spot_img
Home Blog Page 737

ସୁକିନ୍ଦାରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ସୁକିନ୍ଦାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବିଜେଡି କର୍ମୀ ରୋହିତ ଖୁଣ୍ଟିଆ। ଆକ୍ରମଣରେ ରୋହିତ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରମଣ ପଛରେ ସ୍ଥାନୀୟ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ନେତା ଓ ଜଣେ ଯାତ୍ରା ପ୍ରାର୍ଟି ମାଲିକଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି।ଆକ୍ରମଣରେ ରୋହିତଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଥିଲା। ଗୁରୁତର ଥିବା ରୋହିତଙ୍କୁ ପ୍ରଥମେ ସୁକିନ୍ଦା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ରୋହିତଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଏସସିବି ମେଡିକାଲକୁ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଂଜନ ଘଡ଼େଇ।

ଓବିସି ସଂରକ୍ଷଣ: ଆଜି ବିଜେଡିର ଆନ୍ଦୋଳନ, ୨୭ ପ୍ରତିଶତ ସଂରକ୍ଷଣ ଦାବି

ନନ୍ଦିଘୋଷ ବ୍ୟୁରୋ: ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ଆଜି ବିଜେଡିର ଆନ୍ଦୋଳନ। ରାଜଭବନ ଆଗରେ ଆଜି ବିଜେଡି ପକ୍ଷରୁ ଧାରଣା ଦିଆଯିବ। ବିଜେପି ସରକାର ଉପରେ ଚାପ ସୃଷ୍ଟି  କରିବା ପାଇଁ ରାସ୍ତାକୁ ଓହ୍ଲାଇବାକୁ ବିଜେଡି ନିଷ୍ପତ୍ତି ନେଇଛି। ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ OBC ଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି। କିଛି ଦିନ ତଳେ ରାଜ୍ୟ ସରକାର ଶିକ୍ଷା  କ୍ଷେତ୍ରରେ OBC ଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଏଥିରେ ପ୍ରଶ୍ନ ଉଠାଇ କହିଛି, ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦିଆଯାଇଛି। ଏଥିରେ କି ଫାଇଦା ମିଳିବ। ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ବୋଲି ଦଳ  ପକ୍ଷରୁ ପ୍ରଶ୍ନ କରାଯାଇଛି। ଓବିସିମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି ।

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକାସାଙ୍ଗେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅପରାହ୍ନରେ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଏଥର ପ୍ରାୟ ୪ ଲକ୍ଷ ପିଲା ପ୍ଲସ୍ ଟୁ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ମିଶାଇ ୩ ଲକ୍ଷ ୯୨ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଫେବୃଆରୀ ୧୮ ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ପିଲାଙ୍କ ପାଇଁ କରାଯାଇଥିଲା ୧ ହଜାର ୨୭୬ ପରୀକ୍ଷା କେନ୍ଦ୍ର। chseodisha.nic.in ଓ odisharesults,nic,in ୱେବସାଇଟରେ ରେଜଲ୍ଡ ପ୍ରକାଶିତ ହେବ।

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକାସାଙ୍ଗେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଫେବୃଆରୀ ୧୮ରେ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ୧୨୭୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୧.୧୪ ବିଜ୍ଞାନ ଛାତ୍ରଛାତ୍ରୀ । chseodisha.nic.in ରେ ରେଜଲ୍ଡ ପ୍ରକାଶ ପାଇବ । odisharesults.nic.in ରେ ରେଜଲ୍ଡ ପ୍ରକାଶିତ ହେବ ।

ପାକିସ୍ତାନୀ ଏଜେଣ୍ଟ ଜ୍ୟୋତିଙ୍କ ପୁରୀ ଗସ୍ତ, ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଧୀରେ ଧୀରେ ଫିଟୁଛି ସ୍ପାଏ ସୁନ୍ଦରୀ ଜ୍ୟୋତି ମଲହୋତ୍ରାଙ୍କ ଗୁମର । ପୁରୀ ଆସି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ । ପୋଲିସ ଏବେ କରୁଛି ତନାଘନା । ଭକ୍ତ ନିବାସରୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ସେହି ଖିଅରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସେପଟୋ ଜ୍ୟୋତି ମଲହୋତ୍ରା ଲିଙ୍କରେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ଘନ ଘନ ଜେରା କରୁଛି ପୋଲିସ । ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ୯ ଜଣଙ୍କୁ ସାରା ଦେଶରୁ ଗିରଫ କରାଗଲାଣି ।

ପୁରୀର ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ । ରୁମ୍ ନମ୍ଵର ୨୦୩ । ଏହି ରୁମରେ ରହିଥିଲେ ସ୍ପାଏ ସୁନ୍ଦରୀ ଜ୍ୟୋତି ମଲହୋତ୍ରା । ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସକୁ ଆସି ତନାଘନା କରିଛି ପୋଲିସ । ମ୍ୟାନେଜରଙ୍କୁ କରିଛି ପଚରା ଉଚରା । କେବେ ଆସିଥିଲେ ଜ୍ୟୋତି, କେତେ ଦିନ ରହିଥିଲେ, କେବେ ଚେକ୍ ଆଉଟ୍ କରିଥିଲେ, ତାଙ୍କ ସହିତ ଆଉ କିଏ ଥିଲେ କି, ଏଠାରୁ ଗାଡ଼ି ନେଇ କୁଆଡ଼େ ଯାଇଥିଲେ କି ? ଏସବୁ ତଥ୍ୟ ସଂଗ୍ରହ କରିଛି ପୋଲିସ ।

ମ୍ୟାନେଜର କହିଛନ୍ତି, ଗତବର୍ଷ ସେପଟେମ୍ଵର ୨୧ ତାରିଖରେ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ଚେକ୍ ଇନ୍ କରିଥିଲେ ଜ୍ୟୋତି । ତା’ ପରଦିନ ୨୨ ତାରିଖ ସନ୍ଧ୍ୟାରେ ଚେକ୍ ଆଉଟ କରିଥିଲେ । ଅନଲାଇନରେ ବୁକିଂ, ଅନଲାଇନରେ ପେମେଣ୍ଟ । ମ୍ୟାନେଜର କହିଛନ୍ତି, ଜ୍ୟୋତିଙ୍କ ହାବଭାବରେ କୌଣସି ପ୍ରକାର ସନ୍ଦେହଜନକ କଥା ନଥିଲା । ଗିରଫ ହେବା ପରେ ହିଁ ତାଙ୍କ ବିଷୟରେ ଆମେ ଜାଣୁଛୁ । ପୋଲିସ ଆସି କିଛି ଡକ୍ୟୁମେଣ୍ଟ ନେଇଛି ଓ ତଦନ୍ତରେ ଆମେ ସହଯୋଗ କରୁଛୁ ବୋଲି କହିଛନ୍ତି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ମ୍ୟାନେଜର ।

ଜ୍ୟୋତି ମଲହୋତ୍ରାଙ୍କ ସହିତ ଲିଙ୍କ୍ ଯୋଗୁଁ ତଦନ୍ତ ଘେରକୁ ଆସିଛନ୍ତି ପୁରୀର ପ୍ରିୟଙ୍କା ସେନାପତି । କେବଳ ୟୁଟ୍ୟୁବର-ୟୁଟ୍ୟୁବର ସଂପର୍କ ବୋଲି ପ୍ରିୟଙ୍କା କହୁଥିଲେ ମଧ୍ୟ ସବୁ ଦିଗକୁ ନେଇ ଚାଲିଛି ଛାନବିନ୍ । ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି । ଏନଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣାର ହିସାର ପୋଲିସକୁ ସହଯୋଗ କରୁଛି ପୁରୀ ଜିଲ୍ଲା ପୋଲିସ । ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ସେ କ’ଣ କ’ଣ ପୋଷ୍ଟ କରିଥିଲେ ? କ’ଣ କ’ଣ ଡିଲିଟ୍ କରିଛନ୍ତି, କଲ୍ ଡିଟେଲ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରିୟଙ୍କା ଏବେ ପୁରୀରେ ଅଛନ୍ତି । ଜ୍ୟୋତିଙ୍କ ସହିତ ପୁରୀର କେଉଁ କେଉଁ ସ୍ଥାନକୁ ସେମାନେ ବୁଲିବାକୁ ଯାଇଥିଲେ, ଜ୍ୟୋତି କିଛି ତଥ୍ୟ ସଂଗ୍ରହ କରିଥିଲେ କି, ତାଙ୍କର ହାବଭାବ ସନ୍ଦେହ କରିବା ଭଳି ଥିଲା କି, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁରୀ ପୋଲିସ ।

ପହଲଗାଓଁ ଆକ୍ରମଣ, ଜବାବରେ ଭାରତର ଅପରେସନ ସିନ୍ଦୂର ପରେ ସାରା ଦେଶରେ ଧରପଗଡ଼ । ପାକିସ୍ତାନ ପାଇଁ କାମ କରୁଥିବା ଅନେକ ଗୁପ୍ତଚର ଧରା ପଡ଼ିଛନ୍ତି । ହରିୟାଣା ହିସାରରୁ ଧରାପଡ଼ିଥିବା ଜ୍ୟୋତି ମଲହୋତ୍ରା ପୁରୀ ଆସିଥିବା ଜଣାପଡ଼ିବା ପରେ ରାଜ୍ୟରେ ସୃଷ୍ଟି ହୋଇଛି ହଇଚଇ । ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ସେ କେବଳ ବୁଲିବାକୁ ଆସିଥିଲେ ନା ଅନ୍ୟ କିଛି ଭିତିରି ଉଦ୍ଦେଶ୍ୟ ଥିଲା । କୌଣସି ମିଶନରେ ନ ଥିଲେ ତ ? ପୁରୀରୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ନେଇ ନାହାନ୍ତି ତ ସ୍ପାଏ ସୁନ୍ଦରୀ ? ଏମିତି ଅନେକ ପ୍ରଶ୍ନର ଚାଲିଛି ଉତ୍ତର ଖୋଜା ।

ଜୁଲାଇ ପହିଲାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀ । ଜୁଲାଇ ପହିଲାରୁ ଆରମ୍ଭ ହେବ ପରୀକ୍ଷା । ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ହେବ ପରୀକ୍ଷା । ଆସନ୍ତା ୧ ଜୁଲାଇରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ୧୧.୪୫ରେ ଶେଷ ହେବ ।

୧ ଜୁଲାଇରେ ପ୍ରଥମ ଭାଷା ପରୀକ୍ଷା

୨ ଜୁଲାଇରେ ସାମାଜିକ ବିଜ୍ଞାନ

୪ ଜୁଲାଇରେ ଗଣିତ

୭ ଜୁଲାଇରେ ଦ୍ଵିତୀୟ ଭାଷା ପରୀକ୍ଷା

୯ ଜୁଲାଇରେ ବିଜ୍ଞାନ ପରୀକ୍ଷା

୧୦ ଜୁଲାଇରେ ତୃତୀୟ ଭାଷା ପରୀକ୍ଷା

ସେହିପରି ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ମଧ୍ୟ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଆସନ୍ତା ୩୦ ଜୁନରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା, ହୁଗୁଳି ଗଲାଣି ରାଜ୍ୟର ଅର୍ଥ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସରକାର ବ୍ୟସ୍ତ ଥିବା ବେଳେ ରାଜ୍ୟର ଅର୍ଥ ବ୍ୟବସ୍ଥା ପ୍ରତି ନିଘା ନାହିଁ । ନବୀନ ସରକାର ସମୟରେ ଶୃଙ୍ଖଳିତ ଅର୍ଥ ପରିଚାଳନା ପାଇଁ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରୁଥିବା ବେଳେ ବିଜେପିର ବର୍ଷକର ସରକାରରେ ସବୁ କିଛି ବିଗିଡ଼ି ଯାଇଛି । ଡବଲ ଇଞ୍ଜିନ ସରକାରରେ ଡବଲ ଲାଭ ବଦଳରେ ଡବଲ କ୍ଷତି ଦେଖିବାକୁ ମିଳିଛି ।କେନ୍ଦ୍ରୀୟ ଅନୁଦାନ କମିଛି, ରାଜ୍ୟର ନିଜସ୍ବ ଟିକସ, ଅଣ ଟିକସ ରାଜସ୍ବ ବି କମୁଛି । ଏହା ସହିତ ବଜେଟ ଅଟକଳ ଖର୍ଚ୍ଚ କରିବାରେ ବି ବିଫଳ ହୋଇଛି ମୋହନ ସରକାର । ଏମିତି ଚାଲିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଅର୍ଥ ବିଶେଷଜ୍ଞ କହିଥିବା ବେଳେ ଏପରି ଅବସ୍ଥା ପାଇଁ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସମୀକ୍ଷକ କହିଛନ୍ତି ।

ଉତ୍ସବ ପାଳନ ପାଇଁ ବ୍ୟସ୍ତ ସରକାର । ଏପଟେ ହୁଗୁଳି ଗଲାଣି ରାଜ୍ୟର ଅର୍ଥ ବ୍ୟବସ୍ଥା । ରାଜସ୍ବ ସଂଗ୍ରହରେ ଫେଲ ସରକାର, ଖର୍ଚ୍ଚ କରିବାରେ ବି ବିଫଳ । କେନ୍ଦ୍ରୀୟ ଅନୁଦାନ କମୁଛି, ଋଣ ବଢୁଛି । ବିପର୍ଯ୍ୟସ୍ତ ହେଲାଣି ରାଜ୍ୟର ଆର୍ଥିକ ପରିଚାଳନା । ନୀବୀନ ସରକାର ଅମଳରେ ରାଜ୍ୟର ଆର୍ଥିକ ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ, କେନ୍ଦ୍ର ସରକାରଠାରୁ ପ୍ରଶଂସା ମିଳୁଥିଲା । ହେଲେ ସରକାର ବଦଳିବା ପରେ ବଦଳିଯାଇଛି ରାଜ୍ୟର ଆର୍ଥିକ ସ୍ଥିତି । ବର୍ଷକର ସରକାରରେ ଭୁଷୁଡ଼ି ପଡ଼ିଛି ଅର୍ଥ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମିଳିଥିଲା ୨୧ ହଜାର ୧୧କୋଟି ଟଙ୍କା । ଯାହା ପୂର୍ବ ବର୍ଷଠାରୁ ୧୫.୪୫ ପ୍ରତିଶତ ଅଧିକ ଥିଲା । ହେଲେ ମୋହନ ସରକାରର ପ୍ରଥମ ବର୍ଷରେ ୨୦୨୪-୨୫ରେ କେନ୍ଦ୍ରୀୟ ଅନୁଦାନ ୧୮.୯୧ ପ୍ରତିଶତ ହ୍ରାସ ପାଇ ୧୭ ହଜାର ୮୯ କୋଟିରେ ପହଞ୍ଚିଛି । କେନ୍ଦ୍ରୀୟ ଅନୁଦାନ କମିବା ସହ ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ପରିମାଣ ବି କମିଛି । ଅନୁଦାନ ଆଣିବାରେ ଓ ରାଜସ୍ବ ସଂଗ୍ରହରେ ବିଫଳ ହୋଇଥିବା ସରକାର ଖର୍ଚ୍ଚ କରିବାରେ ବି ଆଣ୍ଠେଇଛନ୍ତି ।

କେବଳ କେନ୍ଦ୍ରୀୟ ଅନୁଦାନ କମି ନାହିଁ, ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ରାଜସ୍ବ ବି କମି ଚାଲିଛି । ୨୦୨୩-୨୪ରେ ନିଜସ୍ବ ଟିକସ ପୂର୍ବବର୍ଷ ଅପେକ୍ଷା ୧୬.୯୧ ପ୍ରତିଶତ ବଢିଥିବା ବେଳେ ୨୦୨୪-୨୫ରେ ମାତ୍ର ୩.୬୫ ପ୍ରତିଶତ ବଢିଛି । ସେହିପରି ଅଣ ଟିକସ କ୍ଷେତ୍ରରେ ୨୦୨୩-୨୪ରେ ପୂର୍ବ ବର୍ଷ ଅପେକ୍ଷା ୨୪.୦୯ ପ୍ରତିଶତ ବଢିଥିବା ବେଳେ ୨୦୨୪-୨୫ରେ ବଢିଛି ମାତ୍ର ୩.୬୬ ପ୍ରତିଶତ । ଖଣି ରାଜସ୍ବରେ ତ ବହୁତ ପଛରେ ରହିଛି । ୨୦୨୩-୨୪ରେ ପୂର୍ବ ବର୍ଷ ଅପେକ୍ଷା ଖଣି ରାଜସ୍ବ ୧୯.୭୬ ପ୍ରତିଶତ ବଢିଥିବା ବେଳେ ଏଥର ୯.୬୯ ପ୍ରତିଶତ କମିଛି । ଆୟ ସବୁଆଡୁ କମୁଥିବା ବେଳେ ଖର୍ଚ୍ଚ କରିବାରେ ବି ଫେଲ ମାରିଛନ୍ତି ସରକାର । ୨୦୨୩-୨୪ରେ ପଞ୍ଚାୟତିରାଜ ବିଭାଗ ୧୬ ହଜାର ୬୮୫ କୋଟି ଖର୍ଚ୍ଚ କରିଥିବା ବେଳେ ୨୦୨୪-୨୫ରେ ଖର୍ଚ୍ଚ ହୋଇଛି ମାତ୍ର ୮ ହଜାର ୨୨୭ କୋଟି । ଏହାସହ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ମିଶନ ଶକ୍ତି ବିଭାଗରେ ମଧ୍ୟ ଖର୍ଚ୍ଚ ପରିମାଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଏହାର ଜବାବ ସରକାର ଦେବାକୁ ପଡ଼ିବ ବୋଲି ସମୀକ୍ଷକ କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ବିରୋଧରେ ଗର୍ଜିଲେ ଶ୍ରମିକ ସଙ୍ଗଠନ

ନନ୍ଦିଘୋଷ ବ୍ୟୁରୋ: ସହି ହେଲାନି କଷଣ । କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ଶ୍ରମିକ ବିରୋଧୀ କାର୍ଯ୍ୟ ବିରୋଧରେ ରାସ୍ତାରେ ଗର୍ଜିଲେ ଶ୍ରମିକ ସଂଗଠନ । ସାରା ଦେଶରେ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଛି । ଭୁବନେଶ୍ୱର ଲୋୟର ପିଏମଜିରେ ଶ୍ରମିକ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଚାରୋଟି ଶ୍ରମ କୋଡ୍ ପ୍ରତ୍ୟାହାର, ସମାନ କାମକୁ ସମାନ ମଜୁରୀ ଆଦି ନେଇ ବିକ୍ଷୋଭ କରିଛନ୍ତି । ତୁରନ୍ତ ସରକାର ଦାବି ନ ମାନିଲେ ଆସନ୍ତା ଜୁଲାଇ ୯ ତାରିଖରେ ଚକ ଅଖ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜରାସ୍ତାରେ ଶ୍ରମିକ ସଂଗଠନଙ୍କ ରଣହୁଙ୍କାର । ଭୁବନେଶ୍ଵର ପିଏମଜିରେ ପ୍ରମୁଖ ଶ୍ରମିକ ସଂଗଠନ ଏକାଠି । ଦାବି ପୂରଣ ନହେଲେ ଜୁଲାଇ ୯ରେ ଦେଶବ୍ୟାପୀ ହରତାଳ । ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ପାଇଁ ସରକାରଙ୍କ ବିରୋଧରେ ଶ୍ରମିକ ସଂଗଠନର ମିଳିତ ଆନ୍ଦୋଳନ । ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ୍ ପ୍ରତ୍ୟାହାର, ଦେଶରେ ଶ୍ରମିକଙ୍କୁ ସମାନ କାମକୁ ସମାନ ମଜୁରୀ, ଶ୍ରମିକଙ୍କୁ ଛଟେଇ ଓ ଅତ୍ୟାଚାର ବନ୍ଦ କରିବା ଦାବିରେ ପ୍ରମୁଖ ଶ୍ରମିକ ସଂଗଠନ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରିଛନ୍ତି ।

ସେହିପରି ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ବିକ୍ଷୋଭ ପ୍ରଦର୍ଶନରେ ଆଇଏନଟିୟୁସି ଏଆଇଟିୟୁସି, ଏଚଏମଏସ, ସିଟୁ, ଟିୟୁସିସି, ଏଲପିଏଫ ସମେତ ବହୁ ଟ୍ରେଡ୍ ୟୁନିୟନର ଶତାଧିକ କାର୍ଯ୍ୟକର୍ତ୍ତା ଓ ଶ୍ରମିକ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଆସି ପିଏମଜିରେ ବିକ୍ଷୋଭ ସମାବେଶ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଶ୍ରମିକ ମାରଣ ନୀତି ଆପଣାଇଛନ୍ତି । ଡବଲ ଇଞ୍ଜିନ ସରକାର ତୁରନ୍ତ ଶ୍ରମିକଙ୍କ ଦାବି ପୂରଣ ନକଲେ ଆସନ୍ତା ଜୁଲାଇରେ ଦେଶବ୍ୟାପୀ ହରତାଳ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଡବଲ ଇଞ୍ଜିନ କଥା କହୁଥିଲେ ମଧ୍ୟ ଶ୍ରମିକଙ୍କ ଉପରେ ଜୁଲମ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ସମ୍ପତ୍ତିର ଘରୋଇକରଣ ବନ୍ଦ କରିବାକୁ ଜୋରଦାର ଦାବି ହୋଇଛି । ଏଥିସହିତ ନରେଗାରେ ୨୦୦ ଦିନର କାର୍ଯ୍ୟ ପାଇଁ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ଦୃଢ଼ ଦାବି ରଖିଛନ୍ତି । ଶ୍ରମ କୋଡ୍ ଲାଗୁ କଲେ ଶ୍ରମିକମାନେ ନିଜର ନାର୍ଯ୍ୟ ଅଧିକାର ପାଇବା ପାଇଁ ଆନ୍ଦୋଳନର ସୁଯୋଗ ହରାଇବେ । ତେଣୁ ଏହି ଶ୍ରମ କୋଡ୍ ଲାଗୁ ପାଇଁ ଉଦ୍ୟମ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦିଆଯାଇଛି ।

ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ କାଲି ରାଜଭବନ ଆଗରେ ବିଜେଡିର ଆନ୍ଦୋଳନ, ବିଜେପି ଛାନିଆ

ନନ୍ଦିଘୋଷ ବ୍ୟୁରୋ: ଓବିସି ସଂରକ୍ଷଣ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମେଡିକାଲ ଓ ଇଞ୍ଜିନିୟରିଂରେ ଓବିସି ବର୍ଗକୁ ସଂରକ୍ଷଣ ଦାବି କରି ଆସନ୍ତାକାଲି ରାଜଭବନ ଆଗରେ ଆନ୍ଦୋଳନ କରିବ ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛନ୍ତି ବିଜେପି ସରକାର । ଚାପରେ ପଡି ଜାତିଭିତ୍ତିକ ଜନଗଣନା କରୁଛନ୍ତି । ହେଲେ ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରିବେ ତା’ର ଜବାବ ମାଗି ବିଜେଡି ଆନ୍ଦୋଳନକୁ ଓହ୍ଲାଉଛି । କଂଗ୍ରେସ ମଧ୍ୟ ବିଜେପି ପରେ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ସେପଟେ ଚାପରେ ଚେପା ବିଜେପି ବିଳିବିଳେଇ ହୋଇ କହିଛି ଓବିସି ପ୍ରସଙ୍ଗରେ ଆନ୍ଦୋଳନ କରିବାର ଅଧିକାର ବିରୋଧୀଙ୍କର ନାହିଁ ।

ତରବରିଆ ଭାବେ ସଂରକ୍ଷଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର l ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦେଲେ l ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସରଂକ୍ଷଣ କେବେ ? ଏହି ଦାବି ନେଇ ବୁଧବାର ରାଜଭବନ ଆଗରେ ଆନ୍ଦୋଳନ କରିବ ବିଜେଡି । ଓଡିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତିରେ କାହିଁକି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ସେହିପରି ଶିକ୍ଷା କ୍ଷେତ୍ରରେ SC/STଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ଯାହାକୁ ନେଇ ଶାସକ ବିଜେପି ଚେଇଁ ଉଠିବା ପରେ ବିଜେପିକୁ ଘେରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ମୁଁ ଖୁସି ଆଜି ବିଜେଡି ଡାକରାକୁ ବିଜେପି ଗ୍ରହଣ କରିଛି । କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛି ବିଜେପି । ୟୁଜି, ପିଜିରେ ସିଟ୍ ଖାଲି ପଡୁଛି । ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ବୋଲି ମନମୋହନଙ୍କୁ ପ୍ରଶ୍ନ କରିଛି ବିଜେଡି । ସେପଟେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି ଓ କଂଗ୍ରେସର ଓବିସି ନେଇ ଆନ୍ଦୋଳନ କରିବାର ଅଧିକାର ନାହିଁ ।

ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରେସମିଟ କରିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ଦଳର ନେତା । କାହିଁକି ପଛୁଆ ବର୍ଗମାନଙ୍କୁ ଅବହେଳା କରୁଛି ବିଜେପି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ଗୋଟିଏ ପରେ ଗୋଟିଏ ବିଧାୟକ । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ରାଜ୍ୟ ସରକାର ପଛୁଆ ବର୍ଗର ପିଲାଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରୁ ବଞ୍ଚିତ କରୁଥିବାରୁ ଦଳ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ସେହିପରି ସଂରକ୍ଷଣ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ଚାପରେ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ।

ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିକୁ ନେଇ ବିଜେଡି ତାର ସ୍ବରକୁ ଶାଣିତ କରିଛି । ରାଜଭବନ ଆଗରେ ଆସନ୍ତାକାଲି ଆନ୍ଦୋଳନ କରି ଦଳ ବିଜେପି ସରକାର ଉପରେ ଚାପ ସୃଷ୍ଟି କରିବ । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ସମାନତା ଆଣିବାକୁ ସ୍ବର ଉଠାଇଛି ବିଜେଡି ।

ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରସଙ୍ଗରେ ବିଜେପିର ପଛଘୁଞ୍ଚା, ୨୪ ଘଣ୍ଟାରେ ଟଙ୍କା ଫେରସ୍ତ କରିବାକୁ ମାରିଥିଲେ ବାହାସ୍ଫୋଟ 

ନନ୍ଦିଘୋଷ ବ୍ୟୁରୋ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପଛଘୁଞ୍ଚା ଦେଉଛି ବିଜେପି । କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ନିର୍ବାଚନ ସମୟରେ ବାହାସ୍ଫୋଟ ମାରିଥିଲେ ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ନେତା । ଦିନ କେଇଟା ପରେ ବିଜେପି ସରକାର ବର୍ଷେ ପୂର୍ତ୍ତି ପାଳନ କରିବାକୁ ଯାଉଛି । ହେଲେ ଏଯାଏଁ ଜମାକାରୀଙ୍କ ତଥ୍ୟ ସଂଗ୍ରହ କରିପାରିନାହାନ୍ତି ।

ବର୍ଷ ପୂର୍ତ୍ତି ଉତ୍ସବ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପ୍ରଶ୍ନ କରାଯିବାରୁ ଚାଉଳ ଚୋବାଇଲା ଭଳି କହୁଛନ୍ତି, ଜମାକାରୀଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ବିଜେପିର ଏଭଳି ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ । ଏ ପ୍ରସଙ୍ଗରେ ବିଜେପି ସଭାପତିଙ୍କୁ କଡା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ସରକାରରେ ଥାଇ କାଗଜପତ୍ର ସଂଗ୍ରହ କରିବା କଥା କାହାକୁ କହୁଛନ୍ତି । ନିଜ କାନ୍ଧରୁ ଜୁଆଳି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଏବେ ବିଜେପି ସରକାରରେ ଅଛି । ଚିଟଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କ ଓ ଖୋଜନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେପଟେ କଂଗ୍ରେସ ମଧ୍ୟ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛି । ଚିଟଫଣ୍ଡ ସଂସ୍ଥା ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ କହିଛି, ବିଜେପି ସଭାପତି ଫାର୍ସ କରୁଛନ୍ତି । ଆର୍ଥିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଭଣ୍ଡଉଛନ୍ତି ।