spot_img
Home Blog Page 6113

ବସ୍ତି ପିଲାଙ୍କ ଲାଗି ଆଶାର କିରଣ ସାଜିଥିଲେ ପ୍ରକାଶ

କଟକ: ଆଶା ଥିଲା, ଆଶ୍ୱସନା ଆଗେଇ ନେଉଥିଲା । ରାସ୍ତା କଡ଼ରେ ୫୪ ବର୍ଷ ଧରି ଚା’ ବିକିବା ପରେ ସେ ପାଇଥିଲେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ । ଜଣେ ଚା’ ବିକାଳି ଭାବେ ତାଙ୍କୁ ପଦ୍ମଶ୍ରୀ ମିଳିବା ପରେ ସେ ବେଶ୍ ଖୁସିବ୍ୟକ୍ତ କରିଥିଲେ । ହେଲେ, ସେ ଆଜି ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଛି । ପ୍ରକାଶଙ୍କ ପରଲୋକରେ ଅସ୍ତମିତ ସୂର୍ଯ୍ୟ ବି ଗୁମୁରି କାନ୍ଦୁଛି ।

Life Story Of Padma Shri D. Prakash Rao

ମାତ୍ର ୬ ବର୍ଷ ବୟସରୁ ବାପାଙ୍କ ଚା’ ଦୋକାନରେ କାମ କରିବା ଆରମ୍ଭ କରିଥିଲେ ପ୍ରକାଶ । ପ୍ରକାଶଙ୍କ ବାପା ଦ୍ୱିତୀୟ ଯୁଦ୍ଧ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ । ଯୁଦ୍ଧ ସରିବା ପରେ ସେ କଟକ ଫେରି ଆସିଥିଲେ । ଲକ୍ଷ୍ୟ ଥିଲା ଅନ୍ୟ କୌଣସି ଚାକିରି କରିବା । କିନ୍ତୁ, ଚାକିରି ମିଳିଲାନି । ଚାକିରି ନମିଳିବାରୁ ଦାରିଦ୍ର୍ୟ ଭିତରକୁ ଚାଲିଯାଇଥିଲେ ସେ । ମାତ୍ର ୫ ଟଙ୍କାରେ ପ୍ରକାଶଙ୍କ ବାପା ଆରମ୍ଭ କରିଥିଲେ ଚା’ ଦୋକାନ । ଆଉ ସେହି ଚା’ ଦୋକାନକୁ ପ୍ରକାଶ ୫ ଦଶନ୍ଧି ଧରି ଚଳାଇଥିଲେ ।

Life Story Of Padma Shri D. Prakash Rao

ବସ୍ତିରେ ବାସ କରୁଥିବା ପ୍ରକାଶ ଅଭାବୀ ପରିବାର ଅଭାବକୁ ଭଲ ଭାବେ ବୁଝିଥିଲେ । ବସ୍ତି ଛୁଆଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରିବା ଦେଖି ଦୁଃଖିତ ପ୍ରକାଶ ଆରମ୍ଭ କରିଥିଲେ ଛୋଟିଆ ପ୍ରୟାସ । ତାଙ୍କ ଚା’ ଦୋକାନରେ ବିକ୍ରି ହେଉଥିବା ପ୍ରତି ଚା’ ମୂଲ୍ୟର ଅଧା ଟଙ୍କା ବସ୍ତିର ଛୁଆଙ୍କ ପାଠପଢ଼ା ଓ ସ୍ୱାସ୍ଥ୍ୟ ପାଇଁ ପ୍ରକାଶ ଖର୍ଚ୍ଚ କରୁଥିଲେ । ପ୍ରଥମେ ନିଜ ଚାଳ ଛପର ୨ ବଖରା ଘରେ ୪ ଛୁଆଙ୍କୁ ନେଇ ଆରମ୍ଭ କରିଥିଲେ ଅଭିଯାନ । ଛୁଆଙ୍କୁ ମାଗଣାରେ ଖାଦ୍ୟ ସହ ପାଠ ପଢ଼ାଇଥିଲେ ।

Life Story Of Padma Shri D. Prakash Rao

ତେବେ, ଏଥିରେ ବି ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିଛି ଅଭିଭାବକ ଛୁଆ ପାଠ ପଢ଼ି କଣ କରିବେ ବୋଲି ପ୍ରଶ୍ନ କରିଥିଲେ । ତଥାପି ଭାଙ୍ଗିନଥିଲେ ପ୍ରକାଶ । ଧିରେ ଧିରେ ପ୍ରକାଶଙ୍କ ପାଖରେ ବସ୍ତି ଛୁଆଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଏବେ ତାହା ଏକ ଶିକ୍ଷାନୁଷ୍ଠାନରେ ପରିଣତ । ‘ଆଶା ଓ ଆଶ୍ୱସନା’ ଶିକ୍ଷାନୁଷ୍ଠାନ ପ୍ରତିବର୍ଷ ଶହେରୁ ଅଧିକ ପିଲାଙ୍କ ଜୀବନକୁ ଗଢ଼ି ତୋଳୁଛି । ପୂର୍ବରୁ ଯେଉଁମାନେ ପ୍ରକାଶଙ୍କ ପ୍ରୟାସକୁ ବିରୋଧ କରୁଥିଲେ, ଏବେ ଖୁସିବ୍ୟକ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରକାଶଙ୍କୁ ପ୍ରଶଂସା କରିଥିଲେ । ପରେ ଓଡ଼ିଶା ଗସ୍ତ ବେଳେ ପ୍ରକାଶଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ- ଆଉ ନାହାନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ

ଝିଅଙ୍କ ବିବାହ ବୟସକୁ ନେଇ ପୂର୍ବ ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ୧୫ ବର୍ଷରେ ଆସିଥାଏ ଝିଅଙ୍କ ପ୍ରଜନନ କ୍ଷମତା

ନୂଆଦିଲ୍ଲୀ: ନୀଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ପୂର୍ବତନ ମନ୍ତ୍ରୀ ସଜନ ସିଂ ବର୍ମା ପୁଣି ଥରେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଝିଅଙ୍କ ବୟସ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସଜନ ସିଂ। ବିବାଦୀୟ ବୟାନ ଦେଇ ସେ କହିଛନ୍ତି ଯେ ଯେତେବେଳେ ଝିଅମାନଙ୍କର ପ୍ରଜନନ କ୍ଷମତା ୧୫ ବର୍ଷରେ ହୋଇଯାଇଥାଏ ସେତେବେଳେ ଏହାକୁ  ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା କ ଣ ?

ଝିଅଙ୍କ ବିବାହ ବୟସର ସୀମାକୁ ମଧ୍ୟ ବଢ଼ାଇ ୧୮ ବର୍ଷ କରାଯାଇଛି। ତେବେ ଏଥିରେ ପରିବର୍ତ୍ତନର ଆବଶ୍ୟକତା କ’ଣ?  ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦ ଘେରରେ ପୂର୍ବତନ ମନ୍ତ୍ରୀ ସଜନ ସିଂ ବର୍ମା । ଭୋପାଳରେ ବୁଧବାର ଗଣମାଧ୍ୟମ ସହ ଆଲୋଚନା ବେଳେ ସଜନ ସିଂ ଭର୍ମା ଏହି ବୟାନ ଦେଇଛନ୍ତି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ କାର୍ଯ୍ୟକ୍ରମରେ ଝିଅମାନଙ୍କର ବିବାହ ବୟସକୁ ନେଇ ଆଲୋଚନା ଆବଶ୍ୟକ ଥିବା କହିଥିଲେ। ଏହାକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଥିଲେ।

ଆଉ ନାହାନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ: ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଡି ପ୍ରକାଶ ରାଓ। ଗତ ୨୫ ତାରିଖରେ ଏସ୍‌ସିବିରେ ଅସୁସ୍ଥତା କାରଣରୁ ପୁଣି ଥରେ ଭର୍ତ୍ତି ହୋଇଥିଲେ। ୨୦୧୯ ରେ ତାଙ୍କୁ ସମାଜ ସେବା ପାଇଁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ କରିଥିଲେ। ଓଡ଼ିଶା ଆଜି ତାଙ୍କ ବିୟୋଗରେ ଏକ ମହାନ ସମାଜସେବୀଙ୍କୁ ହରାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା ବାବଦକୁ ରେଡକ୍ରସ ପକ୍ଷରୁ ଜିଲ୍ଲାପାଳଙ୍କ ସହାୟତାରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅଧିକ ଚିକତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏସ୍‌ସିବିରେ ଚିକିତ୍ସାଧିନ ଥିଲେ।

କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

ମାରଣାସ୍ତ୍ର ଦେଖାଇ SBIରୁ ୫ ଲକ୍ଷ ଟଙ୍କା ଲୁଟ୍, ମ୍ୟାନେଜର ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇରୁ ସଶସ୍ତ୍ର ଡକାୟତି । ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଡକାୟତମାନେ ବ୍ୟାଙ୍କରେ ବନ୍ଧୁକ ଓ ଖଣ୍ଡା ଦେଖାଇ ଗ୍ରାହକ ଓ କର୍ମଚାରୀଙ୍କୁ ପ୍ରଥମେ ଭୟଭୀତ କରାଇଥିଲେ । ପରେ ମାଡ଼ ମାରି ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଇଛନ୍ତି ।

Miscreants Loots 5 Lakh From SBI Dumerjore Branch

ଡୁମେରଜୋର ଷ୍ଟେଟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଲୁଟେରାଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି । ୨ଟି ବାଇକରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କକୁ ଆସି ଲୁଟ୍ କରିଛନ୍ତି । ସ୍ଥାନୀୟ ପୋଲିସ ଲୁଟର ତଦନ୍ତ କରୁଛି ।

କୃଷକଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା, ପୁରିଲା ପାଞ୍ଚ ବର୍ଷ

ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନର ନିଆଁ ବ୍ୟାପିବାରେ ଲାଗିଛି। ରାଜରାସ୍ତାରେ ଶୀତ କାକରୁ ଖାତିର ନକରି କୃଷକ ମାନେ ଚଳାଇଛନ୍ତି ତାଙ୍କର ଆନ୍ଦୋଳନ। ଆଉ ଏହରି ଭିତରେ ଫସଲ ବିମା ଯୋଜନାକୁ ପୁରିଛି ୫ ବର୍ଷ। ଆମ ଦେଶର କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି। କେବେ ପ୍ରାକୃତିକ ବିପର୍ଯ୍ୟୟତ କେବେ ବଜାର ଦର ଖସିବା କାରଣରୁ। ସେଥିପାଇଁ ଦେଶରେ କୃଷକ ମାନଙ୍କ ପାଇଁ ଆରମ୍ଭ ହୋଇଥିଲା ଫସଲ ବିମା ଯୋଜନା। ୧୩ ଜାନୁୟାରୀ ୨୦୧୬ ରେ କେନ୍ଦ୍ର ସରକାର ଏହି ଯୋଜନା କୃଷକ ମାନଙ୍କ ହିତ ପାଇଁ କାର୍ଯ୍ୟକାରୀ କରିଥିଲେ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀ ଚାଷୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥିରୁ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି। ହିତାଧିକାରୀଙ୍କୁ ମୋର ହୃଦୟରୁ ଅଭିନନ୍ଦନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କାହିଁକି କୃଷକଙ୍କୁ ଆକୃଷ୍ଠ କରେ

  • ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ୩୩ % ଏବଂ ଅଧିକ ଫସଲ ନଷ୍ଟ ହେଲେ ରିଲିଫ ଯୋଗାଇ ଦିଆଯାଉଛି, ଯାହା ପୂର୍ବରୁ ୫୦% କ୍ଷତି ହେଲେ ଦିଆଯାଉଥିଲା।
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେବଳ କୃଷକଙ୍କ ଜୀବିକା ରକ୍ଷା କରେ ନାହିଁ ବରଂ ସ୍ଥାୟୀ ଚାଷକୁ ସୁନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
  • ଟେକ୍ନୋଲୋଜି ବ୍ୟବହାର କରି କୃଷକମାନେ ବର୍ତ୍ତମାନ ସହଜରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇ ପାରିବେ ।
  • ଡ୍ରୋନ୍ ପରି ଟେକ୍ନୋଲୋଜିର ବ୍ୟବହାର ବର୍ତ୍ତମାନ ଫସଲ କ୍ଷୟକ୍ଷତିର ଶୀଘ୍ର ମୂଲ୍ୟାଙ୍କନ କରିଛି ଏବଂ ବିମା ଦାବିଗୁଡିକର ତୁରନ୍ତ ସମାଧାନ କରିବାରେ ମଧ୍ୟ ସହାୟକ ହୋଇଛି।

ବଢ଼ିକି ହୋଇଛି ଏତିକି ଟଙ୍କା

ଏଥିରେ କୃଷକଙ୍କ ଅଂଶ ବ୍ୟତୀତ ପ୍ରିମିୟମର ମୂଲ୍ୟ ରାଜ୍ୟ ତଥା ଭାରତ ସରକାର ସମାନ ଭାବରେ ପ୍ରଦାନ କରୁଛନ୍ତି। ଭାରତ ସରକାର ଉତ୍ତର ପୂର୍ବ ରାଜ୍ୟଗୁଡିକରେ ୯୦ ପ୍ରତିଶତ ପ୍ରିମିୟମ ସହାୟତା ପ୍ରଦାନ କରୁଛନ୍ତି। ସଙ୍କଟ ସମୟରେ ଆତ୍ମନିର୍ଭରଶୀଳ ହେବା ଏବଂ ଆତ୍ମନିର୍ଭରଶୀଳ କୃଷକ ସୃଷ୍ଟି ପାଇଁ ଏହି ଯୋଜନାର ସୁଯୋଗ ନେବାକୁ ସରକାର କୃଷକମାନଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ହାରାହାରି ବୀମା ରାଶି ୪୦ ହଜାର ୭ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ପୂର୍ବ ଯୋଜନା ସମୟରେ ହେକ୍ଟର ପିଛା ୧୫ ହଜାର ୧୦୦ ଟଙ୍କା ଥିଲା।

ପ୍ରତିକୂଳ ପରିସ୍ଥିତିରେ କ୍ଷତି ଅନ୍ତର୍ଭୁକ୍ତ

ଏହି ଯୋଜନାରେ ଧାନ ବୁଣା ଠାରୁ ଆରମ୍ଭ କରି ଅମଳ ମଧ୍ୟରେ କ୍ଷତି ସମେତ ଅମଳ ପରର କ୍ଷତି ଅନ୍ତର୍ଭୁକ୍ତ ରହିଛି। ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅମଳ ପରେ ବ୍ୟକ୍ତିଗତ ଚାଷ ସ୍ତରରେ କ୍ଷତି ଅନ୍ତର୍ଭୁକ୍ତ ରହିଛି।

 ୯୦ ହଜାର କୋଟି ଟଙ୍କା ପାଇଛନ୍ତି ଚାଷୀ

କୃଷି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଯୋଜନାରେ ବର୍ଷକୁ ୫.୫ କୋଟି ଚାଷୀ  ଆବେଦନ କରୁଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ହଜାର କୋଟି ଟଙ୍କା ବୀମା ବାବଦରେ ଚାଷୀଙ୍କୁ ଦିଆଯାଇଛି ।  ଅନ୍ୟପଟେ କୋଭିଡ ଲକଡାଉନ୍ ସମୟରେ ଏହି ଯୋଜନା କୃଷକଙ୍କ ଅଧିକ ସାହାଯ୍ୟ କରିଛି। ପ୍ରାୟ ୭୦ ଲକ୍ଷ କୃଷକ ଯୋଜନା ଦ୍ୱାରା ଉପକୃତ ହୋଇଥିଲେ । ଏହି ସମୟରେ ୮ହଜାର ୭୪୧ କୋଟି.୩୦ ଲକ୍ଷ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

୧୬ରୁ ୩୦ ଜିଲ୍ଲାରେ ଟିକାକରଣ, କାହାଭାଗରେ କେତେ କୋଭିସିଲ୍ଡ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚି ସାରିଛି କରୋନା ଭ୍ୟାକ୍ସିନ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ଏଥିନିମନ୍ତେ ରାଜ୍ୟରେ ୧୬୦ଟି ସେସନ୍ ସାଇଟ୍ ଚିହ୍ନଟ ହୋଇଥିବା ବେଳେ ଡ୍ରାଏ୍ ରନ୍ ସରିଛି । ଅକ୍ସଫୋର୍ଡର କୋଭିସିଲ୍ଡ ଟିକାର ୪୦ ହଜାର ୮ ଶହ ଡୋଜ୍ ଓଡ଼ିଶା ସାଇଥିବା କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ରେ ଭ୍ୟାକ୍ସିନ୍ ପହଞ୍ଚି ସାରିଥିବା ବେଳେ ଅନ୍ୟ ଜିଲ୍ଲାକୁ ପଠାଯାଉଛି । କେଉଁ ଜିଲ୍ଲାରେ କେତେ ଭ୍ୟାକ୍ସିନ୍ ଦିଆଯିବ ତାର ତଥ୍ୟ ଆସିଛି ।

Know Which Dist Get How Much Covid Vaccine For First Phase

ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।

Know Which Dist Get How Much Covid Vaccine For First Phase

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୪ ହଜାର ୫୯୦ ଜଣଙ୍କୁ ଟିକା ଦିଆଯିବାକୁ ଥିବାବେଳେ ବଲାଙ୍ଗିରରେ ୭ ହଜାର ୨୦୦ ଜଣଙ୍କୁ, ବାଲେଶ୍ୱରରେ ୭ ହଜାର ୫୬୦ ଜଣଙ୍କୁ, ବରଗଡ଼ରେ ୬ ହଜାର ୫୨୫ ଜଣଙ୍କୁ, ଭଦ୍ରକରେ ୪ ହଜାର ୯୯୫ ଜଣଙ୍କୁ, ବୌଦ୍ଧରେ ୧ ହଜାର ୭୫୫ ଜଣଙ୍କୁ, କଟକରେ ୧୭ ହଜାର ୧୯୦ ଜଣଙ୍କୁ, ଦେବଗଡ଼ରେ ୧ ହଜାର ୪୮୫, ଢେଙ୍କାନାଳରେ ୪ ହଜାର ୫୦୦, ଗଜପତିରେ ୪ ହଜାର ୫୦ ଜଣଙ୍କୁ, ଗଞ୍ଜାମରେ ୧୫ ହଜାର ୧୨୦ ଜଣଙ୍କୁ, ଜଗତସିଂହପୁରରେ ୪ ହଜାର ୫୯୦ ଜଣଙ୍କୁ, ଯାଜପୁରରେ ୬ ହଜାର ୮୮୫ ଜଣଙ୍କୁ, ଝାରସୁଗୁଡ଼ାରେ ୨ ହଜାର ୮୮୦ ଜଣଙ୍କୁ, କଳାହାଣ୍ଡିରେ ୬ ହଜାର ୧୨୦ ଜଣଙ୍କୁ, କନ୍ଧମାଳରେ ୪ ହଜାର ୫୯୦ ଜଣଙ୍କୁ, କେନ୍ଦ୍ରାପଡ଼ାରେ ୪ ହଜାର ୯୯୫ ଜଣଙ୍କୁ, କେନ୍ଦୁଝରରେ ୭ ହଜାର ୨୯୦ ଜଣଙ୍କୁ, ଖୋର୍ଦ୍ଧାରେ ୫ ହଜାର ୫୩୫ ଜଣଙ୍କୁ, କୋରାପୁଟରେ ୭ ହଜାର ୪୭୦ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯିବ ।

Know Which Dist Get How Much Covid Vaccine For First Phase

ସେହିଭଳି ମାଲକାନଗିରିରେ ୩ ହଜାର ୨୪୦ ଜଣଙ୍କୁ, ମୟୂରଭଞ୍ଜରେ ୧୦ ହଜାର ୭୧୦ ଜଣଙ୍କୁ, ନବରଙ୍ଗପୁରରେ ୬ ହଜାର ୩୦୦ ଜଣଙ୍କୁ, ନୟାଗଡ଼ରେ ୩ ହଜାର ୬୦୦ ଜଣଙ୍କୁ, ନୂଆପଡ଼ାରେ ୩ ହଜାର ୨୪୦ ଜଣଙ୍କୁ, ପୁରୀରେ ୬ ହଜାର ୩୦୦ ଜଣଙ୍କୁ, ରାୟଗଡ଼ାରେ ୪ ହଜାର ୮୬୦ ଜଣଙ୍କୁ, ସମ୍ବଲପୁରରେ ୬ ହଜାର ୭୫୦ ଜଣଙ୍କୁ, ସୁବର୍ଣ୍ଣପୁରରେ ୩ ହଜାର ୨୮୫ ଜଣଙ୍କୁ, ସୁନ୍ଦରଗଡ଼ରେ ୯ ହଜାର ୯୪୫ ଜଣଙ୍କୁ ଏପରି ମୋଟ ୧ ଲକ୍ଷ ୮୩ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ । ସେହଭଳି ଭୁବନେଶ୍ୱରରେ ୯ ହଜାର ଜଣଙ୍କୁ ଦିଆଯିବ ଭ୍ୟାକ୍ସିନ୍ । ଏହିଭଳି ଭାବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ ।

Know Which Dist Get How Much Covid Vaccine For First Phase

ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ପାଇଁ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ।

ପ୍ରସ୍ତାବିତ ପୁରୀ ମେଡିକାଲ କଲେଜ ସ୍ଥିତି ସମୀକ୍ଷା କଲେ DMET

ପୁରୀ: ପ୍ରସ୍ତାବିତ ପୁରୀ ମେଡିକାଲ କଲେଜ ପାଇଁ ସ୍ଥିତି ସମୀକ୍ଷା । DMETଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି । ପୁରୀ ମେଡିକାଲ କଲେଜରେ ଥିବା ଏକାଡେମୀକ ବ୍ଲକ, ଆଡମିନିଷ୍ଟ୍ରେଟିଭ ବ୍ଲକ, ଏବଂ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଛନ୍ତି ଟିମ୍ । ଛୋଟ ଛୋଟ ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।

DMET Visits Proposal Puri Medical College

ଏହା ଭିତରେ ନାସନାଲ ମେଡିକାଲ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ପୁରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ମେଡିକାଲ କଲେଜର ସମସ୍ତ ପ୍ରକାର ଭିତ୍ତିଭୂମି କାର୍ଯ୍ୟ ସରିଥିବା କହିଛନ୍ତି DMET । ତେବେ ଆଗାମୀ ୨୦୨୧-୨୨ ଏକାଡେମିକ ବର୍ଷ ପାଇଁ ପାଠ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ DMET ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଏହି ମେଡିକାଲ କଲେଜ ବୁଲି ଦେଖିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ପୁରୀ ମେଡିକାଲ ଏଲଓପି ପାଇସାରିଛି ।

DMET Visits Proposal Puri Medical College

ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ପୁରୀବାସୀଙ୍କ ସ୍ୱପ୍ନ ସାକାର ହେବା ସହ ଜନସାଧାରଣ ଆହୁରି ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟସରକାରଙ୍କ ନିଷ୍ଠା ଯୋଗୁଁ ଏହି ମେଡିକାଲ କଲେଜ ବର୍ତ୍ତମାନ ସୁଦ୍ଧା ହୋଇପାରିଛି । ପୁରୀ ମେଡିକାଲକୁ ଅଧିକ କାର୍ଯ୍ୟକ୍ଷମ କରିବାପାଇଁ ମଧ୍ୟ ବ୍ୟବସ୍ଥା କରାଯିବାକୁ DMETଙ୍କ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି ।

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦୁଝର: ୨୦୧୭ ମସିହା ସଦର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ୨ ଅଭିଯୁକ୍ତ ଆଦିବାସୀଙ ନାବାଳିକା ଜଣଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଏଥିସହ ଏନେଇ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

Keonjhar ADJ Court Sentence 20 Years Jail To Two Accused

ଏହି ମାମଲାର ବିଚାର କରି ଏଡିଜେ ଲୋକନାଥସ ସାହୁ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ଅଭିଯୁକ୍ତ ସନ୍ତୋଷ ମୁଣ୍ଡା ଓ ଧନୁ କେରେଇଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା୪ ଅନାଦେୟ ହେଲ ଏକ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ତିହିଡ଼ିରେ ଉତ୍ତେଜନା, ପିସିଆର୍ ଜାଳିଦେଲେ ଲୋକ

ଭଦ୍ରକ: ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ପୋଲିସକୁ ମାଡ଼ ମାରିଲେ, ପିସିଆର୍ ବି ଜାଳିଦେଲେ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲୀନଗର ଛକରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ପୋଲିସ ମାଡ଼ରେ ଭିନ୍ନକ୍ଷମଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଜାଳି ଦେଇଛନ୍ତି ।

Local Brunt PCR Van In Bhadrak And Attack Cops

ମୃତକ ନୟାନନ୍ଦ ପଞ୍ଚାୟତ ହାତୁଆରି ଗାଁର ବାପି ମହାଳିକ । ସୂଚନା ଅନୁଯାୟୀ- ବାପି ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡ଼ାଇଥିଲା । ମୂକ ବାପି ଦୌଡ଼ିବା ବେଳେ ପୋଖରୀ ଭିତରେ ପଡ଼ି ଯାଇଥିଲେ । ପୋଲିସ ବାପିଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିବା ପରିବର୍ତ୍ତେ ଅଗ୍ନିଶମ ବାହିନୀକୁ ଅପେକ୍ଷା କରି ରହିଥିଲା ।

Local Brunt PCR Van In Bhadrak And Attack Cops

ପରେ ବାପିଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏଥିରେ ଉତକ୍ଷିପ୍ତ ସ୍ଥାନୀୟ ଲୋକ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅଲ୍ଲୀନଗର ଠାରେ ଅବରୋଧ କରିଛନ୍ତି । ଉତ୍ତ୍ୟକ୍ତ ଲୋକ ପୋଲିସକୁ ମାଡ଼ ମାରିବା ସହ ପିସିଆର୍ ଭ୍ୟାନ୍ ଜାଳି ଦେଇଛନ୍ତି । ଏବେ ବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି ।

ଚାଇନା ଟିକାକୁ ନେଇ ବ୍ରାଜିଲର ନୂଆ ତଥ୍ୟ, ଟିକାକରଣ ପରେ କାମ କରୁଛି ମାତ୍ର ୫୦ ପ୍ରତିଶତ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚାଇନା ଟିକାର ଅସଲ ଚିତ୍ର। ବ୍ରାଜିଲ ଆଣିଲା ଚାଇନା ଟିକାର ସତ। ଚାଇନାର ସିନୋବେକ ବାୟୋଟେକ୍ ଟିକାର ନୂଆ ଡାଟା ଖୋଲିଛି ବ୍ରାଜିଲ। ଡାଟାରେ ଉଲ୍ଲେଖ ରହିଛି ଯେ ଏହି ଟିକା କେବଳ ୫୦ ପ୍ରତିଶତ କାମ କରୁଛି ଯାହା ପୂର୍ବରୁ ପ୍ରକାଶିତ ତଥ୍ୟ ତୁଳନାରେ ବହୁତ କମ୍ ଅଟେ।

ତୃତୀୟ ପର୍ଯ୍ୟାୟ ଟିକାକରଣ ପରୀକ୍ଷଣର ତଥ୍ୟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ଯେଉଁଥିରେ ଏହି ଟିକା ୭୫ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଥିଲା। ଏବଂ ଏହାର ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମାଗିଥିଲା ଚିନର ସ୍ୱାସ୍ଥ୍ୟ ବିଭାଗ।

ତେବେ ବ୍ରାଜିଲର ସିନୋବେକ ଟିକାର ଅଂଶୀଦାର ବୁଟାନଟନ୍ ଇନଷ୍ଟିଚ୍ୟୁଟ୍ ଲୋକଙ୍କୁ ଟୀକାକରଣର ନୂତନ ଟିକା ହାରକୁ ଅଣଦେଖା କରିବାକୁ ଅନୁରୋଧ କରିଛି। ଏହି ଚାଇନୀଜ୍ ଟିକାର ନାମ ହେଉଛି କରୋନାଭ୍ୟାକ୍। ବୁଟାନଟନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ସାମ୍ନାରେ ଏହି ଟିକାର ନୂତନ ତଥ୍ୟ ଉପସ୍ଥାପନ କରିଥିଲା ​​ଯେଉଁଥିରେ ଏହାର କାମ କରିବା ଶକ୍ତି ୫୦.୪ପ୍ରତିଶତ ବୋଲି ଜଣାଯାଇଛି।

ବୁଟାନଟନ୍ କ୍ଲିନିକାଲ୍ ପରୀକ୍ଷଣର ନିର୍ଦ୍ଦେଶକ ଡାକ୍ତର ରିକାର୍ଡୋ ପାଲାସିଓସ୍ ଏହି ନୂତନ ତଥ୍ୟକୁ ସ୍ପଷ୍ଟ କରି କହିଛନ୍ତି ଯେ। ଏହି ଟିକାର କାମ କରିବା ଶକ୍ତି ଏଥିପାଇଁ କମ୍‌ ଆସିଛି କାରଣ ଏହି ଟକା କରୋନା ଲକ୍ଷଣ ଥିବା ବ୍ୟକ୍ତଙ୍କ ଠାରେ ମଧ୍ୟ ଦିଆଯାଇଥିଲା। ଏଥି ସହିତ, ଆମେରିକାର ଫଇଜର ବାୟୋଟେକ ଟିକା ବିଷୟରେ କହିବାକୁ ଗଲେ, ଏହାର କାମ କରିବା ଶକ୍ତି ହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୫ ପ୍ରତିଶତ ବୋଲି ଜଣାପଡିଛି।