତେବେ କେବଳ ନୂଆ ନୁହେଁ ପୁରୁଣା କାର୍ଡ ବି ବୈଧ ରହିବ ।

ଏ ସଂପର୍କରେ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାଶୱାନ । ତେବେ ୨୦୨୦ ଜାନୁଆରୀ ପହିଲାରୁ ୧୨ଟି ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିସାରିଛନ୍ତି । ସାରା ଦେଶରେ ଜୁନରୁ ଏହି ନିୟମ ଲାଗୁ ପରେ କାର୍ଡଧାରୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ସବୁ ରାଜ୍ୟରୁ ନିଜ ରାସନ କିଣିପାରିବେ । ପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଗୋଆ, ଝାଡ଼ଖଣ୍ଡ ଓ ତ୍ରିପୁରା ପରି ରାଜ୍ୟ ଏହି ଯୋଜନାକୁ ଲାଗୁ କରିସାରିଛନ୍ତି ।










ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିବା ଭଳି ନନ୍ଦିଘୋଷ ଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଭତ୍ତା ବଣ୍ଟନ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର ନନ୍ଦ ଖଇରଙ୍ଗ ପଞ୍ଚାୟତ ଅଫିସରୁ ବ୍ଲକ୍ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟିଥିଲେ । ହେଲେ, ସହଯୋଗ ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ । ଆଉ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସାଂଘାତିକ ତଥ୍ୟ ଆହୁରି ରହସ୍ୟ ଭିତରକୁ ଟାଣି ନେଇଥିଲା ।
୨ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ଯୋଜନାରେ ଅର୍ଥ ଓ ସହାୟତା ହଡ଼ପ ଚାଲିଛି । ତେବେ, ଏଥିରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ନା ମନ୍ଦିରରେ ମୁଣ୍ଡି ମାରିବା ନାଁରେ ପ୍ରଶାସନ ଜାଣତରେ ଚାଲିଛି ସବୁକିଛି । ଖବର ପ୍ରସାରଣ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଦେଖିବାର କଥା ପ୍ରଶାସନ ଦେଇଥିବା ତଦନ୍ତ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ?
ଉଭୟ ବାଇକ ଯୋଗେ ବାସୁଦେବପୁର ପଟୁ ରିମୂଳି ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ବୋଲେରୋ ବାଇକକୁ ଧକ୍କା ଦେଇ ପଳାଇଛି । ଚମ୍ପୁଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ସୋସିଆଲ ମିଡିଆରେ ସାର୍ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହେବା ପରେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ତୁରନ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଥିଲେ ।