ଘଟଗାଁ: ସ୍କୁଲ୍ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ସାର୍ ମାଡ଼ ମାରିବା ଘଟଣା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ । ପିଟାଟାଙ୍ଗର ସ୍କୁଲର ଶିକ୍ଷକ ରତି ନାରାୟଣ ରାଉତ ନିଲମ୍ବିତ । ନିଲମ୍ବନ କଲେ ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିକାରୀ ।
ବାଲିଗୁଡା: ଜି.ଉଦୟଗିରି ଡୁଗୁଡ଼ି ନିକଟରେ ଦୁର୍ଘଟଣା । ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ । ୩ ଜଣ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର ।
ବାଲିଗୁଡା: ଜି.ଉଦୟଗିରି ଡୁଗୁଡ଼ି ନିକଟରେ ଦୁର୍ଘଟଣା । ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ । ୩ ଜଣ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର ।
ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ବିମଷ୍ଟେକ ସମ୍ମିଳନୀ ଲାଗି ନିମନ୍ତ୍ରଣ କଲି । ଓଡ଼ିଶାରେ NDRFର ଅଧିକ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିବା ସୂଚନା ଦେଲେ ସତ୍ୟନାରାୟଣ ।

ଭୁବନେଶ୍ୱର: ବିମାନବନ୍ଦରରୁ ସୁନା ଜବତ । ୨୧୫ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ସ ବିଭାଗ । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନରେ ୪୮ ପିସ୍ ସୁନା ନେଇ ଆସୁଥିଲେ । ମଦୁରାଇର ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ଜେରା କରୁଛି ବିଭାଗ । ହ୍ୟାଣ୍ଡ ବ୍ୟାଗ୍ ଓ ଲଗେଜରେ ଆଣୁଥିଲେ ସୁନା ।

ଫୋନ ଦେଖି ଦେଖି ପିଟିଦେଲେ ଆମ୍ବୁଲାନ୍ସ
ବୌଦ୍ଧ: ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଲାବେଳେ ଫୋନ ଦେଖିଲେ ଡ୍ରାଇଭର, ଘଟିଲା ଦୁର୍ଘଟଣା । ଏଥିରେ ଡ୍ରାଇଭରଙ୍କ ସହିତ ଅନ୍ୟମାନେ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲକ୍ଷ୍ମଣପୁରର ନରୋତ୍ତମ ବିଶ୍ବାଳ ତାଙ୍କ ପୁଅକୁ ୧୦୮ ଆମ୍ବୁଲାନ୍ସରେ ପୁରୁଣା କଟକ ଡାକ୍ତରଖାନାକୁ ନେଉଥିଲେ ।

କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ଅଜୟ ମହାନନ୍ଦିଆ ବାରମ୍ବାର ମୋବାଇଲ୍ ଦେଖୁଥିଲେ । ଏହି କାରଣରୁ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଗଛରେ ପିଟି ହୋଇଯାଇଥିଲା । ଏଥିରେ ନିଜେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ରୋଗୀଙ୍କ ସଂପର୍କୀୟ ନରୋତ୍ତମ ବିଶ୍ବାଳ ମଧ୍ୟ ଆହତ ହୋଇଛନ୍ତି ।
ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ
ଘଟଗାଁ: ଶିକ୍ଷକ ଯିଏ ଶିଖାନ୍ତି ନମ୍ରତା, ସହନଶୀଳତା । ଯାହାଠାରୁ ଦୁନିଆ ଶିଖେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର କୌଶଳ । ନିର୍ଦ୍ଦୟ ନୁହଁ ବରଂ ସମସ୍ତଙ୍କ ପ୍ରତି ଦୟାବାନ ହେବାକୁ ଶିକ୍ଷକ ବତାନ୍ତି ଓ ପ୍ରେରଣା ଦିଅନ୍ତି । ଗୁରୁଙ୍କ ଏଭଳି ଗାରିମାର ବହୁ ନଜିର୍ ମଧ୍ୟ ରହିଛି । ହେଲେ, ଗୁରୁ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅମଣିଷ ପାଲଟିଯିବେ ଯେ କେହି ଏହା ନଦେଖିଲେ ବିଶ୍ୱାସ କରିପାରିବ ନାହିଁ ।
ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଇଛି ଦଣ୍ଡ । ସୀମା ଟପିଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଶିକ୍ଷକଙ୍କ ମାଡ଼ ଭିଡିଓ ଭାଇରାଲ ହୋଇଛି । ପିଟାଟାଙ୍ଗର ସ୍କୁଲର ଏ ଟିଙ୍ଗା ଶିକ୍ଷକ ଜଣକ ହେଉଛନ୍ତି ରତି ନାରାୟଣ ରାଉତ । ଭାଇରାଲ ଭିଡିଓ ଅଭିଯୋଗ ପ୍ରକାରେ ସାର୍ ପଚାରିଥିବା ପ୍ରଶ୍ନର ଉତ୍ତର ପିଲା ଦେଇପାରି ନଥିଲେ । ଆଉ ଏଥିରେ ରାଗିପାଚି ଲାଲ୍ ହୋଇଯାଇଥିଲେ ସାର୍ ।
ଖରାବେଳେ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବେତ ଭାଙ୍ଗିବା ଯାଏଁ ମନ ଇଚ୍ଛା ପିଟିଥିଲେ ସାର୍ । ପିଲାଙ୍କ ଆଖିରୁ ଝରୁଥିଲା ଧାର ଧାର ଲୁହ । ହେଲେ ଛୁଆଙ୍କ ଲୁହରେ ତରଳି ନଥିଲା ନିର୍ଦ୍ଦୟ ସାରଙ୍କ ବେଦରଦି ହୃଦୟ । କିଛି ସମୟ ଧରି ଶିକ୍ଷକ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ଏମିତି ମାଡ଼ ମାରି ଚାଲିଥିଲେ ।
ଏବେ ସୋସିଆଲ୍ ମିଡିଆରେ ସାର୍, ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ।
ସମାଜକୁ ଅହିଂସାର ପଥ ପ୍ରଦର୍ଶନ କରାଉଥିବା ଶିକ୍ଷକ ହିଂସ୍ର ହୋଇ ଉଠିଲେ ଛାତ୍ରଛାତ୍ରୀ ଆଉ କାହାଠୁ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।
ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।
ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।
ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।
ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗରେ କୃଷି ଉତ୍ପାଦନ ବୃଦ୍ଧି ହେଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛନ୍ତି ରାଜ୍ୟ ସରକାର। ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗରେ ରାଜ୍ୟରେ ଉତ୍ପାଦନ ବୃଦ୍ଧି ହେଉ। କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କୃଷିକୁ ଗୁରୁତ୍ୱ , କୃଷକଙ୍କୁ ସ୍ୱୀକୃତି ଲକ୍ଷ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନବନିଯ଼ୁକ୍ତ ୬୩ ଜଣ ସହକାରୀ ଉଦ୍ୟାନ ଅଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ନିଯ଼ୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କୃଷି ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ। ମହୋତ୍ସବରେ ଏଥର ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଦେଶ ବିଦେଶରୁ ୧୧୨ଟି କମ୍ପାନୀ ଯୋଗ ଦେଇଛନ୍ତି । ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀଙ୍କର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫ ଶହ ବ୍ୟାଙ୍କ ଅଧିକାରୀ ଯୋଗଦେଉଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏୟାରପୋର୍ଟର ଟିକେଟ କାଉଣ୍ଟରରେ IED ବ୍ୟାଗ୍
ବେଙ୍ଗଳୁରୁ: ମାଙ୍ଗାଲୋର ଏୟାରପୋର୍ଟରୁ ମିଳିଲା ବିସ୍ଫୋରକ । ଏନେଇ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଟର୍ମିନାଲର ବାହାରେ ଆଇଇଡ଼ି (ବିସ୍ଫୋରକ) ମିଳିବାପରେ ଏୟାରପୋର୍ଟରେ ହାଇ ଆର୍ଲଟ ଜାରି କରାଯାଇଛି । ସନ୍ଦିଗ୍ଧ ବ୍ୟାଗ ମିଳିବା ପରେ ଏୟାରପୋର୍ଟର ସମସ୍ତ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଥିଲା । ପ୍ରାରମ୍ଭିକ ପରୀକ୍ଷାରୁ ବ୍ୟାଗରେ IED ବିଷୟରେ ସୂଚନା ମିଳିଥିଲା ।
ପରେ ସିଆଇଏସ୍ଏଫ୍ ପହଞ୍ଚି ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ସୂଚନା ଦେଇଥିଲେ । ଏହାକୁ ନିଷ୍କ୍ରିୟ କରାଯାଇଥିବା ପୋଲିସ କମିଶନର ଏଚ୍.ଏସ୍. ହର୍ଷ ସୂଚନା ଦେଇଛନ୍ତି । ଟିକଟ କାଉଣ୍ଟର ପାଖରେ ସନ୍ଦିଗ୍ଧ ବ୍ୟାଗ୍ ରହିଥିବାରୁ ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ୨ଜଣ ଲୋକ ଅଟୋରେ ଆସି ଏପରି କରିଥିବା କେତେକ କହୁଛନ୍ତି । ତେବେ, ଏନେଇ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଉଥିବା ପୋଲିସ କମିଶନର କହିଛନ୍ତି ।