spot_img
Home Blog Page 6233

ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଗିରଫ କରି ଜେଲ ପଠାଇଲା ଭିଜିଲାନ୍ସ

ରାଉରକେଲା: ବନ୍ଧାହେଲେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ନାରାୟଣଙ୍କୁ ଗିରଫ କରି ଜେଲ ପଠାଇଛି । ନାରାୟଣଙ୍କର ୨କୋଟି ୩୩ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରାଯାଇଛି । ଗତ ୧୫ ଓ ୧୬ ତାରିଖରେ ତାଙ୍କ ଅଫିସ ଓ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରାଯାଇଥିଲା । ସୁନ୍ଦରଗଡ଼ ସରକାରୀ ବାସଭବନ ଓ ଅଫିସ,  ଦେଵଗଡ଼ ଜିଲ୍ଲା ତାବଡ଼ା ଗାଁମରେ ଥିବା ପୈତୃକ ବାସଭବନ,  ଦେବଗଡ଼ ଜିଲ୍ଲା କେନ୍ଦୁଘାଟ ଗ୍ରାମରେ ଥିବା ଫାର୍ମ ହାଉସ ଓ  ଅନୁଗୁଳ ଶଶୁର ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସମୟରେ ଚଢ଼ାଉ କରାଯାଇଥିଲା ।

ଭିଜିଲାନ୍ସ ବିଭାଗର ୬ଟି ଟିମ ମୋଟ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ସମୟରେ ଏକ ଲକ୍ଷ ୫୪ହଜାର ନଗଦ ଟଙ୍କା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୩୧ଟି ପ୍ଲଟ ଠାବ କରାଯାଇଛି । ଦେବଗଡ଼ ଜିଲ୍ଲାର କେନ୍ଦୁଘାଟରେ ୧୬ ଏକର ଜମିରେ ଥିବା ଫାର୍ମ ହାଉସ ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

୫୮ ଲଷ ଟଙ୍କାର ଜୀବନ ବୀମା ଜମା, ବ୍ୟାଙ୍କ ଜମା ୧୮ ଲକ୍ଷ, ଦୁଇ ମହଲାର ଦୁଇଟି କୋଠା ଘର ଠାଵ କରାଯାଇଛି । ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ବିଶ୍ୱପ୍ରସିଦ୍ଧ ବରଗଡର ‘ଧନୁଯାତ୍ରା’ରେ କିଏ ହୋଇଥିଲେ ପ୍ରଥମ କୃଷ୍ଣ ଓ ବଳରାମ, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସମ୍ପର୍କରେ କିଏବା ନଜାଣେ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏହି ଧନୁଯାତ୍ରାକୁ ଦେଖିବା ଲାଗି ରାଜ୍ୟତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ ଜମିଥାଏ । ହେଲେ ଚଳିତ ଥର କରୋନା ମହାମାରୀ କଟକଣା ଯୋଗୁଁ ଏହା ଅନୁଷ୍ଠିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଧନୁଯାତ୍ରା କେବଳ ଯେ ଏକ ଉତ୍ସବ ତା’ନୁହେଁ ଏହା ବରଗଡ ବାସୀ ତଥା ରାଜ୍ୟ ପାଇଁ ଏକପ୍ରକାର ପରମ୍ପରା ପାଲଟିଛି । ଯଦିଓ ଏହା କେବେଠୁ ଆରମ୍ଭ ହୋଇଛି, ସେନେଇ କୗେଣସି ସଠିକ୍ ତଥ୍ୟ ରହିନାହିଁ । ତଥାପି ଏହା ବହୁବର୍ଷ ଧରି ପାଳିତ ହୋଇ ଆସୁଛି। ଏପରିକି ଧନୁ ଯାତ୍ରାର କଳାକାର ଲାଗି ଅଭିନେତାଙ୍କ ଚୟନ ପ୍ରକିୟା ମଧ୍ୟ କରାଯାଇଥାଏ ।

ଏହି ଫଟୋଟି ୧୯୪୮ ପ୍ରଥମ ବରଗଡ଼ ଧନୁଯାତ୍ରା ସମୟର ଅଟେ ବୋଲି ସୁରେନ୍ଦ୍ର ହୋତା ନିଜ ପୋଷ୍ଟରେ ଦାବି କରିଛନ୍ତି 

ବରଗଡର ଧନୁଯାତ୍ରାରେ ଅନେକ କଳାକାର କୃଷ୍ଣ ଓ ବଳରାମ ରୂପରେ ଅଭିନୟ କରିସାରିଛନ୍ତି । ହେଲେ ଖୁବ୍ କମ୍ ଲୋକେ ଜାଣିଥିବେ ଯେ ପ୍ରଥମ ଧନୁଯାତ୍ରାରେ  କୃଷ୍ଣଙ୍କ ରୂପରେ ସ୍ୱର୍ଗତ ପ୍ରାଣବନ୍ଧୁ କର ଏବଂ ପ୍ରାକ୍ତନ ମେଲଛାମୁଣ୍ଡା ବିଧାୟକ ସ୍ୱର୍ଗତ ଡାକ୍ତର ମୁରାରୀ ପ୍ରସାଦ ମିଶ୍ର ପ୍ରଥମ ବଳରାମ ଭାବେ ରଙ୍ଗମଞ୍ଚରେ ପଦାର୍ପଣ କରିଥିଲେ । ତେବେ ୧୯୪୮ ମସିହାରେ ପ୍ରଥମ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହୋଇଥିବା ନେଇ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତାଙ୍କ  ସୁତ୍ରରୁ ପ୍ରକାଶ ।

DhanuYatra

ବର୍ତ୍ତମାନ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଥିବା ସ୍ଥାନରେ ତଥା ଠି୍କ ବରଗଡ଼ ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରଥମ ଧନୁଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ।

ବାସ୍ତବରେ ଭାରତ ସ୍ୱାଧିନତା ଲାଭ କରିବା ପରେ ତହିଁର ଆନନ୍ଦୋତ୍ସବ ରୂପେ ବରଗଡ଼ ଧନୁଯାତ୍ରାର ପରିକଳ୍ପନା ୧୯୪୭ରେ କରାଯାଇଥିଲା ଏବଂ ୧୯୪୭ ଧନୁ ସଂକ୍ରାନ୍ତି ଦିନ ବରଗଡ଼ ହାଟପଦାରେ ଇନ୍ଦ୍ରଧ୍ୱଜ ସ୍ଥାପନା କରାଯାଇଥିଲା ବୋଲି କୁହାଯାଇଥାଏ ।  ତେବେ ୧୭ ଜାନୁୟାରୀ ୧୯୪୮ ପୌଷ ମାସ ଶୁକ୍ଳପକ୍ଷ ଷଷ୍ଠି ତିଥି ଶୁକ୍ରବାର ଦିନ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ବରଗଡ଼ର ପ୍ରଥମ ଧନୁଯାତ୍ରାର ଶୁଭାରମ୍ଭ ହୋଇ ୨୬ ଜାନୁୟାରୀ ୧୯୪୮ ସୋମବାର ପୌଷ ପୂର୍ଣ୍ଣିମା ଦିନ ଏହାର ପରିସମାପ୍ତି ହୋଇଥିଲା ।

ବାଇକ୍‌ରେ ଟଙ୍କା ନେଲାବେଳେ ସାବଧାନ ରୁହନ୍ତୁ, ନହେଲେ ଆପଣଙ୍କ ସହ ବି ଏମିତି ଘଟିପାରେ

ଉମରକୋଟ: ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଲୁଟ ଅଭିଯୋଗ । ଘଟଣା ଘଟିଛି  ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ  । ଦିନ ଦ୍ୱିପହରେ ଜଣେ ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଚୋରି ହେଇଥିବା ଅଭିଯୋଗ ହେଇଛି । ବ୍ୟବସାୟୀ ଜଣଙ୍କ ପରିବାର ଲୋକଙ୍କୁ ଜଣେଇବା ପରେ ସାମ୍ନାକୁ ଆସିଲା ଲୁଟ ଘଟଣା ।

ତେଜରାତି ଦୋକାନ ଦେଇ ଜୀବିକା ନିର୍ବାହ କରନ୍ତି ସଞ୍ଜୟ ତ୍ରିପାଠୀ । ଗଲା ସୋମବାର ବ୍ୟବସାୟୀ ସଞ୍ଜୟ ତ୍ରିପାଠୀ ସଉଦା କରିବାକୁ ଉମରକୋଟ ପୁରୁଣା ବସଷ୍ଟାଣ୍ଡରେ ଥିଲେ । ଆନ୍ଧ୍ରା ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ହ୍ୟାଣ୍ଡେଲରେ ବ୍ୟାଗ ଟାଙ୍ଗି ଆଉ କିଛି ସଉଦା କିଣାକିଣି ପାଇଁ ଯାଇଥିଲେ । ମାତ୍ର ୨ ମିନିଟରେ ଟଙ୍କା ବ୍ୟାଗ୍ ଓ ହେଲମେଟ ନେଇ ଚମ୍ପଟ ମାରିଛି ଚୋର ।

ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ସଞ୍ଜୟ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦେଇଥିଲେ। ସନ୍ଦେହରେ ଅଟୋ ଚାଳକଙ୍କୁ ଦିନ ତମାମ  ଥାନାରେ  ଅଟକ ରଖିଥିଲା ପୋଲିସ  ।  ତେବେ ଘଟଣାରେ ଟିମ୍ ଗଠନ କରାଯାଇ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ହେଉଛି ବୋଲି କହିଛନ୍ତି ଥାନାଧିକାରୀ ।

ପାଠକ ଚାକିରି ଜାଲିଆତିର ମଧ୍ୟସ୍ଥି ସର୍ବେଶ୍ୱର ରାଓଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା

ଭୁବନେଶ୍ୱର: ଜୁନିଅର ପାଠକଙ୍କ ସହ ଚାକିରି ନାଁରେ ଠକେଇ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା । ସର୍ବେଶ୍ୱର ରାଓଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ନିଯୁକ୍ତି ଜାଲିଆତିରେ ମଧ୍ୟସ୍ଥି ହୋଇଥିଲେ ସର୍ବେଶ୍ୱର । ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର । ଗିରଫ ହେବା ପରେ ଏବେ ପ୍ରଶ୍ନ ବାଣରେ ଘାଇଲା ହେଲେଣି । ସାଥି ହୋଇ ପ୍ଲାନ୍‌ କରି ଲୋକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଜେରା ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇବାକୁ ଚେଷ୍ଟା କରୁଛି ସିବି । ତେବେ ଆଗକୁ ସାମ୍ନାସାମ୍ନି ଜେରା ହୋଇପାରେ ବୋଲି ସୂଚନା ମିଳିଛି ।

ସେପଟେ ଆଜି ସରିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀହଙ୍କ ରିମାଣ୍ଡ। ୨ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଦୀପଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ।  ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଛନ୍ତି ତଦନ୍ତକାରୀ ଦଳ । ଆକଶଙ୍କୁ କୋର୍ଟରୁ ଆଣି ହାଜର କରିବା ପୂର୍ବରୁ ପିଟର ଦେଇଥିବା ତଥ୍ୟକୁ ନେଇ ପ୍ରଦୀପ ଓ ଆକାଶଙ୍କୁ ଦ୍ବିତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ରାଉଣ୍ଡଅପ୍ କରିଥିଲା । ସେପଟେ କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ଅଛନ୍ତି ସର୍ବେଶ୍ୱର ରାଓ । ଆକାଶ-ପ୍ରଦୀପ ଠକେଇରେ ସର୍ବେଶ୍ୱର ଥିଲେ ମିଡିଲମ୍ୟାନ ।

ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଛନ୍ତି ଜୁନିୟର ପାଠକ ଓ ପାଣିଗ୍ରାହୀ । ଓଡିଶା, ବିହାର ଛଡା ଆଉ କେଉଁଠୁ ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକଯୁବତୀ ଠକାମିର ଶିକାର ହୋଇଛନ୍ତି  ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଯାଇଛି  ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି  ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ?  ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ: ସରକାରୀ ସହାୟତାକୁ ନା

0

ଅଯୋଧ୍ୟା: ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହେବ। କିନ୍ତୁ ଏଥିରେ ବିଦେଶୀ ଟଙ୍କା ଆଦୌ ବ୍ୟବହାର ହେବ ନାହିଁ ବୋଲି ରାମ ଜନ୍ମଭୂମି ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ମନ୍ଦିର ନିର୍ମାଣ ପାଇଁ ସିଏସ୍ଆର୍ ପାଣ୍ଠି ବ୍ୟବହାରକୁ ମଧ୍ୟ ଅନୁମତି ମିଳିନାହିଁ। କେବଳ ସାଧାରଣ ଲୋକଙ୍କ ଟଙ୍କାରେ ମନ୍ଦିର ପ୍ରସ୍ତୁତ ହେବ।

ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ, ସଂଗ୍ରହାଳୟ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସିଏସ୍ଆର ପାଣ୍ଠି ବ୍ୟବହାର କରାଯାଇପାରିବ, କିନ୍ତୁ ମନ୍ଦିର ନିର୍ମାଣରେ ଏହା ବ୍ୟବହାର ହେବ ନାହିଁ। FCRA ଅଭାବରୁ ଟ୍ରଷ୍ଟ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରିବ ନାହିଁ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ କମ୍ପାନୀ ଏବଂ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ନ ନେବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି। କିନ୍ତୁ ବିଦେଶରେ ରହୁଥିବା ଭାରତୀୟ ଚାହିଁଲେ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ଦାନ କରିପାରିବେ। ସାଧାରଣ ଲୋକ କୁପନ ମାଧ୍ୟମରେ ଟଙ୍କା ଦେଇପାରିବେ।

ସୂଚନାଯୋଗ୍ୟ, ମକର ସଂକ୍ରାନ୍ତିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪୨ ଦିନ ମଧ୍ୟରେ ସାରା ଦେଶରେ ପାଣ୍ଠି ସଂଗ୍ରହ ପାଇଁ ଟ୍ରଷ୍ଟ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କିରବ। ଏହି ସମୟରେ, ଅତିକମରେ ଦେଶର ଅଧା ଲୋକଙ୍କ ପାଖରେ ସେମାନେ ପହଞ୍ଚିବା ପାଇଁ ପ୍ରୟାସ କରିବେ। ଫଳରେ ସାଧାରଣ ଲୋକ ମନ୍ଦିର ନିର୍ମାଣ ପ୍ରକ୍ରିୟା ସହିତ ଯୋଡ଼ି ହେଉଥିବା ଅନୁଭବ କରିବେ।

ସେହି ମୁସଲିମ ଦେଶ ଯେଉଁଠି ଅଛନ୍ତି ଅଧିକ ରାମଭକ୍ତ

ନୂଆଦିଲ୍ଲୀ:  ରାମାୟଣ ଭାରତର ଆତ୍ମା । ରାମଙ୍କୁ ନେଇ କେତେ କଥା କେତେ କିମ୍ବଦନ୍ତି । କିନ୍ତୁ ଜାଣିଛନ୍ତି କିଏ ଭାରତର ଭୌଗଳିକ ସୀମା ସରହଦକୁ ମଧ୍ୟ ଟପି ଯାଇଛି ରାମଭକ୍ତି । ଜାଣିଛନ୍ତି କି ବିଶ୍ୱରେ ଏମିତି ଗୋଟିଏ ଦେଶ ରହିଛି,ଯେଉଁଠି ପୃଥିବୀର ସର୍ବାଧିକ ମୁସଲିମ ରୁହନ୍ତି କିନ୍ତୁ ସେମାନେ ହେଉଛନ୍ତି ରାମ ଭକ୍ତ ?

ପ୍ରାୟ ୨୩ କୋଟି ଲୋକଙ୍କୁ ନେଇ ଗଢା ଇଣ୍ଡୋନେସିଆ । ଜନସଂଖ୍ୟାରେ ଏହା ଦୁନିଆରେ ଚତୁର୍ଥ ସ୍ଥାନ ନେଇଛି । ଏହା ସହିତ ଏହା ସବୁଠାରୁ ଅଧିକ ମୁସଲମାନ ଥିବା ଦେଶ । ବର୍ଷ ୨୦୧୯ରେ ଏଠାରେ ସରକାର ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରିଥିଲେ, ଯାହା ଥିଲା ସମ୍ପୂର୍ଣ୍ଣ ଭିନ୍ନ । କାରଣ ହେଉଛି କୌଣସି ମୁସଲିମ ରାଷ୍ଟ୍ର ପ୍ରଥମ ଥର କୌଣସି ଧର୍ମକୁ ସମ୍ମାନ ଦେଇ ଏଭଳି ଆୟୋଜନ କରିଥିଲା । ଇଣ୍ଡୋନେସିଆରେ ରାମାୟଣର ଏତେ ମାତ୍ରାରେ ପ୍ରଭାବ ରହିଛିଯେ, ଦେଶର ଏକାଧିକ ସ୍ଥାନରେ ରାମାୟଣର ଅବଶେଷ ଏବଂ ପଥର ଉପରେ ରାମକଥାର କାରୁକାର୍ଯ୍ୟ ଦେଖିବାକୁ ମିଳେ ।

ଭାରତ ଏବଂ ଇଣ୍ଡୋନେସିଆର ରାମାୟଣରେ ସାମାନ୍ୟ ଅନ୍ତର ରହିଛି । ଭାରତରେ ରାମଙ୍କ ନଗରୀ ଅଯୋଧ୍ୟା ଭାବରେ ଜଜାଣୁଣା ଏବଂ ଇଣ୍ଡୋନିସିଆରେ ଏହା ଯୋଗ୍ୟ ନାମରେ ପରିଚିତ । ସେଠାରେ ରାମାୟଣ କକନିନ ବା କାକାବିନ ରାମାୟଣ ନାମରେ ଆଦୃତ । ଭାରତୀୟ ପ୍ରାଚୀନ ସାଂସ୍କୃତିକ ରାମାୟଣର ରଚୟିତା ଆଦିକବି ଋଷି ବାଲ୍ମିକୀ ଏବଂ ଇଣ୍ଡୋନେସିଆରେ ରାମାୟଣର ରଚୟିତା କବି ଯୋଗେଶ୍ୱର । ଇଣ୍ଡୋନେସିଆ ରାମାୟଣ ୨୬ଟି ଅଧ୍ୟାୟ ବିଶିଷ୍ଟ ଏକ ବିଶାଳ ଗ୍ରନ୍ଥ । ଏଠାରେ ରାମାୟଣରେ ପ୍ରାଚୀନ ଲୋକପ୍ରିୟ ଚରିତ୍ର ଦଶରଥ ବିଶ୍ୱରଞ୍ଜନ ନାମରେ ଜଣାଶୁଣା । ଇଣ୍ଡୋନେସିଆ ରାମାୟଣର ଆରମ୍ଭ ଭଗବାନଙ୍କ ଜନ୍ମରୁ ହୋଇଥାଏ, ଯେତେବେଳେ ବିଶ୍ୱାମିତ୍ରଙ୍କ ସହିତ ରାମ ଓ ଲକ୍ଷ୍ମଣଙ୍କ ପ୍ରସ୍ଥାନରେ ସମସ୍ତ ଋଷିଗଣ ମଙ୍ଗଳାଚରଣ ଗାନ କରନ୍ତି ଏବଂ ଦଶରଥଙ୍କ ଘରେ ଏହି ଜ୍ୟେଷ୍ଠ ପୂତ୍ରଙ୍କ ଜନ୍ମ ସହିତ ବିଭିନ୍ନ ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିବାକୁ ମିଳେ ।

ଏହି ଦେଶର ରାମାୟଣର ଆଉ ଏକ ଖାସ କଥା ହେଉଛି ଏଠାକାର ରାମାୟଣରେ ଲକ୍ଷ୍ମଣ ହେଉଛନ୍ତି ନୌସେନା ସେନାପତି । ଅନ୍ୟପକ୍ଷରେ ସୀତାଙ୍କୁ ସିନ୍ତା ବୋଲି କୁହାଯାଏ । ହନୁମାନ ଇଣ୍ଡୋନେସିଆର ସବୁଠାରୁ ଲୋକପ୍ରିୟ ଚରିତ୍ର । କାରଣ ଆଜି ମଧ୍ୟ ଏହି ଦେଶରେ ସ୍ୱାଧୀନତା ଦିବସ ବା ୨୭ ଡିସେମ୍ବରକୁ ରାଜଧାନୀ ଜକାର୍ତ୍ତା ସଡ଼କରେ ଯୁବଗୋଷ୍ଠୀ ହନୁମାନଙ୍କ ବେଶରେ ପରେଡରେ ସାମିଲ ହୁଅନ୍ତି । ଯଦିଓ ଭାରତରେ ରାମଙ୍କ ଭକ୍ତ ହନୁମାନ ନାମରେ ପରିଚିତ, ଇଣ୍ଡୋନେସିଆରେ କିନ୍ତୁ ଅନୋମାନ ଭାବରେ ଜଣାଶୁଣା ।

ଗତବର୍ଷ ଇଣ୍ଡୋନେସିଆ ସରକାର ଭାରତର କେତେକ ସ୍ଥାନରେ ଇଣ୍ଡୋନେସିଆ ରାମାୟଣ ଉପରେ ଆଧାରିତ ରାମଲୀଳାକୁ ମଞ୍ଚସ୍ଥ କରିବାକୁ ନିବେଦନ କରିଥିଲେ । ସେଠାକାର ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଅନୀସ ବାସ୍ୱେଦନ ଭାରତ ଆସିଥିଲେ ଏବଂ ସେ ଭାରତର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ସାକ୍ଷାତ କରିଥିଲେ । ଇଣ୍ଡୋନେସିଆ ଚାହୁଁଛି ତା ରାମାୟଣ କଥାକୁ ଭାରତରେ ଅତି କମରେ ଦୁଇଥର ମଞ୍ଚସ୍ଥ କରାଯାଉ ବୋଲି ସେ କହିଥିଲେ ।

କୃଷି ସଂଗଠନର ବୈଠକ: ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରସ୍ତୁତ ହେବ ରଣନୀତି

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ୩୦ ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ କୃଷକମାନେ ସାନ୍ତ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ। ଏହା ବ୍ୟତୀତ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହେବ। କୃଷକମାନେ କହିଛନ୍ତି ଯେ ଆଇନଗତ ନୋଟିସ ପାଇବା ପରେ ସେମାନେ ସୁପ୍ରିମକୋର୍ଟରେ ପକ୍ଷ ରଖିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ।

ଅନ୍ୟପଟେ କୋର୍ଟରୁମ୍‌ରେ ପହଁଞ୍ଚିଥିବା ଚାଷୀ ଆନ୍ଦୋଳନ ମାମଲାର ଗତକାଲି ପ୍ରଥମ ଶୁଣାଣି ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଗତକାଲି ଶୁଣାଣିରେ ଚାଷୀଙ୍କ ସମସ୍ୟାକୁ କୋର୍ଟ ରାଷ୍ଟ୍ରୀୟ ମୁଦ୍ଦା କହିବା ସହ ସ୍ୱତନ୍ତ୍ର କମିଟି କରିବ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସରକାର, ଚାଷୀ ସଂଗଠନ ସହ ଅଂଶୀଦାର ରହିବେ।

ତେବେ ଏହି ନୂତନ କମିଟି କୌଣସି ସମସ୍ୟାର ସମାଧାନ ନୁହଁ ବୋଲି କିଛି କୃଷକ ସଂଗଠନ। କାରଣ ସେମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ସଙ୍ଗଠନର କହିବା କଥା ସଂସଦରେ ଏକ ଆଇନ ପ୍ରଣୟନ କରିବା ପୂର୍ବରୁ ସରକାରଙ୍କୁ କୃଷକ ଏବଂ ଅନ୍ୟମାନଙ୍କ କମିଟି ଗଠନ କରିବା ଉଚିତ ଥିଲା।

 

୨୫ ହଜାର ତଳକୁ ଖସିଲା ଦୖେନିକ କରୋନା ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୪ ହଜାର ୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗୋଟିଏ ଦିନରେ କରୋନା ସଂକ୍ରମଣରେ ଆଉ ୩୫୫ ଜଣଙ୍କର ଜୀବନ ଯାଇଛି । ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧ରେ ପହଞ୍ଚିଛି ।

ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୫୬ ହଜାର ୫୫୮ ହୋଇଥିବା ବେଳେ ସକ୍ରିୟ ମାମଲା ରହିଛି ୩ ଲକ୍ଷ ୨୨ ହଜାର ୩୬୬ । ସେହିପରି  ଗତ୨୪ ଘଣ୍ଟାରେ ୩୩ ହଜାର ୨୯୧ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏଯାବତ୍ ମୋଟ୍ ୯୪ ଲକ୍ଷ ୮୯ ହଜାର ୭୪୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ପ୍ରଦୀପଙ୍କ ବେଙ୍ଗାଳୁରୁ ସମ୍ପତ୍ତି ନେଇ ଖୋଳତାଡ଼ କରୁଛି ଭିଜିଲାନ୍‌ସ SIT

ବେଙ୍ଗାଳୁରୁ: ଖୋଲୁଛି ପ୍ରଦୀପ ପାଣିଗ୍ରାହୀଙ୍କ କେଳେଙ୍କାରୀ ଗୁମର । କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରକୁ ଲମ୍ବିଛି ଜାଲିଆତିର ଜାଲ କାରନାମା । ରାଜ୍ୟ ପରେ ଏବେ ରାଜ୍ୟ ବାହାରକୁ ଟାର୍ଗେଟ କରିଛି ଭିଜିଲାନ୍ସ । ବାହାରେ କେତେ କଣ ଲୁଚାଇ ରଖିଛନ୍ତି ବିଧାୟକ ପ୍ରଦୀପ ତାର ଏବେ ଖୋଳତାଡ଼ ଆରମ୍ଭ ହୋଇଛି । ଭିଜିଲାନ୍ସ ଏସ୍‌ଆଇଟି ବେଙ୍ଗାଳୁରୁରେ ପ୍ରଦୀପଙ୍କ ସମ୍ପତ୍ତି ନେଇ ଖୋଳତାଡ଼ କରୁଛି ।

କେଳେଙ୍କାରୀରେ ସାମିଲ ଥିବା ଗୋଟିଏ ବି ପ୍ରମାଣକୁ ହାତଛଡ଼ା କରିବାକୁ ଚାହୁଁନି ଭିଜିଲାନ୍ସ । ସେଠାରେ କିଛି ବେନାମୀ ସମ୍ପତ୍ତି ଥିବାର ସୁରାକ୍ ପାଇଛି ଭିଜିଲାନ୍‌ସ । ସେ ସମ୍ପର୍କରେ ତନାଘନା ଚାଲିଛି । ପ୍ରଦୀପ ଓ ତାଙ୍କ ସହଯୋଗୀ ବିପୁଳ ପରିମାଣର ଜମି କିଣିଥିବା ନେଇ ସୂଚନା ମିଳିଛି । ଏଥିସହ ହୋଟେଲ୍ ବ୍ୟବସାୟରେ ମଧ୍ୟ ଅଂଶୀଦାର ଥିବା ଜଣାପଡିଛି । ଗତ ୨ ଦିନ ହେଲା ବେଙ୍ଗାଳୁରୁରେ ତଦନ୍ତ କରୁଛି ଟିମ୍ ।

ଖୁସି ଖବର, କୋଭାକ୍ସିନ୍ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରେ ସଫଳ; ବଢାଇବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରେ ସଫଳ ହୋଇଛି ।

ସୂଚନା ମୁତାବକ, ଏହା ଲୋକଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଏହାର କୌଣସି ସାଇଡ ଇଫେକ୍ଟ ନଥିବା ଦେଖିବାକୁ ମିଳିଛି । ଦେଶରେ ଜରୁରୀକାଳୀନ ଅନୁମତି ନେଇ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିବା ଟିକା ମଧ୍ୟରୁ ଗୋଟିଏ ହେଉଛି କୋଭାକ୍ସିନ୍ ।

ତେବେ ଆବେଦନ କରାଯାଇଥିବା ଟିକା ଗୁଡ଼ିକ ମଧ୍ୟରେ କୋଭାକ୍ସିନ୍, ଆଷ୍ଟ୍ରାଜେନିକା, କୋଭିସିଲ୍ଡ ରହିଛି । ଆହୁରି ମଧ୍ୟ କୋଭାକ୍ସିନର ଭଲ ପ୍ରଦର୍ଶନ ପରେ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ନେଇ ସମ୍ଭାବନା ବଢ଼ିଯାଇଛି ।