ନୂଆଦିଲ୍ଲୀ : ୭ ବର୍ଷ ତଳର ଲୋମହର୍ଷକ ଘଟଣା । ସେଦିନ ଥିଲା, ୨୦୧୨ ମସିହା ଡିସେମ୍ବର ୧୬ ତାରିଖ । ଇଏ ଏମିତି ଏକ ତାରିଖ ଥିଲା, ଯେଉଁଠି ସବୁ ସୀମା ଲଙ୍ଘିଯାଇଥିଲେ ମଣିଷ ରୂପି ରାକ୍ଷସ । ରାତିର ଅନ୍ଧକାରରେ ଚଳନ୍ତା ବସରେ ଘଣ୍ଟାଏ କାଳ ଲେଖାଯାଇଥିଲା ଏକ କଳଙ୍କିତ ଇତିହାସର କାହାଣୀ । ଚଳନ୍ତା ବସରେ ନିର୍ଭୟାର ଜୀବନରୁ ଯୌବନ ପର୍ଯ୍ୟନ୍ତ ସମସ୍ତ ସାଉଁଟା ସ୍ମୃତିକୁ ଗୋଡ଼ରେ ମୋଡ଼ି ମକଚି ଭଷ୍ମ କରିଦେଇଥିଲେ ୬ ଯୌନ ରାକ୍ଷସ । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଚାଲିଥିଲା ଧଳା ରଙ୍ଗର ବସ୍ ଆଉ ତା ଭିତରେ ଚାଲିଥିଲା କଳା କାରନାମାର କଳଙ୍କିତ ଅଧ୍ୟାୟ ।

ଏ ହେଉଛି ସେ ଦିନର କାହାଣୀ ଯାହାକୁ ପୂରିଛି ୭ବର୍ଷ । କିନ୍ତୁ ନିର୍ଭୟାକୁ ଏଯାଏଁ ମିଳିପାରିନି ନ୍ୟାୟ । ୨୦୧୨ ଡିସେମ୍ବର ୧୬ ତାରିଖ ରବିବାର ଥିଲା । ଛୁଟି ଦିନଥିଲା । ପରିବାରରେ ମଜାମସ୍ତି ଆଉ ସାଙ୍ଗସାଥିଙ୍କ ସହ ମଉଜ ମଜଲିସ । ଏମିତି କିଛି ଭାବି ସାଙ୍ଗଙ୍କୁ ନିର୍ଭୟା ଫୋନ କରେ, ଫାଇନାଲ ହୁଏ ଦୁହେଁ ଦିନ ୩ଟା ରେ ଫିଲ୍ମ ଯିବେ । ତେବେ ଫିଲ୍ମ ଦେଖି ଫେରିବା ବେଳକୁ ବିଳମ୍ବ ହେବାରୁ ଘରୁ ମାଙ୍କର ଫୋନ୍ ବାରମ୍ୱାର ଆସୁଥିଲା । ଆଉ ନିର୍ଭୟାର ଉତ୍ତର ଥାଏ ମା ଯାଉଛି, ବ୍ୟସ୍ତ ହୁଅନି ମୁଁ ପହଞ୍ଚି ଯିବି । ଘରକୁ ଯିବାକୁ ଅଟୋବାଲାଙ୍କୁ ପଚରାଯାଏ କିନ୍ତୁ କୌଣସି ବି ଅଟୋବାଲା ସେ ଯାଏଁ ଯିବାକୁ ରାଜି ହୁଅନ୍ତିନି । ଆଉ ସେତିକିବେଳେ ଧଳା ରଙ୍ଗର ଏକ ବସ୍ ଆସି ଠିଆ ହୁଏ ନିର୍ଭୟାଙ୍କ ପାଖରେ । ସେଥିରୁ ଜଣେ ୧୫/୧୬ବର୍ଷର ପିଲାଟି ଆସି ପଚାରେ ଦିଦି ଆପଣ କୁଆଡ଼େ ଯିବେ ? ନିର୍ଭୟାର କିଛି ଉତ୍ତର ମିଳେ ନାହିଁ ପୁଣି ପୁଅଟି ପଚାରେ ଦିଦି ଆପଣ କୁଆଡ଼େ ଯିବେ ଏବଂ ଏଥର ନିର୍ଭୟା ଉତ୍ତର ଦେଇ କହେ ଦ୍ୱାରକା ଏବଂ ପିଲାଟି କହେ ଦିଦି ଆସିକି ବସିଯାଅ ବସରେ । ବସ୍ ଦ୍ୱାରକା ପର୍ଯ୍ୟନ୍ତ ଯିବ । ଦୁହେଁ ବସରେ ଚଢି ଯାଆନ୍ତି ସେଥିରେ ଡ୍ରାଇଭର ସହ ଥାନ୍ତି ସମୁଦାୟ ୬ ବ୍ୟକ୍ତି ।

ଦୁହେଁ ବସରେ ବସିବା ପରେ ଜଣଙ୍କ ପରେ ଜଣେ ନିର୍ଭୟା ପାଖକୁ ଆସି ଗାଳିଗୁଲଜ କରିବାକୁ ଲାଗନ୍ତି ଏବଂ ତାଙ୍କ ବନ୍ଧୁ ସେମାନଙ୍କୁ ରୋକିବାକୁ ପ୍ରୟାସ ମଧ୍ୟ କରନ୍ତି, କିନ୍ତୁ ସେ ୬ ଜଣଙ୍କ ଆଗରେ ଗୋଟିଏ ପୁଅର ଶକ୍ତି ପାଏନାହିଁ ସମସ୍ତଙ୍କୁ ଯବାବ ଦେବାକୁ । ଏହାପରେ ଆରମ୍ଭ ହୁଏ କଳା ରାତିର ବୀଭତ୍ସ କାରନାମା ।ବସ୍ ମଧ୍ୟରେ ସମସ୍ତେ ମିଶି ନିର୍ଭୟାକୁ କରନ୍ତି ଗ୍ୟାଙ୍ଗ ରେପ୍ ଆଉ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରିଚାଲିଥାଏ ନିର୍ଭୟା । ଦିଲ୍ଲୀର ରାଜରାସ୍ତାରେ ଚଳନ୍ତା ବସରେ ତାସହ ହେଉଥିବା ସେ ସବୁକିଛି ଖିନ୍ ଭିନ୍ କରିଥିଲା ହୃଦୟକୁ, ଘଣ୍ଟାଏରେ ବଦଳିଯାଇଥିଲା ପୁରା ଦୁନିଆ । କେବଳ ସେତିକିରେ ସରି ନଥିଲା ସେମାନଙ୍କ ନୃଶଂସତାର ନିର୍ଲଜ ନିର୍ଯାତନା । ନାବାଳକଟି ନିର୍ଭୟା ସହ ଏମିତି କିଛି କରିଥିଲା ଯେ, ନିର୍ଭୟାର ଅନ୍ତ ବାହାରକୁ ଆସିଯାଇଥିଲା ଆଉ ରଡ଼ରେ ପିଟି ସେ ଦୁଇଜଣଙ୍କୁ ସେମାନେ ରାସ୍ତା କଡ଼ରେ ପକାଇ ଚାଲିଯାଇଥିଲେ ।
ତାପରେ ଦିଲ୍ଲୀ ପୋଲିସ ପାଖକୁ ଯାଇଥିଲା ଖବର। ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଉଭୟ ଜୀବନ ସହ ସଂଘର୍ଷ କରିଥିଲେ । ଏହାପରେ ଆନ୍ଦୋଳନ ବଢ଼ିଥିଲା ଓ ଦୋଷୀଙ୍କୁ ଖୋଜି ବାହାର କରିବା ସହ ଦଣ୍ଡ ଦେବାକୁ ଦେଶ ବ୍ୟାପୀ ନିଆଁ ଜଳିଥିଲା । ଦିଲ୍ଲୀ ପୋଲିସକୁ ଜଣଙ୍କ ପରେ ଜଣେ ଅପରାଧୀ ମିଳନ୍ତି ସତ, କିନ୍ତୁ ଦିଲ୍ଲୀରୁ ସିଙ୍ଗାପୁର ଯାଏ ନିର୍ଭୟା । ଆଉ ୨୮ଡିସେମ୍ବରେ ଶେଷଥର ପାଏଁ ନିଶ୍ୱାସ ନେଇ ସବୁଦିନ ପାଇଁ ଆଖି ବୁଜିଦିଏ ଦିଲ୍ଲୀର ଏ ସାହସୀ ଯୁବତୀ।

ଅଭିଯୁକ୍ତ ୬ ଜଣଙ୍କ ମଧ୍ୟରୁ ଜଣେ ନାବଳକକୁ ଜୁଭେନାଇଲକୁ ପଠାଯାଇଥିଲା । ବସ୍ ଡ୍ରାଇଭର ତଥା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲା । ଆଉ ୪ଜଣଙ୍କୁ ଫାସି ଦଣ୍ଡ ଦିଅନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ । କିନ୍ତୁ ଆଜି ପର୍ଯ୍ୟନ୍ତ ୭ ବର୍ଷ ହେବ ଏମାନଙ୍କୁ ଫାଶୀ ଦିଆଯାଇପାରି ନାହିଁ । ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ଦୁଷ୍କର୍ମର କାହାଣୀ ସେତିକିରେ ସରିନି, ଦିନ ବଦଳୁଛି, ସରକାର ବଦଳୁଛନ୍ତି କିନ୍ତୁ ବଦଳୁନି ରାକ୍ଷସଙ୍କ ଚିନ୍ତାଧାରା । ଏବେ ବି ଝିଅଟି ଘରୁ ବାହାରିଲେ ସୁରକ୍ଷିତ ଫେରିବ କି ନାହିଁ ସେ ନେଇ ସୃଷ୍ଟି ହେଉଛି ପ୍ରଶ୍ନ ।



ହାପି ଫ୍ରିଜ୍ ପ୍ରତିଷ୍ଠା ହେବା ଫଳରେ ନିକଟସ୍ଥ କୃଷ୍ଣାଶ୍ରମ ଅନ୍ତେବାସୀ ଏହି ଫ୍ରିଜରୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ରାଜଧାନୀ ପରେ ପାରଳାଖେମୁଣ୍ଡିରେ ହାପି ଫ୍ରିଜ୍ ପ୍ରତିଷ୍ଠା କରାଯାଇଛି । ଗଜପତି ପୋଲିସ ଏହାର ତଦାରଖ କରିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।
ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଏସ୍ପି ସାରା ଶର୍ମା ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରି ପୁଣି ପ୍ରଶଂସା ସାଉଣ୍ଟିଛନ୍ତି ।
କପ୍ତିପଦା ଦୁନ୍ଦରିଆ ଗାଁର ନରେନ୍ଦ୍ର ନାଥ ମହାନ୍ତି କପ୍ତିପଦା ଉଦଳା ଉପଖଣ୍ଡରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଚେକଅପ୍ ପରେ ତାଙ୍କୁ ସାଲାଇନ୍ ଦେଉଥିଲେ । ଆଉ ଏହି ସାଲାଇନ୍ ଅକ୍ଟୋବର ମାସରୁ ଏକ୍ସପାରୀ ହୋଇ ଯାଇଥିବା ଦେଖିଥିଲେ ନରେନ୍ଦ୍ରଙ୍କ ପୁଅ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା ।
ସେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ଏନେଇ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ଖବର ପାଇ ପୋଲିସ ଡାକ୍ତରଙ୍କୁ ପଚରାଉଚରା କରୁଛି । ଉଦଳା ଭଳି ଉପଖଣ୍ଡ ମେଡିକାଲ ଉପରେ ହଜାର ହଜାର ରୋଗୀ ନିର୍ଭର କରନ୍ତି । ତେବେ, ଏକ୍ସପାରୀ ସାଲାଇନ୍ ମେଡିକାଲରେ ଷ୍ଟକ୍ ରହୁଛି କିଭଳି ? ଆଉ ରୋଗୀଙ୍କୁ ଦେଲା ବେଳେ କାହିଁକି ଡାକ୍ତର କି ମେଡିକାଲ କର୍ତ୍ତୃପକ୍ଷ ଡେଟ୍ ଯାଞ୍ଚ କରୁନାହାଁନ୍ତି । ରୋଗୀଙ୍କ ଜୀବନ ଚାଲି ଯାଇଥିଲେ କିଏ ଦାୟୀ ହୋଇଥାନ୍ତା ?





ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଆସାମ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ।
ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟକୁ ରି ଟ୍ୱିଟ୍, ଲାଇକ୍ କରିବା ସହ ପ୍ରଶ୍ନର ଉତ୍ତର ରଖିଥିଲେ । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । କୋଣାର୍କ ବେଳାଭୂମିରେ