spot_img
Home Blog Page 709

ଆଧୁନିକ ଯୁଗରେ ବଞ୍ଚିଛି ରାଜତନ୍ତ୍ର ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: ଆଧୁନିକ ଯୁଗରେ ବଞ୍ଚିଛି ରାଜତନ୍ତ୍ର ପରମ୍ପରା । ପିଢ଼ି ପରେ ପିଢ଼ି ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ଲୋଇସିଂହା ଜମିଦାର ସ୍ଵର୍ଗତ ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ନାତୁଣୀ ଅର୍ଚ୍ଚନା ସିଂ ରାଏ ୧୯ ତମ ଜମିଦାର ଭାବେ ପଦବୀ ମଣ୍ଡନ କରିଛନ୍ତି ।

ରାଜରାଜୁଡ଼ା ଚାଲିଯାଇଛି ସତ। କିନ୍ତୁ ଏବେ ବି ବଞ୍ଚି ରହିଛି ରାଜତନ୍ତ୍ର ପରମ୍ପରା । ପିଢି଼ ପରେ ପିଢି଼ ଅନୁଯାୟୀ ବସୁଛନ୍ତି ଗାଦିରେ । କରାଯାଉଛି ରାଜ ଅଭିଷେକ । ବର୍ଣ୍ଣାଢ୍ଯ ବେଶରେ ରାଜ୍ଯାଭିଷେକ ପରେ ସୁସଜ୍ଜିତ ପାଲିଙ୍କିରେ ବସାଇ କରାଯାଉଛି ନଗର ପରିକ୍ରମା । ଏଭଳି କିଛି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ଲୋଇସିଂହା ଜମିଦାର ସ୍ଵର୍ଗତ ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ନାତୁଣୀ ଅର୍ଚ୍ଚନା ସିଂ ରାଏ ଜମିଦାର ମଙ୍ଗ ଧରିଛନ୍ତି । ଗଣ୍ଡ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ଜନସାଧାରଣଙ୍କ ଉପସ୍ଥିତିରେ ଅର୍ଚ୍ଚନା ଦେବୀଙ୍କୁ ଉପଢୌକନ ପ୍ରଦାନ କରାଯିବା ସହ ସିରିପା ପିନ୍ଧାଯାଇଛି ।

ଲୋଇସିଂହାରେ ପୀଢ଼ି ପରେ ପୀଢ଼ି ଜମିଦାର ଶାସନକୁ ଲୋକେ ସମ୍ମାନ ଦେଇ ଆସୁଛନ୍ତି । ଏହି କ୍ରମରେ ୧୯ ତମ ଜମିଦାର ପଦଗ୍ରହଣ ଓ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଜମିଦାର ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ନାତୁଣୀ ତଥା ତାଙ୍କ ଜ୍ୟେଷ୍ଠ ପୁତ୍ର ସ୍ବର୍ଗତ ତ୍ରୟମ୍ବକ ସିଂ ରାଏଙ୍କ ଜ୍ୟେଷ୍ଠା କନ୍ୟା ଅର୍ଚ୍ଚନା ସିଂ ରାଏ ଜମିଦାର ଭାବେ ଅଭିଷିକ୍ତା ହୋଇଛନ୍ତି । ପ୍ରଥମ ମହିଳା ଭାବେ ସେ ଏହି ପଦବୀ ମଣ୍ଡନ କରିଛନ୍ତି । ନୂତନ ଭାବେ ଦାୟିତ୍ଵ ନେବା ପରେ ସେ ତାଙ୍କ ଅଞ୍ଚଳର ଲୋକଙ୍କ ସୁଖ ଓ ଦୁଃଖରେ ଭାଗୀଦାର ହେବେ ବୋଲି କହିଛନ୍ତି ।

ଚାଷୀଙ୍କୁ ଦୁଃଖ ଦେଇଗଲା କାଳବୈଶାଖୀ…

ନନ୍ଦିଘୋଷ ବ୍ୟୁରୋ: ଅଦିନିଆ କାଳବୈଶାଖୀ ଚାଷୀକୁ ଦେଇଛି ଦୁଃଖ। କେଉଁଠି ଧାନ ବିଲରେ ଭିଜୁଛି ତ କେଉଁଠି ରାସ୍ତା ଉପରେ ଭିଜୁଛି । ଧାନ ଭିଜି ନଷ୍ଟ ହେବାକୁ ବସିଥିବାରୁ ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଅନେକ ଚାଷୀ । କିପରି ଋଣ ସୁଝିବେ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ମୁଣ୍ଡରେ ହାତ ଦେଇବସିଛନ୍ତି।

କାଳବୈଶାଖୀ ଉଜାଡ଼ିଛି ଧାନ ଫସଲ। କ୍ଷେତରେ ଜମିରହିଛି ପାଣି । ଆଣ୍ଠୁଏ ପାଣିରୁ ଧାନ କାଟି ଆଣୁଛନ୍ତି ଚାଷୀ । ସ୍ଥିତି ଏମିତି  ଓଦା ଧାନକୁ ଶୁଖାଇବା ଯାଉ ରାସ୍ତା ଉପରେ ଧାନକୁ ଶୁଖାଇଛନ୍ତି ଚାଷୀ । ଲଘୁଚାପ ଜନିତ ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ପ୍ରଚଣ୍ଡ ଖରାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରବି ଋତୁରେ ଧାନ ଚାଷ କରିଥିଲେ । ହେଲେ ଲଗାଣ ବର୍ଷାରେ ଧାନ ଭିଜି ଗଜା ହୋଇଯିବାକୁ ବସିଥିବାରୁ ଚିନ୍ତାରେ ଚାଷୀ ।

ଚଳିତ ରବି ଋତୁରେ ଧର୍ମଗଡ଼ ଉପଖଣ୍ଡରେ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଧାର କରଜ କରି ଚାଷୀ ଧାନ ଚାଷ କରିଥିଲେ । କିଛି ଚାଷୀ ଧାନ ଅମଳ କରି ରାଜରାସ୍ତାରେ ଶୁଖାଇବା ସହ ଧାନ ଗଦା କରି ରଖିଥିଲେ । ନୂଆ ସରକାରରେ ୩୧ ଶହ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ । ହେଲେ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହେବାକୁ ବସିଛି ।

 

‘ଅପରେସନ୍ ସିନ୍ଦୂର’ ନାଁରେ ରାଜେନୖତିକ ହୋଲି, ଜାଣନ୍ତୁ କାହିଁକି ଏମିତି କହିଲେ ମମତା

ନନ୍ଦିଘୋଷ ବ୍ୟୁରୋ: ନିଜର କଡ଼ା ପ୍ରତିକ୍ରିୟା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି । ତେବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମସ୍ତ ବିରୋଧୀ ଦଳ ଅପରେସନ ସିନ୍ଦୂରକୁ ସମର୍ଥନ କରିଛନ୍ତି । ଆମେ ମଧ୍ୟ ସମର୍ଥନ ଜଣାଇଛୁ । କିନ୍ତୁ ଏହାକୁ ନେଇ ରାଜନୈତିକ ହୋଲି ଖେଳାଯାଉଛି । ସାରା ଦେଶରେ ରାଲି କରିବାରେ ବ୍ୟସ୍ତ ରହିଛନ୍ତି ।

ଏହାସହ ମମତା ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କି, ଯଦି ଦମ୍ ଅଛି କାଲି ନିର୍ବାଚନ ତାରିଖ ଘୋଷଣା କରି ଦେଖାନ୍ତୁ । ବଙ୍ଗଳାର ମହିଳା ମାନଙ୍କୁ ଅସମ୍ମାନ କରାଯାଉଥିବା ମଧ୍ୟ କହିଛନ୍ତି ମମତା । ଯଦି ଏବେ ମଧ୍ୟ ନିର୍ବାଚନ ହୁଏ ଆମେ ଏହାକୁ ସ୍ବାଗତ କରୁଛୁ । ଏହାସହ ଡିବେଟ୍ ପାଇଁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି ମମତା ।

ଏହି ସହରରେ ଆଉ ଏକ ଜମି କିଣିଲେ ଅମିତାଭ, ଦାମ ଶୁଣିଲେ ଉଡ଼ିଯିବ ହୋସ୍

ନନ୍ଦିଘୋଷ ବ୍ୟୁରୋ: ବିଗ୍ ବି ଅମିତାଭ ବଚ୍ଚନ ଜମିରେ ନିଜର ଟଙ୍କା ଲଗାଉଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟରେ ଏକ ଜମି କିଣିଥିଲେ ଅମିତାଭ । ରିୟଲ ଇଷ୍ଟେଟରେ ଏବଂ ଉତ୍ତରପ୍ରଦେଶରେ ନିବେଶ କରିବା ଆରମ୍ଭ କରିଛନ୍ତି ଅମିତାଭ । ଏବେ ପୁଣି ଉତ୍ତରପ୍ରଦେଶରେ ଏକ ୪୦ କୋଟି ଟଙ୍କା ବ୍ୟୟରେ ଏକ ଜମି କିଣିଛନ୍ତି । ଅଯୋଧ୍ୟାରେ ଏହା ଅମିତାଭଙ୍କ ଚତୁର୍ଥ ସମ୍ପତ୍ତି । ୨୫ ହଜାର ବର୍ଗ ଫୁଟର ଏହି ଚତୁର୍ଥ ଜମିଟି କିଣିଛନ୍ତି । ଅଯୋଧ୍ୟରେ ଦିନକୁ ଦିନ ଜମିର ଦାମ ବୃଦ୍ଧି ପାଉଥିବାବେଳେ ବଚ୍ଚନ ପରିବାର ଏଠାରେ ନିବେଶ କରିବା ଆରମ୍ଭ କରିଛନ୍ତି । ତେବେ ରିୟଲ ଇଷ୍ଟେଟରେ ଇନଭେଷ୍ଟ କରୁଥିବାବେଳେ ଏହା ଆଗାମୀ ଦିନରେ ଅଧିକ ଲାଭ ଦାୟକ ହେବ । ତେବେ ସେ ୫ ବର୍ଷ ତଳେ କିଣିଥିବା ଜମିର ମୂଲ୍ୟ ଏବେ ୫ ଗୁଣା ବଢ଼ିଯାଇଛି । ସେପଟେ କେବଳ ଅଯୋଧ୍ୟା ନୁହେଁ ମୁମ୍ବାଇରେ ମଧ୍ୟ ରିୟଲ ଇଷ୍ଟେଟରେ ନିବେଶ କରିଛନ୍ତି ବଚ୍ଚନ ପରିବାର ।

ପାରିବାରିକ ବିବାଦରୁ ବିକ୍ରି : ଭୁବନରୁ ଉଦ୍ଧାର ହେଲା ଶିଶୁ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ ବିବାଦରୁ ବିକ୍ରି ହୋଇଥିବା ଶିଶୁ ଢେଙ୍କାନାଳ ଭୁବନରୁ ଉଦ୍ଧାର କଲା ଯାଜପୁର ପୋଲିସ।ଉଦ୍ଧାର ପରେ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର।ଯାଜପୁର ବ୍ଲକ ବଡସୁଆର ଅଞ୍ଚଳର ପ୍ରଶାନ୍ତ ପରିଡା ଏବଂ ପୂଜାଙ୍କ ୮ ବର୍ଷର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ଠାରୁ ସ୍ତ୍ରୀ ଅଲଗା ରହିବାବେଳେ ସ୍ତ୍ରୀ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଶିଶୁପୁତ୍ରକୁ ଏବେ ୮ ବର୍ଷ ହୋଇଥିବା ବେଳେ ତାଙ୍କୁ ଭୁବନ ଅଞ୍ଚଳର ସନ୍ତୋଷ କୁମାର ନାୟକଙ୍କ ଘରୁ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଶିଶୁକୁ ଆଣି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମରେ ରଖିଥିବା ସୂଚନା ମିଳିଛି।ଅନ୍ୟପଟେ  ଯାଜପୁର ସଦର ଥାନା ପୋଲିସ ଅଭିଯୁକ୍ତ ମାକୁ ପଚରାଉଚରା ଜାରି ରଖିଛି।

ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ, ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଅପରାଧୀଙ୍କ ଜନ୍ମଦିନରେ ଥାନା ପରିସରରେ କେକ୍ କାଟୁଛନ୍ତି ଥାନାଧିକାରୀ। ଯାହା ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଛି ତାର ଜନ୍ମଦିନରେ ଥାନାଧିକାରୀ କେକ୍ କାଟୁଛନ୍ତି। ପାରାଦୀପ ଆଦର୍ଶ ଥାନାର ଏ ଦୃଶ୍ୟ। କେକ କାଟି ଅଭିୁଯୁକ୍ତକୁ ଖୁଆଇ ଦେଉଛନ୍ତି ଥାନାଧିକାରୀ କାବୁଲି ବାରିକ । ପୋଲିସ ଷ୍ଟେସନରେ ଅଭିଯୁକ୍ତ ଗୌତମ ମିଶ୍ରଙ୍କ ଜନ୍ମଦିନ ପାଳନ ଚାଲିଛି। ଗୌତମ ମିଶ୍ରଙ୍କ ନାମରେ ମରଣାନ୍ତକ ଆକ୍ରମଣ ଓ ଅପହରଣ ଭଳି ୫ରୁ ଅଧିକ ଏତଲା ରୁଜୁ ହୋଇଛି। ପାରାଦ୍ଵୀପ ଆଦର୍ଶ ଥାନା, ପିପିଏଲ ଫାଣ୍ଡି ସମେତ ଅନ୍ୟ ଥାନାରେ ଏହି ସବୁ ମାମଲା ହୋଇଛି।

ଗତ ଏପ୍ରିଲ ୨୯ରେ ପାରାଦ୍ଵୀପ ମାଉସୀମା ଛକରୁ ମାରଣାସ୍ତ୍ର ଦେଖାଇ ଗୈାତମ ଅଧିକାରୀଙ୍କୁ ଅପହରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ ଗୌତମ ମିଶ୍ର।  କାରଣ ଥିଲା ତାଙ୍କ ମାମୁଁ ପ୍ରକାଶ ତ୍ରିପାଠୀଙ୍କ ପୂର୍ବ ଉପକୂଳ ଶ୍ରମିକ ସଙ୍ଘରେ ଗୌତମ ଅଧିକାରୀ ସାମିଲ ନହେବା। ଏହାକୁ ନେଇ ଗୈାତମ ଅଧିକାରୀଙ୍କ ସାଥି ରାମଚନ୍ଦ୍ର ପରିଡା ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଅପହରଣର ଶିକାର ଯୁବକ ଭୟରେ ଲୁଚି ଭୁବନେଶ୍ୱର ପଳାଇ ଆସିଥିଲେ। ଦୁଇଦିନ ଭୁବନେଶ୍ୱରରେ ଥିବାବେଳେ ତାଙ୍କୁ ପାରାଦ୍ଵୀପ ପୋଲିସ ଉଠାଇ ଆଣି ଗୋଟିଏ ଦିନ ଥାନାରେ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା।

ସେହିପରି ତୈଳ ଟର୍ମିନାଲରେ ତେଲ ପରିବହନ କରୁଥିବା ଜଣେ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ଯୁବକଙ୍କ ନାମରେ ପୁର୍ବରୁ ଏତଲା ଦିଆଯାଇଥିବା ଦର୍ଶାଇ ମାମଲା ରଫାଦଫା କରିବାକୁ ଉଦ୍ୟମ କରିଥିଲା ପୋଲିସ। ସମ୍ପୃକ୍ତ ଯୁବକଙ୍କ ବାପାଙ୍କ ଦସ୍ତଖତ ସାଧା କାଗଜରେ ନେଇଯାଇଥିଲା ପୋଲିସ। ଏବେ ଏହି ସବୁ ମାମଲାର ଅଭିଯୁକ୍ତର ଜନ୍ମଦିନରେ ଥାନା ପରିସରରେ ଖୋଦ୍ ଆଇଆଇସି ତାଙ୍କୁ କେକ୍ କାଟି ଖୁଆଇ ଦେବାର ଦୃଶ୍ୟ ପାରାଦ୍ଵୀପର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଦୃଶ୍ୟ।

ମଲାଇକା କହିଲେ, ଛାଡପତ୍ରର ପୂର୍ବ ରାତିରେ ହୋଇଥିଲା କଣ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଦମ୍ପତ୍ତିଙ୍କ ମଧ୍ୟରେ ମଲାଇକା ଏବଂ ଅରବାଜ ଅନ୍ୟତମ । ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ଉଭୟ ୨୦୧୭ ମସିହାରେ ଛାତ୍ରପତ୍ର ନେଇଛନ୍ତି । ଉଭୟ ଉଭୟଙ୍କ ଜୀବନରେ ଏବେ ବେଶ ଖୁସିରେ ରହିଛନ୍ତି । ତେବେ ସେମାନଙ୍କ ଛାଡ଼ପତ୍ର କାହିଁକି ହୋଇଛି । ଏହାକୁ ପୂର୍ବରୁ ଉଭୟ ଉଭୟଙ୍କ ମତ ରଖିଥିବା ଶୁଣିଥିବେ । ତେବେ ଦୀର୍ଘ ବର୍ଷ ମଲାଇକା କହିଛନ୍ତି କି, ଛାଡ଼ପତ୍ରର ପୂର୍ବରାତିରେ ଘଟିଥିଲା କଣ ?

କରୀନା କପୁରଙ୍କ ସାମ୍ନାରେ ମଲାଇକା କହିଛନ୍ତି କି, ଛାଡ଼ପତ୍ର ମାମଲାର ଶୁଣାଣୀ ହେବାର ପୂର୍ବ ରାତିରେ ପୁରା ପରିବାର ଏକାଠି ବସିଥିଲେ । ସେମାନେ ମୋତେ ମୋ ରାୟ ପଚାରିଥିଲେ । ଏହା ମୋର ଶେଷ ନିଷ୍ପତ୍ତି କି, ପଚାରିଥିଲେ । ତୁମ ନିଷ୍ପତ୍ତିରେ ତୁମେ ୧୦୦ ପ୍ରତିଶତ ଅଛ କି ? ବୋଲି ମଧ୍ୟ ପଚାରିଥିଲେ । ମୁଁ ମୋ କଥା ଶୁଣାଇଥିଲି ଆଉ ଆଉ ଆମର ଉଭୟଙ୍କ ବୁଝାମଣାରେ ଛାଡ଼ପତ୍ର ହୋଇଥିଲା ।

ତେବେ କହି ରଖୁଛୁ କି, ୧୯୯୩ ମସିହାରେ ଏକ ସୁଟିଂ ସମୟରେ ମଲାଇକା ଏବଂ ଅରବାଜ ଖାନଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା । ଏହି ଦେଖାରୁ ଭଲ ପାଇବା ଆରମ୍ଭ ହୋଇଥିଲା । ୫ ବର୍ଷ ଡେଟ୍ କରିବା ପରେ ୧୯୯୮ରେ ବିବାହ କରିଥିଲେ । ୨୦୦୨ ମସିହାରେ ସେମାନଙ୍କୁ ପୁଅ ଅରହାନ ଜନ୍ମ ହୋଇଥିଲେ । ମାତ୍ର ୨୦୧୭ ମସିରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା ।

ବିରାଟଙ୍କ ଅବସରକୁ ନେଇ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର, ଶୁଣିଲେ ଆସିଯିବ ରାଗ..

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୮ ଜଣିଆ ଟିମର ନେତୃତ୍ବ ନେଉଛନ୍ତି ଶୁଭମନ ଗିଲ । ଯୁବ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଉଥିବାବେଳେ ବିରାଟ ଏବଂ ରୋହିତଙ୍କ ଭଳି ଖେଳାଳି ନଜର ଆସିବେ ନାହିଁ । ତେବେ ଇଂଲଣ୍ଡ ଗସ୍ତ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ଯାହାକି ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ନିଶ୍ଚୟ । କିନ୍ତୁ ବିରାଟଙ୍କ ଅବସରକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲ୍ଲୀ ୟୁଟ୍ୟୁବ ଚ୍ୟାନେଲରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି, ବିରାଟ ଆଗୁଆ ଅବସର ନେଇଛନ୍ତି ଭଲ ହେଇଛି । ନହେଲେ ଇଂଲଣ୍ଡ ଗସ୍ତରେ ଖେଳିଥିଲେ ଅଧିକ ଲଜ୍ଜିତ ହୋଇଥାନ୍ତେ । କେବଳ ଏତିକି ନୁହେଁ ସେ କହିଛନ୍ତି କି, ଭାରତୀୟ ଦଳ ଇଂଲଣ୍ଡରେ ବଡ଼ ପରାଜୟର ସାମ୍ନା କରିବାକୁ ଯାଉଛି । ଏଭଳି ଏକ ଭିଡିଓ ସେ ୟୁଟ୍ୟୁବରେ ଅପଲୋଡ କରିଥିବାବେଳେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।

ତେବେ କହି ରଖୁଛୁ କି, ପୂର୍ବରୁ ପାକିସ୍ତାନୀ କ୍ରିକେଟରମାନେ ଭାରତୀୟ କ୍ରିକେଟରଙ୍କୁ ବେଶ ପ୍ରଶଂସା କରୁଥିଲେ । ଭାରତରେ ମଧ୍ୟ ସେମାନଙ୍କ ଫ୍ୟନ୍ ଫଲୋର୍ସ ରହିଥିଲେ । ମାତ୍ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ପାକିସ୍ତାନୀ ୟୁଟ୍ୟୁବରଙ୍କ ଆକାଉଣ୍ଟକୁ ନିଷିଦ୍ଧ ଘୋଷଣା କରିବା ପରେ ସେମାନଙ୍କ ପ୍ରତିକ୍ରିୟା ସବୁ ବଦଳି ଯାଇଛି ।

ସ୍କୁଟିକୁ ପିଟିଲା ପିକଅପ୍ ଭ୍ୟାନ, ୨ ସ୍କୁଟି ଆରୋହୀ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ସ୍କୁଟିକୁ ପିଟିଲା ପିକଅପପ୍ ଭ୍ୟାନ । ଦୁର୍ଘଟଣାରେ ୨ ସ୍କୁଟି ଆରୋହୀ ମୃତ୍ୟୁ । ଆଜି ପ୍ରାୟ ଦିନ ୧୧ଟା ସମୟରେ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ହୋଟେଲ ଅଚର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜଣେ ମୃତକ ଝାରସୁଗୁଡ଼ାର ଅଜିତ ସିଂହ ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରି ପୋଲିସ ଏବଂ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିବା ସହିତ ପିକଅପ ଭ୍ୟାନ ପୋଡ଼ି ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଛି । ରାସ୍ତା ଅବରୋଧ ଯୋଗୁଁ ବିଜୁ ଏକ୍ସପ୍ରେସ ହାଇୱେରେ ହଜାର ହଜାର ଯାନବାହନ ଜାମ ରହିଛି।