spot_img
Home Blog Page 733

ପୁଣି ଖସିଲା ମାର୍କେଟ, ସେନସେକ୍ସ ୮ ଶହ ପଏଣ୍ଟରୁ ଅଧିକ ହ୍ରାସ

ନନ୍ଦିଘୋଷ ବ୍ୟୁରୋ : ପୁଣି ଖସିଲା ସେନସେକ୍ସ। ଆଜି ସେନସେକ୍ସ ୮ ଶହ ପଏଣ୍ଟ ଖସିଛି। ନିଫଟି ଖସିଛି ୫୦ ପଏଣ୍ଟ। ସକାଳୁ ସକାଳୁ ମାର୍କେଟ ଖୋଲୁ ଖୋଲୁ ସେନସେକ୍ସ ଖସିଥିଲା। ଏହାର ୩ଟି ପ୍ରମୁଖ କାରଣ ରହିଛି। ଆମେରିକାରେ ବଢୁଛି ଋଣ। ଏହା ଦ୍ଵାରା ଆମେରିକାର ଆର୍ଥିକ ଅଭିବୃଦ୍ଧି ଖସିବ। ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବାର ଆଶଙ୍କା ଅଛି। ସେହିପରି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ବଦଳରେ ବଢୁଛି ଉତ୍ତେଜନା। ପାଲେଷ୍ଟାଇନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁଁ ଉତ୍ତେଜନ ବଢୁଛି। ଇରାନ ପ୍ରସଙ୍ଗ ମଧ୍ୟ ରହିଛି। ଏହା ବାଦ୍ ଘରୋଇ ମାର୍କେଟରେ ଏମିତି କିଛି ହେଉ ନାହିଁ, ଯାହା କି ମାର୍କେଟରୁ ଉପରକୁ ଉଠାଇବ। କେତେକ ବଡ଼ ବଡ଼ କମ୍ପାନିର ଷ୍ଟକ୍ ମୂଲ୍ୟ ମଧ୍ୟ ଅଧିକ ରହିଥିବା କହିଛନ୍ତି ବିଶେଷଜ୍ଞ। କେତେବେଳେ ବି ଏହା ଖସିପାରେ। ଏହି ସବୁ କାରଣରୁ ସେନସେକ୍ସ ଖସିଥିବା କୁହାଯାଉଛି।

ଜୀବନ ନେଲା ଜୀବିକା, ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ : ଜୀବନ ନେଲା ଜୀବିକା । ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ । ଦେବଗଡ଼ ଜିଲ୍ଲା ଖିଲେଇ ପଞ୍ଚାୟତ ତଲେଇସର ଗାଁ ନିକଟ ରେଙ୍ଗାଳି ଜଳ ଭଣ୍ଡାରରେ ବୁଡ଼ି ୨ ଶିଶୁପୁତ୍ର ସହିତ ସ୍ତ୍ରୀ ମୃତ  । ମୃତକମାନେ ହେଲେ ନୂଆଡ଼ିହ ପଞ୍ଚାୟତ ପୁଡ଼ାଡିହ ଗାଁର ବୁଲୁ ପେଣ୍ଠେଇଙ୍କ ୨ ପୁଅ ୫ ବର୍ଷୀୟ ଆୟୁଷ ପେଣ୍ଠେଇ ଓ ୩ ବର୍ଷୀୟ ରିୟାଂଶ ପେଣ୍ଠେଇ ଓ ୨୬ ବର୍ଷୀୟ ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ  ।

ମାଛ ଧରିବାକୁ ଯାଇଥିବା ବେଳେ ଗତ ବିଳମ୍ଵିତ ରାତିରେ ତଲେଇସର ଘାଟରେ ଘଟିଛି ଅଘଟଣ  । ନଦୀବନ୍ଧର ଗୋଟିଏ ପାର୍ଶ୍ଵରେ ମଞ୍ଚା ବାନ୍ଧି ରାତିରେ ବୁଲୁ ନିଜ ସ୍ତ୍ରୀ ଓ ୨ ପିଲା ମାନଙ୍କ ସହ ଥିବା ବେଳେ ହାତୀ ଆସିଯାଇଥିଲା । ଭୟରେ ବୁଲୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ଡଙ୍ଗାରେ ନଦୀ ଆରପଟକୁ ଯାଉଥିବା ସମୟରେ ଡଙ୍ଗାଟି ଜଳ ଭଣ୍ଡାର ପାଣିରେ ବୁଡ଼ି ଯାଇଥିଲା  । ଡଙ୍ଗାରେ ଥିବା ଦୁଇ ଶିଶୁପୁତ୍ର ଓ ସ୍ତ୍ରୀ ପାଣିରେ ବୁଡ଼ି ଯାଇଥିଲେ  । ବୁଲୁ କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଆଜି ସକାଳୁ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ ଶିଶୁପୁତ୍ରଙ୍କ ମୃତଦେହ ଜଳ ଭଣ୍ଡାର ପାଣିରୁ ଉଦ୍ଧାର କରାଯାଇଥିଲା ।

ରିଆମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଜ୍ୟୋତ୍ସ୍ନାଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ତହସିଲଦାର, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ : ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଉତ୍ତର ଦିଗରେ ଗତି କରିବା ସହ ଏହା ଘନୀଭୂତ ହେବ ବୋଲି ସୂଚନା ମିଳିଛି। ସେପଟେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା। ଏହି ଜିଲ୍ଲାମାନଙ୍କରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।

ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। କ୍ୟାପିଟାଲ ଜିଉସ୍ ମ୍ୟୁଜିୟମ ନିକଟରେ ଘଟିଛି ଗୁଳିକାଣ୍ଡ। ଇହୁଦିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କର୍ମଚାରୀଙ୍କ ଉପରେ ହୋଇଛି ଗୁଳିମାଡ। ଅତି ନିକଟରୁ ୨ ଷ୍ଟାଫଙ୍କୁ ଗୁଳି କରାଯାଇଥିବା ସୂଚନା। ଗୁଳିମାଡରେ ଜଣେ ମହିଳା ଓ ଜଣେ ପୁରୁଷ ନିହତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିସ୍ତି ନୋଏମ। ଗୁଳିକାଣ୍ଡ ଘଟଣା ନେଇ ପୋଲିସର ତଦନ୍ତ ଜାରି ରହିଛି। ଅପରାଧୀଙ୍କୁ ଧରିବା ଲାଗି ପୋଲିସର ତନାଘନା କରିଛି। ଘଟଣାର ସମୀକ୍ଷା କରିଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ ପଟେଲ। ୱାଶିଂଟନରେ ଇହୁଦି ବିରୋଧୀ ଆତଙ୍କବାଦକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାବେଳେ ସେଠାରେ ଇସ୍ରାଏଲ ରାଷ୍ଟ୍ରଦୂତ ନଥିଲେ।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅପରେସନ ସିନ୍ଦୂରର ଝଲକ, ସିନ୍ଦୂର ପିନ୍ଧି ପହଞ୍ଚିଲେ ଅଭିନେତ୍ରୀ

ନନ୍ଦିଘୋଷ ବ୍ୟୁରୋ : ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଫରାସୀ ସହର କାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରାଯାଇଛି। ଏହି ଉତ୍ସବ ୧୩ ମଇରେ ଆରମ୍ଭ ହୋଇଥିଲା ଏବଂ ୨୪ ମଇ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବରେ ସାରା ବିଶ୍ୱର ଷ୍ଟାରମାନେ ଅଂଶଗ୍ରହଣ କରୁଛନ୍ତି। ଏହି ଫେଷ୍ଟିଭାଲରେ ଏପରି କିଛି ଦେଖିବାକୁ ମିଳିଛି, ଯାହାକୁ ଅପରେସନ ସିନ୍ଦୂର ସହିତ ଯୋଡାଯାଉଛି। କୁହାଯାଉଛି ଯେ ଦୁଇଜଣ ବଲିଉଡ୍ ଅଭିନେତ୍ରୀ ଅନ୍ତର୍ଜାତୀୟ ସ୍ତରରେ ଅପରେସନ ସିନ୍ଦୂରକୁ ପ୍ରତିନ୍ୱଧିତ କରିଛନ୍ତି । ଜଣେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଆଉଜଣେ ଅଦିତି ରାଓ ହାଇଦରୀ।

ପ୍ରକୃତରେ, ମେ ୨୨ ତାରିଖରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ। ଅନେକ ମହିଳାଙ୍କ କପାଳରୁ ସିନ୍ଦୁର ଲିଭିଯାଇଥିଲା। ୭ ମଇରେ, ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ।

ନିକଟରେ ଐଶ୍ୱର୍ଯ୍ୟା ରାୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଐଶ୍ୱର୍ଯ୍ୟା ଏକ ସୁନ୍ଦର ବନାରସୀ ଶାଢ଼ିରେ ଦେଖିବାକୁ ମିଳିଥିଲା। ସେ ମଧ୍ୟ ଅଳଙ୍କାର ପିନ୍ଧିଥିଲେ। ତଥାପି, ଅଧିକାଂଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜିନିଷଟି ଥିଲା ସିନ୍ଦୂର। ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ, ତାଙ୍କ ଲୁକକୁ ଅପରେସନ ସିନ୍ଦୂର ସହିତ ଯୋଡିବା ନେଇ ଆଲୋଚନା ଆରମ୍ଭ ହୋଇଗଲା। କେବଳ ଐଶ୍ୱର୍ଯ୍ୟା ନୁହେଁ, ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ସିନ୍ଦୂର ପିନ୍ଧି ଯୋଗ ଦେଇଥିଲେ। ସେହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଅଦିତି ରାଓ ହାଇଦରୀ। ଅଦିତି ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ତାଙ୍କର କାନ୍ସ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଲାଲ ଶାଢ଼ି ପିନ୍ଧିଥିବାର ଦେଖାଯାଉଛି। ସେ ତାଙ୍କ କପାଳରେ ବିନ୍ଦି ମଧ୍ୟ ପିନ୍ଧିଛନ୍ତି।

ଅଦିତି ସିନ୍ଦୁର ଲଗାଇ ତାଙ୍କ ଲୁକକୁ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଲୁକକୁ ପ୍ରଶଂସା କରୁଛନ୍ତି। ଅଦିତିଙ୍କ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ ସେ ଅପରେସନ ସିନ୍ଦୂର ଯୋଗୁଁ ସିନ୍ଦୂର ପିନ୍ଧି ଏହି ଉତ୍ସବରେ ଯୋଗ ଦେଇଥିଲେ।

ପୁଣି ରାଜଧାନୀରେ ମର୍ଡର, ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।  ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗୀ ସ୍ଥିତ ଖଣ୍ଡୁଆଳ ସାହିରେ । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା । ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ କାମ କରନ୍ତି ।

ଅନେକ ସମୟରେ ନିଶା ସେବନ କରି ଘରେ ଓ ବାହାରେ ମାରପିଟ କରନ୍ତି ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି । ସେପଟେ ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ବାହାରୁ ଆସି ଲୋକେ ଶ୍ରମିକ ଭାବେ କାମ କରୁଥିବାରୁ ଷ୍ଟେସନ ନିକଟରେ ନିଶା କାରବାର ବଢୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ସିସିଟିଭିକୁ ଯାଞ୍ଚ କରାଯାଇଛି । ଲିଙ୍ଗରାଜ ଷ୍ଟେସନ ନିକଟ ଜନଗହଳି ପୂର୍ଣ୍ଣ ସ୍ଥାନରେ କିଭଳି ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।

ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମରେ ପୁଣି ଫୁଟିଲା ଗୁଳି । କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ ହୋଇଛି। ଗୁଳି ମାଡର ଶିକାର ହୋଇଥିବା ମହିଳା ଜଣକ ହେଲେ ୪୦ବର୍ଷୀୟ ଭାବିନୀ ରାଉତ । ଭାବିନୀଙ୍କ ସଂପର୍କୀୟ ଭଣଜା ସୁରେଶ ପ୍ରଧାନ ଗୁଳି କରିଛନ୍ତି । ସୂଚନା ଅନୁସାରେ ଭଣଜା ସୁରେଶ ସୁଶାନ୍ତ ରାଉତ ଟାର୍ଗେଟ୍ କରିଥିଲେ । ତେବେ ସାମ୍ନାକୁ ଆସି ଯାଇଥିଲେ ସୁରେଶଙ୍କ ସ୍ତ୍ରୀ ଭାବିନୀ । ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଗତ ବିଳମ୍ବିତ ରାତିରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଖବର ପାଇ କୋଦଳା ପୋଲିସ ଗତ ରାତିରୁ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।

ଜାମୁ ଓ କାଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ

ନନ୍ଦିଘୋଷ ବ୍ୟୁରୋ : ଜାମୁ ଓ କାଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ। ସିଙ୍ଗପୁରାର ଚେଟରୁରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ। ୩ରୁ ୪ ଜଣ ଆତଙ୍କୀଙ୍କୁ ଘେରାବନ୍ଦୀ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି। ସନ୍ଦିଗ୍ଧ ସ୍ଥଳଗୁଡିକରେ ଯବାନଙ୍କ ଅପରେସନ ଚାଲିଥିବା ସୂଚନା ମିଳିଛି। ଅପରେସନରେ ଜାମୁ ଓ କାଶ୍ମୀର ପୋଲିସ ବି ସାମିଲ ଅଛି। ସେଠାରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଛି ଅପରେସନ।

ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା 

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଦୟାନିଧିପୁର ଗାଁରେ ରାତି ଅଧରେ ଗୁଳି ଫୁଟାଇ ଲୁଟ୍ । ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା  । ୨ ରାଉଣ୍ଡ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । ବଳରାମ ରାଉତଙ୍କ ଛାତିରେ ଓ ପ୍ରଶାନ୍ତ ରାଉତଙ୍କ କାନରେ ବାଜିଛି ଗୁଳି । ୫ ସଦସ୍ୟଙ୍କୁ ବାନ୍ଧି ନିସ୍ତୁକ ପିଟି ଲୁଟ୍  । ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା  । ଆନୁମାନିକ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟ୍  ।

ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି ସୁଦ୍ଧା ଭାରତ ଛାଡ଼ିବାକୁ ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଏହି ଅଧିକାରୀଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି। ଅର୍ଥାତ ସେ ଆଉ ଭାରତରେ ରହିପାରିବେ ନାହିଁ। ନିଜ ପଦବୀ ବାହାରେ ସେ ଅନ୍ୟ କାମରେ ଲିପ୍ତ ଥିବାର ପ୍ରମାଣ ପାଇଥିଲା ଭାରତ। ତେଣୁ ତାଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି। ୮ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା। ଆଗରୁ ପାକିସ୍ତାନର ଆଉ ଜଣେ ଅଧିକାରୀଙ୍କୁ ଏପରି ବହିଷ୍କାର କରିଥିଲା ଭାରତ।