spot_img
Home Blog Page 6572

କୋରାପୁଟରେ ହେଲା ରାଜ୍ୟର ୬ଷ୍ଠ ପ୍ଲାଜମା ବ୍ୟାଙ୍କ, ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏହି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସମସ୍ୟା ବଢିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଲୋକେ ପ୍ଲାଜମା ଚିକିତ୍ସା ସୁବିଧା ଏହି ପ୍ଲାଜମା ବ୍ୟାଙ୍କ ଦ୍ୱାରା ପାଇପାରିବେ ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇ ସାରିଛି । ପ୍ଲାଜମା ବ୍ୟାଙ୍କକୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ । କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସେ ଅପିଲ କରିଥିଲେ ।ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ ।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ସେହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ବାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଥିଲେ। ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ  ଆହ୍ୱାନ ଜଣାଇଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର  ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବା ଦ୍ୱାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ।   ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି  ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

Sushant Singh Rajput Case: ଅଣ୍ଡରୱାର୍ଲ୍ଡ ସହ ରିୟାଙ୍କ ସମ୍ପର୍କ !

ମୁମ୍ବାଇ: ମାୟା ନଗରୀର ଅଣ୍ଡରୱାର୍ଲଡ କନେକ୍ସନ୍ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ସ୍କାନରରେ ରହିଛନ୍ତି ଗର୍ଲ ଫ୍ରେଣ୍ଡ ରିୟା । ଏବେ ରିୟାଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ କନେକ୍ସନ୍ ଥିବା ଜଣାପଡ଼ିଛି । ଡ୍ରଗ୍ସ ନେଇ ରିୟା ଯାହା ସମ୍ପର୍କରେ ଥିଲେ ସେ ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ ଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କ ନାମ ଗୌରବ ଆରିୟା ବୋଲି ଜଣାପଡ଼ିଛି । ଗୌରବ ମାୟାନଗରୀ ମୁମ୍ବାଇରେ ଭିଭିଆଇପି ମାନଙ୍କୁ ଡ୍ରଗ୍ସ ଯୋଗାଇଥାନ୍ତି । ରେଭ୍ସ ପାର୍ଟିରେ ମଧ୍ୟ ଗୌରବ ଡ୍ରଗ୍ସ ଯୋଗାଇଥାନ୍ତି ।

୨୦୧୫ ମସିହା ପୂର୍ବରୁ ରିୟା, ଗୌରବଙ୍କୁ ଜାଣିଥିବା ଓ ସମ୍ପର୍କରେ ଥିବା ନେଇ ଜଣାପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ କାରବାର ନେଇ NCB ତଦନ୍ତ ପରେ ଏହି ତଥ୍ୟ ସାମନାକୁ ଆସିଛି । ତେବେ, ଏହି ମାମଲା ଗୋଆକୁ ମଧ୍ୟ ଲମ୍ବିଛି । ଗୋଆର ଆବୁ ଇସଲାମ୍ ଆଜମି ଯିଏ କି ହୋଟେଲିୟର କାମ କରନ୍ତି । ୨୦୧୮ରେ ଦିଲ୍ଲୀ ପୋଲିସର ନାର୍କୋଟିକ୍ ସେଲ୍ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଥିଲା । ସେଠାରୁ ୪୦ କୋଟିର MDMA ଜବତ କରିଥିଲା ।

ଚାଟରେ ଗୌରବ ଆରିୟାଙ୍କ ସହ ରିୟା MDMA ନେଇ କଥା ହୋଇଛନ୍ତି । ଏଥିରେ ଆବୁ ଇସଲାମ୍ ଆଜମିକୁ ଗିରଫ କରାଯାଇଛି । ଆଜମି ୟୁକେ, ଆମେରିକା ଓ ଦୁବାଇ ସହ ଡ୍ରଗ୍ସ କାରବାର କରନ୍ତି । ଆଜମିଙ୍କ ସହ ଆରିୟାଙ୍କ ସହ ସମ୍ପର୍କ ରହିଛି । ସୁଶାନ୍ତଙ୍କ ସହ ସମ୍ପର୍କ ପୂର୍ବରୁ ରିୟା ଏମାନଙ୍କ ସହ ସମ୍ପର୍କରେ ଥିଲେ । ଏବେ NCB ଏସବୁ ଉପରେ ତଦନ୍ତ ଜାରି ରଖିଛି ।

ବ୍ରାଉନସୁଗାର ଚୋରା ଚାଲାଣ : ବଢୁଛି ମାମଲା, ବାଲେଶ୍ୱରରେ ଧରା ପଡ଼ିଲା ୪ କିଲୋରୁ ଅଧିକା ବ୍ରାଉନସୁଗାର

ବାଲେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ୍  ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ୪ କିଲୋ ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କ ଗିରଫ କରିଛି । ବାଲେଶ୍ୱରରେ କିଛି ଦିନ ତଳେ ପୋଲିସ ଓ ବ୍ରାଉନସୁଗାର ଦଲାଲଙ୍କ ମଧ୍ୟରେ ଡିଲ୍ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଉକ୍ତ ଜିଲ୍ଲା ଓ ସନ୍ଦିଗ୍ଧ ଅଞ୍ଚଳରେ ଖୋଲତାଡ଼ ଆରମ୍ଭ କରିଥିଲା । ଏହି କ୍ରମରେ ଆଜି ବ୍ରାଉନସୁଗାର ଜବତ ହୋଇଥିବା ଏସଟିଏଫ ପକ୍ଷରୁ ପ୍ରକାଶ କରାଯାଇଛି । ଏସଟିଏଫ ଜଣାଇଛି ଯେ ଏହା ଚଳିତ ବର୍ଷର ୨ୟ ସର୍ବାଧିକ ଜବତ ବ୍ରାଉନସୁଗାର ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଟିମବଙ୍ଗ ଲିଙ୍କରେ ରାଜ୍ୟକୁ ବାଲେଶ୍ୱର ଦେଇ ବ୍ରାଉନସୁଗାର ଆସିବା ଏକ ଅଭ୍ୟାସଗତ କଥା ହେଲାଣି । ସେହିଭଳି  ଚଳିତବର୍ଷ ୨୦ କେଜି ୭୩୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ୨୨ଟି ମାମଲାରେ ୪୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଚଳିତ ବର୍ଷ ରାଜ୍ୟରେ ବ୍ରାଉନସୁଗାର ଚୋରା ଚାଲାଣ ଗତ ୮ ବର୍ଷର ରେକର୍ଡ ଅତିକ୍ରମ କରିବ ବୋଲି ପୋଲିସ ଡିଜି ଆଶଙ୍କା ପ୍ରକଟ କରିଛନ୍ତି । ସେହିଭଳି ଏସଟିଏଫ୍ ଏଯାବତ୍ ଚଳିତ ବର୍ଷରେ ୬୩୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିସାରିଲେଣି ।

ସୋସିଆଲ ମିଡିଆରେ ଏଜେଣ୍ଡା ପ୍ରଚାର କରିବାରେ ଆଗରେ ବିଜେପି !

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଭୂମିକା  ଗୁରୁତ୍ୱପୂର୍ଣ୍ଣ ।   ରାଜନୈତିକ ଦଳ ଗୁଡ଼ିକ ନିଜ ମତବାଦର ପ୍ରଚାର ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଥାନ୍ତି ।  ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ରାଜନୈତିକ ଦଳଙ୍କ ଉପସ୍ଥିତି ବୃଦ୍ଧି ପାଇଥାଏ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି । ତେବେ ଭାରତରେ କେଉଁ ଦଳ ସୋସିଆଲ ମିଡିଆକୁ କେତେ ଅଧିକ ନିଜ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ?  ନିକଟରେ ଫେସବୁକ ଏହାର ବିଜ୍ଞାପନ ଲାଇବ୍ରେରୀ ରିପୋର୍ଟ ଉପସ୍ଥାପନା କରିଛି । ଯେଉଁଥିରୁ ଭାରତର କେଉଁ କେଉଁ ଦଳ ସୋସିଆଲ ମିଡିଆରେ ପ୍ରଚାର ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଓ ପ୍ରଚାର କ୍ଷେତ୍ରରେ ଆଗରେ ଅଛନ୍ତି ତାହା ଜଣା ପଡୁଛି ।

ସୋସିଆଲ ମିଡିଆରେ ନିଜର ଏଜେଣ୍ଡାକୁ ପ୍ରଚାର କରିବାରେ ସବୁଠୁ ଆଗରେ ରହିଛି ବିଜେପି । ଗତ ୧୮ ମାସ ଭିତରେ ଫେସବୁକରେ କିଏ କଣ ପ୍ରଚାର କରିଛି ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଏନେଇ ଏକ ରିପୋର୍ଟ ଆସିଛି । ଫେବୃୟାରୀ ୨୦୧୯ରୁ ୪ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବିଜେପି । ତା ପଛକୁ ରହିଛି କଂଗ୍ରେସ । କଂଗ୍ରେସ ନିଜର ପ୍ରଚାର ପାଇଁ ଏକ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଗତ ୨୪ ତାରିଖ ପର୍ଯ୍ୟନ୍ତ କେଉଁ ଦଳ କେତେ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ରିପୋର୍ଟ ଆସିଛି । ବିଜେପି ସହ ମିଶି କିଛି ବିଜ୍ଞାପନ ସଂସ୍ଥା ମଧ୍ୟ ଫେସବୁକରେ ପ୍ରଚାର କରିଛନ୍ତି । ଏହା ବାବଦକୁ ହେଉଥିବା ଖର୍ଚ୍ଚ ମଧ୍ୟ ବିଜେପି ବହନ କରିଥିବା ଜଣାପଡିଛି । ଏସବୁ ମିଶାଇଲେ ବିଜେପି ୧୦ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ମାଇ ଫାଷ୍ଟ ଭୋଟ ଫର ମୋଦି, ଭାରତ କେ ମନ୍ କି ବାତ୍ ନାଁରେ ହେଉଥିବା ବିଜ୍ଞାପନ ଖର୍ଚ୍ଚ ପାଇଁ ୩ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।

ରିୟାଙ୍କ ଉପରେ ବର୍ଷିଲେ ଅଙ୍କିତା, ଶେୟାର କଲେ ଭିଡ଼ିଓ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ନେଇ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗୋଟିଏ ପରେ ଗୋଟିଏ ନୂଆ ବୟାନ ଦେଉଛନ୍ତି । ନିକଟରେ ରିୟା ସୁଶାନ୍ତଙ୍କୁ ନେଇ ଏକ ଦାବି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଫ୍ଲାଇଟରେ ଯାତ୍ରା କରିବାକୁ ସୁଶାନ୍ତ ଭୟ କରୁଥିଲେ । ଯେଉଁଥିପାଇଁ  ସେ ଏକ ପ୍ରକାର ଔଷଧ ସେବନ କରୁଥିଲେ । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ । ଅଙ୍କିତା ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରି ଏହାର ପ୍ରତିକ୍ରିୟା ରଖିଛନ୍ତି ।

ରିୟାଙ୍କର ସୁଶାନ୍ତଙ୍କୁ ନେଇ ଏଭଳି ଦାବି କରିବା ଘଟଣାରେ ଖୁବ ରାଗି ଯାଇଛନ୍ତି ଅଙ୍କିତା । ରିୟାଙ୍କୁ ଜବାବ ଦେଇ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ଏକ ଫ୍ଲାଇଟର ସିମ୍ୟୁଲେଟରର କକପିଟରେ ବସି ଜାହାଜ ଉଡ଼ାଇବା ଉପରେ ନଜର ଦେଉଛନ୍ତି ଏବଂ ତାହାର ମଜା ନେଉଛନ୍ତି । ଏହି ଭିଡ଼ିଓକୁ ଶେୟାର କରି ଅଙ୍କିତା ଲେଖିଛନ୍ତି କ’ଣ ଏହା #claustrophobia ? ଆମେ ସମସ୍ତେ ତୁମକୁ ନେଇ ଗର୍ବିତ ।

 

 

View this post on Instagram

 

आज रिया चक्रवर्ती ने एक चैनल से बात करते हुए कहा कि सुशांत सिंह राजपूत को फ्लाइट में बैठने से डर लगता था. इसके लिए वो मेडिसिन लेते थे. इसके बाद अंकिता लोखंडे ने सुशांत की ये वीडियो शेयर की. अंकिता ने पूछा- क्या ये #claustrophobia है? अंकिता ने लिखा, ”तुम्हें उड़ना पसंद था और तुमने हमेशा अपने सपने को जिया. We all are proud of you! #rheachakraborty #ankitalokhande #SushantSinghRajput #SushantSingh #News #Mumbai #Delhi #bollywood #News #ABPNews #ViralPost #Sushant #KKSingh #RememberingSushant #Video #ViralVideo #ViralPost #ViralVideo #Video #Videogram #VideoOfTheDay #India

A post shared by ABP News (@abpnewstv) on

ସୂଚନାଯୋଗ୍ୟ ଯେ,  ସୁଶାନ୍ତଙ୍କ ମୃତ୍ୟୁର ବହୁଦିନ ପରେ ରିୟା ଗଣମାଧ୍ୟମକୁ କିଛି ବୟାନ ଦେଇ ଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି । ଯାହା ଅଙ୍କିତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖିବା ପରେ ଜଣା ପଡ଼ୁଛି । ସିବିଆଇ ପଚରା ଉଚରା କରିବା ସହିତ ଇଡି ସୁଶାନ୍ତଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ନେଇ ଛାନଭିନ କରୁଛି । ନିକଟରେ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ପାଇଁ ଇଡି ସମନ ପଠାଇଛି ।

୫୦ ତଳେ ପରିବା ନାହିଁ, କେବଳ ଆଳୁ ୩୫

ଭୁବନେଶ୍ୱର : ରାଜଧାନୀରେ ପରିବାର ଦର ବଢିଛି । ୫୦ ଟଙ୍କା ତଳେ ପରିବା ନାହିଁ । ଯୋଉ ପରିବାରେ ହାତ ମାର ଦର ଅତିକମରେ ୫୦ । ଲଗାଣ ବର୍ଷା ଯୋଗୁଁ ଏଭଳି ହୋଇଛି । ପରିବା ଚାଷୀଙ୍କଠୁ ଆସି ଗୋଦାମରେ ପହଞ୍ଚିବା ସମ୍ଭବ ହେଉନି । ଫଳରେ ଗୋଦାମରେ ଅଭାବ ଦେଖା ଦେଲାଣି । ବଜାରରେ ଅଭାବ ଦେଖାଯିବା ହେତୁ ଦର ବଢିବା ସ୍ୱାଭାବିକ ବୋଲି ବ୍ୟବସାୟୀମାନେ କହିଛନ୍ତି । ୧ ଓ ୪ ନମ୍ୱର ମାର୍କେଟ ରାଜଧାନୀର ସବୁଠୁ ବଡ଼ ମାର୍କେଟ  । ମୋଟା ଆକାରରେ ପରିବା ଏଇଠୁ ମିଳେ । ସେହିଭଳି ଅଧିକାଂଶ ଘରୋଇ ଲୋକେ ଏଇ ଦୁଇ ମାର୍କେଟରୁ କିଣାକିଣି କରନ୍ତି ।

ଏବେ ପରିବାର ଦର ଏହି ମାର୍କେଟରେ ଆକାଶଛୁଆଁ ହେବା ପରେ ଛୋଟ ବଜାରର ସ୍ଥିତି ନକହିବା ଭଲ ବୋଲି ଗ୍ରାହକମାନେ କହିଛନ୍ତି । ଟମାଟୋ ୫୦ ଉପରେ, ବିନ୍ସ୍ ୫୦ ଓ ଏପରିକି ଆଳୁ ୩୫ରେ ପହଞ୍ଚିଲାଣି । ପିଆଜି ଏବେ ସୁଦ୍ଧା ବଢିନଥିଲେ ମଧ୍ୟ ଖୁବ୍ ଶୀଘ୍ର ବଢିଯାଇ ପାରେ ବୋଲି ବ୍ୟବସାୟୀ ସଂଘ ଆଶଙ୍କା କରି ସାରିଲେଣି । ବର୍ଷା ଲାଗି ରହିଲେ ଦର କୁଆଡ଼େ  ଯିବ ତା’ ଥଳକୁଳ କେହି ପାଇବେନି । ଏକ ନମ୍ୱର ପରିବା ମାର୍କେଟ ସଭାପତି କବିରାଜ ସ୍ୱାଇଁଙ୍କ କହିବା କଥା ଯେ ମାର୍ଚ୍ଚ ୨୪ ପରଠୁ ପରିବା ପରିବହନ କମିଛି । ଯେତେ ମାତ୍ରାରେ ଆସୁଥିଲା ସେତେ ମାତ୍ରାରେ ଆସିବା ସମ୍ଭବ ହେଉନି ବୋଲି ପରିବା ଦର ଉପର ମୁହାଁ ହୋଇଛି ।

ସେହିଭଳି ଚାଷୀ ପରିବାର ବିକିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବହନ ସୁବିଧା ନଥିବା ହେତୁ ପରିବା ଅଯଥା ନଷ୍ଟ ହେଉଛି । ଅନ୍ୟପକ୍ଷରେ କିଛି ଜିଲ୍ଲାର ବନ୍ୟାସ୍ଥିତି ମଧ୍ୟ ଚାଷକୁ ନଷ୍ଟ କରିଛି । ଫଳରେ ବର୍ଷା କମିବା ପରେ ମଧ୍ୟ କିଛି ଦିନ ପାଇଁ ପରିବାର ଦରକୁ ନେଇ ସମସ୍ୟା ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଇସ୍ତଫା ଦେଲେ ଟିକଟକ CEO କେବିନ ମେୟର

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ଟିକଟିକର ସିଇଓ କେବିନ ମେୟର । । ନ୍ୟୁଜ୍ ଏଜେନ୍ସି AFP ଏହାକୁ ନେଇ ଟୁଇଟ କରିଛି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକଟକ୍ ଉପରେ ନିଷେଧାଦେଶ ଜାରି ହେବ ବୋଲି ଚର୍ଚ୍ଚା ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି କି କମ୍ପାନୀ ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରୁ ନଚେତ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ। ପୂର୍ବରୁ ଭାରତ ଏହି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା। କେବିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକର ସିଇଓ କରାଯାଇଥିଲା। ଏହାପୂର୍ବରୁ ସେ ଓ୍ୱାର୍ଲଡ ଡିଜନିରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ।

କେବିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ଇନଭଏସ୍ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି, ଯାହା ପାଇଁ ମୋର ଆବଶ୍ୟକ ଥିଲା ଏବଂ ଯାହା ପାଇଁ ମୋତେ ବିଶ୍ୱ ଭୂମିକାରେ ରଖାଯାଇଥିଲା ସେ କାର୍ଯ୍ୟ କରିଛି। ଟିକଟକ୍ ମୁଖପାତ୍ର କହିଛନ୍ତି କି କେବିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନୀ ସମ୍ମାନ କରେ। ଗତ କିଛି ମାସ ଧରି ଆମେରିକାରେ ଟିକଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବାର ଭୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଛନ୍ତି କି କମ୍ପାନୀ ୯୦ ଦିନ ମଧ୍ୟରେ ଆମେରିକାର ବ୍ୟବସାୟ ବିକ୍ରୟ କରିବା ଉଚିତ। ଯଦି ଏହା ୯୦ ଦିନ ମଧ୍ୟରେ ବିକ୍ରି ହୋଇନଥାଏ, ତେବେ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ । ତେବେ ନିକଟରେ ଟିକଟକ୍ ମଧ୍ୟ ନିଶ୍ଚିତ କରିଛି ଯେ କମ୍ପାନୀ ଆମେରିକୀୟ ରାଷ୍ଟ୍ରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରିବ।

ଭଡ଼ାଘର ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭଡ଼ାରେ ରହୁଥିବା ଲୋକଙ୍କ ପାଇଁ ଖୁବଶୀଘ୍ର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ସଚିବ ଦୂର୍ଗା ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ କେନ୍ଦ୍ର ସରକାର ଭଡ଼ା ଘରକୁ ପ୍ରୋତ୍ସାହନ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ତେବେ ବାଣିଜ୍ୟ ଏବଂ ଉଦ୍ୟୋଗ ସଙ୍ଗଠନ ଆସୋଚ୍ୟାମ ଦ୍ୱାରା ହାଉସିଂ ସେକ୍ଟର ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଛନ୍ତି ।

ସଚିବ ଦୂର୍ଗା ଶଙ୍କରଙ୍କ କହିବା ଅନୁସାରେ  ୨୦୧୧ ଜନଗଣନା ଅନୁସାରେ ସାରା ଦେଶରେ ୧.୧ କୋଟିରୁ ଅଧିକ ଘର ଖାଲି ପଡ଼ିଛି । କାରଣ ହେଉଛି ସେହି ସମସ୍ତ ଘରକୁ ଭଡ଼ାରେ ଦେବା ପାଇଁ ଲୋକ ଡରୁଛନ୍ତି । ସଚିବ ଏହା ମଧ୍ୟ କହିଛନ୍ତି କି ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ଏହି ଆଦର୍ଶ ଆଇନ ଲାଗୁ କରିବା ପାଇଁ ଜରୁରୀ ପଦକ୍ଷେପ ନିଆଯିବ ।

ଉକ୍ତ ନିୟମ ଲାଗୁ ହେବା ପରେ ଖାଲି ପଡ଼ିଥିବା ୬୦ରୁ ୮୦ ପ୍ରତିଶତ ଘର ଭଡ଼ାରେ ଲାଗିଯିବ ବୋଲି କହିଛନ୍ତି ଦୂର୍ଗା ଶଙ୍କର । ଏହା ବ୍ୟତୀତ ରିୟଲ ଇଷ୍ଟେଟ ଡେଭଲପର ନିଜର ବିକ୍ରି ହୋଇ ନଥିବା ଘରକୁ ଭଡ଼ାରେ ଦେଇ ପାରିବେ ।

ନଗର ଉନ୍ନୟନ ମନ୍ତ୍ରାଳୟ ଜୁଲାଇ ୨୦୧୯ରେ ଆଦର୍ଶ ଭଡ଼ା ନିୟମର ରୂପରେଖ ଜାରି କରିଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା କି,

୧.ଭଡା ବଢାଇବାର  ତିନି ମାସ ପୂର୍ବରୁ ଘର ମାଲିକଙ୍କୁ ଲିଖିତ ନୋଟିସ ପଠାଇବାକୁ ପଡିବ  ।

୨.ଏଥିରେ ଜିଲ୍ଲା କଲେକ୍ଟରଙ୍କୁ ଭଡ଼ାଟିଆଙ୍କ ଅଧିକାରୀ ଭାବରେ ନିଯୁକ୍ତି ଦେଇ ସମୟ ଠାରୁ ଅଧିକ ଦିନ ରହିଥିବା ବ୍ୟକ୍ତିଙ୍କ ଠାରୁ ଜୋରିମନା ସଂଗ୍ରହ କରାଯିବ ।

୩. ସଚିବ କହିଛନ୍ତି କି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେନ୍ଦ୍ର ଏବଂ ରାଜ୍ୟର ଲକ୍ଷାଧିକ ଫ୍ଲାଟକୁ ଖୁବ ଶସ୍ତାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଘର ଭାବରେ ପରିବର୍ତ୍ତନ କରାଯିବ । ସେ କହିଛନ୍ତିକି ରାଜ୍ୟମାନେ ଏହାକୁ ନେଇ ଆବଶ୍ୟକୀୟ ନିୟମ ପ୍ରଣୟନ କରିପାରିବେ । ଏହା ସହିତ ଆମେ ଏକ ବଡ଼ ସୁଧାର ଆଣିବା ପାଇଁ ଯାଉଛୁ ।

ଆମେ ଭଡ଼ା ନିୟମକୁ ପରିବର୍ତ୍ତନ କରୁଛୁ । ବିଭିନ୍ନ ରାଜ୍ୟରେ ଥିବା ଭଡ଼ାଟିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭଡ଼ା ଆଇନ ପ୍ରଣୟନ କରାଯାଇଛି ।

ତେବେ ଏହି ବିଷୟରେ ଅଧିକ ସୂଚନା ପାଇବା ପାଇଁ ଦିଆଯାଇଥିବା ଲିଙ୍କ୍: http://mohua.gov.in/upload/uploadfiles/files/Draft%20Model%20Tenancy%20Act%2C%202019(1).pdf

ଦେଶର ପ୍ରଥମ କରୋନା ପରୀକ୍ଷଣ କିଟକୁ ICMRର ଅନୁମତି, ୨୦ ମିନିଟରେ ମିଳିବ ରେଜଲ୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ଆସିଛି ଆଶ୍ୱସ୍ତକର ଖବର । ଦିଲ୍ଲୀର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ଭାରତର ପ୍ରଥମ ରାପିଡ୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି । କୁହାଯାଉଛି ଏହି କିଟ୍ ଜରିଆରେ ପ୍ରାୟ ୨୦ ମିନିଟ୍ ମଧ୍ୟରେ ରେଜଲ୍ଟ ମିଳିବ । ଅର୍ଥାତ୍ ମାତ୍ର ୨୦ ମିନିଟରେ ଜାଣି ହେବ ଆପଣ କରୋନା ପଜିଟିଭ୍ ନା ନେଗେଟିଭ୍ । ଆଇସିଏମ୍ଆର ଏହି କରୋନା ପରୀକ୍ଷଣ କିଟକୁ ଅନୁମତି ପ୍ରଦାନ କରିଛି । କିଟର ମୂଲ୍ୟ ପାଖାପାଖି ୨୦୦ ଟଙ୍କା ଥିବା କୁହାଯାଉଛି ।

ଭାରତର ପ୍ରଥମ ପଏଣ୍ଟ-ଅଫ୍-କେୟାର (POC) ରାପିଡ୍ ଟେଷ୍ଟ କିଟକୁ ମେଡିକେୟାର ପ୍ରସ୍ତୁତ କରିଛି । ଏହି କମ୍ପାନୀ ଲାବରେ ଗର୍ଭାବସ୍ଥା ଯାଞ୍ଚ କିଟ୍, HIV ଏଡ୍ସ, ମାଲେରିଆ ଓ ଡେଙ୍ଗୁ ପାଇଁ POC ଡାଏଗ୍ନୋଷ୍ଟିକ କିଟ୍ ମଧ୍ୟ ତିଆରି କରିଥାଏ । ମେଡିକେୟାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆନନ୍ଦ ଶେଖରୀ କହିଛନ୍ତି- POC କିଟ୍ ଜରିଆରେ ୨୦ ମିନିଟ୍ ମଧ୍ୟରେ ଫଳାଫଳ ଜାଣି ହେବ ।

ଏହି କିଟରେ ଟେଷ୍ଟ ପାଇଁ ଆଙ୍ଗୁଠିରୁ ରକ୍ତ ନମୁନା ନିଆଯିବ. ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ୨ ଲକ୍ଷ କିଟ୍ ଲଞ୍ଚ କରିବା ପାଇଁ ଯୋଜନା କରିଛି । ଭାରତରେ ଏବେ ଆଣ୍ଟିବଡି ଯାଞ୍ଚ ପାଇଁ ଷ୍ଟାଣ୍ଡାର୍ଡ Q COVID-19 Agର ବ୍ୟବହାର କରାଯାଉଛି । ସାଧାରଣତଃ ଏହାକୁ RT-PCR ଟେଷ୍ଟ ଭାବେ ଜଣାଯାଇଥାଏ ।

ଏହାର ପରୀକ୍ଷଣ ରେଜଲ୍ଟ ଗୋଟିଏ ଦିନ ଭିତରେ ଆସିଥାଏ । ଏହି କିଟ୍ ଶରୀର ମଧ୍ୟରେ ଥିବା ଆଣ୍ଟିବଡି ସନ୍ଧାନ କରେ । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଯଦି ଶରୀରରେ ଆଣ୍ଟିବଡ଼ି ମିଳେ ତେବେ ସେହି ବ୍ୟକ୍ତି ଏବେ କରୋନାରେ ସଂକ୍ରମିତ ଅଥବା ପୂର୍ବରୁ ସଂକ୍ରମିତ ହୋଇ ସାରିଛନ୍ତି ବୋଲି ଧରାଯାଏ ।

ଝଲସିବ ଶ୍ରୀମନ୍ଦିର ଦ୍ୱାର, ରୂପାରେ ଛାଉଣୀ ହେବ କବାଟ

ପୁରୀ: ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିଥିବା କବାଟ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ଭିତର ଓ ବାହାର କବାଟ ଗୁଡ଼ିକ ମରାମତି ହେବା ସହ ସେଥିରେ ରୂପା ଛାଉଣୀ ହେବ ବୋଲି ସୂଚନା ମିଳିଛି । ଏସମସ୍ତ ଦ୍ୱାରରେ ରୁପା ଚାଦର ଲଗାଯିବା ପାଇଁ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ଶ୍ରୀମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ବେହରଣ, ଜୟ ବିଜୟ ଓ କଳାହାଟ ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବା ପାଇଁ ଯୋଜନା ଚାଲିଛି । ଖାଲି ସେତିକି ନୁହେଁ ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ନୂଆ କରି ନିର୍ମାଣ ହେବ ବୋଲି ମଧ୍ୟ ସ୍ଥିର କରାଯାଇଛି ।

ତେବେ ମନ୍ଦିର କବାଟ ରୂପା ଛାଉଣୀ କରିବା ପାଇଁ ଜଣେ ଭକ୍ତ ୧୯୨୦ କେଜି ରୂପା ଦାନ କରିଥିବା ସୂଚନା ମିଳିଛି ।