spot_img
Home Blog Page 7186

ବଲାଙ୍ଗିର ପାଟଣାଗଡ଼ରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ, ୨ ମୃତ ଜଣେ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ ତମିଆ ମୁଦଲସରରେ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିଛି । ବ୍ରିଜ୍‌ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ସୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିଛି। ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ବ୍ରିଜ ଭୁଶୁଡ଼ିଥିବା ଜଣାପଡିଛି। ପୂର୍ବରୁ ନିମ୍ନମାନର କାମ ନେଇ ଅଭିଯୋଗ ହୋଇଥିଲା।

ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ

ବିଟ୍ରେନ୍ : ବିଶ୍ୱର ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ କରୋନାଭାଇରସ୍ ବିରୁଦ୍ଧରେ ଲଢ଼ିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଜଡିତ ଅଛନ୍ତି । ତେବେ ଅନେକ ଦେଶ ଟିକା ପ୍ରସ୍ତୁତ କରି ଦେବା ପାଇଁ ଦାବି କରିଛନ୍ତି । ତଥାପି, ବଜାରକୁ ଆସିବା ପୂର୍ବରୁ ଏହି ଟିକାକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ । ତାପରେ ଏହା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଖୁବ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟର ଜେନେର୍ ଇନଷ୍ଟିଚ୍ୟୁଟ୍ କରୋନା ଭ୍ୟାକ୍ସିନ୍ ର ମାନବ ପରୀକ୍ଷା ଆରମ୍ଭ କରିଛି ।

ମେ ମାସ ଶେଷ ସୁଦ୍ଧା ୬,୦୦୦ ରୁ ଅଧିକ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରିବାକୁ ଅନୁଷ୍ଠାନ ଚାହୁଁଛି । ଏଥିପାଇଁ ବ୍ରିଟିଶ ସରକାର ଏହି ଅନୁଷ୍ଠାନକୁ ୨୦୦ ମିଲିୟନ୍ (୧୮୦ କୋଟି ଟଙ୍କା) ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ, ଅନୁଷ୍ଠାନର ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡ଼ ଉପରେ ଏକ ଟିକା ପରୀକ୍ଷା ଫଳାଫଳ ମଧ୍ୟ ଆସିଛି । ଭ୍ୟାକ୍ସିନ୍ ‘ChAdOx1 nCoV-19’ ମାଙ୍କଡମାନଙ୍କୁ କରୋନା ଜୀବାଣୁ ସହ ଲଢ଼େଇ କରିବାରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି ।

କରୋନାଭାଇରସ୍ ଭ୍ୟାକ୍ସିନ୍ କରିବାକୁ ଦାବି କରୁଥିବା ଅଧିକାଂଶ ଦେଶ ଛୋଟ ଛୋଟ ପରୀକ୍ଷଣ କରୁଛନ୍ତି। ଅନ୍ୟପଟେ ଅକ୍ସଫୋର୍ଡ ୟୁନିଭରସିଟି ମେ’ ମାସ ଶେଷ ସୁଦ୍ଧା ହଜାର ହଜାର ମାନବଙ୍କ ଉପରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନ ଟିକା ପ୍ରସ୍ତୁତ କରିବା ଦୌଡ଼ରେ ଆଗରେ ରହିଛି । ସେହିଭଳି ରିପୋର୍ଟରେ କୁହାଯାଇଛି ଯେ ଅକ୍ସଫୋର୍ଡ ନିର୍ମିତ ଟିକା ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡମାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ସୂଚନା ଅନୁସାରେ, ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ମୋଣ୍ଟାନାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରକି ମାଉଣ୍ଟେନ୍ ଲ୍ୟାବ୍ ରେ ୬ଟି ମାଙ୍କଡ ଉପରେ ଏହାର ଟିକା ପରୀକ୍ଷା କରିଥିଲା। ଏହା ପରେ ମାଙ୍କଡ଼ମାନଙ୍କୁ କରୋନା ଭାଇରସ ସଂସ୍ପର୍ଶରେ ଅଣାଯାଇଥିଲା । ଅର୍ଥାତ୍ ସେମାନଙ୍କୁ ବହୁ ପରିମାଣରେ କରୋନା ଜୀବାଣୁ ଦିଆଯାଇଥିଲା । ଅନ୍ୟ କେତେକ ମାଙ୍କଡ଼ ମଧ୍ୟ କରୋନା ଜୀବାଣୁ ସଂସ୍ପର୍ଶରେ ଆସିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଟିକା ଦିଆଯାଉଥିବା ମାଙ୍କଡ଼ମାନେ ପ୍ରାୟ ଚାରି ସପ୍ତାହ ପରେ ମଧ୍ୟ ସୁସ୍ଥ ଥିଲେ ।

ଭଦ୍ରକରେ ଆଜିଠୁ ଆରମ୍ଭ ହେବ ଗୃହ ନିର୍ମାଣ କାର୍ଯ୍ୟ, ସକାଳ ୬ରୁ ସଂଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ

ଭଦ୍ରକ: ଭଦ୍ରକରେ ଆଜିଠୁ ଆରମ୍ଭ ହେବ ଘର ନିର୍ମାଣ କାମ । ରଡ୍‌, ସିମେଣ୍ଟ, ଇଟା, ବାଲି ବିକ୍ରି କରିପାରିବେ ଦୋକାନୀ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ତେବେ ବାସୁଦେବପୁର, ଚାନ୍ଦବାଲି, ଧାମନଗର ପୌରାଞ୍ଚଳରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ । ସେପଟେ ଏସି, କମ୍ପ୍ୟୁଟର, ଇଲେକ୍‌ଟ୍ରି, ପାଣି ପାଇପ ମେକାନିକ୍‌ ଘରକୁ ଘର ବୁଲି କାମ କରିପାରିବେ ।

ସେପଟେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲା ହୋଇଛି କରୋନା ହଟ୍‌ସ୍ପଟ୍‌ । ୨୧ ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ୩୨ ପଞ୍ଚାୟତକୁ ସର୍ଭେଲାନ୍‌ସ ଜୋନ୍‌ ଭାବେ ଚିହ୍ନଟ କରି କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।

ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖି ସେମାନଙ୍କ ନମୁନା ସଂଗ୍ରହ କରାଯାଉଛି। ସ୍ୱାସ୍ଥ୍ୟାବସ୍ଥା ସ୍ଥିତି ଅନୁଧ୍ୟାନ ପାଇଁ ଆକାଶରେ ଡ୍ରୋନ୍‌ କ୍ୟାମେରା ବୁଲାଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ର କିଛି ଅଞ୍ଚଳରେ ଗତକାଲି ସାନିଟାଇଜେସନ୍‌ କରାଯାଇଥିଲା ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

 

କଣ ପାଇଁ ଇରଫାନଙ୍କ ବାପା କହୁଥିଲେ, ପଠାଣ ଘରେ ଜନ୍ମ ହୋଇଛି ବ୍ରାହ୍ମଣ ?

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ ଖାନଙ୍କର ଆଜି ଦେହାନ୍ତ ହୋଇଛି । ଇରଫାନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ସେ ନିଜ ଅଭିନୟ ପାଇଁ ଚର୍ଚ୍ଚିତ । ଇରଫାନ୍ ଗତ କିଛି ବର୍ଷ ମଧ୍ୟରେ ସୁପରଷ୍ଟାରଡମ୍ ହାସଲ କରିବାରେ  ସଫଳ ହୋଇଛନ୍ତି। ପ୍ରତିଭାଶାଳୀ ଇରଫାନ୍ ଆଜି ଏହି ଦୁନିଆରୁ ବିଦାୟ ନେଇଛନ୍ତି ସତ । ହେଲେ ତାଙ୍କ ଅତୁଳନୀୟ ଚରିତ୍ର ସର୍ବଦା ଜୀବିତ ରହିବ । ଇଫାନ ନିଜ ଅଭିନୟ ଯୋଗୁଁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଅନେକ ଦମଦାର ଫିଲ୍ମ କରି ସେ ଦର୍ଶକଙ୍କ ଦିଲରେ ରାଜ କରିଆସିଥିଲେ । ଏବେ ସେ ଦର୍ଶକଙ୍କ ଗହଣରେ ନାହାନ୍ତି ସତ ହେଲେ ସେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବେ । ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ ଇରପାନ । ଖୁବ ସଂଘର୍ଷ କରିବା ପରେ ସେ ବଲିଉଡରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ । ଇରଫାନଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଥାନ୍ତି ।

ତେବେ ଆଚମ୍ବିତର କଥା ଏହା ଯେ, ଇରଫାନ ପଠାଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜଣେ ଶୁଦ୍ଧ ଶାକାହାରୀ ଥିଲେ । ଇରଫାନ ଖାନଙ୍କ ପୁରା ନାଁ ହେଉଛି ସାହବାଜାଦେ ଇରଫାନ ଅଲି ଖାନ । ସେ ଏକ ପଠାଣ  ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଜାଗିରଦାର ଖାନ ଥିଲା । ସେ ଟାୟାର ବ୍ୟବସାୟ କରୁଥିଲେ । ସେ କହିଥିଲେ ଯେ, ମୁସଲିମ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଇରଫାନ୍ ମାଂସ କିମ୍ବା ଅନ୍ୟାନ ଆମିଶ ଖାଦ୍ୟ ଖାଇ ନଥିଲେ । ଏବଂ ପିଲାଦିନରୁ ଇରଫାନ ଶାକାହାରୀ ଥିଲେ। ଏହି କାରଣରୁ ତାଙ୍କ ପିତା ଇରଫାନଙ୍କୁ ଥଟ୍ଟା କରି କହିଥଲେ ଯେ ପଠାଣ ପରିବାରରେ ଜଣେ ବ୍ରାହ୍ମଣ ଜନ୍ମ ହୋଇଛି ।

ଇରଫାନଙ୍କ ପିତା ତାଙ୍କୁ ଶିକାରରେ ମଧ୍ୟ ନେଇ ଯାଉଥିଲେ। ଜଙ୍ଗଲର ପରିବେଶ ତାଙ୍କୁ ଖୁବ ଭଲ ଲାଗୁଥିଲା । ହେଲେ ନିରୀହ ପଶୁମାନଙ୍କୁ ଶିକାର କରାଯିବା ଇରଫାନଙ୍କୁ କେବେ ପସନ୍ଦ ନଥିଲା । ଇରଫାନ୍ ସେହି ପଶୁମାନଙ୍କ ବିଷୟରେ ଅନେକ ଭାବୁଥିଲେ । ସେମାନେ ମରିବାପରେ ତାଙ୍କ ପରିବାର ସହିତ କ’ଣ ହେବ ବୋଲି ଭାବୁଥିଲେ? ଇରଫାନ ରାଇଫଲ୍ ଚଳାଇବା ମଧ୍ୟ ଜାଣିଥିଲେ ।  କିନ୍ତୁ କେବେ ନିଜେ ଶିକାର କରିନଥିଲେ ।

ସୂଚନାଯୋଗ୍ୟ ଯେ, ଇରଫାନଙ୍କର ଏନଏସଡିରେ ଆଡମିଶନ ହେବାର କିଛି ସମୟ ପରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ​​ତା’ ପରଠୁ  ଘରୁ ଟଙ୍କା ଆସିବା ବନ୍ଦ ହୋଇଯାଇଥିଲା। ସେ NSD ରୁ ଫେଲୋସିପ୍ ମାଧ୍ୟମରେ ନିଜ ପାଠପଢା ଶେଷ କରିଥିଲେ । ସେହି କଠିନ ଅବସ୍ଥାରେ, ଇରଫାନଙ୍କ ବନ୍ଧୁ ସୂତାପା ସିକନ୍ଦର ତାଙ୍କୁ ଅନେକ ସମର୍ଥନ କରିଥିଲେ । ୧୯୯୫ ମସିହା ଫେବୃଆରୀ ମାସ ୨୩ ତାରିଖରେ, ଉଭୟ ବିବାହ କରିଥିଲେ । ଇରଫାନ୍ ପିକୁ, ଲାଇଫ୍ ଅଫ୍ ପାଇ, ଦି ନେମେସେକ୍, ସ୍ଲମଡଗ୍ ମିଲିଅନାରି, ପାନ୍ ସିଂ ତୋମାର, ହାସିଲ , ଲାଇଫ୍ ଇନ ମେଟ୍ରୋ, ତଲୱାର୍, ମକବୁଲ୍, ୟେ ସାଲି ଜିନ୍ଦେଗୀ, ହାଇଦର ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ କାମ କରିଛନ୍ତି।

ରାଜ୍ୟ ବାହାରୁ ଯାଜପୁରକୁ ଆସିବା ପାଇଁ ପଞ୍ଜୀକରଣ କଲେ ୨୮ ହଜାର ଲୋକ

ଯାଜପୁର: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବା ପାଇଁ ପଂଜୀକରଣ ଚାଲିଛି। ପ୍ରାୟ ୨୮ ହଜାର ଲୋକ ୧୦ ଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପଞ୍ଜିକରଣ କରିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ଆସିବାକୁ ଥିବା ଲୋକଙ୍କୁ ସଂଗରୋଧ ଗୃହରେ ରଖିବାକୁ ଯାଜପୁର ଜିଲ୍ଲାପାଳ ନିବେଦନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ସାଇକେଲରେ ସୁରତରୁ ଗଞ୍ଜାମ ଆସିଲେ ୩ ପ୍ରବାସୀ ଓଡ଼ିଆ

ଗଞ୍ଜାମ: ଲକ୍‌ଡାଉନ୍‌ରେ ସୁରତରୁ ସାଇକେଲରେ ୩ଜଣ ଗଞ୍ଜାମ ଆସିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡା ବିଷ୍ଣୁଚକ୍ର ଗାଁକୁ ୩ଜଣ ଫେରିଛନ୍ତି । ପ୍ରାୟ ୧୮ଶହ କିଲୋମିଟର ସାଇକେଲ ଯାତ୍ରା କରି ବିଷ୍ଣୁଚକ୍ର ଗାଁରେ ପହଞ୍ଚିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଙ୍ଗରୋଦ୍ଧ କେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଗତକାଲି ରାତି ଗୋଟାଏରେ ଡଙ୍ଗାଟି ଗଞ୍ଜାମ ଅର୍ଜିପଲ୍ଲୀ ସମୁଦ୍ର କୂଳରେ ୩୩ ଜଣ ଶ୍ରମିକ ଆସିଥିଲେ । ଚେନ୍ନାଇରୁ ଓଡିଶା ଅଭିମୁଖେ ଡଙ୍ଗା ଆସିଥିବା ବେଳେ ଏହାକୁ ମିଶାଇ ୪ଟି ଡଙ୍ଗା ଓଡ଼ିଶାରେ ପହଞ୍ଚି ଥିବା ସୂଚନା ରହିଛି । ତେବେ ଡଙ୍ଗାରେ ପହଞ୍ଚିଥିବା ଶ୍ରମିକମାନଙ୍କୁ ନିକଟସ୍ଥ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ଭୁବନେଶ୍ୱର ମଧୁସୂଦନ ନଗରରୁ କରୋନା ପଜିଟିଭ୍‌ ଚିହ୍ନଟ…ଆକ୍ରାନ୍ତ ୭୭ ବର୍ଷୀୟ ପୁରୁଷ, ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ

ଭୁବନେଶ୍ୱର: ଆଜି ସକାଳେ ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱର ମଧୁସୂଦନ ନଗରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣକ ୭୭ ବର୍ଷୀୟ ପୁରୁଷ । ୪୧ ନମ୍ବର ଆକ୍ରାନ୍ତଙ୍କର ସେ ନିକଟ ସଂପର୍କୀୟ ବୋଲି ଜଣା ପଡିଛି । ସେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଏବେ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ୧୪ ଦିନ ବ୍ୟବଧାନ ପରେ ଖୋର୍ଦ୍ଧାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି।  ରାଜ୍ୟରେ ୮୦ଟି ଆକ୍ଟିଭ୍‌ କେସ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।

https://nandighoshatv.com/one-corona-positive-from-khordha/

ଆଜି ପୃଥିବୀ ପାଖ ଦେଇ ଗତି କରିବ ବୃହତ ଉଲକାପିଣ୍ଡ, ଜାଣନ୍ତୁ କଣ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା, ଯେତେବେଳେ ପୃଥିବୀକୁ ଅତିକ୍ରମ କରି ଯିବ ଏକ ଭୟଙ୍କର ବିପର୍ଯ୍ୟୟ । ଏହି ବିପଦ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରୁ ଆସୁଛି । କିନ୍ତୁ ମହାକାଶରେ ଏହି ଦୂରତା ଅଧିକ ନଥିବା ମନେ କରାଯାଉ ନାହିଁ । ସାମ୍ନାକୁ ଆସୁଥିବା ଏହି ବିପର୍ଯ୍ୟୟର ଗତି ଏକ ରକେଟ୍ ଠାରୁ ତିନି ଗୁଣ ଅଧିକ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।  ଯଦି ଏହି ବେଗରେ ଯଦି ଉଲକାପିଣ୍ଡ ପୃଥିବୀ କିମ୍ବା ଅନ୍ୟ କୌଣସି ଗ୍ରହ ସହିତ ଧକ୍କା ହୁଏ, ତେବେ ଏହା ବହୁ ବିପର୍ଯ୍ୟୟ ସୃଷ୍ଟି କରିବ ।

କରୋନା ସହ କରୋନା ସହିତ ସଂଘର୍ଷ କରୁଥିବା ବିଶ୍ୱ ସାମ୍ନାରେ ଏହି ନୂତନ ଅସୁବିଧା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ଯଦି ଏହି ଆଷ୍ଟରଏଡର ଗତିବିଧିରେ ସାମାନ୍ୟ ପରିବର୍ତ୍ତନ ଆସେ, ତେବେ ବିପଦ ଭୟଙ୍କର ହେବାର ସମ୍ଭାନା ରହିଛି ।

ପ୍ରାୟ ଦେଢ଼ ମାସ ପୂର୍ବେ ଆମେରିକାର ମହାକାଶ ଏଜେନ୍ସି ନାସା ପ୍ରକାଶ କରିଥିଲା ଯେ ଏକ ବୃହତ୍ ଗ୍ରହ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି। କୁହାଯାଏ ଯେ, ଏହି ଗ୍ରହ ପୃଥିବୀର ସର୍ବୋଚ୍ଚ ପର୍ବତ, ଏଭରେଷ୍ଟ ପର୍ବତଠାରୁ ଅନେକ ଗୁଣ ବଡ ଅଟେ। ଯଦି ଏହା ପୃଥିବୀର କୌଣସି ଅଂଶକୁ ଏତେ ବେଗରେ ଆଘାତ କରେ, ତେବେ ଏହା ଏକ ବଡ଼ ବିପର୍ଯ୍ୟୟ ଆଣିପାରେ । କିମ୍ବା ଏହା ଅନେକ ଦେଶକୁ ନଷ୍ଟ କରିପାରେ ।

ତେବେ ନାସା କହିଛି ଯେ ପୃଥିବୀଠାରୁ ପ୍ରାୟ ୬୩ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବାକୁ ଯାଉଥିବା ଏହି ଉଲକାପିଣ୍ଡକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ମହାକାଶ ବିଜ୍ଞାନରେ ଏହି ଦୂରତା ଅଧିକ ବିବେଚନା କରାଯାଏ ନାହିଁ କିନ୍ତୁ ଏହା ମଧ୍ୟ କମ୍ ନୁହେଁ ।

କରୋନା ଆକ୍ରାନ୍ତରେ ଦେଶରେ ପ୍ରଥମ ସିଆରପିଏଫ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା କାୟା । ଧନୀ, ଗରୀବ, ଛୋଟ, ବଡ଼ କେହି କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି । ଏଯାବତ ଦେଶରେ ୨୯,୯୭୪ ଜଣ କରୋନା ପଜିଟିଭ ଥିବା ସୂଚନା ରହିଛି । ତେବେ କରୋନା ଆକ୍ରାନ୍ତରେ ଦେଶରେ ପ୍ରଥମ ସିଆରପିଏଫ ଯବାନଙ୍କ ମୃତ୍ୟୁ । ୫ ଦିନ ତଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କର ଦିଲ୍ଲୀର ସଫଦରଗଂଜ ମେଡିକାଲରେ ଚିକିତ୍ସା କରାଯାଉଥିଲା ।

ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଡାଇବେଟିସ୍‌ ଓ ଉଚ୍ଚ ରକ୍ତ ଚାପ ଥିଲା । ସେ ମୟୂର ବିହାର ସ୍ଥିତି ୩୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ସିରଆରପିଏଫରେ ଏବେ ୩୦ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ…୧୧୯କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୧୯କୁ ବୃଦ୍ଧି ପାଇଛି କରୋନା ପଜିଟିଭଙ୍କ ସଂଖ୍ୟା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏନେଇ ସୂଚନା ଆସିଛି । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣା ପଡିଛି । ଏବେ ଓଡିଶାରେ ମୋଟ୍ ୮୦ଟି ଆକ୍ଟିଭ୍ କେସ ରହିଛି । ୩୮ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ କାଲି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା । ସେହି ୭ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ୩ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାସହ ଭଦ୍ରକରେ ସର୍ବମୋଟ ୧୯ଟି ପିଜିଟିଭ କେସ ରହିଥିବା ବେଳେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ପଜିଟିଭ କେସ ୧୦କୁ ବୃଦ୍ଧି ପାଇଛି ।