spot_img
Home Blog Page 568

ଅବ୍ୟବସ୍ଥା ଘେରରେ ବିଷ୍ଣୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଭଙ୍ଗା ଦଦରା ଘରେ ଚାଲିଛି ପିଲାଙ୍କ ପାଠପଢା

ରାୟଗଡା : ଅବ୍ୟବସ୍ଥା ଘେରରେ ଶିକ୍ଷାନୁଷ୍ଠାନ । ବିପଦପୂର୍ଣ୍ଣ ଭାବେ ଚାଲିଛି ପିଲାଙ୍କ ପାଠପଢା । ଦେଖନ୍ତୁ କିପରି ଛାତରୁ ଛାଡିଗଲାଣି ପ୍ଲାଷ୍ଟର । ବାହାରକୁ ଜଳଜଳ ହୋଇ ଦିଶୁଛି ଲୁହା ରଡ । କାନ୍ଥ ସବୁ ଫାଟି ଆଁ କଲାଣି । କେତେବେଳେ ଯେ କାନ୍ଥ ଭୁଶୁଡି ପଡିବ ତାହା ଠିକଣା ନାହିଁ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାୟଗଡା ବ୍ଳକ ପିତାମହଲ ପଞ୍ଚାୟତ ବିଷ୍ଣୁଗୁଡ଼ା ସରକାରୀ ଉଚ୍ଚ ବିଦ୍ଯାଳୟ । ବିଦ୍ଯାଳୟରେ ୮ମ, ୯ମ, ୧୦ମ ଶ୍ରେଣୀରେ ସର୍ବମୋଟ ୮୫ ଜଣ ପିଲା ପଢୁଛନ୍ତି । ହେଲେ ବିଦ୍ଯାଳୟରେ କୌଣସି ଭିତ୍ତିଭୂମିର ସୁବିଧା ନାହିଁ । ସ୍ଵଚ୍ଛ ପାଣି ମୁନ୍ଦାଏ ପାଉନାହାନ୍ତି ପିଲା । ଯେଉଁ ନଳକୂପଟିଏ ଅଛି ସେଥିରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । ଖାଲି ସେତିକି ନୁହେଁ ପିଲା ମଧ୍ଯାହ୍ନ ଭୋଜନ ପାଇଁ ଚାଲି ଚାଲି ଗୋଟେ କିଲୋମିଟର ଦୂରରେ ଥିବା ପ୍ରାଇମେରୀ ସ୍କୁଲକୁ ଯାଉଛନ୍ତି । ଶୀଘ୍ର ବିଦ୍ଯାଳୟର ଏହିସବୁ ସମସ୍ଯା ଦୂର କରିବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

୨୦୧୬ ମସିହାରେ ରାଷ୍ଟ୍ରୀୟ ମାଧ୍ଯମିକ ଶିକ୍ଷା ଅଧୀନରେ ୫୦ ଲକ୍ଷ ଟଙ୍କା ବ୍ଯୟରେ ବିଷ୍ଣୁଗୁଡ଼ା ବିଦ୍ଯାଳୟ ନିର୍ମାଣ କରାଯାଇଥିଲା । ତତ୍କାଳୀନ ବିଜେଡି ସରକାର ସମୟରେ 5T ଯୋଜନାରେ ସ୍କୁଲର ରୂପାନ୍ତରୀଣ କରାଯିବାର ଯୋଜନା ଥିଲା । ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ଅନୁଦାନ ବି ଆସିଥିଲା । କିନ୍ତୁ ବିଦ୍ୟାଳୟର ନିଜସ୍ୱ ଜମିର ରେକର୍ଡ ଅଫ ରାଇଟସ ନ ଥିବାରୁ ସରକାରଙ୍କ ପାଖକୁ ଅନୁଦାନ ପୁଣି ଫେରିଯାଇଛି । ଫଳରେ ଛାତ୍ରୀଛାତ୍ରୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି।

ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ- ମଲିକପଦର ରାସ୍ତା

କଣ୍ଟାମାଳ : ଗାଁକୁ ନାହିଁ ପକ୍କା ରାସ୍ତା । ଆଉ ଯେଉଁ ମାଟି ରାସ୍ତାଟିଏ ଅଛି ତାହା ଉପରେ ନଜର ପକାନ୍ତୁ । କିପରି ପାଣି କାଦୁଅରେ ଭରି ରହିଛି । ମଝିରେ ମଝିରେ ସୃଷ୍ଟି ହୋଇଛି ବଡ ବଡ ଗର୍ତ୍ତ । ରାସ୍ତାରେ ଡ୍ରେନ ପାଣି ବି ଚାଲୁଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତର ବାଘିଆବାହାଲ ଛକ ଠାରୁ ମଲିକପଦର ଗାଁକୁ ଯାଇଥିବା ତିନି କିମି ରାସ୍ତାର ଦୂରାବସ୍ଥା । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଶୋଚନୀୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି ମଲିକପଦର ଗ୍ରାମବାସୀ । ଏପରିକି ଜୁରୁରୀକାଳୀନ ଗାଡିବି ଗାଁ କୁ ଆସିପାରୁନାହିଁ । ଅନ୍ଯପଟେ ମଲିକପଦର ଗାଁରୁ ପଲସାଗୋରା ସ୍କୁଲ, କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଠିକ ସମୟରେ ଶିକ୍ଷାନୁଷ୍ଠାନରେ ପହଞ୍ଚି ପାରୁନଥିବା କହିଛନ୍ତି ।

ବାଘିଆବାହାଲ ଛକ ଠାରୁ ମଲିକପଦରକୁ ସଂଯୋଗ କରୁଥିବା ରାସ୍ତା ଦେଇ ୮ ଖଣ୍ଡ ଗାଁ ଲୋକେ ପଲସାଗୋରାକୁ ଯାଇଥାନ୍ତି । ରାସ୍ତାର ଦୂରାବସ୍ଥା ପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ଯ ଘଟୁଛି । ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ପକ୍ଷରୁ ମାଟି କାମ ହେଉଛି ହେଲେ ବର୍ଷା ଦିନେ ପୁଣି ସେଇ ସମସ୍ଯା ଭୋଗୁଛନ୍ତି ଲୋକେ ।

ଓଡିଶା ସୀମାନ୍ତବାସୀଙ୍କୁ ତୁରନ୍ତ ଗାଁ ଖାଲି କରିବାକୁ ଆନ୍ଧ୍ର ପ୍ରଶାସନର ଧମକ

ଗଜପତି : ଆନ୍ଧ୍ରର ଦାଦାଗିରି । ପୁଣି ତେଜିଲା ସୀମା ବିବାଦ । ଓଡିଶା ସୀମାନ୍ତବାସୀଙ୍କୁ ବେଦଖଲ ନିର୍ଦ୍ଦେଶ । ନଚେତ ଆନ୍ଧ୍ରରେ ମିଶିଯିବାକୁ ମିଳିଛି ଧମକ । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଓଡିଶା ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତବାସୀଙ୍କୁ ଆନ୍ଧ୍ର ପ୍ରଶାସନ ଦେଇଛି ଧମକ । ଗତ ୧୫ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମନ୍ଦୁସାର ମଣ୍ଡଳ ଅଧିକାରୀ ମାନେ ଗଙ୍ଗାବାଡ ପଞ୍ଚାୟତ ଗସ୍ତ କରି ଏହି ଅଞ୍ଚଳ ଆନ୍ଧ୍ର ଅଧୀନରେ ଆସୁଛି । ଏଠାରେ କୋଠାବାଡି, ଘରଦ୍ଵାର, ରାସ୍ତାଘାଟ ନିର୍ମାଣ ପାଇଁ କିଏ ଅନୁମତି ଦେଲା ବୋଲି ପଚାରି ତୁରନ୍ତ ଗାଁ ଖାଲି କରିବାକୁ ଧମକାଇ ଥିଲେ । ଗାଁ ଖାଲି ନକଲେ ତୁରନ୍ତ ଆନ୍ଧ୍ରରେ ମିଶିଯାଅ ବୋଲି ନାଲିଆଖି ଦେଖାଇଥିଲେ । ଆନ୍ଧ୍ରରେ ସାମିଲ ହେଲେ ଘର ଜମି ପଟ୍ଟା ଠାରୁ ଆରମ୍ଭ କରି ଅନ୍ଯାନ୍ଯ ସୁବିଧା ସୁଯୋଗ ପାଇବ । ଆଉ ଉଚ୍ଛେଦ ନକଲେ ଆମେ ସେ ସବୁ ଭଙ୍ଗାରୁଜା କରିବୁ ବୋଲି ଅମାରିଙ୍ଗି ବାସିନ୍ଦାଙ୍କୁ ତାଗିଦ କରିଛନ୍ତି ଆନ୍ଧ୍ର ଅଧିକାରୀ । ଖବର ପାଇ ଉପଜିଲ୍ଲାପାଳ, ରାୟଗଡ ବ୍ଳକ ଉନ୍ନୟନ ଅଧିକାରୀ, ସିଡିପିଓ, ରାଜସ୍ବ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି । ପୂର୍ବରୁ ଉଭୟ ରାଜ୍ୟର ମିଳିତ ବୁଝାମଣାରେ ପ୍ରସ୍ତୁତ ହୋଇଥିବା ମ୍ୟାପକୁ ଦେଖି ସେସବୁ ଜାଗା ଓଡିଶା ସୀମା ମଧ୍ଯରେ ଥିବା ସୁନିଶ୍ଚିତ କରିଛନ୍ତି । ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଆନ୍ଧ୍ରର ଏଭଳି ଦାଦାଗିରିକୁ ନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ ସରପଞ୍ଚ । ସୀମାକୁ ନେଇ ବିବାଦ ନୂଆ କଥା ନୁହେଁ । ଦୀର୍ଘ ୧୮ ବର୍ଷ ହେଲା ଲାଗି ରହିଛି ଏହି ବିବାଦ । କେତେବେଳେ ଜଙ୍ଗଲ, ଜଳ ତ କେତେବେଳେ ଜମିକୁ ନେଇ ଉଠୁଛି ବିବାଦ । ଯାହା ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନି । ସ୍ଥାୟୀ ଘର ଅବା ଜମି ପଟ୍ଟା ନଥିବା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଁଲୋକେ । ଏଯାଏଁ ଘର, ଚାଷଜମି ତଥା ଜଙ୍ଗଲ ଜମି ପଟ୍ଟା ଦିଆଯାଇନାହିଁ । ଜମି ପଟ୍ଟା ଥିଲେ ଆମର ଅଧିକାର ସାବ୍ୟସ୍ତ କରି ପାରିଥାଆନ୍ତୁ । ବର୍ତ୍ତମାନ ସରକାର ବିବାଦର ସ୍ଥାୟୀ ସମାଧାନ କରିବାକୁ ସେ ଦାବି କରିଛନ୍ତି । ଯଦି ସୀମାକୁ ନେଇ ବିବାଦ ଉଠୁଛି, ତେବେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଧମକ ଦେବା, ପ୍ରଲୋଭନ ଦେଖାଇବା ପଛରେ କ’ଣ ରହିଛି କାରଣ ? କେଉଁ ଆଧାରରେ ଆନ୍ଧ୍ର ଅଧିକାରୀ ଓଡ଼ିଶା ସୀମା ଲଙ୍ଘନ କରୁଛନ୍ତି ? ଆନ୍ଧ୍ର ରାଜସ୍ବ ବିଭାଗ ଆମର ବୋଲି କହୁଛି ? ଆଉ କେତେ ଅପ୍ରୀତିକର ଘଟଣା ଘଟିବା ପରେ ସରକାରଙ୍କ ଚେତା ପଶିବ ?

ଫକୀର ମୋହନ କଲେଜରେ କ୍ରାଇମବ୍ରାଞ୍ଚ ଟିମ୍

ବାଲେଶ୍ବର : ଫକୀର ମୋହନ କଲେଜରେ କ୍ରାଇମବ୍ରାଞ୍ଚ ଟିମ୍। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଓ୍ବିଙ୍ଗ ଆଇଜି ଏସ ସାଇନି ଉପସ୍ଥିତ ଅଛନ୍ତି। ଏହାସହ ଡିଏସପି ଇମାନ କଲ୍ୟାଣ ନାୟକ ମଧ୍ୟ ପହଞ୍ଚିଛନ୍ତି। ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଡିଏସପି। ଜଣେ ଡିଏସ୍ପିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମରେ ଜଣେ ଇନସ୍ପେକ୍ଟର, ଫରେନସିକ୍ ଏକ୍ସପର୍ଟ ଓ ଆଉ ଦୁଇଜଣ ଅଧିକାରୀ ସାମିଲ ଅଛନ୍ତି ।ଏ ନେଇ ପୂର୍ବରୁ ଜିଲ୍ଲା ପୋଲିସ ଜବତ କରିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ବ୍ୟକ୍ତି ଖୁବଶୀଘ୍ର ଗିରଫ ହୋଇପାରନ୍ତି ।

ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ

ନନ୍ଦିଘୋଷ ବ୍ୟୁରୋ : ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ । ବଡ଼ଗାଁ ଥାନା ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡା ଗତକାଲି ବିଳମ୍ବିତ ରାତିରେ ମାତ୍ରାଧିକ ନିଦ ବଟିକା ଖାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାତିରେ ଦେବବ୍ରତ ତାଙ୍କ ସ୍ତ୍ରୀକୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତର ଜଣକ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ନେଇ ତଦନ୍ତ କରୁଛି ପୋଲିସ ।

ପୁରୀ ସମୁଦ୍ରରେ ଅଘଟଣ: ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

ନନ୍ଦିଘୋଷ ବ୍ୟୁରୋ : ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଇଞ୍ଜିନିୟରିଂ ଛାତ୍ର ନିଖୋଜ। ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ। ନିଖୋଜ ଛାତ୍ର ଜଣକ ହେଲେ ଭଦ୍ରକ ଆଇଟିଆଇର ରୁଦ୍ର ପ୍ରତାପ । ଗତକାଲି ରାତିରେ ସାଙ୍ଗମାନଙ୍କ ସହ ଟ୍ରେନ ଯୋଗେ ପୁରୀ ଆସିଥିଲେ। ସାଙ୍ଗ ମାନେ ସମୁଦ୍ର କୂଳରେ ଖୋଜୁଥିବା ବେଳେ ଲାଇଫଗାର୍ଡର ଦୁଇଟି ଟିମ ମଧ୍ୟ ଖୋଜାଖୋଜି ଜାରି ରଖିଛନ୍ତି। ଛାତ୍ର ଜଣକ ନିଖୋଜ ଥିବା ଫାୟାର ଅଫିସର କହିଛନ୍ତି। ସିବିଚ ଥାନାରେ ନିଖୋଜ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସମୁଦ୍ର ଆଶାନ୍ତ ରହିଥିବା ବେଳେ ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ନଯିବା ପାଇଁ ସଚେତନ କରାଉଛନ୍ତି।

ଫ୍ୟାନରେ ଝୁଲି ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଗୁଣୁପୁର ଗାନ୍ଧି ଇଞ୍ଜିନିୟରିଂ କଲେଜରେ ପୁଣି ଜଣେ ଛାତ୍ରର ଆତ୍ମହତ୍ୟା। ଏନସି – ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ ରେ ରହୁଥିଲେ ଛାତ୍ର। ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଗ୍ରାମର ହିମାଂସୁ ହୋତା । ବାୟୋଟେକନିକ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର। ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ନେଇ ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛି ପୋଲିସ୍।

ଇନ୍ଦୋର ଲଗାତର ଅଷ୍ଟମ ଥର ପାଇଁ ଭାରତର ସ୍ୱଚ୍ଛ ସହର

ନନ୍ଦିଘୋଷ ବ୍ୟୁରୋ :  ପ୍ରକାଶ ପାଇଛି ସ୍ୱଚ୍ଛତା ସର୍ଭେ ରିପୋର୍ଟ। ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାରେ ସାମିଲ ହୋଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଯେଉଁଥିରେ ଇନ୍ଦୋର ପ୍ରଥମ ସ୍ଥାନରେ ଅଛି , ସୁରତ ଦ୍ୱିତୀୟ ସ୍ଥାନରେ ଏବଂ ମୁମ୍ବାଇ ତୃତୀୟ ସ୍ଥାନରେ ଅଛି। ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇନ୍ଦୋରକୁ ସ୍ୱଚ୍ଛତା ସହର ପାଇଁ ସର୍ବୋଚ୍ଚ ସମ୍ମାନ ମଧ୍ୟ ଦେଇଛନ୍ତି। ଇନ୍ଦୋର ସହର ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଥିବାରୁ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ।

ସୂଚନା ଅନୁଯାୟୀ, ଇନ୍ଦୋର ନଗର ନିଗମ ଏବଂ ଏହାର ସଫେଇ କର୍ମଚାରୀମାନେ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ଏହା ସହିତ, ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଛି। ସେଥିପାଇଁ ସ୍ୱଚ୍ଛତା ସର୍ଭେରେ ଇନ୍ଦୋର ଏକ ନମ୍ବର ସ୍ଥାନରେ ରହିଛି।

ଏଥିପାଇଁ ଇସ୍ରାଏଲରୁ ମେୟର ପୁଷ୍ୟମିତ୍ର ଭାର୍ଗବ ଏକ ଭିଡିଓ ବାର୍ତ୍ତାରେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏଥର ସ୍ୱଚ୍ଛତା ସହର ଲିଷ୍ଟରେ ଇନ୍ଦୋର ପୁଣିଥରେ ଆଗରେ ଅଛି। ଭାରତ ସରକାର ଇନ୍ଦୋର ଭଳି ସହରକୁ ଏକ ଭିନ୍ନ ସ୍ତରରେ ଦେଖୁଛନ୍ତି । ଯେଉଁଥିପାଇଁ ଇନ୍ଦୋର ଶୀର୍ଷରେ ରହିଛି।

ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା : ବିହାରରେ ମିଳିବ ମାଗଣା ବିଜୁଳି !

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତିରେ ବ୍ୟସ୍ତ । ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କର ୨୦ବର୍ଷର କ୍ଷମତା ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରୁଥିବା ଦେଖାଯାଉଛି। ଏହି କାରଣରୁ ସେ ନିର୍ବାଚନ ପୂର୍ବରୁ ଅନେକ ଘୋଷଣା କରୁଛନ୍ତି। ୧ କୋଟି ନିଯୁକ୍ତି ଘୋଷଣା କରିବା ପରେ, ଏବେ ମୁଖ୍ୟମନ୍ତ୍ରୀ ମାଗଣା ବିଦ୍ୟୁତ୍ ଘୋଷଣା କରିଛନ୍ତି। ନୀତିଶ କୁମାର ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ମୁଖ୍ୟମନ୍ତ୍ରୀ ନୀତିଶ ଲେଖିଛନ୍ତି ଯେ ଆମେ ଆରମ୍ଭରୁ ସମସ୍ତଙ୍କୁ କମ୍ ହାରରେ ବିଦ୍ୟୁତ୍ ଯୋଗାଇ ଆସୁଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ ୧ ଅଗଷ୍ଟ, ୨୦୨୫ ଠାରୁ, ଅର୍ଥାତ୍ ଜୁଲାଇ ମାସର ବିଲ୍ ରୁ, ରାଜ୍ୟର ସମସ୍ତ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ରାଜ୍ୟର ମୋଟ ୧ କୋଟି ୬୭ ଲକ୍ଷ ପରିବାରକୁ ଲାଭ ଦେବ। ଆମେ ଏହା ମଧ୍ୟ ନିଷ୍ପତ୍ତି ନେଇଛୁ ଯେ ଆଗାମୀ ତିନି ବର୍ଷ ମଧ୍ୟରେ, ଏହି ସମସ୍ତ ଘରୋଇ ଗ୍ରାହକଙ୍କ ଠାରୁ ସମ୍ମତି ନେଇ ଏବଂ ସେମାନଙ୍କ ଘରର ଛାତ ଉପରେ କିମ୍ବା ନିକଟତମ ସାର୍ବଜନୀନ ସ୍ଥାନରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରି ସେମାନଙ୍କୁ ଲାଭ ଦିଆଯିବ।

ସେ ଆହୁରି କହିଛନ୍ତି ଯେ, ଅତ୍ୟନ୍ତ ଗରିବ ପରିବାର ପାଇଁ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ବାକି ପରିମାଣ ପାଇଁ ସରକାର ଉପଯୁକ୍ତ ସହାୟତା ମଧ୍ୟ ଯୋଗାଇବେ। ଏହା ଯୋଗୁଁ, ଘରୋଇ ଗ୍ରାହକମାନଙ୍କୁ ଏବେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଏବଂ ଏକ ଆକଳନ ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୦ହଜାର ମେଗାୱାଟ ପର୍ଯ୍ୟନ୍ତ ସୌରଶକ୍ତି ଉପଲବ୍ଧ ହେବ।

ଅନ୍ୟପଟେ ବିହାରରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୨ ନଭେମ୍ବରରେ ଶେଷ ହେବ। ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ। ଏହା ବିଶ୍ୱାସ କରାଯାଉଛି ଯେ ବିଧାନସଭା ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ। ତଥାପି, ରାଜ୍ୟରେ ଭୋଟର ସଂଶୋଧନ କାର୍ଯ୍ୟ ଏବେ ବି ଜାରି ରହିଛି। ଏହି କାର୍ଯ୍ୟ ସମାପ୍ତ ହେବା ପରେ ହିଁ ନିର୍ବାଚନ ତାରିଖ ଘୋଷଣା କରାଯିବ।

କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ ; ଓଡ଼ିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ Drone। କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୋଲିସ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହେବେ। ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ କମିଶନର। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ରେଳରୋକ  ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର।