spot_img
Home Blog Page 6249

ବାମରାରେ ୧୨ ଘଣ୍ଟିଆ ରେଳରୋକ

ବାମରା: ସମ୍ବଲପୁରର ବାମରା ଷ୍ଟେସନରେ ୩ଟି ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାରକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଏପରିକି ଏହାର ବିରୋଧରେ ୧୨ ଘଣ୍ଟିଆ ରେଳରୋକ ଓ ବନ୍ଦ ଡାକରା ଦେଇଛି ରେଳ କ୍ରିୟାନୁଷ୍ଠାନ କମିଟି । ଯାହା ଫଳରେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

କମିଟି ଏହି ରେଳରୋକ ଡାକରା ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି। ରାଜେନ୍ଦ୍ରନଗର ଦୁର୍ଗ ସାଉଥ ବିହାର, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଓ ହାୱଡ଼ା ଅହମ୍ମଦବାଦ ଏକ୍ସପ୍ରେସ ଟ୍ରେନ ଆଦି ରହଣି ପ୍ରତ୍ୟାହାର ବିରୋଧରେ ଏହି ରେଳ ରୋକ କରାଯାଇଛି ।

ସୂଚନା ଅନୁଯାୟୀ ଚଳିତ ମାସ ବିନା ସୂଚନାରେ ଏହି ତିନୋଟି ଟ୍ରେନ ରହଣି ପ୍ରତ୍ୟାହାର କରାଯାଇଥିଲା । ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ୮ ତାରିଖ ଏହାର ରହଣି ପାଇଁ ଲିଖିତ ଦାବି ଜଣାଇଥିଲେ ମଧ୍ୟ କିଛି ପ୍ରତିଉତ୍ତର ମିଳିନଥିଲା ।

ଯାହାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ କରାଯାଇଥିବା ନେଇ ଜଣାପଡିଛି ।

ଆଜି ଚାଷୀ ସଙ୍ଗଠନର ବୈଠକ: କ’ଣ ରହିବ ଆଗାମୀ ରଣନୀତି?

0

ନୂଆଦିଲ୍ଲୀ: ୨୦ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଛନ୍ତି ଚାଷୀ।  ଆଗାମି ଦିନରେ କଣ ହେବ ଚାଷୀଙ୍କ ରଣନୀତି, କିଭଳି ସରକାରଙ୍କ ନିକଟରେ ନିଜର ଦାବି ରଖିାଯିବ ସେ ନେଇ ଆଜି ବିଭିନ୍ନ ଚାଷୀ ସଙ୍ଗଠନର ବୈଠକ ହେବାକୁ ଯାଉଛି।

ବୈଠକ ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚାଷୀମାନେ ସେମାନଙ୍କ ରଣନୀତି ସମ୍ପର୍କରେ ଅବଗତ କରାଇବେ।  ଦିଲ୍ଲୀ-ହରିୟାଣା ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ଏବେ ଜିଲ୍ଲା ସ୍ତରରେ ପହଞ୍ଚିଛି।  ବିଭିନ୍ନ ରାଜ୍ୟର କୃଷି ସଙ୍ଗଠନଙ୍କ ସହ ସରକାରଙ୍କ ଆଲୋଚନା ଜାରି ରହିଛି।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର କୁଚ୍‌ରେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି।  ଚାଷୀମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ସେ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ଚାଷୀମାନେ ବୁଝିବା ଦରକାର ଏ ଆଇନ୍ ତାଙ୍କ ହିତ ପାଇଁ ଆସିଛି। ମୋଦି ସରକାର ସବୁବେଳେ ଚାଷୀଙ୍କ ସହ ଛିଡ଼ା ହୋଇଛନ୍ତି। ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ।

ନୂଆବର୍ଷ ପାଇଁ ଖୋଲିପାରେ ସମ୍ବଲେଶ୍ୱରୀ ମନ୍ଦିର

0

ଭୁବନେଶ୍ୱର: ରାଜ୍ୟର ସବୁ ମନ୍ଦିର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସମ୍ବଲପୁରର ଅଧିଷ୍ଠାତ୍ରି ଦେବୀ ମାଁ ସମ୍ବଲେଶ୍ୱରୀ ମନ୍ଦିର ଖୋଲିବା ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସୂଚନା ମୁତାବକ ମନ୍ଦିର ଟ୍ରଷ୍ଟ ବୋଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାଁ ସମ୍ବଲେଶ୍ୱରୀ ମନ୍ଦିର ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ହେଲେ ନୂଆବର୍ଷ ପାଇଁ ମନ୍ଦିର ଖୋଲାଯାଇ ପାରେ ବୋଲି ଆଶା କରାଯାଉଛି ।

 

ତେବେ ମନ୍ଦିର ପରିସର ଭିତରେ ଲାଇଟ ଏଣ୍ଡ ସାଉଣ୍ଡ ପ୍ରକଳ୍ପର କାମ ଚାଲିଥିବା ବେଳେ ଏଭଳି ପରିସ୍ଥିତିରେ ମନ୍ଦିର ଖୋଲିବା ସମ୍ଭବପର ହୋଇପାରୁ ନାହିଁ ବୋଲି ସୂଚନା ଦେଇଛନ୍ତି ସମ୍ବଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ।

ରାଜ୍ୟର ଏସବୁ ଜିଲ୍ଲାରେ ଅନୁଭୂତ ହେବ ଘନ କୁହୁଡି

0

ଭୁବନେଶ୍ୱର: ରାଜ୍ୟରେ ଶୀତ କମୁଥିବା ବେଳେ ଧିରେଧିରେ ତାପମାତ୍ରା ବଢିବାରେ ଲାଗିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପାମାତ୍ରା ସ୍ଥିର ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଘନ କୁହୁଡି ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେବ । ଏହି ଜିଲ୍ଲା ଗୁଡିକରେ ଦୃଶ୍ୟମାନ କ୍ଷମତା ୨ଶହ ମିଟରରୁ କମ୍ ରହିବ ।

ସେହିପରି ଉପକୂଳ ଜିଲ୍ଲା ଗୁଡିକରେ ୨୦ ମିଟର ଦୃଶ୍ୟମାନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁର୍ଘଟଣା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରିବା ସହ ସତର୍କ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆରମ୍ଭ ହେଲା କରୋନା ଟିକାକରଣ: ଆମେରିକାର ନର୍ସ ନେଲେ ପ୍ରଥମ ଡୋଜ୍

ୱାଶିଂଟନ: ଆମେରିକାରେ କରୋନା ଟିକା ପାଇଁ ଅପେକ୍ଷା ଶେଷ ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାଉ ଯାଉ ନୂଆ ବର୍ଷରେ ଆମେରିକାବାସୀଙ୍କୁ କରୋନା ଟିକା ଉପହାର ଦେଇଯାଇଛନ୍ତି। ସୋମବାର ଆମେରିକାରେ କରୋନା ଟିକାକରଣର ପ୍ରକ୍ରିୟା ଆରମ୍ଭ ହୋଇଛି। ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ଆମେରିକା ସରକାର ଅନୁମୋଦନ ଦେଇଛି। ଟିକାର ପ୍ରଥମ ଡୋଜ୍ ନ୍ୟୁୟର୍କର ଜଣେ ନର୍ସ ସାନ୍ଦ୍ରା ଲିଣ୍ଡସେଙ୍କୁ ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ସାଣ୍ଡ୍ରାଙ୍କୁ ଟିକା ଦିଆଯିବା ବେଳର ଦୃଶ୍ୟକୁ ସମଗ୍ର ଦେଶରେ ସିଧାପ୍ରସାରଣ କରାଯାଇଥିଲା। ଏହି ସମୟରେ ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ର୍ୟୁ କୁମୋ ମଧ୍ୟ ଉପସ୍ଥିତ ଥିଲେ। ଟିକା ନେବା ପରେ ସାଣ୍ଡ୍ରା ବେଶ ଖୁସି ଥିବା କହିଛନ୍ତି। ଏଥିସହ ଟିକା ନେବା ବେଳେ ସେ ଫ୍ଲୁର ଡୋଜ୍‌ ନେବା ଭଳି ଅନୁଭବ କରିଥିଲେ ବୋଲି ମଧ୍ୟ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ଫାଇଜର ଟିକାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଟ୍ରମ୍ପ ପ୍ରଶାସନ ଅନୁମତି ଦେଇଥିଲେ। ତେବେ ବୁଧବାର କରୋନାରେ ୩ ହଜାର୨୨୬ ଜଣଙ୍କର ମୃତ୍ୟୁ ହେବା ପରେ ଏହା ଉପରେ ରୋକ ଲଗାଇବାକୁ ଟିକାକରଣକୁ ଜରୁରୀକାଳିନ ଅନୁମତି ଦେଇଛନ୍ତି ଆମେରିକା ସରକାର। ଯାହାପରେ ପାଇଜର ପ୍ରସ୍ତୁତ କରିଥିବା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ତେବେ ଏଥିସହ ଆମେରିକା ଇତିହାସରେ ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି।

 

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

ରାଉରକେଲା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ।

ସୂଚନା ମୁତାବକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ଏହି ସହକାରୀ ଯନ୍ତ୍ରୀଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ତେବେ ସୁନ୍ଦରଗଡ଼ ସରକାରୀ ବାସଭବନ ଓ ଅଫିସ୍ ସହ ଦେଵଗଡ ତାବଡା ପୈତୃକ ବାସଭବନ ଓ ଦେବଗଡ଼ କେନ୍ଦୁଘାଟ ଫାର୍ମ ହାଉସରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ଅନୁଗୁଳରେ ଥିବା ଶ୍ୱଶୂର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।

ତେବେ ଏକକାଳୀନ ତାଙ୍କର ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏଯାବତ୍ ସଂପତ୍ତିର ସଠିକ୍ ଆକଳନ କରାଯାଇନାହିଁ ।

ଋଷିଆର କରୋନା ଟିକା ସ୍ପୁଟନିକ ଭି ୯୧.୪ ପ୍ରତିଶତ ସଫଳ

ମୋସ୍କୋ: ବିଶ୍ୱବ୍ୟାପୀ ଚାଲିଥିବା କରୋନା ଯୁଦ୍ଧକୁ ମିଳିଛି ଏକ ବଡ଼ ସଫଳତା। ଋଷିଆର କରୋନା ଟିକା ସ୍ପୁଟନିକ ଭି ୯୧.୪ ପ୍ରତିଶତ ସଫଳ ସାବ୍ୟସ୍ଥ ହୋଇଛି। କରୋନା ଟିକା ଦିଆଯିବା ପରେ ୨୧ ଦିନର ଏକ ବିଶ୍ଲେଷଣରୁ ଏହା ସ୍ପଷ୍ଟ ହୋଇଛି।

କରୋନା ଟିକା ଭାବେ ସାରା ବିଶ୍ୱରେ ପ୍ରଥମେ ସ୍ପୁଟନିକ ଭି ପ୍ରସ୍ତୁତ ହୋଇଥିଲା। ତେବେ ଏହି ଟିକା ଉପରେ ଅନ୍ୟ ଦେଶ ମଧ୍ୟ ନିର୍ଭର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ କରୋନା ଟିକାର ସଫଳ ପରୀକ୍ଷଣ ପରେ ଭାରତରେ ମଧ୍ୟ ଏହାର ପ୍ରସ୍ତୁତି ପାଇଁ ସରକାର ଅଣ୍ଟାଭିଡିଛନ୍ତି। ଭାରତରେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇପାରେ।

ଅନ୍ୟପଟେ ଆମେରିକାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟିକାକରଣ। ଫାଇଜର ଟିକାକୁ ବ୍ୟବହାର କରିବା ପାଇଁ ଟ୍ରମ୍ପ ପ୍ରଶାସନ ଅନୁମତି ଦେଇଥିଲେ। ଦେଶ କରୋନା ସଂକ୍ରମଣ ବଢୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଟିକାକରଣକୁ ଜରୁରୀକାଳିନ ଅନୁମତି ଦେଇଛନ୍ତି ସରକାର। ସୋମବାର ଟିକାକରଣ ଆରମ୍ଭ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି ଖୁସିବ୍ୟକ୍ତି କରିଛନ୍ତି।

ଆଜି ଧନୁ ସଂକ୍ରାନ୍ତି; ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ

ପୁରୀ:  ଆଜି ରାଜ୍ୟରେ ପାଳିତ ହେଉଛି ଧନୁ ସଂକ୍ରାନ୍ତି । ଯାହାକୁ ନେଇ ଉତ୍ସବମୁଖର ହୋଇ ଉଠିଛି  ଗାଁଠୁ ସହର । ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବାକୁ ଯାଉଛି ।

ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ବଡ଼ି ସକାଳୁ ମା’ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କୁ ଖାଇବାକୁ ଦେବେ।

ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ପହିଲିଭୋଗ ଅନୁଷ୍ଠିତ ହେବ। ତେବେ ଛତିଶା ନିଯୋଗ ବୈଠକରେ ଗତ ଶନିବାର ଏଥିପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ତେବେ ପୁରୀ ଶ୍ରୀମନ୍ଦିରେର ରାତି ୩ଟାରେ ଦ୍ୱାର ଫିଟା ପରେ ମଙ୍ଗଳଆଳତି, ମଇଲମ ତଡ଼ପ ପରେ ସକାଳ ଧୂପ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା

ଖାସ୍ କରି ଏହି ଦିନରେ ଠାକୁରଙ୍କ ପାଖରେ ଉଖୁଡା ବା ମୁଆଁ ଭୋଗ ଲାଗି କରାଯାଇଥାଏ ।

ଆଜି ଏହି ରାଶିର ଲୋକଙ୍କର ସୁନା ସାମଗ୍ରୀ ହଜିଯାଇପାରେ, ଜାଣନ୍ତୁ

ନଭେମ୍ବର,ମଙ୍ଗଳବାର,୨୦୨୦

ମାର୍ଗଶିର ଶୁକ୍ଳପକ୍ଷ, ପ୍ରତିପଦା ତିଥି

ମୂଳା ନକ୍ଷତ୍ର

ସୂର୍ଯ୍ୟ ବିଛା ରାଶିରେ ଏବଂ ଚନ୍ଦ୍ର ଧନୁ ରାଶିରେ ଅବସ୍ଥିତ

ଯୋଗିନୀ ପୂର୍ବ ଦିଗରେ

ରାତି ୭:୧୦ ପରେ ଉତ୍ତରକୁ ଯିବେ

ଶୁଭ ସମୟ- ସକାଳ ୯ ଟା ୫୫ ରୁ ଦିନ ୧୦ଟା ୩୭ ପର୍ଯ୍ୟନ୍ତ

ସନ୍ଧ୍ୟା ୭ ଟା ୪୮ ରୁ ରାତି ୧୧ ଟା ୧୭ ମଧ୍ୟରେ

ଅଶୁଭ ସମୟ- ଦିନ ୨ ଟା ୨୫ ରୁ ଦିନ ୩ ଟା ୪୭ ମଧ୍ୟରେ

ଘାତଚନ୍ଦ୍ର- ତୁଳା, କୁମ୍ଭ ରାଶି ପୁରୁଷ ଏବଂ ବୃଷ, ମିଥୁନ୍ ରାଶି ମହିଳା ମାନଙ୍କର

ଆଜି ମୃତେ ୧ ପାଦ ପୁଷ୍କର ଦୋଷ, ରାତି ୭:୧୦ ଗତେ ଦ୍ବିପାଦ ଦୋଷ ଲାଗୁଛି

ପ୍ରତିକାର ପାଇଁ ସ୍ବର୍ଣ୍ଣ ପିତବସ୍ତ୍ର ଦାନ କରନ୍ତୁ

 

ମେଷ ରାଶି

ଅଶ୍ବିନୀ- କୋର୍ଟ କଚେରୀ ମାମଲା ସମସ୍ୟା ଥିଲେ, ଆଜି ସମାଧାନ ହେବ

ଦ୍ବିଜା- ସତର୍କ ରୁହନ୍ତୁ, ନଚେତ୍ ଶତ୍ରୁଙ୍କ ଦ୍ବାରା ଅସୁବିଧା ସମ୍ମୁଖୀନ ହୋଇପାରନ୍ତି

କୃତ୍ତିକା- ନିଜର ଭବିଷ୍ୟତ ପାଇଁ କୌଣସି ଗୁରୁତ୍ବ ପୂର୍ଣ୍ଣ ନିର୍ଣ୍ଣୟ ନେବେ

ନଡ଼ିଆ ମହାଦେବଙ୍କୁ ଭୋଗ ଲଗେଇ କୌଣସି ଷଣ୍ଢକୁ ଖାଇବାକୁ ଦିଅ

ବୃଷ ରାଶି

କୃତ୍ତିକା- ଆଜି ବହୁତ ଦୁଶ୍ଚିନ୍ତା ଭିତରେ ରହିବେ, ଖାଦ୍ୟ ପାନୀୟ ଅବ୍ୟବସ୍ଥିତ ରହିବ

ରୋହିଣୀ- ବିଦ୍ୟାମାନେ ବିଦ୍ୟାକ୍ଷେତ୍ରରେ ଉନ୍ନତି ଲାଭ କରିବେ

ମୃଗଶିରା- ଯେଉଁମାନେ ନୂଆ କର୍ମକ୍ଷେତ୍ରରେ ଅଛନ୍ତି, ତାଙ୍କର ପ୍ରତିଦ୍ବନ୍ଦିତା ବଢ଼ିଯିବ

ଗାଇକୁ ହଳଦିଆ ଖେଚଡ଼ି ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଶାରୀରିକ ଅସୁସ୍ଥତା ଯୋଗୁଁ ସମସ୍ତ କାର୍ଯ୍ୟରେ ଆଶା ଠାରୁ କମ୍ ରେଜଲ୍ଟ ପାଇବେ

ଆର୍ଦ୍ରା- ବନ୍ଧୁମିଳନ ସହିତ ଯେଉଁମାନେ ନବ ବିବାହିତ, ସେମାନେ ଉପହାର ପାଇବେ

ପୁନର୍ବସୁ- ଡାହାଣପଟ କାନ, ନାକରେ ଯନ୍ତ୍ରଣା ଅନୁଭବ କରିବେ, ଭଉଣୀଙ୍କ ପାଇଁ ଚିନ୍ତା କରିବେ

ତୁଳସୀ ଚଉରା ମୂଳେ ଚମ୍ପା ଫୁଲ ସହିତ ଖଇ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ନିଜର ଆୟତରୁ ବାହାରେ ଆଜି ଖର୍ଚ୍ଚାନ୍ତ ହେବେ

ପୁଷ୍ୟା- ମା’ଙ୍କର ସ୍ନେହ ପାଇବା ସହିତ ଅର୍ଥ ଲାଭ କରିବେ

ଅଶ୍ଲେଷା- ଯେଉଁମାନେ ଜଳ ଜାତୀୟ ବ୍ୟବସାୟରେ ଅଛନ୍ତି ଲାଭ କରିବେ

ଗାଧୋଇବା ପାଣିରେ ୨ ଟୋପା କଞ୍ଚାକ୍ଷୀର ବ୍ୟବହାର କରନ୍ତୁ

ସିଂହ ରାଶି

ମଘା- ଅନ୍ୟମାନଙ୍କୁ ସାହାଯ୍ୟ କରିବେ, କିନ୍ତୁ କିଛି ପାଇବେ ନାହିଁ

ପୂର୍ବାଫାଲଗୁନି- ବନ୍ଧୁମାନଙ୍କ ସାହାଯ୍ୟ ପାଇ ବହୁଦିନର କାର୍ଯ୍ୟ ସଫଳ ହେବ

ଉତ୍ତରାଫାଲଗୁନି- ବଡ଼ଭାଇଙ୍କ ସହିତ ଅର୍ଥକୁ ନେଇ ମତାନ୍ତର ହୋଇପାରେ

କଳା ରଙ୍ଗର ବ୍ୟବହାର କରନ୍ତୁ ନାହିଁ

କନ୍ୟା ରାଶି

ଉତ୍ତରାଫାଲଗୁନି- କର୍ମକ୍ଷେତ୍ରରେ ସଚେତନ ରୁହନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ

ହସ୍ତା- ପରିବାରରେ ଭଲ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ

ଚିତ୍ରା- କୌଣସି ଛୋଟିଆ କଥାକୁ ନେଇ ବିବାଦିୟ ପରିସ୍ଥିତିରେ ପଡ଼ିପାରନ୍ତି

ହନୁମାନ ଚାଳିଶା ବହି ମନ୍ଦିର ପାଖରେ ବାଣ୍ଟନ୍ତୁ

ତୁଳା ରାଶି

ଚିତ୍ରା- ବିଦ୍ୟର୍ଥୀମାନେ ପଢ଼ାକ୍ଷେତ୍ରରେ ଅସଫଳ ରହିବେ, ବିଚଳିତ ଦେଖାଦେବେ

ସ୍ବାତୀ- ଯେଉଁମାନଙ୍କ ଗବେଷଣାରେ ରହିଛନ୍ତି, ସଫଳ ହେବେ

ବିଶାଖା- ଆଣ୍ଠୁରେ ଯେଉଁ ମାନେ ପିଡ଼ା ଅନୁଭବ କରୁଥିଲେ ତାଙ୍କର ପିଡ଼ା ବଢ଼ିଯିବ

ମହାଦେବ ମନ୍ଦିରରେ ଘିଅ ଦୀପରେ ମିଶ୍ରି ପକେଇ ଜଳାନ୍ତୁ

ବିଛା ରାଶି

ବିଶାଖା- ପରିବାରର ଲୋକଙ୍କ ସହିତ ମତାନ୍ତର ହେବ

ଅନୁରାଧା- ଭାଇଙ୍କର ସାହାଯ୍ୟ ପାଇ କୌଣସି ପରିସ୍ଥିତିର ସମାଧାନ ପାଇବେ

ଜ୍ୟୋଷ୍ଠା- ଆର୍ଥିକ ପରିସ୍ଥିତି ସୁଧୁରିବା ସହିତ ପରିବାରରେ ଶାନ୍ତି ବଢ଼ିବ

ମହାଦେବ ମନ୍ଦିରରେ ଘିଅ ଦୀପରେ ମିଶ୍ରି ପକେଇ ଜଳାନ୍ତୁ

ଧନୁ ରାଶି

ମୂଳା- ଅନାବଶ୍ୟକ ଖର୍ଚ୍ଚ ବଢ଼ିବ, ଚିନ୍ତିତ ରହିବେ

ପୂର୍ବାଷାଢା- ସୁଷମ ଖାଦ୍ୟ ଖାଇବେ, ପରିବାରରେ ଖୁସି ରହିବେ

ଉତ୍ତରାଷାଢା- କୌଣସି ସୁନା ଦ୍ରବ୍ୟ ହଜିଯାଇପାରେ, ସଚେତନ ରୁହନ୍ତୁ

ପକ୍ଷୀମାନଙ୍କୁ ଗହମ ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା- ନିଜ ଲୋକଙ୍କର ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ଚିନ୍ତା ବଢ଼ିବ

ଶ୍ରବଣା- ଭୂମି ସମ୍ବଦ୍ଧିତ କୌଣସି ସମସ୍ୟା  ଆଜି ଦୂର ହେବ

ଧନିଷ୍ଠା- ବାପାଙ୍କର ସ୍ବାସ୍ଥ୍ୟ ସୁଧୁରିବା ସହିତ ଆର୍ଥିକ ସୁଧାର ଆସିବ

ଓସ୍ତ ଗଛରେ କ୍ଷୀର ଓ ଗୁଡ଼ ମିଶେଇ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ପିଠି ଏବଂ ପେଟରେ ବିଶେଷ ଯନ୍ତ୍ରଣା ଅନୁଭବ କରିବେ

ଶତଭିଷା- କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସହିତ ପରିବାରରେ ଶ୍ରଦ୍ଧା ପାଇବେ

ପୂର୍ବଭାଦ୍ର- ଯାନବାହାନରେ ବାହାରକୁ ଯିବା ପୂର୍ବରୁ ଭଲ ଭାବରେ ଚେକ୍ କରନ୍ତୁ

ହଳଦୀଆ ରଙ୍ଗର ଲଡ଼ୁ ଗଣେଷଙ୍କୁ ଭୋଗ ଲଗାନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ଶାରୀରିକ ପରିଶ୍ରମ ଅଧିକ କରିବେ, କିନ୍ତୁ ଫଳ ମିଳିବ ନାହିଁ

ଉତ୍ତରଭାଦ୍ର- ବନ୍ଧୁମିଳନ ସହିତ ପ୍ରିତି ଭୋଜନର ସୁଯୋଗ ପାଇବେ

ରେବତୀ- ଯେଉଁମାନେ ଆଣ୍ଠୁ,ପାଦ ଜନିତ ପିଡ଼ିତ ଥିଲେ ସେମାନେ ସୁସ୍ଥ ଅନୁଭବ କରିବେ

ଘରୁ ବାହାରକୁ ଯିବା ପୂର୍ବରୁ ଦହି ଏବଂ ମିଶ୍ରି ଖାନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ଚାଷୀ ଆନ୍ଦୋଳନକୁ ନେଇ କାନାଡା ସରକାରଙ୍କ ଆଭିମୁଖ୍ୟକୁ ଭାରତୀୟ ରାଷ୍ଟ୍ରଦୁତ ସମୁହର ନିନ୍ଦା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ପ୍ରତିବାଦକୁ ନେଇ କାନାଡା ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ଭାରତର ରାଷ୍ଟ୍ରଦୁତ ସମୁହ । ଭୋଟ ବ୍ୟାଙ୍କ ରାଜନୀତି ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଯଥାରେ ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ଦେଉଛନ୍ତି ବୋଲି ସେମାନେ କହିଛନ୍ତି । ଏନେଇ ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି । ଆନ୍ଦୋଳନର ପ୍ରକୃତ କାରଣ ନଜାଣି ଜଷ୍ଟିନ ବିବାଦୀୟ ମନ୍ତବ୍ୟ ଦେବା ସହ ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ଗୁରୁ ନାନକ ଜୟନ୍ତୀ ଅବସରରେ ପଞ୍ଜାବ ଚାଷୀଙ୍କ ଆନ୍ଦୋଳନକୁ ନେଇ ଜଷ୍ଟିନ ଟ୍ରୁଡୋ ଚିନ୍ତା ବ୍ୟକ୍ତ କରିଥିଲେ । ନିଜ ହକ୍ ପାଇଁ ଆନ୍ଦୋଳନ କରୁଥିବାରୁ ଚାଷୀଙ୍କୁ ସହାନୁଭୁତି ଦେଇଥିଲେ । ଏଥିସହ ସେମାନଙ୍କ ଦାବି ପୁରଣ ହେବା ଦରକାର ବୋଲି ଟ୍ରୁଡୋ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କଡା ନିନ୍ଦା କରାଯାଇଥିଲା । କାନାଡାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଅଧିକ ରହୁଥିବାରୁ ସେମାନଙ୍କୁ ନିଜ ଆଡ଼କୁ ପ୍ରଭାବିତ କରିବା ପାଇଁ ଏଭଳି କହିଥିବା ଅଭିଯୋଗ ହୋଇଛି ।

Kejriwal To Observe Fast In Support Of Protesting Farmers

ତେବେ ଭାରତରେ ଦିନକୁ ଦିନ ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହକ୍ ଦାବିରେ ସିଂଘୁ ସୀମାରେ ଅନଶନ କରିଛନ୍ତି ଚାଷୀ । ରାଜ୍ୟସ୍ତରରେ ମଧ୍ୟ ଚାଷୀ ଜୋରଦାର ପ୍ରତିବାଦ କରିଛନ୍ତି । ଚାଷୀଙ୍କ ଅନଶନକୁ ରାଜନୈତିକ ସ୍ତରରେ ମଧ୍ୟ ଅନେକ ସମର୍ଥନ ମିଳିଛି । ସେପଟେ କିଛି କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଆଉ ଥରେ ଚାଷୀଙ୍କ ସହ ଆଲୋଚନା ହେବ ବୋଲି ତୋମାର କହିଛନ୍ତି । ସୋମବାର ଭେଟିଥିବା କିଛି ସଂଗଠନ ଆଇନ ସମର୍ଥନରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet