spot_img
Home Blog Page 6710

ଚୀନକୁ ପଛରେ ପକାଇ UNର ମହିଳା ଆୟୋଗ ସଦସ୍ୟଭାବେ ଭାରତ ନିର୍ବାଚିତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା । ଚୀନକୁ ପଛରେ ପକାଇ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲର ସଂସ୍ଥା ତଥା ୟୁଏନର କମିଶନ ଅନ୍ ଷ୍ଚାଟସ୍ ଅଫ୍ ୱିମେନର ସଦସ୍ୟତା ହାତେଇଛି ଭାରତ । ମହିଳାଙ୍କ ଅଧିକାର କ୍ଷେତ୍ରରେ ଏହି ଆୟୋଗ କାମ କରିଥାଏ । ଆସନ୍ତା ୪ ବର୍ଷ ପାଇଁ ଭାରତ ଏହାର ସଦସ୍ୟ ରହିବ । ଆୟୋଗରେ ସଦସ୍ୟତା ପାଇଁ ଭାରତ, ଚୀନ୍ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ଥିଲା । ତେବେ ଭାରତ ଓ ଆଫଗାନିସ୍ତାନକୁ ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ଚୀନକୁ ନିରାଶା ହେବାକୁ ପଡିଛି । ତେବେ ଶେଷରେ ଭାରତ ଏହି ସମ୍ମାନଜନକ ଆୟୋଗର ସଦସ୍ୟ ହୋଇପାରିଛି । ଏନେଇ ସୂଚନା ଦେଇଛନ୍ତି ୟୁଏନର ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତ୍ରିମୂର୍ତ୍ତି । ଏହା ଦ୍ୱାରା ଦେଶରେ ମହିଳା ସଶକ୍ତିକରଣ ଦିଗରେ ଆହୁରି ସଫଳତା ମିଳିପାରିବ ବୋଲି ତ୍ରିମୂର୍ତ୍ତି କହିଛନ୍ତି ।

ଜୟାଙ୍କୁ କଙ୍ଗନାଙ୍କ ଜବାବ, ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥିଲେ…..

ସାଂସ୍କୃତିକ କେନ୍ଦ୍ର ଓ ପାଠାଗାରା ଜମି ପାଇଁ ସଂସଦରେ ଦାବି

0

ନୂଆଦିଲ୍ଲୀ: ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ଜମି ପାଇଁ ସଂସଦରେ ଦାବି ଉଠାଇଲା ବିଜେଡି । ସଂସଦରେ ଦାବି ଜଣାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଏ ନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବି ଜଣାଇଲେ  । ତେବେ ଏ ସମ୍ପର୍କରେ ଗତ ୭ ଡିସେମ୍ୱର ୨୦୧୯ ମସିହାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ  । ଏହା ମଧ୍ୟରେ ୯ ମାସ ବିତିଯାଇଥିଲେ ବି ଜମି ମିଳିପାରିନାହିଁ  । ଆଜି ପୁଣି ଥରେ ଦାବି ଦୋହରାଇଲେ ବିଜେଡି ସାଂସଦ ।

ଜୟାଙ୍କୁ କଙ୍ଗନାଙ୍କ ଜବାବ, ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥିଲେ…..

ମୁମ୍ବାଇ: କଙ୍ଗନା ରନୌତ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ସେ ନିଜର ମତ ରଖିଥାନ୍ତି । ନିକଟରେ ପୁଣି ଏକ ଟ୍ୱିଟ କରି ଚର୍ଚ୍ଚାକୁ ଆସି ଯାଇଛନ୍ତି ବଲିଉଡ କୁଇନ୍ । ସେ ଟ୍ୱିଟ କରି ଜୟା ବଚ୍ଚନଙ୍କୁ ଲେଖିଛନ୍ତି କି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତାକୁ କମ ବୟସରେ ମାଡ଼ ମାରାଯାଇଥାନ୍ତା,ଡ୍ରଗ୍ସ ଦିଆଯାଇଥାନ୍ତା ଆଉ ଦୁର୍ବ୍ୟବହାର କରାଯାଇଥାନ୍ତା, ଆଉ ଆପଣଙ୍କ ପୁଅ ଅଭିଷେକକୁ କମ ବୟସରେ ମାନସିକ ନିର୍ୟାତନା ଦିଆଯାଇଥାନ୍ତା ଏବଂ ଦିନେ ସେ ଫାଶୀରେ ଝୁଲିଥିବାର ମିଳିଥାନ୍ତା ତେବେ କ’ଣ ଆପଣ ଏଭଳି କହିଥାନ୍ତେ?ଆମପାଇଁ ମଧ୍ୟ ଅନୁକମ୍ପାର ହାତ ଯୋଡ଼ି ଦେଖାନ୍ତୁ । ତେବେ କଙ୍ଗନାଙ୍କ ଏଭଳି କହିବା ପଛର ଏକ କାରଣ ରହିଛି ।


ସୂଚନାଯୋଗ୍ୟ ଗତ ସୋମବାରକୁ ଲୋକସଭା ସାଂସଦ ରବି କିଶନ ଡ୍ରଗ୍ସ କାରବାରକୁ ନେଇ ନିଜର ମତ ରଖିଛନ୍ତି । ବଲିଉଡରେ ଏହାକୁ ନେଇ ଛାନଭିନ କରାଯାଉ ବୋଲି ସେ ବୟାନରେ ଉଲ୍ଲେଖ କରିଛନ୍ତି । ଯାହାପରେ ରବିଙ୍କୁ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ରବିଙ୍କୁ ଟାର୍ଗେଟ କରି କହିଛନ୍ତି କି ଯେଉଁ ଥାଳିରେ ଖାଉଛ ସେହି ଥାଳିକୁ କଣା କରୁଛ? ଜୟାଙ୍କ ଏହି ବୟାନରେ କଙ୍ଗନା ଖପା ହୋଇଥିବା ନଜର ଆସିଛି । ଯାହାପରେ ସେ ଜୟାଙ୍କୁ ଏଭଳି କଡ଼ା ଜବାବ ଦେଇଛନ୍ତି ।

ହାଜର ହେଲେ ଓଟିଭି ଆଉଟ୍‌ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗତକାଲି ଇନପୁଟ ମୁଖ୍ୟଙ୍କ ପରେ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍‌ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ  । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ ମଧ୍ୟ କରିଛି ମହିଳା କମିଶନ । ଗଣଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରାଯାଇଛି  । ଆଗରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ । ତେବେ ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି  । କହିଛନ୍ତି, ନାବାଳିକାଙ୍କ ମା’ ଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ପୀଡ଼ିତାଙ୍କ ମା ଦେଇଥିବା ଅଡିଓ କ୍ଲିପ ପେନ ଡ୍ରାଇଭକୁ ନେଇ ତଦନ୍ତ ହେବ । ଅଡିଓ କ୍ଲିପରେ ପୀଡ଼ିତାଙ୍କ ମା ଓ ଏମଡିଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ୨୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ଯଦି ହାଜର ନ ହେବେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି  ।

 

୩ହଜାର ୬୪୫ କରୋନା ସଂକ୍ରମିତ ଚିହ୍ନଟ: ୩ହଜାର ୩୮୨ ଜଣ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ହଜାର ୬୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୨ହଜାର ୧୫୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୪୯୪ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧ ଲକ୍ଷ ୫୮ ହଜାର ୬୫୦ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଜଣ ହୋଇଥିବା ବେଳେ କଟକରୁ ୩୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ୩୯, ବାଲେଶ୍ୱର ୧୫୬, ବରଗଡ଼ ୧୫୭, ଭଦ୍ରକ ୧୪୩, ବଲାଙ୍ଗିର ୩୯, ବୌଦ୍ଧ ୩୦, ଦେବଗଡ଼ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଞ୍ଜାମ ୪୬, ଜଗତସିଂହପୁର ୯୫, ଯାଜପୁର ୧୧୬, ଝାରସୁଗୁଡ଼ା ୯୧, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, ଖୋର୍ଦ୍ଧା ୫୧୭, କୋରାପୁଟ ୯୫, ମାଲକାନଗିରି ୩୩, ମୟୂରଭଞ୍ଜ ୧୩୭, ନବରଙ୍ଗପୁର ୯୦, ନୟାଗଡ଼ ୩୮, ନୂଆପଡ଼ା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ୱଲପୁର ୧୨୭, ସୋନପୁର ୯୯, ସୁନ୍ଦରଗଡ଼ରୁ ୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା ଥାନାରେ ହାଜର ହେବେ ଓଟିଭି ଆଉଟପୁଟ୍ ହେଡ୍‌

0

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ମହିଳା ଥାନାରେ ହାଜର ହେବେ ଓଟିଭି ଆଉଟ୍‌ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ କରିଛି ମହିଳା କମିଶନ । ଗଣଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରିଛନ୍ତି । ଆଗରୁ ଶିଶୁ ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌

 

ଘର ଭିତରେ ସବୁଜ ବଳୟ: ୩ ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାର ଗଛ

0

ଭୁବନେଶ୍ୱର: ସମୟର ସଦୁପଯୋଗ। ନିଜ ଘରେ ସୃଷ୍ଟି କଲେ ସବୁଜ ବଳୟ । ତିନି ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଗଛ । ଇଣ୍ଡୋର ପ୍ଳାଣ୍ଟିଂକୁ  ନିଶା ଓ ପେଶା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଅଶୋକ କୁମାର ସାରଦା। ଘର ଭିତରେ ସବୁଜ ବଳୟ । ଘରର କାନ୍ଥ ଠାରୁ ଆରମ୍ଭ କରି ଘରର ଫ୍ଲୋର ସବୁ କିଛି ସବୁଜିମା ଭିତରେ ଭରି ରହିଛି । ଘର ଭିତର ପ୍ରବେଶ ପଥ ବି ଗଛଲତାରେ ଭର୍ତ୍ତି । ଦେଖିଲେ ଲାଗିବ ଗୋଟିଏ ଗ୍ରୀନ କୋରିଡର । ଏମିତି ବୃକ୍ଷଲତାର ସମ୍ଭାର ଘର ଦେଖିବାକୁ ମିଳିଛି ରାଜଧାନୀ କିଟ୍ ଛକ ସ୍ଥିତ ଗ୍ରୋ ଗ୍ରୀନ ହାଉସରେ । ଏୟାର ପିଉରୀଫାୟାର ଗଛ ଠାରୁ ଆରମ୍ଭ କରି ଘର ସଜା ପାଇଁ ଡେକୋରେଟିଭ ଗଛ ଲତା ସବୁ କିଛିକୁ ଏକଜୁଟ କରି ପାରିଛନ୍ତି ଅଶୋକ କୁମାର ସାରଦା । ଚାକିରିରୁ ଅବସର ନେବା ପରେ ଗଛଲତାକୁ ଲୋକେ କିଭଳି ନିଜର କରି ପାରିବେ ତାକୁ ନେଇ ପ୍ରୟାସ ଚଲାଇଛନ୍ତି ଅଶୋକ କୁମାର । ଏହାସହ ସହରିଆଙ୍କ ପାଇଁ ମନ ମୁତାବକ ଗଛ ମଧ୍ୟ ଯୋଗାଇ ଦେବାରେ ସାହାର୍ଯ୍ୟ କରୁଛନ୍ତି  । ସହରି ଭିଡ ଭିତରେ ଲୋକଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ଏହି ଗୋ ଗ୍ରୀନ ବୁଟିକ ଏବେ ଭଲ ପରିଚୟ ସୃଷ୍ଟି କରି ପାରିଛି ।

https://www.facebook.com/NandighoshaTV/videos/1207004192997413/

 

୨୪ ଘଣ୍ଟା ମଧ୍ୟରେ ୮୩ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ: ୪୯ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପିକ୍ ମୋଡରେ ରହିଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୩ ହଜାର ୮ ହଜାର ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମହାମାରୀ ନେଇଛି ଆଉ ୧ ହଜାର ୫୪ ଜୀବନ । ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୮୦ ହଜାର ୭ଶହ  ୭୬ ଛୁଇଁଛି । ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨ଶହ ୩୭କୁ ବୃଦ୍ଧି ପାଇଛି । ତେବେ ଏମାନଙ୍କ ମଧ୍ୟରୁ ମୋଟ ୯ଲକ୍ଷ ୯୦ହଜାର ୬୧ଟି ମାମଲା ଆକ୍ଟିଭ୍ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୮୦ହଜାର ୭୭୬ ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୮,୫୯,୪୦୦ ରେ ପହଞ୍ଚିଛି । ଦେଶର ମୃତ୍ୟୁହାର ୧.୭ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୭୮ ପ୍ରତିଶତ ଟପିଯାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ଏହି ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି । ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ଓ ମୃତ୍ୟୁସଂଖ୍ୟା ୯.୩୨ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି । ତେବେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ୨ୟ ସ୍ଥାନରେ ରହିଛି ବ୍ରାଜିଲ । ଏଠାରେ ୧ ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା

 

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୩ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

0

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଅନୁଷ୍ଠିତ ହେବ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ବୈଠକରେ ୩ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ ମୋହର । ଅର୍ଥ, ଉଚ୍ଚଶିକ୍ଷା ଓ ପୂର୍ତ୍ତ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିପାରେ । ମୟୂରଭଞ୍ଜ ଜିଲ୍ଲାର ପୂର୍ତ୍ତ ବିଭାଗର ଏକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ । ସେହିଭଳି GST ଅର୍ଡିନାନ୍ସ ବିଲ୍ ଉପରେ କ୍ୟାବିନେଟ ମୋହର ଲାଗିବାର ସମ୍ଭାବନା ରହିଛି ।

ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା

ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ଅପରେସନ୍ : ୨ ଯବାନ ଆହାତ

0

ଜାମ୍ମୁ କାଶ୍ମୀର: ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । କାକାପୋରା ମାରଓ୍ୱଲ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀ ଫାୟାରିଂ ଆରମ୍ଭ କରିଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ଗୁଳି ବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସୋମବାର ରାତିରୁ ପୋଲିସ ଏବଂ ସେନା ପକ୍ଷରୁ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିବା ସୂଚନା ରହିଛି ।  ଗତକାଲି ମଧ୍ୟ ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

Image