spot_img
Home Blog Page 6910

ଚୀନ୍ ପାଇଁ ଡେଲିଭରୀ ବୟମାନେ ଛାଡିଲେ ଚାକିରି, କହିଲେ ଭୋକରେ ରହିବୁ ପଛେ…

କୋଲକାତା: ଗତ କିଛି ମାସରୁ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।  ସେଥିପାଇଁ ଲୋକେ ଚୀନ ବିରୋଧରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକେ କ୍ରୋଧିତ ହୋଇ ଚାଇନାର ଅନେକ ଜିନିଷକୁ ବୟକଟ୍ କରିଛନ୍ତି । କୋଲକାତାରେ ଜୋମାଟୋ କମ୍ପାନୀର ଡେଲିଭରୀ ବୟମାନେ ଚୀନ୍ କୁ ବିରୋଧ କରି ଇସ୍ତଫା ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି କର୍ମଚାରୀମାନେ ଚାଇନାର ଆପ୍ କମ୍ପାନୀକୁ ବିରୋଧ କରୁଥିବାବେଳେ କମ୍ପାନୀର ଟି-ସାର୍ଟ ଚିରି ପୋଡି ଦେଇଥିଲେ।

ବେହାଲାରେ ପ୍ରଦର୍ଶନରେ ସାମିଲ ଥିବା କିଛି ଲୋକ ଦାବି କରିଛନ୍ତି ଯେ ସେମାନେ ଜୋମାଟୋ ଚାକିରି ଛାଡିଛନ୍ତି । ଏହା ବ୍ୟତୀତ ସେମାନେ ଲୋକଙ୍କୁ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର ନକରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଚାଇନାର କମ୍ପାନୀ ଅଲିବାବା ସହିତ ଜଡିତ ଆଣ୍ଟ ଫାଇନାନ୍ସିଆଲ୍ ଜୋମାଟୋର ୧୪.୭ ପ୍ରତିଶତ ଅଂଶଧନ (ସେୟାର) କିଣିଛି । ଜୋମାଟୋ ନିକଟରେ ଆଣ୍ଟ ଫାଇନାନ୍ସରୁ ୧୫ କୋଟି ଡଲାର୍ ସଂଗ୍ରହ କରିଥିଲେ ।

ପ୍ରଦର୍ଶନରେ ସମ୍ବନ୍ଧୀୟ ଜଣେ ବ୍ୟକ୍ତି କହିଛନ୍ତି, ଚୀନର କମ୍ପାନୀମାନେ ଏଠାରୁ ଲାଭବାନ ହେଉଛନ୍ତି ଏବଂ ଆମର ସୈନିକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ସୋମାନେ ଭାରତରୁ ଲାଭ ହାସଲ କରି ସେପଟେ ଆକ୍ରମଣ କରୁଛନ୍ତି । ରିପୋର୍ଟ ଅନୁସାରେ ମେ ମାସରେ ଜୋମାଟୋ ଏହାର ୧୩ ପ୍ରତିଶତ କର୍ମଚାରୀ, ୫୨୦ ଲୋକଙ୍କୁ କୋଭିଡ ମହାମାରୀକୁ ଦର୍ଶାଇ ଚାକିରିରୁ ବରଖାସ୍ତ କରିଥିଲା । ଏ ବାବଦରେ ଜୋମାଟୋଙ୍କ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଆଜି ଅନଲକ୍ ୧.୦ ର ସାପ୍ତିହିକ ଶେଷ ସଟଡାଉନ୍… ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ… ୩୦ ପରେ ଘୋଷଣା ହୋଇପାରେ ନୂଆ ନିୟମ

ଆଜି ଅନଲକ୍ ୧.୦ ର ସାପ୍ତିହିକ ଶେଷ ସଟଡାଉନ୍… ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ… ୩୦ ପରେ ଘୋଷଣା ହୋଇପାରେ ନୂଆ ନିୟମ… ସେପଟେ ବଢୁଛି କରୋନା ସଂକଟ

ସୃତୀ ହାସନ ସେୟାର କଲେ ଅଣ୍ଡରୱାଟର ଫଟୋଶୁଟ୍… ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ସୃତୀ ହାସନ ତାମିଲ ତେଲୁଗୁ ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି  । ବରିଷ୍ଠ ଅଭିନେତା କମଲ ହାସନଙ୍କ ଝିଅ ହେଉଛନ୍ତି ସୃତୀ । ସୃତୀ ବଲିଉଡରେ ମଧ୍ୟ ଅଭନୟ କରିଛନ୍ତି । ସାଉଥ ଜଗତରେ ରାଜ କରୁଥିବା ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।

https://www.instagram.com/p/CB7ajAUh-Vs/?utm_source=ig_embed

ସାଉଥ ଇଣ୍ଡଷ୍ଟ୍ରିରେ ସେ ଅଧିକ ଚର୍ଚ୍ଚିତ। ସୃତୀ ଏବେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ୨୦୦୯ ମସିହାରେ ସୃତୀ ତାଙ୍କ ଫିଲ୍ମି କ୍ୟାରିଅର ବଲିଉଡର “ଲକ୍‌” ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ଏହା ପରେ ସେ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ। ସର୍ଜରୀ ପରେ ସେ ସାଉଥ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଉଭୟ ବଲିଉଡ ସହ ଟଲିଉଡରେ ସେ ଧମାଲ କରନ୍ତି ଓ ସେତିକି ସଫଳତା ମଧ୍ୟ ହାସଲ କରିଛନ୍ତି ।

https://www.instagram.com/p/CB7ap3tB33Z/

ଅଭିନେତ୍ରୀ ସୃତୀ ହାସନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ନିକଟରେ ସୃତୀ ନିଜର ଅଣ୍ଡରୱାଟର ଫଟୋଶୁଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋଗୁଡିକ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ତାଙ୍କର ଏହି ଷ୍ଟନିଂ ଫଟୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ପୋଷ୍ଟ କରିଥିବା ପ୍ରତ୍ୟେକ ଫଟୋରେ ସୃତୀ କ୍ୟାପସନ୍ ଦେଇଛନ୍ତି । ଏହା ପୂର୍ବରୁ ସୃତୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ ।

https://www.instagram.com/p/CB7agZDhfHu/

ଆତ୍ମବିଶ୍ୱାସ ଜୀବନରେ କେତେ ଜରୁରୀ ଏନେଇ ସୃତୀ ଏହି ଭିଡିଓ ଦ୍ୱାରା ସେ ନିଜ ଫ୍ୟାନ୍ସଙ୍କୁ କହିଥିଲେ ।ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ସୃତୀ ପ୍ଲାଷ୍ଟିକ ସର୍ଜରୀର ପ୍ରଶ୍ନ ନେଇ ଜବାବ ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ବ୍ୟକ୍ତିଗତ ଜୀବନରେ ସେ ଯାହା ଇଚ୍ଛା ତାହା କରିବେ । ପ୍ଲାଷ୍ଟିକ ସର୍ଜରୀ ମଧ୍ୟ ତାଙ୍କ ନିଷ୍ପତ୍ତି ଥିଲା । ସେ ନା ସର୍ଜରୀ ସପୋର୍ଟରେ ଅଛନ୍ତି ନା ତା ବିରୋଧରେ କହୁଛନ୍ତି ।

https://www.instagram.com/p/CB7alYNBF0b/

ସୃତୀ ହାସନ ଶେଷ ଥର ପାଇଁ ସର୍ଟ ଫିଲ୍ମ ଦେବୀରେ ନଜର ଆସିଥିଲେ । ଫିଲ୍ମରେ ସୃତୀଙ୍କ ବ୍ୟତୀତ ଅଭିନେତ୍ରୀ କାଜୋଲ, ନେହା ଧୂପିଆ, ନୀନା କୁଲକର୍ଣ୍ଣି, ମୁକ୍ତା, ସନ୍ଧ୍ୟା ମ୍ହୋତ୍ର, ରମା ଜୋଶୀ ଅଭିନୟ କରିଥିଲେ । ଏହି ସର୍ଟ ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା ।

ଚୋର କହିଲେ ମାଛ, ମାଂସ, ପନିର ଖାଇବାକୁ ଆମେ ଜେଲ୍ ଯାଉ

କୈମୁର: ବିହାରର କୈମୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଚୋର କେବଳ ଏଥିପାଇଁ ଚୋରି କରନ୍ତି କାରଣ ସେମାନେ ଜେଲକୁ ଗଲେ ତାଙ୍କୁ ଯେମିତି ପୂରା ପେଟ ଖାଇବାକୁ ମିଳିପାରିବ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେମାନଙ୍କୁ ଧରାଯିବା ପରେ ଚୋରମାନେ ଏସପିଙ୍କ ଆଗରେ ତାଙ୍କ ମନକଥା କହିଛନ୍ତି । ଚୋରମାନେ ଏସପିଙ୍କ ଆଗରେ ଚୋରି କରିଥିବା ସ୍ୱୀକାର କରିବାବେଳେ କହିଥିଲେ ଯେ ସାର୍, ଆମେ ଜେଲରେ ମିଳୁଥିବା ଖାଇବା ଖାଇବାକୁ ଚାହୁଁଛୁ । ସେଠାରେ ମାଛ, ମାଂସ ପନିର ଭଳି ଖାଇବାକୁ ଚାହୁଁଛନ୍ତି ବୋଲି ଚୋରମାନେ କହିଥିଲେ । କାହିଁକି ନା ଜେଲରେ ବିନା କାମ କରି ଆମକୁ ଭଲ ଖାଦ୍ୟ ଖାଇବାକୁ ମିଳେ । ଏଥିସହ ଜେଲରେ ବିଭିନ୍ନ ପ୍ରକାରର ଖାଦ୍ୟା ମିଳିଯାଏ, ଆମେ କାହିଁକି ବା ତେବେ ଜେଲକୁ କାହିଁକି ଯିବୁ ନାହିଁ ।

ପୋଲିସ ଏହି ଚୋରି ମାମଲାକୁ ସାମ୍ନାକୁ ଆଣି କହିଛି ଯେ, ଜୁନ୍ ୨୩ରେ କରମଚାଟ ଥାନାର ଥିଲୋଇ ଗ୍ରାମରେ ଥିବା ଏକ ଘରୁ ଚୋରୀ ହୋଇଥିଲା । ଏଥିରେ ଚୋରମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ସମେତ ନଗଦ ଟଙ୍କା ଚୋରି କରିଥିଲେ । ଜଣେ ଦୋକାନୀଙ୍କ ସମେତ ଚୋରି ଅଭିଯୋଗରେ ୮ ଚୋରଙ୍କୁ ଗିରଫ କରାଯାଇଥିଲା । ଏଥିସହ ପାଞ୍ଚ ଲକ୍ଷ ଅଳଙ୍କାର ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଥିଲା ।

ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଗୁଡୁ କହିଛି ଯେ, ସେହି ଘରେ କାମ କରୁଥିବା ଚାକର ଚୋରି କରିବାକୁ କହିଥିଲା ତେଣୁ ଆମେ ଲୋଭରେ ଆସି ସେଥିପାଇଁ ରାଜି ହୋଇଯାଇଥିଲୁ । ଘରେ ରହୁଛୁ ତ ଆମକୁ କେହି କାମ ଦେଉନାହାଁନ୍ତି, ଏବଂ ଅଭାବ କରାଣରୁ ଶୁଖିଲା ଖାଇବାକୁ ପଡ଼େ । ଯଦି କୌଣସି କାରଣରୁ ଆମେ ଜେଲ ଯାଉ ତ ସେଠାରେ ଆମକୁ ଭଲ ଖାଇବା ପେଟପୂରା ମିଳିଥାଏ । ସେ ଏହା ମଧ୍ୟ କହିଛି ଯେ, ଯେତେଦିନ ଆମେ ଜେଲରେ ରହୁ ଆମର ଭଲଖାଇବାର ବନ୍ଦବସ୍ତୋ ହୋଇଯାଏ । ତେବେ ଏମାନଙ୍କ ମଧ୍ୟରୁ କିଛି ଚୋର ଏମିତି ବି ଅଛନ୍ତି ଯେଉଁମାନେ ଅଳସୁଆ ଏବଂ କିଛି କାମ କରିବାକୁ କରନ୍ତି ନାହିଁ କିନ୍ତୁ ଚୋରୀ ଏଥିପାଇଁ କରନ୍ତି ଯେ, ସେମାନେ ଜେଲ ଯାଇ ମାଛ, ମାଂସ, ଅଣ୍ଡା, ଆଉ ପନିର ଖାଇବାକୁ ମିଳିବ । ଏହି ଚୋରମାନଙ୍କ କହିବା କଥା ହେଉଛି ଆମେ ଚୋରୀ କରି ଯେବେ ଜେଲ ଯାଉ ଆମକୁ ସେଠାରେ ଭଲ ଖାଇବା ମିଳେ ସେଥିପାଇଁ ଚୋରୀ କରୁ ।

ମହିଳାଙ୍କ ନିଆରା ପ୍ରେମ କାହାଣୀ, ଘରୁ ନେଇଯାଇ ନାବାଳିକାଙ୍କୁ କଲେ ବିବାହ

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ୨୦ ବର୍ଷର ଝିଅଟି ଗୋଟିଏ ନାବାଳିକା ଝିଅ ଘରୁ ପଳାଇ ବିବାହ କରିଛି । ବର୍ତ୍ତମାନ ବଡ ଝିଅକୁ ଗିରଫ କରିଛି ପୋଲିସ୍ । ଘଟଣାଟି ହେଉଛି ଗୁନାର ପୁରୁଣା ବାଲାଜୀ ଅଞ୍ଚଳର । ଏଠାରେ ରହୁଥିବା ପରିବାରର ସମ୍ପର୍କୀୟଙ୍କ ଝିଅ ଶିବପୁରୀ ଜିଲ୍ଲାରୁ ରହିବାକୁ ଆସିଥିଲେ । କୁହାଯାଉଛି ଯେ ଜୁନ୍ ୨୨ରେ ବଡ଼ ଝିଅଟି ପଡୋଶୀ ଘରେ ରହୁଥିବା ନାବାଳିକା ଝିଅକୁ ନେଇ ପଳାଇ ଯାଇଥିଲା ।

ଏହା ପରେ ପରିବାର ସଦସ୍ୟ ଝିଅର ନିଖୋଜ ସମ୍ପର୍କରେ ରିପୋର୍ଟ ଲେଖିଥିଲେ। ବହୁ ଖୋଜା ଖୋଜି ପରେ ପୋଲିସ ଉଭୟଙ୍କୁ ପାଇବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଥିଲା । ଉଭୟ କହିଥିଲେ ଯେ ସେମାନେ ପରସ୍ପର ବିବାହ କରିଛନ୍ତି । ଶିବପୁରୀର ବଡ ଝିଅ ବର ହୋଇଗଲା ଏବଂ ଗୁନାଙ୍କ ନାବାଳିକା କନ୍ୟା ହୋଇ ଦୁଇଜଣ ବିବାହ କରିଛନ୍ତି ।

ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ନାବାଳିକାଙ୍କ ପରିବାରର ରିପୋର୍ଟକୁ ଆଧାର କରି ଶିବପୁରୀରେ ରହୁଥିବା ବଡ ଝିଅ ବିରୋଧରେ ଧାରା ୩୬୩ ଏବଂ ପୋକସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

ବର୍ତ୍ତମାନ ଅଭିଯୁକ୍ତ ଝିଅକୁ କୋର୍ଟରେ ଉପସ୍ଥାପନ କରିବା ପରେ ତାହାକୁ ଜେଲକୁ ପଠାଇଦିଆଯାଇଛି । ଏବଂ ନାବାଳିକାକୁ ତା ଘରକୁ ପଠାଇଦିଆଯାଇଛି । ବଡ ଝିଅଟି ୨୦ ବର୍ଷ ହୋଇଥିବାବେଳେ ନାବାଳିକା ୧୭ ବର୍ଷର ବୋଲି ସୂଚନା ମିଳିଛି ।

 

ଲଗାତର ୨୦ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର… ପେଟ୍ରୋଲ ୧୦ ଓ ଡିଜେଲ ୧୧ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ ଟଙ୍କା ବୃଦ୍ଧି ପାଇଲାଣି । ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ଡେଲିପ୍ରାଇସ ମେକାନିଜିମ୍ ଅନୁଯାୟୀ ତୈଳ ଦର ବୃଦ୍ଧି ହେଉଛି ।

ଜୁନ ୬ତାରିଖରେ ପେଟ୍ରୋଲ ଲିଟର ପିଛା ୭୧ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ପିଛା ୬୭ଟଙ୍କା ୭୦ ପଇସା ଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତୈଳ ଦର ବଢିବାର ବଡ କାରଣ ହେଲା ରାଜ୍ୟ ସରକାରଙ୍କ ଭାଟ ଏବଂ କେନ୍ଦ୍ର ସରକାରଙ୍କ ଏକସାଇଜ ଡ୍ୟୁଟି । ରାଜ୍ୟର ସବୁଠାରୁ ଅଧିକ ମୂଲ୍ୟ କୋରାପୁଟରେ ଦେଖିବାକୁ ମିଳିଛି ।

କୋରାପୁଟରେ ଏବେ ପେଟ୍ରୋଲ ଲିଟର ପିଛା ୮୪ଟଙ୍କା ୫୬ ପଇସା ଏବଂ ଡିଜେଲ ୮୨ଟଙ୍କା ୦୬ ପଇସା ରହିଛି । ଦର ଅଧିକ ରହିବାର କାରଣ ହେଲା, ଡିପୋରୁ କୋରାପୁଟକୁ ଦୂରତା । ପାରାଦ୍ୱୀପ ବା ଜଟଣୀରେ ଥିବା ତେଲ ଡିପୋରୁ କୋରାପୁଟ ଅବା ସୀମାନ୍ତ ଅଂଚଳକୁ ପରିବହନ ଖର୍ଚ୍ଚ ଅଧିକ ପଡୁଛି । ତେଣୁ ଏଠାରେ ଦର ଅଧିକ ରହୁଥିବା ଜଣାପଡିଛି ।

ଏହି ରାଶିର ଲୋକଙ୍କର କାର୍ଯ୍ୟକୁ ନେଇ ଅଫିସରେ କାହା ସହ ଝଗଡା ହୋଇପାରେ… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍୨୮, ୨୦୨୦,ରବିବାର,ମିଥୁନ ୧୪ ଦିନ

୧୪୨୭ ସାଲ୍, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ଆଷାଢ ଶୁକ୍ଳପକ୍ଷ 8ମୀ ତିଥୀ,ଉତ୍ତରାଫାଲଗୁନୀ

କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଘାତଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କର ଘାତଚନ୍ଦ୍ର

ଘାତବାର- ମେଷ ରାଶିର

ଯୋଗିନୀ ଐଶାନ୍ୟ କୋଣରେ ରାତି ୧୨ ଟା ୩୯ ପର୍ଯ୍ୟନ୍ତ ରହିବେ

ଏହା ପରେ ଯୋଗିନୀ ପୂର୍ବେରେ ରହିବେ

ଶୁଭ ସମୟ- ଦିନ ୧୧ ଟା ୨୩ ରୁ ଦିନ ୨ ଟା ୫୬ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୪ ଟା 48 ରୁ ସନ୍ଧ୍ୟା ୬ ଟା ୨୮ ପର୍ଯ୍ୟନ୍ତ

ଆଜି ଦିନରେ ନଡିଆ ଖାଇବା ମନା

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର- ଭାଇମାନେ ଶତ୍ରୁ ଭଳି ବ୍ୟବହାର କରିବେ

ଦ୍ୱିଜା ରାଶି- ଘରର ସଂପତ୍ତିକୁ ନେଇ ଭାତୃ ବିବାଦ ଆରମ୍ଭ ହୋଇପାରେ

କୃତ୍ତିକା ନକ୍ଷତ୍ର- ବହୁ ପରିଶ୍ରମରେ ଫଳ ମିଳିବ କିନ୍ତୁ ବିଳମ୍ବରେ

କିଛି ଧର୍ମ ପୁସ୍ତକ ବ୍ରାହ୍ମଣଙ୍କୁ ଦାନ କରନ୍ତୁ

ବୃଷ ରାଶି-

କୃତ୍ତିକା – ମନରେ ଅବାନ୍ତର ଚିନ୍ତା ଆସିବ, ମନ ଅଶାନ୍ତ ରହିବ

ରୋହିଣୀ-ସମୟର ଠିକ୍ ଭାବରେ ବ୍ୟବହାର କରନ୍ତୁ, ନଚେତ କ୍ଷତି ହୋଇପାରେ

ମୃଗଶିରା- ମନ ଚାହୁଁଥିବା ପସନ୍ଦର ଖାଦ୍ୟ ଖାଇବାର ସୁଯୋଗ ପାଇବେ

ମା’ଦୁର୍ଗାଙ୍କୁ ଲଡୁ ଭୋଗ ଅର୍ପଣ କରନ୍ତୁ

ମିଥୁନ ରାଶି-

ମୃଗଶିରା- ପସନ୍ଦର ସ୍ଥାନକୁ ଯିବାର ସୁଯୋଗ ପାଇବେ

ଆଦ୍ରା- ଭୂମି କିମ୍ବା ଗାଡି ଉପହାର ସୂତ୍ରରେ ପାଇପାରନ୍ତି

ପୁନର୍ବସୁ- ଧର୍ମ ପ୍ରତି ମନରେ ସନ୍ଦେହ ସୃଷ୍ଟି ହୋଇପାରେ

ହଳଦୀର ମାଳା ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

କର୍କଟ ରାଶି-

ପୁନର୍ବସୁ-ସାମାଜିକ ସମ୍ମାନ ପ୍ରାପ୍ତି ହୋଇପାରେ

ପୁଷ୍ୟା-ସଭାରେ ସମ୍ମାନିତ ସୁଯୋଗ ପାଇବେ

ଅଶ୍ଳେଷା-ବନ୍ଧୁ,ପରିବାରରୁ ଆର୍ଥିକ,ମାନସିକ ସାହାଯ୍ୟ ମିଳିବ

ଲବଙ୍ଗର ମାଳା ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

ସିଂହ ରାଶି-

ମଘା- ନ ଚାହିଁଲେ ବି କୌଣସି ଗୁପ୍ତ କଥାକୁ ପ୍ରକାଶ କରିବାର ସୁଯୋଗ ପାଇବେ

ପୂର୍ବାଫାଲଗୁନି- ସାମାଜିକ କ୍ଷତି ହୋଇପାରେ,ସତର୍କ ରୁହନ୍ତୁ

ଉତ୍ତରାଫାଲଗୁନି- ଖାଦ୍ୟ କଷ୍ଟ ମିଳିପାରେ, ପଥର ପ୍ରତି ବିପଦରେ ରହିଛି

ବେଲପତ୍ର ଓ ଲାଲ ମନ୍ଦାର ମାଳାରେ ମା’ଙ୍କୁ ପୂଜା କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନି-ପାରିବାରିକ ଖୁସି ରହିବ,ବ୍ୟବସାୟରୁ ଲାଭ ମିଳିପାରେ

ହସ୍ତା-ବଡ ଭଉଣୀଙ୍କ ଠାରୁ କିଛି ଖୁସି ଖବର ପାଇପାରନ୍ତି

ଚିତ୍ରା- ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆସିପାରେ

ଅତର,ଲାଲ ଚୁଡି ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା- ମନରେ ଧର୍ମକୁ ନେଇ ଭୟ ରହିବ

ସ୍ବାତୀ- କାହା କଥାରେ ଅନ୍ୟକୁ କଷ୍ଟ ଦିଅନ୍ତୁ ନାହିଁ, ନିଜେ ସମସ୍ୟାରେ ପଡିବେ

ବିଶାଖା- କାର୍ଯ୍ୟକୁ ନେଇ ଅଫିସରେ କାହା ସହ ଝଗଡା ହୋଇପାରେ

ମା’ଦୁର୍ଗାଙ୍କର ସପ୍ତସତୀ ପାଠ କରନ୍ତୁ

ବିଛା ରାଶି –

ବିଶାଖା-ଅର୍ଥ ରୋଜଗାର କରିବା ପାଇଁ ଭାଗ୍ୟ ସହଯୋଗ କରିବ

ଅନୁରାଧା-ସବୁ ଦିଗରୁ ଲାଭବାନ୍ ରହିବେ

ଜ୍ୟୋଷ୍ଠା-ରାଜନୀତି,ବିଦେଶ ଯାତ୍ରାରେ ଶୁଭ ରହିବ

ଆଜି ସିଦ୍ଧ କୁଞ୍ଜିକା ପାଠ କରନ୍ତୁ

ଧନୁ ରାଶି-

ମୂଳା-ଚାକିରୀରେ ସମସ୍ୟା ଦେଖାଦେବ

ପୂର୍ବାଷାଢା-କାର୍ଯ୍ୟର ଭାର ଯୋଗୁ ଚିନ୍ତା ବଢିବ

ଉତ୍ତରାଷାଢା- ନୂତନ କର୍ମର ପ୍ରାପ୍ତିର ଯୋଗ ରହିଛି

ଅର୍ଥଖଳା ସ୍ତୋତ୍ର ପାଠ କରନ୍ତୁ

 ମକର ରାଶି-

ଉତ୍ତରାଷାଢା- ବ୍ୟବସାୟରୁ ଅଚାନକ ଧନ ଲାଭର ଯୋଗ ରହିଛି

ଶ୍ରବଣା-ଔଷଧ,କ୍ଷୀର,ଦହିର ବ୍ୟବସାୟ ଥିଲେ ଲାଭବାନ୍ ହେବେ

ଧନିଷ୍ଠା-ଦାମ୍ପତ୍ୟଜୀବନରେ ଖୁସି ରହିବ,ଭାଗ୍ୟ ସାହାଯ୍ୟ କରିବ

ଦୁର୍ଗା କବଚ ପାଠ କରନ୍ତୁ ଶୁଭ ରହିବ

କୁମ୍ଭ ରାଶି-

ଧନିଷ୍ଠା-ଗୁପ୍ତଶତ୍ରୁଙ୍କ ଠାରୁ ଗୁପ୍ତ ଭାବରେ ବହୁତ କଷ୍ଟ ପାଇବେ

ଶତଭିଷା-ସଭାସମିତିରେ ନିଜର ସମ୍ମାନ ପ୍ରତି ଆଞ୍ଚ୍ ଆସିପାରେ,ସତର୍କ ରହିବେ

ପୂର୍ବଭାଦ୍ରପଦ- ଋଣ ପୀଡା ମନକୁ ଅଧିକ କଷ୍ଟ ଦେବ

ଅଶୋକ ପତ୍ରରେ ସିନ୍ଦୁର,ଅତର ଲଗାଇ ମା’ଙ୍କୁ ଅର୍ପଣ କରନ୍ତୁ

ମୀନ ରାଶି-

ପୂର୍ବଭାଦ୍ରପଦ-ପ୍ରେମ ବିବାହ ପାଇଁ ଯୋଗ ରହିଛି

ଉତ୍ତରଭାଦ୍ରପଦ- ନୂଆ କିଛି ପ୍ରୋଜେକ୍ଟ ଆରମ୍ଭ କରିପାରନ୍ତି

ରେବତୀ- ସାନଭଉଣୀ କିମ୍ବା ପିଉସୀଙ୍କ ଠାରୁ କିଛି ଆର୍ଥିକ ସାହାଯ୍ୟ ପାଇବେ

 

ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- ୭୦୦୮୯୫୪୩୧୧

ପଙ୍ଗପାଳ ଆତଙ୍କ: ଇଣ୍ଡିଗୋ ବିମାନ ଲ୍ୟାଣ୍ଡ୍‌ କରୁ କରୁ ପୁଣି କଲା ଟେକ୍‌ଅପ୍‌

ଜୟପୁର: ପଙ୍ଗପାଳ ଆତଙ୍କରେ ଏବେ ଉତ୍ତର ଏବଂ ମଧ୍ୟ ଭାରତ । ଏହି କାରଣରୁ ଶନିବାର ସନ୍ଧ୍ୟାରେ ଜୟପୁର ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ହବାରୁ ବଞ୍ଚି ଯାଇଛି। ରନୱେରେ ହଠାତ୍ ବହୁ ସଂଖ୍ୟକ ପଙ୍ଗପାଳ ଆସିବାରୁ ଲ୍ୟାଣ୍ଡ କରିବାକୁ ଯାଉଥିବା ଇଣ୍ଡିଗୋ ବିମାନକୁ ପୁଣିଥରେ ଆକାଶ ମୁହାଁ ହେବାକୁ ପଡ଼ିଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏହି ସମୟ ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଥିଲା ।

 

ସୂଚନା ଅନୁଯାୟୀ, ଇଣ୍ଡିଗୋର ଏକ ବିମାନ ନମ୍ବର 6E-212 ଯାହା ଦିଲ୍ଲୀରୁ ଜୟପୁରରେ ପହଞ୍ଚିଥିଲା । ​ଏହି ସମୟ ମଧ୍ୟରେ ହଠାତ୍ ବିମାନବନ୍ଦରର ରନୱେରେ ବହୁତ ସଂଖ୍ୟକ ପଙ୍ଗପାଳ ଏକତ୍ରିତ ହୋଇଥିଲେ । ଯାହାଫଳରେ ପାଇଲଟ ଜଣକ ରନଓ୍ୱେରେ ଲ୍ୟାଣ୍ଡ କରିପାରିନଥିଲେ । ପାଇଲଟ ଜଣକ ବିମାନ ଅବତରଣ କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଯାଞ୍ଚ କରିଥିଲେ । ଯେଉଁଥିପାଇଁ ପଙ୍ଗପାଳ ଥିଲେ ସୁଦ୍ଧା କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲା ।

ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି

ଏହି ପରିପ୍ରେକ୍ଷୀରେ ରାଲୋପା ନ୍ୟାସନାଲ କନଭେନର ତଥା ନାଗପୁର ସାଂସଦ ହନୁମାନ ବେନିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ସମସ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବେନିୱାଲ ପଙ୍ଗପାଳ ନିୟନ୍ତ୍ରଣର ପ୍ରଭାବଶାଳୀ ପଦକ୍ଷେପ ନେବାକୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି କରିଛନ୍ତି ।

ଏହି ଚିଠିରେ ବେନିୱାଲ ଲେଖିଛନ୍ତି ଯେ ରାଜସ୍ଥାନ, ଗୁଜୁରାଟ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳର ପଙ୍ଗପାଳ ଦଳ ଯେଉଁଠାରୁ ପ୍ରବେଶ କରୁଛନ୍ତି ସେଠାରୁ ନିୟନ୍ତ୍ରଣ କରାଯିବା ଉଚିତ। ଯେଉଁ ଅଞ୍ଚଳରେ ଜନସଂଖ୍ୟା ନାହିଁ, ଛୋଟ ବିମାନ ଏବଂ ହେଲିକପ୍ଟର ଇତ୍ୟାଦି ମାଧ୍ୟମରେ କୀଟନାଶକ ସ୍ପ୍ରେ କରିବା ଉଚିତ୍ । ବେନିୱାଲ ଚିଠିରେ ମଧ୍ୟ କହିଛନ୍ତି ଯେ ଯଦି ତୃଣଭୋଜୀ ନିୟନ୍ତ୍ରଣ ପାଇଁ କଂକ୍ରିଟ ଯୋଜନା ତୁରନ୍ତ କରା ନ ଯାଏ ତେବେ କୃଷକମାନେ ଆର୍ଥିକ ଦୃଷ୍ଟିରୁ ଭାଙ୍ଗିଯିବେ।

ରାହୁଲଙ୍କୁ ଟାର୍ଗେଟ କଲେ ଶରଦ ପାଓ୍ୱାର, କହିଲେ ୧୯୬୨ ଯୁଦ୍ଧକୁ ମନେପକାଅ……

ଏନସିପି ମୁଖ୍ୟ ଶରଦ ପାଓ୍ୱାର ୧୯୬୨ର ଭାରତ-ଚୀନ ଯୁଦ୍ଧ କଥା ମନେ ପକାଇଛନ୍ତି । ଚେତାଇ ଦେଇଛନ୍ତି ଯେ ୧୯୬୨ ଯୁଦ୍ଧରେ ଭାରତର ଭୀଷଣ ଭାବେ ପରାଜୟ ହୋଇଥିଲା ତେଣୁ ଯୁଦ୍ଧକୁ ସମାଧାନ ଭାବେ ଦେଖିବାକୁ ଉଚିତ ନୁହେଁ । ଏଭଳି ମନ୍ତବ୍ୟ ରଖି ସେ ପରୋକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଜଟିଳ ହେବ ପରେ ଦେଶ ମଧ୍ୟରେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଚୀନ ଭାରତୀୟ ଜମିରେ ଧସେଇ ପଶିବାକୁ ଉଦ୍ୟମ କରିବା ପରେ ରାହୁଲ ପ୍ରଧାନମନ୍ତ୍ରୀ ମିଛ କହୁଥିବା ଓ ଚୀନ ଭାରତ ଜମି ଅକ୍ତିଆର କରିସାରିଥିବା ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସତ କୁହନ୍ତି । ସମସ୍ତ ଦେଶ ଏକଜୁଟ ହୋଇ ଏହି ସମସ୍ୟାର ସମାଧାନ ଖାଜିବ  । ସେହିଭଳି ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାହୁଲ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଏନେଇ ଖୋଲି କରି ସତ କୁହନ୍ତୁ ବୋଲି ସେ ଅପିଲ କରିଥିଲେ ।  ତେବେ ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ ଭାରତ ଚୀନ ହାତରେ ନିଜ ଜମିକୁ ଟେକି ସାରିଛି । କେବଳ ରାହୁଲ ନୁହେଁ ସୋନିଆ ଗାନ୍ଧୀ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ ।

ଏହାପରେ ପାଓ୍ୱାର ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ ମୋତେ ଯୁଦ୍ଧ ନେଇ କୌଣସି ଆଶଙ୍କା ଦେଖାଯାଇ ନାହିଁ । ଗଲବାନରେ ଭାରତ ନିଜ ସୀମା ମଧ୍ୟରେ ରହି ଭିତ୍ତିଭୂମି କାର୍ଯ୍ୟ କରୁଥିଲା । ଆମେ ୧୯୬୨ ଯୁଦ୍ଧରେ କ’ଣ ଘଟିଥିଲା ତାହା ଆମେ ଭୁଲିବା ଉଚିତ୍ ନୁହେଁ । ଚୀନ ଭାରତର ୪୫ ହଜାର ହେକ୍ଟର ଜମି ଦଖଲ କରି ନେଇଥିଲା । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମୋତେ ଜଣାନାହିଁ । ଚୀନ ଭାରତର ଜମି ଅଧିଗ୍ରହଣ କରିଛି କି ନାହିଁ ସେ ନେଇ ମୋ ପାଖରେ ସ୍ପଷ୍ଟତା ନାହିଁ । କିନ୍ତୁ ଯୁଦ୍ଧ ଉପରେ ବିଚାର କଲା ବେଳେ ଆମକୁ ଇତିହାସକୁ ମନେ ପକାଇବା ଉଚିତ୍ ।

 

ଜାଣନ୍ତୁ କଣ ଥିଲା କାଞ୍ଚି ବିଜୟର କାହାଣୀ

ଶ୍ରୀଜଗନ୍ନାଥ କେବଳ ଏକ ଦେବତା ନୁହନ୍ତି । ମନ୍ଦିର ଭିତରେ ବସିଥିବା ଦାରୁ ମୂରତି ନୁହନ୍ତି । ସେ ଏ ଜାତିର ସୁରକ୍ଷା କବଚ, ଏକଥା ବାରମ୍ବାର ପ୍ରମାଣିତ ହୋଇଛି । ଏ ଜାତିର ସ୍ୱାଭିମାନ ପ୍ରତି ଯେବେ ବି ଆଞ୍ଚ ଆସିଛି ସେ ନିଜେ ଖଣ୍ଡା ଧରିଛନ୍ତି । ଯୁଦ୍ଧରେ ଯୋଦ୍ଧା ସାଜି ଯୁଦ୍ଧ କରିଛନ୍ତି । ଲହୁ ଲୁହାଣ ହୋଇଛନ୍ତି । କିନ୍ତୁ ଏ ଜାତିର ଗରିମା ଆଉ ଐଶ୍ୱର୍ଯ୍ୟକୁ କ୍ଷୁର୍ଣ୍ଣ ହେବାକୁ ଦେଇନାହାନ୍ତି । ଓଡ଼ିଶାର ଘରେ ଘରେ କାଞ୍ଚି ବିଜୟ ଉପାଖ୍ୟାନ ବେଶ୍‌ ପରିଚିତ । ଏହି ଉପାଖ୍ୟାନ ପଛରେ କୈାଣସି ଐତିହାସିକ ଯୁକ୍ତି ବା ପ୍ରମାଣ ନାହିଁ ସତ । ଏହା ଏକ କିମ୍ବଦନ୍ତୀ ଓ ଲୋକକଥା । ତେବେ ଏହାର ସତ୍ୟାସତ୍ୟ ପରଖିବା ପାଇଁ କେବେ କୈାଣସି ଓଡ଼ିଆ ଚାହିଁନି । ବରଂ ବିଶ୍ୱାସର ଏକ ଭିତ୍ତି ଉପରେ ପଡ଼ିଛି ସଂସ୍କୃତି, ପରମ୍ପରା ଆଉ ସାମାଜିକ ଜୀବନ ଏବଂ ଧର୍ମୀୟ ଭାବଧାରା । ଏଇ ବିଶ୍ୱାସର ଫଳଶୃତି ହେଉଛି କାଞ୍ଚି ବିଜୟର କାହାଣୀ ।

ରାଜାଶ୍ରୀ ପୁରୁଷୋତ୍ତମ ଦେବଙ୍କୁ ଯୁଦ୍ଧରେ ସହାୟକ ହେବା ପାଇଁ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ରାମ-କୃଷ୍ଣ ଦୁଇ ଭାଇ କଳା ଓ ଧଳା ଘୋଡ଼ାରେ ବସି ବାହାରିଥିଲେ କାଞ୍ଚି ଅଭିଯାନରେ। କି ପ୍ରଚଣ୍ଡ ଏ ବିଶ୍ୱାସର ଜୟଗାଥା । କି ଭୀଷଣ ଏ ଭଲପାଇବା। କି ଅବଦମିତ ଏ ଆସ୍ଥା ଆଉ କି ନିଚ୍ଛକ ଏ ଭରସା-ଜଗନ୍ନାଥଙ୍କ ଉପରେ । ଡାକିଲେ- ଓ କଲା ଭଳି ଠାକୁର। ମାନବୀୟ ଲୀଳା କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ପରମ ପାବନ ଶ୍ରୀକ୍ଷେତ୍ରରେ। ତାଙ୍କୁ ନେଇ ରହିଥିବା ଅସଂଖ୍ୟ କଥା ଓ କାହାଣୀ ମଧ୍ୟରୁ କାଞ୍ଚି ବିଜୟ ବା କାଞ୍ଚି ଅଭିଯାନ ଅନ୍ୟତମ । ଆଜି ଆପଣଙ୍କ ପାଇଁ କାଞ୍ଚି ଅଭିଯାନର କିଛି ରୋଚକ ଅଂଶ ।…

କୋଟି ଓଡ଼ିଆର ମଉଡ଼ମଣି ସେ, ଏ ଜାତିର ଆରାଧ୍ୟ ଠାକୁର, ନୀଳାଚଳ ପରଂବ୍ରହ୍ମ ସ୍ୱୟଂ ଶ୍ରୀଜଗନ୍ନାଥ । ଭାବ ଓ ଭକ୍ତିର ପୁଣ୍ୟତୋୟା ତାଙ୍କର ଆସ୍ଥାନ । କୋଟି ହୃଦୟର ସମ୍ମାନନୀୟ ପରମାତ୍ମା, ଭକ୍ତି ଓ ଶ୍ରଦ୍ଧାରେ ଯିଏ ପ୍ରତ୍ୟକ୍ଷ ଆବିର୍ଭୃତ ହୋଇଥାନ୍ତି ସେ ହେଉଛନ୍ତି ଦାରୁ ଦେବତା କାଳିଆଠାକୁର, ଶ୍ରୀଜଗନ୍ନାଥ । ବିଭିନ୍ନ ସମୟରେ ମହାପ୍ରଭୁଙ୍କ ବୃଦ୍ଦ।ନ୍ତ ଋଦ୍ଧିମନ୍ତ କରିଛି ଏ ଜାତିର ଐତିହାସିକ, ସାମାଜିକ ଓ ରାଜନୀତିକ ପୃଷ୍ଠଭୂମିକୁ । ମନ ପ୍ରାଣ ଦେଇ ଯିଏ ଡାକିଛି ତାକୁ ସାହା ହୋଇଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ । ସେ ଦାସିଆ ବାହୁରୀ ହେଉ କି ଭକ୍ତ ସାଲବେଗ । ରାଜା ହେଉଛି କି ରଙ୍କ ସମସ୍ତଙ୍କ ପାଖରେ ପହଞ୍ଚିଛି କାଳିଆର କରୁଣା ।

ଆଜକୁ ୬ ଶହ ବର୍ଷ ତଳର କଥା । ଚତୁର୍ଦ୍ଦଶ ଶତାବ୍ଦୀରେ ସୂର୍ଯ୍ୟବଂଶର ପ୍ରତିଷ୍ଠା ହୋଇଥିଲା। ରାଜା କପିଳେନ୍ଦ୍ର ଦେବ ତାଙ୍କର ପ୍ରବଳ ପ୍ରତାପୀ ସନୈ ସାମନ୍ତଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିସାରିଥିଲେ । ମାଲବ, ଗୌଡ଼, ଦିଲ୍ଲୀ, କର୍ଣ୍ଣାଟକ ପ୍ରଭୃତି ଜୟ କରି ସୂର୍ଯ୍ୟବଂଶର ଟେକ ରଖିଥିଲେ । ତାଙ୍କୁ ସେତେବେଳେ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧିରେ ଭୂଷିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଗଙ୍ଗାଠାରୁ ସେତୁବନ୍ଧ ଯାଏଁ ଜୟ କରି ଲକ୍ଷେ ରାଜାର ମଉଡ଼ମଣି ଆଖ୍ୟାଲାଭ କରିଥିଲେ। ତାଙ୍କ ପରେ ୧୪୬୫ ଖ୍ରୀଷ୍ଟାବ୍ଦରେ ତାଙ୍କ ୧୮ ବର୍ଷୀୟ ପୁତ୍ର ପ୍ରବଳ ପ୍ରତାପୀ ସୂର୍ଯ୍ୟବଂଶର ରାଜା ହେଲେ ପୁରୁଷୋତ୍ତମ ଦେବ । ୧୪୭୦ ବେଳକୁ ସେ ଦାକ୍ଷିଣାତ୍ୟ ରାଜ୍ୟ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସେ କାଞ୍ଚିରେ ପହଞ୍ଚିଲେ। ସେଠାରେ ପୁରୁଷୋତ୍ତମ ଦେବ  ତାଙ୍କର ଟେଣ୍ଟ ପକାଇବା ସହ, ପାର୍ଷଦ ମାନଙ୍କ ସହ ବିଚାର ବିମର୍ଷ କଲେ । ଇତି ମଧ୍ୟରେ କାଞ୍ଚି ରାଜା ସାଲ୍ୱ ନରସିଂହ ଦେବଙ୍କ କନ୍ୟା ତଥା ରାଜକୁମାରୀ ରୂପାମ୍ବିକା ବା ପଦ୍ମବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ। ଏହାପରେ କାଞ୍ଚି ରାଜାଙ୍କ ଅନୁରୋଧ ରକ୍ଷାକରି ରାଜପ୍ରସାଦକୁ ଯାଇଥିଲେ ପୁରୁଷୋତ୍ତମ ଦେବ । ସେଠାରେ ରାଜାଙ୍କ ଆଚରଣରେ କାଞ୍ଚି ରାଜା ପ୍ରଶନ୍ନ ହେବା ସହ ସାଲ୍ୱ ନରସିଂହ ଦେବ ନିଜ କନ୍ୟାଙ୍କୁ ପୁରୁଷୋତ୍ତମ ଦେବଙ୍କ ସହ ବିବାହ କରିବାକୁ ସ୍ଥିର କରିଥିଲେ । ଏହାପରେ ଉତ୍କଳ ମାଟିକୁ ଫେରିଆସିଥିଲେ ରାଜା ପୁରୁଷୋତ୍ତମ ଦେବ। ଏହି ସମୟ ମଧ୍ୟରେ କାଞ୍ଚି ରାଜା ନିଜର ଜଣେ ମନ୍ତ୍ରୀଙ୍କ ସହ ଐପଚାରିକ ବିବାହ ପତ୍ର ପ୍ରେରଣ କରିଥିଲେ। ମନ୍ତ୍ରୀଙ୍କୁ ରାଜା ପୁରୁଷୋତ୍ତମ ଦେବ ଅନ୍ୟନ୍ତ ସହୃଦୟତାର ସହ ଗ୍ରହଣ କରି ମାନ ସମ୍ମାନ ଦେଇଥିଲେ। ସେହି ସମୟରେ ମହାପ୍ରଭୁଙ୍କର ରଥଯାତ୍ରା ଆଗତ ପ୍ରାୟ ହୋଇଥିଲା। କାଞ୍ଚିରୁ ଆସିଥିବା ରାଜାଙ୍କ ପ୍ରତିନିଧି ତଥା ମନ୍ତ୍ରୀ ଜଣଙ୍କୁ ଉତ୍କଳ ମାଟିର ଆରାଧ୍ୟ ଦେବତାଙ୍କ ରଥଯାତ୍ରା ଦେଖିବାକୁ ରାଜା ପୁରୁଷୋତ୍ତମ ଦେବ ନିବେଦନ କରିଥିଲେ। ମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରି ଆଉ କିଛିଦିନ ଉତ୍କଳ ଭୂମିରେ ଅବସ୍ଥାନ କଲେ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ଭବ୍ୟ ଆଡ଼ମ୍ବରରେ ଓହ୍ଲାଇ ଆସିଥିଲେ କାଳିଆ ଠାକୁର। ଘଣ୍ଟ ଘଣ୍ଟା, ତୁରୀ ଭେରୀରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ। ପହଣ୍ଡିରେ ଝୁଲି ଝୁଲି ଆସିଥିରେ ଚତୁର୍ଦ୍ଧାମୂରତି। ତେବେ ରଥଯାତ୍ରା ସମୟରେ ରାଜାଙ୍କର ପ୍ରମୁଖ ସେବା ଛେରାପହଁରା ଅନୁଷ୍ଠିତ ହୋଇଥିଲା। ରାଜା ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କର ରାଉତ ହୋଇଥିବାରୁ ତାଙ୍କର ଆଦ୍ୟ ସେବାକୁ ସେ ପରମ ଆନନ୍ଦ ଓ ସୌଭାଗରେ ସଞ୍ଚାଳନ କରିଥିଲେ। ମାତ୍ର ଏହାର ତତ୍ୱ ଓ ଇତିହାସ ସଂପର୍କରେ ନଜାଣି କାଞ୍ଚିରୁ ଆସିଥିବା ମନ୍ତ୍ରୀ ଜଣଙ୍କ ଭାବିଲେ ରାଜାଙ୍କ ପ୍ରତି ଏହା ସବୁଠାରୁ ବଡ଼ ଅପମାନ୍‌। ସେ ରାଜାଙ୍କୁ ଭୁଲ୍‌ ବୁଝିଥିଲେ । ତାଙ୍କୁ ଚଣ୍ଡାଳ ଭାବି ତତକ୍ଷଣାତ୍‌ ଫେରିଯାଇଥିଲେ ନିଜ ରାଜ୍ୟକୁ। କାଞ୍ଚିରେ ପହଞ୍ଚିବା ପରେ ସେଠାକାର ରାଜାଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇଥିଲେ ଏବଂ କହିଥିଲେ ପୁରୁଷୋତ୍ତମ ଦେବ ରାଜା ନୁହେଁ ବରଂ ଜଣେ ଚଣ୍ଡାଳ ଅଟନ୍ତି । କାଞ୍ଚି ରାଜା ମଧ୍ୟ ତାଙ୍କ ମନ୍ତ୍ରୀଙ୍କ କଥାରେ ବିଶ୍ୱାସ କରିଗଲେ । ଏବେ ପୁରୀ ରାଜାଙ୍କୁ ଚିଠି ଲେଖିଲେ ଯେ, ସେ ତାଙ୍କ ଝିଅ ପଦ୍ମାବତୀଙ୍କର ବିବାହ ପୁରୁଷୋତ୍ତମ ଦେବଙ୍କ ସହିତ କରାଇବାକୁ ଚାହାନ୍ତି ନାହିଁ । ଚିଠି ପଢିବା ପରେ ମର୍ମାହତ ହେଲେ ରାଜା ।

 

ଚିଠି ପାଇ ମର୍ମାହତ ଥିବା ରାଜା ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେୟସୀ ପଦ୍ମାବତୀଙ୍କର ସ୍ୱୟମ୍ବର ତତକ୍ଷଣାତ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି କାଞ୍ଚି ରାଜା । ଏପରିକି ବିଭିନ୍ନ ଜିଲ୍ଲାରୁ ରାଜା ମାନଙ୍କୁ ମଧ୍ୟ ସ୍ୱୟମ୍ବରକୁ ନିମନ୍ତ୍ରଣ କରାଯାଇସାରିଛି କେବଳ ପୁରୁଷୋତ୍ତମ ଦେବଙ୍କୁ ଛାଡ଼ି । ଏହା ଦେଖି ବେଶ୍‌ କ୍ରୋଧିତ ହେଲେ ରାଜା। ପ୍ରଥମତଃ ମହାପ୍ରଭୁଙ୍କର ସେବାକୁ ନେଇ କାଞ୍ଚି ରାଜା ତାଙ୍କୁ ଚଣ୍ଡାଳ କହିବା ଏ ଜାତି ପ୍ରତି ଥିଲା ବଡ଼ ଆକ୍ଷେପ । ଏବଂ ତାଙ୍କ ପ୍ରେୟସୀଙ୍କୁ ଅନ୍ୟତ୍ର ବିବାହର ମସୁଧା। ଏହାକୁ ନେଇ କାଞ୍ଚି ରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ ଉତ୍କଳର ବୀରବର ସୂର୍ଯ୍ୟ ବଂଶର ଦାୟାଦ ପୁରୁଷୋତ୍ତମ ଦେବ। ଏଥିରେ ଉଭୟ ରାଜା ପରସ୍ପର ମଧ୍ୟରେ ଗୋଟିଏ ସର୍ତ୍ତ ରଖିଥିଲେ। ସେ ସର୍ତ୍ତ ଥିଲା ଯେ, କାଞ୍ଚି ରାଜାଙ୍କ କୂଳ ଦେବତା ଥିଲେ ଗଣେଷ ଓ ପୁରୁଷୋତ୍ତମ ଦେବଙ୍କର ଶ୍ରୀଜଗନ୍ନାଥ। ଯିଏ ବି ଏ ଯୁଦ୍ଧରେ ପରାଜିତ ହେବେ ତାଙ୍କର କୂଳ ଦେବତା ଅନ୍ୟକୁ ସମର୍ପଣ କରିବେ । ଅର୍ଥାତ୍‌ ଯଦି କାଞ୍ଚି ରାଜା ପରାସ୍ତ ହେବେ ତେବେ ଶ୍ରୀଗଜାନନ ବା ଗଣେଷ ପୁରୀ ଆସିବେ ଏବଂ ଯଦି ପୁରୁଷୋତ୍ତମ ଦେବ ପରାସ୍ତ ହେବେ ତେବେ ମହାପ୍ରଭୁ କାଞ୍ଚିରେ ଗଣେଷଙ୍କ ପାଖରେ ବିଦ୍ୟମାନ ହେବେ। ଇତି ମଧ୍ୟରେ ଘମାଘୋଟ୍‌ ହୋଇଥିଲା ଯୁଦ୍ଧ। ପ୍ରଥମଥର ପୁରୁଷୋତ୍ତମ ଦେବଙ୍କ ଟେଣ୍ଟରେ ନିଆଁ ଲାଗିଯିବାକୁ ସେ ଅଧାରୁ ଫେରି ଆସିଥିଲେ। ପୁରୀରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସାମ୍ନାରେ ଅଧିଆ ପଡ଼ିଥିଲେ। କହିଥିଲେ ମହାପ୍ରଭୁ ମୋର ପରାଜୟ ଅର୍ଥ ଏ ଜାତିର ପରାଜୟ ଏବଂ ଏ ମାଟିର ପରାଜୟ। ସର୍ବୋପରି ଆପଣଙ୍କର ପରାଜୟ। ଯୁଦ୍ଧରେ ବିଜୟ ହେବାକୁ ସାହାଯ୍ୟ ଲୋଡ଼ିଥିଲେ ରାଜା । ନିଜର ପରମଭକ୍ତ ତଥା ଆଦ୍ୟ ସେବକଙ୍କର ଏଭଳି ଗୁହାରି ଶୁଣିଥିରେ ସ୍ୱୟଂ ପରଂବ୍ରହ୍ନ। କହିଥିଲେ, ଯୁଦ୍ଧ କ୍ଷେତ୍ରକୁ ଯାଅ ଆମେ ବଡ଼ ଭାଇଙ୍କ ସହିତ ଗମନ କରିବୁ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଭିମୁଖେ ଗସ୍ତ କରିଥିଲେ। ମାଦଳା ପାଞ୍ଜି ବର୍ଣ୍ଣିତ ମାଣିକ-ଗଉଡୁଣୀ ଏବଂ ପୁରୁଷୋତ୍ତମ ଦାସଙ୍କ ସ୍ୱରଚିତ ‘କାଞ୍ଚିକାବେରୀ’ ପଦ୍ୟରେ ଏହା ଉଲ୍ଲେଖ ଥିବା ନେଇ ଗବେଷକଙ୍କ ମତ। ଦୁଇ ଭାଇ ଘୋଡ଼ାରେ ଚଢ଼ି କାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ବେଳେ, ଚିଲିକା ପରେ ପରେ ସେମାନଙ୍କୁ ଖୁବ୍‌ ଜୋରରେ ଭୋକ ହୋଇଥିଲା। ଏ ନେଇ ପୌରାଣିକ ମତବାଦ ସଂପର୍କରେ ମତ ଦିଅନ୍ତି ଗବେଷକ। ସେଠାରେ ଜଣେ ମହିଳା ମହାପ୍ରଭୁଙ୍କୁ ଦହି ପ୍ରଦାନ କରିଥିଲେ। ତାଙ୍କ ନାଁ ଥିଲା ମାଣିକ। ସେ ଯେତବେଳେ ତାଙ୍କ ଦହିର ପାଉଣା ମାଗନ୍ତେ ସେତେବେଳେ ମହାପ୍ରଭୁ ତାଙ୍କୁ ଏକ ସୁବର୍ଣ୍ଣ ମୁଦ୍ରିକା ଉପହାର ଦେଇଥିଲେ। କହିଥିଲେ, ପଛରେ ରାଜା ଆସୁଛନ୍ତି ତାଙ୍କୁ ଏହା ପ୍ରଦାନ କରିବ ଏବଂ ରାଜା ତୁମର ସବୁ ଅର୍ଥ ପରିଷୋଧ କରିବେ। ମାଣିକ ବାଟ ଚାହିଁ ଜଗି ରହିଥିଲା। ୨ ଭାଇ ଯିବାର କିଛି ସମୟ ପରେ ସୈନ୍ୟ ସାମନ୍ତଙ୍କୁ ଧରି ରାଜା ପୁରୁଷୋତ୍ତମ ଦେବ ଆସିଥିଲେ। ତାଙ୍କୁ ସାକ୍ଷାତ କରି ମାଣିକ ସବୁ କଥା କହିବା ସହ, ମହାପ୍ରଭୁ ଦେଇଥିବା ସୁବର୍ଣ୍ଣ ମୁଦ୍ରିକା ପ୍ରଦାନ କରିଥିଲେ। ମାତ୍ର ରାଜା ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତାହା ସୁବର୍ଣ୍ଣ ନୁହେଁ ବରଂ ପ୍ରଭୁଙ୍କର ହୀରକ ମୁଦ୍ରିକା ଥିଲା। ସେ ଅନୁଭବ କରିଥିଲେ ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ଆସିଛନ୍ତି ନିଜ ଭକ୍ତର ସହାୟତା କରିବା ପାଇଁ ଏ ଜାତିର ଟେକ ରଖିବା ପାଇଁ। ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ମାଣିକ ଉପରେ। ବିଜୟ ସୁନିଶ୍ଚିତ ଜାଣି ମାଣିକ ନାଁରେ ଏକ ଗାଁ ବସାଇଥିଲେ। ଯାହାର ନାଁ ଦେଇଥିଲେ ମାଣିକ ପାଟଣା। …

କାଞ୍ଚି ରାଜା ସାଲ୍ୱ ନରସିଂହଙ୍କୁ ଯୁଦ୍ଧରେ ପରାସ୍ତ କରିବା ସହ ବନ୍ଦୀ କରିଥିଲେ ରାଜା ପୁରୁଷୋତ୍ତମ ଦେବ। ରାଜା ଓ ରାଜକୁମାରୀ ପଦ୍ମାବତୀଙ୍କୁ ପରାସ୍ତା କରିବା ପରେ ଚଣ୍ଡାଳ ହାତରେ ବାହା ଦେବାକୁ ପଣ କରିଥିଲେ । ସେହି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ ଯେ, ଜଣେ ଚାଣ୍ଡାଳଙ୍କୁ ଦେଖି ବାହା କରାଇଦେବାକୁ। କିଛି ମାସ ବିତିବା ପରେ ଚାଲାକ୍‌ ମନ୍ତ୍ରୀ, ରଥଯାତ୍ରା ସମୟରେ ପୁରୀ ଗସ୍ତ କରୁଛନ୍ତି ଏବଂ ସେହି ସମୟରେ ସେ ପୁରୁଷୋତ୍ତମ ଦେବଙ୍କୁ ଛେରାପହଁରାରେ କହୁଛନ୍ତି ଯେ, ଆପଣଙ୍କର ଠାରୁ ଶ୍ରେଷ୍ଠ ଚଣ୍ଡାଳ ଆଉ କିଏ ହୋଇପାରେ। ତେଣୁ ରାଜକୁମାରୀଙ୍କୁ ଆପଣ ବିବାହ କରନ୍ତୁ । ଯେଉଁ କାଞ୍ଚିକୁ ଜିତିବା ରାଜାଙ୍କ ପକ୍ଷେ ସମ୍ଭବ ନଥିଲା କେବଳ ମହାପ୍ରଭୁଙ୍କ ଆଶୀଷ ବା କରୁଣା କାରଣରୁ ସେ ବିଜୟ ଲାଭ କରିପାରିଲେ। ଶ୍ରୀପଞ୍ଚମୀରେ ଠାକୁର କାଞ୍ଚିକାବେରୀ ବେଶ ହୁଅନ୍ତି । କାରଣ ଗଣେଷଙ୍କୁ କାଞ୍ଚିରୁ ଆଣି ରାଜା ପୁରୁଷୋତ୍ତମ ଦେବ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା କରାଇଥିଲେ।