ଭୁବନେଶ୍ବର: ଓଏଏସ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ। ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆସନ୍ତାକାଲିଠୁ ସରକାରୀ କାର୍ଯ୍ୟରେ ଯୋଗଦେବେ ଓଏଏସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଓଏଏସ ସଂଘ ସଭାପତି। ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଥିଲା ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନଥିଲା ସରକାରୀ କାମ । ଧିମେଇ ଯାଇଥିଲା ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇଥିଲେ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ । ଗିରଫ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି । ଭୁବନେଶ୍ବର ଡିସିପି ଜଗମୋହନ ମୀନା ଦେଲେ ସୂଚନା । ଆକ୍ରମଣ ଘଟଣାରେ ମୋଟ ୬ ଜଣ ଗିରଫ । ଗିରଫ ପରେ ଜଗନ୍ନାଥ ପ୍ରଧାନଙ୍କର ହେଲା ମେଡିକାଲ ଟେଷ୍ଟ । କ୍ୟାପିଟାଲ ହସପିଟାଲରେ ଜଗନ୍ନାଥ ପ୍ରଧାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା । ଗିରଫଦାରୀକୁ ବିରୋଧ କରି ସମର୍ଥକଙ୍କ ରାସ୍ତାରୋକ । ବାଣୀବିହାର ଛକକୁ ଅବରୋଧ କଲେ ଜଗନ୍ନାଥଙ୍କ ସମର୍ଥକ । ବାଣୀବିହାର ଛକରେ ଅଟକିଛି ଶହ ଶହ ଗାଡ଼ି ଓ ଆମ୍ବୁଲାନ୍ସ । ଆକ୍ରମଣ ଘଟଣାରେ ପୂର୍ବରୁ ୫ ଜଣଙ୍କୁ କରାଯାଇଥିଲା ଗିରଫ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ ଓଏଏସ ସଂଘ । ଗିରଫ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଓଏଏସ ସଂଘ । ସମୂହ ଛୁଟିରେ ଯାଇଥିଲେ ଓଏଏସ ଅଧିକାରୀ । କାର୍ଯ୍ୟବନ୍ଦ ଯୋଗୁ ଠପ୍ ହୋଇଛି ସରକାରୀ କାର୍ଯ୍ୟ । ଗତ ସୋମବାର ଦିନ ରତ୍ନାକର ସାହୁଙ୍କୁ ହୋଇଥିଲା ଆକ୍ରମଣ ।
ମଣ୍ଡିରୁ ଧାନ ଉଠିପାରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର: ମଣ୍ଡିରୁ ଧାନ ଉଠିପାରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଧାନ ଉଠାଣ ଅବଧି ସରିଯାଇଥିଲେ ବି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ଫଳରେ ରାଜ୍ୟର ସମସ୍ତ ଚାଷୀ ଏବେ ଚିନ୍ତାରେ ଥିବା ନିଜ ସୋସିଆଲ ମିଡିଆରେ ଚିନ୍ତା ପ୍ରକଟ କରିଛନ୍ତି ନବୀନ । ଚଳିତ ବର୍ଷ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ରବି ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି । ଯେଉଁ ଚାଷୀଙ୍କର ବଳକା ଧାନ ମଣ୍ଡିରେ ବିକ୍ରି କରିବାକୁ ପଞ୍ଜିକରଣ ହୋଇଛି, ଏଥିପାଇଁ ଜାରି ହୋଇଥିବା ଟୋକନର ଅବଧି ସରିବ ନାହିଁ । ଆବଶ୍ୟକ ସ୍ଥଳେ ଟୋକନର ଅବଧି ବୃଦ୍ଧି କରାଯିବ ବୋଲି କହିଥିଲେ ସରକାର । କିନ୍ତୁ ଦୁର୍ଭାଗ୍ୟର କଥା, ଅଚାନକ ଭାବେ ରାଜ୍ୟ ସରକାର ଜୁନ ୩୦ ତାରିଖ ଧାନ ବିକ୍ରି ଲାଗି ପଞ୍ଜିକରଣର ଶେଷ ଦିନରେ ଆଖି ସ୍କାନ କରି ଧାନ କିଣିବା ପାଇଁ ଘୋଷଣା କରୁଛନ୍ତି। ରାଜ୍ୟ ସରକାରଙ୍କର ଏପରି ଚାଷୀମାରଣ ନୀତି ପାଇଁ ଓଡ଼ିଶାର ହଜାର ହଜାର ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି। ଏଭଳି ନିଷ୍ପତ୍ତି ଚାଷୀଙ୍କ ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ ସାଙ୍ଗକୁ ଘୋର ପ୍ରତାରଣା । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ର ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି । ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ବଳକା ଧାନ ସରକାର ଉଠାଇବାକୁ ସେ ଦାବି କରିଛନ୍ତି । ଅବଧି ସରିଥିବା ସବୁ ଟୋକନର ଅବଧି ବୃଦ୍ଧି କରାଯିବା ସାଙ୍ଗକୁ ଧାନ କ୍ରୟ ସମୟ ସୀମା ମଧ୍ୟ ବୃଦ୍ଧି କରାଯାଉ । ଯାହା ଫଳରେ ଓଡ଼ିଶାର ଚାଷୀମାନେ ଆଶ୍ୱସ୍ତ ହେବା ସହ ବହୁତ ଉପକୃତ ହେବେ ବୋଲି ନବୀନ ଦାବି କରିଛନ୍ତି।
ରାଜ୍ୟରେ ଆହୁରି ୪ ଦିନ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର: ଆହୁରି ୪ ଦିନ ରାଜ୍ୟରେ ବର୍ଷା । ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗତି କରୁଥିବା ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଛି । ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବା ନେଇ ସମ୍ଭାବନା ରହିଛି । ତେଣୁ ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୬ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ଲାଗିକି ରହିବ। ଆଶଙ୍କା କରାଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି 30-40 କିଲୋମିଟର ରହିପାରେ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ, 5T ସ୍କୁଲ ସାଉଁଟିଲା ପ୍ରଶଂସା
ଭୁବନେଶ୍ବର: ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ । 5T ସ୍କୁଲ ପରଫର୍ମାନ୍ସକୁ ପ୍ରଶଂସା । ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରଦର୍ଶନରେ ୧୪ ତମ ସ୍ଥାନ । ୨୦୨୩-୨୪ରେ ବଡ଼ ଡିଆଁ ମାରି ପଞ୍ଚମ ପୋଜିସନ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ବାରମ୍ବାର 5T ସ୍କୁଲ ବିରୋଧରେ ବର୍ଷି ଚାଲିଛି । ହେଲେ ଏଥର ବି ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଭୁଲ ପ୍ରମାଣିତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ପ୍ରଦର୍ଶନ, ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହି ଆସୁଥିଲେ । ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିଥିଲେ । ସ୍କୁଲ ଶିକ୍ଷାରେ ଓଡ଼ିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
କେରଳକୁ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟର ମାନ୍ୟତା ମିଳିଛି । ହେଲେ କେନ୍ଦ୍ର ସରକାରଙ୍କ ରାଙ୍କିଂ ପରେ କେରଳକୁ ବି ପଛରେ ପକାଇ ଦେଇଛି ଓଡ଼ିଶା । 5T ସ୍କୁଲ ବ୍ୟବସ୍ଥାରେ ସରକାରୀ ସ୍କୁଲ ପାଇଥିଲେ ଦାମୀ ଘରୋଇ ସ୍କୁଲର ସୁବିଧା । ଏହା ଜରିଆରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ସ୍ବଚ୍ଛ ପରିମଳ ବ୍ୟବସ୍ଥା ସହ ଉତ୍ତମ କ୍ରୀଡ଼ାର ବାତାବରଣକୁ ଉପାନ୍ତ ସ୍କୁଲରେ ବି ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ନବୀନ ସରକାର ।
5T ସ୍କୁଲ ଉନ୍ନତ ଶିକ୍ଷାଦାନର ପଦ୍ଧତି ଓ ପ୍ରଣାଳୀକୁ ପ୍ରତିପାଦନ କରି ପାରିଛି । ଯାହା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଛି । ଶିକ୍ଷାର ଅଭିବୃଦ୍ଧିରେ 5T ମଡେଲର ପ୍ରମୁଖ ଭୂମିକା ନେଇ ବିଭିନ୍ନ ସର୍ଭେ ସଂସ୍ଥା ବି ପୂର୍ବରୁ ମୋହର ମାରି ସାରିଛନ୍ତି ।
କୁଇଣ୍ଟାଲ କୁଇଣ୍ଟାଲ ଧାନ ଧରି ଚାଷୀ ହତାଶ, ବଢିବନି ଟୋକନ ଅବଧି
ଭୁବନେଶ୍ବର: ସରିଲା ଅବଧି, ଉଠିଲାନି ଧାନ । ଲଗାଣ ବର୍ଷା ଜାରି ରହିଥିବାରୁ ଚାଷୀକୂଳ ହତାଶ । ଏପରି ସ୍ଥିତିରେ ରାଜ୍ୟ ସରକାର ଟୋକନ ଅବଧି ବୃଦ୍ଧି କରିବେନି ବୋଲି ଘୋଷଣା କରିଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ୍ତ ବଳସାମନ୍ତ କହିଛନ୍ତି ଏହି ମାସ ଶେଷ ସୁଦ୍ଧା ଟୋକନ ଅବଧି ଥିଲା । ଆଉ ସରକାର ଟୋକନ ଅବଧି ବୃଦ୍ଧି କରିବେନ । ଚଳିତ ବର୍ଷ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇଛି । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ ରବି ଋତୁରେ କିଣା ସରିଲାଣି। ବର୍ଷା ପାଇଁ କଣ ଅସୁବିଧା ହୋଇଛି ତାହା ଜାଣିବା ପରେ କହିବି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।
ଟୋକନ ଅବଧି ବୃଦ୍ଧି ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ଖରିଫ ସମୟରେ ଧାନମଣ୍ଡି ସମସ୍ୟାରେ ଚାଷୀ ହନ୍ତସନ୍ତ ହୋଇଥିବା ବେଳେ ରବିରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଛନ୍ତି । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଚାଷୀ ଘର ବାହରିପାରୁନଥିବା ବେଳେ ଧାନ କିପରି ବିକ୍ରି କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଧରି ଚାଷୀ କାନ୍ଦୁଛନ୍ତି । ତେଣୁ ସରକାର ତୁରନ୍ତ ଟୋକନ ଅବଧି ବୃଦ୍ଧି କରନ୍ତୁ । ଟୋକନ ଅବଧି ବୃଦ୍ଧି ନକରିବା ଦ୍ବାରା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପୁଣିଥରେ ପଦାକୁ ଆସିଛି ବୋଲି କଂଗ୍ରେସ କହିଛି ।
ମଣ୍ଡିରୁ ଧାନ ଉଠୁପାରୁନି । ସରକାର ଟୋକନ ଅବଧି ବୃଦ୍ଧି ନହେବା ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । କୁଇଣ୍ଚାଲ କୁଇଣ୍ଟାଲ ଧାନ କିପରି ବିକ୍ରି ହେବ ସେ ନେଇ ବାଟ ଖୋଜୁଛି
ଅଡୁଆରେ ସରକାର, କାର୍ଯ୍ୟାନୁଷ୍ଠାନ ନେବେ ନା ସଂଘକୁ ମନାଇବେ
ଭୁବନେଶ୍ବର: ଓଏଏସ୍ ସଂଘର ସମୂହ ଛୁଟି ଆନ୍ଦୋଳନକୁ ନେଇ ଅକଳରେ ରାଜ୍ୟ ସରକାର। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କିଙ୍ଗପିନ୍ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଅଡି ବସିଛି ଓଏଏସ ସଂଘ। ଘଟଣାର ପ୍ରଚ୍ଛଦ ପଟରେ ଥିବା ନେତାଙ୍କୁ ଗିରଫ କରାଯିବ କି ନାହିଁ ତାକୁ ନେଇ ଶାସକ ଦଳରେ ହଲଚଲ। ଏହାରି ଭିତରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓଏଏସ୍ ସଂଘକୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି, ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଯୋଜନା ଥାଏ। ତେଣୁ ଓଏଏସ ସଂଘ ସରକାରଙ୍କ ଉପରେ ଭରସା ରଖନ୍ତୁ। ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ଦଳରୁ ବି ଏମାନଙ୍କୁ ସସପେଣ୍ଡ କରାଯାଇଛି। ତେବେ ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ସେହିପରି ଯିଏ ଦୋଷୀ, ସେ ଦଣ୍ଡ ପାଇବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।
ସେପଟେ ଘଟଣାର ୩ଦିନ ପରେ ବି ଜଗନ୍ନାଥ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଆକ୍ରମଣର ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ବିଏମସି ଗେଟ୍ ପାଖର ଦୃଶ୍ୟ। ଏହା ପୂର୍ବରୁ ରୁମରେ ମଧ୍ୟ ଅତିରିକ୍ତ କମିଶନଙ୍କୁ ଆକ୍ରମଣ କରାଯାଇଥିବା କହିଛନ୍ତି ବିଜେଡି ବିଧାୟକ। ତେଣୁ ମୂଳ ଭିଡିଓ ପଦାକୁ ଆସିବା ଦରକାର। କଂଗ୍ରେସ ମଧ୍ୟ ସମାନ କଥା ଉଠାଇବା ସହ ଷଡଯନ୍ତ୍ରକାରୀକୁ ବାନ୍ଧିବାକୁ ଦାବି କରିଛି। ଅନ୍ୟପଟେ ବିଜେପି କହିଛି, ଯିଏ ଦୋଷୀ, ତା ବିରୋଧରେ ପଦକ୍ଷେପ ନେବେ ସରକାର। ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ସରୋଜ ପାଢ଼ୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି ବୋଲି କହିଛନ୍ତି।
ଦଳ, ସରକାର ଓ ଭାବମୂର୍ତ୍ତିକୁ ନେଇ ଦ୍ବନ୍ଦରେ ପଡ଼ିଛି ବିଜେପି। ଆଇନ ତା ବାଟରେ ଯିବ ନ୍ୟାୟରେ ପ୍ରସଙ୍ଗ ଥମିବା ବଦଳରେ ବଢିବାରେ ଲାଗିଛି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏପରି ସ୍ଥିତିରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ନା ସଂଘକୁ ମନାଯିବ, ସେ ଚିନ୍ତାରେ ଘାଣ୍ଟି ହେଉଛନ୍ତି ସରକାର।
ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ, ସରକାରୀ କାର୍ଯ୍ୟ ଠପ, ପଦକ୍ଷେପ ନେଉନାହାନ୍ତି ସରକାର
ଭୁବନେଶ୍ବର: ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ। ତୃତୀୟ ଦିନରେ କଲମ ଛାଡ଼ ଆନ୍ଦୋଳନ। କଳାବ୍ୟାଜ ପିନ୍ଧି ପ୍ରତିବାଦ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନରେ ପଡୁନି ପୂର୍ଣ୍ଣଚ୍ଛେଦ। ଘୁଞ୍ଚୁନି ସରକାରୀ ଫାଇଲ। ଚାକିରି କରିବା ଦିନୁ ଏଭଳି ଆକ୍ରମଣ କେବେ ଦେଖି ନଥିବା କହିଛନ୍ତି କର୍ମଚାରୀ। ସେମାନେ କହିଛନ୍ତି ଅଫିସ ଭିତରେ ସେମାନେ ସୁରକ୍ଷିତ ମଣୁନାହାନ୍ତି। ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗନ୍ନାଥ ପ୍ରଧାନ ଗିରଫ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ତେଣେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସମସ୍ତ କର୍ପୋରେଟର ଓ କଂଗ୍ରେସ ନେତା I
ବିଏମସି ଅଧିକାରୀଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣା ପରେ ବଦଳିଛି ବିଏମସି ଅଫିସରେ ସିକୁରିଟି ବ୍ୟବସ୍ଥା I ସାଧା ସୁରକ୍ଷା କର୍ମଚାରୀ ବଦଳରେ ଏବେ ବିଏମସି ଅଫିସ ଜଗୁଛନ୍ତି ଗନମ୍ୟାନ I ସେପଟେ ବିଏମସି ଅଫିସରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ଼ ନେତା ସୁରେଶ ରାଉତରାୟ।
ସ୍ପଷ୍ଟ ଦିବାଲୋକରେ ଖୋଦ୍ ଅଫିସ ଭିତରେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହେଲା ମାଡ଼। ହେଲେ ସରକାର ବସିଛନ୍ତି ଚୁପ୍।
ଚଳିବନି ମାସ ମାସ ଧରି ତଦନ୍ତ, ଦୋଷୀକୁ ବାନ୍ଧିଲେ ଘଣ୍ଟାଏ ଭିତରେ କରିବୁ ଜଏନ: ଓଏଏସ ସଂଘ
ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଘଣ୍ଟାଏ ଭିତରେ ଆମେ କାମରେ ଯୋଗ ଦେବୁ। ଓଏଏସ ସଂଘର ଏହି ଜିଦରେ ଆକ୍ତାମାକ୍ତା ସରକାର। ୩ ଦିନ ପରେ ବି ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ ହୋଇନଥିବାରୁ ସାରା ରାଜ୍ୟରେ ଠପ୍ ହୋଇଛି ପ୍ରଶାସନିକ ବ୍ୟବସ୍ଥା। ରାଜ୍ୟ ପ୍ରଶାସନରେ ଦେଖାଦେଇଛି ଅଚଳାବସ୍ଥା। ଜିଲ୍ଲା ସ୍ତରରେ ଠପ୍ ହୋଇଛି ସରକାରୀ କାମ। ଦୁଇ ଦିନ ହେଲା ସମୂହ ଛୁଟି ଘୋଷଣା କରି କାମରେ ଯୋଗ ଦେଉନାହାଁନ୍ତି ଓଏଏସ ସଂଘ । ସରକାର କିନ୍ତୁ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିପାରିନାହାଁନ୍ତି। ସଂଘ କହିଛି, ମାସ ମାସ ଧରି ତଦନ୍ତ କଲେ ଚଳିବ ନାହିଁ । ତରୁନ୍ତ ସରକାର ମାଷ୍ଟରମାଇଣ୍ଡକୁ ଗିରଫ କରନ୍ତୁ। ଆମେ ଘଣ୍ଟାଏ ଭିତରେ କାମରେ ଯୋଗ ଦେବୁ । ଓଏଏସ ଅଫିସରମାନେ ଆଉ କେତେଦିନ ଚୁପ ବସିବେ। ନୈତିକତା ଦୃଷ୍ଟିରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ପୁରୀରେ ବାହୁଡା ଯାତ୍ରାରେ ନିୟୋଜିତ ଅଫିସରମାନେ କାମ କରୁଛନ୍ତି ବୋଲି ଓଏଏସ ସଂଘ ସଭାପତି କହିଛନ୍ତି ।
ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଯାଇଛି ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନି ସରକାରୀ କାମ । ଧିମେଇ ଗଲାଣି ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇ ଫେରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ।
ସରକାର ଓ ଅଫିସରଙ୍କ ଜିଦ ଭିତରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ଅଫିସରେ ହୋଇପାରୁନି ଲୋକଙ୍କ କାମ। ଜଣଙ୍କ ଗିରଫଦାରୀ ଏଡାଇବାକୁ ସରକାର ଏବେ ପୂରା ପ୍ରଶାସନକୁ ସ୍ଥାଣୁ କରିଦେଲେଣି ବୋଲି ଅଭିଯୋଗ ହେଲାଣି
ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ, ଶୁବମନଙ୍କ ଦ୍ବିଶତକ ହାସଲ
ନନ୍ଦିଘୋଷ ବ୍ୟୁରୋ: ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ବିଶାଳ ସ୍କୋର ଦିଗରେ ଆଗେଇ ଚାଲିଛି । ଅଧିନାୟକ ଶୁବମନ ଗିଲଙ୍କ ଦ୍ବିଶତକ ଟିମ ଇଣ୍ଡିଆକୁ କରିଛି ବୁଷ୍ଟ ଅପ । ଦ୍ବିତୀୟ ଦିନରେ ଶୁବମନ ଜବରଦସ୍ତ ପ୍ରଦର୍ଶନ କରି କ୍ୟାରିଅରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ୩୧୧ ବଲରେ ଆକର୍ଷଣୀୟ ଦ୍ବିଶତକ ହାସଲ କରି ଭାରତ ନିଜକୁ ଇଂଲଣ୍ଡ ବିପକ୍ଷରେ ମଜଭୁତ କରିବାକୁ ଚେଷ୍ଟା ଚଳାଇଛି । ତେବେ ଶୁବମନ ପ୍ରଥମ ଟେଷ୍ଟରେ ମଧ୍ୟ ଶତକ କରିଥିଲେ । ଆଜି ମୁକାବିଲାର ଦ୍ହିତୀୟ ଦିନ । ଇଂଲଣ୍ଡ ଟସ ଜିତିବା ପରେ ଭାରତ ଆରମ୍ଭ କରିଥିଲା ବ୍ୟାଟିଂ । ପ୍ରଥମ ଦିନରେ ଭାରତ ୫ ୱିକେଟ ହରାଇ ୩୧୦ ରନ କରିଥିଲା । ଆଜି ୩୧୦ରୁ ବ୍ଯାଟିଂ କରି ଭାରତ ଏବେ ସୁଦ୍ଧା ଆଉ ଗୋଟିଏ ୱିକେଟ ହରାଇ ୪୭୦ ରନ ପାର କରିଯାଇଛି । ଇଂଲଣ୍ଡ ବିରୋଧରେ ପ୍ରଥମ କ୍ଯାପଟେନ ଭାବେ ଦ୍ବିଶତକ ମାରି ରେକର୍ଡ କରିଛନ୍ତି । ପୂର୍ବରୁ କ୍ଯାପଟେନ ଭାବରେ ମହମ୍ମଦ ଆଝାରୁଦ୍ଦିନ ୧୯୯୦ ମସିହାରେ ୧୭୯ ରନ କରିଥିଲେ ।.. ..

