spot_img
Home Blog Page 701

ପରକୀୟ ପ୍ରୀତି ହେଲା କାଳ, ସ୍ତ୍ରୀ ଓ ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ

ଅନୁଗୁଳ: ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ମସୁଣିହତା ଗାଁରେ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ତାର ପ୍ରେମିକକୁ କଟୁରୀରେ ଆକ୍ରମଣ କରିଛନ୍ତି ସ୍ଵାମୀ ଓ ଦିଅର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବାଜୀ ନାଏକ ନାମକ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମସୁଣିହତା ଗାଁର ବାବାଜୀ ନାଏକ କାକୁଡିଆ ଗାଁର ବିଭୂତି ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଦୀର୍ଘ ୭ ମାସ ଧରି ଏକାଠି ରହି ଆସୁଥିଲେ। ତେବେ ଗତକାଲି ରାତିରେ କାକୁଡିଆ ଗାଁର ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ବିଭୂତି ଓ ଦିଅର ଭୋଳା ରାତିରେ ବାବାଜୀ ଘରେ ଶୋଇଥିବା ସମୟରେ କଟୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାବାଜୀଙ୍କ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ଛାନଭିନ୍ ଜାରି ରଖିଛି।

 

ବର୍ଷା ଯୋଗୁ କ୍ଷେତରେ ପଚିଗଲା ଟନ୍ ଟନ୍ ପିଆଜ, ବଢ଼ିପାରେ ଦର

ନନ୍ଦିଘୋଷ ବ୍ୟୁରୋ: ବଢ଼ିପାରେ ପିଆଜ ଦର । ଦକ୍ଷିଣ ଏବଂ ମଧ୍ୟ ଭାରତରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ ନଷ୍ଟ ହୋଇଛି । ଏଥିରେ ଚାଷୀଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଥିବାରୁ ବଜାରରେ ପିଆଜର ଅଭାବ ଦେଖାଦେଇପାରେ । ଏତେ ବର୍ଷା ହୋଇଛି ଯେ, ଚାଷୀମନେ ଏକର ପିଛା ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ତେବେ ଏତେ କ୍ଷତି ଭିତରେ ଆଗାମୀ ଦିନରେ ପିଆଜ ଦର ବଢ଼ିବ ନା ନାହିଁ ଯଦି ବଢ଼ିବ କେତେ ବଢ଼ିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଚଳିତ ବର୍ଷ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି । ଏଥିରେ ଜଲଗାଓଁ, ଧୁଲେ, ନାଶିକ, ଅହଲୀନଗର, ପୁଣେ, ସୋଲାପୁର, ବିଡ ଇତ୍ୟାଦି ଅଞ୍ଚଳରେ ପିଆଦ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅମଳ ହୋଇ ସଂରକ୍ଷଣ ପାଇଁ ରହିଥିବା ପିଆଜ ମଧ୍ୟ ନଷ୍ଟ ହୋଇଯାଇଛି । କମ୍ ମୂଲ୍ୟରେ ଚାଷୀମାନେ ଫସଲ ବିକିବାକୁ ବାଧ୍ୟ ହେଉଛନ୍ତି । କ୍ଷେତରେ ହଜାର ହଜାର ଟନ୍ ପିଆଜ ପଚି ଯାଇଛି । ଯାହା ଫଳରେ ଚାଷୀ କୋଟି କୋଟି ଟଙ୍କାର କ୍ଷତି ସହିଛି ।

ତେବେ ଏହି ସବୁ କାରଣ ଯୋଗୁ ପିଆଜ ଦର ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ଫଳରେ ଦର ବଢ଼ିବାକୁ ଲାଗିଥିଲା ।

 

ରୁଷରେ ପୋଲ ଭୁଷୁଡ଼ି ପଡ଼ିବାରୁ ଲାଇନଚ୍ୟୁତ ହେଲା ଟ୍ରେନ୍, ୭ ମୃତ

ମସ୍କୋ: ରୁଷିଆର ବ୍ରାୟନସ୍କ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାଟି ୟୁକ୍ରେନୀୟ ସୀମା ସଂଲଗ୍ନ ଏକ ଅଞ୍ଚଳରେ ଘଟିଛି।

ଦୁର୍ଘଟଣା ସମ୍ପର୍କରେ ବ୍ରାୟନସ୍କ ରାଜ୍ୟପାଳ ଆଲେକଜାଣ୍ଡାର ବୋଗୋମାଜ୍ କହିଛନ୍ତି ଯେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୀଡିତମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ ଦେଶର ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ଦୁର୍ଘଟଣା ସମ୍ପର୍କରେ ମସ୍କୋ ରେଳବାଇ ଏକ ବିବୃତ୍ତିରେ କହିଛି ଯେ ପରିବହନ କାର୍ଯ୍ୟରେ ଅବୈଧ ହସ୍ତକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ତଥାପି, ଅଧିକାରୀମାନେ ବର୍ତ୍ତମାନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହାଁନ୍ତି। ରୁଷିଆର ଫେଡେରାଲ୍ ରୋଡ୍ ଟ୍ରାନ୍ସପୋର୍ଟ ଏଜେନ୍ସି, ରୋଜାଭଟୋଡୋର କହିଛି ଯେ ଭୁଶୁଡ଼ି ପଡ଼ିଥିବା ପୋଲଟି ସେହି ରେଳ ଟ୍ରାକ ଉପରେ ନିର୍ମିତ ହୋଇଥିଲା ଯେଉଁ ଉପରେ ଟ୍ରେନ୍ ଯାଉଥିଲା।

 

ବିଦେଶୀ ସ୍କଚ୍ ଅପେକ୍ଷା ଦେଶୀ ହ୍ୱିସ୍କି ପିଇବାକୁ ପସନ୍ଦ କରୁଛନ୍ତି ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ବିଦେଶୀ ବ୍ରାଣ୍ଡର ମଦ ଅପେକ୍ଷା ଦେଶୀ ବ୍ରାଣ୍ଡ ମଦ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି ଭାରତୀୟ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି । ମଦରୁ ସଂଗୃହିତ ଟିକସ ଦେଶର ଅର୍ଥନୀତି ଏବଂ ସରକାରଙ୍କ ଆୟ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆମ ଭାରତରେ ତିଆରି ବିଦେଶୀ ସ୍କଚ୍ ଏବଂ ହ୍ୱିସ୍କି ମଧ୍ୟରେ ଚାଲିଥିବା ଦୌଡରେ ଭାରତୀୟ ହ୍ୱିସ୍କି ଦୌଡ଼ରେ ବିଜୟୀ ହୋଉଛି। ଏହାର ଅର୍ଥ ହେଉଛି ଯେ ଭାରତର ସ୍ଥାନୀୟ ବ୍ରାଣ୍ଡଗୁଡ଼ିକର ପ୍ରଭାବ ଏବେ ସମଗ୍ର ବଜାରରେ ଦେଖାଯାଉଛି ।

୨୦୨୪ ମସିହାରେ ଦେଶର ଲୋକମାନେ ସ୍କଚ୍ ଅପେକ୍ଷା ଭାରତରେ ତିଆରି ସିଙ୍ଗଲ୍ ମାଲ୍ଟ ପିଇବାକୁ ଅଧିକ ପସନ୍ଦ କରିଛନ୍ତି, ଯାହା ଫଳରେ ଭାରତୀୟ ବ୍ରାଣ୍ଡର ବିକ୍ରୟ ମଧ୍ୟ ବୃଦ୍ଧି ପାଇଛି ଏବଂ ସ୍କଚର ବିକ୍ରୟ ହ୍ରାସ ପାଇଛି।

ସ୍କଚ୍ ସିଙ୍ଗଲ୍ ମାଲ୍ଟ ପଛରେ କିପରି ପଡ଼ିଗଲା?

ET ରିପୋର୍ଟ ଅନୁଯାୟୀ, ମଦ ବଜାର ଉପରେ ଏକ ଗବେଷଣା ଆଧାରିତ କମ୍ପାନୀ IWSR କହିଛି ଯେ ୨୦୨୩ ମସିହାରେ ଭାରତରେ ଉତ୍ପାଦିତ ସିଙ୍ଗଲ୍ ମାଲ୍ଟର ବିକ୍ରୟ ୭୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ସେତେବେଳେ, ଏହା ସ୍କଚ୍ ହ୍ୱିସ୍କି ବିକ୍ରୟଠାରୁ ୯,000 ନଅ ଲିଟର କେସ୍ ପଛରେ ଥିଲା। ୨୦୨୪ ମସିହାରେ, କେବଳ ଏହି ବ୍ୟବଧାନ ଦୂର ହୋଇନାହିଁ, ବରଂ ସିଙ୍ଗଲ୍ ମାଲ୍ଟ ହ୍ୱିସ୍କି ସ୍କଚ୍ ଠାରୁ ବହୁତ ଆଗକୁ ବଢ଼ିଯାଇଛି। IWSR ଅନୁଯାୟୀ, ୨୦୨୪ ମସିହାରେ ଭାରତୀୟ ବ୍ରାଣ୍ଡଗୁଡ଼ିକର ବିକ୍ରୟ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ।

ସିଙ୍ଗଲ ମାଲ୍ଟ କଣ?

ଗୋଟିଏ ଡିଷ୍ଟିଲେରୀରେ ତିଆରି ହ୍ୱିସ୍କିକୁ ସିଙ୍ଗଲ୍ ମାଲ୍ଟ କୁହାଯାଏ। ଏହି ହ୍ୱିସ୍କିର ସ୍ୱାଦ ବହୁତ ଭିନ୍ନ। ବିଶେଷ କଥା ହେଉଛି ଏହା ବିଭିନ୍ନ ବ୍ରାଣ୍ଡକୁ ମିଶ୍ରଣ କରି ତିଆରି କରାଯାଏ ନାହିଁ। ଭାରତରେ ପ୍ରଥମ ସିଙ୍ଗଲ୍ ମାଲ୍ଟ ବ୍ରାଣ୍ଡ୍ ହେଉଛନ୍ତି ଅମ୍ରିତ ଏବଂ ପଲ ଜନ୍। ଯାହା ପ୍ରାୟ ଅଢ଼େଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୦୦ ମସିହାରେ ଲଞ୍ଚ ହୋଇଥିଲା।

ଦେଶୀ ମଦ କାହିଁକି ପସନ୍ଦ କରାଯାଉଛି?

ଭାରତୀୟ ସିଙ୍ଗଲ୍ ମାଲ୍ଟ ହ୍ୱିସ୍କିର ଗୁଣବତ୍ତା, ପ୍ୟାକେଜିଂ ଏବଂ ମୂଲ୍ୟ ବର୍ତ୍ତମାନ ବିଦେଶୀ ସ୍କଚ୍ ଅପେକ୍ଷା ବହୁତ ଭଲ। ଏହି କାରଣରୁ ଲୋକମାନେ ଏବେ ଭାରତରେ ତିଆରି ହ୍ୱିସ୍କିକୁ ଅଧିକ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ, ଏହା ଜାତୀୟତାବାଦରୁ ମଧ୍ୟ ବହୁତ ଲାଭ ପାଉଛି। ଏବେ ଲୋକମାନେ ଅନୁଭବ କରିବା ଆରମ୍ଭ କଲେଣି ଯେ ସ୍କଚ୍ ଅପେକ୍ଷା ସିଙ୍ଗଲ୍ ମାଲ୍ଟ ଭଲ। ବିଶେଷଜ୍ଞମାନେ କୁହନ୍ତି ଯେ ଏବେ ଲୋକଙ୍କ ପାଖରେ ଅଧିକ ବିକଳ୍ପ ଅଛି। ଦୋକାନ ଗୁଡ଼ିକରେ ବିକ୍ରୟ ବୃଦ୍ଧି ପାଉଛି ଏବଂ ଏହା ସାମରିକ କ୍ୟାଣ୍ଟିନଗୁଡ଼ିକରେ ପହଞ୍ଚିଛି।

ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ ହେଉଥିବା ଡ୍ରୋନ ଭିଡିଓରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଦେଖିବାକୁ ମିଳିଛି। ଡ୍ରୋନ ଉଡିବା ସମୟରେ ସେ ଏନେଇ ଅବଗତ ଥିବା ଦୃଶ୍ୟରେ ବାରି ହୋଇପଡୁଛି। କାରଣ ତାଙ୍କ ଚିତ୍ର ଉତ୍ତୋଳନ ହେଉଥିବା ସମୟରେ ସେ କ୍ୟାମେରାକୁ ଦେଖି ମୁଣ୍ଡିଆ ମାରୁଛନ୍ତି। ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି। ଚୁନରା ସେବକ ଜଣକ ଦେଉଳ ଉପରେ ୧୪ ହାତିଆ ମୁଖ୍ୟ ବାନା ଲଗାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି। ଯେଉଁଠି ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଛି ସେଠାରେ କିଭଳି ସାହାସ କରି ଡ୍ରୋନ ଉଠାଯାଉଛି, ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉତ୍ତର-ପୂର୍ବରେ ବର୍ଷାର ତାଣ୍ଡବ, ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ୨୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର-ପୂର୍ବ ଆସାମ ମିଜୋରାମ, ଅରୁଣାଞ୍ଚଳ ପ୍ରଦେଶ ଏବଂ ମଣିପୁରରେ ମୁଷଳଧାରାରେ ବର୍ଷା । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ହଠାତ ଅନ୍ୟା ଆସିଛି । ଏ ଯାଏ ଭୂସ୍ଖଳନ ଯୋଗୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ସେଠାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି । ଆଗାମୀ ଦିନରେ ଆହୁରୀ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ନିରନ୍ତର ବର୍ଷା ଯୋଗୁ ବନ୍ୟା ଏବଂ ଭୂସ୍ଖଳନ ସମଗ୍ର ଉତ୍ତର ପୂର୍ବରେ ଜୀବନଯାତ୍ରାକୁ ପ୍ରଭାବିତ କରିଛି ।

ଆସାମର ରାଜଧାନୀ ଭୌହାଟୀରେ ଭୂସ୍ଖଳନ ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଅଛନ୍ତି ।

ଅନ୍ୟପଟେ ଅରୁଣାଞ୍ଚଳ ପ୍ରଦେଶରେ ବନ୍ୟା ଯୋଗୁ ଏକ ଗାଡ଼ି ଭାସି ଯାଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ମିଜୋରାମ, ତ୍ରିପୁରା ଏବଂ ମେଘାଳୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏହି ମୃତ୍ୟୁ ଘଟିଛି। ଏଠାରେ ମଝିରେ ମଝିରେ ପ୍ରବଳ ବର୍ଷା ହେଉଛି।

ମଣିପୁରର ରାଜଧାନୀ ଇମ୍ଫାଲରେ ତିନି ଦିନ ଧରି ଲାଗି ରହିଥିବା ବର୍ଷା ଜୀବନକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି। ସହରର ଅନେକ ସ୍ଥାନରେ ଜଳବନ୍ଦୀର ଏକ ଗମ୍ଭୀର ପରିସ୍ଥିତି ରହିଛି। ପ୍ରଶାସନ ଇମ୍ଫାଲ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିବେଦନ କରିଛି। ବନ୍ୟା ସତର୍କତା ମଧ୍ୟ ଜାରି କରାଯାଇଛି।

ପରିବାର ଲୋକ ରାଜି ହେଲେନି, ପୋଲିସ କରାଇଲା ପ୍ରେମୀ ଯୁଗଳଙ୍କ ବିବାହ

ପାଟନା: ପରିବାର ଲୋକ ରାଜି ହେଲେନି । ପୋଲିସ କରାଇଲା ପ୍ରେମୀ ଯୁଗଳଙ୍କ ବିବାହ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ବିହାରର ବକ୍ସର ଜିଲ୍ଲାରେ ।  ପରିବାର ଲୋକ ପ୍ରେମୀ ଯୁଗଳଙ୍କୁ ବିବାହ ଅନୁମତି ଦେଉ ନଥିବାରୁ ମହିଳା ଥାନାରେ ବାହା ହୋଇଛନ୍ତି । ଥାନା ଇନଚାର୍ଜ କନିଷ୍କ ତିଓ୍ବାରୀ ଏବଂ ଅନ୍ୟ ପୋଲିସମାନେ ଏହି ବିବାହର ସାକ୍ଷୀ ହୋଇଛନ୍ତି । ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ବକ୍ସର ଜିଲ୍ଲାର ସିକ୍ରେଲ ଥାନା ଅଞ୍ଚଳରେ ଏକ ରେଙ୍କା ଗାଁ ଅଛି । ଗାଁର ମହେନ୍ଦ୍ର ଶାହାଙ୍କ ପୁଅ ପିଣ୍ଟୁ ଶାହା ଏବଂ ମୁରାର ଥାନା ଅଞ୍ଚଳର ଆମସାରି ଗାଁର ଶିଳ୍ପୀ କୁମାରଙ୍କ ମଧ୍ୟରେ ଗତ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶିଳ୍ପୀଙ୍କ ମାମୁଁ ଘର ଗାଁ ରେଙ୍କାରେ ଏକ ବିବାହ ଉତ୍ସବରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକ ଜାଣିବାକୁ ପାଇଲେ । ଏହା ପରେ ଉଭୟଙ୍କୁ ମିଶିବାକୁ ବିରୋଧ କଲେ । ଏହା ପରେ ପ୍ରେମୀ ଯୁଗଳ ଥାନାର ଦ୍ବାରସ୍ତ ହୋଇଥିଲେ  ଏବଂ ବିବାହ ପାଇଁ ଅନୁରୋଧ କରିଥିଲେ । ପରିବାର ସଦସ୍ୟ ଏଥିରେ ରାଜି ନ ହୋଇ ରାଗିକି ଫେରି ଯାଇଥିଲେ । ଏହା ପରେ ଥାନା ଇନଚାର୍ଜ କନିଷ୍କ ତିଓ୍ବାରୀ ଥାନା ପରିସରରେ ଥିବା ମନ୍ଦିରରେ ବାବାହ କରାଇଥିଲେ ।

 

ପୁଣି ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ବର: ପୁଣି ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା  ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ଗଣପତି ରାମ ପେଟ୍ରୋଲ ପମ୍ପ ସାମନାରେ ନିସାଶକ୍ତ ଅବସ୍ଥାରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।ଗୁଳିମାଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ। ୪ ରାଉଣ୍ଡ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ। ଭୁବନେଶ୍ଵର ଇନଫୋଭ୍ୟାଲି ଥାନା ଟିମ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ତନାଘନା କରିଥିଲା। ତେବେ ଗୁଳିମାଡ଼ ଅଂଚଳ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନରେ ଆସୁଥିବାରୁ ସେଠାକାର ପୋଲିସ ମାମଲା ତଦନ୍ତ କରୁଛି। ଗୁଳିମାଡ଼ କରିଥିବା ଯୁବକ ନୟାପଲ୍ଲୀ ଅଞ୍ଚଳର ରାଜେଶ ବୋଲି ଜଣାପଡିଛି। ପୂର୍ବରୁ ତା ନାଁରେ ଏକାଧିକ ଅଭିଯୋଗ ବିଭିନ୍ନ ଥାନାରେ ରହିଛି…

 

ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼: ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ।  ଯାହାକୁ ନେଇ  ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଜାରି ରହିଛି । ଅଭିଯୋଗ ଅନୁଯାଇ ବାଲୁଗାଁର ସଂଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ୱାଇଁଙ୍କର ପ୍ରସବ ବେଦନାରୁ ଗତକାଲି ରାତିରେ  ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। କିନ୍ତୁ ଦାୟିତ୍ୱରେ ଥିବା ନର୍ସ ଏବଂ ଡାକ୍ତର ମାନେ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ। ଯାହା ଫଳରେ ଚିକିତ୍ସାହେଳା ସହିତ ଠିକରେ ସେବା  ନମିଳିବାରୁ ପ୍ରାଣ ହରାଇଲେ ମହିଳା ଓ ଶିଶୁ। ଏହାକୁ ନେଇ ମେଡିକାଲରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି, ଖବର ପାଇଁ ନୟାଗଡ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖି ଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।

ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ଅଭିଯୋଗ। ବହୁବିଧ ରୋଗରେ ମୃତ ବୟସ୍କ ବ୍ୟକ୍ତି ଜଣକ ଆକ୍ରାନ୍ତ ଥିବା ସୂଚନା ରହିଛି। ତେବେ କୋଭିଡ୍ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ। ଏହାର କାରଣ ହେଉଛି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲକ୍ଷଣ ଦେଖା ଯିବା ପରେ ସେ ଏକ ଘରୋଇ ମେଡିକାଲ କଲେଜକୁ ନମୁନା ସଂଗ୍ରହ ପାଇଁ ଫୋନ କଲ କରିଥିଲେ । ଘରେ ତାଙ୍କ ସ୍ୱାବ ସଂଗ୍ରହ ହେବା ପରେ କୋଭିଡ ବୋଲି ଜଣା ପଡିଥିଲା । ସମ୍ପୃକ୍ତ ମେଡିକାଲ କଲେଜ ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ହେଲେ ଆକ୍ରାନ୍ତ ଜଣଙ୍କ ଘରେ ସଂଘରୋଧ ହୋଇ ଚିକିତ୍ସା ନେବାକୁ ଇଚ୍ଛା ପ୍ରକାଶ କରି ଚିକିତ୍ସିତ ହେଉଥିଲେ । ଯେହେତୁ ସେ ବହୁବିଧ ରୋଗରେ ପୀଡିତ ଥିଲେ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ସ୍ୱାସ୍ଥ୍ୟ ବିଭାଗ । ତା ପରେ ସରକାରୀ ସ୍ତରରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏବେ ସୁଦ୍ଧା ଓଡି଼ଶାରେ ୨ ନୂଆ ପଜିଟିଭକୁ ମିଶାଇ ମୋଟ ୮ ଆକ୍ରାନ୍ତ  ଚିହ୍ନଟ କରାଯାଇଛି।