spot_img
Home Blog Page 708

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ମିଳିଛି । ଅନୁଗୁଳ କାରଡ଼ାଗାଡ଼ିଆ ସ୍ଥିତ ବାସଭବନରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଅନୁଗୁଳର କରଡ଼ାଗାଡ଼ିଆ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ କରୁଛନ୍ତି। ଭିଜିଲାନ୍ସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲା। ତାକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ। ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଛନ୍ତି ଯନ୍ତ୍ରୀ।

ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିଜିଏଲ ସେଲ୍, ବିସ୍ଫୋରକ ସାମଗ୍ରୀ ଏବଂ ବିଜିଏଲ ସେଲ୍ ନିର୍ମାଣ ଉପକରଣ ଉଦ୍ଧାର କରିଛନ୍ତି ଯବାନ।

ଛତିଶଗଡର ସୁକୁମା ଜିଲ୍ଲା ବୋଟେତୋଙ୍ଗ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସୂଚନା ପାଇ ଜିଲ୍ଲା ପୋଲିସ, ୨୦୩ ବାଟାଲିୟନ କୋବ୍ରା ବାହିନୀର ଏକ ମିଳିତ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିଜିଏଲ ସେଲ୍ ବିସ୍ଫୋରକ, ବିଜିଏଲ ସେଲ୍ ନିର୍ମାଣ ଦେଖିବାକୁ ପାଇଥିଲେ। ନକ୍ସଲଙ୍କ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ୧୫ଟି ବିଜିଏଲ ସେଲ୍, ବିଜିଏଲ ସେଲ୍ ଖୋକା ୧୭ଟି, ବିଜିଏଲ ତିଆରି ପାଇଁ ବ୍ୟବହୃତ ହେବାକୁ ଥିବା ୭୮ଟି ଖୋଳ, ଗୋଟିଏ ହ୍ଯାଣ୍ଡ ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ତିଆରି ସାମଗ୍ରୀ ମିଳିଛି।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ବା ମଙ୍ଗନ ପର୍ବ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ବା ମଙ୍ଗନ ପର୍ବ । ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ହରଗୈାରୀ । ଆଜି ସନ୍ଧ୍ୟାଧୂପ ପରେ ମଙ୍ଗଳକୃତ୍ୟର ସମସ୍ତ ନୀତି ଆରମ୍ଭ ହୋଇଛି । ଆଜି ଠାରୁ ୩୧ ତାରିଖ ରାତି ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନୀତି ନୀତି ନିର୍ଘଣ୍ଟ କରିଛି । ମନ୍ଦିର ପ୍ରଶାସନ ତରଫରୁ ବିବାହ ଉତ୍ସବ ପାଇଁ ୫ ହଜାର ବରଯାତ୍ରୀଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା ରହିଥିବା ବେଳେ ମନ୍ଦିର ଠାରୁ କେଦାର ଗୋରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ସେହିପରି ଶନିବାର ଶୀତଳଷଷ୍ଠୀ ଅବସରରେ ଗୌରୀଙ୍କ ପୀଠରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସମସ୍ତେ ପ୍ରସାଦ ସେବନ କରି ମହାପ୍ରଭୁ ଲିଙ୍ଗରାଜ ଓ ମାତା ପାର୍ବତୀ ବିବାହ ପରେ ଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତଣ କରିବେ ବୋଲି ସେବାୟତ ସୂଚନା ଦେଇ କହିଛନ୍ତି ।

ସିବିଆଇ ଜାଲରେ ଇଡି ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ସିବିଆଇ ଜାଲରେ ଇଡି ଅଧିକାରୀ । ଲାଞ୍ଚ ନେବା ବେଳେ ଇଡିର ଡେପୁଟି ଡାଇରେକ୍ଟର ନିନ୍ତନ ରଘୁବଂଶୀଙ୍କୁ ମାଡ଼ି ବସିଲା ସିବିଆଇ। ସୂଚନା ମୁତାବକ, ଢ଼େଙ୍କାନାଳର ଜଣେ ଖଣି ବ୍ୟବସାୟୀଙ୍କ ଅନିୟମିତତା ନେଇ ଗତ ଜାନୁଆରୀ ୮ ଓ ୯ ତାରିଖରେ ଖଣି ଅଞ୍ଚଳ ସମେତ ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ହୋଇଥିଲା। ରେଡ ବେଳେ ଖଣିଜ କାରବାରରେ ଅନିୟମିତତା ଥିବା ନେଇ ପ୍ରମାଣ ମିଳିଥିଲା। ଏହାକୁ ରଫାଦଫା କରିବା ପାଇଁ ଖଣି ଲିଜଧାରୀଙ୍କୁ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସେଥିରୁ କିଛି କମାଇ ମାମଲା ରଫାଦଫା କରିବାକୁ ଡିଲ ଫାଇନାଲ ହୋଇଥିଲା। ଆଜି ଖଣି ଲିଜଧାରୀ ମଧ୍ୟସ୍ଥିଙ୍କ ଜରିଆରେ ଅଗ୍ରୀମ ଆକାରରେ ୨୦ ଲକ୍ଷ ଟଙ୍କା ନଗଦ ଦେଉଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ସିବିଆଇ ତାଙ୍କୁ କାବୁ କରିଛି। ଏବେ ସିବିଆଇ କାର୍ଯ୍ୟାଳୟରେ ଖଣି ମାଲିକ, ଇଡିର ଡେପୁଟି ଡାଇରେକ୍ଟର ଓ ମଧ୍ୟସ୍ଥିଙ୍କୁ ପଚରାଉଚରା କରାଯାଉଛି।

IPL ୨୦୨୫ ଫାଇନାଲରେ ବାଙ୍ଗାଲୋର, ୮ ଓ୍ବିକେଟରେ ପଞ୍ଜାବକୁ ହରାଇଲା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି RCB । ପ୍ରଥମ କ୍ବାଲିଫାୟର ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ମାତ୍ର ୧୦୧ ରନ କରିଥିଲା । ୧୪ ଓଭର ୧ ବଲରେ ଅଲଆଉଟ୍ ହୋଇ ପଞ୍ଜାବ ମାତ୍ର ୧୦୧ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ୧୦ ଓଭର ମଧ୍ୟରେ ବାଙ୍ଗାଲୋର ଏହି ସ୍କୋରକୁ କରି ଦେଇଛି । ସଲ୍ଟଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଫାଇପାଲରେ ପ୍ରବଶ କରିଛି । ସେପଟେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ସର୍ବାଧିକ ୨୬ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହାଜେଲ୍ ହୁଡ୍ ଏବଂ ସୂୟସ ଶର୍ମା ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

ପଂଜାବ ଟିମ୍ ସ୍କୋର ୫୦ ରନ୍ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ଏଥିରେ ଜୋସ୍ ଇଂଲିଂ (୪ ରନ୍) ଓ ନେହ୍ବାଲ ୱାଧୀରା (୮ରନ୍) ମଧ୍ୟ ସାମିଲ ଅଛନ୍ତି। ପଂଜାବ ପାଇଁ ମାର୍କସ ଷ୍ଟୋଇନିସ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୭ଟି ବଲ୍ ଖେଳି ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୬ ରନ୍ ସଂଗ୍ରହ କରିଥିଲେ। ସେହିପରି ଆଜମାତୁଲ୍ଲା ଓମାରଜଇ ୧୨ଟି ବଲ୍ ଖେଳି ୧୮ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରଶ୍ୟଜନକ ଥିଲା।

ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ନିଲମ୍ବିତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଲ୍ୟାମ୍ପ ଏମଡି

ନନ୍ଦିଘୋଷ ବ୍ୟୁରୋ: ନିଲମ୍ବିତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଲ୍ୟାମ୍ପ ଏମଡି । ଚଳିତ ବର୍ଷ ଖରିପ ଋତୁରେ ଧାନ ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ଲ୍ୟାମ୍ପ ଏମଡି ନିରାକାର ରାଉତ । ନବରଙ୍ଗପୁର ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ ନିର୍ଦ୍ଦେଶକ୍ରମେ ରାଇଘର ଲ୍ୟାମ୍ପ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିରାକାର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଲ୍ୟାମ୍ପ ପକ୍ଷରୁ TP କଟାଯାଇ ନଥିବାରୁ ବର୍ତ୍ତମାନ ସୁଦ୍ଧା ୩୪୪ ଜଣ ଚାଷୀଙ୍କ ୧୪ ହଜାର ୨ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚାଷୀଙ୍କୁ ଦିଆଯାଇ ନାହିଁ । ନନ୍ଦିଘୋଷ ଟିଭିରେ ଏନେଇ ଖବର ପ୍ରଶାରଣ ପରେ ତଦନ୍ତ କରି ଲ୍ୟାମ୍ପ ଏମଡିଙ୍କୁ ନିଲମ୍ବନ କରିଛନ୍ତି ସହକାରୀ ନିବନ୍ଧକ ।

ବଜ୍ରପାତରେ ୨ ମହିଳା ମୃତ

ନନ୍ଦିଘୋଷ ବ୍ୟୁରୋ: ବଜ୍ରପାତରେ ୨ ମହିଳା ମୃତ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି ଓ ବଜ୍ରପାତ ଲାଗି ରହିଛି l ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗାଁର ୪୮ ବର୍ଷୀୟା ଶାନ୍ତି ଛତ୍ରିଆ ଦୈନନ୍ଦିନ କାଠ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ l ସେହିପରି ଅତାବିରା ଥାନା ଟୋପ ଗ୍ରାମର ୩୬ ବର୍ଷୀୟା ଯଶୋଦା ମଲ୍ଲିକ କ୍ଷେତକୁ ଯାଉଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି l ଉଭୟଙ୍କୁ ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

୧୦୧ରେ ଅଲଆଉଟ୍ ହେଲା ପଞ୍ଜାବ କିଙ୍ଗ୍ସ, ବାଙ୍ଗାଲୋର ଆଗରେ ୧୦୨ ରନର ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ପ୍ରଥମ କ୍ବାଲିଫାୟରରେ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୧୦୧ ରନରେ ଅଲଆଉଟ୍ ହେଲା ପଞ୍ଜାବ କିଙ୍ଗସ । ବାଙ୍ଗାଲୋର ଆଗରେ ରହିଛି ୧୦୨ ରନର ବିଜୟ ଲକ୍ଷ୍ୟ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଛି ପଞ୍ଜାବ କିଙ୍ଗସ । ଦଳ ପକ୍ଷରୁ ମାର୍କସ ଷ୍ଟଇନିସ ସର୍ବାଧିକ ୨୬ ରନ ସଂଗ୍ରହ କରିଛନ୍ତି । ପ୍ରଭ୍ ସିମରନ୍, ପ୍ରିୟାଂଶ, ଶ୍ରେୟସ ଆୟାରଙ୍କ ଏବଂ ଜସ୍ ଇଂଲିସଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ପାଭିଲିୟନ ଫେରିଥିଲେ । ହାଜେଲ ହୁଡ୍ ଏବଂ ସୂୟାସ ଶର୍ମା ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ୟସ୍ ଦୟାଲ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସେଫର୍ଡ ଏବଂ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।  ଅଧିକ ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ।

ନାବାଳିକାକୁ ବିଜେପି ନେତାଙ୍କ ପୁଅ ଗର୍ଭବତୀ କରିବା ଘଟଣା: ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ବୋରିଗୁମ୍ମା ବ୍ଲକ ଜୟପୁର ସଦର ଥାନା ଅଞ୍ଚଳରେ ୧୬ ବର୍ଷୀୟ ନାବାଳିକାକୁ ବିଜେପି ନେତାଙ୍କ ପୁଅ ଗର୍ଭବତୀ କରିବା ଘଟଣା । ପୀଡ଼ିତାଙ୍କ ସମ୍ପର୍କୀୟ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଲା ବିଜେଡିର ଫ୍ୟାକ୍ଟ ଫାଇଡିଂ ଟିମ୍ । ବିଜେପି ନେତାଙ୍କ ପୁଅ ହୋଇଥିବାରୁ ସଂପୃକ୍ତ ନାବାଳିକାକୁ ଆତଙ୍କିତ କରି ବାରମ୍ବାର ଦୁଷ୍କର୍ମ କରିଥିଲା ସଂପୃକ୍ତ ଯୁବକ । ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ହେବାରୁ ମାମଲାକୁ ଗୁରୁତର ସହ ନେଇଛି ବିଜେଡି । ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭେଟିଛନ୍ତି । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କୋରାପୁଟ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି ଚିମ୍ ।  ନାବାଳିକା ଜଣକ ଦୁଷ୍କର୍ମର ଶିକାର ହେବାପରେ  ଗର୍ଭବତୀ ହୋଇଥିବା ନେଇ ମେ’ ୨୨ ତାରିଖରେ ଜୟପୁର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଘଣ୍ଟା ଘୋଡାଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲାରେ ବାରମ୍ବାର ଆଦିବାସୀ ଯୁବତୀ ନାବାଳିକାକୁ ଦୁଷ୍କର୍ମ କରାଯାଉଥିବା ବେଳେ ୪ଟି ଦୁଷ୍କର୍ମ ଘଟଣା ଘଟିଛି । ହେଲେ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

 

ଜଗତସିଂହପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଦୁର୍ଗନ୍ଧରେ ଫାଟିପଡୁଛି ୨୧ଟି ୱାର୍ଡ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁରରେ ବିପର୍ଯ୍ଯସ୍ତ ଡ୍ରେନେଜ ବ୍ଯବସ୍ଥା । କେଉଁଠି ପୋତି ହୋଇଗଲାଣି ତ କେଉଁଠି ଦଳ ଲାଗି ଜାମ ହୋଇଗଲାଣି । ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ଡ୍ରେନ ପାଣି । ଦୁର୍ଗନ୍ଧରେ ଫାଟିପଡୁଛି ୨୧ଟି ୱାର୍ଡ । ଆଗକୁ ମୌସୁମୀ ଆସୁଥିବାରୁ ଚିନ୍ତାରେ ୪୦ ହଜାରରୁ ଉର୍ଦ୍ଧ୍ଵ ଲୋକେ ।

ବର୍ଷା ଜଳରେ ଲହଡ଼ି ଭାଙ୍ଗୁଛି ଡ୍ରେନ ପାଣି। ଚାରିଆଡ଼େ ଦୁର୍ଗନ୍ଧ ଓ ପୁତ୍ତିଗନ୍ଧ ମୟ ପରିବେଶ। ଲଘୁଜାପ ଜନିତ ଲଗାଣରେ ଏ ହେଉଛି ଜଗତସିଂହପୁର ପୌରପରିଷଦ ଅଞ୍ଚଳର ଦୃଶ୍ଯ । ୨୧ଟି ୱାର୍ଡରେ ନାହିଁ ନଥିବା ସ୍ଥିତି। ନାଳ ଦୁର୍ଗନ୍ଧ ଯୋଗୁ ଲୋକେ ନାହିଁ ନ ଥିବା ସ୍ଥିତିରେ। କୋଉଠି ଡ୍ରେନ ପୋଲିହେଲାଣି କେଉଁଠି ଦଳ ଓ ଅଳିଆରେ ଜାମ ହୋଇଯାଇଛି । ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦୀର୍ଘ ମାସ ଧରି ପଡିରହିଛି । ହେଲେ ମ୍ଯୁନସିପାଲଟିର ନିଘା ନାହିଁ । ଫଳରେ ସାଧାରଣ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି ।

ଜଗତସିଂହପୁରରେ ଡ୍ରେନେଜ ପାଣି ନିଷ୍କାସନ ହେବା ପାଇଁ ପୂର୍ବରୁ ମ୍ଯୁନସିପାଲଟି ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ ବୋଲି କୁହାଯାଉଥିଲା । ହେଲେ ଏପର୍ଯ୍ଯନ୍ତ ତାହା ପ୍ରସ୍ତୁତ ହୋଇପାରିଲା ନାହିଁ । ଲୋକେ ଯେଉଁ ହୀନସ୍ତାକୁ ସେହି ହୀନସ୍ତା । ୱାର୍ଡ ଭିତରେ ଡ୍ରେନ ପାଣି ଜମୁଥିବାରୁ ହନ୍ତସନ୍ତ ହେଉଛନ୍ତି ୪୦ରୁ ଉର୍ଦ୍ଧ୍ଵ ଲୋକେ । ସେପଟେ ଆଗକୁ ଆସୁଛି ମୌସୁମୀ । ଆଗାମୀ ଦିନରେ ଜଗତସିଂହପୁର ସହର ଏବଂ ପୌର ପରିଷଦ ଅଧିନ ୱାର୍ଡ ଗୁଡିକରେ ରହିଥିବା ମାଧପୁର, ନାଗପୁର ଏବଂ ପାଣିସାଳିଆ ଡ୍ରେନେଜ ଅଧିନ ଅଞ୍ଚଳ ଗୁଡ଼ିକର ଅବସ୍ଥା କଣ ରହିବ ତାହା ଚିନ୍ତାର କାରଣ ପାଲଟିଛି । ଅନ୍ଯପଟେ ପୌର ପରିଷଦ ପକ୍ଷରୁ କୁହାଯାଉଛି କାମ ଚାଲିଛି ଆଉ ଡ୍ରେନେଜକୁ ଚିଠି ଲେଖା ହୋଇଛି ।