ନନ୍ଦିଘୋଷ ବ୍ୟୁରୋ: ଗରାରେ ପଶିଗଲା ଛୋଟ ପିଲାର ମୁଣ୍ଡ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସ ଏକ ଗରା ସହ ଖେଳୁଥିଲେ । ଖେଳୁ ଖେଳୁ ପିଲାଟି ହଠାତ ମୁଣ୍ଡକୁ ଗରା ମଧ୍ୟରେ ପୁରାଇ ଦେଇଥିଲା । ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ବାହାରି ନଥିଲା । ଏନେଇ ତୁରନ୍ତ ଦମକଳ ବାହିନୀକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଦମକଳ ବାହିନୀ ଏକ କଟର ସାହାର୍ଯ୍ୟରେ ଗରାକୁ କାଟି ପିଲାର ମୁଣ୍ଡକୁ ବାହାର କରିଥିଲେ । ପିଲାଟିର ଅବସ୍ଥା ଭଲ ଥିବା ଜଣାପଡିଛି ।
ମେଟ୍ରୋ ଟେଣ୍ଡର ବାତିଲ:ବର୍ଷିଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ମେଟ୍ରୋ ରେଳ ଟେଣ୍ଡର ବାତିଲ ପରେ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି। ବିଧାୟକ ସାରଦା ଜେନା କଡ଼ା ଭାଷାରେ ଭର୍ତ୍ସନା କରି କହିଛନ୍ତି, ଏହି ସରକାର ଗୋଟିଏ ମିଛୁଆ ସରକାର। ମେଟ୍ରୋ ନେଇ ଲୋକଙ୍କୁ ଭୁଆଁ ବୁଲାଉଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସର୍ଭେ କରି ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ଭୁବନେଶ୍ଵରରେ କାମ ଆରମ୍ଭ ହୋଇଥିଲା। ନିଜସ୍ଵ ଅର୍ଥରେ ଓଡ଼ିଶାରେ ମେଟ୍ରୋ ହୋଇଥାନ୍ତା। ହେଲେ ସରକାର ବଦଳିଗଲା। ବିଜେପି ମେଟ୍ରୋ ନେଇ ମିଛ କହିଲା ଓଡିଶାବାସୀଙ୍କୁ।
ବାଇକ୍ ଚୋରର ଅଜବ ଜିଦ୍, ଥାନା ହାଜତରେ କହିଲା ଆଳୁଭଜା ନଦେଲେ ଖାଇବିନି ଭାତ..
ନନ୍ଦିଘୋଷ ବ୍ୟୁରୋ: ଥାନାର ହାଜତରେ ରହିଛି ଚୋର । ହେଲେ ଖାଇବା ପାଇଁ ଦେଖାଉଛି ନଖରା । ରଖୁଛି ନିଜର ଡିମାଣ୍ଡ । କହୁଛି ଆଳୁଭଜା ନହେଲେ ମୁଁ ଭାତ ଖାଇବି ନାହିଁ । ଯେତେପ୍ରକାର ଖାଦ୍ୟ ଦେଲେ ମଧ୍ୟ ମନା କରି ଦେଉଛି । ଆଉ ସେହି ଗୋଟିଏ ଜିଦ୍ ରହିଛି ଆଳୁଭଜା ଦିଅ ନହେଲେ ଖାଇବି ନାହିଁ । ଯେଉଁ କାରଣରୁ ପୋଲିସ କର୍ମଚାରୀମାନେ ବଡ଼ ଅସୁବିଧାରେ ପଡ଼ିଲେ। ଥାନାରେ ମୋଟର ସାଇକେଲ ଚୋରକୁ ଖାଇବାକୁ ଦେବାରେ ହନ୍ତ ସନ୍ତ ପଡିଯାଇଛି। ହଜାର ଚେଷ୍ଟା ସତ୍ତ୍ୱେ, ଚୋର କିଛି ଖାଦ୍ୟ ମୁହଁରେ ଦେଇ ନଥିଲେ। ଶେଷରେ, ହୋଟେଲରୁ ଭଜା ଆଳୁ ଆଣି ଲକ୍ ଅପ୍ ରେ ଥିବା ଚୋରକୁ ଖାଇବା ଦେଲା ପରେ ଶାନ୍ତିରେ ରହିଛି ପୋଲିସ। ତେବେ ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ଶାନ୍ତିପୁର ଥାନାରୁ ଆସିଛି ।
ସୂଚନା ମିଳିଛି ଯେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ସ୍ଥିତ ତାହେରପୁର ଥାନା ସମେତ ଅନେକ ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିଲା। ତଦନ୍ତ ପରେ, ତାହେରପୁର ଥାନା ଅଞ୍ଚଳର ତନ୍ମୟ ରାୟ ନାମକ ଜଣେ ଯୁବକଙ୍କୁ ଚୋରି ସନ୍ଦେହରେ ପୋଲିସ ପଚରାଉଚରା କରିବା ପାଇଁ ଆଣିଥିଲା। ସେବେଠାରୁ, ପୋଲିସ ଚୋରର ଦାବି ପୂରଣ କରିବାକୁ ସଂଘର୍ଷ କରୁଛି। ଚୋରର ଏକମାତ୍ର ଦାବି ହେଉଛି ମୁଁ ଆଳୁଭଜା ଖାଇବାକୁ ଚାହୁଁଛି। ମୁଁ ଆଳୁଭଜା ବିନା ଭାତ କିମ୍ବା ରୁଟି କିଛି ଖାଇବି ନାହିଁ। ଯେପର୍ଯ୍ୟନ୍ତ ଆଳୁ ଭଜା ଖାଦ୍ୟ ବ୍ୟବସ୍ଥା କରାଯାଉନାହିଁ, ସେପର୍ଯ୍ୟନ୍ତ ଚୋର ମୁହଁ ଆଗରେ ଖାଦ୍ୟ ରଖି ବସିଥାଏ, ଏବଂ ଯେତେବେଳେ ପୋଲିସ ତାକୁ ପଚାରେ ଯେ ସେ କାହିଁକି ଖାଉନାହିଁ, ଚୋର କେବଳ କହେ, “ମୁଁ ଆଳୁଭଜା ଚାହୁଁଛି।
” ଚୋରର ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବାକୁ ଯାଇ ପୋଲିସ ହତାଶ ହୋଇଯାଉଛି। ଯେଉଁଠାରେ ଆଳୁଭଜା ବ୍ୟବସ୍ଥା କରାଯାଉଛି, ସେଠାରେ ସକାଳ, ମଧ୍ୟାହ୍ନ ଏବଂ ରାତିରେ ଆଳୁଭଜା ଚାହିଦା ପାଇଁ ପୋଲିସକୁ ବାରମ୍ବାର ହଇରାଣ କରାଯାଉଛି। ଯଦିଓ ଘଟଣାଟି ହାସ୍ୟାସ୍ପଦ, ପୋଲିସକୁ ଚୋରର ଇଚ୍ଛା ପୂରଣ କରିବାକୁ ପଡିବ। ଏପରି ପରିସ୍ଥିତିରେ, ଚୋରର ପେଟକୁ ଶାନ୍ତ କରିବା ପାଇଁ ଆଳୁଭଜା ଯୋଗାଇବା ହିଁ ଏକମାତ୍ର ଆଶା।
ପାଣିରେ ବୁଡ଼ି ୨ ଛାତ୍ରଛାତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ: ପାଣିରେ ବୁଡ଼ି ମେଡିକାଲ ପଢୁଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀ ମୃତ। ବୁର୍ଲା ଭିମସାରରେ ପଢୁଥିଲେ ଦୁଇ ଛାତ୍ରଛାତ୍ରୀ। ଉଭୟେ ଶେଷ ବର୍ଷର ଛାତ୍ରଛାତ୍ରୀ। ଦେବଝରନ ନିକଟରେ ପାଣିରେ ବୁଡି ଯାଇଥିବା ସୂଚନା। ଉଭୟ ମୃତକ ହେଲେ ଛାତ୍ର ସନ୍ଦୀପ ପୁରୀ ଓ ଛାତ୍ରୀ ମୋନିକା ମୀନା। ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଉଭୟଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି।
ଫ୍ଲିଣ୍ଟଫଙ୍କ ଏହି ଗୋଟିଏ ଭୁଲ୍, ଭାରତୀୟ ପ୍ରଶଂସକମାନେ କରୁଥିଲେ ଘୃଣା
ନନ୍ଦିଘୋଷ ବ୍ୟୁରୋ: ଭାରତ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବାବେଳେ ଆସନ୍ତାବର୍ଷ ଜାନୁଆରୀରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ । ଦିନିକିଆ ଏବଂ ଟି-୨୦ ଖେଳିବା ପାଇଁ ଗସ୍ତରେ ଆସିବ । ତେବେ ଉଭୟ ଦେଶ ମଧ୍ୟରେ ଯେତେବେଳେ ଖେଳ ହୁଏ ସେତେବେଳେ କିଛି କଥା ଏବଂ ଖେଳ ସମୟର କିଛି ଭୁଲ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଭାରତ-ଇଂଲଣ୍ଡ ମ୍ୟାଚର ବିବାଦୀୟ କଥା ଯଦି କହିବା ତାହେଲେ ଫ୍ଲିଣ୍ଟଫ ସବୁବେଳେ ଭାରତୀୟ ଦଳକୁ ଟାର୍ଗେଟ କରିଥାନ୍ତି । ସେ ଯୁବରାଜଙ୍କୁ ଚିଡ଼ାଇବା ହେଉ କିମ୍ବା ଭାରତରେ ଜର୍ସି ଖୋଲିବା । ସବୁବେଳେ ଭାରତ ସହ ମ୍ୟାଚ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।
ଭାରତ ଓ୍ବାଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏକ ମ୍ୟାଚର ଶେଷ ଓଭର ବୋଲିଂ କରିଥିଲେ ଫ୍ଲିଣ୍ଟଫ । ଆଉ ଏହି ମ୍ୟାଚକୁ ସେ ଜିତାଇବା ପରେ ଜର୍ସି ଖୋଲି ବିଜୟର ଉତ୍ସାହ ମନାଇଥିଲେ । ୨୦୦୨ ମସିହାରେ ଏହି ଘଟଣାଟି ଘଟିଥିବାବେଳେ ସୌରଭ ଗାଙ୍ଗୁଲି ଏହାର ଜବାବ ଦେଇଥିଲେ । ଲର୍ଡରେ ଭାରତର ବିଜୟ ପରେ ବାଲକୋନୀରେ ସେ ମଧ୍ୟ ସମାନ ଢ଼ଙ୍ଗରେ ଜର୍ସି ଖୋଲି ଖୁସି ମନାଇଥିଲେ ଏବଂ ଉଚିତ୍ ଜବାବ ଦେଇଥିଲେ । ସେପଟେ ୨୦୦୭ ଟି-୨୦ ବିଶ୍ବକପରେ ଯୁବରାଜଙ୍କୁ ଦେଇଥିବା ଖରାପ ମନ୍ତବ୍ୟର ଉତ୍ତର ମଧ୍ୟ ସେ ରଖିଥିଲେ । ଇଂଲଣ୍ଡର ବୋଲରଙ୍କୁ ୬ ବଲରୁ ୬ ଛକା ମାରି ଇତିହାସ ରଚିଥିଲେ । ତେବେ ସବୁବେଳେ ଭାରତ ବିପକ୍ଷ ମ୍ୟାଚରେ ଏଭଳି ବ୍ୟବହାର ଜାରି ରଖୁଥିବା ଫ୍ଲିଣ୍ଟଫଙ୍କୁ ଭାରତୀୟ ପ୍ରଂଶସକମାନେ ଭଲ ପାଇନଥାନ୍ତି ।
ଟିମ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ, ୧୦ ବର୍ଷ ପରେ…
ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ କରିଛି ଭାରତ । ଚତୁର୍ଥ ଟେଷ୍ଟ ଜାରି ରହିଥିବାବେଳେ ଏହି ମ୍ୟାଚର ଫଳାଫଳ କେଉଁ ଦିଗକୁ ଯିବ ତାହା ଆଜି ଏକପ୍ରକାର ସ୍ପଷ୍ଠ ହୋଇପାରେ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୪୪ ରନ କରିଥିବାବେଳେ ୭ ଓ୍ବିକେଟ ହରାଇଛି । ଇଂଲଣ୍ଡ ଭାରତଠାରୁ ୧୮୬ ରନରେ ଆଗୁଆ ରହିଛି । ତେବେ ଏହି ମ୍ୟାଚରେ ଭାରତ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି । ଭାରତ ବିପକ୍ଷରେ ବିଦେଶରେ ୧୦ ବର୍ଷ ପରେ ୫୦୦ ରନ ଅତିକ୍ରମ କରିଛି ଇଂଲଣ୍ଡ । ୨୦୧୫ ମସିହାରେ ଅଷ୍ଟ୍ରେଲିଆ ୫୭୨ ରନ କରିଥିଲା । ସୌଭାଗ୍ୟବଶତଃ ଏହି ମ୍ୟାଚଟି ଡ୍ର ହୋଇଯାଇଥିଲା । ତେବେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଥିବାବେଳେ ଏହି ମ୍ୟାଚଟି ଭାରତ ଜିତିବା ପାଇଁ ପ୍ରୟାସ କରିବ ।
ପ୍ରଥମ ପାଳିରେ ଭାରତ ୩୫୮ ରନ କରିଥିବାବେଳେ ଇଂଲଣ୍ଡ ଏବେ ଭଲ ସ୍ଥିତିରେ ରହିଛି । ଏଣୁ ବଡ଼ ରନର ଲଇଡ୍ ଦେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏବେ ଅଧିନାୟକ ବେନ୍ ଷ୍ଟୋକ୍ସ କ୍ରିଜରେ ମହଜୁଦ ରହିଛନ୍ତି । ଏଣୁ ଦଳ ଏକ ବିଶାଳ ସ୍କୋର କରିବ ବୋଲି ଆଶା କରାଯାଉଛି । ସେପଟେ ଏହି ମ୍ୟାଚରେ ଜୋ ରୁଟଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇ ଯାଇଛି । ୩୮ତମ ଶତକ ହାସଲ କରିଥିବାବେଳେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ କରିଥିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ଦ୍ରାବିଡ,କାଲିସ ଏବଂ ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି ।
ନାରୀ ନିର୍ଯାତନା ପ୍ରତିବାଦରେ ଜୟପୁର DIG କାର୍ଯ୍ୟାଳୟ ଘେରାଉ କଲା ବିଜେଡି
ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ ଧରି ରାଜ୍ୟରେ ନାରୀ ନିର୍ଯାତନା ବଢିଚାଲିଥିବାରୁ ଦଳପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିକ୍ଷୋଭରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି।…
ଦୁଇ ଦିନରେ କେତେ ରୋଜଗାର କରିଛି ପବନ କଲ୍ୟାଣଙ୍କ ଫିଲ୍ମ ‘ହରି ହର ବୀର ମଲ୍ଲୁ’ ?
ନନ୍ଦିଘୋଷ ବ୍ୟୁରୋ ; ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜର ପଦ ସମ୍ଭାଳିବା ପରେ ଏବେ ଚଳଚ୍ଚିତ୍ରରେ ପୁଣି ପାଦ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ହରି ହର ବୀର ମଲ୍ଲୁ ରିଲିଜ କରିଛି । ଯାହା ଏବେ ଭଲ ରୋଜଗାର କରୁଛି । ଫିଲ୍ମଟି ପ୍ରିମିୟର ଠାରୁ ଭଲ ରୋଜଗାର କରିଥିବା ବେଳେ ପ୍ର୍ତମ ଦିନରେ ଭଲ ରୋଜଗାର କରିଛି । କିନ୍ତୁ ଦ୍ବିତୀୟ ରୋଜଗାରରେ ବଡ ହ୍ରାସ ଦେଖିବାକୁ ମିଳିଛି ।
ହରି ହର ବୀର ମଲ୍ଲୁ ଫିଲ୍ମ ରିଲିଜ ହେବା ମାତ୍ରେ ତାହାର ରୋଜଗାର ସମସ୍ତଙ୍କୁ ଆଶ୍ଜର୍ଯ୍ୟ କରି ଦେଇଥିଲା । ପ୍ରିମୟର ଶୋରେ ଫିଲ୍ମ ୧୨.୭୫ କୋଟି ଟଙ୍କ ରୋଜାଗାର କରିଥିଲା । ସାଉଟ ବେଲ୍ଟରେ ଏହାର ରୋଜଗାର ବହୁତ ଭଲ ଥିଲା । ରିଲିଜ ଡେରେ ଏହି ଫିଲ୍ମ ୩୪.୭୫ କୋଟି ଟଙ୍କା ରୋଜଗାର କରିଥିଲା । ଯଦି ଏହି କ୍ରମରେ ଫିଲ୍ମର ରୋଜଗାର ହୁଏ ତେବେ ଏହା ସପ୍ତାହରେ ହିଟ୍ ହେବ । କିନ୍ତୁ ଦ୍ୱିତୀୟ ଦିନରେ ଆୟରେ ବଡ଼ ହ୍ରାସ ପ୍ରକାଶ କରିଛି ଯେ ଫିଲ୍ମ ବିଷୟରେ ଯେଉଁ ଚର୍ଚ୍ଚା ଦେଖାଯାଇଥିଲା ତାହା ସବୁ ମିଛ ଥିଲା। ଦ୍ୱିତୀୟ ଦିନରେ ହରି ହରା ବୀରା ମଲ୍ଲୁର ରୋଜଗାର ପ୍ରାୟ ୨୭ କୋଟି ଟଙ୍କା ହ୍ରାସ ପାଇଛି, ଯାହା ଫିଲ୍ମ ଏବଂ ପବନ କଲ୍ୟାଣ ପାଇଁ ଏକ ବଡ଼ ଧକ୍କା।
ଯଦି Saccanilk ର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମଟି ରିଲିଜର ଦ୍ୱିତୀୟ ଦିନରେ କେବଳ ୮ କୋଟି ରୋଜଗାର କରିଛି। ଏହି ଦୃଷ୍ଟିରୁ, ଫିଲ୍ମଟି ୨ ଦିନରେ ୫୫.୫୦ କୋଟି ରୋଜଗାର କରିଛି। ହରି ହର ବୀରା ମଲ୍ଲୁଙ୍କୁ ଆଗାମୀ ଦୁଇ ଦିନରେ ବହୁତ ରୋଜଗାର କରିବାକୁ ପଡିବ। ଏହି ଫିଲ୍ମଟି ୩୦୦ କୋଟିର ଏକ ବିଶାଳ ବଜେଟରେ ନିର୍ମିତ ହୋଇଛି। ଏପରି ପରିସ୍ଥିତିରେ, ଯଦି ଏହି ସିନେମାଟି ପ୍ରଥମ ସପ୍ତାହାନ୍ତରେ ୧୦୦ କୋଟି ରୋଜଗାର ନ କରେ, ତେବେ ଏହା ପାଇଁ ଯାତ୍ରା କରିବା କଷ୍ଟକର ହୋଇପାରେ।
ଏହି ଫିଲ୍ମ ତୁଳନାରେ, ସୈୟାରା କି ଆନ୍ଧୀ ଅଧିକ ପ୍ରଭାବଶାଳୀ ମନେ ହେଉଛି। ୪୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ଏହାର ବଜେଟ୍ ଅନୁଯାୟୀ ରୋଜଗାର କରିସାରିଛି । ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ୨୦୦ କୋଟି ପାଖାପାଖି ପହଞ୍ଚିଛି । ଯଦିଓ ଉଭୟ ଫିଲ୍ମର ଦର୍ଶକ ଭିନ୍ନ, ତେଣୁ ସେମାନଙ୍କ ମଧ୍ୟରେ କୌଣସି ସଂଘର୍ଷ ନାହିଁ । କେବଳ ଏହି ଦୁଇଟି ଫିଲ୍ମ ଦକ୍ଷିଣ ଓ ବଲିଉଡର ସଦ୍ୟତମ ମୁକ୍ତିଲାଭ କରିବା ସହ ଉଭୟ ବହୁତ ଚର୍ଚ୍ଚାରେ ଅଛି।
ଗିରଫ ହେଲେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ
ଜୟପୁର : ଗିରଫ ହେଲେ କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡର ଡେପୁଟି ରେଂଜର ରାମଚନ୍ଦ୍ର ନେପାକ। ଗତକାଲି ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିବା ପରେ ତାଙ୍କର ବିପୁଳ ସଂପତ୍ତିର ସନ୍ଧାନ ପାଇଥିଲା ଭିଜିଲାନସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିଲା। ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ କ୍ୟାସ। ୧୦ଟି ଆକାଉଣ୍ଟରୁ ମିଳିଛି ୧ କୋଟି ୩୨ ଲକ୍ଷରୁ ଅଧିକ ଟଙ୍କା । ଦେଢ କିଲୋ ସୁନା, ସାଢେ ୪ କିଲୋ ରୁପା ଅଳଙ୍କାର ଜବତ ହୋଇଛି। ଜୟପୁରରେ ବହୁତଳ କୋଠା, ଭୁବନେଶ୍ଵରରେ ଗୋଟିଏ ଥ୍ରୀ ବିଏଚକେ, ଜୟପୁର ଟାଉନରେ ଗୋଟିଏ ୨ ବିଏଚକେ ସହ ୩ଟି ଫ୍ଲାଟ ଓ ଦୁଇଟି ଦାମି ପ୍ଲଟ ଠାବ ହୋଇଛି। ଏବେ ସୁଦ୍ଧା ଗୋଟିଏ ଦାମି କାର ମଧ୍ୟ ଠାବ ହୋଇଛି। ଜୟପୁର ଗୋଲ୍ଡେନ ହାଇଟ ଆପାର୍ଟେମେଣ୍ଟର ଗୁପ୍ତ ଟ୍ରେଜେରୀରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ଜୟପୁର ଟାଉନ ସ୍ଥିତ ତାଙ୍କ ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ଠାବ ହୋଇଛି। ସୁନା, ରୂପା ଓଜନ ପାଇଁ ଓଜନ ମେସିନ ସହ ଟଙ୍କା ଗଣିବାକୁ ଟଙ୍କା ଗଣତି ମେସିନ ବ୍ୟବହାର କରାଯାଇଥିଲା। ବ୍ୟାଙ୍କ ଜମା ଓ ଅନ୍ୟ ଆର୍ଥିକ କାରବାର ସମ୍ପର୍କରେ ଚାଲିଛି ଖୋଳତାଡ଼।
ଘରୋଇ କଳହର କରୁଣ ପରିଣତି, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
କଣ୍ଟାମାଳ : ଘରୋଇ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ସ୍ତ୍ରୀକୁ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକର ଏକ ବସ୍ତିରେ ଘଟିଛି ହତ୍ୟାକାଣ୍ଡ। ମୃତ ସ୍ତ୍ରୀ ହେଲେ କୁନି ଗୁରୁ। ଅଭିଯୁକ୍ତ ସ୍ବାମୀ ହେଲେ ସର୍ଜନ ପ୍ରଧାନ । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ରାତିରେ ପୁରୁଣାକଟକ ଥାନା ପଛ ପାଖ ବସ୍ତିରେ ବାସ କରୁଥିବା ସର୍ଜନ ପ୍ରଧାନ ଓ ତାଙ୍କ ପତ୍ନୀ କୁନି ଗୁରୁଙ୍କ ମଧ୍ୟରେ ଘରୋଇ କଳହ ହୋଇଥିଲା । ଏଥିରେ ରାଗିଯାଇ ସ୍ୱାମୀ ସର୍ଜନ ପତ୍ନୀଙ୍କୁ ପାଖରେ ଥିବା ଟାଙ୍ଗିଆରେ ହାଣି ଦେଇଥିଲା । ଫଳରେ ପତ୍ନୀ କୁନି ଗୁରୁତର ଆହତ ହୋଇ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହା ଦେଖି ସାର୍ଜନ ସଂଗେ ସଂଗେ ଘରକୁ ତାଲା ପକାଇ ନିକଟରେ ଥିବା ପୋଲିସ ଷ୍ଟେସନକୁ ଯାଇ ସମସ୍ତ ଘଟଣା କହିଥଇଲେ। ପରେ ପୋଲିସ କର୍ମଚାରୀ ଆସି କୁନିଙ୍କୁ ତାଲା ଭାଙ୍ଗି ଘରୁ ଉଦ୍ଧାର କରିବା ସହ ପୁରୁଣା କଟକ ହସ୍ପିଟାଲ ନେଇଥିଲେ । ସେଠାରୁ କୁନିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

