spot_img
Home Blog Page 6462

ସଫେଦ୍‌ କମିଜ୍‌ରେ ଦାଗ ଓ ସେଇ ୭ ଦିନ: ନୀତିଶ ଯେତେବେଳ କ୍ଷମତା ପାଇଁ ମାଫିଆ ସହ କଲେ ସନ୍ଧି..

(ବିହାର ଭାରତୀୟ ରାଜନୀତିର ଲାବ୍ରୋଟୋରୀ । ବିହାର ସୋସିଆଲ ଇଂଜିନିୟରିଂର ଏନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ, ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି, ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡ଼ିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ତୃତୀୟ ଅଧ୍ୟାୟରେ ପଢନ୍ତୁ.. କେମିତି କ୍ଷମତା ପାଇଁ ମାଫିଆର ସମର୍ଥନ ନେବାକୁ ମଧ୍ୟ ପଛାଇ ନଥିଲେ ନୀତିଶ ଏବଂ ମାତ୍ର ୭ ଦିନରେ କାହିଁକି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ବିକାଶ କୁମାର…)

୧୯୯୫ର ନିର୍ବାଚନ ନୀତିଶଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ଲାଲୁ ତାଙ୍କ ଚ୍ୟାଲେଂଜରକୁ ଖୋଜୁଥିଲେ । ନୀତିଶ ବିହାରରୁ ଦିଲ୍ଲୀ ଓ ଦିଲ୍ଲୀରୁ ବିହାର ଅପଡାଉନ୍ ହେଉଥିଲେ । ତେବେ ବର୍ଷ ୨୦୦୦ ଆସୁ ଆସୁ ଲାଲୁ ଜାଣି ସାରିଥିଲେ ଚେଲା ଗୁରୁକୁ ତା’ରି ଚାଲରେ ମାତ୍ ଦେବାର କୌଶଳ ଧିରେ ଧିରେ ଶିଖିଗଲାଣି ।

ଏହା ସହ ପଢ଼ନ୍ତୁ Episode No.2- ୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

ଫରକ୍‌ ବାସ୍‌ ଏତିକି ଥିଲା ଯେ, କେବେ ବିହାରର କର୍ପୁରୀ ଠାକୁରଙ୍କୁ ପଛପଟେ ‘କପଟି ଠାକୁର’ କହୁଥିବା ଲାଲୁ ୧୦ ବର୍ଷ ଧରି ରାଜ୍ କରି ଆସୁଥିଲେ । ତାଙ୍କ ପାଖରେ ଶାସନ କଳ ଥିଲା । ସେ ଶାହ ଆଉ ମାତ୍‌ର ଖେଳରେ ମାହିର ଥିଲେ । ତାଙ୍କ ଭଳି ବିହାରୀ ଚାଲରେ ନୀତିଶ କିନ୍ତୁ ମାହିର ହୋଇନଥିଲେ । ତାଙ୍କୁ ଏଥିପାଇଁ ସମୟ ଲାଗୁଥିଲା, କିନ୍ତୁ ସେ ସିଖୁଥିଲେ । କେତେ ଶିଖୁଥିଲେ ତାହା ୨୦୦୦ ଆସୁ ଆସୁ ସ୍ପଷ୍ଟ ହୋଇଯାଇଥିଲା । ସତ୍ତା ପାଇଁ ନୀତିଶ ବି ଧଳା କମିଜ୍ ଉପରେ ଦାଗ ଲଗାଇବାକୁ ପ୍ରସ୍ତୁତ ଥିଲେ । ତାଙ୍କୁ ଧିରେ ଧିରେ ଦାଗୀ ଓ ଦାଗ ଭଲ ଲାଗିବାରେ ଲାଗୁଥିଲା । କିନ୍ତୁ ଦାଗଦାରଙ୍କୁ ସେ ସର୍ବସମ୍ମୁଖରେ ଭେଟୁନଥିଲେ । କାରଣ, ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେବାର ଭୟ ମଧ୍ୟ ଥିଲା ।

brothers bihari

୧୯୯୫ ମସିହାର ଫଳାଫଳ ନୀତିଶଙ୍କୁ ସ୍ତବ୍ଧ କରି ଦେଇଥିଲା । ଏହାପରେ ସେ ୧୯୯୬, ୧୯୯୮ ଓ ୧୯୯୯ରେ ଲୋକସଭା ନିର୍ବାଚନ ଯିତି ଦିଲ୍ଲୀରେ ମନ୍ତ୍ରୀପଦରେ ବସିବାକୁ ଚାଲିଗଲେ । ଏହାରି ଭିତରେ ୨ ହଜାର ମସିହାରେ ବିହାର ନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ପରେ ପରେ କ୍ଷମତା ହାତେଇବା ପାଇଁ ଏମିତି ଖେଳ ନୀତିଶ ଖେଳିଥିଲେ ଯାହାକୁ ଦେଖି ଲାଲୁଙ୍କୁ ଆଭାସ ହୋଇଥିଲା ଯେ, ତାଙ୍କ ଚେଲା ରାଜନୈତିକ ଚାଲ ଚଲାଇବାରେ ପୁରା ନହେଲେ ବି ମାହିର ହୋଇଗଲାଣି ।

Lalu Prasad & Nitish Kumar (10)

ସେଥର ନିର୍ବାଚନରେ ‘ନୀତିଶ ଆଣ୍ଡ୍‌ କୋ’ର ଥିମ୍ ଥିଲା ଲାଲୁଙ୍କ ଜଙ୍ଗଲ ରାଜ୍ । କିନ୍ତୁ ଲାଲୁ ଥିଲେ ଲାଲୁ । ସେ ବାଜି ହିଁ ପଲଟାଇ ଦେଇଥିଲେ । ଜଙ୍ଗଲରାଜ୍‌ର ଲାଂଛନାକୁ ସେ ନିଜ ପ୍ରଚାର ହତିଆର କରିଥିଲେ । ଭୋଟରଙ୍କୁ ପଚାରିଥିଲେ ବିହାର କ’ଣ ଜଙ୍ଗଲ ? ଆଉ ଆପଣ ମାନେ କ’ଣ ଜଙ୍ଗଲରେ ଥିବା ପଶୁ ? ବାସ୍‌ ଏତିକିରେ ଲାଲୁଙ୍କ ବାଜି କାମ କରିଥିଲା । ଲାଲୁଙ୍କୁ ମିଳିଥିଲା ୧୨୪ ଆସନ । ନୀତିଶ ଓ ଏନ୍‌ଡିଏ ମେଣ୍ଟକୁ ମିଳିଥିଲା ୧୨୨ ଆସନ । ଏନଡିଏକୁ ସମର୍ଥନ କରୁଥିବା ଦଳଙ୍କ ସମର୍ଥନ ପରେ ଏହି ସଂଖ୍ୟା ୧୫୯ରେ ପହଂଚିଥିଲା । ୩୨୪ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍ ନମ୍ବର ଥିଲା ୧୬୩ । ତେବେ ଗୋଟିଏ କଥା ନୀତିଶଙ୍କ ପକ୍ଷରେ ଥିଲା । ତାହା  ଥିଲା କେନ୍ଦ୍ରର ଏନଡିଏର ସରକାର ।  ରାଜ୍ୟପାଳ ବିନୋଦ ପାଣ୍ଡେଙ୍କୁ ନୂଆଦିଲ୍ଲୀରୁ ଆଦେଶ ମିଳିଲା । ନୀତିଶଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କର । ପାଣ୍ଡେ ଆଜ୍ଞାର ପାଳନ କଲେ । ବିରୋଧ ଭିତରେ ନୀତିଶ ୩ ମାର୍ଚ୍ଚ ୨୦୦୦ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ ।

Mohammad-Shahabuddin
ସିୱାନର ଆତଙ୍କ ଶାହାବୁଦ୍ଦିନ୍, ଲାଲୁଙ୍କ ମସଲ ପାୱାର

ଲାଲୁଙ୍କ ଶାହାବୁଦ୍ଦିନ ବନାମା ନୀତିଶଙ୍କ ସୁରଜ

ଏହାପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଘୋଡ ବେପାର ଆରମ୍ଭ ହୋଇଥିଲା । ନୀତିଶଙ୍କ ପାଖରେ ୭ଦିନ ଥିଲା ସରକାର ବଂଚାଇବା ପାଇଁ । ଲାଲୁଙ୍କ ପାଖରେ ୭ ଦିନ ଥିଲା ଚେଲାକୁ ଗାଦିଚ୍ୟୁତ କରିବାକୁ । ପଲିଟିକାଲ ଗେମ୍ ଆରମ୍ଭ ହୋଇ ସାରିଥିଲା । ସଂକର୍ଷଣ ଠାକୁରଙ୍କ ଦି ବ୍ରଦର୍ସ ବିହାରୀ ଅନୁସାରେ ଏଇଠି ଦେଖିବାକୁ ମିଳିଥିଲା ଲାଲୁଙ୍କ ମସଲ ପାୱାର । ମାଫିଆ ଡନ୍ ମହମ୍ମଦ ଶାହବୁଦ୍ଦିନ୍ ପାଟନାର ଏକ  ସରକାରୀ ହୋଟେଲରେ ବନ୍ଧୁକ ମୁନରେ ୮ ଜଣ କଂଗ୍ରେସ ବିଧାୟକଙ୍କୁ ଅଟକ ରଖିଥିଲା ।

ଏହା ସହ ପଢ଼ନ୍ତୁ Episode No.1 –  ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ…

ସେପଟେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନରେ ବାହାରିଥିବା ଲାଲୁ ସୋନିଆଙ୍କ ବିଶ୍ୱସ୍ତ ଅହମ୍ମଦ ପଟେଲଙ୍କୁ ବାରମ୍ବାର ଫୋନ୍ କରି ଧର୍ମ ନିରପେକ୍ଷତା ବିପଦରେ ଅଛି, ମୋତେ ସାହାଯ୍ୟ କର, ରାବଡ଼ୀକୁ ସାହାଯ୍ୟ କର ବୋଲି ଅପିଲ କରୁଥିଲେ । ଏଣେ ସାହାବୁଦ୍ଦିନ୍ ପାଟଳିପୁତ୍ର ହୋଟେଲରେ ଅଣ୍ଟାରେ ବନ୍ଧୁକ ଗେଂଜି ପଇଁତରା ମାରୁଥିଲା । ତା’ର ପିଲାମାନେ ଲାଲୁଙ୍କ ସେହି ଦୁଇ ଡର୍ଜନ ବିଧାୟକଙ୍କ ଉପରେ ନଜର ରଖିଥିଲେ ଯେଉଁମାନଙ୍କ ବଫାଦାରୀ ପ୍ରଶ୍ନ ଘେରରେ ଥିଲା ।

ବିହାରରେ ଖେଳ ଆରମ୍ଭ ହୋଇ ସାରିଥିଲା.. ବାସ୍ କିଏ କେମିତି ଖେଳୁଛି ତାହା ଉପରେ ସବୁ ନିର୍ଭର କରୁଥିଲା.. ଲାଲୁଙ୍କ ମେସିନ୍ କାମ କରୁଥିବା ବେଳେ ନୀତିଶ କ’ଣ କରୁଥିଲେ ? ତାହା ଗରୁତ୍ୱପୂର୍ଣ୍ଣ ଥିଲା ।

Lalu Prasad & Nitish Kumar (10)

ନୀତିଶ ମଧ୍ୟ ସଫେଦ କମିଜ୍‌ ଉପରେ ଦାଗ ଲଗାଇବାକୁ ତୟାର ହୋଇ ସାରିଥିଲେ । ଚୌକି ବଂଚାଇବା ପାଇଁ ସେ ସାଲିସ କରିବାକୁ ପ୍ରସ୍ତୁତ ଥିଲେ । ତେବେ କାଦୁଅ ଭିତରକୁ କେତେ ପଶିବେ ସେନେଇ ଦ୍ୱିଧାରେ ଥିଲେ । ଶକ୍ତି ପ୍ରୟୋଗ କରିବାକୁ ସେ ଅରାଜି ନଥିଲେ କିନ୍ତୁ ନିଜ ହାତ ମଇଳା କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ତାଙ୍କୁ କୁହାଯାଇଥିଲା ଯେ, ଅନେକ ବାହୁବଳୀ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଯିତିଛନ୍ତି ।

ଆଉ ସେମାନେ ସେଇ ମାଫିଆଙ୍କ ସୁଶାସନ ପାଇଁ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ । ମାଫିଆର ତାଲିକା ଲମ୍ବା ଥିଲା । ମୋକମାର ଠିକାଦାର ମାଫିଆ ସୁରଜଭାନ୍‌, ପିରୋର ସୁନିଲ ପାଣ୍ଡେ, ବନିଆପୁରର ଧୁମଲ୍‌, ରାଜନ୍‌ ତିୱାରୀ, ମୁନା ତିୱାରୀ ଓ ରମା ସିଂହ, ଏସମସ୍ତେ ବିହାରକୁ ସୁଶାସନ ଦେବାକୁ ନୀତିଶଙ୍କ ସହ ଛିଡା ହେବାକୁ ରାଜି ଥିଲେ । ନୀତିଶଙ୍କ ମନ ଅସ୍ଥିର ଥିଲା । ତାଙ୍କ ସ୍ୱପ୍ନ ପୁରା ହେବାକୁ ଯାଉଥିଲା । ଏହି ଅପରାଧୀ ମାନେ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ ଥିଲେ । ଜେଲ ଭିତରୁ ଅଫର ଦେଉଥିଲେ । କିନ୍ତୁ ନୀତିଶ ସଂଶୟ ଭିତରେ ଥିଲେ । କେମିତି ସେ ଏହି ଅପରାଧୀଙ୍କୁ ନିଜ କ୍ୟାବିନେଟରେ ସାମିଲ କରିବେ ? କ୍ଷମତାର ଲୋଭ ସହ ସଫେଦ କମିଜ ଉପରେ ଦାଗ ଲାଗିବାର ଡର, ନୀତିଶଙ୍କୁ ଅସ୍ଥିର କରୁଥିଲା ।

surajvan
ମାଫିଆ ଡନ୍ ସୁରଜ ଭାନ୍

ଅପରାଧୀଙ୍କ ସହ ଫଟୋ ସେୟାର କରିବାକୁ ଚାହୁଁନଥିଲେ ନୀତିଶ । ଏମିତିରେ ନୀତିଶଙ୍କ ପାଇଁ ତାରଣହାର ଭାବେ ଉଭା ହେଲେ ବିହାର ବିଜେପିର ଭିଷ୍ମ ପିତାମହ କୈଳାଶପତି ମିଶ୍ର । ସେ ଏହି ଅପରାଧୀଙ୍କୁ ନୀତିଶଙ୍କ ପଟକୁ ଆଣିବା ଦାୟିତ୍ୱ ନେଲେ । ଶକ୍ତିପରୀକ୍ଷଣ ଦିନ ବିହାରର ଏହି କୁଖ୍ୟାତ ଅପରାଧୀ ମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭିତରକୁ ପ୍ରବେଶ କଲେ । ସେମାନେ ନୀତିଶ କୁମାର ଜିନ୍ଦାବାଦର ନାରା ଲଗାଉଥିଲେ । ଆଉ ହଁ, ନୀତିଶଙ୍କୁ ଯାହାର ଡର ଥିଲା ସେଇଆ ହିଁ ହୋଇଥିଲା । ସେହି କୁଖ୍ୟାତ ଅପରାଧୀ ମାନେ ନିଜ ସହ ଫଟୋ ଗ୍ରାଫର ମଧ୍ୟ ଆଣିଥିଲେ । ନୀତିଶଙ୍କ ସହ ମିଳନର ସେହି ମୁହୁର୍ତ୍ତ ସବୁ କ୍ୟାମେରାରେ କଏଦ୍ ହୋଇଗଲା । ନୀତିଶଙ୍କ କମିଜରେ ଦାଗ ଲାଗି ସାରିଥିଲା । କିନ୍ତୁ..

ଲାଲୁଙ୍କ ବିରୋଧରେ ଶଳା !

ବାହୁବଳ ଓ ଧନବଳରେ ନୀତିଶଙ୍କୁ ପ୍ରତି ପାହାଚରେ ଚେକମେଟ୍ କରୁଥିଲେ ଲାଲୁ । ନୀତିଶ ଓ ରାମ ବିଳାଶ ପାଶ୍ୱାନ ବିଏସପି ବିଧାୟକ ସୁରେଶ ପାସିଙ୍କ ସମର୍ଥନ ପାଇଁ ତାଙ୍କ ଘରକୁ ଯିବା ବେଳେ ସେଠାରେ ଆଗରୁ ଲାଲୁ ପାହଞ୍ଚି ସାରିଥିଲେ । ସେହିଭଳି ଲାଲୁଙ୍କ ଶଳା ପପୁ ଯାଦବ ନିତୀଶଙ୍କୁ ଭିତିରି ସମର୍ଥନ ଦେଉଥିଲେ । କଂଗ୍ରେସ ବିଧାୟକଙ୍କୁ ନୀତିଶଙ୍କ ସପକ୍ଷରେ ଆଣିବା ପାଇଁ ଲାଗିଥିଲେ କାମରେ । ତେବେ ପପୁ କଂଗ୍ରେସ ବିଧାୟକ ରହୁଥିବା ହୋଟେଲକୁ ଯିବାର କେଇ ମିନଟ୍ ଭିତରେ ସେଠାରେ ଲାଲୁ ମଧ୍ୟ ପହଂଚିଯାଇଥିଲେ । ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ, ପପୁଙ୍କୁ ବାଥରୁମ୍‌ରେ ଶରଣ ନେବାକୁ ପଡ଼ିଥିଲା । ୧୨ ଅପରାଧୀଙ୍କ ସମର୍ଥନ ମଧ୍ୟ ନୀତିଶଙ୍କୁ ବହୁମତ ଦେଉନଥିଲା ।

papu-yadav
ଲାଲୁଙ୍କ ଶଳା, ଯିଏ ନୀତିଶଙ୍କୁ ଗାଦିରେ ଦେଖିବାକୁ ଚାହୁଁଥିଲେ

ଏହାରି ଭିତରେ ଆସିଲା ୧୦ ମାର୍ଚ୍ଚ । ନୀତିଶ ବିଧାନସଭାରେ ବଜେଟ୍ ରଖିଲେ ଓ ତା’ପରେ ଇସ୍ତଫା ଦେଇଦେଲେ । ରାବଡୀ ଦେବୀ ପୁଣିଥରେ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ । ଆଉ ନୀତିଶ.. ନିଜ ଅଭ୍ୟାସ ମୁତାବକ ଦିଲ୍ଲୀ ଉଡିଗଲେ… ଏହାର ୫ ବର୍ଷ ପରେ ନୀତିଶ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିଲେ । ୧୦ ବର୍ଷର ବିଦ୍ରୋହ ତା’ର ନିର୍ଣ୍ଣାୟକ ମୋଡ଼ରେ ପହଂଚିବାକୁ ଯାଉଥିଲା । ସେ କାହାଣୀ ଚତୁର୍ଥ ଅଧ୍ୟାୟରେ…

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛ ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ ଏକ ସପ୍ତାହ ବ୍ୟାପି ସ୍ୱଛତା ସମ୍ବନ୍ଧୀୟ ସଚେତନତା ଧର୍ମୀ ଅଭିଯାନ ‘ ମୋ ଧାମ ମୋ ଗର୍ବ ‘ର ଆଜି ଉଦଯାପନୀ ଉତ୍ସବ ବ୍ଲୁ ଫ୍ଲାଗ ବିଚ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରୟାସ ତଥା ପୁରୀବାସୀ ଙ୍କ ସହାୟତାରେ ସ୍ଵଛତା ବଜାୟ ରହିବା ସହ ପୁରୀ ଐତିହ ନଗରୀ ହେବାର ପରିକଳ୍ପନା ସମ୍ଭବ ହୋଇପାରିବ । ଓଡ଼ିଶା ସରକାରଙ୍କ ସହଯୋଗ ତଥା ପ୍ରଶାସନ ର ପ୍ରଚେଷ୍ଟା ଫଳରେ ଏହି ଅଭିଯାନ ସଫଳ ରୂପ ନେଇଛି ।

ସାତ ଦିନ ଧରି ସହରରେ ସଫେଇ ଅଭିଯାନ ଜୋରଦାର କରାଯାଇଥିବ ବେଳେ ବେଶ ଫଳପ୍ରଦ ହୋଇଥିବା ବେଳେ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ କରାଯାଇଛି । ବର୍ଯ୍ୟବସ୍ତୁ ସଂଗ୍ରହ ଦିଗରେ ସହରବାସୀ ସଚେତନ ହେବା ସହ ଦେଶର ସ୍ଵଚ୍ଛତାରେ ଏକ ନମ୍ବର ସହର କରିବା ଦିଗରେ ସହଯୋଗ ପୁରୀର ଭବିଷ୍ୟତ ବଦଳାଇବାରେ ସହାୟକ ହେବା ।

ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧରେ ଅସାଧାରଣ ସଚେତନତା ସୃଷ୍ଟି ହୋଇଥିବା ବେଳେ ଦସ୍ତଖତ ଅଭିଯାନରେ ସହରବାସୀ ସାମିଲ ହୋଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମେରିକାର ନୂଆ ରାଷ୍ଟ୍ରପତି  ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଆପଣଙ୍କ (ଜୋ ବାଇଡେନ) କାର୍ଯ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଆହୁରି ସୁଦୃଢ ହେଉ । ଏବଂ ଏହି ଦୁଇ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କଲେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପହଞ୍ଚାଇ ପାରିବେ ।

ସୂଚନା ଯୋଗ୍ୟ ଯେ, ଆମେରିକାକୁ ମିଳିଛି ନୂଆ ରାଷ୍ଟ୍ରପତି । ବିଜୟର ତାଜ୍ ପିନ୍ଧିଛନ୍ତି ଜୋ ବାଇଡେନ୍ ।  ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ମିଳିଛି ଆମେରିକାର ଶାସନ ଗାଦି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବାଇଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଉପରାଷ୍ଚ୍ରପତି ନିର୍ବାଚିତ ହୋଇଛନ୍ତି କମଳା ହ୍ୟାରିସ ।

US Election: ବାଇଡେନଙ୍କୁ ‘ଗଜନୀ’ ସହ ତୁଳନା କଲେ କଙ୍ଗନା, କହିଲେ ବର୍ଷେରୁ ଅଧିକ ତିଷ୍ଟି ପାରିବେ ନାହିଁ

ନୂଆଦିଲ୍ଲୀ: ଆମେରିକା ନିର୍ବାଚନକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ବଲିଉଡର ସେଲିବ୍ରିଟି ମାନେ ମଧ୍ୟ ଏହା ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି । ତେବେ ସବୁ ବିଷୟରେ ନିଜର ମତ ରଖୁଥିବା ଅଭିନେତ୍ରୀ କଙ୍ଗନା ରନୌତ ମଧ୍ୟ ଆମେରିକା ନିର୍ବାଚନକୁ ନେଇ ନିଜ ରାୟ ବ୍ୟକ୍ତ କରିଛନ୍ତି । ସେ ଆମେରିକାର ନୂତନ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ ଏବଂ ନିର୍ବାଚିତ କମଳା ହୈରିସଙ୍କ ବିଜୟରେ ପ୍ରତିକ୍ରିୟା ରଖିଛନ୍ତି ।

ଗୋଟେ ପଟେ କଙ୍ଗନା ବାଇଡେନଙ୍କ ବିଜୟକୁ ନେଇ ତାଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟପଟେ କମଳାଙ୍କ ବିଜୟକୁ ମହିଳାଙ୍କ ବିଜୟ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ‘ଗଜନୀ ବାଇଡେନ ଯାହାଙ୍କ ଡାଟା ପ୍ରତି ୫ ମିନିଟରେ କ୍ରାଶ ହୋଇଯାଏ, ତାଙ୍କୁ ନେଇ ମୁଁ ନିଶ୍ଚିତ ନୁହେଁ । ଏତେମାତ୍ରାରେ ମେଡିସିନ ଓ ଇନଞ୍ଜେକସନ ତାଙ୍କୁ ଦିଆଯାଉଛି ଯେ, ସେ ଏହି ପଦରେ ଅଧିକରୁ ଅଧିକ ୧ ବର୍ଷ ତିଷ୍ଟିପାରିବେ । ଏହା ସ୍ପଷ୍ଟ ଯେ, କମଳା ହୈରିସ ହିଁ ସୋ କୁ ଆଗକୁ ବଢ଼ାଇବେ। ଯେତେବେଳେ ଜଣେ ମହିଳା ଆଗକୁ ବଢ଼ିଥାଏ ତା ସହିତ ସେ ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ରାସ୍ତା ପ୍ରସ୍ତୁତ କରିଥାଏ । ଏହି ଐତିହାସିକ ଦିନ ପାଇଁ ଚିୟର୍ସ ।’

ଏଠାରେ କଙ୍ଗନା ବାଇଡେନଙ୍କ ଗଜନୀ ଏବଂ ଡାଟା କ୍ରାଶ ହେବା କଥା ତାଙ୍କ ସ୍ମରଣଶକ୍ତୀକୁ ନେଇ କହିଛନ୍ତି । ସେ ବାଇଡେନଙ୍କୁ ଗଜନୀର ଆମିର ଖାନଙ୍କ ଭଳି ପ୍ରତି ୫ ମିନିଟରେ ସବୁକିଛି ଭୁଲି ଯିବା କଥା କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କଙ୍ଗନା ବାଇଡେନଙ୍କ ବିଜୟ ନୁହେଁ ବରଂ କମଳାଙ୍କ ବିଜୟରେ ବେଶ ଖୁସି ଅଛନ୍ତି । ଏହାକୁ ସେ ମହିଳାଙ୍କ ବିଜୟ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ ୫୬ ବର୍ଷିୟ କାଲିଫୋର୍ନିୟାର ସିନେଟର କମଳା ହୈରିସ ତିନୋଟି ଏସିୟ ଆମେରିକୀୟ ସିନେଟର ମଧ୍ୟରୁ ଜଣେ ଅଟନ୍ତି । ସେ ଏହି ଚ୍ୟାମ୍ବରକୁ ଆସିଥିବା ପ୍ରଥମ ଭାରତୀୟ- ଆମେରିକୀୟ ସିନେଟର ଅଟନ୍ତି ।

ରାମ ରାବଣ କାହାଣୀକୁ କାହିଁକି ମନେପକାଇଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: କରୋନାର ପ୍ରକୋପରେ ହାର ମାନୁଛନ୍ତି ବଡ଼ ବଡ଼ ଦେଶ । ଦିନ ବଢିବା ସହ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗୁଛି । ଆମେରିକା, ବ୍ରିଟେନ ଭଳି ଦେଶ ମଧ୍ୟ କରୋନାକୁ ମାତ ଦେବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି । ଏଭଳି ପରିସ୍ଥିତିରେ ଦେଶବାସୀଙ୍କୁ ସାନ୍ତ୍ୱନା ଦେବାକୁ ବ୍ରିଟିଶର ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି ଆପଣେଇଛନ୍ତି । ଏବଂ ଦେଶବାସୀଙ୍କୁ ରାମୟଣର ମୁଖ୍ୟ ଚରିତ୍ର ଭଗବାନ ଶ୍ରୀରାମ ଓ ରାବଣର ଯୁଦ୍ଧ କାହାଣୀ ବିଷୟରେ ଅବଗତ କରାଇଛନ୍ତି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଯେମିତି ଭଗବାନ ରାମ ରାକ୍ଷସ ରାଜା ରାବଣକୁ ପରାସ୍ତ କରି ତାଙ୍କ ପତ୍ନୀ ସୀତାଙ୍କ ସହ ଫେରିଥିଲେ, ଏବଂ ତାଙ୍କୁ ଲକ୍ଷ ଲକ୍ଷ ଦୀପ ଜଳାଇ ସ୍ୱାଗତ କରାଯାଇଥିଲା, ଏହି ଦିପାବଳି ଠିକ୍ ସେମିତି ଆମେ ମଧ୍ୟ କରୋନା ଲଢେଇରେ ବିଜୟ ହାସଲ କରିବୁ ।

ଜନସନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କହିଛନ୍ତି ଯେ, ଭାରତୀୟ ସମୁଦାୟ ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଅନେକ ତ୍ୟାଗ କରିଛି ଏବଂ ଏହି ମହାମାରୀ ବିରୋଧରେ ଲଢିବାରେ ପ୍ରଶାସନକୁ ସାହଯ୍ୟ ମଧ୍ୟ ଦେଇଛି । ଏହାସହ ଭାରତୀୟଙ୍କ ଦ୍ୱାରା ଭର୍ଚୁଆଲ୍ ଦୀପାବଳି ପାଳନ କରିବାର ନିଷ୍ପତ୍ତି ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଜାଣେ ଯେ ପ୍ରିୟଜନଙ୍କଠାରୁ ଦୂରରେ ରହି ଏହି ପର୍ବ ପାଳନ କରିବା ସହଜ ନୁହେଁ । ଯେତେବେଳେ କି ଆପଣ ସାଙ୍ଗମାନଙ୍କ ସହିତ ମଜା କରିବାକୁ ଚାହୁଁଥିବେ । ତେବେ ଜନସନ ଭାରତୀୟଙ୍କ ତ୍ୟାଗ ଏବଂ ନିଷ୍ଠାକୁ ପ୍ରଶଂସା କରି କହିଛନ୍ତି ଯେ ଏହି ପ୍ରୟାସ ପ୍ରେରଣା ଯୋଗାଉଛି।

ଇଚ୍ଛା ଶକ୍ତି ଉପରେ ନିର୍ଭର

ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ, ନିଶ୍ଚିତ ଭାବରେ ଆଗରେ ବଡ ଆହ୍ୱାନ ରହିଛି, କିନ୍ତୁ ମୋତେ ଲୋକମାନଙ୍କର ସଂକଳ୍ପ, ଯୁଦ୍ଧ କ୍ଷମତା ଏବଂ ବୁଝାମଣା ଉପରେ ବିଶ୍ୱସ ଅଛି ଆମେ ଏହି ରୋଗରୁ ମୁକ୍ତ ହୋଇପାରିବା । ଠିକ୍ ସେମିତି ଯେମିତି ଦୀପାବଳି ଆମକୁ ଶିକ୍ଷା ଦେଇଥାଏ ଯେ, ଅନ୍ଧାର ଉପରେ ଆଲୁଅର ବିଜୟ, ଖରାପ ଉପରେ ଭଲ, ଅଜ୍ଞାନଙ୍କ ଉପରେ ଜ୍ଞାନକ ପ୍ରକାଶ ହୋଇଥାଏ । ସୂଚନା ଯୋଗ୍ୟ ଯେ, ଜନସନ ଇଂଲଣ୍ଡରେ ଲକଡାଉନର ୨ୟ ପର୍ଯ୍ୟାୟକୁ ସଫଳ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏବଂ ଲକଡାଉନ ୨ ଡିସେମ୍ବର ପର୍ଯ୍ୟନ୍ତ ରହିବ ।

ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି କୌଣସି ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୋଷ୍ଟ ମାଟ୍ରିକ ସ୍କଲାରସିପକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଚାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି କୌଣସି ପରିବର୍ତ୍ତନ । ପ୍ରଚଳିତ ହାରରେ ଛାତ୍ରଛାତ୍ରୀ ସ୍କଲାରସିପ୍ ପାଇବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କୀତ ଫାଇଲକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

ସେପଟେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୯ତାରିଖରୁ ଆରମ୍ଭ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ମାଟ୍ରିକ୍-୨୦୨୧) ଫର୍ମ ପୂରଣକୁ ସ୍ଥଗିତ କରାଯାଇଛି । ଫର୍ମ ପୂରଣ ସଂକ୍ରାନ୍ତରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ (ଓଷ୍ଟା) ସଂଘ ଏହାର ଦୃଢ଼ ବିରୋଧ କରିଥିଲା । ଏଥି ପାଇଁ ‌ବୋର୍ଡ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଶମ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସାରୁଅ ଜମି କେଳେଙ୍କାରୀ: ବୈଜୟନ୍ତ ପଣ୍ଡାଙ୍କୁ ଗିରଫ ଦାବିରେ ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିକ୍ଷୋଭ

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ବିରୋଧରେ ବିକ୍ଷୋଭ । ରାଜଧାନୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିରୋଧ ପ୍ରଦର୍ଶନ । ନିରୀହ ଦଳିତ ଆଦିବାସୀଙ୍କ ସହ ବୈଜୟନ୍ତ ପଣ୍ଡା ବିଶ୍ୱାସ ଘାତକତା କରିଥିବା ଅଭିଯୋଗ କଲେ ବିକ୍ଷୋଭକାରୀ । ଆଦିବାସୀଙ୍କ ଜମି ଫେରାଇବା ଦାବିରେ ଆଦିବାସୀ ସଙ୍ଗଠନ ପକ୍ଷରୁ ପ୍ରତିବାଦ । ଆନ୍ଦୋଳନକାରୀମାନେ ବୈଜୟନ୍ତଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କୁ ଶୀଘ୍ର ଗିରଫ ଦାବି କରିଛି ଦଳିତ ଏବଂ ଆଦିବାସୀ ମହିଳା ମଞ୍ଚ । ସେପଟେ ଅଷ୍ଟମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ଧାରଣା ରେ ବସିଥିବା୩୨ ଜଣ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ ।

ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା  । ହେଲେ ଠିକା କର୍ମଚାଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି  । ସେପଟେ ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ନୋଟିସ । ଆସନ୍ତାକାଲି ସେମାନେ ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟ ରେ ହାଜର ହୋଇ ପକ୍ଷ ରଖିବେ ।

ନିରୀହଙ୍କୁ ଟାର୍ଗେଟ କରୁଛନ୍ତି ଜିଏସ୍‌ଟି ଠକ, ଋଣ କରାଇଦେବା ନାଁରେ ଠକି ନେଲେ ୨ କୋଟି ଟଙ୍କା

ବଲାଙ୍ଗୀର: କରୋନା କାଳରେ ରାଜ୍ୟରେ ବଢ଼ିଚାଲିଛି ଜିଏସ୍‌ଟି ଠକେଇ । ଜିଏସ୍‌ଟି ଠକଙ୍କର ଦୌରାତ୍ମ୍ୟ ବଢ଼ି ଚାଲିଛି । ଟାର୍ଗେଟରେ ରହିଛନ୍ତି ନିରିହ ଲୋକ । କୋଟି କୋଟି ଟଙ୍କା ଠକି ନେଉଛନ୍ତି ଠକ ଦଳ । ରାଉରକେଲା ପରେ ବଲାଙ୍ଗୀରରେ ଜିଏସ୍‌ଟି ଠକେଇର ଅଭିଯୋଗ ହୋଇଛି । ଚାଷୀଙ୍କୁ ଋଣ କରେଇଦେବା ନାଁରେ ହୋଇଛି ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ । ବଲାଙ୍ଗୀର ଦେଓଗାଁ ଓ ସଇଁତଳା ଥାନାରୁ ଆସିଛି ଏଭଳି ଅଭିଯୋଗ । ଗତ କିଛିଦିନ ତଳେ ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ଚାଷୀ ରବୀନ୍ଦ୍ର ଭୋଇ ଜିଏସ୍‌ଟି ଠକେଇ କରିଥିବା ଜିଏସ୍‌ଟି ବିଭାଗ ତଦନ୍ତ କରିଥିଲା ।

ରବୀନ୍ଦ୍ର ସିନ୍ଦୁଜା ଷ୍ଟିଲ ନାଁରେ ଏକ କମ୍ପାନୀ ଖୋଲି ପାଖାପାଖି ୨ କୋଟି ଟଙ୍କାର କାରବାର କରିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ଠିକ ସେହିପରି ଦେଓଗାଁ ଥାନା ସାରସମାଲ ଗାଁର ସବିତା ରଣା ନାମକ ମହିଳା  ଚାଷୀଙ୍କ ନାଁରେ ମଧ୍ୟ ଏକ କମ୍ପାନୀ ଖୋଲାଯାଇଥିବା ଜିଏସଟି ବିଭାଗ ଜାଣିବାକୁ ପାଇଥିଲା । ଉଭୟ ସାଧାରଣ ଚାଷୀ ହେଇଥିବା ବେଳେ, ଠକେଇର ଶିକାର ହୋଇଥିବା ବଲାଙ୍ଗିର ଜିଏସଟି ଶାଖା କହିଛି ।

ଅଭିଯୋଗକାରୀଙ୍କ କହିବା କଥା, ଋଣ କରେଇ ଦେବାକୁ କହି ଜଣେ ସ୍ଥାନୀୟ ଦଲାଲ ତାଙ୍କ ଠାରୁ ଜମି ପଟ୍ଟା, ଇଲେକ୍ଟ୍ରିକ ବିଲ୍, ଆଧାର କାର୍ଡ ନେଇ ତାଙ୍କ ନାଁରେ ଠକେଇ କରିଛନ୍ତି । ତେବେ ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ? କିଏ ଋଣ ନାଁ ରେ ଏଭଳି ଲୁଟ୍ କରିଛି ? ସେ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ବାଣିଜ୍ୟକର ଓ ଜିଏସ୍‌ଟି ପ୍ରବର୍ତ୍ତନ ଶାଖା ଅଧିକାରୀ ଆଶିଷ କୁମାର ସାହୁ ।

ରାଜ୍ୟରେ ୩ ଲକ୍ଷ ପାର ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୪୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୬୦୧ ରହିଛି । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ୩ ଲକ୍ଷ ପାର ହୋଇଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏବେ ରାଜ୍ୟରେ ୨ ଳକ୍ଷ ୮୬ ହଜାର ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା ।

ଅନୁଗୁଳରୁ ୯୦, ବାଲେଶ୍ୱରରୁ ୯୯, ବରଗଡ଼ରୁ ୬୫, ଭଦ୍ରକରୁ ୩୧, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୬, କଟକରୁ ୧୪୧, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୨୧, ଗଜପତିରୁ ୬, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୬୮, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୩୧, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ୧୪୪, କୋରାପୁଟରୁ ୨୫, ମାଲକାନାଗିରିରୁ ୧୪, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୩୫, ପୁରୀରୁ ୭୭, ରାୟଗଡ଼ାରୁ ୯, ସମ୍ବଲପୁରରୁ ୩୮, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୯୮, ଷ୍ଟେଟପୁଲରୁ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଜାଣନ୍ତୁ କର୍କଟ ରୋଗ ସହ ଜଡ଼ିତ ଏହି ୯ଟି ଗୁରୁତ୍ତ୍ୱପୂର୍ଣ୍ଣ କଥା..

ନୂଆଦିଲ୍ଲୀ: କର୍କଟ କାରଣରୁ ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଲୋକଙ୍କୁ ଏହି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଅଭିଯାନ ମଧ୍ୟ ଚାଲିଛି । ଏହା ସତ୍ତ୍ୱେ ପ୍ରତ୍ୟେକ ଲୋକଙ୍କୁ କର୍କଟ ରୋଗ ବିଷୟରେ ଅବଗତ କରାଇବା କଷ୍ଟକର ହୋଇପଡ଼ୁଛି । ତେବେ ଆସନ୍ତୁ ଜାଣିବା କର୍କଟ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ..

  • କର୍କଟ ବା କ୍ୟାନ୍ସର ଶବ୍ଦଟି ଲାଟିନ୍ ଭାଷା ‘କ୍ରାବ’ ରୁ ନିଆଯାଇଛି ଯାହାର ଅର୍ଥ ହେଉଛି କଙ୍କଡ଼ା । ପ୍ରାରମ୍ଭରେ, ଯେତେବେଳେ ଡାକ୍ତରମାନେ ଶରୀରର ମୁଖ୍ୟ ଅଙ୍ଗ ଏବଂ ଶିରରେ ଏହି ରୋଗ ଚିହ୍ନଟ କଲେ, ସେମାନେ ଏହାର ଆକୃତିକୁ ଏକ କଙ୍କଡ଼ା ସଦୃଶ ବୋଲି ସ୍ପଷ୍ଟ କରିଥିଲେ । ସେବେଠାରୁ ଏହି ରୋଗର ନାମ କର୍କଟ ବା କ୍ୟାନ୍ସର ନାମରେ ନାମିତ କରାଗଲା ।
  •  କର୍କଟ ରୋଗର ପୁରାତନ ପ୍ରମାଣ ଇଜିପ୍ଟୀୟ ସଭ୍ୟତାରେ ମିଳିଥାଏ । ଖ୍ରୀଷ୍ଟପୂର୍ବ ୧୬୦୦ ଏଡବିନ୍ ସ୍ମିଥ୍ କାଗଜପତ୍ରରେ ଏହାର ପ୍ରମାଣ ମିଳିଛି । ଏହି ପ୍ରମାଣ ଅନୁଯାୟୀ, ଇଜିପ୍ଟୀୟମାନଙ୍କ ଠାରେ ପ୍ରଥମେ ସ୍ତନ କର୍କଟ ଚିହ୍ନଟ କରାଯାଇଥିଲା । ଯଦିଓ ସେବେ ଏହାର କୌଣସି ଚିକିତ୍ସା ନ ଥିଲା ।

  • ପ୍ରତିବର୍ଷ ଫୁସଫୁସ କର୍କଟରେ ସର୍ବାଧିକ ମୃତ୍ୟୁ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଧୂମପାନ ଅପେକ୍ଷା ଇନଡୋର ଟ୍ୟାନିଂ ହେତୁ ଚର୍ମ କର୍କଟ ରୋଗ ଅଧିକ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ଲୋକ ଚର୍ମ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି ।
  • କର୍କଟ ବିଶେଷଜ୍ଞମାନେ କହିଛନ୍ତି ଯେ, ସମସ୍ତ କର୍କଟ ପୀଡ଼ିତଙ୍କ ମଧ୍ୟରୁ ଅର୍ଦ୍ଧେକ କର୍କଟ ପୀଡିତ ରୋଗୀଙ୍କ ଚିକିତ୍ସା ସମ୍ଭବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଭିନ୍ନ ଭିନ୍ନ ପ୍ରକାର କର୍କଟ ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହି ମୃତ୍ୟୁଗୁଡିକର ୮୦ପ୍ରତିଶତ ସ୍ୱଳ୍ପ କିମ୍ବା ମଧ୍ୟମ ଆୟ ଦେଶଗୁଡ଼ିକରେ ଦେଖିବାକୁ ମିଳିଥାଏ ।
  • କର୍କଟ ଏକମାତ୍ର ରୋଗ ନୁହେଁ ବରଂ ଏହା ଅନେକ ପ୍ରକାରର ହୋଇଥାଏ । ୧୦ ବର୍ଷର କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, କର୍କଟ ରୋଗ ୨୦୦ରୁ ଅଧିକ ପ୍ରକାର ରହିଛି ।

  • ଭୂତଳେ ରହୁଥିବା ଆଫ୍ରିକୀୟ ମୂଷାଙ୍କ ଶରୀରରେ ହାୟାଲୁରୋନାନ୍ ନାମକ ଉପାଦାନ ମିଳିଥାଏ । ଯାହା ଶରୀରରେ ଏକ ଲବ୍ରିକେଣ୍ଟ ଭାବରେ କାର୍ଯ୍ୟ କରିଥାଏ । ତେବେ କର୍କଟ ରୋଗକୁ ବୈଜ୍ଞାନିକମାନଙ୍କର ଏହି ଆବିଷ୍କାର ଭବିଷ୍ୟତରେ କର୍କଟ ରୋଗର ଚିକିତ୍ସାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇପାରେ ।
  • କିଛି ଲୋକ କ୍ୟାନ୍ସରର ଅର୍ଥ କେବଳ ମୃତ୍ୟୁ ବୋଲି ଭାବିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ସମ୍ପୂର୍ଣ୍ଣ ବିଶ୍ୱରେ ୨କୋଟି ୮୦ ଲକ୍ଷରୁ ଅଧିକ କ୍ୟାନ୍ସର ରୋଗୀ ମଧ୍ୟ ମାନନ୍ତି ଯେ, ଏହି ରୋଗରୁ ମୁକ୍ତି ମିଳିପାରିବ ।

  • ଆପଣ ଜାଣନ୍ତି କି କର୍କଟ ରୋଗ ବଢିବାର କେବଳ ୫ରୁ ୧୦ ପ୍ରତିଶତ ସମ୍ଭାବନା ରହିଥାଏ । ଆନୁବଂଶିକ କ୍ୟାନ୍ସର ବ୍ୟତୀତ ଧୂମପାନ, ମଦ୍ୟପାନ, ମେଦ ବହୁଳତା, ଜୀବନ ଜାପନ କରିବାର ପ୍ରକ୍ରିୟା କ୍ୟାନ୍ସର ହେବାର ଆଶଙ୍କାକୁ ଅଧିକ ବଢାଇଥାଏ ।
  • ସ୍ତନ କର୍କଟ ବିଷୟରେ ଲୋକମାନେ ଅନେକ କଥା ଜାଣି ନାହାଁନ୍ତି । ଅଧିକାଂଶ ମହିଳା ବାମ ପାର୍ଶ୍ୱରେ ସ୍ତନ କର୍କଟ ରୋଗ ହେଉଥିବା ଅଭିଯୋଗ କରନ୍ତି । ବାମ ପାର୍ଶ୍ୱରେ ସ୍ତନ କର୍କଟ ହେବାର ଆଶଙ୍କା ଡାହାଣ ପାର୍ଶ୍ୱଠାରୁ ୫-୧୦ ଗୁଣ ଅଧିକ ରହିଥାଏ ।