spot_img
Home Blog Page 6543

ଆଜି ମା’ଙ୍କ ମଣ୍ଡପରେ ଷଷ୍ଠୀ ପୂଜା, ବିଲ୍ୱବରଣି ପରେ ବିଳମ୍ବିତ ରାତିରେ ଦର୍ଶନ ଦେବେ ମା’

ଭୁବନେଶ୍ୱର: ଆସୁଛନ୍ତି ମା, ମହାମାୟାଙ୍କ ଆଗମନକୁ ନେଇ ଏବେ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜିଠାରୁ ପୂଜା ମଣ୍ଡପରେ ଷଷ୍ଠୀ ପୂଜା । ଏଥିପାଇଁ ଆରମ୍ଭ ହୋଉଛି ମାଆଙ୍କ ସୁର୍ଯ୍ୟ ପୂଜା। ଏନେଇ ସମସ୍ତ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି । ତେବେ ସବୁକିଛି କରୋନା କଟକଣାରେ ଚାଲିଛି । ନା ଅଛି ରଙ୍ଗ ବେରଙ୍ଗର ଆଲୁଅ ନା ଅଛି ଆକାଶକୁ ଛୁଇଁଲା ଭଳି ତୋରଣ । ପାର୍ବଣର ମହକକୁ ଛଡ଼ାଇ ନେଇଛି ରାକ୍ଷସ କରୋନା ।

ତେବେ ସମସ୍ତଙ୍କର ଅପେକ୍ଷା ମହାମାୟାଙ୍କ ଆଗମନରେ ଧ୍ୱଂସ ହେବ କରୋନା  । ଯେମିତି ମହିଷାସୁର କୁ ବଦ୍ଧ କରିବା ପାଇଁ ଧରାପୃଷ୍ଠରକୁ ଓହ୍ଲାଇଥିଲେ ମା’ ଦୁର୍ଗା । ଠିକ ସେମିତି ଆଉ ଏକ ରାକ୍ଷସ କରୋନାକୁ ଏଥର ବଦ୍ଧ କରିବେ ମା’ ।

କେବଳ ବିଧି ରକ୍ଷା ପାଇଁ ପୂଜା କରିବାକୁ ପୂଜା ମଣ୍ଡପ ପ୍ରସ୍ତୁତି କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ବିଲ୍ୱବରଣି ପରେ ବିଳମ୍ବିତ ରାତିରେ ଦର୍ଶନ ଦେବେ ମା’। ତେବେ ଭକ୍ତମାନେ ଏଥର ଦର୍ଶନରୁ ବଞ୍ଚିତ ରହିବେ। ଚତୁଃପାର୍ଶ୍ୱ ଆଢ଼ୁଆଳ କରି ମା’ଙ୍କ ପୂଜାର୍ଚନା କରାଯିବ। ତେଣୁ ପୂଜା ଦୃଶ୍ୟକୁ ଉପଭୋଗ ପାଇଁ ଚାହିଁ ରହୁଥିବା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସୁବିଧା ପାଇଁ କିଛି ପୂଜା ମଣ୍ଡପ ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି ।

ରାଜଧାନୀରେ ପାଖାପାଖି ୧୭୦ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ଗୁରୁବାରଠାରୁ ବିଲ୍ୱବରଣୀ ହେବ। ଶୁକ୍ରବାର ମହାସପ୍ତମୀ ପୂଜା, ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ରହିଛି । ଶନିବାର ମହାଅଷ୍ଟମୀ ଓ ରବିବାର ମହାନବମୀ ପୂଜାର୍ଚ୍ଚନା କରାଯିବ। ୨୬ରେ ବିଜୟା ଦଶମୀ ଓ ଦେବୀପ୍ରତିମା ବିସର୍ଜନ ଏବଂ ୨୭ରେ ନିରାଡ଼ମ୍ବର ଭସାଣି ଯାତ୍ରା ଅନୁଷ୍ଠିତ ହେବ।

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଓଡିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏହା ଆଜି ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର-ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ଏହା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ପ୍ରବଳ କିମ୍ବା ଅତି ପ୍ରବଳ ବର୍ଷା ହେବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର । ପାହାଡ଼ ଧସିବା, ମାଟି ଘର ଓ ରାସ୍ତା ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋ‌ଇପାରେ ।

ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ବି ଛୁଇଁବାର ସମ୍ଭାବନା ରହିଛି। ତେବେ ୱେଲ୍‌ ମାର୍କଡ୍‌ ଲୋ ପ୍ରେସର୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବ‌ଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ।

ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୨୨/୧୦/୨୦୨୦  ତୁଳା ୬ଦିନ, ଗୁରୁବାର, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ଆଶ୍ୱିନ ଶୁକ୍ଳ ୬ଷ୍ଠୀ ସକାଳ ୦୭:୪୦ ଗତେ ୭ମୀ

– ଧନୁ ଚନ୍ଦ୍ର ଅହୋରାତ୍ର

– ପୂର୍ବାଷାଢା ରାତି ୧ଟା ଗତେ ଉତ୍ତରାଷାଢା ନକ୍ଷତ୍ର

– ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ପଶ୍ଚିମେ ଦିବା ୦୭:୪୦ ଗତେ ବାୟବ୍ୟେ

– ପୁଷ୍କର ଦୋଷ – ରାତ୍ର ୧ଟା ପର୍ଯ୍ୟନ୍ତ ୧ପାଦ ଗତେ ୨ପାଦ

– ନିଷିଦ୍ଧ ଖାଦ୍ୟ – ନିମ୍ବ ଓ ତାଳ

– ଶୁଭ ସମୟ –

ପ୍ରାତଃ ୦୫:୪୭ ରୁ ୦୭:୧୯

ସନ୍ଧ୍ୟା ୦୬:୦୪ ରୁ ୦୯:୨୫

– ଅଶୁଭ ସମୟ –

ଦିବା ୧୨:୫୬ ରୁ ସଂଧ୍ୟା ୦୫:୨୫

ରାତ୍ର ୧୧:୩୨ ରୁ ରାତ୍ର ୦୧:୦୬

୨୨.୧୦.୨୦୨୦

ଗୁରୁବାର-

 

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର – କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୁତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ଷୃଷ୍ଟି ହେବ ।

ଦ୍ୱିଜା ନକ୍ଷତ୍ର – ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।

କୃତ୍ତିକା ନକ୍ଷତ୍ର – ଆଜି ଏତେ ଶୁଭଦିନ ନୁହେଁ ତେଣୁ ମଥାରେ ଚନ୍ଦନ ଲଗାଇ ଲଗାଇବେ ମନ ଶାନ୍ତ ରହିବ ।

– ଶୁଭ ରଙ୍ଗ – ଧଳା ଏବଂ ହଳଦିଆ

– ଆଜି ସ୍ନାନସାରି – ଓଁ ନମଃ ଶିବାୟ ୨୧ ଜପ କରନ୍ତୁ ରିଷ୍ଟ କଟିବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲବୁଝାବଣା ରହିବ ।

ରୋହିଣି ନକ୍ଷତ୍ର – ଆଜି ପରିଶ୍ରମ ଅଧିକ କରିବେ କିନ୍ତୁ ଫଳ କମ ମିଳିବ, ମନ ବିଚଳିତ ରହିବ ତେଣୁ ଜଳରେ ହଳଦି ମିଶାଇ ସ୍ନାନ କରିବେ ।

ମୃଗଶିରା ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ  ।

– ଶୁଭ ରଙ୍ଗ – ଲାଲ

– ଆଜି କିଛି ହଳଦିଆ ଭାତ ଗାଇକୁ ଖାଇବାକୁ ଦିଅନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ ଓ ଶୁଣନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଶୁଭଦିନ ରହିବ ତେଣୁ ଟଙ୍କପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପରର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ ।

ଆର୍ଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ରିଷ୍ଟ ଖଣ୍ଡନ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ପରିଶ୍ରମ ମୁତାବକ ଫଳ ପାଇବେ ଓ ମନ ଆନନ୍ଦରେ ସମୟ କଟିବ ।

– ଶୁଭ ରଙ୍ଗ – ହଳଦିଆ

– ତ୍ରିଶାଖା ବେଲପତ୍ର ଖାଇ ଦିନ ଆରମ୍ଭ କରିବେ ଫଳରେ ମନ ଶାନ୍ତ ରହିବ ।

କର୍କଟ ରାଶି-

ପୂନର୍ବସୁ ନକ୍ଷତ୍ର – ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ ।

ପୂଷ୍ୟା ନକ୍ଷତ୍ର – ଆୟ ମନମୁତାବକ ହେବ, କିଛି ମନର ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ ।

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ହନୁମାନଙ୍କର  ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

– ଶୁଭ ରଙ୍ଗ – ଧଳା

– ଆଜି ସ୍ନାନପରେ ଖଣ୍ଡେ ଅଦା ଖାଇ ଦିନ ଆରମ୍ଭ କରିବେ ।

ସିଂହ ରାଶି

ମଘା ନକ୍ଷତ୍ର – ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ରହିବ, ନିଜ ଖାଇବା ଖାଦ୍ୟରୁ କିଛି ଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ଅନୁକୁଳ ପରିବେଷ ପରିସ୍ଥିତି ମଧ୍ୟରେ ଦିନ କଟିବ ଏବଂ ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ଅଧିକ ରହିବ ।

– ଶୁଭରଙ୍ଗ – ଖଇରିଆ ଗୋଲାପି

– ନିଜର ଇଷ୍ଟଦେବ ସୂର୍ଯ୍ୟ ଭଗବାନଙ୍କୁ ତମ୍ବାପାପ୍ତରେ ଜଳ ଏବଂ ଗୁଡ ମିଶାଇ ଅର୍ଘ୍ୟ ଦିଅନ୍ତୁ ।

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ ।

ହସ୍ତା ନକ୍ଷତ୍ର – ଆଜି ଭବିଷ୍ୟତର ଚିନ୍ତା ମନକୁ ଦୁର୍ବଳ କରିଦେବ, ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ।

ଚିତ୍ରା ନକ୍ଷତ୍ର – ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର  ପାଠପ୍ରତି ଆଗ୍ରହ କମ ରହିବ।

– ଶୁଭ ରଙ୍ଗ – ସବୁଜ

– ସବୁଜ ପରିବା ଏବଂ ଶାଗ ଗାଇକୁ ନିଜ ହାତରେ ଖୁଆନ୍ତୁ ଆର୍ଶିବାଦ ମିଳିବ ।

ତୁଳା ରାଶି –

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଆର୍ଥିକ ସ୍ଥିତି ଆଶାଜନକ ରହିବ ।

ସ୍ୱାତୀ ନକ୍ଷତ୍ର – କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ, କିନ୍ତୁ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ବାଧା ଉପୁଜିବ ।

ବିଶାଖା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ ।

– ଶୁଭ ରଙ୍ଗ – ଧଳା

– ଆଜି କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ, ଚନ୍ଦନ ମଥାରେ ଲଗାନ୍ତୁ ।

ବିଛା ରାଶି –

ବିଶାଖା ନକ୍ଷତ୍ର – ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ ।

ଅନୁରାଧା ନକ୍ଷତ୍ର – ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ ।

ଜ୍ୟେଷ୍ଠା ନକ୍ଷତ୍ର – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ ।

– ଶୁଭ ରଙ୍ଗ – ଧଳା

– ସ୍ନାନସାରି ଶିବଙ୍କୁ ଦର୍ଶନ କରି ଦିନ ଆରମ୍ଭ କରିବେ ।

ଧନୁ ରାଶି

ମୂଳା ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ ।

ପୂର୍ବଷାଢା ନକ୍ଷତ୍ର – ଆଜି ଟଙ୍କାପଇସା ଅଧିକ ଖର୍ଚ୍ଚ ହେବ ଏବଂ ପାରିବାରିକ ଶାନ୍ତି କ୍ଷୁର୍ଣ୍ଣ ହେବ ତେଣୁ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ।

ଉତ୍ତରାଷାଢା ନକ୍ଷତ୍ର -ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଆତ୍ମବଳ ଅଧିକ ରହିବ ।

– ଶୁଭ ରଙ୍ଗ – ଧଳା

– ସ୍ନାନପରେ ଠାକୁର ଗୃହରେ ଘିଅଦ୍ବିପ ଲଗାଇ ଗଣେଶଙ୍କର ଚାଳିଷା ପାଠ କରନ୍ତୁ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ॥

ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।

ଧନିଷ୍ଠା ନକ୍ଷତ୍ର – ଆଜି ସମୟ ଧୋକା ଦେବ ତେଣୁ କୌଣସି ବି କାମ ଏତେ ସହଜରେ ହେବ ନାହିଁ ।

– ଶୁଭ ରଙ୍ଗ – ଖଇରିଆ

– ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ଏବଂ ଗାୟତ୍ରୀ ମନ୍ତ୍ର ୨୧ଥର ଜପ କରନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଯାହା ଚେଷ୍ଟା କରିବେ ଆଜି ମନର ଆଶା ପୁରଣ ହେବ ଓ ମାନସିକ ଶାନ୍ତି ବୃଦ୍ଧି ହେବ ।

ଶତଭିଷା ନକ୍ଷତ୍ର – ଆଜି କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ଓ ପାରିବାରିକ ଶାନ୍ତି ମିଳିବ ।

ପୂର୍ବଭାଦ୍ର ନକ୍ଷତ୍ର – ପିଲାମାନଙ୍କର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

– ଶୁଭ ରଙ୍ଗ – ହଳଦିଆ

– କାଉ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ।

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ।

ରେବତୀ ନକ୍ଷତ୍ର -ପରିବାରରେ ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

– ଶୁଭ ରଙ୍ଗ – ସବୁଜ

– ବିଷ୍ଣୁ ମନ୍ଦିର ଦଶନ କରନ୍ତୁ କଲ୍ୟାଣ ହେବ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ସିବିଆଇ ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର, ସହମତି ବିନା ତଦନ୍ତ ମନା

ମୁମ୍ବାଇ: ସିବିଆଇ ଉପରେ ଶିବସେନା ଷ୍ଟ୍ରାଇକ୍ । ବୁଧବାର ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ସିବିଆଇ ତଦନ୍ତ ଉପରେ କଟକଣା ଲଗାଇଛି । ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ସହମତି ବିନା କରିପାରିବ ନାହିଁ । ଏପରି କରିବାରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ନୁହେଁ । ଏହା ପୂର୍ବରୁ ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ପ୍ରଭୃତି ଅଣ-ବିଜେପି ଶାସିତ ରାଜ୍ୟ ଏଭଳି ନିଷ୍ପତ୍ତି ନେଇ ସାରିଛନ୍ତି ।

Uddhav Thackeray Blocks CBI From Probing Cases In Maharashtra Withdraws General Consent
FILE

ପ୍ରଭାବିତ ହେବ କି ସୁଶାନ୍ତ ମୃତ୍ୟୁ ମାମଲା ?

ଅଧିକାରୀଙ୍କ କହିବା ଅନୁସାରେ ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ପ୍ରଭାବ ପକାଇବ ନାହିଁ । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି । ତେଣୁ, ଏହି ମାମଲାରେ ସିବିଆଇକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ । ଲକ୍ଷ୍ନୌରେ ଟିଆରପି ସ୍କାମ୍ ମାମଲାରେ ୟୁପି ପୋଲିସ ଏଫଆଇଆର୍ ରୁଜୁ କରିବାକ ଦିନକ ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଟିଆରପି ସ୍କାମ୍ ମାମଲାକୁ ୟୁପି ସରକାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ।

Uddhav Thackeray Blocks CBI From Probing Cases In Maharashtra Withdraws General Consent
FILE

ମହାରାଷ୍ଟ୍ର ସରକାର ଟିଆରପି ସ୍କାମର ତଦନ୍ତ ସିବିଆଇ କରିବାକୁ ଯାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ମହାରାଷ୍ଟ୍ରରେ ଥିବା ସରକାର ମେଣ୍ଟ ଦଳ କହିଛି- ଟିଆରପି ସ୍କାମ ମାମଲାର ତଦନ୍ତ କରି ରିପବ୍ଲିକ୍ ଟିଭି ଖସାଇବାକୁ ଏହା ଏକ ଚକ୍ରାନ୍ତ । ସୂଚନାଯୋଗ୍ୟ ଯେ- ଚଳିତ ମାସରେ ଟିଆରପି ସ୍କାମରେ ରିପବ୍ଲିକ ଟିଭି ବିରୋଧରେ ତଦନ୍ତକୁ ନେଇ ବିବାଦ ଲାଗି ରହିଛି । ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ସମେତ ୩ଟି ଚ୍ୟାନେଲ ଟିଆରପି ସ୍କାମରେ ଜଡ଼ିତ ଥିବା କହିଥିଲା ।

‘ଗର୍ଭାବସ୍ଥାରେ ଯତ୍ନ’ ସେବା କାର୍ଯ୍ୟକାରୀ କରିବା ପାଇଁ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ରାଉରକେଲା: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆଲୋଚନା କରିଛନ୍ତି । ନିକଟରେ ଶୁଭାରମ୍ଭ ହୋଇଥିବା ‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କର ଗର୍ଭାବସ୍ଥାରେ ୪ ଥର ମାଗଣାରେ ପରୀକ୍ଷା ସୁନିଶ୍ଚିତ କରିବା ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ଡାକ୍ତର ସାମିଲ ହୋଇଥିଲେ ।

Sundergarh Dist Administration Discussed With Private Hospital Doctors Care During Delivery

‘ଗର୍ଭାବସ୍ଥାରେ ଯତ୍ନ ସେବା କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନେ କିପରି ଏହି ସେବା ଗର୍ଭବତୀ ମା’ମାନଙ୍କୁ ଯୋଗାଇଦେବେ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହା ସହ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟିବି ରୋଗୀଙ୍କ ସବିଶେଷ ବିବରଣୀ ଜିଲ୍ଲା ପ୍ରଶାସନକୁ ଜଣାଇବା ଲାଗି କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର ।

Sundergarh Dist Administration Discussed With Private Hospital Doctors Care During Delivery

ଏହା ସହ ଜିଲ୍ଲାରେ କୋଭିଡ୍, ଟିବି, ଟିକାକରଣ ଏବଂ ଅନ୍ୟାନ୍ୟ ରୋଗର ସ୍ଥିତି ଓ ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ସତର୍କତା କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ସିଡିଏମଓ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଡିଏସଡବ୍ଲ୍ୟୁଓ ପ୍ରତିଭା ଦାସଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Sundergarh Dist Administration Discussed With Private Hospital Doctors Care During Delivery

‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥାରେ ପରୀକ୍ଷା ସେବା ଯୋଗାଇ ଦେବା ଲାଗି ୮ଟି ସରକାରୀ ଏବଂ ୪୧ଟି ଘରୋଇ ହସ୍ପିଟାଲ ଓ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି । ବାର୍ଷିକ ୨୮ ହଜାରରୁ ଅଧିକ ଗର୍ଭବତୀ ମା’ ଏହି ସେବା ସୁଯୋଗ ପାଇବେ । ଗତ ୧୧ ତାରିଖରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ସୁନ୍ଦରଗଡ଼ ଜିଲ୍ଲାରେ ଶୁଭାରମ୍ଭ କରାଯାଇଥିଲା । ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ସିଡିପିଓ, ଡାକ୍ତର, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ତାଲିମ ଦିଆଯାଉଛି ।

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର: ତେଲଙ୍ଗାନାର ହାଇଦ୍ରାବାଦରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 5 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ନବୀନ । ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସହର ଉବୁଟୁବୁ ହୋଇଥିବା ବେଳେ, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସହରର ଲୋକ ବହୁ ବାଧାବିଘ୍ନର ସାମନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ତିର୍ତ୍ତୋଲରେ ଜମୁଛି ପ୍ରଚାର, ମଇଦାନରେ ଭୋଟ୍ ମାଗୁଛନ୍ତି ଷ୍ଟାର ପ୍ରଚାରକ

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଜମିଲାଣି ନିର୍ବାଚନୀ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗାଁ ଗାଁ ବୁଲୁଛନ୍ତି ରାଜନେତା । ପ୍ରତି ଦଳର ପ୍ରାର୍ଥୀ ଷ୍ଟାର ପ୍ରଚାରକଙ୍କୁ ଧରି କରିଛନ୍ତି ପ୍ରଚାର । ବିଜୟ ଦାସଙ୍କ ସହ ବିଜେଡି ଷ୍ଟାର ପ୍ରଚାରକ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିରିଡି ବ୍ଲକରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଗାଁ ଗାଁ ବୁଲି କରିଛନ୍ତି ରୋଡ ଶୋ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀରେ ବିଜୟ ଦାସଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

Heavy Weight Campaign For Party’s Candidate In Tirtol By Poll

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ସହଯୋଗ କରିବା ପାଇଁ ନିର୍ବାଚନ ମୈଦାନରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପୃଥ୍ୱୀରାଜ ହରିଚନ୍ଦନ ଆଜି ମାରାଥନ ପ୍ରଚାର କରିଛନ୍ତି । ଏଥର ନିର୍ବାଚନରେ ତିର୍ତ୍ତୋଲର ମୌଳିକ ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେପି । ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅବହେଳିତ ହେଉଥିବା ବିଜେପି କହିଛି । ଅନ୍ୟପଟେ ଜିଲ୍ଲା ବାହାରର ନେତାଙ୍କୁ ନେଇ ବିଜେଡି ପ୍ରଚାର କରୁଛି ଏହାର କୌଣସି ପ୍ରଭାବ ପଡିବନି ବୋଲି ଚିରଞ୍ଜୀବ କହିଛନ୍ତି । ସାଧାରଣ ଲୋକ ବିଜେଡି ସହ ଅଛନ୍ତି ତିର୍ତ୍ତୋଲ ବାସୀ ବିଜୟଙ୍କୁ ବିପୁଳ ଭୋଟ ଦେବେ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେପି ଓ କଂଗ୍ରେସକୁ ବଡ଼ ଝଟକା

ବାଲେଶ୍ୱର: ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଦକ୍ଷ ଯୁବ ନେତା ମାନସ ଦାସପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିର ପୂର୍ବତନ ସଦର ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଫଳରେ ବାଲେଶ୍ୱରରେ ବିଜେଡି ଶକ୍ତିଶାଳୀ ହେଉଥିବା ବେଳେ କଂଗ୍ରେସ ଛିଣ୍ଡୁଛି ଏବଂ ବିଜୟୀ ବିଜେପି ଧୀରେ ଧୀରେ ପଛକୁ ଚାଲିଯାଉଛି ।

Balasore By Election, Congress And Bjp Leader Joining In BJD

ଉପନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି । ଭାରି ହେଉଛି ବିଜେଡି ପଲ୍ଲା । ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି କଂଗ୍ରେସର ଟାଣୁଆ ଯୁବନେତା ମାନସ ଦାସ ପଟ୍ଟନାୟକ ଶଙ୍ଖ ଶିବିରରେ ପ୍ରବେଶ କିରଛନ୍ତି । ମାନସ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଆଜି ସେ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ବିଜେପି ସଦରର ପୂର୍ବତନ ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଦୁଇ ଟାଣୁଆ ନେତାଙ୍କ ଦଳରେ ଯୋଗଦାନ ଆଗମୀ ଉପନିର୍ବାଚନରେ ବିଜେଡିକୁ ବିଜୟୀ କରାଇବାରେ ସାହାଯ୍ୟ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ଦେବୀ ମିଶ୍ର ।

Balasore By Election, Congress And Bjp Leader Joining In BJD

ମାନସ ଗତ ନିର୍ବାଚନରେ ପାଖାପାଖି ୨୦ ହଜାର ଭୋଟ ପାଇଥିଲେ ସୁଦ୍ଧା ବାଲେଶ୍ୱର ସଦରରେ ତାଙ୍କର ବେଶ ପତିଆରା ରହିଛି । ତେଣୁ କଂଗ୍ରେସ ଭୋଟ୍ ବିଜେଡିକୁ ଖାତାକୁ ଆସିବ । ଏପରି ସ୍ଥିତିରେ ମାନସ ଓ ହେମଲତାଙ୍କ ଯୋଗଦାନ ବିଜେଡିର ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ଆକଳନ କରାଯାଉଛି । ଆଜିର ମହାମିଶ୍ରଣ ପର୍ବରେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବୀ ମିଶ୍ର, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ଉପସ୍ଥିତି ରହି ନୂଆ ନେତା ଓ କର୍ମୀଙ୍କୁ ସ୍ୱାଗତ କରିଥିଲେ ।

Balasore By Election, Congress And Bjp Leader Joining In BJD

ସେପଟେ ବିଜେଡି ଅନ୍ୟ ସଂଗଠନଗୁଡିକର ମଧ୍ୟ ଭରସା ଜିତିପାରିଛି । ନବୀନଙ୍କ ଯୁଗାନ୍ତକାରୀ ଓ ବୈପ୍ଲବିକ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇ ବାଲେଶ୍ୱରରେ ନିର୍ମାଣ ଶ୍ରମିକ ସଂଗଠନ ମଧ୍ୟ ଦଳପ୍ରତି ଅଜାଡ଼ି ଦେଇଛି ବିପୁଳ ସମର୍ଥନ ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବି ହାଜର ହେଲେନି ଓଟିଭି, ପଠାଇଦେଲେ ପ୍ରତିନିଧି

ଭୁବନେଶ୍ୱର: ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଛନ୍ତି ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ ।

Gang Rape Case, OTV MD Jagi Mangat Panda Not Appeared In Women Commission Again
FILE

ଓଟିଭି କାର୍ଯ୍ୟାଳୟରେ ନିଜ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ଘଟଣାରେ ଅଡୁଆରେ ଓଟିଭି କର୍ତ୍ତୃପକ୍ଷ । ଆଭ୍ୟନ୍ତରୀଣ ତଦନ୍ତ କମିଟି ଆଳରେ ଘଟଣାକୁ ଚପାଇବାକୁ ଉଦ୍ୟମ ପଦାରେ ପଡ଼ିଲା । ତଦନ୍ତ ସମ୍ପର୍କରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ତାଳମେଳ ନାହିଁ । ସେପଟେ ବାରମ୍ବାର ନୋଟିସ ପାଇ ଅଭିଯୋଗକାରିଣୀ ହାଜର ହେଉଥିଲେ ହେଁ ସମନ ପାଇ ହାଜର ହେଉନାହାନ୍ତି ଓଟିଭି କର୍ତ୍ତୃପକ୍ଷ । ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଘଟଣାର ତଦନ୍ତରେ ସହଯୋଗ କରିବା ପରିବେର୍ତ୍ତ ଘଟଣାକୁ ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ ।

Gang Rape Case, OTV MD Jagi Mangat Panda Not Appeared In Women Commission Again

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାଙ୍କ ମାଆ ଓଟିଭିର ଜଣେ ପୂର୍ବତନ କର୍ମଚାରୀ । ତାଙ୍କୁ ଓଟିଭି କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାରେ ଓଟିଭି ପକ୍ଷରୁ ଗଠିତ ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଓ ନିଜ ପକ୍ଷ ରଖିବାକୁ କମିଶନ ଜାରି କରିଥିଲେ ସମନ । ଓଟିଭିର ଏମଡି ଜଗିମଙ୍ଗତ ପଣ୍ଡା, ସିଇଓ ନିହାର ରଂଜନ ଭୂୟାଁ ଓ ବିଶାଖା କମିଟିର ଅଧ୍ୟକ୍ଷା କସ୍ତୁରୀ ରାୟଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହୋଇଥିଲା ନୋଟିସ । ନିର୍ଦ୍ଧାରିତ ସମୟରେ କେହି ହେଲେ ବି ହାଜର ନହୋଇ ନିଜ ପ୍ରତିନିଧି ପଠାଇ ଦେଇଥିଲେ । ଯାହାକୁ ନେଇ କମିଶନ କ୍ଷୁବ୍ଧ ହୋଇଛନ୍ତି ।

Gang Rape Case, OTV MD Jagi Mangat Panda Not Appeared In Women Commission Again

ସେପଟେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ ଜଗି କରିଥିବା ଆବେଦନକୁ ଖାରଜ କରିବା ସହିତ ମାମଲାକୁ ବିଚାର ଯୋଗ୍ୟ କରିଛନ୍ତି କମିଶନ । ସେପଟେ ଆଭ୍ୟନ୍ତରୀଣ କମିଟି ବିଶାଖାର ତଦନ୍ତ ଉପରଠଉରିଆ ଥିବା ଦର୍ଶାଇଛନ୍ତି କମିଶନ । ଓଟିଭି କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ନେଇ ଚିନ୍ତାରେ ନାବାଳିକା ଗଣଦୁଷ୍କର୍ମ ପୀଡିତା ଓ ମାନସିକ ନିର୍ଯାତନାର ଶିକାର ତାଙ୍କ ମାଆ । ଅପେକ୍ଷା କେବଳ ମହିଳା କମିଶନଙ୍କ ପରବର୍ତ୍ତି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ।

ଦେବେନ୍ଦ୍ର ଫଡନେବିସଙ୍କ ଭଲ ନେତାଙ୍କ କ୍ୟାରିୟର ବରବାଦ କରୁଥିବା ଅଭିଯୋଗ ଆଣିଲେ ଏକନାଥ ଖଡ଼ସେ

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଦଳ ବହୁତ ସୀମିତ ଥିଲା । ବିଜେପି କହିଲେ ଲୋକ ବଣିଆ-ବ୍ରାହ୍ମଣଙ୍କ ପାର୍ଟି ବୋଲି ବୁଝୁଥିଲେ । ମହାରାଷ୍ଟ୍ର ଅଭ୍ୟନ୍ତରରେ ବିଜେପିକୁ ଲୋକପ୍ରିୟ କରାଇବାରେ ଗୋପୀନାଥ ମୁଣ୍ଡେ, ନୀତିନ ଗଡ଼କାରୀ ଏବଂ ଅସଂଖ୍ୟ ବହୁଜନ ନେତାଙ୍କ ଯୋଗଦାନ ରହିଛି । ୪୦ ବର୍ଷ ଭାଜପାର ଶକ୍ତି ବୃଦ୍ଧିରେ କାର୍ଯ୍ୟ କରିଥିଲି । ହେଲେ ତାହାର ମୂଲ୍ୟ ରହି ନ ଥିବା ଏକନାଥ ଖଡ଼ସେ କହିଛନ୍ତି ।

ଦୀର୍ଘଦିନର ସମ୍ପର୍କ ତୁଟାଇ ଏକନାଥ ଖଡ଼ସେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି । ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ସେ ସିଧାସଳଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନେବିସଙ୍କୁ ଦାୟୀ କରିଛନ୍ତି । ଏପରିକି ଅନ୍ୟ ଦଳର ରାଜନୈତିକ ଶତ୍ରୁଙ୍କ ଅପେକ୍ଷା ଦେବେନ୍ଦ୍ର ତାଙ୍କର ବହୁତ କ୍ଷତି କରିଥିବା ଖଡସେ କହିଛନ୍ତି ।

୨୦୧୫ରେ ବିଜେପି ସରକାର ଗଠନ କରିବା ପରେ ଫଡନେବିସ ହିଁ ଏମଆଇଡିସି ଜମି ଦୁର୍ନୀତିରେ ଛନ୍ଦି ଥିଲେ । ଯାହା ଦ୍ୱାରା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହା ଏକ ରାଜନୈତିକ ଚକ୍ରାନ୍ତ ଥିଲା । ୨୦୧୫ରେ ଏକନାଥଖଡ଼ସେ, ନୀତିନ ଗଡ଼କାରୀଙ୍କ ଭଳି ନେତାଙ୍କୁ ଅଣଦେଖା କରାଯାଇ ଦେବେନ୍ଦ୍ରକୁ ଅଯଥାରେ ପ୍ରାଧାନ୍ୟ ଦିଆଯାଇଥିଲା । ଏହା ଦଳକୁ ଭଲ ବାର୍ତ୍ତା ଦେଇ ନ ଥିଲା । ଏହାକୁ ସେ ସମୟରେ ସ୍ୱୀକାର କରାଯାଇଥିଲା । ହେଲେ ଦେବେନ୍ଦ୍ର ନିଜ ରାଜନୈତିକ ଭବିଷ୍ୟତ ପାଇଁ ସମସ୍ତ ବରିଷ୍ଠ ନେତାମାନଙ୍କ ଗୋଛି କାଟିଥିଲେ ।

୨୦୧୫ରେ ବିଜେପି ୧୩୨ ଆସନ ପାଇଥିଲା । ହେଲେ ୨୦୧୯ରେ ବିଜେପି ୧୯ଟି ଆସନ କମ ପାଇଥିଲା । ଏହି ଅବନତିର କାରଣର ନିଜେ ଦେବେନ୍ଦ୍ର ବୋଲି ଖଡସେ ଅଭିଯୋଗ କରିଛନ୍ତି ।