spot_img
Home Blog Page 594

ତନ୍ତ୍ର-ମନ୍ତ୍ର କରି ବନ୍ଧୁଙ୍କ କଲେ ଲିଙ୍ଗ ପରିବର୍ତ୍ତନ !

ନନ୍ଦିଘୋଷ ବ୍ୟୁରୋ : ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ବନ୍ଧୁ । ମଧ୍ୟପ୍ରଦେଶର ନର୍ମଦାପୁରମରେ ଜଣେ ଯୁବକ ତାଙ୍କ ଭଲ ବନ୍ଧୁଙ୍କ ଲିଙ୍ଗ ପରିବର୍ତ୍ତନ କରି ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ପୀଡିତା ତାଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୀଡିତା ଭୋପାଳର ଏକ ପୋଲିସ ଷ୍ଟେସନରେ ଅଭିଯୁକ୍ତ ଶୁଭମ ଯାଦବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଶୁଭମ ନର୍ମଦାପୁରମର ଗ୍ୱାଲଟୋଲିର ବାସିନ୍ଦା। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତନ୍ତ୍ରବିଦ୍ୟା ବ୍ୟବହାର କରି ପୀଡିତାଙ୍କ ଲିଙ୍ଗ ପରିବର୍ତ୍ତନ କରିଥିଲେ। ତା’ପରେ ସେ ତାଙ୍କୁ ଝିଅ ଭାବରେ ରହିବାକୁ ବାଧ୍ୟ କରିଥିଲେ। ପୀଡିତା କହିଛନ୍ତି ଯେ ଅଭିଯୁକ୍ତ ପ୍ରଥମେ ତାଙ୍କୁ ନିଶା ଦେଇଥିଲେ, ତା’ପରେ ୧୮ ଦିନ ପର୍ଯ୍ୟନ୍ତ ଛୁରୀ ଦେଖାଇ ବନ୍ଧକ ରଖି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ।

ଅଭିଯୁକ୍ତ ଶୁଭମ ପୀଡିତାଙ୍କୁ ଧମକ ମଧ୍ୟ ଦେଉଥିଲା । ଯଦି ସେ କାହାକୁ କହେ, ତେବେ ତାକୁ ବଦନାମ କରିଦେବ  । ଏମିତିକି ପୀଡିତାଙ୍କ ନାମ ବଦଳାଇ ଟ୍ବିଙ୍କଲ ରଖିଥିଲା । ସେହି ନାମରେ ମଧ୍ୟ ପରିଚୟ ପତ୍ର ତିଆରି କରିଥିଲା । ଫଳରେ ସବୁଦିନ ପାଇଁ ଯେପରି ପ୍ରମାଣ ଲିଭିଯିବ ।

ଅନ୍ୟପଟେ  ପୀଡିତା ଏହା ମଧ୍ୟ କହିଛନ୍ତି, ଶୁଭମ ତାଙ୍କୁ ଇନ୍ଦୋର ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ବଳପୂର୍ବକ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଯାଇଥିଲା। ଘଟଣା ପରେ ପୀଡିତା ଘରୁ ବାହାରକୁ ଯାଇପାରି ନଥିଲେ। ଅଭିଯୁକ୍ତ ଶୁଭମ ପୀଡିତାଙ୍କୁ କହିଥିଲେ ଯେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବୋଲି ସମସ୍ତଙ୍କୁ କହିବାକୁ। ପୀଡିତା କହିଛନ୍ତି ଯେ ତାଙ୍କ ପରିବାରର କାହାକୁ ଏ ବିଷୟରେ କୌଣସି ସୂଚନା ନଥିଲା।

ଘଟଣା ପରେ ପୀଡିତା ଜଣକ ଘରେ ୬ ମାସ ପର୍ଯ୍ୟନ୍ତ ରହିଥିଲେ। ଭୟ ଏତେ ଥିଲା ଯେ ସେ ଘରୁ ବାହାରକୁ ଯିବା କମ କରିଦେଇଥିଲେ। କାରଣ ଅଭିଯୁକ୍ତ ତାଙ୍କୁ ସମାଜରେ ରହିବାକୁ ଦେବେ ନାହିଁ ଓ ତାଙ୍କୁ ବଦନାମ କରିବେ ବୋଲି ଧମକ ଦେଇ ଆସୁଥିଲେ। ଏହି ସମ୍ପୂର୍ଣ୍ଣ ମାମଲାର ଅଭିଯୋଗ ପରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆମେରିକାରେ ଭୟଙ୍କର ବନ୍ୟା, ୫୦ ଲୋକଙ୍କ ଗଲାଣି ଜୀବନ

ଓ୍ବାସିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟରେ ବନ୍ୟା ତାଣ୍ଡବ । ଗୁଆଡାଲୁପ୍ ନଦୀରେ ହଠାତ ପାଣି ବଢ଼ିବା ଯୋଗୁ ଅନେକ ଅଞ୍ଚଳ ବନ୍ୟାରେ ବୁଡ଼ି ଯାଇଛି ଏବଂ ସେଠାରେ ଲୋକେ ପାଣିରେ ଫସି ରହିଛନ୍ତି । ବନ୍ୟା ଏତେ ପ୍ରଭାବିତ କରିଛି ଯେ, ୫୦ ଲୋକଙ୍କ ମୃତ୍ୟୁ ହୋଇଛି । କେର କାଉଣ୍ଟି ନାମକ ଯାଗାରେ ସର୍ବାଧିକ କ୍ଷତି ହୋଇଛି । ଏଠାରେ ୧୫ ଶିଶୁଙ୍କ ସମେତ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୭ ଯୁବତୀ ନିଖୋଜ ଅଛନ୍ତି । ସେମାନଙ୍କୁ ଏବେ ଖୋଜା ଚାଲିଛି ।

କ୍ୟାମ୍ପ କରି ରହୁଥିବା ଯାଗାରେ ଅନେକ ଲୋକ ନିଖୋଜ ଅଛନ୍ତି । ଗୁଆଡାଲୁପ ନଦୀରେ ସନ୍ଧାନ ଚାଲିଛି । ନଦୀର ଜଳସ୍ଥର ୪୫ ମିନିଟରେ ୮ ମିଟର ବୃଦ୍ଧି ପାଇଛି । ଏହା ଯୋଗୁ ପରିସ୍ଥିତି ଭୟଙ୍କର ହୋଇଛି । ନଦୀର ଜଳସ୍ଥର ବଢ଼ିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦାୟିତ୍ବରେ ଥିବା ଅଫିସର କହିଛନ୍ତି ଯେ, ଲୋକମାନେ ନ ମିଳିବାଯାଏ ସର୍ଚ ଅପରେସନ୍ ଜାରି ରହିବ ।

ପୂର୍ବରୁ ଯେଉଁଠାରେ ଘର ଥିଲା ସେଠି କଂକ୍ରିଟ ଗଦା ହୋଇଛି । ନଦୀ କୂଳରେ ଭଗ୍ନାବଶେଷ ପଡ଼ିଛି । ଉଦ୍ଧାରକର୍ମୀମାନେ ଛାତ ଏବଂ ଗଛ ଉପରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ଶୁକ୍ରବାର ଦିନ ହଠାତ ବନ୍ୟା ଆସିଥିଲା । ବର୍ଷା ଏତେ ହେଲା ଯେ ନଦୀର ଜଳସ୍ଥର ୪୫ ମିନିଟ ମଧ୍ୟରେ ୮ ମିଟର ବୃଦ୍ଧି ପାଇଥିଲା । ଏହା ପରିସ୍ଥିତିକୁ ଭୟଙ୍କର କରିଦେଇଥିଲା ।

କାନ୍ଥ ପଡ଼ି ଚାଲିଗଲା ୨ ମହିଳାଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନାବାଳକ ଗୁରୁତର  ହୋଇଛି। ନୂଆପଡ଼ା ଜିଲ୍ଲା ଲଖନା ଥାନା ପଟକରପାଲି ଗାଁରେ ଘଟିଛି ଅଘଟଣ। ନିର୍ମାଣାଧୀନ କୁକୁଡ଼ା ଫାର୍ମ ଭୁଶୁଡ଼ି ୨ ମହିଳାଙ୍କ ଜୀବନ ଯାଇଛି। ମୃତକ  ହେଲେ ବାଳମତି ଶବର ଓ  ରୂପେ ଶବର ।  ବାଳମତିଙ୍କ ୮ ବର୍ଷର ପୁଅ ରିଧି ଶବର ଗୁରୁତର ଆହତ ହୋଇଛନ୍ତି । ଗାଁର ଦିବାକର  ଶବର ସବସିଡି ଋଣ କରି ନିଜ ଚାଷ ଜମିରେ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ । ଗତକାଲି ରାତିରୁ ବର୍ଷା ଲାଗି ରହି ରହିଥିବାରୁ ଦିବାକରଙ୍କ ସ୍ତ୍ରୀ ବାଳମତି, ପୁଅ ରିଧି ଓ ଖୁଡି ରୂପେ ନିର୍ମାଣାଧୀନ କୁକୁଡ଼ା ଫାର୍ମ ଦେଖିବାକୁ ଯାଇଥିଲେ । ଏହି ସମୟରେ ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ହଠାତ ତାଙ୍କ ଉପରେ ପଡିଯିବାରୁ କାନ୍ଥ ତଳେ ଚାପି ହୋଇଯାଇଥିଲେ।  ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛତି। ଘଟଣାସ୍ଥଳରେ ଲଖନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ପୁରୁଣା ଗାଡ଼ି ଉପରେ ପ୍ରତିବନ୍ଧକ ଘଟଣା : ସୁପ୍ରିମକୋର୍ଟ ଯିବେ ଦିଲ୍ଲୀ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଇବା ଘଟଣା ଖବରରେ ରହିଛି । ତେବେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି କି, CAQMକୁ ଚିଠି ଲେଖିଛନ୍ତି । କହି ରଖୁଛୁ କି, ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୧୦ ବର୍ଷରୁ ଅଧିକ ଡିଜେଲ ଏବଂ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା । ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଛନ୍ତି । ଯାହାକୁ ନେଇ ସରକାର ଏହା ଉପରେ ପୁଣିଥରେ ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି କି, ଦିଲ୍ଲୀର ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଚାହୁଁଛୁ । ଜୁଲାଇ ୧ରୁ ଏହି ନିୟମ ଲାଗୁ ହୋଇଥିବାବେଳେ ୬୨ ଲକ୍ଷରୁ ଅଧିକ ଗାଡ଼ି ପ୍ରଭାବିତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିବାଦର ସ୍ବର ଉଠିଥିବାବେଳେ ଏବେ ସରକାର ଏଦିଗରେ ନିଜର ମତ ବଦଳାଇବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

 

ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ଲାଗି ପ୍ରକାଶ ପାଇଲା ଭୋଟର ତାଲିକା

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ଲାଗି ପ୍ରକାଶ ପାଇଛି ଭୋଟର ତାଲିକା। ଏଥିରେ ଅଛନ୍ତି ମୋଟ ୨୭୩ ଜଣ। ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ଆସନ୍ତାକାଲି ନାମାଙ୍କନ ହେବ। ଏକାଧିକ ଆଶାୟୀ ହେଲେ ୮ ତାରିଖରେ ନିର୍ବାଚନ ହେବ।
ରାଜ୍ଯ ବିଜେପି ସଭାପତି ନିର୍ବାଚନକୁ ନେଇ ମନମୋହନ ସାମଲ କହିଛନ୍ତି, ଏ ନେଇ ତିନି ଦିନ ଧରି ଚାଲିବ ଚର୍ଚ୍ଚା। ନିଶ୍ଚିତ ଭାବରେ ଜଣେ ନୂତନ ସଭାପତି ଚୟନ ହେବେ। ତରବର ନ ହୋଇ ଧୈର୍ଯ୍ୟ ରଖିବା ଉଚିତ। ଓଡ଼ିଶାରେ ବିଜେପି ସରକାର ଗଠନ ସାଧାରଣ ଲୋକ କରିଛନ୍ତି। କାର୍ଯ୍ୟକର୍ତାମାନେ ଅଖଣ୍ଡ ପରିଶ୍ରମ କରି ସରକାର ଗଠନ କରିଛନ୍ତି। ଆମ ବିଚାରଧାରାରେ ବ୍ୟକ୍ତିଗତ ଶ୍ରେୟ ନାହିଁ। ରାଜ୍ୟ ସଭାପତି ନେଇ ଆମ ଦଳ ଆଉ ରାଷ୍ଟ୍ରୀୟ ଦଳ ନିଷ୍ପତ୍ତି ନେବେ। ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତା ଭାବେ ୫୦ ବର୍ଷ ହେଲା କାର୍ଯ୍ୟ କରୁଛି ଆଉ ସବୁ ଦିନ କରିବି ବୋଲି କହିଛନ୍ତି ମନମୋହନ ସାମଲ। …

ଶଙ୍କରଙ୍କ ପରିବାରକୁ ସମବେଦନା ଜଣାଇଲା ବିଜେଡି ପ୍ରତିନିଧି ଦଳ

ବ୍ରହ୍ମପୁର: ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ମୃତ୍ୟୁ ହୋଇଥିବା ଶଙ୍କର ମହାରଣାଙ୍କ ଘରେ ବିଜେଡି ଟିମ୍। ଶଙ୍କରଙ୍କ ପରିବାରକୁ ସମବେଦନା ଜଣାଇଛି ବିଜେଡି ପ୍ରତିନିଧି ଦଳ। ଏହି ଟିମରେ ଅଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,‌ ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ନେତା। ଶଙ୍କରଙ୍କ ପରିବାର ସହିତ ସେମାନେ ଆଲୋଚନ କରି କିଭଳି ପରିସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା, ସେ ସଂପର୍କରେ ପଚାରି ବୁଝିଛନ୍ତି। ଅଭିଯୋଗ ଅନୁସାରେ ବାଲୁଗାଁ ମେଡିକାଲରୁ ୧୦୮ ଆମ୍ଵୁଲାନସରେ ଶଙ୍କରଙ୍କୁ ନିଆଯାଉଥିଲା ବ୍ରହ୍ମପୁର ମେଡିକାଲ। ଏହା ଗୁରୁବାର ରାତିର ଘଟଣା। ବାଟରେ ଖଲ୍ଲିକୋଟ ସାନଘାଟି ନିକଟରେ କିନ୍ତୁ ଆମ୍ଵୁଲାନସ ଖରାପ ହୋଇଥିଲା। ତେଣୁ ଠିକ୍ ସମୟରେ ଶଙ୍କରଙ୍କୁ ହସପିଟାଲରେ ପହଞ୍ଚା ଯାଇପାରିନଥିଲା। ତେଣୁ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। …

ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ନନ୍ଦିଘୋଷ ବ୍ୟୁରୋ: ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ନିଜର ବୟାନ ହେଉ କିମ୍ବା ନିଷ୍ପତ୍ତି ଏହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । କିନ୍ତୁ ଟ୍ରମ୍ପଙ୍କୁ ନେଇ ଆଉ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ହୋଇଥିବା ନଜରକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ । ତେବେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ନେଇ ଏବେ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ସେ ସେଠାରେ ଥିବାବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶନିବାର ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା କ୍ଷେତ୍ରରେ ଉଡ଼ିଥିଲା। ଏହି ଖବର ମିଳିବା ପରେ ଉତ୍ତର ଆମେରିକା ବାୟୁସେନା ପ୍ରତିରକ୍ଷା କମାଣ୍ଡ(ନୋରାଡ)ର ଲଢୁଆ ବିମାନ ତୁରନ୍ତ ପହଞ୍ଚି ଉକ୍ତ ବିମାନକୁ ଘଉଡ଼ାଇଥିଲା। ତେବେ ଗୋଟିଏ ଦିନରେ ଉକ୍ତ ବିମାନଟି ୫ଥର ନିୟମ ଉଲ୍ଲଂଘନ କରିଥିଲା। ଯାହାକୁ ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଥିଲା।

ଖୁସି ଖବର! ଆଗକୁ କମିପାରେ ତେଲ ଦର

ନନ୍ଦିଘୋଷ ବ୍ୟୁରୋ: କମିପାରେ ତେଲ ଦର । ଅଗଷ୍ଟ ୩ରେ ଅନୁଷ୍ଠିତ ହେବାକୁ ଥିବା OPEC+ ବୈଠକରେ ତେଲ ଦର ବୃଦ୍ଧି ଉପରେ ବିଚାର କରାଯିବ । ଏହି ନିଷ୍ପତ୍ତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବରୁ OPEC+ ମେ, ଜୁନ ଏବଂ ଜୁଲାଇରେ ଅଶୋଧିତ ତୈଳ ଯୋଗାଣରେ ୪୧୧.୦୦୦ ବ୍ୟାରେଲ ବୃଦ୍ଧି କରାଯାଇଥିଲା । ଏବେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବର୍ଦ୍ଧିତ ଚାହିଦା ପୂରଣ କରିବା ସହିତ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବା । ଏହି ବୈଠକର ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ବ ବଜାରରେ ଦେଖାଯିବ । ଭାରତରେ ମଧ୍ୟ ତେଲ ଦର ହ୍ରାସ ହୋଇପାରେ । ଭାରତ ଏହାର ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାମୀ କରେ ଏବଂ OPEC+ ଏହାର ଏକ ପ୍ରମୁଖ ଯୋଗାଣକାରୀ । ତେଣୁ କମ୍ପାନୀ ତେଲ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ତେଲ ଉତ୍ପାଦନରେ ହଠାତ ବୃଦ୍ଧି ଯୋଗୁ ମୂଲ୍ୟ ଆହୁରି ହ୍ରାସ ପାଇପାରେ । ଏହା ହେଲେ ଦେଶର ସାଧାରଣ ଲୋକଙ୍କୁ ଲାଭ ମିଳିବ । ଏହା ପରିବହନ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇବ ।

OPEC ଏବଂ OPEC + କ’ଣ?

OPEC ହେଉଛି ପେଟ୍ରୋଲିୟମ ରପ୍ତାନକାରୀ ଦେଶମାନଙ୍କ ସଂଗଠନ । ଏଥିରେ ୧୪ ପେଟ୍ରୋଲିୟମ ରପ୍ତାନକାରୀ ଦେଶ ଅଛନ୍ତି । ଏହା ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏବଂ OPEC+ ହେଉଛି ଏହି ୧୪ ଦେଶ ସହିତ ଅଣ OPEC ଦେଶ ମିଶିବା । ଏହା ୨୦୧୬ରେ ଗଠିତ ହୋଇଥିଲା ।

ଇଂଲଣ୍ଡରେ ଭାରତ ରଚିଲା ଇତିହାସ, ପୂର୍ବରୁ କେବେ…

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳୁଛି ଭାରତ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଭଲ ସ୍ଥିତିରେ ରହିଛି ଭାରତ । ଅନ୍ତିମ ଦିନରେ ଭାରତକୁ ଜିତିବା ପାଇଁ ୭ ଓ୍ବିକେଟ ଆବଶ୍ୟକ ରହିଛି । ସେପଟେ ଇଂଲଣ୍ଡ ୫୩୬ ରନ ଆବଶ୍ୟକ ରହିଛି । ଭାରତ ଏହି ମ୍ୟାଚ ଜିତିବା ପୂର୍ବରୁ ଏକ ବଡ଼ ରେକର୍ଡ କରିଛି । ଭାରତ ଗୋଟିଏ ଟେଷ୍ଟର ୨ଟି ପାଳିରେ ୧୦୦୦ ଉପରେ ସ୍କୋର କରିଛି । ୫୮ ବର୍ଷ ପରେ ଭାରତ ଏହି ରେକର୍ଡ ଭାଙ୍ଗିଛି । ଭାରତ ପ୍ରଥମ ପାଳିରେ ୫୮୭ ରନ କରିଥିବାବେଳେ ଦ୍ବିତୀୟ ପାଳିରେ ୪୨୭ ରନ କରି ଘୋଷଣା କରିଥିଲା । ଦୁଇଟି ପାଳିରେ ଭାରତ ୧୦୧୪ ରନ୍ କରିଛି । ପୂର୍ବରୁ ଭାରତର ଦୁଇଟି ପାଳିରେ ସର୍ବାଧିକ ସ୍କୋର ରହିଥିଲା ୯୧୬ । ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ୧୦୦୦ ରନ ଉପରେ ଅତିକ୍ରମ କରି ୬ ଷଷ୍ଠ ସର୍ବାଧିକ ସ୍କୋର କରିଥିବା ଦଳ ଭାବେ ଉଭା ହୋଇଛି । ଶୁଭମନ ଗିଲ ଦୁଇଟି ଯାବ ପାଳିରେ ଦମଦାର ପ୍ରଦର୍ଶନ କରି ନୂଆ ରେକର୍ଡ ଅର୍ଜନ କରିଛନ୍ତି । ପ୍ରଥମ ପାଳିରେ ଦ୍ବିଶତକ ଅର୍ଜନ କରିଥିବାବେଳେ ଦ୍ବିତୀୟ ପାଳିରେ ଶତକ ହାସଲ କରିଥିଲେ ।

’ସନ୍ ଅଫ୍ ସର୍ଦ୍ଦାର-୨’ କେଉଁ କଳାକାର ନେଇଛନ୍ତି କେତେ ଟଙ୍କା ? ପଢ଼ନ୍ତୁ ପୁରା ରିପୋର୍ଟ..

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଜୁଲାଇ ୨୫ ତାରିଖରେ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ସନ୍ ଅଫ୍ ସର୍ଦ୍ଦାର-୨ । ଏହାର ପ୍ରଥମ ଭାଗଟି ବେଶ ହିଟ୍ ହୋଇଥିବାବେଳେ ଅଜୟ ଦେବଗନଙ୍କ ଶେଷ ଫିଲ୍ମ ରେଡ-୨ ମଧ୍ୟ ହିଟ୍ ହୋଇଥିଲା । ଏଣୁ ଏହି ଫିଲ୍ମଟି ମଧ୍ୟ ଭଲ ରୋଜଗାର କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । କୁହାଯାଉଛି କି, ଆସନ୍ତା ୧୧ ତାରିଖରେ ଫିଲ୍ମର ଟ୍ରେଲର ଆସିବାକୁ ଯାଉଛି । ଚଙ୍କି ପାଣ୍ଡେ ଏବଂ ରବି କିଶାନଙ୍କ ଭଳି ଭେଟେରାନ ଅଭିନେତାମାନେ ଏହି ଫିଲ୍ମରେ ନଜର ଆସିବାକୁ ଥିବାବେଳେ କିଏ କେତେ ଟଙ୍କା ଫିସ୍ ନେଇଛନ୍ତି ?

ବିଜୟ ଅରୋରାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଏହି ଫିଲ୍ମରେ ପ୍ରଯୋଜନା ସମ୍ଭାଳିଛି ଅଜୟ ଦେବଗନଙ୍କ ସଂସ୍ଥା ଟଙ୍କା ନିବେଶ କରିଛି । ଯଦି ଟାଇମ୍ସ ନାଓର ରିପୋର୍ଟକୁ ବିଶ୍ବାସ କରିବା ତାହେଲେ ଅଶ୍ବିନୀ କାଲସେକର ଏହି ଫିଲ୍ମର ଏକ ଅଂଶ ହୋଇଥିବାବେଳେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଏହାସହ ରବି କିଶାନ ୫୦ ଲକ୍ଷ ଟଙ୍କା ନେଇଛନ୍ତି । କୁହାଯାଉଛି କି, ସେ ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ରୋଲ୍ ନିଭାଇଛନ୍ତି । ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ଥିବାବେଳେ ଏବେ ରବି କିଶାନ ନଜର ଆସିବେ ।ଅନ୍ୟ କାରକାରଙ୍କ କଥା ଯଦି କହିବା ତାହେଲେ ସଞ୍ଜୟ ମିଶ୍ର ୨୦ ଲକ୍ଷ ନେଉଥିବାବେଳେ ମୃଣାଳ ଠାକୁର ସର୍ବାଧିକ ୫ କୋଟି ଟଙ୍କା ନେଇଛନ୍ତି ।  ଅନ୍ୟପଟେ ଯଦି ଚଙ୍କି ପାଣ୍ଡେଙ୍କ କଥା କହିବା ତାହେଲେ ସେ ୧ କୋଟି ଟଙ୍କା ପାଇଛନ୍ତି । ଶରତ ସକ୍ସେନା ୩୦ ଲକ୍ଷ ନେଇଥିବାବେଳେ ବିନ୍ଦୁ ଦାରା ୧୦ ଲକ୍ଷ ଟଙ୍କା ନେଇଛନ୍ତି । ଅଜୟ ଦେବଗନଙ୍କ ନିଜର ପ୍ରଡକ୍ସନରୁ ହେଉଥିବାରୁ ତାଙ୍କର କୌଣସି ଫିସ୍ ହିସାବ ହୋଇନାହିଁ ।

କହି ରଖୁଛୁ କି, ସନ୍ ଅଫ୍ ସର୍ଦ୍ଦାରର ପ୍ରଥମ ଭାଗଟି ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବାବେଳେ ଏହା ଭାରତରେ କେବଳ ୧୦୫ କୋଟି ଟଙ୍କା ରୋଜଗାର କରିଥିଲା । ବିଶ୍ବବ୍ୟାପି କଲେକ୍ସନ କଥା ଯଦି କହିବା ତାହେଲେ ଏହା ୧୫୦ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ନଜର ଆସିଥିବାବେଳେ ଏଥର ମଧ୍ୟ ସେ ଅଭିନୟ କରିବେ ବୋଲି କୁହାଯାଉଥିଲା । କିନ୍ତୁ ଏଯାବତ କୌଣସି ଲୁକ୍ ନଜର ଆସିନାହିଁ । ଅନ୍ୟପଟେ ସେନାକ୍ଷୀଙ୍କ ବଦଳରେ ମୃଣାଳ ଏହି ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି । ଏହି ଫିଲ୍ମଟି ୨୦୦ କୋଟି ଉପରେ ବ୍ୟବସାୟ କରିବ ବୋଲି ଆଶା ରଖାଯାଇଥିବାବେଳେ ଆଗାମୀ ଦିନରେ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।