spot_img
Home Blog Page 6594

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ପାର, କମୁଛି କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ିବା କାରଣରୁ କରୋନା ରୋଗୀଙ୍କ ସଂଖ୍ୟା ୨.୩୪ କୋଟି ଅତିକ୍ରମ କରିଛି । ଏଥିସହ ମୃତ୍ୟୁ ସଂଖ୍ୟା ୮.୧୦ ଲକ୍ଷରୁ ଅଧିକ ହୋଇଛି । ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ୫୮.୫୨ ଲକ୍ଷରେ ପହଞ୍ଚିଛି । ବ୍ରାଜିଲରେ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୩୬ ଲକ୍ଷରେ ପହଞ୍ଚିଛି ।

ସେପଟେ କରୋନା ସଂଖ୍ୟା ବୃଦ୍ଧିରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ କରୋନା ମାମଲା ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରିଛି । ସବୁଠାରୁ ବଡ଼ କଥା ହେଉଛି ଭାରତରେ ୫୭.୦୬ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି । ଭାରତରେ ୨୩.୦୩ ଲକ୍ଷ ରୋଗୀ କରୋନା ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥି ସହିତ ଯଦ ଦେଖିବା ସକ୍ରିୟ ମାମଲା ୭ ଲକ୍ଷ ଅତିକ୍ରମ କରିଛି । ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ |

ତେବେ ଦେଶରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି । ମୃତ୍ୟୁ ହାର ୧.୮୫% କୁ ଖସି ଆସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୩% କୁ ଖସି ଆସିଛି । ଏହା ସହିତ ପୁନରୁଦ୍ଧାର ହାର ୭୫% ହୋଇଛି । କରୋନାକୁ ମାତ ଦେଇ ଭାରତରେ ପୁନରୁଦ୍ଧାର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।ଆଇସିଏମଆର ଅନୁଯାୟୀ ୨୩ ଅଗଷ୍ଟ ପର୍ଯ୍ୟନ୍ତ କରୋନା ଭୁତାଣୁର ମୋଟ ୩୨.୬ ନିୟୁତ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ତେବେ ପରୀକ୍ଷା ପରେ ପଜିଟିଭ ସଂଖ୍ୟା ୭ ପ୍ରତିଶତରୁ କମ୍ ଆସିଛି ।

ପରିସଂଖ୍ୟାନ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ କରୋନା ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।

କରୋନାକୁ ମାତ ଦେବା ପାଇଁ କଟକରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ

କଟକ: ଆଜି ଠାରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ । ଜଗତପୁର ସଦଗୁରୁ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲ ଭାବରେ ଗ୍ରହଣ କରିଛନ୍ତି  । ୧୫୦ ବେଡ଼  ବିଶିଷ୍ଟ ଏହି  ହସ୍ପିଟାଲରେ ଆଜିଠାରୁ ସେବା ଆରମ୍ଭ ହେବ । ଏଠାରେ ଆଇସିୟୁ ସୁବିଧା ସହିତ ଭେଣ୍ଟିଲେଟର ବ୍ୟବସ୍ଥା ରହୁଛି  । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହ୍ସପିଟାଲକୁ କୋଭିଡ ହ୍ସପିଟାଲ ଭାବେ କାର୍ଯ୍ୟକାରୀ କରାୟାଉଛି ।

ଏବେ କଟକରେ ୨ଟି କୋଭିଡ ହସପିଟାଲ ଚାଲୁ ରହିଛି  । ବିଭିନ୍ନ ସରକାରୀ, ଘରୋଇ ହସପିଟାଲରେ ଟେଷ୍ଟ କରାଯାଉଛି । କୋଭିଡ ହସପିଟାଲରେ ଆଇସିୟୁ ସଂଖ୍ୟା ୩୪ରୁ ୫୮କୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ସହର ମୁହାଁ ଗଜରାଜ, ମର୍ଣ୍ଣିଂ ଓ୍ୱାକ୍‌ରେ ଲୋକେ ହଟହଟା

ବାରିପଦା: ଜଙ୍ଗଲ ଛାଡି କଂକ୍ରିଟ ସହର ମୁହାଁ ହୋଇଛି ଗଜରାଜ । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ଉପକଣ୍ଠରେ ଦେଖିବାକୁ ମିଲିଛି ଦନ୍ତାହାତୀ । ମର୍ଣ୍ଣିଂ ୱାକ କରୁଥିବା ଲୋକେ ହାତୀକୁ ଦେଖି ଆତଙ୍କିତ  । ତଥାପି ଦେଖନ୍ତୁ କିପରି ହାତୀ ଚାଲିଛି ତା ପଛେ ପଛେ ହାତୀକୁ ଦେଖିବା କୌତୁହଳରେ ଲୋକେ ବି ଚାଲିଛନ୍ତି । କିଏ ଚାଲି ଚାଲି ଯାଉଛି ତ କିଏ ପୁଣି ଦୁଇ ଚକିଆରେ  । ବନ ବିଭାଗ ଗାଡି ବି ରହିଛି ।

ହାତୀକୁ ଘଉଡାଇବା ଚେଷ୍ଟା କରୁଛି ବନ ବିଭାଗ । ଏ ଦୃଶ୍ୟ ଦେଉଳି ଅଂଚଳର । ଦନ୍ତାହାତୀ ଆଜି ଭୋରରୁ ଲକ୍ଷ୍ମୀପୋଷି ରଘୁନାଥପୁର ମୁର୍ଗାବାଡି ଅଂଚଳରେ ପ୍ରବେଶ କରିବା ପରେ ବନବିଭାଗର କର୍ମଚାରୀ ମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ହାତୀଟି ଏବେ ଆନିଆପାଳ ନଦୀ କୂଳରେ ଥିବା ଜଙ୍ଗଲ ଅଂଚଳରେ ବୁଲୁଛି ବୋଲି ପିଠାବଟା ରେଞ୍ଜ ଅଧିକାରୀ କହିଛନ୍ତି।

କୋହଳ ହେଲା କଟକଣା, ଗଞ୍ଜାମରେ ବଢ଼ିଲା ଦୋକାନ ଖୋଲିବାର ସମୟସୀମା

ଗଞ୍ଜାମ: ଗଞ୍ଜାମରେ ସୁଧୁରୁଛି କରୋନା ସ୍ଥିତି । ଧିରେ ଧିରେ ଗଞ୍ଜାମରେ କରୋନା ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଛି । ଆଜିଠୁ ବ୍ରହ୍ମପୁରକୁ ଓ ବ୍ରହ୍ମପୁରରୁ ବିନା କଟକଣାରେ ଯାତାୟତ କରିହେବ । କରୋନାକୁ ମାତ୍ ଦେବାକୁ ଜିଲ୍ଲାକୁ ସବୁ ପ୍ରବେଶ ପଥ ସିଲ୍ କରାଯାଇଥିଲା । ଆଜିଠୁ କଟକଣା ଉଠିଥିବା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଏହାସହ ଦୋକାନ ବଜାର ଖୋଲା ସମୟ ବଢ଼ିଛି । ସକାଳ ୫ରୁ ରାତି ୮ଯାଏଁ ଜିଲ୍ଲାରେ ଖୋଲାରହିବ ଦୋକାନ ବଜାର । ସବୁ ଦୋକାନୀ ପଞ୍ଜସୂତ୍ରୀ ନିୟମ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଜିଲ୍ଲାରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍ ଜାରି ରହିବ । ଏନେଇ ଟୁଇଟ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ।

ଲଘୁଚାପ ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୨୬ରୁ ୨୭ ତାରିଖ ଭିତରେ ଝାରସୁଗୁଡ଼ା, ବରଗଡ଼ରେ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଲଘୁଚାପର ପ୍ରଭାବ ୨୮ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି। ତେବେ ଅତ୍ୟଧିକ ବର୍ଷା ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଥିବା କହିଛନ୍ତି ଏସଆରସି। ବିଡିଓ, ତହସିଲଦାର ମାନଙ୍କୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦଶ ଦିଆଯାଇଛି। ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ବି ସଜାଗ ରହିବା ସହ ଡ୍ରେନେଜ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା SRC ପ୍ରଦୀପ ଜେନା କହିଛନ୍ତି  ।

ଏହି ରାଶିର ଲୋକଙ୍କକର ଆଜି କର୍ମକ୍ଷେତ୍ରରେ ମାନସିକ ଚାପ ରହିବ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:
୨୪/୦୮/୨୦୨୦ ସୋମବାର,
୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୯ଦିନ
ଭାଦ୍ରବ ଶୁକ୍ଲ ୬ଷ୍ଠୀ ଦିବା ୦୨:୩୧ ଗତେ ୭ମୀ
– ତୁଳାଚନ୍ଦ୍ର ଅହୋରାତ୍ର
– ସ୍ୱାତୀ ଦିଵା ୦୩:୨୦ ଗତେ ବିଶାଖା ନକ୍ଷତ୍ର
– ଘାତ ଚନ୍ଦ୍ର – ନାସ୍ତି
– ଘାତ ବାର- ମିଥୁନ ରାଶିର
– ଯୋଗିନି- ପଶ୍ଚିମେ ଦିବା ୦୨:୩୧ ଗତେ ବାୟବ୍ୟେ
– ପୁଷ୍କର ଦୋଷ – ଦିବା ୦୨:୩୧ ରୁ ୦୩:୨୦ ମଧ୍ୟରେ ୧ପାଦ ଗତେ ୨ପାଦ

– ଶୁଭ ସମୟ –
ଦିବା ୧୦:୩୩ ରୁ ୦୧:୦୪
ଦିବା ୦୪:୩୦ ରୁ ୦୫:୧୪
ସଂଧ୍ୟା ୦୬:୫୦ ରୁ ୦୯:୦୮

– ଅଶୁଭ ସମୟ –
ପ୍ରାତଃ ୦୭:୦୬ ରୁ ୦୮:୪୧
ଦିବା ୦୨:୫୬ ରୁ ୦୪:୩୦
– ଏହି ବ୍ରତକୁ ଏକବର୍ଷ ପର୍ଯ୍ୟନ୍ତ କରିବେ
– ୨୪.୦୮.୨୦୨୦
ସୋମବାର-

ମେଷ ରାଶି –
ଅଶ୍ୱିନୀ ନକ୍ଷତ୍ର – ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ
ଦ୍ୱିଜା ନକ୍ଷତ୍ର – ମାନସମ୍ମାନ, ଅର୍ଥ, ଲୋକପ୍ରୟତା ଏବଂ ପାରିବାରିକ ସୁଖ ପ୍ରାପ୍ତ ଯୋଗ ରହିଛି ।
କୃତ୍ତିକା ନକ୍ଷତ୍ର – ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ୱିୀଗୁଣିତ ହେବ ।
ଶୁଭ ରଙ୍ଗ – ଲାଲ
ଆଜି କିଛି ଲବଙ୍ଗ ହନୁମାନ ଭଗବାନଙ୍କୁ ସମର୍ପଣ କରି ନିଜ ପାଖରେ ରଖିଲେ ଶୁଭତ୍ୱ ଅନୁଭୁତ ହେବ ।

ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ ।
ରୋହିଣି ନକ୍ଷତ୍ର – ଭବିଷ୍ୟତର ଯୋଜନାରେ ସଫଳ ହେବେ, ମାତୄପିତୃ କୃପାରୁ ମନ ଆନନ୍ଦ ରହିବ ।
ମୃଗଶିରା ନକ୍ଷତ୍ର – ପେଟଜନିତ ଅସୁବିଧା, ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ, ଭୂସମ୍ପତ୍ତି ଓ ସମ୍ମାନ ଲାଭର ସୂଚନା ।
ଶୁଭ ରଙ୍ଗ- କ୍ଷିର ରଙ୍ଗ ଧଳା
ଶିବ ଭଗବାନଙ୍କୁ ଆରାଧନା ସହିତ ବୃଷଭଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରନ୍ତୁ ।
ଆର୍ଦ୍ରା ନକ୍ଷତ୍ର – ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମ ସିଦ୍ଧି ହେବ, କର୍ମକ୍ଷେତ୍ରରେ ସାଫଲ୍ୟ ।
ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା ।
ଓଁ ନମଃ ଶିବାୟ ଜପକରି ଜଳ ସହିତ ଗୁଡ ମିଶାଇ ୯ଥର ଅଶ୍ୱତ୍ଥ ମୂଳରେ ଦିଅନ୍ତୁ ।

କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ଦିନ କଟିବ, ମନୋବଳ ଦୃଢ ଏବଂ ଶାନ୍ତ ରହିବ ।
ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ ମାନସିକ ଚାପ ରହିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ହେବ ।
ଅଶ୍ଲେଷା ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ, ଗୁପ୍ତଧନ, ପୋତାଧନ, ବୀମାଧନ ଉତ୍ତରାଧିକାରୀ ସୂତ୍ରେ ଧନଲାଭ ।
ଶୁଭ ରଙ୍ଗ – ନିଳ
ମା ଭୁବନେଶ୍ୱରୀଙ୍କୁ ଦର୍ଶନ ଓ ଦୁର୍ଗାଚାଳିଷା ପାଠ ।

ସିଂହ ରାଶି –
ମଘା ନକ୍ଷତ୍ର – ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।
ପୂର୍ବାଫାଲଗୁନି ନକ୍ଷତ୍ର – ବୈବାହିକ କିମ୍ବା ପ୍ରେମ ଜୀବନରେ ନିରବ ରୁହନ୍ତୁ, ବୃଥା ଆଡମ୍ବର ଓ ଆଳସ୍ୟ ତ୍ୟାଗକରି କର୍ମକ୍ଷେତ୍ରକୁ ଚାଲନ୍ତୁ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଇନ ଅଦାଲତର ସାହାର୍ଯ୍ୟ ନେବାକୁ ପଡିପାରେ, କର୍ମଚାପ ରହିବ।
ଶୁଭ ରଙ୍ଗ – ଇଷତ୍ ଲାଲ
ଆଦିତ୍ୟହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ ।

କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ।
ହସ୍ତା ନକ୍ଷତ୍ର – ପାରିବାରିକ ସୌଖ୍ୟ ପ୍ରାପ୍ତି, ବ୍ୟବସାୟରେ ଉର୍ଣ୍ଣତି, ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧି ।
ଚିତ୍ରା ନକ୍ଷତ୍ର – ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।
ଶୁଭ ରଙ୍ଗ – ସବୁଜ
ଗୃହରେ ବିଷ୍ଣୁ ଭଗବାନଙ୍କୁ ଛେନା, ମାଠପୋଳି ଓ ତୁଳସିମାଳା ଅର୍ପଣ କରନ୍ତୁ ।

ତୁଳା ରାଶି –
ଚିତ୍ରା ନକ୍ଷତ୍ର – ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ ।
ସ୍ୱାତୀ ନକ୍ଷତ୍ର – ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ୱ ସତ୍ତ୍ୱେ ମାନସିକ ଶାନ୍ତି ବଜାୟ ରହିବ ।
ବିଶାଖା ନକ୍ଷତ୍ର – ଭ୍ରମଣ କଷ୍ଟ, ଶରୀରପିଡା ମାତ୍ର ଆର୍ଥିକ ସ୍ବଛଳତା ସହିତ ଯୌଥ ବ୍ୟବସାୟରେ ଉର୍ଣ୍ଣତି ।
ଶୁଭ ରଙ୍ଗ – କଳା ଏବଂ ନିଳ
ଶମିଗଛର ଚେର ଧାରଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ବିଛା ରାଶି-
ବିଶାଖା ନକ୍ଷତ୍ର – ପୈତୃକ ସମ୍ପତ୍ତି ବୃଦ୍ଧିର ସୁଚନା, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ।

ଅନୁରାଧା ନକ୍ଷତ୍ର – ଦୈନଦିନ ଖର୍ଚ୍ଚ ବଢିବ ମାତ୍ର ସେହି ତୁଳନାରେ ଆୟ ହେବ ନାହିଁ, କର୍ମକ୍ଷେତ୍ରରେ ଚାପ ରହିବ ।
ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ।
ଶୁଭ ରଙ୍ଗ – ଲାଲ
କଳା ଦୁରଦୁରା ଫୁଲ ୫ଟି ଭଗବାନ ଶିବଙ୍କୁ ଚଢାନ୍ତୁ ଏବଂ “ଓଁ ନମଃ ଶିବାୟ” ୨୭ଥର ଜପ କରନ୍ତୁ ।

ଧନୁ ରାଶି –
ମୂଳା ନକ୍ଷତ୍ର – କୌଣସି ସମାଜକଲ୍ୟାଣ କାର୍ଯ୍ୟକରି ଆତ୍ମତୃପ୍ତି ପାଇବେ, ଛାତ୍ରଛାତ୍ରୀ ମାନଙ୍କର ଆଶାତିତ ଫଳ ମିଳିବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ ।
ପୂର୍ବଷାଢା ନକ୍ଷତ୍ର – ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମର ସୁଚନା ସୃଷ୍ଟି ହେବ ।
ଉତ୍ତରାଷାଢା ନକ୍ଷତ୍ର – ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ ।
ଶୁଭ ରଙ୍ଗ – ଧଳା ରଙ୍ଗ
ବ୍ରହ୍ମଜଷ୍ଠୀ ବୃକ୍ଷ କିମ୍ବା କଦଳୀ ବୃକ୍ଷ ମୂଳରେ ଗୁଡ ଓ ହଳଦୀ ଜଳ ଅର୍ପଣ କରନ୍ତୁ ।

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – ଜୀବନସାଥିର ସ୍ୱାସ୍ଥ୍ୟ ପିଡା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ।
ଶ୍ରବଣା ନକ୍ଷତ୍ର – ଯୋଗ୍ୟତା ଅନୁଯାୟୀ ଫଳ ମିଳିବ ନାହିଁ, ପରିଶ୍ରମ ବୃଥା ଯିବ, ମନ ଅଶାନ୍ତଚରହିବ ।
ଧନିଷ୍ଠା ନକ୍ଷତ୍ର – ବିଦ୍ୟା ଅଧ୍ୟନରେ ସଫଳତା, ପିତୃମାତୃ କୃପା, ସୁଖ ବୃଦ୍ଧି ।
ଶୁଭ ରଙ୍ଗ – ଧଳା ରଙ୍ଗ
କାଉକୁ ରୁଟି ଖାଇବାକୁ ଦିଅନ୍ତୁ ।ଶନି ଭଗବାନଙ୍କୁ ରାଶିତେଲର ଦ୍ବୀପରେ ଗୋଟେ ଲୁହାକଣ୍ଟା ପକାଇ ଆରାଧନା ।

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଯୌଥ ବ୍ୟବସାୟରେ ପରିବର୍ତ୍ତନ, ସ୍ଥାନାନ୍ତର ର ସୂଚନା ।
ଶତଭିଷା ନକ୍ଷତ୍ର – ବିଦ୍ୟାଶିକ୍ଷାରେ ବାଧା, ଦୁଷିତ ଖାଦ୍ୟ ଓ ପାନୀୟ ପାଇଁ ଶରୀର ପିଡା, କର୍ମଚାପ ରହିବ ।
ପୂର୍ବଭାଦ୍ର ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି, କର୍ମ ସାଫଲ୍ୟ ।ଶୁଭ ରଙ୍ଗ – ଧଳା ରଙ୍ଗ
ହନୁମାନଙ୍କୁ ତୁଳସୀ ଚଢାନ୍ତୁ ଏବଂ ଚାଳିଷା ଜପ କରନ୍ତୁ ।

ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ସର୍ବବିଧ ସୁଯୋଗ ସାଫଲ୍ୟ, ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି
ଉତ୍ତରଭାଦ୍ର ନକ୍ଷତ୍ର – ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ
ରେବତୀ ନକ୍ଷତ୍ର – ଶୁଭରେ ଶୁଭରେ ଦିନଭରି ସମୟ ଅତିବାହିତ ହେବ ।
ଶୁଭ ରଙ୍ଗ – ସବୁଜ ରଙ୍ଗ
ଶ୍ରୀବିଷ୍ଣୁ ଭଗବାନଙ୍କୁ ଛେନା ଲବଣି ସହିତ ତୁଳସୀ ମାଳା ଅର୍ପଣ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ବିଜେଡିର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ଟିମ୍ ଘୋଷଣା, ଅଖିଳ ମହାପାତ୍ର କୋଷାଧ୍ୟକ୍ଷ

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର  ବିଜେଡି ସଭାପତି ଭାବେ କିଛି ଦିନ ତଳେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ବଛା ଯାଇଥିଲା । ଆଜି ସେ ନିଜର ଟିମ୍ ଘୋଷଣା କରିଛନ୍ତି । ଏହି ଟିମରେ ବେଶ ଅଧିକା ଲୋକଙ୍କୁ ଦାୟିତ୍ୱ ମିଳିଥିଲେ ମଧ୍ୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଶକ୍ତ କରିବା ପାଇଁ ଏଭଳି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଆଜି ବିଦ୍ଧବଦ୍ଧ ଭାବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତି କ୍ରମେ ଏହି ତାଲିକା ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ଟିମରେ ୨୭ ଜଣ ପରାମର୍ଶଦାତା, ୨୪ ଜଣ ଉପ-ସଭାପତି, ୨୩ ଜଣ ସାଧାରଣ ସମ୍ପାଦକ, ୭୯ଟି ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।

ସେହିଭଳି  ୪୧ ନମ୍ୱର ଓ୍ୱାର୍ଡର ଅଖିଳ ମହାପାତ୍ରଙ୍କୁ କୋଷାଧ୍ୟକ ଦାୟିତ୍ୱ ମିଳିଛି । ଉଲ୍ଲେଖନୀୟ ଯେ ରାଜ୍ୟ ଗଣମାଧ୍ୟମ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ଘୋଷଣା କରିଛନ୍ତି ।

କଟକଣା ଭିତରେ ଫିଲ୍ମ ଓ ଧାରାବାହିକ ସୁଟିଂକୁ ଅନୁମତି ଦେଲେ ସରକାର, ଜାରି ହେଲା SOP

ନୂଆଦିଲ୍ଲୀ : ଭାରତୀୟଙ୍କ ସିନେମାପ୍ରେମ ଏହି କରୋନା କାଳରେ ମଧ୍ୟ ଥମିନଥିଲା । ଅଭିନୟ, କଳାକାର ଓ ସୁଟିଂ ସେଟ୍ ବଡ଼ବଡ଼ ସିନେମା ହଲର ପରଦା ଛାଡ଼ି ନେଟଫ୍ଲିକ୍ସ ଓ ଆମାଜନ ଭଳି ପ୍ଲାଟଫର୍ମକୁ ଚାଲି ଯାଇଥିଲେ । ତେବେ ସବୁ ବାଦ ମଧ୍ୟ ସାରା ଦେଶରେ କିଛି ଯଦି ବନ୍ଦ ଥିଲା ତାହା ହେଉଛି ନୂଆ ଫିଲ୍ମର ନିର୍ଦ୍ଦେଶନା ଓ ସୁଟିଂ ସେଟ୍ । ସରକାର ଏବେ ଏସବୁ ସାନି ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି ।

ଫିଲ୍ମଜଗତ ସାମାନ୍ୟ ଚଳଚଞ୍ଚଳ କରିବାର ସୁଯୋଗ ଦେଉଛନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ SOP ଜାରି କରିଛି । ସୁଟିଂ ସେଟରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ  ହୋଇଛି  । ଫିଲ୍ମ ଓ ଟିଭି ସିରିଏଲର ସୁଟିଂ କାମ ପୁରା ସତର୍କତାର ସହ କରିବାକୁ ଅନୁମତି ମିଳିଛି । ସୁଟିଂ ସେଟରେ ଭିଡ ନିୟନ୍ତ୍ରଣ ହେବ, ଉଚିତ୍ ସ୍ବଚ୍ଛତା ଅବଲମ୍ବନ ହେବାକୁ ଏସଓପିରେ ଉଲ୍ଲେଖ ଅଛି ।  ମେକଅପ ଆର୍ଟିଷ୍ଟ ଓ ହେୟାର ଷ୍ଟାଇଲିଷ୍ଟ ପିନ୍ଧିବେ ପିପିଇ କିଟ୍ । ଗ୍ଲୋବ୍ସ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରଯାଇଛି । ବିଶେଷ ଲାପଲ୍ ଓ ମାଇକ୍ ବ୍ୟବହାର ନ କରିବାକୁ ପରାମର୍ଶ ରହିଛି । ପୂର୍ବ ପରି ଭିଜିଟର ଓ ଦର୍ଶକ ସୁଟିଂ ସେଟକୁ ଆସି ପାରିବେ ନାହିଁ । କ୍ରୀୟୁ ମେମ୍ବରଙ୍କ ପୋନରେ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ । ଥର୍ମାଲ ସ୍କ୍ରିନିଂ ସହ ସିମଟମ୍ସ ନଥିବା ଲୋକ ହିଁ ସୁଟିଂ ପରିସରକୁ ପ୍ରବେଶ କରିପାରିବେ  ।

‘ସଡ଼କ ପଥେ ପର୍ଯ୍ୟଟନ’ ଯୋଜନା : ‘ ନୂଆ ଅନୁଭୂତି ଦେବ, ପର୍ଯ୍ୟଟକଙ୍କ ମାତ୍ରା ବଢିବ ‘

ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲା । କରୋନା ବେଳେ ଦେଶ ସମେତ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଓଡ଼ିଶାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ଯାତ୍ରୀ ଆସନ୍ତି  । ତେବେ ଏବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସଡକ ପଥରେ ଓଡ଼ିଶା ଆଗମନକୁ ସହଜ କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଅଭୟାରଣ୍ୟ ପାର୍ଶ୍ୱରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟକମାନେ ସମୁଦ୍ରକୂଳ, ଜଙ୍ଗଲ, ପାହାଡ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ପାରମ୍ପରିକ ସ୍ଥାନ, ହସ୍ତଶିଳ୍ପ, ଅବସର ବିନୋଦନ ସ୍ଥାନ, ବନ୍ୟଜନ୍ତୁ ଆଦି ଦେଖିବାର ମଜା ଉଠାଇ ପାରିବେ ।

ପର୍ଯ୍ୟଟକମାନେ ସମୁଦ୍ରକୂଳ, ଜଙ୍ଗଲ, ପାହାଡ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ପାରମ୍ପରିକ ସ୍ଥାନ, ହସ୍ତଶିଳ୍ପ, ଅବସର ବିନୋଦନ ସ୍ଥାନ, ବନ୍ୟଜନ୍ତୁ ଆଦି ଦେଖିବାର ମଜା ଉଠାଇ ପାରିବେ । ଏହି ନୂତନ ଯୋଜନା ସଂକ୍ରାନ୍ତରେ ପର୍ଯ୍ୟଟନ ବିଭାଗ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍‍ ଅପରେଟରମାନଙ୍କ ସହିତ ବିଭନ୍ନ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ କରିଛି ବୋଲି ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ କହିଛନ୍ତି । ଘରୋଇ ଟ୍ରାଭେଲ ସଂସ୍ଥା ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ କରିଥିବା ସର୍ଭେକ୍ଷଣରେ ୮୧ ପ୍ରତିଶତ ବ୍ୟକ୍ତି କରୋନା ସମୟରେ ଯାତ୍ରା ସୁଯୋଗ ହରାଉଥିବା କହିଛନ୍ତି ।

୮୬ ପ୍ରତିଶତ ଦେଶ ଭିତରେ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ ସପକ୍ଷରେ ମତ ରଖିଛନ୍ତି । ସଡକ ପଥରେ ପର୍ଯ୍ୟଟନ ଆରମ୍ଭ ହେଲେ ଓଡିଶା ପର୍ଯ୍ୟଟନ ଏ କ୍ଷେତ୍ରରେ ମଡେଲ ଭାବେ କାର୍ଯ୍ୟ କରିବ । ଏଭଳି ଅଭିନବ ଯୋଜନା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ନୂଆ ରୂପ ଦେବା ସହିତ ନିଯୁକ୍ତି ସୁଯୋଗ ଓ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି । ସେହିଭଳି ସରକାର ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ପ୍ରର୍ଯ୍ୟଟକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ନେତୃତ୍ୱ ବିବାଦ ଭିତରେ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି ! ନୂଆ ସଭାପତି ବାଛିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ କନ୍ଦଳରେ ନୂଆ ମୋଡ଼ । ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧି । ଦୀର୍ଘ ଦିନ ଧରି ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ ନେଇ ଦାବି ଉଠି ଆସୁଛି । ଏଭଳି ସ୍ଥିତିରେ ଦଳରେ ଆମୁଳଚୂଳ ପରିବର୍ତ୍ତନ ନେଇ ଦଳର ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି ।

CONGRESS

ଦୀର୍ଘ ଦିନ ଧରି କଂଗ୍ରେସ ସଂଗଠନ ସ୍ତରରେ ପରିବର୍ତ୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦଳର ଶୀର୍ଷ ନେତୃତ୍ୱଙ୍କ ପାଇଁ କଂଗ୍ରେସ ୨ ଭାଗରେ ବାଣ୍ଟି ହେଉଥିବା ଦେଖାଯାଉଛି । ଗୋଟିଏ ପକ୍ଷ ଦଳରେ ନେତୃତ୍ୱ ସହିତ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଦାବି କରୁଛନ୍ତି । ଅନ୍ୟପଟେ ଆଉ ଏକ ପକ୍ଷ ଗାନ୍ଧି ପରିବାରକୁ ବାଦ୍ ଦେଇ ଅନ୍ୟ କେହି ଦଳର କମାଣ ସମ୍ଭାଳିବା ପକ୍ଷରେ ନାହାଁନ୍ତି ।

କଂଗ୍ରେସ ନେତା ସଞ୍ଜୟ ନିରୁପମଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଅଧ୍ୟକ୍ଷ କରିବାକୁ ବିରୋଧ କରିଛନ୍ତ । ଅମରିନ୍ଦର କହିଛନ୍ତି- ବର୍ତ୍ତମାନ ସମୟ ନେତୃତ୍ୱ ପରିବର୍ତ୍ତନର ନୁହେଁ । ଏବେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ଏନଡିଏ ବିପକ୍ଷରେ ମଜଭୁତ୍ ବିରୋଧୀଙ୍କ ଆବଶ୍ୟକତା ରହିଛି ।

FILE

ମିଳିଥିବା ସୂଚନା ଅନୁସାରେ ସୋନିଆ ଗାନ୍ଧି ଦଳର ସହଯୋଗୀଙ୍କୁ କହିଛନ୍ତି- ସେ ବର୍ଷେ ହେଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଲେଣି । ସେ ଏବେ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆସନ୍ତାକାଲି ସୋମବାର କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ବୈଠକରେ ସଂଗଠନ ପ୍ରସଙ୍ଗରେ ଆଲୋଚନା କରାଯିବା ନେଇ ଆଶା କରାଯାଉଛି ।

ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା