spot_img
Home Blog Page 599

BMCରେ ସ୍ଵାଭାବିକ ହେଲା ସେବା ; କାର୍ଯ୍ୟରେ ଯୋଗ ଦେଲେ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ : BMCରେ ସ୍ଵାଭାବିକ ହେଲା ସେବା । କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। BMC ମୁଖ୍ୟାଳୟରେ ସୁରକ୍ଷା ବଢ଼ା ଯାଇଛି। ପୋଲିସ କମିଶନର ଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯାଇଛି । ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହିତ ସେମାନଙ୍କୁ ତାଲିମ ଦିଆଯିବ। ଭବିଷ୍ୟତରେ ଯେମିତି ଏପ୍ରୀତିକର ସ୍ଥିତି ନ ଉପୁଜିବ, ସେଥିପାଇଁ ସଜାଗ ରହିବେ ସେମାନେ। BMC ବିଲ୍ଡିଂରେ କାର୍ଯ୍ୟରତ ସୁରକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯିବ। ଏହା ସର୍ବସାଧାରଣ ଅଫିସ ହୋଇଥିବାରୁ ତର୍ଜମା କରି ସୁରକ୍ଷା କଡାକଡି କରାଯିବ। ସ୍ମାର୍ଟ ସିଟି ଲିମିଟେଡ୍ ସହିତ ଆଲୋଚନା କରି ବିଲଡିଂ କିଛି ପରିଚାଳନା ଦାୟିତ୍ଵ BMC ନିଜ ହାତକୁ ନେବାକୁ ଯୋଜନା କରିଛି। ସ୍ଵଚ୍ଛ ସାଥୀଙ୍କ ଅଭିଯୋଗର ତଦନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ବିଜେପି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ରତ୍ନାକର ସାହୁ ଏବେ ଛୁଟିରେ ଅଛନ୍ତି।

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା : ଭିଡିଓ ପଠାଇ ପାରିବେ ଭକ୍ତ

ନନ୍ଦିଘୋଷ ବ୍ୟୁରୋ : ରଥଯାତ୍ରା ଦଳାଚକଟା ନେଇ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିକ୍ରିୟା। ଜନସାଧାରଣଙ୍କ ପାଖରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ପ୍ରଦାନ କରିବାକୁ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯେଉଁ ଭିଡିଓ ଗୁଡିକ ତଦନ୍ତରେ ସହଯୋଗ କରିବ। ଏ ନେଇ ଏକ ଇମେଲ ଜାରି କରିଛନ୍ତି। [email protected] ମେଲ ଆଇଡିରେ ଭକ୍ତମାନେ ତଥ୍ୟ ପଠାଇ ପାରିବେ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଅନୁୁ ଗର୍ଗ। କିଛି ଲୋକଙ୍କୁ ପଚରା ଉଚରା ମଧ୍ୟ କରିଛନ୍ତି। ଆଗକୁ ଆହୁରି ମଧ୍ୟ ପୁରୀ ଯିବେ ବୋଲି ସେ କହିଛନ୍ତି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ଭୁବନେଶ୍ଵର ସ୍ଥିତ ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ।

ବାକି ଟଙ୍କା ମାଗିବାରୁ ହତ୍ୟା ଘଟଣା : ୩ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ପାଇଁ ପିଟିପିଟି ମାରିଦେଲେ ଦୁଇ ଭାଇ। ବାକି ଥିବା ୪ ହଜାର ଟଙ୍କା ନଦେବାରୁ ଆରମ୍ଭ ହୋଇଥିଲା ବଚସା। ଏତେ ତୀବ୍ର ହୋଇଥିଲା ଯେ ଦୁଇଭାଇ କାଠ ଫାଳିଆ ଅନ୍ୟ ଜଣେ ଭକ୍ତଙ୍କୁ ପିଟିପିଟି ମାରିଦେଲେ। ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ପଦମପୁର ଅଂଚଳର ଏ ଘଟଣା। ପୋଲିସ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଭୀମରାଜ ମହାନ୍ତି ଏବଂ ସୁରେଶ ମହାନ୍ତି ଦୁଇଭାଇଙ୍କ ସହ ଗତ ୨୮ତାରିଖ ସନ୍ଧ୍ୟାରେ ହିରଣ୍ୟ ବେହେରା ନାମକ ଯୁବକଙ୍କ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା। ଏହାକୁ ନେଇ ବଚସାକୁ ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ହିରଣ୍ୟର ମୃତ୍ୟୁ ଘଟିଥିଲା। ମୃତଦେହକୁ ଦୁଇ ଭାଇ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ବରୁଣେଇ ରାସ୍ତାରେ ଫୋପାଡି ଦେଇଥିଲେ। ଗତ ୨୯ ତାରିଖ ଦିନ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ୩ଟି ଟିମ୍ ଅନୁସନ୍ଧାନ କରି ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋ, ଟାଟା ମ୍ୟାଜିକ, ବାଇକ୍, କାଠ ଫାଳିଆ, ମୋବାଇଲ ଜବତ କରିଛି ପୋଲିସ ।

ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର : ଭକ୍ତଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର । ଠାକୁରଙ୍କ ପାଖକୁ ନମ୍ରତାର ସହ ଯିବା ଦରକାର । କର୍ଡନ ପାସ ଯାହାର ଅଛି ସେମାନେ ୩୦ ମିନିଟରୁ ଅଧିକ ସମୟ କର୍ଡନ ଭିତରେ ରହିବା ଉଚିତ ନୁହେଁ । କିନ୍ତୁ ପ୍ରଶ୍ନ ଉଠୁଛି ଯାତ୍ରା ଦେଖିଲା ପରି ବହୁତ ଲୋକଙ୍କୁ କର୍ଡନ ପାସ ଦେବା କଣ ଦରକାର ?

ବଡଦାଣ୍ଡ ହେଉଛି ମହାପ୍ରଭୁଙ୍କର । ଏହି ଦାଣ୍ଡରେ ବିଜେପି ରାଜନୈତିକ କାର୍ଯ୍ୟକ୍ରମ କରିବା ଠିକ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରଥଯାତ୍ରାରେ ସରକାର ଭିଆଇପି ଶ୍ରଦ୍ଧା ଛାଡି ଭିଡକୁ ନିୟନ୍ତ୍ରଣ କରନ୍ତୁ । ସାଧାରଣ ଲୋକଙ୍କ ପ୍ରତି ପୋଲିସ ପ୍ରଶାସନର ଅଧିକ ଧ୍ୟାନ ରହୁ ବୋଲି ଦାବି କରିଛନ୍ତି ଭକ୍ତ ଦାସ । ଯେତେ ପାସ ବିଜେପି ଦେଇଥିଲା ତାହା କେବେ ବି ହୋଇନଥିଲା । ରଥଯାତ୍ରା ଦିନ ଛତିଶଗଡ଼ର ଗୋଟେ କାର ବଡଦାଣ୍ଡରେ କେମିତି ପଶିଲା ? କେଉଁ ଉପମୁଖ୍ୟମନ୍ତ୍ରୀଙ୍କ ସେ ଅତିଥି ତାହା ସମସ୍ତେ ଜାଣିବା ଦରକାର । ରଥଯାତ୍ରା ଅନ୍ଯ ସରକାର ସମୟରେ ବି ଆୟୋଜନ କରାଯାଇଛି । ହେଲେ କେବେ ତ କାହିଁ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ଛତିଶଗଡ଼ କଲମାର ଖୋଲିଲା ୫୪ ଗେଟ୍

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ କଲମାର ଖୋଲିଲା ୫୪ ଗେଟ୍। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ ଖୋଲିଛି କଲମା ଵ୍ୟାରେଜର ୫୪ଟି ଗେଟ୍। ମୋଟ ୬୬ଟି ଗେଟ୍ ମଧ୍ୟରୁ ବର୍ତ୍ତମାନ ୫୪ ଗେଟ୍ ଖୋଲିଦେଇଥିବା ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା। କଲମାର ଗେଟ୍ ଖୋଲାଯାଇଥିବାରୁ ହୀରାକୁଦକୁ ଜଳପ୍ରବେଶ ମାତ୍ରା ବୃଦ୍ଧି ପାଇବ।

ଅଧାବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆମ୍ବୁଲାନ୍ସ ସାଜିଲା କାଳ। ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଂଜାମ ଖଲ୍ଲିକୋଟ ଅଞ୍ଚଳରୁ। ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ତାଙ୍କର ପେଟକୁ ବଲ  ବାଜିଥିଲା। ଗୁରୁତର ଭାବେ ଶଙ୍କରଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖଲ୍ଲିକୋଟ ମେଡିକାଲକୁ ନେଇ ଆସିଥିଲେ ପରିବାର ଲୋକେ। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର ଲାଗି ଡାକ୍ତର କହିଥିଲେ।୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧୧ଟା ସମୟରେ ରୋଗୀଙ୍କୁ ନେଇ ଖଲ୍ଲିକୋଟରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଭିମୁଖେ ସମ୍ପର୍କୀୟ ବାହାରିଥିଲେ। ଖଲ୍ଲିକୋଟରୁ ବାହାରି ଘାଟି ମଝିରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା। ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାତି ୪ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ଖରାପ ହେବାରୁ ମେଡିକାଲ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୁରୀ ଦଳଚକଟା ଘଟଣା : ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ଟିମ ବିଜେଡି । ଚଳିତ ବର୍ଷ ଐତିହାସିକ ରଥଯାତ୍ରା ହେବା ନେଇ ସରକାର ବାହୋସ୍ଫୋଟ ମାରିଥିଲେ । ହେଲେ ଦଳଚକଟାରେ ତିନି ଜଣଙ୍କ ଜୀବନ ଗଲା । ୭ଶହରୁ ଅଧିକ ଆହତ ହେଲେ । ଯାହା ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଛି । ଏହା ଉଭୟ ପ୍ରଶାସନିକ ଓ ବୈଷୟିକ ବିଫଳତା । କାରଣ AI ଟେକ୍ନୋଲଜି, ସିସିଟିଭି କ୍ୟାମେରା ଲଗା ଯାଇଥିବା ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ କୁହାଯାଇଥିଲା । ସେ ସବୁ କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସବୁ ବିଭ୍ରାଟର ତଦନ୍ତ ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରି ରାଜ୍ୟପାଳଙ୍କୁ ବିଜେଡି ଏକ ଦାବିପତ୍ର ପ୍ରଦାନ କରିଛି ।

କାରଣ ପ୍ରଶାସନିକ ତଦନ୍ତରୁ ସୁଫଳ ମିଳୁନି ବୋଲି ବିଜେଡି ଅଭିଯୋଗ କରିଛି । ଗତ ବର୍ଷ ମହାପ୍ରଭୁ ବଳଭଦ୍ର ମୁହଁମାଡ଼ି ପଡିଥିବାର ପ୍ରଶାସନିକ ତଦନ୍ତ ରିପୋର୍ଟ ଏ ଯାଏଁ ଆସିଲା ନାହିଁ । ଏପରି ସ୍ଥିତିରେ ପ୍ରଶାସନିକ ତଦନ୍ତ ଉପରେ ବିଜେଡି ବିଶ୍ୱାସ ଜୁଟାଇ ପାରୁନି ବୋଲି କହିଛି । ଏ ଯାଏଁ ରଥଯାତ୍ରା ପରିଚାଳନା କମିଟି ବି ଗଠନ ହୋଇ ପାରିନି । କମିଟି ଥିଲେ ଏପରି ହୋଇ ନଥାନ୍ତା ବୋଲି ବିଜେଡି ଅନୁଭବ କରିଛି । ଆସନ୍ତାକାଲି ବାହୁଡା ଯାତ୍ରା । ବାହୁଡାରୁ ସୁନାବେଶ ଯାଏଁ ଯେପରି ଶୃଙ୍ଖଳିତ ଭାବେ ନୀତିକାନ୍ତି ଓ ସାଧାରଣ ଦର୍ଶନ ହୋଇ ପାରିବ, ସେ ଦିଗରେ ବି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଭକ୍ତମାନେ କିପରି ଆଗାମୀ ବାହୁଡା ଓ ଅନ୍ଯ କାର୍ଯ୍ୟକ୍ରମରେ ସୁରକ୍ଷିତ ଶ୍ରୀଜିଉ ଦର୍ଶନ କରିପାରିବେ ସେପରି ବ୍ଯବସ୍ଥା କରିବା ସହ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଦଳ ଦାବିପତ୍ରରେ ଉଲ୍ଲେଖ କରିଛି । ରାଜ୍ୟପାଳ ରଥଯାତ୍ରା ବିଭ୍ରାଟକୁ ଦୁର୍ଭାଗ୍ୟଜନକ କହିଥିବା ନେଇ ଟିମ ବିଜେଡି ସୂଚନା ଦେଇଛି।

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନେଇ ଏମିତି କହିଲେ ବିଜେଡି ବିଧାୟକ ଅରୁଣ ସାହୁ

ନନ୍ଦିଘୋଷ ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ପ୍ରସଙ୍ଗରେ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ଗତକାଲି ସନ୍ଧ୍ୟାରେ ଓଡିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା।  ଜନସାଧାରଣଙ୍କ ଚାପ ରେ ସରକାର ଚେପା ହେଲେ। ଜଣେ ଅଭିଯୁକ୍ତକୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇ ବାକୁ ପଡିଲା। ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ଓ ତାଙ୍କ ସଭାପତିଙ୍କ ସହିତ ଆଲୋଚନା କଲେ।  କିନ୍ତୁ ଗିରଫ୍ ହେଲେନି। ତାପରେ ନିଜ ଇଚ୍ଛା ରେ ଆସି ଆତ୍ମସମର୍ପଣ କଲେ। ସରେଣ୍ଡର ପୂର୍ବରୁ ଜଗା ପ୍ରଧାନ ମିଡିଆକୁ ବିବୃତି ଦେଉଛନ୍ତି ଆଉ ପୋଲିସ ଦେଖୁଛି। ସତେ ଯେମିତି ସେ ଜଣେ ସ୍ଵାଧୀନତା ସଂଗ୍ରାମୀ। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ୍ଟା କେଓଁଠି। ରାଜ୍ୟ ସରକାର ନୂଆ ଟ୍ରେଣ୍ଡ ସୃଷ୍ଟି କଲେ। ଏହା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ର ବଡ ଲକ୍ଷଣ। ଦଳ ତାଙ୍କୁ ନିଲମ୍ବନ ନକଲେ ଲୋକ ହସା ହେବେ। ଲୋକଙ୍କ ଓ ଅଫିସରମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ।  ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବା ସମ୍ଭାବନା ରହିଛଇ।  ଯଦି ଏକଥା କରିବେ ଲୋକେ ସରକାରଙ୍କୁ କ୍ଷମା ଦେବେନି।

ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ : ଅରୁଣ ସାହୁ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ବିଭ୍ରାଟ ପରେ ସେହି ଧରଣର ସ୍ଥିତି ବାହୁଡ଼ାରେ ନଘଟୁ। ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ସମାନ। ଯେଉଁମାନେ ଅଧିକୃତ ସେମାନଙ୍କୁ ଡ୍ୟୁଟି ପାସ ଦେଇ କର୍ଡନ ଭିତରକୁ ଛଡ଼ା ଯାଉ। ସରକାରୀ ଦଳର କାହାକୁ  କର୍ଡନ ଭିତରକୁ ଛଡ଼ା ନଯାଉ। ସେ ଆଇନ୍ ମନ୍ତ୍ରୀ ଥିବାବେଳେ ଗୋଟିଏ ହେଲେ ବି କର୍ଡନ ପାସ୍ ଦିଆଯାଇ ନଥିଲା। କର୍ଡନ ପାସ ନିଷିଦ୍ଧ ହେଉ ବୋଲି ସେ ଦାବି କରିଛନ୍ତି।

ସୁବର୍ଣ୍ଣରେଖାରେ କମୁଛି ପାଣି : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖାରେ ପାଣି କମିଛି। କେଉଁ ବେସିନରେ ପାଣି ଅଧିକ ନାହିଁ। ସତର୍କ ସୂଚନା କେଉଁଠି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି ଛତିଶଗଡରେ ବର୍ଷା ହେଉଛି। ଛତିଶଗଡ଼ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ। ସ୍ୱାଭାବିକ ପ୍ରକ୍ରିୟାରେ SOP ଅନୁସାରେ ହୀରାକୁଦର ୬ ଗେଟ ଖୋଲା ହେବ। ହେଲେ ସତର୍କ ସ୍ଥିତି ନାହିଁ। ୬୩୦ ଫୁଟ ହୀରାକୁତ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ। ରାସ୍ତା ସମ୍ପ୍ରସାରଣ ଯୋଗୁଁ ଭୁବନେଶ୍ୱରରେ ୬ ନମ୍ବର ଡ୍ରେନରେ ସ୍ଲାବ ଦବିଛି. ତେଣୁ ଜଳ ନିଷ୍କାସନ ହେବାରେ ସମସ୍ୟା ହେଉଛି। ସକାଳେ ଘଟଣା ସ୍ଥଳ ପରିଦର୍ଶନ କରାଯାଇଛି। ଜଳ ସମ୍ପଦ ବିଭାଗ ଅସ୍ଥାୟୀ ବିକଳ୍ପ ଭାବେ ତାକୁ ଖୋଳିକି ପାଣି ବାହାର କରାଯିବ।