ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଧମକ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସ୍ଵାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଛାତ୍ରୀଙ୍କ ମା’ଙ୍କୁ ମଧ୍ୟ ଅଭିଯୁକ୍ତ ସୁପରଭାଇଜର ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଦେବାର ଭୟ ଦେଖାଇ ଅଭିଯୁକ୍ତ ପୀଡିତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ସୁପରଭାଇଜରକୁ ଗିରଫ କରି ପଚରାଉଚରା କରୁଛି। ଆଜି ଅଭିଯୁକ୍ତ ସୁପରଭାଇଜରକୁ କୋର୍ଟ ଚାଲାଣ କରାଯିବ।
“ଜଗବନ୍ଧୁ ଜରାଶ୍ରମ” ର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନ : ଭୁବନର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରlଶ୍ରମ” ର ୧୮ ତମ ପ୍ରତିଷ୍ଠା ଦିବସ ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଶନିବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତୀ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ଦୀର୍ଘ ୧୮ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ନିଜର ଲକ୍ଷ୍ୟ ସ୍ଥିର କରି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ସମାଜସେବୀ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ଯୋଗଦେଇ ପୁରସ୍କାର ଛୋଟ ହେଉ ଅବା ବଡ, ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଇ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିବା ସହ “ଜରାଶ୍ରମ”ର ଏତାଦୃଶ କାର୍ଯ କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ , ମୋ ସ୍କୁଲ ଅଭିଯାନ ର ସଭାପତି ଈଂ ଦେବେନ୍ଦ୍ର ପୃଷ୍ଟି,ଶାସନ ସରକାରୀ ଉ.ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଣତୀ ମହାପାତ୍ର,ବାଜି ରାଉତ କଲେଜ ଇଂରାଜୀ ଅଧ୍ୟାପକ ସୁବାସ ଚନ୍ଦ୍ର ପତି ଯୋଗଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ।
ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ଓ ଶାସନ ଉପ୍ରା ବିଦ୍ୟାଳୟର ଶ୍ରେଷ୍ଠ ତିନି ଜଣ ଲେଖାଏଁ ବିଦ୍ୟାର୍ଥୀ ଙ୍କୁ ✓ଶରତ ଚନ୍ଦ୍ର ମିଶ୍ର ଶିକ୍ଷା ସମ୍ମାନ ରେ ସମ୍ମାନିତ କରାଯିବା ସହିତ ଶତାଧିକ ଔଷଧୀୟ ଚାରା ବଣ୍ଟନ କରାଯାଇଥିଲା । ” ଜଗବନ୍ଧୁ ଜରଶ୍ରମ ” ତରଫରୁ ଅତିଥି ମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତୈଳ ଚିତ୍ର , ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ଶିକ୍ଷକ ସାଗର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜଗବନ୍ଧୁ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଘ୍ନରାଜ ଦାସ ଙ୍କ ସମେତ ଜରଶ୍ରମ ର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର
ଲାଞ୍ଜିଗଡ଼ :ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଆରୋଗ୍ୟ ଅନ୍ତର୍ଗତ ଏକ ବୃହତବହୁ – ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ଆୟୋଜନ କରି ଅବହେଳିତ ଅଞ୍ଚଳ ଗୁଡ଼ିକୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ସ୍ଥାପିତ କରିଛି।ଏହି ଶିବିରଟି ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୫ଟି ଗ୍ରାମରବାସିନ୍ଦାଙ୍କୁ ସେବା ପ୍ରଦାନ କରିଥିଲା ଯାହା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଟିତ ହୋଇଥିଲା।
ବେଦାନ୍ତର ଏହି ତ୍ୱରିତ ପଦକ୍ଷେପ ସାଧାରଣତଃ ମୌସୁମୀ ଋତୁରେ ଆୟୋଜିତ ହୋଇଥାଏ, ଯେତେବେଳେ ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ଋତୁକାଳୀନ ରୋଗରେ ଶିକାର ହୋଇଥାନ୍ତି।ଏହି ଶିବିରଟି ୩୫୦ରୁ ଅଧିକ ରୋଗୀଙ୍କୁ ଉପକୃତ କରିଥିଲା, ଦୂରଦୂରାନ୍ତ ଅଞ୍ଚଳରେ ସମୟୋପଯୋଗୀ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିଥିଲା। ଶିଶୁରୋଗ, ସାଧାରଣଔଷଧ, ସ୍ତ୍ରୀରୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞଙ୍କ ସହାୟତାରେ, ଶିବିରଟି ତୁରନ୍ତ ସେବା ପ୍ରଦାନ କରିଥିଲା ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଅଭ୍ୟାସ ଉପରେ ସଚେତନତା ବୃଦ୍ଧି କରିଥିଲା, ଯାହା ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ସ୍ୱାସ୍ଥ୍ୟ ଅବହେଳାକୁ ପୂରଣ କରିବାରେ ସାହାଯ୍ୟ କରିଥିଲା।
ବେଦାନ୍ତ ଆଲୁମିନାବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି: “ବେଦାନ୍ତ ଲାଞ୍ଜିଗଡ଼ରେ, ଆମେସ୍ଥାୟୀ ସ୍ୱାସ୍ଥ୍ୟସେବା ପଦକ୍ଷେପ ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି ପାଇଁ ଦୃଢଭାବରେ ପ୍ରତିବଦ୍ଧ।ଏହି ମେଗା ସ୍ୱାସ୍ଥ୍ୟ ଶିବିର ହେଉଛି ଆମର ପ୍ରତିରୋଧକ ପଦ୍ଧତିର ଏକ ଅଂଶ ଯାହା ଦୂରଦୂରାନ୍ତ ଗ୍ରାମଗୁଡ଼ିକରେ ସମୟୋଚିତ ଚିକିତ୍ସା ସହାୟତା ସୁନିଶ୍ଚିତ କରିଥାଏ।ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ,ଆମେ ଅବହେଳିତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବା ଜାରି ରଖିଛୁ।”
ପ୍ରୋଜେକ୍ଟଆରୋଗ୍ୟ, ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ସ୍ୱାସ୍ଥ୍ୟସେବା ଯାହା ଉକ୍ତ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।କେବଳ ଆର୍ଥିକ ବର୍ଷ୨୦୨୪-୨୫ରେ, ୬୬୦ରୁ ଅଧିକ ମୋବାଇଲ୍ହେଲଥୟୁନିଟ୍ (MHU) ପରିଦର୍ଶନ କରାଯାଇଥିଲା, ଯାହା ଦୂରଦୂରାନ୍ତ ଗ୍ରାମଗୁଡ଼ିକରେ ୨୦,୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲା।ଏହା ସହିତ ୬୮୦ରୁ ଅଧିକ ସମ୍ପ୍ରଦାୟଙ୍କ ଉଦ୍ଦେଶ୍ୟରେ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା, ଯାହା ୧୫,୦୦୦ରୁ ଅଧିକ ଲୋକଙ୍କୁ ସ୍ୱଚ୍ଛତା, ସୁସ୍ଥତା ଏବଂ ରୋଗନିବାରଣ ଉପରେ ଜରୁରୀ ସୂଚନା ପ୍ରଦାନ କରିଥିଲା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଦାୟିତ୍ୱପୂର୍ଣ୍ଣ ବିକାଶ ସହଯୋଗୀ ଭାବରେ ଏହାର ଭୂମିକାକୁ ଆହୁରି ସୁଦୃଢ଼ କରି, ଶେଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ବେଦାନ୍ତ ଲାଞ୍ଜିଗଡ଼ ତାର ମିଶନରେ ଅଟଳ ରହିଛି।

