spot_img
Home Blog Page 550

ସୁନା କାରବାର ନାଁରେ ୨୦ କୋଟି ଠକେଇ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ

ଭୁବନେଶ୍ବର : ସୁନା କାରବାର ନାଁରେ ୨୦ କୋଟି ଠକେଇ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ ମାଝୀ ନାମକ ଯୁବକକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ସୁନା ବନ୍ଧକ ଅଛି । ଠିକ ସମୟରେ ଋଣ ଟଙ୍କା ପୈଠ ନକଲେ ସୁନା ନିଲାମ ହେବ । ଏଣୁ ନିଲାମ ସୁନା କିଣି ପରେ ବିକ୍ରି କଲେ ଅଧିକ ଲାଭ ମିଳିବ । ଏଭଳି ମନ ମତାଣିଆ କଥା କହି ଲୋକଙ୍କୁ ଚୂନା ଲଗାଉଥିଲା ଠକ ଜଣକ । MBA ଡିଗ୍ରୀ ଧାରୀ ଏହି ଯୁବକ ୫ ବର୍ଷରୁ ଅଧିକ ହେବ ଠକେଇ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ବ୍ୟକ୍ତି । ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଜଣକ ଅନୁସୂଚିତ ଜନଜାତିର ହୋଇଥିବାରୁ ସେ ଜାତିଆଣ କେସ ଦେବାକୁ କହି ଧମକାଉଥିଲା । ଘରକୁ ଗଲେ ଭଡାଟିଆ ଗୁଣ୍ଡା ଲଗାଇ ମାରିବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗହୋଇଛି। ସେପଟେ ଅତ୍ୟଧିକ ସୁଧ ନେବା ପରେ ଏତଲାକାରୀ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ କରୁଥିବା ରମେଶଙ୍କ ପରିବାର ଲୋକେ କହିଛନ୍ତି ।

ବିଲଡିଂର ତିନି ମହଲାରେ ପହଞ୍ଚିଗଲା ଷଣ୍ଢ: ତଳକୁ ଆଣିବାକୁ ଲାଗିଲା ୩ ଘଣ୍ଟା

ବଦାୟୁଁ: ଉତ୍ତରପ୍ରଦେଶରୁ ଆସିଛି ଏକ ବଡ଼ ଖବର । ଗୋଟିଏ ଷଣ୍ଢ ଏକ ବିଲଡିଂର ତୃତୀୟ ମହଲାକୁ ଚଢ଼ିଯାଇଥିଲା । ଏହାପରେ ଷଣ୍ଢକୁ ତଳକୁ ଆଣିବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ପ୍ରଥମେ ଷଣ୍ଢଟି ଏକ ଥାନା ପରିସରରେ ପ୍ରବେଶ କରିଥିଲା । ସମସ୍ତେ ଭାବିଥିଲେ ଷଣ୍ଢଟି ବୁଲାବୁଲି କରି ଚାଲିଯିବ । ମାତ୍ର ସେ ୩ ମହଲା  ଉପରକୁ ଚଢ଼ିଯାଇଥିଲା । ଏହି ଦୃଶ୍ୟ ଦେଖି ପୋଲିସ କର୍ମୀଙ୍କ ସମେତ ଅନ୍ୟମାନେ ତାଜୁବ ହୋଇଯାଇଥିଲେ । ଷଣ୍ଢଟିକୁ ଏତେ ଉଚ୍ଚ ସ୍ଥାନରେ ଦେଖି ସମସ୍ତେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଏହାପରେ ନଗରପାଳିକା ଓ ପଶୁପାଳନ ବିଭାଗକୁ ଖବର ଦିଆଯାଇଥିଲା । ଏକ ଡଜନ ଲୋକ ଷଣ୍ଢକୁ ତଳକୁ ଆଣିବା କାର୍ଯ୍ୟରେ ଲାଗିଥିଲେ । ମାତ୍ର ତାହା ଏତେ ସହଜ ନଥିଲା । ଷଣ୍ଢଟିର ଯେପରି କୌଣସି କ୍ଷତି ନ ଘଟିବ, ସେଥିପାଇଁ ତାକୁ ବେହୋସ୍ କରାଯାଇଥିଲା । ପଶୁ ଚିକିତ୍ସକମାନେ ଷଣ୍ଢକୁ ଟ୍ରାଙ୍କୁଲାଇଜର (ବେହୋସୀ ଇଞ୍ଜେକ୍ସନ)  ଦେଇ ଆଶିଂକ ବେହୋସ କରିଥିଲେ । ଏହାପରେ ଦଉଡ଼ି ସହାୟତାରେ ତଳକୁ ନିଆଯାଇଥିଲା । ଏହି ରେସକ୍ୟୁ ଅପରେସନ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ତା’ପରେ ଏହି ମିଶନ ସଫଳ ହୋଇଥିଲା । ଷଣ୍ଢଟି ଶରୀରରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେ ଧୀରେଧୀରେ ସୁସ୍ଥ ହୋଇଯିବ ବୋଲି ପଶୁ ଡାକ୍ତର କରିଛନ୍ତି ।

ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ଘଟଣା: ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା

() ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ଘଟଣାରେ ବଇରୀ ବନ ବିଭାଗ ଅଫିସରେ ହାଜର ହୋଇଛନ୍ତି ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ। ସେଠାରେ ପହଞ୍ଚି ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ଅଫିସରେ ଦେଖାଇ ଥିଲେ। ଅଫିସରେ ରେଞ୍ଜର ଅଭିନେତା ସାଇଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରିଛନ୍ତି। ଏ ନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ। ହେଲେ ଅଭିନେତା ନଥିବାରୁ ବନ ବିଭାଗ ଅଧିକାରୀ ଅଫିସରେ ହାଜର ହେବା ପାଇଁ ନୋଟିସ କରିଥିଲେ। ଯାତ୍ରା ତୁଳସୀ ଗଣନାଟ୍ୟ ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବକୁ ମିଳିଥିଲା। ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି।

ପୁରୀ ନିମାପଡ଼ା ଅଂଚଳରେ ପୁଣି ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୀ ନିମାପଡ଼ା ଅଂଚଳରେ ପୁଣି ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ। ବଳଙ୍ଗା ଘଟଣାକୁ ପାଞ୍ଚ ଦିନ ନପୂରୁଣୁ ପୁଣି ନିମାପଡ଼ା ଅଞ୍ଚଳରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅରିଷଣ୍ଢ ଗ୍ରାମର ସର୍ବେଶ୍ୱର ନାୟକଙ୍କ ପତ୍ନୀ କବିତା ନାୟକଙ୍କୁ ସେହି ଗ୍ରାମର ଏକାଧିକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଧାରୁଆ ଅସ୍ତ୍ରରେ ମହିଳାଙ୍କ ବାମ ହାତକୁ ହାଣିବା ସହିତ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ କବିତାଙ୍କ ସ୍ୱାମୀ ସର୍ବେଶ୍ୱର ପହଂଚିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଗଛ ହଣାକୁ ମନା କରିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି। ତେବେ ଏନେଇ ଆକ୍ରମଣର ଶିକାର ହୋଇଥିବା କବିତା ନାୟକ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଯୋଗାଣ ମନ୍ତ୍ରୀଙ୍କ ଦମ୍ଭ ଭାଙ୍ଗିଲା: ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ

ଦମ୍ଭ ଭାଙ୍ଗିଲା, ଛେପ ଢୋକିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଖୁବଶୀଘ୍ର ମମତା ବାନାର୍ଜୀଙ୍କ ସହ ଆଳୁ ଆମଦାନୀ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଛି । ରାଜ୍ୟରେ ଉତ୍ପାଦନ ହେଉଛି ୫ ଲକ୍ଷ ମେଟ୍ରିକ ଟନ ଆଳୁ । ତେଣୁ ଆଳୁ ଆମଦାନୀ ନେଇ ସେ ପଶ୍ଚିମବଙ୍ଗ ସହ ଆଲୋଚନା କରିବେ ବୋଲି କହିଛନ୍ତି । ରାଜନୀତିରେ କାହା ସହ କାହାର ବିବାଦ ନଥାଏ କହିଥିବାବେଳେ ମମତା ଆଳୁ ଗାଡି ଅଟକାଇଥିବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେବେଳେ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଥିଲା ସେତେବେଳେ ଯୋଗାଣ ମନ୍ତ୍ରୀ ଦମ୍ଭୋକ୍ତି ଦେଖାଇ କହିଥିଲେ, ପଶ୍ଚିମବଙ୍ଗରୁ ଆଳୁ ଆଣିବୁ ନାହିଁ । ରାଜ୍ୟର ଆଳୁ ଆବଶ୍ୟକତା ମେଣ୍ଟାଇବାକୁ ପଞ୍ଜାବ ଓ ୟୁପିରୁ ଆଳୁ ଅଣାଯିବ । ଆବଶ୍ୟକ ପଡିଲେ ଟ୍ରେନରେ ଆଳୁ ଆସିବ । ହେଲେ ଯୋଗାଣ ମନ୍ତ୍ରୀଙ୍କ ସବୁ ଦମ୍ଭ ଭାଙ୍ଗିଯାଇଛି । କାରଣ ୟୁପି ଆଳୁ ଓଡିଶାବାସୀଙ୍କୁ ପସନ୍ଦ ହେଉନି। ଟ୍ରେନରେ ମଧ୍ୟ ଆଳୁ ଆସିବା ସମ୍ଭବ ହେଉନି। ତେଣୁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିବାକୁ ବାଧ୍ୟ ହୋଇଛନ୍ତି।

ଆସନ୍ତା ୨୪ରୁ ଲଘୁଚାପ ବର୍ଷା: IMD ପକ୍ଷରୁ ଆକଳନ

ଭୁବନେଶ୍ବର: ଆସନ୍ତା ୨୪ରୁ ଲଘୁଚାପ ବର୍ଷା ହେବା ନେଇ ଆକଳନ କରିଛି IMD । ବୈତରଣୀ, ଉପର ଓ ତଳ ବ୍ରାହ୍ମଣୀ, ତଳ ଓ ଉପର ମହାନଦୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ବେସିନରେ ୨୬ରୁ ୩୭ ମିଲିମିଟର ବର୍ଷା ହେବା ନେଇ ଆକଳନ ହୋଇଛି। ବନ୍ୟା ପାଣି ରଖିବାକୁ ଜଳଭଣ୍ଡାର ସ୍ଥିତି ଭଲ ଅଛି। ନଦୀ ଗୁଡିକ ବିପଦ ସଂକେତ ଓ ସତର୍କ ସଂକେତ ତଳେ ରହିଛି। ଲଘୁଚାପ ଜନିତ ବର୍ଷା ତଳମୁଣ୍ଡକୁ କେତେ ପରିମାଣର ଆସିବ ତାକୁ ଦେଖି ଜଳଭଣ୍ଡାରର ସ୍ଥିତି ନିୟନ୍ତ୍ରଣ ହେବ । ଓ ପରେ ଗେଟ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ଦୁଇ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଧାରାରେ ମାମଲା ରୁଜୁ

ଜଗତସିଂହପୁର ସ୍ୱାମୀ ଅରୁପାନନ୍ଦ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା। କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ଅଧ୍ୟାପକ ଶାଶ୍ଵତ ମହାନ୍ତି ନିଲମ୍ବିତ ହୋଇଥିବାବେଳେ ଦୁଇ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଧାରାରେ ମାମଲା ରୁଜୁ ହୋଇଛି। ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ନାବାଳିକାଙ୍କୁ ସେହି କଲେଜର ଅଧ୍ୟାପକ ଶାଶ୍ୱତ ମହାନ୍ତି ଯୌନ ନିର୍ଯାତନା ଦେବା ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକା କଲେଜର ଅଧକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ। ୫ ମାସ ତଳେ ଅଭିଯୋଗ କରିଥିଲେ ଛାତ୍ରୀ। ଅଭିଯୋଗ ହେବାର କିଛି ଦିନ ପରେ ସେହି ସମୟରେ ଏହି ଘଟଣା ଭିତରେ ଅଧକ୍ଷ କମିଟି ବସେଇ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ବିବାଦର ସମାଧାନ କରାଯାଇଥିବା ଅଧ୍ୟକ୍ଷ କହିଥିଲେ। ନାବାଳିକା ଜଣକ କଲେଜରୁ ପାସ କରିବା ପରେ ଅନ୍ୟତ୍ର ପାଠ ପଢ଼ୁଛି ବୋଲି କହିଥିଲେ। ଏହି ଘଟଣାକୁ ନେଇ ତିର୍ତ୍ତୋଲ SDPO ସ୍ୱାମୀ ଅରୁପାନନ୍ଦ କଲେଜରେ ପହଞ୍ଚିଥିଲେ। କଲେଜ ଅଧକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଘଟଣାରେ ଦୁଇ ଅଧ୍ଯାପକ ନିଲମ୍ବିତ ହୋଇଥିବାବେଳେ ପୋକ୍ସୋ ଧାରାରେ ମାମଲା ରୁଜୁ ପରେ ତନାଘନା ଆରମ୍ଭ କରିଛି ପୋଲିସ

ବଳଙ୍ଗା ଘଟଣା: ଆଉ ୩ ଜଣରୁ ଅଧିକ ଯୁବକଙ୍କୁ ପଚରା ଉଚରା

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ମାରିବାକୁ ଉଦ୍ୟମ ଘଟଣା । ଆଜି ଆଉ ୩ ଜଣରୁ ଅଧିକ ଯୁବକଙ୍କୁ ପଚରା ଉଚରା କରିଛି ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା ଜଣାପଡ଼ିଛି।

ରେଭିନ୍ୟୁ ଅଫିସ ନିର୍ମାଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତା କୁଦିଆରୀ ଠାରେ ରାସ୍ତା ଅବରୋଧ। କୁଦିଆରୀରେ ରେଭିନ୍ୟୁ ଅଫିସ ନିର୍ମାଣ ଦାବିରେ ରାସ୍ତାରୋକ କରାଯାଇଛି। କୁଦିଆରୀ ଗ୍ରାମର ଶତାଧିକ ଲୋକେ ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତାରେ ବସି ରାସ୍ତାରୋକ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ଗାଡି ଅଟକି ରହିଛି। ରାସ୍ତାରୋକକୁ ଦେଖି ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବାବେଳେ ବୁଝାସୁଝା ପରେ ରାସ୍ତାରୋକ ହଟିଛି।

OISFର ଆଉ ୨ ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି

ଭୁବନେଶ୍ବର: ଖୋଲିବ OISFର ଆଉ ୨ ବାଟାଲିୟନ । ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି । ୧୯୪୪ ପଦବୀ ମଂଜୁରୀ କରିଛନ୍ତି ସରକାର । ବିଭିନ୍ନ ପଦ ପଦବୀରେ ନିଯୁକ୍ତ ହେବେ କର୍ମଚାରୀ ।