spot_img
Home Blog Page 7296

ହ୍ୱାଇଟ୍ ହାଉସର ଚେତାବନୀ: ସବୁ ଉପାୟ ପରେ ବି ଆମେରିକାରେ ମରିପାରନ୍ତି ୨.୪ ଲକ୍ଷ ଲୋକ !

ଯୁକ୍ତରାଷ୍ଟ ଆମେରିକା: ଆମେରିକାରେ କରୋନା ଭାଇରସ୍ ଭୟବହ ରୂପ ନେଉଛି | ଯୁକ୍ତରାଷ୍ଟ୍ରରେ ୧,୭୫,୦୬୭ ଜଣ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ । ଆମେରିକାରେ କରୋନାରେ ମରିଥିବା ଲୋକଙ୍କ  ସଂଖ୍ୟା ୩୮୦୦ ଅତିକ୍ରମ କରିଥିବାବେଳେ ଚାଇନାରେ ୩,୩୦୯ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଦିନପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାକୁ ଚେତାବନୀ ଦେଇଥିଲା ଯେ ଏହା କରୋନା ସଂକ୍ରମଣର ପରବର୍ତ୍ତୀ କେନ୍ଦ୍ର ହେବାକୁଯାଉଛି ।

ହ୍ୱାଇଟ ହାଉସର ଆକଳନ ଅନୁଯାୟୀ ଯଦି ସାମାଜିକ ଦୂରତାକୁ ଠିକ ଭାବରେ ପାଳନ କରାଯାଏ ତେବେ ମଧ୍ୟ କରୋନା ମହାମାରୀ ଦ୍ୱାରା ଅତି କମରେ ୧ ଲକ୍ଷରୁ ୨.୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ । ଯାହା ଏକ ବଡ଼ ସଂଖ୍ୟ ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକୀୟମାନଙ୍କୁ ବହୁତ ଯନ୍ତ୍ରଣାଦାୟକ ସମୟ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ମୁଁ ପ୍ରତ୍ୟେକ ଆମେରିକୀୟଙ୍କୁ କହିବାକୁ ଚାହେଁ ଯେ ଆଗାମୀ ଦିନରେ ଆସିବାକୁଥିବା କଠିନ ସମୟ ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଗାମୀ ଦୁଇ ସପ୍ତାହ ବହୁତ ଭୟଙ୍କର ହେବାକୁ ଯାଉଛି ।’

ହ୍ୱାଇଟ ହାଉସର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଦେଶରେ କରୋନା ଭାଇରସକୁ ହରାଇବାର ଉଦ୍ୟମ ସଠିକ ଭାବରେ ଜାରି ରହିଲେ ମଧ୍ୟ ଏକ ଲକ୍ଷରୁ ୨.୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।

ହ୍ୱାଇଟ ହାଉସର କରୋନା ଭାଇରସ ଟାସ୍କଫୋର୍ସର ସଦସ୍ୟ Dr. Deborah Birks ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ମଡେଲକୁ ଦେଖିଲେ ଏହା ଆଶଙ୍କା କରାଯାଉଛି ଯେ,  ମହାମାରୀକୁ ରୋକିବା ପାଇଁ କୈଣସି ପଦକ୍ଷେପ ନିଆ ନ ଗଲେ ଦେଶରେ ଅତି ଭୟଙ୍କର ଭାବରେ ୧୫ ରୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।

ଅବଶ୍ୟ, ଲକଡାଉନ୍ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରି ଏହି ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇପାରିବ । ଡ. ଡେବୋରା ଗୁରୁତ୍ୱାରୋପ କରିଛନ୍ତି ଯେ ଯଦି ଲୋକମାନେ ସେମାନଙ୍କର ମନୋଭାବରେ ପରିବର୍ତ୍ତନ କରନ୍ତି ତେବେ ମୃତ୍ୟୁ ସଂଖ୍ୟା କମି ପାରିବ ।

ସେ କହିଛନ୍ତି ଯେ ୪୮ଟି ରାଜ୍ୟ ତୁଳନାରେ ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ସର୍ବାଧିକ କରୋନା ଭାଇରସ ମାମଲା ରହିଛି । ସେ ଆଶା କରିଥିଲେ ଯେ ସାମାଜିକ ଦୂରତା ମହାମାରୀକୁ ଅନ୍ୟ ରାଜ୍ୟକୁ ବ୍ୟାପିବାକୁ ଦେବନାହିଁ । ପ୍ରତିରୋଧର ପ୍ରାରମ୍ଭିକ ପଦକ୍ଷେପ ପରେ କାଲିଫର୍ଣ୍ଣିଆ ଏବଂ ୱାଶିଂଟନରେ ରୋଗ ବ୍ୟାପିବାର ହାର ହ୍ରାସ ପାଇଛି | ଏହା ଆମକୁ ଟିକିଏ ଭରସା ଦେଇଥାଏ  । ସାଧାରଣ ଜନତା ହି ଏହି ମହାମାରିକୁ ରୋକିବାରେ ଆମର ସାହାଯ୍ୟ କରିପାରିବେ ।

ବ୍ରାହ୍ମଣ ନିଯୋଗ ସହ ଆଲୋଚନା ବିଫଳ: ୭ ଦିନ ଯାଏଁ ବନ୍ଦ ରହିବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି!

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଂଗ । ବ୍ରାହ୍ମଣ ନିଯୋଗ ସହ ମନ୍ଦିର ଟ୍ରଷ୍ଟର ଆଲୋଚନା ବିଫଳ । ୭ ଦିନ ପାଇଁ ନୀତିକାନ୍ତି ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ବ୍ରାହ୍ମଣ ନିଯୋଗ । ଏହି ସମୟରେ ଉଭୟ ଲିଙ୍ଗରାଜ ଓ ରାମେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ ।

On the eve of #Mahashivratri, Shree Lingaraj Temple, decked up ...

କିନ୍ତୁ ଆଗାମୀ ୭ ଦିନ ଯାଏଁ ହୋଇପାରିବନାହିଁ । ତେବେ ଏହାର ବିକଳ୍ପର ବିକଳ୍ପ ବ୍ୟବସ୍ଥା ନେଇ ଅତ୍ୟନ୍ତ ଖାମଖିଆଲଭାବେ ମତ ରଖିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ସେ କହିଛନ୍ତି, ଯେଉଁ ରାଜା ତଥା ମନ୍ଦିର ନିର୍ମାତା ଏହି ନୀତିକାନ୍ତି ଆରମ୍ଭ କରିଥିଲେ ତାଙ୍କ ପାଖରେ  ଏହାର ବିକଳ୍ପ ଥିବ ।

ଅପରପକ୍ଷରେ ୭ ଦିନ ଯାଏଁ ନୀତିକନ୍ତି ବନ୍ଦ ହେବନି । ଆମେ ଆଉ ଥରେ ସେମାନଙ୍କ ସହ ଆଲୋଚନା କରିବୁ । କୋଭିଡ-୧୯ ପାଇଁ ଜାନିଯାତ୍ରା ବନ୍ଦ କରିବାକୁ କୁହାଯାଇଛି । ନୀତିକାନ୍ତି ନୁହେଁ । ପୁଣି ଥରେ ବିକଳ୍ପ ବ୍ୟବସ୍ଥା ନେଇ ଆଲୋଚନା କରିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସଦସ୍ୟ ତଥା ବିଏମ୍‌ସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ ।

ସୂଚନା ଯୋଗ୍ୟ ଆଜି ମହାପ୍ରଭୁଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କୋଭିଡ-୧୯ର ଭୟାବହତାକୁ ନଜରରେ ରଖି ଏହା ନକରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଅର୍ଥାତ ଗତକାଲି ଠାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।

କରୋନା ଭିତରେ ଆସିଲା ପାକିସ୍ତାନର ଘୃଣ୍ୟ ଚେହେରା: ହିନ୍ଦୁଙ୍କୁ ମିଳୁନି ରିଲିଫ୍, ଧର୍ମ ଦେଖି ସାହାଯ୍ୟ !

  • ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୦୦୦କୁ ବୃଦ୍ଧି
  • ସିନ୍ଧ୍ ଅଞ୍ଚଳରେ ଲକଡାଉନ ସମୟରେ ହିନ୍ଦୁଙ୍କୁ ମିଳୁନି ରିଲିଫ୍
  • ପ୍ରଶାସନ ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ଲୋକେ

ପାକିସ୍ତାନ: କରୋନା ଭାଇରସ ପାଇଁ ପାକିସ୍ତାନର ଅବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦୦କୁ ବୃଦ୍ଧି ପାଇଛି । ଇତି ମଧ୍ୟରେ ଲକଡାଉନ କାରଣରୁ ସିନ୍ଧ ଅଞ୍ଚଳରେ ଫସି ରହିଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ସେଠାରେ ରହୁଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ଅଭିଯୋଗ ଆଣିଛନ୍ତି ଯେ ସେମାନଙ୍କୁ ପ୍ରଶାସନ ଦ୍ୱାରା ରାସନ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ।

ଧର୍ମ ଦେଖି ରିଲିଫ୍ !

ରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରାୟ ସବୁ ଦେଶ ସକଡାଉନରେ କିନ୍ତୁ ପାକିସ୍ତାନର ସବୁ ଅଞ୍ଚଳରେ ଲକଡାଉନ ଲାଗୁ କରାଯାଇନାହିଁ । ସରକାର ନିଜ ମୁତାବକ ପାକିସ୍ତାନର କିଛି ଅଞ୍ଚଳରେ ଲକଡାଉନ ଜାରି କରିଛନ୍ତି । ଇତି ମଧ୍ୟରେ ସିନ୍ଧ୍ ଅଞ୍ଚଳରେ  ରହୁଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ପାତରଅନ୍ତର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି କହିଛନ୍ତି ଯେ, ‘ ଆମେ ବି ଏହି ଦେଶର ନାଗରିକ, ଆମର ବି ସୁବିଧା ବିଷୟରେ ସରକାର ଭାବିବା ଦରକାର । ଅନ୍ୟ ଲୋକମାନଙ୍କୁ ଯେଉଁ ସହାୟତା ମିଳୁଛି, ତାହା ଆମକୁ ମଧ୍ୟ ମିଳୁ । କରୋନା ସଙ୍କଟ ସମସ୍ତଙ୍କ ପାଇଁ, ଏଭଳି ପରିସ୍ଥତିରେ ହିନ୍ଦୁ ମୁସଲିମ ମଧ୍ୟରେ ଭେଦଭାବ ହେବା ଉଚିତ ନୁହେଁ ।’

ସୂଚନା ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦେଶକୁ ସମ୍ବୋଧନ କରି ଦେଶରେ ଲକଡାଉନ ଲାଗୁ କରାଯିବନି ବୋଲି ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଦେଶର କିଛି ପ୍ରଦେଶର ସରକାର ଲକଡାଉନ ଲାଗୁ କରାଇଥିଲେ । ଏହାପରେ ଲକଡାଉନ ହୋଇଥିବା ଅଞ୍ଚଳ ଗୁଡ଼ିକରେ ସରକାର ରାସନ ପ୍ରଭୃତି ଜିନିଷ ବାଣ୍ଟିଥିବା ସୂଚନା ମିଳିଥିଲା ।

ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଦୁର୍ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଛି  । କରୋନା ଭାଇରସ ପାଇଁ ପାକିସ୍ତାନରେ ସବୁଠୁ ଅଧିକ ସିନ୍ଧ ଏବଂ ପଞ୍ଜାବ ପ୍ରଦେଶର ଲୋକମାନେ ପ୍ରଭାବିତ ହୋଇଛନ୍ତି । ସିନ୍ଧରେ ବର୍ତ୍ତମାନ ସୁଦ୍ଧା ୬୦୦ ଏବଂ ପଞ୍ଜାବରେ ୭୦୦ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଅନ୍ୟପକ୍ଷରେ ପାକିସ୍ତାନରେ ମୃତ୍ୟୁ ସଂଖ୍ୟ ୨୬କୁ ବୃଦ୍ଧି ପାଇଛି  ।

୫୨ ଦିନ ମଧ୍ୟରେ ୪୦୩ ମାମଲା, ୭ ମୃତ୍ୟୁ କିନ୍ତୁ ୯ ଦିନ ମଧ୍ୟରେ ୧ ହଜାର ମାମଲା…୪୪ ମୃତ୍ୟୁ

ନୂଆଦିଲ୍ଲୀ: ଲକ୍ ଡାଉନ୍ କଣ ପାଇଁ ଜରୁରୀ ଜାଣିବା ପାଇଁ ଏହି ଗ୍ରାଫକୁ ଦେଖନ୍ତୁ ।  ପ୍ରଥମ ୫୨ ଦିନରେ କରୋନାର ସ୍ଥିତି କଣ ଥିଲା ଓ ତା’ପର ୯ ଦିନରେ କଣ ହେଲା ତାହା ଏହି ଗ୍ରାଫରୁ ଆପଣ ଜାଣି ପାରିବେ । ପ୍ରଥମକରି ଭାରତରେ କରୋନା ସଂକ୍ରମିତଙ୍କ ବାବଦରେ ଜଣା ପଡିବାର ୫୨ ଦିନ ଭିତରେ ଭାରତରେ ମୋଟ ୪୦୩ ମାମଲା ସାମ୍ନାକୁ ଆସିଥିଲା । ଏହି ୪୦୩ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ପରବର୍ତ୍ତି ୯ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରକେଟ୍ ଭଳି ଉପରକୁ ଉଠିଥିଲା । ଏହି ୯ ଦିନରେ ୧ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହି ୯ ଦିନରେ ୪୪ ଜଣଙ୍କ ଜୀବନ ନେଇଛି କରୋନା ।

ଦେଖନ୍ତୁ ଗ୍ରାଫ୍ :

ଦେଶରେ କରୋନାଭାଇରସ୍ କାରଣରୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସଂକ୍ରମଣରେ ଏଯାଏଁ ୫୧ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଦୋରରେ ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଇନ୍ଦୋରରେ ଚାରି ଜଣ ଏବଂ ଉଜ୍ଜୟନୀ ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏଥି ସହ ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏହି ମାମଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜିଲ୍ଲା ଗୋରଖପୁରର ଅଟେ। ସୋମବାର ବିଳମ୍ବିତ ରାତିରେ ବିଆରଡି ମେଡିକାଲ କଲେଜର ଭର୍ତ୍ତି ହୋଇଥିବା ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି।

ଏହାପୂର୍ବରୁ ମଙ୍ଗଳବାର ଦିନ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମଣ ମୃତ୍ୟୁର ପ୍ରଥମ ମାମଲା ମଙ୍ଗଳବାର ଦିନ ଚଣ୍ଡିଗଡ଼ରେ ହୋଇଛି। ଏଠାରେ ଜଣେ ୬୫ ବୟସ୍କଙ୍କ ମୃତ୍ୟୁ ହୋଇଥିଲା। ସେ ପଞ୍ଜାବ ପୋଲିସରୁ ଅବସର ନେଇଥିଲେ। ଏହି ସମୟରେ, କେରଳର ଥିରୁଅନନ୍ତପୁରମରେ  ୬୮ ବର୍ଷୀୟ କରୋନା-ପଜିଟିଭ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ କଲେଜ ଅଧିକାରୀଙ୍କ ଅନୁଯାୟୀ ତାଙ୍କ କିଡନୀ ଫେଲ ହୋଇସାରିଥିଲା । ଏମାନଙ୍କ ବ୍ୟତୀତ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷରେ ପଶ୍ଚିମବଙ୍ଗରେ ଜଣେ ଏବଂ ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ହାୱଡାରେ ଜଣେ ୪୮ ବର୍ଷ ବୟସ୍କା ମହିଳା କରୋନା ସଂକ୍ରମଣ ହେତୁ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ ଯେ, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରେ କରୋନା ପଜିଟିଭ ଜଣା ପଡିଥିଲା । ରାଜ୍ୟରେ କରୋନା କାରଣରୁ ଏହା ହେଉଛି ତୃତୀୟ ମୃତ୍ୟୁ।

ସେହିଭଳି ମହାରାଷ୍ଟ୍ରରରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ମାସ ୨୮ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାରେ  ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୭୫ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।  ସୋମବାର ଦିନ ଏହି ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମଧୁମେହ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କ ମୃତ୍ୟୁ ପରେ କରୋନା ପରୀକ୍ଷା କରାଯାଇଥିଲା ଏବଂ ମଙ୍ଗଳବାର ରାତିରେ କରୋନା ପଜିଟିଭ ରିପୋର୍ଟ ଆସିଥିଲା। ସମ୍ପ୍ରତି ୱର୍ଲି  ମୁମ୍ବାଇର କରୋନା ଏପିକ୍ ସେଣ୍ଟର ଭାବେ ଉଭା ହେଉଛି । ଏଠାରେ ଏପର୍ଯ୍ୟନ୍ତ ସର୍ବାଧିକ ୧୪ ଟି ସଂକ୍ରମଣ ହୋଇଥିବା ଜଣାପଡିଛି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଛି।

 

 

ଭିଭୋ ଲଞ୍ଚ କଲା ୫ଜି ଫୋନ୍, ଜାଣନ୍ତୁ ଫିଚର୍ସ

ଭିଭୋ ଏସ୍ ୬ (Vivo S6) ଆନୁଷ୍ଠାନିକ ଭାବରେ ଚାଇନାରେ ଲଞ୍ଚ କରାଯାଇଛି  । ଏଥିରେ ଏକ୍ସିନୋସ୍ (Exynos) ପ୍ରୋସେସର୍ ଏବଂ କ୍ୱାଡ୍ କ୍ୟାମେରା ସେଟଅପ୍ ରହିଛି । ଏହି ଫୋନରେ ୱାଟରଡ୍ରପ୍ ନଚ୍ ଡିସପ୍ଲେ ରହିଛି ଓ ୪,୫୦୦ ଏଏଚ୍ ର ପାୱାରଫୁଲ ବ୍ୟାଟେରୀ ଅଛି । ଭିଭୋ S6 ରେ ଅନେକ ଭଲ ଭଲ ଫିଚର୍ସ ରହିଛି । ଏଥିରେ ୫ଜି ସପୋର୍ଟ ଏବଂ ୪୮ଏମ୍ ପିର ପ୍ରାଇମେରୀ କ୍ୟାମେରା ରହିଛି ।

ଭିଭୋ S6 ର ଚାଇନାରେ CNY 2, ୬୯୮ ପାଖାପାଖି୨୮,୭୦୦ ଟଙ୍କା ରହିଛି। ଏହା ୮ ଜିବି + ୧୨୮ ଜିବି ଷ୍ଟୋରେଜ୍ ଭାରିଏଣ୍ଟ ଅଟେ  । ଏଥି ସହିତ, ୮ ଜିବି + ୨୫୬ ଜିବି ର ମୂଲ୍ୟ CNY ୨୯୯୮ ପାଖାପାଖି ୩୧,୯୦୦ ଟଙ୍କା ରଖାଯାଇଛି । ଚାଇନାରେ ଏହାର ବିକ୍ରି ଏପ୍ରିଲ ମାସ ୩ ତାରିଖରୁ ଆରମ୍ଭ ହେବ । ଗ୍ରାହକଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ଜାଜ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ ।

ଡୁଆଲ୍-ସିମ୍ ନାନୋ ସପୋର୍ଟ ଭାଭା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ବେସ୍ଡ FunTouch OS ୧୦ରେ ଚାଲିଥାଏ ଏବଂ ଏଥିରେ ୬.୪୪-ଇଞ୍ଚ ଫୁଲ୍- ଏଚଡି + (୧,୦୮୦x୨,୪୦୦ ପିକ୍ସେଲ) AMOLED ଡିସପ୍ଲେ ଦିଆଯାଇଛି । ଏହି ଫୋନରେ ୨.୨୬GHz Exynos ୯୮୦ ଅକ୍ଟା-କୋର ପ୍ରୋସେସର ସହିତ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ ମେମୋରୀ ରହିଛି ।

ଫଟୋଗ୍ରାଫି ପାଇଁ, ଏହି ସ୍ମାର୍ଟଫୋନରେ ୪୮ ଏମପି କ୍ୟାମେରା, ୮ ଏମପି ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, ୨ଏମପି ମୈକ୍ରୋ କ୍ୟାମେରା ଏବଂ ୨ଏମପି ଡପ୍ଥ କ୍ୟାମେରା ଦିଆଯାଇଛି  । ଏହି ସ୍ମାର୍ଟଫୋନ୍ ୪କେ ଭିଡିଓ ରେକର୍ଡିଂକୁ ମଧ୍ୟ ସପୋର୍ଟ କରିବ । ଆଗରେ ସେଲଫି ପାଇଁ ୩୨ ଏମପି କ୍ୟାମେରା ରହିଛି ।

ଭିଭୋ S6 ରେ ୪୫୦୦ ଏମଏଚ୍ ବ୍ୟାଟେରୀ ରହିଛି । ଏଥିରେ୧୮ W ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ୫ଜି ସପୋର୍ଟ , ୩.୫ ଏମଏମ ଅଡିଓ ଜ୍ୟାକ୍, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ବ୍ଲୁଟୁଥ୍ v୫.୧ ଅଛି । ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି  ।

 

ଭଲ ଖବର: ପୁରୁଣା କରୋନା ରୋଗୀଙ୍କ ରକ୍ତ ସାହାଯ୍ୟରେ ହେଉଛି ନୂଆ ସଂକ୍ରମିତଙ୍କ ସଫଳ ଚିକିତ୍ସା

ଚୀନ: କରୋନା ଭାଇରସର ଭୟାବହତା ମଧ୍ୟରେ ଲୋକଙ୍କୁ ଅଳ୍ପ ଆଶ୍ୱସ୍ତି ମିଳିଛି । କରୋନା ଭାଇରାସ ଦ୍ୱାରା ସଂକ୍ରମିତ ୫ ଗମ୍ଭୀର ରୋଗୀଙ୍କୁ ପୁରୁଣା ସଂକ୍ରମିତଙ୍କ ରକ୍ତ ଦ୍ୱାରା ଚିକିତ୍ସା କରାଯାଇଛି । ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଅଛି ।  ଚିକିତ୍ସାର ଏହି ଉପାୟକୁ ଚୀନର ଏକ ଡାକ୍ତରଖାନାରେ ପ୍ରୟୋଗ କରାଯାଇଛି । ତିନି ଜଣ ରୋଗୀ ଡାକ୍ତରଙ୍କ ଏଭଳି ପ୍ରୟୋଗ ଦ୍ୱାରା ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ଅନ୍ୟ ଦୁଇ ଜଣ ରୋଗୀ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ  ଅବସ୍ଥା ପୂର୍ବାପେକ୍ଷା ଭଲଥିବା ସୂଚନା ମିଳିଛି ।

ଏହି ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁସାରେ ପୁରୁଣା କରୋନା ରୋଗୀଙ୍କ ରକ୍ତ ଦ୍ୱାରା କରାଯାଉଥିବା ଏହି  ଚିକିତ୍ସାରେ ଅନେକ ରୋଗୀ ଠିକ ହୋଇପାରିବେ । ଏହି ଖବର ପ୍ରଥମେ ଡେଲିମେଲ ୱେବସାଇଟରେ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଆଶ୍ୱସ୍ତି ଆସିଥିବା ଦେଖିବାକୁ ମିଳିଛି ।

ଚୀନର ଶେନଝେନ ଥର୍ଡ ପିପୁଲ୍ସ ହସ୍ପିଟାଲ  ଚିକିତ୍ସାର ଏହି ଉପାୟ ବାବଦରେ ୨୭ ମାର୍ଚ୍ଚ ଦିନ ରିପୋର୍ଟ ଦେଇଥିଲା । ହସ୍ପିଟାଲ ମ୍ୟାନେଜମେଣ୍ଟଙ୍କ ସୂଚନା ଅନୁଯାୟୀ, ଯେଉଁ ୫ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପୁରୁଣା କରୋନା ସଂକ୍ରମିତ ରୋଗୀଙ୍କ ରକ୍ତ ଦ୍ୱାରା କରାଯାଇଥିଲା ସେମାନଙ୍କ ବୟସ ୩୬ ବର୍ଷରୁ ୭୩ ବର୍ଷ ମଧ୍ୟରେ ଥିଲା ।

ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କୁ ଚିକିତ୍ସା କରିବାର ଏହି ପ୍ରଣାଳୀକୁ ବୈଜ୍ଞାନିକ ମାନେ Covalent plasma  ବୋଲି କହିଛନ୍ତି । ଏହି ପ୍ରଣାଳୀରେ ପୂର୍ବରୁ ଅନେକ ରୋଗ ଠିକ କରାଯାଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତ ।  ଏହି ପ୍ରଣାଳୀରେ ନୂଆ ଗୋରୀଙ୍କ ରକ୍ତରେ ପୁରୁଣା ରୋଗୀଙ୍କ ରକ୍ତ ମିଶାଇ ପ୍ରତିରୋଧକ ଶକ୍ତିକୁ ବଢ଼ାଯାଇଥାଏ ।

ଏହି ପ୍ରଣାଳୀ ଦ୍ୱାରା ରକ୍ତରେ ଭାଇରସ ସହ ଲଢ଼ିବା ପାଇଁ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥାଏ । ଏହି ଆଣ୍ଟିବଡ଼ି ଭାଇରସ ସହ ଲଢ଼ି ସେମାନଙ୍କୁ ମାରି ଦେଇଥାଏ ବା ଶରୀରରେ ଭାଇରସକୁ ବଢ଼ିବାକୁ ଦେଇନଥାଏ ।  ସେନଝେନ ଥର୍ଡ ପିପୁଲ୍ସ ହସ୍ପିଟାଲରେ ସଂକ୍ରମିତ ରୋଗ ଗୁଡ଼ିକର ଅଧ୍ୟୟନ ପାଇଁ ଜାତୀୟ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ମଧ୍ୟ ରହିଛି ।

୧୨ ଦିନପୂର୍ବରୁ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ ଜଣ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ପୁରୁଷ ଏବଂ ୨ ଜଣ ମହିଳା ଥିଲେ । ସେନଝେନ ହସ୍ପିଟାଲର ଡାକ୍ତରମାନେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ସାହାଯ୍ୟରେ ନୂଆ ରୋଗୀଙ୍କ ଚିକିତ୍ସା କରିଥିଲେ ।