ନନ୍ଦିଘୋଷ ବ୍ୟୁରୋ : ଆହୁରି ୩ ଦିନ ରାଜ୍ୟରେ ବର୍ଷା । କାରଣ ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବ । ତେଣୁ ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ୪ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୧୦ ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା।
ଆଜିଠୁ ବର୍ମିଂହାମ୍ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ
ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ବର୍ମିଂହାମରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ମ୍ଯାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୱିକେଟରେ ହାରିଥିବାରୁ ଚାପରେ ଶୁବମନ ଗିଲଙ୍କ ଯୁବ ବାହିନୀ । ବର୍ମିଂହାମରେ ଭାରତ ଇଂଲଣ୍ଡ ବିରୋଧରେ କେବେ ବିଜୟୀ ହୋଇ ଥିବାବେଳେ ଦଳପାଇଁ ଏବେ ବୋଲିଂ ମୁଖ୍ୟ ସମସ୍ୟା ପାଲଟିଛି । ଭାରତର ପ୍ରମୁଖ ପେସ୍ ବୋଲର ଯଶପ୍ରିତ ବୁମରା ନ ଖେଳିବା ଚର୍ଚ୍ଚା ହେଉଛି । ଲିଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଯଶପ୍ରିତଙ୍କ ବୋଲିଂ କାରଣରୁ ପ୍ରଥମ ପାଳିରେ ୬ ରନରେ ଆଗୁଆ ଥିଲା ଭାରତ । କିନ୍ତୁ ଦ୍ବିତୀୟ ପାଳିରେ ବୋଲର ପ୍ରଭାଭଶୂନ୍ଯ ରହିବା କାରଣରୁ ସୁଯୋଗ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ବର୍ମିଂହାମରେ ବୁମରାଙ୍କ ସ୍ଥାନ ନେଇପାରନ୍ତି ବାମହାତୀ ଅର୍ଶଦୀପ ସିଂ । ବର୍ମିଂହାମରେ ୧୯୬୭ରୁ ଆରମ୍ଭ କରି ୮ଟି ଟେଷ୍ଟ ଖେଳିଛି ଭାରତ । ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର ରହିଛି । ତେଣୁ ଏଠାରେ ଗିଲ ବାହିନୀ ବିଜୟୀ ହୋଇ ଭାରତର ୫୮ ବର୍ଷର ପରାଜୟ ଧାରା ଭାଙ୍ଗିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ
ନନ୍ଦିଘୋଷ ବ୍ୟୁରୋ : ଅନୁଷ୍ଠିତ ହୋଇଛି ହେରା ପଞ୍ଚମୀ ନୀତି। କେବଳ ଭାଇ ଭଉଣୀଙ୍କୁ ନେଇ ଶ୍ରୀଜଗନ୍ନାଥ ଜନ୍ମବେଦୀକୁ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ସେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଫେରିବା ବେଳେ ରାଗରେ ନନ୍ଦିଘୋଷ ରଥର ନାକଚଣା ବି ଭାଙ୍ଗି ଦେଇଛନ୍ତି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବାର ମନସ୍ଥ କରିଛନ୍ତି। ସେଥିପାଇଁ ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ । ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ସରିବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ନିକଟକୁ ବିଜେ କରିବ । ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ନାକଚଣା ଦ୍ଵାରକୁ ଅଣାଯିବ।ଏଥିସହ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଗତକାଲି ହୋଇଥିଲା ହେରା ପଞ୍ଚମୀ ନୀତି। ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରା ପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ । ରଥର ମୁଖ୍ୟ ମହାରଣା,ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି,ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ,ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ । ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି ।
ଆଜି ସରୁଛି କଣ୍ଟ, ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ
ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି କଣ୍ଟ । ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛି ସଂଘ । ଗତକାଲିଠୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସମୁହ ଛୁଟିରେ ଓଏଏସ୍ ଅଧିକାରୀ । ସେପଟେ ଓଏଏସ ଅଧିକାରୀଙ୍କ ଅନୁପସ୍ଥିତିରେ ରଥଯାତ୍ରା ଓ ପ୍ରଶାସନ କାର୍ଯ୍ୟ ଚାଲିବାରେ ବାଧାସୃଷ୍ଟି ହେବା ନେଇ ଆଶଙ୍କା ଉପୁଜିଛି । ଏପରିକି ଜିଲ୍ଲା ସ୍ରତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଟ୍ରେଜେରି କାର୍ଯ୍ୟ, ସରକାରଙ୍କ ରାଜସ୍ବ ସଂଗ୍ରହ ନେଇ ଅଚଳାବସ୍ତା ସୃଷ୍ଟି ହୋଇପାରେ । ଗତକାଲି ସୁଦ୍ଧା ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ହେଲେ ମୁଖ୍ୟ ଷଡଯନ୍ତ୍ରକାରୀ ଯେଉଁ ପର୍ଯ୍ୟନ୍ତ ଗିରଫ ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଦାବିରୁ ଓହରିବେ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି ।
ସାପ ଧରି ହସ୍ପିଟାଲରେ ପହଞ୍ଚିଲେ ସ୍ତ୍ରୀ । କହିଲେ, ଏହି ସାପ ହିଁ ସ୍ବାମୀଙ୍କୁ କାମୁଡିଛି
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମହୋବାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ନେଇଥିଲେ। ହସ୍ପିଟାଲରେ ସେ ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା କରିବାକୁ ଡାକ୍ତରଙ୍କୁ କହିଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ କାମୁଡ଼ିଥିବା ସାପକୁ ମଧ୍ୟ ହସ୍ପିଟାଲକୁ ନେଇ ଯାଇଥିଲେ। ମହିଳା ଜଣକ ବିଶ୍ୱାସ କରିଥିଲେ ଯେ ଯଦି ଡାକ୍ତର ଜାଣିପାରନ୍ତି ଯେ ତାଙ୍କୁ କେଉଁ ସାପ କାମୁଡ଼ିଛି, ତେବେ ତାଙ୍କ ସ୍ୱାମୀଙ୍କ ଭଲ ଚିକିତ୍ସା ହୋଇପାରିବ।
ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ମହୋବାର ପାନୱାଡି ଭିକାଖଣ୍ଡରେ ଘଟିଛି । ଯେଉଁଠାରେ ଘଟେଭରା ନାମକ ଏକ ଗାଁରେ ୫୨ ବର୍ଷୀୟ ହରଗୋବିନ୍ଦଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ହରଗୋବିନ୍ଦ ଯେତେବେଳେ ଗୋରୁ ଗୁହାଳରେ କାମ କରୁଥିଲେ, ସେତେବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଯେତେବେଳେ ସାପ ତାଙ୍କୁ କାମୁଡ଼ିଲା, ହରଗୋବିନ୍ଦ ଚିତ୍କାର କରି ପାଖରେ ପଡ଼ିଥିବା ଏକ ବାଡ଼ି ସାହାଯ୍ୟରେ ସାପକୁ ମାରିଦେଲେ। ସାପ କାମୁଡ଼ିବା ପରେ, ହରଗୋବିନ୍ଦଙ୍କ ସ୍ତ୍ରୀ ରାମଧାକେଲି ଚିତ୍କାର ଶୁଣି ତାଙ୍କ ସ୍ୱାମୀଙ୍କ ପାଖକୁ ଦୌଡ଼ି ଯାଇଥିଲେ।
ସ୍ତ୍ରୀ ତୁରନ୍ତ ପଡ଼ୋଶୀମାନଙ୍କୁ ଡାକିଲେ, ଗାଁର ଜଣେ ସାପଧରାଳୀଙ୍କୁ ମଧ୍ୟ ଡକାଗଲା ଯିଏ ବିଷ ବାହାର କରିବାକୁ ଚେଷ୍ଟା କଲେ। ଯେତେବେଳେ ତାଙ୍କ ସ୍ୱାମୀଙ୍କୁ କୌଣସି ଉପଶମ ମିଳିଲା ନାହିଁ, ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନେଇଗଲେ। ଯେତେବେଳେ ଡାକ୍ତର ତାଙ୍କୁ ପରୀକ୍ଷା କରିବାକୁ ଡାକ୍ତରଖାନା ଆସିଲେ ।ସେ ତୁରନ୍ତ ହରଗୋବିନ୍ଦଙ୍କୁ ଆଇସିୟୁରେ ଭର୍ତ୍ତି କଲେ ଓ ତାଙ୍କର ଚିକିତ୍ସା ଆରମ୍ଭ କଲେ। ଏହି ସମୟରେ, ରାମଧାକେଲି ଡାକ୍ତରଙ୍କୁ ଡାକିଲେ। ଯେତେବେଳେ ଡାକ୍ତର ରାମଧାକେଲିଙ୍କୁ ଦେଖିଲେ, ସେ ତାଙ୍କ ହାତରେ ସେହି ସାପଟିକୁ ଧରିଥିଲେ ଯାହା ତାଙ୍କ ସ୍ୱାମୀଙ୍କୁ କାମୁଡ଼ିଥିଲା।
ଯେତେବେଳେ ରାମଧାକେଲିଙ୍କୁ ସାପ ଆଣିବାର କାରଣ ପଚରାଗଲା । ସେ କହିଲେ, କେଉଁ ସାପ ସ୍ବାମୀଙ୍କୁ କାମୁଡିଛି ତାହା ଡାକ୍ତର ଜାଣିବା ପାଇଁ ସେ ନେଇଆସିଛନ୍ତି । ଯାହା ଫଲରେ ସ୍ବାମୀଙ୍କ ଜିକିତ୍ସା ଆହୁରି ଭଲ ହେବ । ସେଥିପାଇଁ ରାମଧାକେଲି ମୃତ ସାପଟିକୁ ଏକ ବ୍ୟାଗରେ ନିଜ ସହିତ ନେଇଗଲେ। ରାମଧାକେଲିଙ୍କ ହାତରେ ସାପକୁ ଦେଖି ସମଗ୍ର ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ତଥାପି, ଏହି ସମୟରେ କିଛି ଲୋକ ତାଙ୍କ ସ୍ୱାମୀଙ୍କ ପ୍ରତି ତାଙ୍କର ପ୍ରେମ ଦେଖି ତାଙ୍କୁ ପ୍ରଶଂସା କରୁଥିଲେ ।
ବିବାହର ୧୮ ଘଣ୍ଟା ପରେ ଖୋଲିଲା ରହସ୍ୟ, କନ୍ୟାକୁ ରଖିବାକୁ ମନା କଲା ବର
ଭୋପାଳ : ମଧ୍ୟପ୍ରଦେଶର ଶିବପୁରୀରେ ଏକ ବିବାହ ମାତ୍ର ୧୮ ଘଣ୍ଟା ଯେଏଁ ସମ୍ପର୍କ ରହିଲା । ବିବାହର ୧୮ ଘଣ୍ଟା ପରେ, ବର ନିଜେ କନ୍ୟାକୁ ନିଜ ପାଖରେ ରଖିବାକୁ ମନା କରିଦେଲେ। ଏହି ବିବାହ ଭାଙ୍ଗିବା ପଛରେ କାରଣ ହେଉଛି କନ୍ୟା ତାଙ୍କ ଜାତି ବିଷୟରେ ଭୁଲ ସୂଚନା ଦେଇ ବିବାହ କରିଥିଲେ। ବିବାହ ପୂର୍ବରୁ କନ୍ୟା ନିଜକୁ ରାଜପୁତ ବୋଲି କହିଥିଲେ, କିନ୍ତୁ ବିବାହର ୧୮ ଘଣ୍ଟା ପରେ ବର ଯେତେବେଳେ ତାଙ୍କର ପ୍ରକୃତ ଜାତି ବିଷୟରେ ଜାଣିଲେ, ସେ କନ୍ୟାକୁ ନିଜ ସହିତ ରହିବାକୁ ମନା କରିଦେଲେ । କହିଲେ ଯେ ସେ ଏହି ବିବାହକୁ ଗ୍ରହଣ କରନ୍ତି ନାହିଁ।
ଶିବପୁରୀ ଜିଲ୍ଲାର କରୈରା ଥାନା ଅଞ୍ଚଳର ଜଣେ ଝିଅ ଝାନ୍ସୀ ଜିଲ୍ଲାର ରାକ୍ସା ଥାନା ଅଞ୍ଚଳର ବାସଇ ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ୧୮ ଘଣ୍ଟା ବିତିବା ପରେ ବର ଜାଣିପାରିଲେ ଯେ ଝିଅର ପ୍ରକୃତ ଜାତି ରାଜପୁତ ନୁହେଁ ବରଂ ଯାଦବ। ବର କନ୍ୟାକୁ ନିଜ ସହିତ ରହିବାକୁ ସିଧାସଳଖ ମନା କରିଦେଇଥିଲେ। ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ଏକ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ, ଏହି ସମ୍ପର୍କ ଜାତିଭେଦର ଶିକାର ହୋଇଥିଲା। ପରେ ଉଭୟ ପରିବାର ଥାନାରେ ପହଞ୍ଚି ପାରସ୍ପରିକ ସମ୍ମତିରେ ସମ୍ପର୍କ ଶେଷ କରିଥିଲେ।
ପାରସ୍ପରିକ ସମ୍ମତିରେ ମାମଲା ସମାଧାନ ହୋଇଥିଲା। ରକ୍ସା ଥାନାର ଇନଚାର୍ଜ ରାହୁଲ ରାଠୋର କହିଛନ୍ତି ଯେ ଉଭୟ ପକ୍ଷ ବିବାହ ଭାଙ୍ଗିବା ବିଷୟରେ କଥାବାର୍ତ୍ତା କରିବାକୁ ଥାନାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ କୋର୍ଟ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। କୌଣସି ପକ୍ଷ ଲିଖିତ ଅଭିଯୋଗ ଦେଇନାହାଁନ୍ତି।

