spot_img
Home Blog Page 7259

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

ନୂଆଦିଲ୍ଲୀ: ଲକଡାଉନ୍ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନଙ୍କ ମତାମତ ଜାଣିଥିଲେ । ଏହି ସମୟରେ ସେ କୋରନା ବିରୋଧରେ ଏକାଠି ଲଢେଇ ଲଢାଯିବ ବୋଲି କହିଥିଲେ । ସେ ମଧ୍ୟ ୨୪ ଘଣ୍ଟା ମୁଖ୍ୟମନ୍ତ୍ରୀଙ୍କ ମତାମତ ଶୁଣିବାକୁ ଉପଲବ୍ଧ ବୋଲି କହିଛନ୍ତି ।  ସେ କହିଥିଲେ ଯେ, ‘ ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି । କୌଣସି ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମୋ ସହ କଥା ହୋଇପାରିବେ ।

ଆଲୋଚନା କାଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେଜେଣ୍ଟେସନ୍ ଦିଆଯାଇଥିଲା । ଏହା ପରେ ଜଣକ ପରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ମତାମତ ରଖିଥିଲେ ।

କେନ୍ଦ୍ର ସରକାର ଚଳିତ ସପ୍ତାହରେ ଲୋକଙ୍କୁ ଘର ତିଆରି ମାସ୍କ ପିନ୍ଧିବାକୁ ଉପେଦଶ ଦେଇଥିଲେ । କେନ୍ଦ୍ର ତରଫରୁ ଦୁଇ ସେଟ୍ ଘରେ ତିଆରି ମାସ୍କ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ ନିଜ ହାତତିଆରି ମାସ୍କ ପିନ୍ଧି ଲୋକଙ୍କୁ ସେହି ସନ୍ଦେଶ ଦେଇଛନ୍ତି ।

 

କେଜ୍ରିୱାଲ କହିଲେ ଲକଡାଉନ୍ ବଢାଯାଉ

ଓଡ଼ିଶା ଓ ପଂଜାବ ଭଳି ରାଜ୍ୟ ନିଜ ପ୍ରଦେଶରେ ଲକଡାଉନ୍ ଅବଧି ବଢାଇ ସାରିଥିବା ବେଳେ ବାକି ରାଜ୍ୟଙ୍କ ମଧ୍ୟରୁ ଅନେକ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଲକଡାଉନକୁ ଅତିକମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,ଲକଡାଉନ୍ ବଢାଇବା ନେଇ ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯିବା ହିଁ ଠିକ୍ ହେବ । କାରଣ ରାଜ୍ୟ ସ୍ତରରେ ଏହି ନିଷ୍ପତ୍ତି ନିଆଗଲେ ପ୍ରଭାବି ହେବ ନାହିଁ । ଯଦି ବି ଲକଡାଉନ୍ ଉଠାଯାଏ ତେବେ ପରିବହନ (ରେଳ,ସଡକ ଓ ବିମାନ) ସେବାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ଦାବି କରିଛନ୍ତି । 

 

 କଣ ଲକଡାଉନ୍ ଅବଧି ବଢିବ ? ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଅଧିକ ହୋଇସାରିଲାଣି । କରୋନାର ମୁକାବିଲା କରିବା ପାଇଁ ଦେଶରେ ୨୧ ଦିନର ଲକଡାଉନ୍ ଲାଗିଛି ।  ତେବେ ଲକଡାଉନ୍ ବଢିବ କି ନାହିଁ ତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଷ୍ପତି ନେବେ । ଏନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଚାଲିଛି

କରୋନା ସଂକଟକୁ ଦେଖି ଦେଶବ୍ୟାପି ମାର୍ଚ୍ଚ ୨୪ ତାରିଖ ଦିନ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା ହୋଇଥିଲା । ୧୪ ତାରିଖରେ ଏହି ଲକଡାଉନ୍ ଅବଧି ସରିବାକୁ ଯାଉଛି । ତେବେ କିଛି ରାଜ୍ୟ ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଅଛନ୍ତି । ଏପରିକି ଓଡ଼ିଶା ଭଳି ରାଜ୍ୟ ଲକଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ସାରିଛି । ଓଡ଼ିଶା ପରେ ପଂଜାବ ଦେଶ ଦ୍ୱିତୀୟ ରାଜ୍ୟ ଭାବେ ମେ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢାଇଛି ।

ଆଜିର ଆଲୋଚନା ପରେ ଦେଶବ୍ୟାପି ଲକଡାଉନକୁ ବଢାଯାଉଛି କି ନାହିଁ ତାହା ଜଣା ପଡିବ ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’ । ଅଭାବୀ ଲୋକଙ୍କ ମୁହଁରେ ହସ ପୁଟାଇବାକୁ ପ୍ରୟାସ । ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍ ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’ । ଅଭାବୀ ଲୋକଙ୍କ ମୁହଁରେ ହସ ପୁଟାଇବାକୁ ପ୍ରୟାସ । ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍‌ ।

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୮୫୯ ନୂଆ ମାମଲା । କେବଳ ଦିଲ୍ଲୀରେ ୧୮୩ ନୂଆ ପଜିଟିଭ ମହାରାଷ୍ଟ୍ର ପରେ ଦିଲ୍ଲୀ ଓ ତାମିଲନାଡୁରେ ହଜାରେ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା ।

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୮୫୯ ନୂଆ ମାମଲା । କେବଳ ଦିଲ୍ଲୀରେ ୧୮୩ ନୂଆ ପଜିଟିଭ ମହାରାଷ୍ଟ୍ର ପରେ ଦିଲ୍ଲୀ ଓ ତାମିଲନାଡୁରେ ହଜାରେ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା ।

ବିଶ୍ୱରେ ୧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା । ୧୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ । ଆମେରିକାରେ ସର୍ବାଧିକ ମୃତ ଓ ଆକ୍ରାନ୍ତ । ସ୍ପେନ ଓ ଇଟାଲୀରେ କୋଭିଡ୍-୧୯ ତାଣ୍ଡବ ଜାରି ।

ବିଶ୍ୱରେ ୧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା । ୧୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ । ଆମେରିକାରେ ସର୍ବାଧିକ ମୃତ ଓ ଆକ୍ରାନ୍ତ । ସ୍ପେନ ଓ ଇଟାଲୀରେ କୋଭିଡ୍‌-୧୯ ତାଣ୍ଡବ ଜାରି ।

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଓଡ଼ିଶାରେ ୫୦ ଛୁଇଁଲା କରୋନା ରୋଗୀଙ୍କ ସଂଖ୍ୟା । ସେପଟେ ସୁସ୍ଥ ହେଲେ ଆଉ ୧୦ଜଣ କରୋନା ଆକ୍ରାନ୍ତ । ଏବେବି ୩୭ଟି ଆକ୍ଟିଭ କେସ୍ ।

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଓଡ଼ିଶାରେ ୫୦ ଛୁଇଁଲା କରୋନା ରୋଗୀଙ୍କ ସଂଖ୍ୟା । ସେପଟେ ସୁସ୍ଥ ହେଲେ ଆଉ ୧୦ଜଣ କରୋନା ଆକ୍ରାନ୍ତ । ଏବେବି ୩୭ଟି ଆକ୍ଟିଭ କେସ୍‌ ।

ବଢିବକି ଦେଶରେ ଲକ୍‌ ଡାଉନ୍‌ ଅବଧି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିରେ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ହେବ ଆଲୋଚନା । ଏପଟେ ଓଡ଼ିଶା ପରେ ପଞ୍ଜାବ ବଢାଇଲା ଲକ୍‌ଡାଉନ ସମୟ ।

ବଢିବକି ଦେଶରେ ଲକ୍‌ ଡାଉନ୍‌ ଅବଧି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିରେ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ହେବ ଆଲୋଚନା । ଏପଟେ ଓଡ଼ିଶା ପରେ ପଞ୍ଜାବ ବଢାଇଲା ଲକ୍‌ଡାଉନ ସମୟ ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ସମଗ୍ର ଦେଶ ସହ ରାଜ୍ୟ ମଧ୍ୟ କରୋନା ଆତଙ୍କ କାରଣରୁ ଲକଡାଉନ୍ ଭିତରେ ଅଛି । ଚଲିତ ମାସ ତଥା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲକଡାଉନ୍‌ ଘୋଷଣା କରାଯାଇଛି । ରାଜ୍ୟରେ ଲକଡାଉନ୍ ଅନେକ ପରିବାରର ଜୀବନଯାପନ ଉପରେ ଖରାପ ପ୍ରଭାବ ପକାଇଛି । ତେବେ ଏହି ଲକଡାଉନ୍ ସମୟରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରିବ ଅସହାୟ ଯିଏ ଦିନକୁ ଖଟିଲେ ହିଁ ତାଙ୍କ ପେଟକୁ ଦାନା ଯାଏ ସେଭଳି ଲୋକମାନେ ମଧ୍ୟ ଅନେକ କଷ୍ଟ ପାଉଛନ୍ତି ।

ଜୀବନ ପାଇଁ  ଲକଡାଉନ ଲକଡାଉନ୍ ଲାଗିଥିବା ବେଳେ ଜୀବିକା ପାଇଁ ଏହା ଭାରି ପଡିଛି । ଲକଡାଉନ୍ ଦିନମଜୁରିଆଙ୍କ ପାଇଁ କାଳ ସାଜିଛି । ଠପ୍‌ ହୋଇପଡ଼ିଛି ଜନଜୀବନ, ଅଭାବ ଅନଟନରେ ନିରାଶ୍ରୟ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ନିଜର ଦାୟିତ୍ବବୋଧ ତୁଲାଇବା ପାଇଁ ନିରାଶ୍ରୟ ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି ।  ଭୁବନେଶ୍ବର ସ୍ଥିତ ଭରତପୁର ଅଞ୍ଚଳର ଅଭାବୀ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛି ଏହି ଚ୍ୟାନେଲ । ନନ୍ଧିଘୋଷ ଟିଭିର ଏ ଅଭିଯାନରେ ସହଯୋଗ କରିଛନ୍ତି ବରମୁଣ୍ଡାର ଗଙ୍ଗାଧର ସାହୁ ।  ବୃଦ୍ଧବୃଦ୍ଧା, ଅସହାୟ, ନିରାଶ୍ରୟ, ଅସୁସ୍ଥ ଶ୍ରମିକ ଓ ଅନାଥ ଆଶ୍ରମରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି ଅବସରରରେ ନନ୍ଦିଘୋଷ ଟିଭିର ସିଇଓ ଜବର ସିଂହ ପନୱାର, ସଂପାଦକ ଶିଶିରଭଟ୍ଟ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

୧୦୦ ଜଣ ମେଡିକାଲ କର୍ମଚାରୀଙ୍କୁ କରୋନା, ଜାଣନ୍ତୁ କେଉଁଠି

ସର୍ବାଧିକ କରୋନା ସଂକ୍ରମିତ ରୋଗୀଙ୍କ ସହ ମୁମ୍ବାଇ ଦ୍ୱିତୀୟ ସଙ୍କଟ ଆଡ଼କୁ ଗତି କରୁଛି। ମେଡିକାଲ କର୍ମଚାରୀ ଏବଂ ହସ୍ପିଟାଲର ନର୍ସମାନେ କରୋନା ପଜିଟିଭ୍ ଆସିବା ପରେ ମୁମ୍ବାଇର ଅନେକ ବଡ଼ ବଡ଼ ଘରୋଇ ଡାକ୍ତରଖାନା ବନ୍ଦ ହୋଇଯାଉଛି । ଶୁକ୍ରବାର ସରକାରୀ ଡାକ୍ତରଖାନାର ୧୯ ଜଣ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ସଂକ୍ରମିତ ଡାକ୍ତରୀ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୦୦ କୁ ବୃଦ୍ଧି ପାଇଛି।

ମୁମ୍ବାଇର ଘରୋଇ ଡାକ୍ତରଖାନାଗୁଡ଼ିକୁ ତୁରନ୍ତ ସୁରକ୍ଷା କିଟ୍, ଅତିରିକ୍ତ ବେତନ ଏବଂ ପରିବହନ ଯୋଗାଇବାକୁ କୁହାଯାଇଛି କାରଣ କରୋନା ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ଭାଟିଆ ହସ୍ପିଟାଲର ୧୪ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ନର୍ସ, ଦୁଇଜଣ ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ସମେତ ପଜିଟିଭ୍ ବାହାରିଛି। ଏହା ପରେ ଡାକ୍ତରଖାନାକୁ ସିଲ୍ କରାଯାଇଥିଲା।

ଦାଦରର ଶୁଶ୍ରୁଷା ଡାକ୍ତରଖାନାର ଦୁଇଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଯାହା ପରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ସମସ୍ତ ରୋଗୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁମ୍ବାଇର ଜସଲୋକ, ୱୋକାର୍ଡ ଏବଂ ଭାଟିଆ ଡାକ୍ତରଖାନା ଭଳି ପ୍ରମୁଖ ଡାକ୍ତରଖାନାକୁ ସିଲ୍ କରାଯାଇଛି। ଏହି କାରଣରୁ ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ପ୍ରୋଟୋକଲ ଉପରେ ପ୍ରଶ୍ନ ଉଠିଛି।

୨୪ ଘଣ୍ଟାରେ ଦେଶରେ କରୋନା ନେଲା ୪୦ ଜୀବନ, ବିଗୁଡୁଛି ସ୍ଥିତି

ଭାରତରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩୫ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୪୦ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଦିନ ସମଗ୍ର ଦେଶରେ ୮୫୯ ଟି କରୋନା ମାମଲା ରୁଜୁ ହୋଇଥିଲା। ଏହି ପରିସଂଖ୍ୟାନ ବର୍ତ୍ତମାନ କରୋନା ଷ୍ଟେଜ୍ ୩ କୁ ନେଇ ଆଶଙ୍କା ସୃଷ୍ଟି କରୁଛି। ଦେଶରେ ବର୍ତ୍ତମାନ ୭,୪୪୭ ନିଶ୍ଚିତ ମାମଲା ଅଛି ଯେଉଁଥିରେ ୬,୬୬୫ ସକ୍ରିୟ ଅଛନ୍ତି ।

ଭାରତରେ କରୋନା ମାମଲା ଶୁକ୍ରବାର ଦିନ ଏକ ନୂତନ ସ୍ଥରରେ ପହଞ୍ଚିଛି। ଗୁରୁବାର, ଯେଉଁଠାରେ କରୋନା ମାମଲା ଗୋଟିଏ ଦିନରେ ପ୍ରଥମ ଥର ପାଇଁ ସାତ ଶହ ମାର୍କ ଅତିକ୍ରମ କରିଛି। ଏଥି ସହିତ ଶୁକ୍ରବାର ଦିନ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ସାଢ଼େ ୭ ହଜାରରେ ପହଞ୍ଚିଛି।

ଦେଶବ୍ୟାପୀ ଲକଡାଉନ ହଟାଇବା ଉପରେ ଆଜି ନିଷ୍ପତ୍ତି ନିଆଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ବୁଧବାର ସମସ୍ତ ଦଳର ପ୍ରତିନିଧୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ପ୍ରଯୁଜ୍ୟ ଲକଡାଉନ୍ ସମୟସୀମା ପରିବର୍ତ୍ତନ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ସେ ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି।