spot_img
Home Blog Page 533

ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ !

ପୁରୀ : ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଏଭଳି ସୁବିଧା ହରି ଓମ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର କରାଯାଉଛି । ଭଲକରି ଦେଖନ୍ତୁ ଏହି ମେଲକୁ କିଭଳି ଜଣେ ଭକ୍ତଙ୍କୁ ଏହି ସୁବିଧା ଗତ ୨୭ ତାରିଖରେ ମିଳିଛି। ଅବଶ୍ୟ ଅନଲାଇନ ଆପ୍ଲିକେସନ ଦ୍ବାରା ଏହି ସୁବିଧା ଭକ୍ତଙ୍କୁ ମିଳିଛି କି ନାହିଁ ସେସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ହରି ଓମ୍ ଆପ୍ଲିକେସନ ଜଣେ ଭକ୍ତଙ୍କୁ ଦର୍ଶନ ସୁବିଧା ପାଇଁ ମେଲ କରିଛି । ଜଣଙ୍କ ପିଛା ହଜାର ଟଙ୍କା ଦେଇ ସ୍ଲଟ୍ ବୁକ୍ କଲେ ଦର୍ଶନ ବ୍ୟବସ୍ଥା କରାଯାଉଛି । କେବଳ ଏତିକି ନୁହେଁ ଶ୍ରୀମନ୍ଦିର ଭିତରେ ଡାଲି ଓ ଭାତ ନଚେତ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଇଛି । ଏହି ସୁବିଧା ପାଇବାକୁ ହେଲେ ଟାଇମ୍ ସ୍ଲଟର ୩୦ ମିନଟ୍ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚିବାକୁ ହେବ । ଏହାସହ ସାଥୀରେ ଏକ ସରକାରୀ ପ୍ରମାଣପତ୍ର ନେଇ ଆସିବାକୁ ହେବ ବୋଲି କୁହାଯାଇଛି । ଯାହାକୁ ନେଇ ଭକ୍ତ, ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ଆଇଟି ସେଲ୍ ବା ସାଇବର୍ ସେଲ୍ ସୃଷ୍ଟି କରି ଏଥିପ୍ରତି ନଜର ରଖିବାକୁ ଦାବି ହୋଇଛି।…

ହିମାଚଳ ପ୍ରଦେଶରେ ପୁଣି ବାଦଲ ଫଟା ବର୍ଷା, ଦୁଇ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷାର ପ୍ରକୋପ। ବାଦଲ ଫଟା ବର୍ଷାରୁ ପୁଣିଥରେ ମଣ୍ଡିରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକାଧିକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଆଜି ସକାଳୁ କାଙ୍ଗଡ଼ା ନିକଟରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଧର୍ମଶାଳାକୁ ଯାଉଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବାହନ ଫସି ରହିଛି। ଅନେକ ଅତ୍ୟାବଶ୍ୟକୀୟ ସେବା ବାଧାପ୍ରାପ୍ତ ହୋଇଛି। ଘଣ୍ଟା ଘଣ୍ଟା ଧରି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଯାହା ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଟୁଙ୍ଗଲ କଲୋନୀରେ ଗାଡ଼ିମୋଟର ଏବଂ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ଭସାଇ ନେଇଛି ବନ୍ୟାପାଣି। ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଚଣ୍ଡିଗଡ଼-ମନାଲି ଏବଂ ମଣ୍ଡି-ପଠାନକୋଟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ଅବରୋଧ ହୋଇଛି। ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ, SDRF ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠର କର୍ମଚାରୀ ଭଗ୍ନାବଶେଷ ସଫା କରିବା ଏବଂ ପ୍ରଭାବିତଙ୍କୁ ସହାୟତା କରିବାକୁ ନିୟୋଜିତ ହୋଇଛନ୍ତି।…

ଝାଡଖଣ୍ଡ ଦେଓଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ କାଉଡିଆ ମୃତ

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡର ଦେଓଘରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ୧୮ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାବା ନଗରୀ ଦେଓଘରରେ ଥିବା ବାବା ବୈଜନାଥ ଧାମରେ ଜଳାଭିଷେକ କରିବା ପରେ, କାଉଡିଆଙ୍କ ଭର୍ତ୍ତି ବସ୍ ଜଲାଭିଷେକ କରିବାକୁ ଦୁମକାର ବାସୁକିନାଥ ମନ୍ଦିରକୁ ଯାଉଥିଲା। ଏହି ସମୟରେ, ମୋହନପୁର ଥାନା ଅଞ୍ଚଳର ଜାମୁନିଆରେ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ କାନୱାରିଆଙ୍କ ଭର୍ତ୍ତି ବସ୍ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳେ କାନୱାରିଆଙ୍କ ମୃତ୍ୟୁ ହୋଇଥିଲା।

ସାଂସଦ ନିଶିକାନ୍ତ ଦୁବେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ୧୮ ଜଣ ଭକ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ମୋ ଲୋକସଭା ନିର୍ବାଚନମଣ୍ଡଳୀ ଦେଓଘରରେ ଶ୍ରାବଣ ମାସରେ କନୱାର ଯାତ୍ରା ସମୟରେ ଏକ ବସ୍ ଓ ଟ୍ରକ୍ ଦୁର୍ଘଟଣା ଯୋଗୁଁ ୧୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ବାବା ବୈଦ୍ୟନାଥ ଜୀ ସେମାନଙ୍କ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।”

ଦେଓଘରରେ ଏହି ଭୟଙ୍କର ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଉଦ୍ଧାରକରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ବିହାରର ବେଟିଆ ଓ ଗୟାଜୀର ବାସିନ୍ଦା ବୋଲି ଜଣାପଡ଼ିଛି।

ପ୍ରେମିକ ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ, ମଦ ପିଆଇ କେନାଲରେ ଫିଙ୍ଗିଦେଲା

ନନ୍ଦିଘୋଷ ବ୍ୟୁରୋ  ; କର୍ଣ୍ଣାଟକର ଚନ୍ନାଗିରିରୁ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ତା’ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି । ମାରିଦେବା ପରେ କେରଳ ଚାଲିଯାଇଥିଲା । ସେଠାରୁ ଚନ୍ନାଗିରି ପୋଲିସ ଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକ ଉଭୟଙ୍କୁ ଗିରଫ କରିଛି। ମୃତ ସ୍ୱାମୀଙ୍କୁ ଚନ୍ନାଗିରି ତାଲୁକାର ଅନ୍ନପୁରା ଗ୍ରାମର ନିଙ୍ଗାପ୍ପା ବୋଲି ଚିହ୍ନଟ କରାଯାଇଛି।

ଅଭିଯୁକ୍ତ ପତ୍ନୀଙ୍କ ଲକ୍ଷ୍ମୀଙ୍କର ପ୍ରେମିକଙ୍କ ନାମ ଟିପେଶ ନାଏକ  । ଏହି ମାମଲାର ତୃତୀୟ ଅଭିଯୁକ୍ତ ସନ୍ତୋଷ । ଦାଭାନାଗେରେ ଜିଲ୍ଲାର ହୋନାଲି ତାଲୁକର ତ୍ୟାଗଡାକାଟ୍ଟେର ବାସିନ୍ଦା ଲକ୍ଷ୍ମୀ ଓ ନିଙ୍ଗାପ୍ପା ଆଠ ବର୍ଷ ଧରି ବିବାହିତ ଥିଲେ। ବିବାହର ଆଠ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲା।

ଦିନେ ସେ ଜାଣିବାକୁ ପାଇଲେ ନିଙ୍ଗାପ୍ପାଙ୍କର ସନ୍ତାନ ଜନ୍ମ କରିବାର କ୍ଷମତା ନାହିଁ। ନିଙ୍ଗାପ୍ପା ପୂର୍ବରୁ ସୁପାରୀ ବ୍ୟବସାୟୀ ଭାବରେ କାମ କରୁଥିଲେ। ତାଙ୍କର ଟିପେଶ ନାଏକ ଓ ସନ୍ତୋଷଙ୍କ ସହିତ ବନ୍ଧୁତା ଥିଲା। ଦୁହେଁ ଶ୍ରମିକ ଭାବରେ କାମ କରିବାକୁ ତାଙ୍କ ଘରକୁ ଆସୁଥିଲେ। ଏହି ସମୟରେ ଟିପେଶ ନାଏକ ଲକ୍ଷ୍ମୀଙ୍କୁ ଭେଟିଥିଲେ। ତା’ପରେ ସେମାନଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। କେବଳ ଏତିକି ନୁହେଁ, ଏହା ପରେ ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ଫଳସ୍ୱରୂପ, ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ।

ନିଙ୍ଗାପ୍ପା ଜାଣିଥିଲେ ଯେ ସେ ପିତା ହୋଇପାରିବେ ନାହିଁ, ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରି ତାଙ୍କୁ ଡାକ୍ତରଖାନା ନେଇ ଗର୍ଭପାତ କରାଇଥିଲେ। ତାଙ୍କ ସ୍ୱାମୀଙ୍କ ଆଚରଣରେ ରାଗି ଲକ୍ଷ୍ମୀ ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏହା ପରେ, ୧୮ ଜାନୁଆରୀ ୨୦୨୪ରେ ପ୍ରେମିକ ଟିପେଶ ନାଏକଙ୍କ ସହିତ ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ପାର୍ଟି ଦେବା ବାହାନାରେ ଚନ୍ନାଗିରି ତାଲୁକର ନାଲ୍ଲୁର ଗାଁକୁ ନେଇଯାଇଥିଲେ ଲକ୍ଷ୍ମୀ।ସେଠାରେ ଲକ୍ଷ୍ମୀ ଓ ଟିପେଶ ନିଙ୍ଗାପ୍ପାଙ୍କୁ ପ୍ରଚୁର ମଦ ପିଆଇଥଲେ । ତା’ପରେ ସେମାନେ ନିଙ୍ଗାପ୍ପାଙ୍କୁ କେନାଲରେ ଫିଙ୍ଗି ଦେଲେ। ପରେ, ଲକ୍ଷ୍ମୀ ଚନ୍ନାଗିରି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ନିଙ୍ଗାପ୍ପା ଗୋଡ଼ ଖସିଯାଇ କେନାଲରେ ପଡ଼ିଯାଇଥିଲେ। ପୋଲିସ କେନାଲରେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ, ନିଙ୍ଗାପ୍ପାଙ୍କୁ ପାଇ ନଥିଲେ।

ଏହି ସମୟରେ, ଲକ୍ଷ୍ମୀ ତାଙ୍କ ଜନ୍ମସ୍ଥାନକୁ ଫେରି ଆସିଲେ।ଟିପେଶ ନାଏକ ମଧ୍ୟ କାମ ପାଇଁ କେରଳ ଯାଇ ସେଠାରେ ରହିଲେ। ପରେ ଟିପେଶ ତାଙ୍କ ପ୍ରେମିକା ଲକ୍ଷ୍ମୀଙ୍କୁ କେରଳ ନେଇଗଲେ। ଲକ୍ଷ୍ମୀ ତାଙ୍କ ପରିବାରର କାହାକୁ ନକହି କେରଳ ଚାଲିଗଲେ। ଲକ୍ଷ୍ମୀଙ୍କ ପରିବାର ଚନ୍ନାଗିରି ଥାନାରେ ନିଖୋଜ ଅଭିଯୋଗ ଦାୟର କଲେ। ଲକ୍ଷ୍ମୀଙ୍କ ଆଚରଣ ଉପରେ ସନ୍ଦେହ କରି ପୋଲିସ ଟିପେଶ ନାଏକଙ୍କ ବନ୍ଧୁ ସନ୍ତୋଷଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ସନ୍ତୋଷ ସ୍ୱୀକାର କରିଥିଲେ ଯେ ଲକ୍ଷ୍ମୀ ଓ ଟିପେଶ ନାଏକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା। ଯେତେବେଳେ ଲକ୍ଷ୍ମୀ ଗର୍ଭବତୀ ହେଲେ, ନିଙ୍ଗାପ୍ପା ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କଲେ। ଏଥିରେ କ୍ରୋଧିତ ହୋଇ ଲକ୍ଷ୍ମୀ ତାଙ୍କ ପ୍ରେମିକ ଟିପେଶଙ୍କ ସହ ମିଶି ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ହତ୍ୟା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା।

ଆମେରିକା ନେଭାଡାରେ ଗୁଳିମାଡ଼, ୨ ମୃତ, ୪ ଆହତ

ନନ୍ଦିଘୋଷ ବ୍ୟୁରୋ  ; ଆମେରିକାର ନେଭାଡାର ରେନୋରେ ଏକ କାସିନୋ ଓ ରିସର୍ଟ ବାହାରେ ଗୁଳିମାଡ଼ ହୋଇଛି ।  ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଘଟଣାଟି ରାଜ୍ୟର ଉତ୍ତର-ପଶ୍ଚିମ ଭାଗରେ ଥିବା ରେନୋ ସହରର ଗ୍ରାଣ୍ଡ ସିଏରା ରିସର୍ଟର ଭାଲେଟ୍ ପାର୍କିଂ ଅଞ୍ଚଳ ନିକଟରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୨୫ସମୟରେ ଘଟିଥିଲା। ଏନକାଉଣ୍ଟରରେ ଆହତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଆହତମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରେନୋ ସିଟି କାଉନସିଲ ସଦସ୍ୟ ଡେଭନ ରିଜ୍ ଫେସବୁକରେ ଏହି ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖିଥିଲେ, ଜୀବନହାନି ଉପରେ ଦୁଃଖ ପ୍ରକାଶ କରିଛନ୍ତି ।

ୟେମେନରେ କେରଳର ନର୍ସ ନିମିଶା ପ୍ରିୟାଙ୍କୁ ହେବନି ଫାଶୀ…

ନନ୍ଦିଘୋଷ ବ୍ୟୁରୋ : ୟେମେନରେ ବନ୍ଦୀ ଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କେରଳର ନର୍ସ ନିମିଶା ପ୍ରିୟାଙ୍କୁ ହେବନି ଫାଶୀ । ଏନେଇ ଭାରତର ଗ୍ରାଣ୍ଡ ମୁଫତି ଓ ସୁନ୍ନି ନେତା କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ଅନୁଯାୟୀ, ନିମିଶାଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି। ତଥାପି, ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ କିମ୍ବା ୟେମେନ ସରକାରଙ୍କ ପକ୍ଷରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ। ଭାରତୀୟ ଗ୍ରାଣ୍ଡ ମୁଫତି ଓ କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ କହିଛି ଯେ ୟେମେନରେ ଏକ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କ ମାମଲାରେ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି।

ସୂଚନା ଅନୁଯାୟୀ, ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଜୱାଦ ମୁସ୍ତାଫାଭି ଦାବି କରିଛନ୍ତି ଯେ ଭାରତୀୟ ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରାଣ୍ଡ ମୁଫତି ୟେମେନି ସୁଫି ବିଦ୍ୱାନ ଶେଖ ଉମର ହାଫିଜ୍ ଥାଙ୍ଗଲଙ୍କୁ ୟେମେନି ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ଅପିଲ୍ କରିଥିଲେ। ଉତ୍ତର ୟେମେନର ଶାସକ ଅଧିକାରୀ ଏବଂ ଅନ୍ତର୍ଜାତୀୟ କୂଟନୀତିଜ୍ଞମାନେ ମଧ୍ୟସ୍ଥତା ଆଲୋଚନାରେ ଯୋଗ ଦେବା ପରେ ଏହି ଫଳାଫଳ ହାସଲ ହୋଇଛି। ମୁସ୍ତାଫାୱି କହିଛନ୍ତି ଯେ ଆଲୋଚନା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ମୃତ ତଲାଲ ଅବଦୋ ମହଦିଙ୍କ ପରିବାର ସହିତ ଆଲୋଚନା ଉପରେ ନିର୍ଭର କରିବ।

ଆପଣଙ୍କୁ କହି ରଖୁଛୁ ଯେ କେରଳର ପାଲକ୍କଡ ନିବାସୀ ନିମିଶା ପ୍ରିୟା ୨୦୦୮ ମସିହାରେ ନର୍ସ ଭାବରେ କାମ କରିବା ପାଇଁ ୟେମେନ ପହଞ୍ଚିଥିଲେ। ଏଠାରେ ଅନେକ ହସ୍ପିଟାଲରେ କାମ କରିବା ପରେ, ନିମିଶା ୨୦୧୧ ମସିହାରେ କେରଳ ଫେରି ଆସିଥିଲେ  । ଏଠାରେ ଟମି ଥମାସଙ୍କୁ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ଝିଅ ଅଛି, ଯିଏ ବର୍ତ୍ତମାନ କେରଳରେ ରହୁଛନ୍ତି।୨୦୧୫ ମସିହାରେ, ନିମିଶା ପ୍ରିୟା ୟେମେନି ନାଗରିକ ତଲାଲ ଆବଦୋ ମହଦିଙ୍କ ସହିତ ମିଶି ଏକ ମେଡିକାଲ କ୍ଲିନିକ୍ ଆରମ୍ଭ କରିଥିଲେ। ୨୦୧୭ ମସିହାରେ ମହଦିଙ୍କ ମୃତଦେହ ଏକ ପାଣି ଟାଙ୍କିରୁ ମିଳିଥିଲା। ନିମିଶାଙ୍କ ଉପରେ ମହଦିଙ୍କ ହତ୍ୟାର ଅଭିଯୋଗ ଥିଲା। ଅଭିଯୋଗ ହେଉଛି ଯେ ନିମିଶା ମହଦିଙ୍କୁ ନିଦ ବଟିକାର ମାତ୍ରାଧିକ ଔଷଧ ଦେଇ ହତ୍ୟା କରିଥିଲେ ଓ ତାଙ୍କ ଶରୀରକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।

ହତ୍ୟାର ଗୋଟିଏ ମାସ ପରେ, ନିମିଶା ପ୍ରିୟାଙ୍କୁ ୟେମେନ-ସାଉଦି ଆରବ ସୀମାରୁ ଗିରଫ କରାଯାଇଥିଲା। ନିମିଶାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ମହଦି ନିମିଶାଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଓ ତାଙ୍କ ପାସପୋର୍ଟ ମଧ୍ୟ ଜବତ କରିଥିଲେ। ତଥାପି, ତଲାଲ ଆବଦୋ ମହଦିଙ୍କ ଭାଇ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ। ତା’ପରେ ୨୦୨୦ ମସିହାରେ ସାନାର ଏକ କୋର୍ଟ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୨୩ ମସିହାରେ, ୟେମେନର ସୁପ୍ରିମକୋର୍ଟ ମଧ୍ୟ ଏହି ଦଣ୍ଡକୁ ବଜାୟ ରଖିଥିଲେ। ବର୍ତ୍ତମାନ ନିମିଶା ପ୍ରିୟା ସାନା ଜେଲରେ ବନ୍ଦୀ ଅଛନ୍ତି। ନିମିଶାଙ୍କୁ ଚଳିତ ମାସ ୧୬ ଜୁଲାଇରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା କିନ୍ତୁ ଭାରତ ସରକାର ଏବଂ କେରଳର ଅନେକ ମୁସଲିମ ସଂଗଠନର ପଦକ୍ଷେପ ପରେ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ, ଭୟଭୀତ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୬.୨ ତିବ୍ରତା ଭୂମିକମ୍ପ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ବର୍ତ୍ତମାନ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ଖବର ନାହିଁ।

ଭୋର ସମୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6 ରୁ ଅଧିକ ଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ତଥାପି ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭୀତ କରିଛି।

ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଥିବା ଦ୍ୱୀପପୁଞ୍ଜକୁ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଏଠାକାର ଲୋକମାନେ ପ୍ରାୟତଃ ଭୂମିକମ୍ପ କମ୍ପନ ଅନୁଭବ କରନ୍ତି। ଜୁଲାଇ ମାସରେ ଦେଶର ଅନେକ ସ୍ଥାନରେ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି। କେବଳ ଦେଶର ରାଜଧାନୀ ଦିଲ୍ଲୀରେ ଜୁଲାଇ ମାସରେ ତିନିଥର ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି।

ଚୀନର ରାଜଧାନୀ ବେଜିଂରେ ବନ୍ୟା, ୩୦ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ ; ଚୀନର ରାଜଧାନୀ ବେଜିଂରେ ବନ୍ୟା । ବେଜିଂର ଉତ୍ତର ଅଞ୍ଚଳରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନର ଗଣମାଧ୍ୟମ ଅନୁଯାୟୀ, ଅତି କମରେ 8୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ଖଣାପ ହେବା ସହ ବିତ୍ୟୁତ ତାର ଛିଣ୍ଡି ଯାଇଛି । ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବେଜିଂର ସବୁଠାରୁ ଅଧିକ ପ୍ରଭାବିତ ମିୟୁନ୍ ଜିଲ୍ଲାରେ ୨୮ ଜଣ ଓ ୟାନକିଙ୍ଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ରାତିସାରା ଚୀନ୍ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ସୋମବାର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ଆଠ ଜଣ ନିଖୋଜ ଅଛନ୍ତି। ହେବେଇ ପ୍ରଦେଶରେ ଭୂସ୍ଖଳନରେ ଲୋକମାନେ ଫସି ରହିଛନ୍ତି।

ଲୁଆନପିଙ୍ଗ କାଉଣ୍ଟି ସୀମାନ୍ତବର୍ତ୍ତୀ ମିୟୁନ୍ ଜିଲ୍ଲାରେ ପ୍ରବଳ ବନ୍ୟା ଆସି କାରଗୁଡ଼ିକୁ ଭାସି ଯାଇଛି  । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଦେଇଛି। କେନ୍ଦ୍ରୀୟ ବେଜିଂରୁ ପ୍ରାୟ ୧୦୦କିଲୋମିଟର ଉତ୍ତର-ପୂର୍ବରେ ଥିବା ତାଇସିଟୁନ୍ ସହରର ରାସ୍ତା ପାଣିରେ ବୁଡ଼ି ଯାଇଛି ।

ସୋମବାର ରାତି ୮ଟାରେ ବେଜିଂ କର୍ତ୍ତୃପକ୍ଷ ଲୋକଙ୍କୁ ଘର ଭିତରେ ରହିବା, ସ୍କୁଲ ବନ୍ଦ କରିବା, ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଓ ବାହ୍ୟ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ଦୁଇ ଦିନ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର : ଆହୁରି ଦୁଇ ଦିନ ଓଡ଼ିଶାରେ ବର୍ଷା । ଭିଜିବ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶା । ଆଜି ପାଇଁ ୨୦  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,  ମୟୂରଭଂଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିକୁ ୟେଲୋ ଆଲର୍ଟ ଥିବା ବେଳେ ,ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ I

ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ନର୍ସିଂ ଅଫିସର ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ନର୍ସିଂ ଅଫିସର ଅସଦାଚରଣ ଘଟଣା। ଅଭିଯୁକ୍ତ ନର୍ସିଂ ଅଫିସରକୁ ଗିରଫ କଲା ପୋଲିସ। ଅଭିଯୋଗକୁ ନେଇ ଖଣ୍ଡଗିରି ପୋଲିସ ନର୍ସିଂ ଅଫିସରକୁ ଗିରଫ କରିଛି। ନର୍ସିଂ ଅଫିସର ହେଲେ ନାନୁରାମ ଚୌଧୁରୀ।  ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ନର୍ସିଂ ଅଫିସର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା I ଅଭିଯୁକ୍ତ ଗିରଫ ଦାବିରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ ସଂଘ I ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ I ରବିବାର ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ପୀଡିତା I ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀI ଗତକାଲି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ I ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଥିଲେ କର୍ମଚାରୀ I ଶେଷରେ ପୋଲିସ ଅଭିଯୁକ୍ତ ନର୍ସିଂ ଅଫିସରକୁ ଗିରଫ କରିଛି।